অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଛୁଆ ବର୍ଗର  କଲ୍ୟାଣ 

ପଛୁଆ ବର୍ଗ ସମ୍ପର୍କରେ

ଭାରତୀୟ କେନ୍ଦ୍ର ସରକାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଆଧାରରେ  ନାଗରିକ ମାନଙ୍କୁ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକରଣ କରିଛି । ନ୍ୟାସନାଲ କମିଶନ ଫର ବ୍ୟାକୱାର୍ଡ କ୍ଲାସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତାଲିକା ହେଉଛି ଗତିଶୀଳ (ଜାତି ଓ ଗୋଷ୍ଠୀଙ୍କୁ ଏହି ସୂଚୀରେ ମିଶା ଓ ବାହାର କରି ହୁଏ ) ଏବଂ ବିଭିନ୍ନ ସମୟରେ ସେମାନଙ୍କର ସାମାଜିକ, ଶୈକ୍ଷିକ ତଥା ଆର୍ଥିକ ସ୍ଥିତି ଆଧାରରେ ଏଥିରେ ପରିବର୍ତ୍ତନ ହୋଇଥାଏ। ଉଦାହରଣ ସ୍ଵରୁପ ସାର୍ବଜନିକ କ୍ଷେତ୍ରର ରୋଜଗାର ଓ ଉଚ୍ଚ ଶିକ୍ଷାରେ ଓବିସି ମାନେ ୨୭ ପ୍ରତିଶତ ସଂରକ୍ଷଣ ପାଇବାକୁ ହକଦାର । ସମ୍ବିଧାନରେ ଓବିସି ମାନଙ୍କୁ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିରୁ ପଛୁଆ ବୋଲି ବର୍ଣ୍ଣନା କରାଯାଇଛି । ସେମାନଙ୍କର ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମୀଣ କ୍ଷେତ୍ରରେ ଓବିସି ମାନେ ୨୨.୬ ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ଥିବା ବେଳେ ସହରାଞ୍ଚଳରେ ୧୫.୪  ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି । ସେହିପରି ଗ୍ରାମୀଣ ଅଞ୍ଚଳରେ ଏସସି ଜନସଂଖ୍ୟାର ୩୧.୫ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଥିବା ବେଳେ ୨୧.୨  ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି    ଗ୍ରାମୀଣ ଅଞ୍ଚଳରେ ଏସଟି ଜନସଂଖ୍ୟାର ୪୫.୩  ପ୍ରତିଶତ ତଥା ନଗର ଅଞ୍ଚଳରେ   ୨୪.୧  ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ରହିଛନ୍ତି । ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ଵୟନ ମନ୍ତ୍ରଣାଳୟ ଏନଏସଏସଓ ଦ୍ଵାରା ୨୦୧୧ - ୧୨  କରାଯାଇଥିବା ସର୍ଭେ ଆଧାରରେ ଯୋଜନା କମିଶନ ଏହି ତଥ୍ୟ ପ୍ରଦାନ କରିଛି ।

ଓବିସି ମାନଙ୍କର ସାମାଜିକ,ଆର୍ଥିକ କଲ୍ୟାଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ପଛୁଆ ବର୍ଗ ଡିଭିଜନ ନୀତି, ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ଵୟନ ଆଦି କରିଥାଏ । ଓବିସି ମାନଙ୍କର କଲ୍ୟାଣ ପାଇଁ ଗଠିତ ଦୁଇଟି ନ୍ୟାସନାଲ ବ୍ୟାକୱାର୍ଡ କ୍ଲାସ ଫାଇନାନ୍ସ ଆଣ୍ଡ ଡ଼େଭଲପମେଣ୍ଟ କର୍ପୋରେସନ (ଏନବିସିଏଫଡି) ଏବଂ ନ୍ୟାସନାଲ କମିଶନ ଫର ବ୍ୟାକୱାର୍ଡ କ୍ଲାସ (ଏନସିବିସି) ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଏହା ଦେଖାଶୁଣା କରେ ।

ପଛୁଆ ବର୍ଗ ଡିଭିଜନ

ମନ୍ତ୍ରଣାଳୟ ପକ୍ଷରୁ ପଛୁଆ ବର୍ଗ ବ୍ୟୁରୋ ଅଧୀନରେ ପଛୁଆ ବର୍ଗ ପାଇଁ ଯୋଜନା କାର୍ଯ୍ୟକାରୀ କରି ପଛୁଆ ବର୍ଗର କଲ୍ୟାଣକୁ ଦେଖାଶୁଣା କରିବାକୁ ନିର୍ଦ୍ଦେଶରହିଛି । ମନ୍ତ୍ରଣାଳୟ ୧୯୯୩  ରେ ସ୍ଥାପିତ ହୋଇଥିବା କ୍ଲାସ କମିଶନ ସହ ମଧ୍ୟ କାମ କରେ । ଜାତି, ଉପଜାତି, ପ୍ରତିଶବ୍ଦ ଏବଂ ପଛୁଆ ବର୍ଗର କେନ୍ଦ୍ରୀୟ ତାଲିକାରେ ଗୋଷ୍ଠୀ ମାନଙ୍କୁ ସାମିଲ କରିବା ଆଦି ପ୍ରସଙ୍ଗରେ କମିଶନ ମନ୍ତ୍ରଣାଳୟକୁ ପରାମର୍ଶ ଦିଏ ।

ପଛୁଆ ବର୍ଗର ଅର୍ଥ ହେଲା, ଯିଏ ଅନୁସୂଚିତ ଜାତି କିମ୍ବା ଜନଜାତି ନାଗରିକ ହୋଇ ନଥିବେ ଓ ବିଭିନ୍ନ ସମୟରେ ପଛୁଆ ବର୍ଗର ଲୋକ ମାନଙ୍କର ନିଯ଼ୁକ୍ତି ବା ପଦ ପାଇଁ ସଂରକ୍ଷଣ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ତାଲିକାରେ କୁହାଯାଇଥିବ, ସେମାନଙ୍କର ଉଚିତ ପ୍ରତିନିଧିତ୍ଵ ହୋଇପାରି ନାହିଁ, ସେମାନଙ୍କ ପାଇଁ ପଛୁଆ ବର୍ଗ କଲ୍ୟାଣ ଗଠନ କରାଯାଇଛି ।

୧୯୮୫  ପୂର୍ବରୁ ପଛୁଆ ବର୍ଗ ମାମଲା ଗୁଡିକୁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ପଛୁଆ ବର୍ଗ ସେଲ (ବିସିସି) ଦେଖୁଥିଲେ।ମନ୍ତ୍ରଣାଳୟ ଗଠନ ପରେ( ୨୫.୫ ୧୯୯୮ରେ ନାମ ପରିବର୍ତ୍ତିତ ହୋଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ) ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପର୍କିତ ମାମଲା ଗୁଡିକ ନୂଆ ମନ୍ତ୍ରଣାଳୟକୁ ହସ୍ତାନ୍ତରିତ ହୋଇଗଲା ପରେ ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ ମାନଙ୍କ ପାଇଁ ଦୁଇଟି ନୂଆ ମନ୍ତ୍ରଣାଳୟ ଗଠନ କରାଗଲା ଓ ଏହି ଦୁଇ ମନ୍ତ୍ରଣାଳୟ ସମ୍ପର୍କିତ ସମସ୍ତ ମାମଲା ଏହି ଦୁଇ ନୂଆ ମନ୍ତ୍ରଣାଳୟକୁ ସ୍ଥାନାନ୍ତରିତ କରାଗଲା । ଓବିସି ମାନଙ୍କର ସାମାଜିକ, ଆର୍ଥିକ କଲ୍ୟାଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ପଛୁଆ ବର୍ଗ ଡିଭିଜନ ନୀତି, ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ଵୟନ ଆଦି କରିଥାଏ। ଓବିସି ମାନଙ୍କର କଲ୍ୟାଣ ପାଇଁ ଗଠିତ ଦୁଇଟି ସଂସ୍ଥାନ ସମ୍ପର୍କରେ ଦେଖାଶୁଣା କରେ,

  • ନ୍ୟାସନାଲ ବ୍ୟାକୱାର୍ଡ କ୍ଲାସ ଫାଇନାନ୍ସ ଏଣ୍ଡ ଡ଼େଭଲପମେଣ୍ଟ କର୍ପୋରେସନ (ଏନବିସିଏଫଡି)
  • ନ୍ୟାସନାଲ କମିଶନ ଫର ବ୍ୟାକୱାର୍ଡ କ୍ଲାସେସ (ଏନସିବିସି)

ଆଧାର - ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate