অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବନ ପ୍ରମାଣ

ପେନସନ ଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ହେଉଛି ଏକ ବାୟୋମାଟ୍ରିକ ଡିଜିଟାଲ ପ୍ରମାଣ ପତ୍ର । କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ଅନ୍ୟାନ୍ୟ ସରକାରୀ ପେନସନ ଉପୋଭକ୍ତା ମାନେ ଏହାର ସୁବିଧା ନେଇପାରିବେ । ଏହି ଯୋଜନା ନଭେମ୍ବର ୧୦ ତାରିଖ ୨୦୧୪ ମସିହାରେ ପ୍ରଣୟନ କରାଯାଇଥିଲା । ୧ କୋଟିରୁ ଊର୍ଦ୍ଧ୍ଵ ଅବସର ସରକାରୀ କର୍ମଚାରୀ ହେଉଛନ୍ତି ଏହି ଯୋଜନାର ହିତାଧିକାରୀ ।

ପେନସନ ପାଉଥିବା ହିତାଧିକାରୀଙ୍କ ପାଇଁ ସେମାନଙ୍କର ବଞ୍ଚିଥିବା ପ୍ରମାଣପତ୍ର ପେନସନ ଦେଉଥିବା ସଂସ୍ଥା ଯେପରି ବ୍ୟାଙ୍କ, ପୋଷ୍ଟ ଅଫିସକୁ ଦେବାକୁ ପଡିଥାଏ । ଯାହାଦ୍ୱାରା ସେମାନଙ୍କ ପେନସନ ତାଙ୍କ ଆକାଉଣ୍ଟକୁ ଆସିଥାଏ । ପେନସନ ଦେଉଥିବା ସଂସ୍ଥା ଅଧିକାରୀଙ୍କ ସାମ୍ନାରେ ସେମାନେ ଏହି ପ୍ରମାଣ ପତ୍ର ଦାଖଲ କରନ୍ତି ।

ଜୀବନ ପ୍ରମାଣକୁ ବ୍ୟବହାର କରି ଜଣେ ପେନସନ ଧାରୀ ଏବେ ତାଙ୍କର ବଞ୍ଚିଥିବା ପ୍ରମାଣକୁ ଡିଜିଟାଲ ବ୍ୟବସ୍ଥା ଦ୍ଵାରା ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ । ଏଥିପାଇଁ ତାଙ୍କୁ ଶାରୀରିକ ଭାବରେ ଅଧିକାରୀଙ୍କ ନିକଟରେ ଉପସ୍ଥିତି ହେବାକୁ ପଡିବ ନାହିଁ ।

ଏହା କେମିତି କାର୍ଯ୍ୟ କରେ

ଜୀବନ ପ୍ରମାଣ ପେନସନ ରୋଗୀଙ୍କର ଆଧାର କାର୍ଡକୁ ବାୟୋମେଟ୍ରିକ ପ୍ରମାଣ ପତ୍ର ଭାବରେ ଧରାଯାଏ ।

  1. ନିଜକୁ ପଞ୍ଜୀକରଣ  -
  2. ବ୍ୟକ୍ତିଗତ କମ୍ପ୍ୟୁଟର / ମୋବାଇଲର ଡାଉନଲୋଡ କରି ନିକଟସ୍ଥ ଜୀବନପ୍ରମାଣ କେନ୍ଦ୍ରକୁ ନିଜର ପଞ୍ଜିକରଣ ନିମନ୍ତେ  ଯାଆନ୍ତୁ । ସେଠାରେ ନିଜର ଦରକାରୀ ସୂଚନା ଦିଅନ୍ତୁ ଯେପରି ଆଧାର ନମ୍ବର, ପେନସନ ପେମେଣ୍ଟ ଅର୍ଡର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କର ନାମ ଏବଂ  ମୋବାଇଲ ନମ୍ବର ।

  3. ଆଧାର ପ୍ରମାଣ  -
  4. ବାୟୋମାଟ୍ରିକ ଦ୍ଵାରା ନିଜର ଆଙ୍ଗୁଠି ଛାପ ପ୍ରମାଣ ସ୍ୱରୂପ ପ୍ରଦାନ କରନ୍ତୁ  ।

  5. ଜୀବନ ପ୍ରମାଣପତ୍ର –
  6. ସଫଳ ପ୍ରମାଣପତ୍ର ଯୋଗାଇଦେବା ପରେ ଏକ SMS ଆପଣଙ୍କ ମୋବାଇଲକୁ ଯିବ । ଯେଉଁଥିରେ ଜୀବନ ପ୍ରମାଣ ସାର୍ଟିଫିକେଟର ID ଥିବ । ଏହି ସାର୍ଟିଫିକେଟ ଯେତେବେଳେ, ଯେଉଁଠାରେ  ଆବଶ୍ୟକ ହେବ, ପେନସନ ରୋଗୀ ଜୀବନ ପ୍ରମାଣ ଦେଇପାରିବେ  । ଜୀବନ ପ୍ରମାଣ ପୋର୍ଟାଲରେ ସେ ଅନଲାଇନ ରେଜିଷ୍ଟ୍ରେଶନ କରିଛନ୍ତି ବୋଲି ପେନସନ ରୋଗୀ ବ୍ୟାଙ୍କକୁ ଜଣାଇ ଦେବେ ।

  7. ସାର୍ଟିଫିକେଟ ଗ୍ରହଣ –
  8. ଆପଣ ଜୀବନ ପ୍ରମାଣ ୱେବସାଇଟରୁ ସାର୍ଟିଫିକେଟର PDF ଫାଇଲ କପି କରି କାଢିପାରିବେ । ସେଥିରେ ଜୀବନପ୍ରମାଣ ID ଏବଂ ଆଧାର ନମ୍ବର ପ୍ରଦାନ କରିବେ ।

ଜୀବନ ପ୍ରମାଣରେ ପଞ୍ଜୀକରଣ

  1. ପାଖରେ ଥିବା CSCକୁ ଯାଇ ଅତିକମ ମୂଲ୍ୟର ଦେୟ ଦେଇ ସାର୍ଟିଫିକେଟ ଆଣିବେ ନଚେତ ଜୀବନ ପ୍ରମାଣ ସେଣ୍ଟରରେ ନିଜର ପଞ୍ଜୀକରଣ କରିବେ କିମ୍ବା SMS କରିବେ JPL to ୭୭୩୮୯୯୮୯୯ ଏବଂ ଆପଣଙ୍କ ନିକଟରେ ଥିବା ଜୀବନ ପ୍ରମାଣର ପିନକୋର୍ଡ଼ ନମ୍ବର ମିଳିବ ।
  2. ଅଧିକାରୀଙ୍କ ପାଖକୁ ଯାଆନ୍ତୁ ନିଜକୁ ପଞ୍ଜୀକରଣ କରନ୍ତୁ  ।
  3. ଏହି ଆପକୁ ନିଜର ସ୍ମାର୍ଟ ଫୋନ, ଲ୍ୟାପଟପ / ଟାବ୍ଲେଟ ରେ ଡାଉନଲୋଡ କରିକି ନିଜକୁ ରେଜିଷ୍ଟର କରି ପାରିବେ । ଆପ୍ଲିକେସନ ଡାଉନଲୋଡ ପାଇଁ କ୍ଲିକ କରନ୍ତୁ । ଯଦି କିଛି ସାହାଯ୍ୟ କି ସହଯୋଗ ପାଇଁ ଯୋଗାଯୋଗ କରନ୍ତୁ jeevanpramaan@gov.in

ଅଧିକ  ସୂଚନା ପାଇଁ

ଆଧାର - "ଜୀବନ ପ୍ରମାଣ"

Last Modified : 2/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate