অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ଉପକ୍ରମ

ବ୍ରହ୍ମପୁର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବ୍ରହ୍ମପୁର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୧୦ଟି ଜିଲ୍ଲାର ୧୦୦୦ ଜଣ ତୀର୍ଥଯାତ୍ରୀ ଟ୍ରେନ୍ ଯୋଗେ ରାମେଶ୍ୱରମ୍ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଥିଲେ।

ଏହି ଯୋଜନାର ଲକ୍ଷ

ଏହି ଯୋଜନାରେ ଦକ୍ଷିଣ ଓଡିଶାର ୧୦ ଟି ଜିଲ୍ଲାରୁ ୯୭୭ ମହିଳା ଓ ପୁରୁଷଙ୍କୁ ନେଇ ବାହାରିଥିବା ସ୍ଵତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  । ତୀର୍ଥ ଯାତ୍ରୀମାନେ ଦକ୍ଷିଣ ଭାରତର ରାମେଶ୍ଵରମ ଓ ମଦୁରାଇରେ ୯ ଦିନ ଭ୍ରମଣ କରି ଆସନ୍ତା ୨ ତାରିଖ ରେ ବ୍ରହ୍ମପୁର ଫେରିବେ  । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ   । ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ  ବିଭାଗ  ସମେତ  ରେଳବାଇର  ଉଚ୍ଚ  ପଦାଧିକାରୀ ମାନେ  ଉପସ୍ଥିତ  ଥିଲେ  । କେତେକ  ତୀର୍ଥଯାତ୍ରୀଙ୍କୁ  ମୁଖ୍ୟମନ୍ତ୍ରୀ  ରେଳ ଟିକେଟ  , ବ୍ୟାଗ  , ପରିଚୟ ପତ୍ର ଓ ଟୋପି  ବଣ୍ଟନ  କରିଥିଲେ  । ତୀର୍ଥଯାତ୍ରୀଙ୍କୁ  ନିତ୍ୟ  ବ୍ୟବହାର୍ଜ୍ୟ  ସାମଗ୍ରୀ  ଯୋଗାଇଦିଆଯାଇଛି  । ବିଭିନ୍ନ ସ୍ଥାନରେ  ରହଣି  ବ୍ୟବସ୍ଥା ମଧ୍ୟ  ସରକାରଙ୍କ ପକ୍ଷରୁ ହୋଇଛି  । ରେଳରେ  ଡାକ୍ତର,  ସେବିକା ଓ ଅନ୍ୟ  କର୍ମଚାରୀଙ୍କୁ   ନିୟୋଜିତ କରାଯାଇଛି  । ୧୩ ଜଣ  ଗାଇଡ ଓ ଏସକଟ  ଉକ୍ତ  ଟ୍ରେନରେ  ଯାଇଛନ୍ତି  । ସରକାରୀ  ସୂତ୍ରରୁ  ମିଳିଥିବା  ତଥ୍ୟାନୁଯାୟୀ  , ଗଞ୍ଜାମ  ଜିଲ୍ଲାରୁ  ସର୍ବାଧିକ  ୬୪୫ ମହିଳା ଓ ପୁରୁଷ  ବରିଷ୍ଠ  ନାଗରିକ  ତୀର୍ଥ  ଭ୍ରମଣରେ  ଯାଇଥିବା ବେଳେ  ଗଜପତି ଜିଲ୍ଲାରୁ  ୨୨ ଜଣ ଅଛନ୍ତି  । ସେହିପରି  କୋରାପୁଟ  ଜିଲ୍ଲାରୁ ୨୩ ,  ମାଲକାନାଗିରିରୁ  ୩୯ ,  ନବରଙ୍ଗପୁରରୁ ୪୧ , ରାୟଗଡାରୁ ୧୯ , ନୂଆପଡାରୁ ୪୮ , କଳାହାଣ୍ଡିରୁ  ୬୪ , ବୌଦ୍ଧରୁ ୨୩ ଓ କନ୍ଧମାଳ ଜିଲ୍ଲାରୁ୪୦ ଜଣ  ସ୍ଵତନ୍ତ୍ର  ଟ୍ରେନରେ  ଯାତ୍ରା  କରିଛନ୍ତି  । ମୁଖ୍ୟମନ୍ତ୍ରୀ  ଆସିକା ଗସ୍ତ  କାର୍ଯ୍ୟକ୍ରମ ସାରି ରେଳଷ୍ଟେସନରେ  ମଧ୍ୟାନ୍ନ ୧୨ ଟାରେ  ପହଞ୍ଚିଥିଲେ  । ଦୁଇ ମନ୍ତ୍ରୀଙ୍କ ସମେତ  ଗଞ୍ଜାମ ଜିଲ୍ଲା  ଯୋଜନା କମିଟି  ଅଧ୍ୟକ୍ଷ ତଥା  ବିଧାୟକ  ରମେଶ ଚନ୍ଦ୍ର  ଚ୍ୟାଉ ପଟ୍ଟନାୟକ , ବିଧାୟିକା  ଭି.  ସୁଜ୍ଞାନ କୁମାରୀ  ଦେଓ  , ବିଏମସି ମେୟର  କେ . ମାଧବୀ , ବିଡିଏ ଅଧ୍ୟକ୍ଷ  ସୁବାସ ଚନ୍ଦ୍ର  ମହାରଣା  , ପୂର୍ବତନ  ବିଧାୟକ  ଶିବଶଙ୍କର  ସାହାଣି  , ବିସିସି ବ୍ୟାଙ୍କ ସଭାପତି  ଅଲେଖ  ଚୌଧୁରୀଙ୍କ  ସମେତ  ବିଜେଡି  ନେତାମାନେ  ମୁଖ୍ୟମନ୍ତ୍ରୀଙ୍କୁ  ସ୍ଵାଗତ  ଜଣାଇଥିଲେ  । ଏହିଅବସରରେ  ରେଳଷ୍ଟେସନ  ପ୍ଲାଟଫର୍ମରେ  ବିଭିନ୍ନ  ସାଂସ୍କୃତିକ  କାର୍ଯ୍ୟକ୍ରମରେ ପାଲା , ଭାରତଲୀଳା , ଘୋଡାନାଚ ଓ ଧୁଡୁକି  ନାଚ  ଆଦି ପରିବେଷଣ  କରାଯାଇଥିଲା  ।

ତୀର୍ଥଯାତ୍ରାର ସୁବିଧା

ସୂଚନାଯୋଗ୍ୟ ଯେ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳକୁ ତୀର୍ଥଯାତ୍ରାର ସୁବିଧା ଦେବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ ରାଜ୍ୟର ବରିଷ୍ଠ ନାଗରିକମାନେ ରାମେଶ୍ୱରମ୍ -ମଦୁରାଇ, ହରିଦ୍ୱାର-ଋଷିକେଶ ଓ ଆଲ୍ଲାହବାଦ-ବାରଣାସୀ ଆଦି ତୀର୍ଥସ୍ଥାନକୁ ଭ୍ରମଣ କରିବାର ସୁବିଧା ପାଇବେ। ତୀର୍ଥଯାତ୍ରୀମାନଙ୍କ ପାଇଁ ଟ୍ରେନ୍ ଓ ବସ୍ ର ସୁବିଧା କରାଯିବା ସହିତ ପ୍ରତ୍ୟେକ ଟ୍ରେନ୍ ରେ ଡାକ୍ତର, ପାରାମେଡ଼ିକାଲ୍ ଷ୍ଟାଫ୍ , ସୁରକ୍ଷା କର୍ମୀ ଓ ଗାଇଡ୍ ଆଦି ଆବଶ୍ୟକ ସହାୟତା ପାଇଁ ରହିବେ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଆସ୍କା ବ୍ଳକ୍ ର ୯.୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗହଙ୍ଗୁ ସେତୁର ଶୁଭ ଉଦ୍ ଘାଟନ କରିବା ସହ ବାବନପୁର ଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମିନିଷ୍ଟାଡିୟମ୍ ର ଶୁଭ ଉଦ୍ ଘାଟନ କରିଥିଲେ। ଆସ୍କା ଏନ୍ ଏସିର ବାଣୀବିହାର ଠାରେ ୩୯.୫୬ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ କଲ୍ୟାଣ ମଣ୍ଡପ,ନିରଞ୍ଜନ ମହିଳା ମହାବିଦ୍ୟାଳୟର ନୂତନ ଭାବେ ନିର୍ମିତ ୩୨୪.୩୧ ଲକ୍ଷ ଟଙ୍କା ବ୍ୟୟରେ ଅତିରିକ୍ତ କୋଠ. ଚାରିମାଇଲ୍ ଠାରେ ୭୦୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରୀଡ୍ ସବ୍ ଷ୍ଟେସନ୍ ର ଶିଳାନ୍ୟାସ , ବରଗାଁ-ଭେଟସିଂ ରାସ୍ତାରେ ୧୦୩.୧୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେତୁର ଶୁଭ ଉଦ୍ ଘାଟନ କରିଥିଲେ। ଉପଭୋକ୍ତା ସମସ୍ତ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ବିଧାୟକ ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ମଧ୍ୟାହ୍ନ ୧୨.୩୦ ମିନିଟ୍ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ତୀର୍ଥଯାତ୍ରୀଙ୍କୁ ରାମଶ୍ୱରମ୍ ନେଇ ଯାଉଥିବା ଟ୍ରେନ୍ କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ତୀର୍ଥଯାତ୍ରୀମାନଙ୍କୁ ଟ୍ରାଭେଲ୍ କିଟ୍ ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଗୋପାଳପୁର ଠାରେ ୭.୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରଦ୍ଧା ସଞ୍ଜିବନୀ ଚାଇଲ୍ଡ କେୟାର ହୋମ୍ ର ଶୁଭ ଉଦ୍ ଘାଟନ ପରେ ୫.୮୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ବସ୍ ଷ୍ଟାଣ୍ଡର ଶୁଭ ଉଦ୍ ଘାଟନ କରି ଜନ ସାଧାରଣଙ୍କୁ ଉଦ୍ ବୋଧନ ଦେଇଥିଲେ। ଗୋପାଳପୁର ସହରର ଅଗ୍ରଗତି ଦେଖି ମୁଖ୍ୟମନ୍ତ୍ରୀ ଅନନ୍ଦ ପ୍ରକାଶ କରିବା ସହ ଗୋପାଳପୁର ସହରକୁ ଏକ ଅତ୍ୟାଧୁନିକ ସହରରେ ପରିଣତ କରିପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗୋପାଳପୁର ମତ୍ସ୍ୟଜୀବୀଙ୍କ ନିମନ୍ତେ ପ୍ରତିଘର ପିଛା ୩ ଲକ୍ଷ ଟଙ୍କା ବ୍ୟୟରେ ୮୫୦ଟି ଓଡିଆର୍ ପି ଗୃହ ଯୋଗାଇ ଦିଆଯାଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଓ ଛତ୍ରପୁର, ସୋରଡ଼ା ଓ ପୋଲସରାର ବିଧାୟକ ଯୋଗ ଦେଇଥିଲେ।

ଆଧାର : "odiapua"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate