ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା “ବିତ୍ତ ଅପ୍ରାପ୍ତଙ୍କୁ ବିତ୍ତ ପ୍ରାପ୍ତି” ପାଇଁ ସରକାରଙ୍କ ଏକ ଅଗ୍ରଣୀ ଯୋଜନା । ଏହାଦ୍ୱାରା ବିଭିନ୍ନ ସ୍ତରରେ ହେଉଥିବା ଉଦ୍ୟୋଗ ଗୁଡିକୁ ଔପଚାରିକ ବିତ୍ତୀୟ ପ୍ରଣାଳୀ ମଧ୍ୟକୁ ଆଣିବା ଏବଂ ସେଥିପାଇଁ କମ ଦରରେ ରୁଣ ଯୋଗାଇବା ଏହାର ଉଦ୍ଦେଶ୍ୟ । ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଋଣକାରୀ ମାନେ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ରାଷ୍ଟ୍ରାୟତ୍ତ ଉପକ୍ରମ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୈଦେଶିକ ବ୍ୟାଙ୍କ, କ୍ଷୁଦ୍ର ରୁଣ ସଂସ୍ଥା, ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ଇତ୍ୟାଦି ଠାରୁ ଅଣ-କୃଷି ଭିତ୍ତିକ ଉଦ୍ୟୋଗ ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ନେଇ ପାରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନା ୮ ମେ ୨୦୧୫ ରେ ପ୍ରାରମ୍ଭ କରଯାଇଥିଲା । ଯୋଗ୍ୟତା ଯେକୌଣସି ଭାରତୀୟ ନାଗରିକ, ଯାହାଙ୍କର କିଛି ଅଣ-କୃଷି ଭିତ୍ତିକ ଉଦ୍ୟୋଗ ପାଇଁ ଯୋଜନା ଅଛି, ଯଥା ଉତ୍ପାଦନ, ବ୍ୟବସାୟ କିମ୍ବା ସେବାପ୍ରଦାନ; ଓ ତାହା ୧୦ ଲକ୍ଷ ତାଙ୍କ ମଧ୍ୟରେ ହୋଇଥିବ, ସେମାନେ ଯେକୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, କ୍ଷୁଦ୍ର ରୁଣ ସଂସ୍ଥା, ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ଇତ୍ୟାଦିଙ୍କୁ ଏହି ଯୋଜନାରେ ରୁଣ ପାଇଁ ଦରଖାସ୍ତ କରିପାରିବେ । ଦିଆଯାଉଥିବା ଋଣର ପ୍ରକାର ଏହି ଯୋଜନାରେ ନିମ୍ନ ପ୍ରକାରର ରୁଣ ଦିଆଯାଇଥାଏ : ଶିଶୁ : ୫୦୦୦୦ ଟଙ୍କା ପର୍ଯ୍ୟନ୍ତ କିଶୋର : ୫୦୦୦୦ ରୁ ଉର୍ଦ୍ଧ୍ଵ ଏବଂ ୫୦୦୦୦୦ ପର୍ଯ୍ୟନ୍ତ ତରୁଣ : ୫୦୦୦୦୦ ରୁ ଊର୍ଦ୍ଧ୍ଵ ଏବଂ ୧୦୦୦୦୦୦ ପର୍ଯ୍ୟନ୍ତ ଉଦ୍ୟୋଗର ଅବସ୍ଥା ଓ ରୁଣ ପରିମାଣ ର ଅବଶ୍ୟକତାକୁ ଚାହିଁ ଏପରି ନାମକରଣ କରାଯାଇଛି । ଏହା ଉଚ୍ଚତର ସୋପନକୁ ଯିବାପାଇଁ ଏକ ସଙ୍କେତ ମଧ୍ୟ ଦେଇଥାଏ । ଏହି ଯୋଜନାରେ ୬୦% ପରିମାଣର ରୁଣ ଶିଶୁ ଦିଆଯାଏ ଓ ୪୦% ଅନ୍ୟାନ୍ୟ ବର୍ଗରେ ଦିଆଯାଏ । ଏହି ଯୋଜନାରେ କୌଣସି ପ୍ରକାରର ଅନୁବୃତ୍ତି କିମ୍ବା ଛାଡ ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ଉଦ୍ୟୋଗଟି ସରକାରଙ୍କ କୌଣସି ଯୋଜନା ସହ ସମ୍ମିଳିତ କରାଯାଏ ଓ ସରକାରଙ୍କ ମୂଳଧନ ଅନୁବୃତ୍ତି ପାଏ, ତେବେ ସେ ଏହି ଯୋଜନା ମାଧ୍ୟମରେ ରୁଣ ପାଇ ପାରିବେ । ଚିହ୍ନିତ କ୍ଷେତ୍ର/ ବିଭାଗ ଅଧିକତମ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ କେତେକ ଉଦ୍ୟୋଗ କ୍ଷେତ୍ରରେ ଚାହିଦା ମେଣ୍ଟାଇବା ପାଇଁ କ୍ଷେତ୍ର/ କାର୍ଯ୍ୟ କୈନ୍ଦ୍ରିକ ଯୋଜନା କାର୍ଯ୍ୟ।ନ୍ଵିତ କରାଯିବ । ପ୍ରଥମତଃ, କେତେକ ବ୍ୟବସାୟର ସଘନତା କୁ ବିଚାରକୁ ନିଆଯାଇ ଏହି ଚିହ୍ନଟିକରଣ କରାଯାଇଛି । ଭୂପୃଷ୍ଠ-ପରିବହନ କାର୍ଯ୍ୟକଳାପ : ଏଥିରେ ମାଲ ତଥା ଲୋକ ପରିବହନପାଇଁ ଯଥା ଅଟୋ ରିକ୍ସା, ଛୋଟ ମାଲ ପରିବାହନ ଗାଡି, ଇ-ରିକ୍ସା ଇତ୍ୟାଦି ବାହନ କିଣିବା ପାଇଁ । ଗୋଷ୍ଠୀଗତ, ସାମାଜିକ ଏବଂ ବ୍ୟକ୍ତିଗତ କାର୍ଯ୍ୟକଳାପ : ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଉଟି ପାର୍ଲର, ସେଲୁନ, ବୁଟିକ, ଜିମଖାନା ସାଇକଲ ଓ ମୋଟର ସାଇକଲ ମରାମତି ଦୋକାନ ଇତ୍ୟାଦି । ଖାଦ୍ୟ ଉତ୍ପାଦ : ଆଚାର ପାମ୍ପଡ ଜେଲି ତିଆରି ଉଦ୍ୟୋଗ, ଗ୍ରାମ ସ୍ତରରେ କୃଷି ଉତ୍ପାଦର ସଂରକ୍ଷଣ, ମିଠା ଦୋକାନ, ଫଳ ଦୋକାନ, ପାଉଁରୁଟି, ବନ୍, କ୍ୟାଟରିଙ୍ଗ, ଆଇସକ୍ରିମ, କାଣ୍ଟୀନ ଇତ୍ୟାଦି । ବୟନ ଶିଳ୍ପ : ହସ୍ତତନ୍ତ, ବିଦ୍ୟୁତ ଚାଲିୟାତ ତନ୍ତ, ଚିକନ କାର୍ଯ୍ୟ, ଜରି ଏବଂ ଜର୍ଦୋଜି କାର୍ଯ୍ୟ, ପାରମ୍ପରିକ ସୂଚିକାମ, ପାରମ୍ପରିକ ବାନ୍ଧ ଓ ରଙ୍ଗ କାର୍ଯ୍ୟ, ଲୁଗା ଉପରେ ଛାପା କାର୍ଯ୍ୟ, ପୋଷାକ ଡିଜାଇନ, ବୁଣା କାର୍ଯ୍ୟ, କମ୍ପୁଟରୀକୃତ ସୂଚୀ କାର୍ଯ୍ୟ, ସିଲେଇ ଏବଂ ଅନ୍ୟାନ୍ୟ ଅଣ-ପୋଷାକ ବୟନ କାର୍ଯ୍ୟ । କିପରି ଦରଖାସ୍ତ କରିବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ରୁଣ ନେବାକୁ ଆଗ୍ରହୀ ବ୍ୟକ୍ତିମାନେ ନିଜ ଅଞ୍ଚଳର ଯେକୌଣସି ବ୍ୟାଙ୍କ କିମ୍ବା ଅନ୍ୟ ବିତ୍ତୀୟ ଅନୁଷ୍ଠାନରେ ଏଠି ପାଇଁ ଦରଖାସ୍ତ କରିପାରିବେ । ଦରଖାସ୍ତ ସହ ନଥି କରନ୍ତୁ: ପରିଚୟ ପତ୍ର: ନିଜଦ୍ଵାରା ଅନୁପ୍ରମାଣିତ ଭୋଟର ପରିଚୟପତ୍ର/ ଡ୍ରାଇଭିଙ୍ଗ ଲାଇସେନ୍ସ/ପ୍ୟାନ କାର୍ଡ/ ଆଧାର କାର୍ଡ/ ପାସ୍ପୋର୍ଟ/ ସରକାରଙ୍କ ଦ୍ଵାରା ପ୍ରଦତ୍ତ କୌଣସି ଫୋଟୋ ପରିଚୟ ପତ୍ର । ଆବାସ ପ୍ରମାଣପତ୍ର: ନୂତନ ବିଦ୍ୟୁତ ବିଲ୍, ସମ୍ପତ୍ତି ଟିକସ ରସିଦ (୨ ମାସ ମଧ୍ୟର), ଭୋଟର ପରିଚୟପତ୍ର/ ପାସ୍ପୋର୍ଟ/ ମାଲିକ କିମ୍ବା ଭାଗୀଦାରଙ୍କ ବ୍ଯାଙ୍କ ଏକାଉଣ୍ଟ ପାସ ବୁକ/ବ୍ୟାଙ୍କ ଅଧିକାରୀଙ୍କ ଦ୍ଵାରା ଅନୁପ୍ରମାଣିତ ବିବୃତି । ୬ ମାସ ଭିତରେ ଉଠାଯାଇଥିବା ୨ ଟି ପାସ୍ପୋର୍ଟ ଫୋଟୋ । କିଣିବାକୁଥିବା ଯନ୍ତ୍ରପାତି/ ମେସିନର କୋଟେସନ । ଯନ୍ତ୍ରପାତିର ବିବରଣୀ/ ଯୋଗାଣକାରୀ/ ଦାମ ଓ ଅନ୍ୟାନ୍ୟ ବିବରଣୀ । ବ୍ୟବସାୟ ର ଠିକଣା, ଅନୁମତି ପତ୍ର (ଲାଇସେନ୍ସ), ନିବନ୍ଧନ ପ୍ରମାଣପତ୍ର, ମାଲିକାନା କିମ୍ବା ଭାଗୀଦାରୀ ପ୍ରମାଣ ପାଇଁ ଆନୁଷଙ୍ଗିକ କାଗଜ ପତ୍ର । ବର୍ଗ ପ୍ରମାଣପତ୍ର: ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଅନ୍ୟାନ୍ୟ ପଛୁଆ ବର୍ଗ ଇତ୍ୟାଦି । ଦ୍ରଷ୍ଟବ୍ୟ: ଏହି ରୁଣ ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ନାହିଁ । କୌଣସି ଆନୁଷଙ୍ଗିକ ଜମା ବା ବନ୍ଧକ ନାହିଁ । ପରିଶୋଧ ସମୟ ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ରୁଣ ଆବେଦନକାରୀ ଅନ୍ୟ କୌଣସି ବ୍ୟାଙ୍କ କିମ୍ବା ବିତ୍ତୀୟ ଅନୁଷ୍ଠାନର ରୁଣ ଖିଲାପକାରୀ ହୋଇନଥିବେ । ଅଧିକ ତଥ୍ୟ ପାଇଁ ରୁଣ ଆବେଦନ ପତ୍ର ବ୍ୟାଙ୍କର ତାଲିକା -ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା