অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ତିମ ଆର୍ଥିକ ପ୍ୟାକେଜ

ପ୍ରମୁଖ ବୈଶିଷ୍ଟ୍ୟ

  • ସ୍ୱାସ୍ଥ୍ୟ ବିଭାଗ ପାଇଁ 15 ହଜାର କୋଟି ପ୍ରତିଶ୍ରୁତି ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ
  • ମନରେଗାରେ ଅତିରିକ୍ତ 40 ହଜାର କୋଟି ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ
  • ପ୍ରଥମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦେବା ନିମନ୍ତେ ପିଏମ ଇ-ବିଦ୍ୟା
  • କାର୍ଯ୍ୟକ୍ରମର ଘୋଷଣା ପ୍ରଶଂସନୀୟ

ଅନ୍ତିମ ଆର୍ଥିକ ପ୍ୟାକେଜ ସମ୍ବନ୍ଧରେ ସୂଚନା

ଅନ୍ତିମ ପ୍ୟାକେଜ ଘୋଷଣାରେ କୋଭିଡ-19 ତଥା ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିମନ୍ତେ 15 ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ପୂର୍ବରୁ ଏହା ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ 50 ଲକ୍ଷ ଲେଖାଏଁ ଟଙ୍କା ବୀମା ଘୋଷଣା କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ, ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ପୁଞ୍ଜିନିବେଶ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ସଂକ୍ରାମକ ରୋଗ ପାଇଁ ପ୍ରତି ଜିଲ୍ଲାରେ ହସ୍ପିଟାଲରେ ଏକ ବ୍ଲକ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ ଏବଂ ଭବିଷ୍ୟତ ମହାମାରୀକୁ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ମନରେଗାରେ ଅତିରିକ୍ତ 40 ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ । ଏହି ଯୋଜନାରେ ସେମାନେ ସ୍ଥାନୀୟ ଅଂଚଳରେ କାମ କରିପାରିବେ ଏବଂ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ । ଅପରପକ୍ଷରେ ଆଜିର ଘୋଷଣା ଏମଏସଏମଇ କ୍ଷେତ୍ରକୁ ମଜବୁତ୍ କରିବ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସକୁ ସୁଗମ କରିବ । ଅପରପକ୍ଷରେ ପ୍ରଥମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପିଲାଙ୍କ ଶିକ୍ଷା ପାଇଁ ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମର ଘୋଷଣା ପ୍ରଶଂସନୀୟ । ଏହାଦ୍ୱାରା ସେମାନେ ଗୋଟିଏ ଟିଭି ଚ୍ୟାନେଲ ଜରିଆରେ ପାଠ ପଢିପାରିବେ ।

ଦେଶରେ ବ୍ୟବସାୟରେ ଥିବା ପ୍ରତିବନ୍ଧକ ସମସ୍ୟାକୁ ସମାଧାନ କରିବ, ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବ, ଉଦ୍ୟୋଗୀ ଓ ଚାଷୀ ଓ ଶ୍ରମିକମାନଙ୍କୁ ସଶକ୍ତ କରିବ, ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ବଢିବ । ମୋଟ ଉପରେ ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଶରେ କରୋନା ମହାମାରୀ ଏବଂ ପରବର୍ତ୍ତୀ ସମୟର ପ୍ରଭାବକୁ ହ୍ରାସ କରିବାରେ ସହାୟକ ହେବ ।

ଆଧାର - "ପିଆଇବି"

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate