অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆତ୍ମନିର୍ଭର ଭାରତ ଅଭିଯାନରେ ଆଉ 7ଟି କ୍ଷେତ୍ର ପାଇଁ ସଂସ୍କାର କାର୍ଯ୍ୟକ୍ରମ

ଆତ୍ମନିର୍ଭର ଭାରତ ଅଭିଯାନରେ ଆଉ 7ଟି କ୍ଷେତ୍ର ପାଇଁ ସଂସ୍କାର କାର୍ଯ୍ୟକ୍ରମ

ପ୍ରମୁଖ ବୈଶିଷ୍ଟ୍ୟ

  • ରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ମନରେଗା ବ୍ୟୟବରାଦରେ 40 ହଜାର କୋଟି ଟଙ୍କା ବୃଦ୍ଧି
  • ସମ୍ଭାବ୍ୟ ବୈଶ୍ଵିକ ମହାମାରୀ ମୁକାବିଲା ପାଇଁ ଜନସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂସ୍କାରରେ ଅଧିକ ପୁଞ୍ଜି ବିନିଯୋଗ
  • କୋଭିଡ-19 ପରବର୍ତ୍ତୀ ବୈଶ୍ଵିକ ଜ୍ଞାନଯୁକ୍ତ ଶିକ୍ଷା ଉପରେ ପ୍ରାଧାନ୍ୟ
  • ଆଇବିସି ସମ୍ପର୍କିତ ପଦକ୍ଷେପ ଦ୍ଵାରା ବ୍ୟବସାୟକୁ ସୁଗମ କରିବା
  • କମ୍ପାନୀ ଆଇନରେ ସଂଶୋଧନ ଓ ବ୍ୟବସାୟରେ ସୁଗମତା
  • ଆତ୍ମନିର୍ଭରଶୀଳ ନୂତନ ଭାରତ ଗଠନ ପାଇଁ ସରକାରୀ ଉଦ୍ୟୋଗ ନୀତି
  • 2020-21 ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟଗୁଡ଼ିକର କରଜ ହାର ଶତକଡା 3 ରୁ 5 ଭାଗକୁ ବୃଦ୍ଧି; ରାଜ୍ୟସ୍ତରୀୟ ସଂସ୍କାର ପ୍ରବର୍ତ୍ତନ

20 ଲକ୍ଷ କୋଟି ଟଙ୍କାର ଏକ ସ୍ଵତନ୍ତ୍ର ଆର୍ଥିକ ଏବଂ ଦୀର୍ଘମିଆଦି ପ୍ୟାକେଜର ଘୋଷଣା, ଯାହାକି ଦେଶର ସାମଗ୍ରିକ ଉତ୍ପାଦନ (ଜିଡିପି)ର ଶତକଡା 10 ଭାଗ । ସେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଅଭିଯାନ ପାଇଁ ଆହ୍ଵାନ ଦେଇଛନ୍ତି । ସେ ମଧ୍ୟ ଆତ୍ମନିର୍ଭର ଭାରତ ପାଇଁ 5ଟି ବିଷୟ ଉପରେ ଗୁରୁତ୍ଵାରୋପ କରିଛନ୍ତି । ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଉତ୍ସାହୀ ଜନସଂଖ୍ୟା ଏବଂ ଚାହିଦା ।

ଠିକ ଲକଡାଉନର ଘୋଷଣା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ଘୋଷଣା କରିଛନ୍ତି  । 1 ଲକ୍ଷ 70 ହଜାର କୋଟି ଟଙ୍କାର ଏହି ପ୍ୟାକେଜରେ ସରକାର ମାଗଣା ଖାଦ୍ୟ ଶସ୍ୟ ବିତରଣ, ମହିଳା, ଗରିବ ବରିଷ୍ଠ ନାଗରିକ ଏବଂ ଚାଷୀମାନଙ୍କୁ ନଗଦ ଅର୍ଥ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ । ଏହି ପ୍ୟାକେଜର ଦ୍ରୁତ ତ୍ଵରାନ୍ଵିତ ପ୍ରକ୍ରିୟାକୁ ସରକାର ନୀରବଚ୍ଛିନ୍ନ ଭାବେ ଅନୁଧ୍ୟାନ କରୁଛନ୍ତି । ପ୍ରାୟ 41 କୋଟି ଗରିବ ଲୋକଙ୍କୁ 52,608 କୋଟି ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅଧୀନରେ ପ୍ରଦାନ କରାଯାଇଛି । ବୈଷୟିକ ଜ୍ଞାନର ଉପଯୋଗ କରି ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ (ଡିବିଟି) ଜରିଆରେ ଲୋକମାନଙ୍କ ପାଖରେ ସହାୟତା ପହଞ୍ଚା ଯାଇପାରିଛି ।

ଏଥିସହ ରାଜ୍ୟଗୁଡିକ 84 ଲକ୍ଷ ଟନ ଖାଦ୍ୟ ଶସ୍ୟ ଉଠାଇବା ସହ ବିଭିନ୍ନ ରାଜ୍ୟକୁ 3.50 ଲକ୍ଷ ଟନ ଡାଲି ଜାତୀୟ ସାମଗ୍ରୀ ମଧ୍ୟ ପଠାଯାଇଛି ।

ସରକାରୀ ସଂସ୍କାର ପାଇଁ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପ୍ୟାକେଜଗୁଡ଼ିକ, ବ୍ୟବସାୟିକ ସହାୟତା, ବ୍ୟବସାୟିକ ସୁଗମତା (ଇଜ ଅଫ ଡୁଇଂ ବିଜିନେସ), ରାଜ୍ୟ ସରକାର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରଭଳି 7ଟି ବିଷୟ ଉପରେ ଗୁରୁତ୍ଵାରୋପ କରିଛନ୍ତି ।

ରୋଜଗାରକୁ ପ୍ରୋତ୍ସାହିତ କରିବା ପାଇଁ ମନରେଗାରେ 40 ହଜାର କୋଟି ଟଙ୍କାର ଅଧିକ ବ୍ୟୟବରାଦ

ସରକାର ବର୍ତ୍ତମାନ ମନରେଗା ପାଇଁ ଅତିରିକ୍ତ 40 ହଜାର କୋଟି ଟଙ୍କା ପ୍ରଦାନ କରିବେ । ଏହା 300 କୋଟି ଶ୍ରମଦିବସ ସୃଷ୍ଟି କରିବା ସହ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ଦାଦନ ଶ୍ରମିକଙ୍କୁ ମୌସୁମୀ ଋତୁରେ ସହାୟକ ହେବ । ସ୍ଥାୟୀ ଓ ଜୀବିକା ନିର୍ବାହକାରୀ ତଥା ଜଳ ସଂରକ୍ଷଣ ଯୋଗୁଁ ଉତ୍ପାଦନ ଅଧିକା ହେବା ସହ ଗ୍ରାମ୍ୟ ଅର୍ଥନୀତିରେ ମଧ୍ୟ ବିକାଶ ଘଟିବ।

ସ୍ୱାସ୍ଥ୍ୟ ସଂସ୍କାର ଓ ପଦକ୍ଷେପ

ଉଭୟ ଗ୍ରାମ ଓ ସହରାଞ୍ଚଳରେ ତୃଣମୂଳସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ସାମଗ୍ରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇଛି । ସଂକ୍ରାମକ ରୋଗ ଦୂରୀକରଣ ପାଇଁ ନମୁନା ପରୀକ୍ଷା ଓ ପର୍ଯ୍ୟବେକ୍ଷଣକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ସ୍ୱାସ୍ଥ୍ୟ ପରୀକ୍ଷାଗାରମାନ ନିର୍ମାଣ କରାଯିବ । ଏଥିଯୋଗୁଁ ତୃଣମୂଳ ସ୍ତରରେ ବୈଶ୍ଵିକ ମହାମାରୀକୁ ରୋକିବା ଦିଗରେ ସଫଳତା ମିଳିପାରିବ । ଭାରତ ଭେଷଜ ଗବେଷଣା ପରିଷଦ ଜାତୀୟ ସ୍ତରରେ ଅଧିକରୁ ଅଧିକ ଗବେଷଣାକୁ ପ୍ରୋତ୍ସାହିତ କରିବ । ଜାତୀୟ ସାଂକ୍ଷିକ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଜାତୀୟ ସାଂକ୍ଷିକ ସ୍ୱାସ୍ଥ୍ୟ ବ୍ଲୁ ପ୍ରିଣ୍ଟକୁ ତ୍ୱରାନ୍ୱିତ କରାଯିବ ।

କୋଭିଡ ପରେ ବୈଷୟିକ ଜ୍ଞାନଯୁକ୍ତ ଶିକ୍ଷା ବ୍ୟବସ୍ଥା

ଅନଲାଇନ ଶିକ୍ଷାକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଇ-ବିଦ୍ୟା କାର୍ଯ୍ୟକ୍ରମ ଖୁବ ଶୀଘ୍ର ଆରମ୍ଭ କରାଯିବ । ଛାତ୍ରଛାତ୍ରୀ, ଶିକ୍ଷକ ଓ ପରିବାରର ମାନସିକ ସ୍ୱାସ୍ଥ୍ୟ ଓ ବୌଦ୍ଧିକ ଉନ୍ନତିକୁ ଦୃଷ୍ଟିରେ ରଖି ମନଦର୍ପଣ କାର୍ଯ୍ୟକ୍ରମ ଖୁବ ଶୀଘ୍ର ଆରମ୍ଭ ହେବ । ବିଦ୍ୟାଳୟ, ଶିଶୁ ଏବଂ ଶିକ୍ଷକମାନଙ୍କ ପାଇଁ ନୂତନ ଜାତୀୟ ପାଠ୍ୟ ଖସଡା ଓ ଶିକ୍ଷାଗତ ଯୋଗ୍ୟତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ । 2025 ସୁଦ୍ଧା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଯେପରି ପ୍ରତ୍ୟେକ ଶିକ୍ଷା ଲାଭ କରନ୍ତି ସେଥିପାଇଁ ଜାତୀୟ ଭିତ୍ତିଭୂମି ସ୍ଵାକ୍ଷରତା ଓ ସାଂକ୍ଷିକ ମିଶନ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଆରମ୍ଭ କରାଯିବ ।

ଆଇବିସି ସମ୍ପର୍କିତ ପଦକ୍ଷେପ ଦ୍ଵାରା ବ୍ୟବସାୟିକ ସୁଗମତାକୁ ପ୍ରାଧାନ୍ୟ

ଦେବାଳିଆ ସ୍ଥିତି ପାଇଁ ଉଦ୍ୟୋଗୀଙ୍କ ପୁଞ୍ଜି 1 ଲକ୍ଷରୁ 1 କୋଟିକୁ ବୃଦ୍ଧି କରାଯାଇଛି । ଏହା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କୁ ସୁହାଇବ । ଖୁବ ଶୀଘ୍ର ଏମଏସଏମଇର ଧାରା 240ଏ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇବ । ବୈଶ୍ଵିକ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ୟୁନ 1 ବର୍ଷ ପାଇଁ ଦେବାଳିଆ ସ୍ଥିତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଦେବାଳିଆ ଜନିତ ମାମଲାଗୁଡିକୁ କୋଭିଡ-19 ଦୃଷ୍ଟିରୁ ବକେୟା ପରିଗଣିତ ହେବ ନାହିଁ ।

କମ୍ପାନୀ ଆଇନରେ ଅପରାଧମୁକ୍ତ ବ୍ୟବସ୍ଥା

ନାମକୁ ମାତ୍ର ବୈଷୟିକ ଓ ପଦ୍ଧତିଗତ ତୃଟି ବିଚ୍ୟୁତି, ଏଜିଏମ ବୈଠକ ନଡାକିବା, ବୋର୍ଡ ରିପୋର୍ଟରେ ଅନିୟମତତା ଭଳି ବିଷୟଗୁଡ଼ିକୁ କମ୍ପାନୀ ଆଇନରେ ଅପରାଧମୂଳକ ବୋଲି ବିବେଚନା କରାଯିବ ନାହିଁ ।

ବାଣିଜ୍ୟିକ ଉଦ୍ୟୋଗରେ ବ୍ୟବସାୟିକ ସୁଗମତା

  • ଅନୁମତିପ୍ରାପ୍ତ ବିଦେଶୀ ପରିସୀମା ମଧ୍ୟରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ସୁରକ୍ଷା ଜମା ତାଲିକାଭୁକ୍ତ ହେବ ।
  • ଘରୋଇ କମ୍ପାନୀ ଯେଉଁଗୁଡିକ ଷ୍ଟକ ଏକ୍ସଚେଞ୍ଜରେ ଏନସିଡି ତାଲିକାଭୁକ୍ତ ହୋଇଥିବ ସେଗୁଡିକ ତାଲିକାଭୁକ୍ତ କମ୍ପାନୀ ଭାବରେ ମାନ୍ୟତା ପାଇବେ ନାହିଁ  ।
  • କମ୍ପାନୀ ଆଇନ 1956 ଅଧିନସ୍ଥ IXA କମ୍ପାନୀ ଆଇନ 2013ର ପୃଷ୍ଠଭୁକ୍ତ ହେବ ।
  • ଏନସିଏଲଏଟି ପାଇଁ ଅତିରିକ୍ତ ଓ ସ୍ଵତନ୍ତ୍ର ବେଞ୍ଚ  ପ୍ରତିଷ୍ଠା କ୍ଷମତା ।
  • ଏକକ, ଉତ୍ପାଦକ କମ୍ପାନୀ ଏବଂ ଷ୍ଟାର୍ଟ ଅପ୍ସ ଭଳି ଛୋଟ କମ୍ପାନୀଗୁଡ଼ିକର ସବୁ ପ୍ରକାର ଭୁଲ ପାଇଁ କମ ଜୋରିମାନା ।

ଆତ୍ମନିର୍ଭରଶୀଳ ଓ ନୂତନ ଭାରତ ଗଠନ ପାଇଁ ସରକାରୀ ନୀତି

  • ସରକାର ଏକ ନୂତନ ନୀତି ଘୋଷଣା କରିବେ ଯାହାଫଳରେ କି ଜନସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ସରକାରୀ ଉଦ୍ୟୋଗଗୁଡିକର ବିଜ୍ଞପ୍ତି ପ୍ରକାଶ ପାଇବ ।
  • ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୋଟିଏ ସରକାରୀ ଉଦ୍ୟୋଗ ରହୁଥିବା ବେଳେ ଘରୋଇ କ୍ଷେତ୍ରକୁ ମଧ୍ୟ ଅନୁମତି ପ୍ରଦାନ କରାଯିବ ।
  • କେତେକ କ୍ଷେତ୍ରରେ ସରକାରୀ ଉଦ୍ୟୋଗଗୁଡିକର ଘରୋଇକରଣ ହେବ ।
  • ଅଯଥା ପ୍ରଶାସନିକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୋଟିଏରୁ ଚାରୋଟି ପର୍ଯ୍ୟନ୍ତ ଉଦ୍ୟୋଗ ରହିବ । ଅନ୍ୟଗୁଡ଼ିକର ଘରୋଇକରଣ ବା ମିଶ୍ରଣ କରାଯିବ ।

ରାଜ୍ୟ ସରକାରଗୁଡିକୁ ସହାୟତା

କେବଳ 2020-21 ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାରଗୁଡିକର କରଜ ସୀମା ଶତକଡା 3 ରୁ 5 ଭାଗକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ରାଜ୍ୟଗୁଡିକୁ 4.28 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସମ୍ବଳ ମିଳିପାରିବ । କରଜର କିଛି ଅଂଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ନିର୍ଦ୍ଦିଷ୍ଟ ସଂସ୍କାର ପାଇଁ ବ୍ୟୟ କରାଯିବ । ସଂସ୍କାରଗୁଡିକ 4ଟି କ୍ଷେତ୍ରରେ ରହିବ । ସେଗୁଡିକ ହେଲା – ଗୋଟିଏ ଦେଶ ଗୋଟିଏ କାର୍ଡର ସାର୍ବଜନୀନକରଣ, ବ୍ୟବସାୟିକ ସୁଗମତା, ଶକ୍ତି ପରିବଣ୍ଟନ, ସ୍ୱାୟତ୍ତଶାସନ ସଂସ୍ଥା ରାଜସ୍ୱ । ଏସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଯୋଜନା ଖର୍ଚ୍ଚ ବିଭାଗ ଦ୍ଵାରା ବିଜ୍ଞପିତ ହେବ । ଆତ୍ମନିର୍ଭର ଭାରତ ପାଇଁ ଏହିସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଧାର - "ପିଆଇବି"

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate