ମନ୍ତ୍ରୀ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଲକ୍ଷ୍ୟପୂରଣ କରିବାକୁ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ ।
ମୋଟ ଘରୋଇ ଉତ୍ପାଦ (ଜିଡିପି)ର 10 ପ୍ରତିଶତ ସହିତ ସମାନ 20 ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ତଥା ବୃହତ ପ୍ୟାକେଜ ଘ।
କହିଥିଲେନିର୍ଭରଶୀଳ ଭାରତ ପାଞ୍ଚଟି ସ୍ତମ୍ଭ ଉପରେ ନିର୍ଭରଶୀଳ ହେବା ଉଚିତ, ଯଥା:
1. ଏମଏସଏମଇ ସମେତ ବ୍ୟବସାୟଗୁଡ଼ିକ ପାଇଁ 3 ଲକ୍ଷ କୋଟି ଟଙ୍କାର ଜରୁରିକାଳୀନ ଚଳନ୍ତି ପୁଞ୍ଜି ସୁବିଧା
ବ୍ୟବସାୟଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି 29 ଫେବୃଆରୀ 2020 ସୁଦ୍ଧା ବକେୟା ଋଣର 20 ପ୍ରତିଶତ ଅତିରିକ୍ତ ଚଳନ୍ତି ପୁଞ୍ଜି ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ଏହାକୁ ରିହାତି ସୁଧ ଦରରେ ଅବଧି ଋଣ ଆକାରରେ ଯୋଗାଇ ଦିଆଯିବ। 25 କୋଟି ଟଙ୍କା ପର୍ଯ୍ୟନ୍ତ ୠଣ ବକେୟା ଥିବା ଏବଂ 100 କୋଟି ଟଙ୍କାର କାରବାର କରୁଥିବା ୟୁନିଟଗୁଡ଼ିକ ପାଇଁ ଏହି ସୁବିଧା ଉପଲବ୍ଧ ହେବ, ଯେଉଁମାନଙ୍କର ସାଧାରଣ ଆକାଉଣ୍ଟ ଥିବ। ଏହି ୟୁନିଟଗୁଡ଼ିକୁ ଋଣ ସୁବିଧା ପାଇବା ଲାଗି କୌଣସି ପ୍ରକାରର ନିଜସ୍ବ ଗ୍ୟାରେଣ୍ଟି କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ । 45 ଲକ୍ଷରୁ ଅଧିକ ଏମଏସଏମଇଗୁଡ଼ିକ ପାଇଁ ଭାରତ ସରକାରଙ୍କୁ ମୋଟ 3.0 ଲକ୍ଷ କୋଟି ଟଙ୍କାର ମୋଟ ନଗଦ ସହାୟତା ଯୋଗାଇ ଦେବେ।
2. ଚାପଗ୍ରସ୍ତ ଏମଏସଏମଇଗୁଡ଼ିକ ପାଇଁ 20ହଜାର କୋଟି ଟଙ୍କାର ସହାୟକ ଋଣ
ଏନପିଏ ଘୋଷିତ କିମ୍ବା ମାନ୍ଦାବସ୍ଥା ଦେଇ ଗତି କରୁଥିବା 2 ଲକ୍ଷ ଏମଏସଏମଇଗୁଡ଼ିକୁ 20 ହଜାର କୋଟି ଟଙ୍କାର ସହାୟକ ଋଣ ସୁବିଧା ପ୍ରଦାନ କରାଯିବ। ଏମଏସଏମଇ ପାଇଁ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟକୁ 4 ହଜାର କୋଟି ଟଙ୍କାର ସହାୟତା ଦେଇ ସରକାର ସେମାନଙ୍କୁ ସମର୍ଥନ କରିବେ । ବ୍ୟାଙ୍କଗୁଡ଼ିକ ଏପରି ଏମଏସଏମଇଗୁଡ଼ିକର ପ୍ରମୋଟରମାନଙ୍କୁ ସର୍ବାଧିକ 75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟକ ଋଣ ଯୋଗାଇ ଦେବେ ଯାହାକି ଏହି ୟୁନିଟଗୁଡ଼ିକର ବର୍ତ୍ତମାନର ଅଂଶଧନର ୧୫% ସହ ସମାନ ହୋଇଥିବ ।
3. ଏମଏସଏମଇ ଫଣ୍ଡ ଅଫ ଫଣ୍ଡ ଜରିଆରେ 50 ହଜାର କୋଟି ଟଙ୍କାର ଇକ୍ୟୁଟି ପାଣ୍ଠି ଯୋଗାଣ
10 ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସରକାର ଏକ ଫଣ୍ଡ ଅଫ ଫଣ୍ଡ ପ୍ରତିଷ୍ଠା କରିବେ ଏହା ଜରିଆରେ ଏମଏସଏମଇଗୁଡ଼ିକୁ ଇକ୍ୟୁଟି ପାଣ୍ଠିଯୋଗାଣ ସୁବିଧା ପ୍ରଦାନ କରାଯିବ। ଏକ ମୂଳ ଏବଂ ଆଉ କେତେକ ସହାୟକ ପାଣ୍ଠି ଜରିଆରେ ଏହି ଫଣ୍ଡ ଅଫ ଫଣ୍ଡକୁ ପରିଚାଳନା କରାଯିବ। ସହାୟକ ପାଣ୍ଠି ସ୍ତର ପର୍ଯ୍ୟନ୍ତ ଏହା 1:4କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଫଳରେ ଏହି ଫଣ୍ଡ ଅଫ ଫଣ୍ଡ ପାଖାପାଖି 50 ହଜାର କୋଟି ଟଙ୍କାର ଇକ୍ୟୁଟି ସୃଷ୍ଟି କରିବାକୁ ସକ୍ଷମ ହେବ।
4. ଏମଏସଏମଇର ନୂଆ ସଂଜ୍ଞା
ନିବେଶ ସୀମାକୁ ବୃଦ୍ଧି କରାଯାଇ ଏମଏସଏମଇର ସଂଜ୍ଞା ସଂଶୋଧନ କରାଯିବ । କାରବାରର ଏକ ଅତିରିକ୍ତ ବର୍ଗ ଆରମ୍ଭ କରାଯିବ । ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ଦୂର କରାଯିବ।
5. ଏମଏସଏମଇଗୁଡ଼ିକ ପାଇଁ ଅନ୍ୟାନ୍ୟ ପଦକ୍ଷେପ
ବାଣିଜ୍ୟିକ ମେଳା ଓ ପ୍ରଦର୍ଶନୀର ବିକଳ୍ପ ଭାବେ ଏମଏସଏମଇଗୁଡ଼ିକ ପାଇଁ ଇ-ମାର୍କେଟ ସଂଯୋଗକୁ ପ୍ରୋତ୍ସାହିତ କରାଯିବ। ଏମଏସଏମଇଗୁଡ଼ିକୁ ସରକାର ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ ଉପକ୍ରମଗୁଡ଼ିକ ଠାରୁ ମିଳିବାକୁ ଥିବା ଦେୟ 45 ଦିନ ମଧ୍ୟରେ ଜାରି କରାଯିବ।
6. 200 କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ଟେଣ୍ଡର ପାଇଁ କୌଣସି ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରାଯିବ ନାହିଁ
200 କୋଟି ଟଙ୍କାରୁ କମ ମୂଲ୍ୟର ବସ୍ତୁ ଓ ସେବା କ୍ରୟ ନିମନ୍ତେ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନକୁ ନିଷିଦ୍ଧ କରିବା ଲାଗି ସରକାରଙ୍କ ସାଧାରଣ ଆର୍ଥିକ ନିୟମ (ଜିଏଫଆର)ରେ ସଂଶୋଧନ ଅଣାଯିବ।
7. ବ୍ୟବସାୟ ଓ ସଂଗଠିତ ଶ୍ରମିକଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସହାୟତା
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ତିନି ମାସ ପାଇଁ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଇପିଏଫ ଅଂଶଧନ ବାବଦ 12% ଲେଖାଏଁ ଅର୍ଥ ଭାରତ ସରକାର ବହନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ସହାୟତାକୁ ଆହୁରି ତିନି ମାସ ଜୁନ, ଜୁଲାଇ ଓ ଅଗଷ୍ଟ, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାର ଏଥିପାଇଁ 2500 କୋଟି ଟଙ୍କା ଖର୍ଚ୍ଚ କରିବେ ଯଦ୍ଦ୍ବାରା 72.22 ଲକ୍ଷ କର୍ମଚାରୀ ଲାଭବାନ ହେବେ।
8. ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ଇପିଏଫ ଯୋଗଦାନ ତିନି ମାସ ଲାଗି ହ୍ରାସ କରାଯିବ
ପରବର୍ତ୍ତୀ ତିନି ମାସ ପାଇଁ ଇପିଏଫଓ ଅଧୀନରେ ପଞ୍ଜିକୃତ ସଂସ୍ଥା ଲାଗି ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କର ବାଧ୍ୟତାମୂଳକ ପିଏଫ ଯୋଗଦାନକୁ ୧୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ମାସିକ ପ୍ରାୟ 2250 କୋଟି ଲେଖାଏଁ ନଗଦ ସୁବିଧା ପ୍ରଦାନ କରିବ।
9. ଏନବିଏଫସି/ଏଚଏଫସି/ଏମଏଫଆଇଗୁଡ଼ିକ ପାଇଁ 30 ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ସହାୟତା ଯୋଜନା
ଆରବିଆଇ ପକ୍ଷରୁ ଯୋଗାଇ ଦିଆଯାଉଥିବା ପୁଞ୍ଜି ଜରିଆରେ ସରକାର 30 ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ପୁଞ୍ଜି ଯୋଜନା ଆରମ୍ଭ କରିବେ । ଏନବିଏଫସି, ଏଚଏଫସି ଏବଂ ଏମଏଫଆଇଗୁଡ଼ିକର ନିବେଶ ଗ୍ରେଡ ଋଣ ଦସ୍ତାବିଜର ପ୍ରାଥମିକ ଓ ଦ୍ବିତୀୟକ ବଜାର କାରବାରରେ ନିବେଶ କରାଯିବ। ଭାରତ ସରକାର ଏଥିପାଇଁ 100 ପ୍ରତିଶତ ଗ୍ୟାରେଣ୍ଟି ଯୋଗାଇ ଦେବେ ।
10. ଏନବିଏଫସି/ଏମଏଫଆଇଗୁଡ଼ିକର ଋଣଦେୟତା ଉପରେ 45 ହଜାର କୋଟି ଟଙ୍କାର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା
ବର୍ତ୍ତମାନର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଅଣାଯିବ ଏବଂ ଏହାକୁ ନିମ୍ନଶ୍ରେଣୀର ଏନବିଏଫସି, ଏଚଏଫସି ଓ ଅନ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମଏଫଆଇ)ଗୁଡ଼ିକୁ ଏଥିରେ ସାମିଲ କରିବାକୁ ଏହାର ସମ୍ପ୍ରସାରଣ କରାଯିବ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଭାରତ ସରକାର 20 ପ୍ରତିଶତ ପ୍ରଥମ କ୍ଷତି ସୋଭରେନ ଗ୍ୟାରେଣ୍ଟି ଯୋଗାଇ ଦେବେ।
11. ଡିସକମଗୁଡ଼ିକ ପାଇଁ 90 ହଜାର କୋଟି ଟଙ୍କାର ନଗଦ ପୁଞ୍ଜି ନିବେଶ
ଶକ୍ତି ଅର୍ଥ ନିଗମ ଏବଂ ଗ୍ରାମୀଣ ବିଦ୍ୟୁତିକରଣ ନିଗମ ଦୁଇଟି ସମାନ କିସ୍ତିରେ ଡିସକମଗୁଡ଼ିକରେ 90 ହଜାର କୋଟି ଟଙ୍କା ମୂଲ୍ୟର ନଗଦ ପୁଞ୍ଜି ଲଗାଣ କରିବେ। ବିଦ୍ୟୁତ ଉତ୍ପାଦନ ଏବଂ ବିତରଣ କମ୍ପାନୀଗୁଡ଼ିକର ବକେୟା ଦେୟ ପଇଠ କରିବାରେ ଡିସକମଗୁଡ଼ିକ ଏହି ଅର୍ଥ ବିନିଯୋଗ କରିବେ। ଆହୁରି, ସିପିଏସଇ ଜେନକୋଗୁଡ଼ିକ ଡିସକମଗୁଡ଼ିକୁ ରିବେଟ ପ୍ରଦାନ କରିବେ । ତେବେ ଏହି ଅର୍ଥକୁ ସେମାନେ ଗ୍ରାହକମାନଙ୍କୁ ଧାର୍ଯ୍ୟ ଶୁଳ୍କରେ ରିହାତି ଦେବା ପାଇଁ ହସ୍ତାନ୍ତରିତ କରିବାର ସର୍ତ୍ତ ରହିବ।
12. ଠିକାଦାରମାନଙ୍କୁ ରିହାତି
ଇପିସି ଏବଂ କନସେସନ ଚୁକ୍ତି ସମେତ ସମସ୍ତ ଠିକା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ରେଳବାଇ, ସଡ଼କ ପରିବହନ ଓ ରାଜପଥ ଏବଂ ସିପିଡବ୍ଲୁଡି ଭଳି ସମସ୍ତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ 6 ମାସର ସମ୍ପ୍ରସାରିତ ଅବଧି ଠିକାଦାରମାନଙ୍କୁ ପ୍ରଦାନ କରିବେ ।
13. ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକୁ ଆଶ୍ବସ୍ତି
ରେରା ଅଧୀନରେ ପ୍ରମୁଖ ନିୟମଗୁଡ଼ିକୁ ଲାଗୁ କରିବା ନିମନ୍ତେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯିବ। ସମସ୍ତ ପଞ୍ଜିକୃତ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ଏବଂ ସମ୍ପୂର୍ଣ୍ଣ କରାଯିବାର ଅବଧିକୁ ଅତିରିକ୍ତ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ଏବଂ ରାଜ୍ୟଗୁଡ଼ିକର ପରିସ୍ଥିତିକୁ ଦେଖି ଏହାକୁ ଆହୁରି 3 ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସୁବିଧା ପ୍ରଦାନ କରାଯିବ। ଏହାଛଡ଼ା ପର୍ଯ୍ୟାୟକ୍ରମେ ରେରା ଅଧୀନରେ ବିଭିନ୍ନ ବୈଧାନିକ ଅନୁପାଳନକୁ ସମ୍ପ୍ରସାରିତ କରାଯିବ।
14. ବ୍ୟବସାୟଗୁଡ଼ିକ ପାଇଁ ଟିକସ ରିହାତି
ପୃଷ୍ଠପୋଷକତା, ଭାଗିଦାରୀ, ଏଲଏଲପି ଏବଂ ସମବାୟ ସଂସ୍ଥାଗୁଡ଼ିକ ସମେତ ସମସ୍ତ ଦାତବ୍ୟ ଟ୍ରଷ୍ଟ ଏବଂ ଅଣକର୍ପୋରେଟ ବ୍ୟବସାୟ ଓ ପେସାଗୁଡ଼ିକର ବକେୟା ଆୟକର ରିଫଣ୍ଡ ତୁରନ୍ତ ଜାରି କରି ଦିଆଯିବ।
15. ଟିକସ ସଂକ୍ରାନ୍ତ ପଦକ୍ଷେପ
Last Modified : 6/20/2020