ପ୍ରମୁଖ ବୈଶିଷ୍ଟ୍ୟ କୃଷକମାନଙ୍କ ପାଇଁ ଫାର୍ମ ଗେଟ ଭିତ୍ତିଭୂମି ନିମନ୍ତେ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗର ଔପଚାରିକରଣ ନିମନ୍ତେ 10 ହଜାର କୋଟି ଟଙ୍କାର ଯୋଜନା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଅନ୍ତର୍ଗତ ମତ୍ସ୍ୟଚାଷୀଙ୍କ ପାଇଁ 20ହଜାର କୋଟି ଟଙ୍କାର ବ୍ୟବସ୍ଥା ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ 15 ହଜାର କୋଟି ଟଙ୍କାର ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଔଷଧୀୟ ଉଦ୍ଭିଦ ଚାଷ ପାଇଁ 4 ହଜାର କୋଟି ଟଙ୍କାର ବ୍ୟୟବରାଦ ମହୁମାଛି ପାଳନ ପାଇଁ 500 କୋଟି ଟପରୁ ଟୋଟାଲ ପାଇଁ 500 କୋଟି କୃଷି କ୍ଷେତ୍ରରେ ପ୍ରଶାସନିକ ଓ ପରିଚାଳନାଗତ ସଂସ୍କାର ପାଇଁ ପଦକ୍ଷେପ କୃଷକଙ୍କୁ ଅଧିକ ମୂଲ୍ୟ ଦେବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ହେବ ସଂଶୋଧନ କୃଷି ବିପଣନ ସଂସ୍କାର ଫଳରେ ଚାଷୀଙ୍କୁ ମିଳିବ ବିକଳ୍ପ ବଜାର ସୁବିଧା କୃଷି ଉତ୍ପାଦ ମୂଲ୍ୟ ଓ ଗୁଣବତ୍ତା ଆଶ୍ଵାସନା ଆତ୍ମନିର୍ଭରଶୀଳ ଭାରତର 5ଟି ସ୍ତମ୍ଭ- ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ବ୍ୟବସ୍ଥା, ଉତ୍ସାହୀ ଜନସଂଖ୍ୟା ଏବଂ ଚାହିଦା ବିଷୟରେ ଉଲ୍ଲେଖ କରିଥିଲେ। କୃଷି, ମତ୍ସ୍ୟପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରିବା ଓ ସାମର୍ଥ୍ୟ ନିର୍ମାଣ କରିବା ଲାଗି ଅର୍ଥମନ୍ତ୍ରୀ ନିମ୍ନୋକ୍ତ ଘୋଷଣା କରିଥିଲେ: କୃଷକମାନଙ୍କ ପାଇଁ ଫାର୍ମ ଗେଟ ଭିତ୍ତିଭୂମି ନିମନ୍ତେ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଫାର୍ମଗେଟ ଓ ବିପଣନ କେନ୍ଦ୍ର (ପ୍ରାଥମିକ କୃଷି ସମବାୟ ସମିତି, କୃଷି ଉତ୍ପାଦକ ସଂଗଠନ, କୃଷି ଉଦ୍ୟମୀ, ଷ୍ଟାର୍ଟଅପ ଆଦି) ନିକଟରେ କୃଷି ଭିତ୍ତିଭୂମି ପ୍ରକଳ୍ପ ବିକାଶ ଲାଗି 1 ଲକ୍ଷ କୋଟି ଟଙ୍କାର ଅର୍ଥ ବିନିଯୋଗ କରାଯିବ। ଫାର୍ମ ଗେଟ ଏବଂ ବିପଣନ କେନ୍ଦ୍ରର ବିକାଶ ପାଇଁ ପ୍ରୋତ୍ସାହନ, ଶସ୍ତା ଏବଂ ଆର୍ଥିକ ଦୃଷ୍ଟିରୁ ସୁଲଭ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ତୁରନ୍ତ ପାଣ୍ଠି ଯୋଗାଇ ଦିଆଯିବ। ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକର ଔପଚାରିକରଣ ନିମନ୍ତେ 10 ହଜାର କୋଟି ଟଙ୍କାର ଯୋଜନା ‘ସ୍ଥାନୀୟ ଉତ୍ପାଦକୁ ବିଶ୍ବସ୍ତରରେ ପହଞ୍ଚାଇବା’ ଯୋଜନାର ଶୁଭାରମ୍ଭ କରାଯିବ। ଏହା ଜରିଆରେ ଦୁଇ ଲକ୍ଷ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଏଫଏସଏସଆଇ ଖାଦ୍ୟ ମାନକ ହାସଲ ପାଇଁ ବୈଷୟିକ ଉନ୍ନତିକରଣ, ବ୍ରାଣ୍ଡ ସୃଷ୍ଟି ଓ ବିପଣନ କରିବାର ସୁବିଧା ପ୍ରଦାନ କରାଯିବ। ବର୍ତ୍ତମାନର ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ, କୃଷି ଉତ୍ପାଦକ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସମବାୟ ସଂସ୍ଥାଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ମହିଳା ଓ ଏସସି/ଏସଟି ମାଲିକାନାରେ ଥିବା ୟୁନିଟ ଏବଂ ଆକାଂକ୍ଷୀ ଜିଲ୍ଲା ଉପରେ ବିଶେଷ ଗୁରୁତ୍ଵାରୋପ କରାଯିବ। ଏକ କ୍ଲଷ୍ଟର ଆଧାରିତ ଆଭିମୁଖ୍ୟ (ଉତ୍ତରପ୍ରଦେଶରେ ଆମ୍ବ, କର୍ଣ୍ଣାଟକରେ ଟମାଟୋ, ଆନ୍ଧ୍ରପ୍ରଦେଶରେ ଲଙ୍କା, ମହାରାଷ୍ଟ୍ରରେ କମଳା ଆଦି) ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଜରିଆରେ 20 ହଜାର କୋଟି ଟଙ୍କାର ସହାୟତା ସାମୁଦ୍ରିକ ଏବଂ ଅନ୍ତର୍ଦେଶୀୟ ମତ୍ସ୍ୟଚାଷର ସମନ୍ବିତ, ଦୀର୍ଘସ୍ଥାୟୀ, ସମାବେଶୀ ବିକାଶ ନିମନ୍ତେ ସରକାର ପିଏମଏମଏସୱାଇ ଯୋଜନାର ଆରମ୍ଭ କରିବେ। ସାମୁଦ୍ରିକ, ଅନ୍ତର୍ଦେଶୀୟ ମତ୍ସ୍ୟ ଚାଷ ଓ ଜଳଜ କୃଷି ପାଇଁ 11 ହଜାର କୋଟି ଟଙ୍କା ଏବଂ 9 ହଜାର କୋଟି ଟଙ୍କା ଫିସିଂ ହାର୍ବର, କୋଲ୍ଡ ଚେନ, ମାର୍କେଟ ଆଦି ଭିତ୍ତିଭୂମି ପାଇଁ ଯୋଗାଇ ଦିଆଯିବ। କେଜ କଲ୍ଚର, ସାମୁଦ୍ରିକ ଶୈବାଳ ଚାଷ, ନୂଆ ମାଛଧରା ପୋତ, ଟ୍ରେସେବିଲିଟି, ପରୀକ୍ଷାଗାର ନେଟଓ୍ବର୍କ ଆଦି ପ୍ରମୁଖ କ୍ଷେତ୍ର ହେବ। ମାଛଧରା ବନ୍ଦ ସମୟରେ ଚାଷୀଙ୍କୁ ବ୍ୟକ୍ତିଗତ ଓ ଡଙ୍ଗା ବୀମା ଯୋଗାଇ ଦିଆଯିବ। ଏସବୁ ପଦକ୍ଷେପ ଦ୍ଵାରା 5 ବର୍ଷରେ ଅତିରିକ୍ତ 70 ଲକ୍ଷ ଟନ ମାଛ ଉତ୍ପାଦନ ହୋଇପାରିବ ଏବଂ 55 ଲକ୍ଷ ଲୋକ ନିଯୁକ୍ତି ପାଇବେ ତଥା ରପ୍ତାନୀ ପରିମାଣ ଦ୍ବିଗୁଣିତ ହୋଇ 1 ଲକ୍ଷ କୋଟିରେ ପହଞ୍ଚିବ। ଦ୍ଵୀପାଞ୍ଚଳ, ହିମାଳୟ ପାର୍ବତ୍ୟାଞ୍ଚଳ ରାଜ୍ୟ, ଉତ୍ତର ପୂର୍ବ ଏବଂ ଆକାଂକ୍ଷୀ ଜିଲ୍ଲା ଉପରେ ଗୁରୁତ୍ଵ ଦିଆଯିବ। ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଫାଟୁଆ ରୋଗ ଓ ବ୍ରୁସେଲୋସିସ ନିରାକରଣ ପାଇଁ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଯୋଜନାରେ 13,343 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଗୋରୁ, ମଇଁଷି, ମେଣ୍ଢା, ଛେଳି ଓ ଘୁଷୁରିଙ୍କର ଶତପ୍ରତିଶତ ଟିକାକରଣ କରାଯିବ। ଏହା ଜରିଆରେ 53 କୋଟି ଗୃହପାଳିତ ପଶୁଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନସୁଦ୍ଧା 1.5 କୋଟି ଗୋରୁ ଓ ମଇଁଷିଙ୍କର ଟିକାକରଣ ହୋଇସାରିଛି। ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି -15 ହଜାର କୋଟି ଦୁଗ୍ଧ ପ୍ରକ୍ରିୟାକରଣ, ମୂଲ୍ୟ ସମ୍ବର୍ଦ୍ଧନ ଏବଂ ପଶୁ ଖାଦ୍ୟ ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ନିବେଶକୁ ସମର୍ଥନ ଯୋଗାଇବା ଲକ୍ଷ୍ୟରେ 15 ହଜାର କୋଟି ଟଙ୍କାର ଏକ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଗଠନ କରାଯିବ। ଉନ୍ନତମାନର ଉତ୍ପାଦ ରପ୍ତାନି ନିମନ୍ତେ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଔଷଧୀୟ ଉଦ୍ଭିଦ ଚାଷକୁ ପ୍ରୋତ୍ସାହନ : 4ହଜାର କୋଟି ଟଙ୍କାର ବ୍ୟୟବରାଦ ଜାତୀୟ ଔଷଧୀୟ ବୃକ୍ଷ ବୋର୍ଡ (ଏନଏମପିବି) ପକ୍ଷରୁ 2.25 ଲକ୍ଷ ହେକ୍ଟର କ୍ଷେତ୍ରରେ ଔଷଧୀୟ ଉଦ୍ଭିଦ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ 4 ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ 10 ଲକ୍ଷ ହେକ୍ଟର ଜମିରେ ଔଷଧୀୟ ଉଦ୍ଭିଦ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ କୃଷକମାନେ 5 ହଜାର କୋଟି ଟଙ୍କାର ଆୟ କରିପାରିବେ। ଔଷଧିୟ ଉଦ୍ଭିଦ ପାଇଁ ଆଞ୍ଚଳିକ ମଣ୍ଡିର ଏକ ନେଟୱର୍କ ବିକଶିତ କରାଯିବ। ଏନଏମପିବି ପକ୍ଷରୁ ଗଙ୍ଗା ନଦୀ ତଟରେ 800 ହେକ୍ଟର ସ୍ଥାନରେ ଔଷଧୀୟ ଉଦ୍ଭିଦର ଏକ କରିଡର ବିକଶିତ କରାଯିବ। ମହୁମାଛି ପାଳନ ପାଇଁ 500 କୋଟି ସରକାର ଏକ ଯୋଜନା କାର୍ଯ୍ୟକାରୀ କରିବେ : ଏହି ଯୋଜନାରେ ସମନ୍ୱିତ ମହୁମାଛି ପାଳନ ବିକାଶ କେନ୍ଦ୍ର, ସଂଗ୍ରହ, ବିପଣନ ଏବଂ ପଣ୍ୟାଗାର କେନ୍ଦ୍ର, ଫସଲ ପରବର୍ତ୍ତୀ ଓ ମୂଲ୍ୟ ସମ୍ବର୍ଦ୍ଧନ ସୁବିଧା ଆଦି ପାଇଁ ଭିତ୍ତିଭୂମି ବିକାଶ କରାଯିବ। ମାନକ କାର୍ଯ୍ୟାନ୍ବୟନ ଏବଂ ଟ୍ରେସେବିଲିଟି ସିଷ୍ଟମର ବିକାଶ ମହିଳାଙ୍କୁ ଗୁରୁତ୍ଵ ଦିଆଯାଇ ସାମର୍ଥ୍ୟ ନିର୍ମାଣ; ଗୁଣାତ୍ମକ ନ୍ୟୁକ୍ଲିୟସ୍ ଷ୍ଟକ୍ ଏବଂ ମହୁମାଛି ପ୍ରଜନନକାରୀଙ୍କ ବିକାଶ ଏହା 2 ଲକ୍ଷ ମହୁ ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ଗ୍ରାହକମାନଙ୍କୁ ଉନ୍ନତମାନର ମହୁ ଉପଲବ୍ଧ କରାଇବ। ‘ଟପ’ରୁ ଟୋଟାଲ-500 କୋଟି “ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ “ଅପରେସନ ଗ୍ରୀନ”କୁ ଟମାଟୋ, ପିଆଜ ଓ ଆଳୁ (ଟପ)ରୁ ସମସ୍ତ ଫଳ ଓ ପନିପରିବା ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ବଳକାରୁ ଅଭାବୀ ବଜାରକୁ ଏସବୁ ସାମଗ୍ରୀ ପରିବହନ ଲାଗି ଏହି ଯୋଜନାରେ 50 ପ୍ରତିଶତ ସବିସିଡି, ଶୀତଳ ଭଣ୍ଡାର ସମେତ ସଂରକ୍ଷଣ ପାଇଁ 50 ପ୍ରତିଶତ ସବସିଡି ଯୋଗାଇ ଦିଆଯିବ। ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ ପ୍ରଥମେ 6 ମାସ ପାଇଁ କାର୍ଯ୍ୟକାରୀ କରାଯିବ ଓ ପରେ ଏହାକୁ ପରିବର୍ଦ୍ଧିତ ଓ ସମ୍ପ୍ରସାରିତ କରାଯିବ। ଏହା ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ସହିତ ଫସଲ ନଷ୍ଟ ହ୍ରାସ କରିବ ଓ ଉପଭୋକ୍ତାମାନଙ୍କୁ ଶସ୍ତାରେ ଉନ୍ନତ ମାନର ସାମଗ୍ରୀ ଯୋଗାଇ ଦେବ। ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଅର୍ଥମନ୍ତ୍ରୀ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ନିମ୍ନୋକ୍ତ ପ୍ରଶାସନିକ ଓ ପରିଚାଳନାଗତ ସଂସ୍କାରର ଘୋଷଣା କରିଥିଲେ :- ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯିବ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଆଣିବେ । ଶସ୍ୟ, ଖାଇବା ତେଲ, ତୈଳବୀଜ, ଡାଲି, ପିଆଜ ଏବଂ ଆଳୁ ଉପରୁ ନିୟନ୍ତ୍ରଣ ଉଚ୍ଛେଦ କରାଯିବ। ପ୍ରାକୃତିକ ବିପର୍ଯ୍ୟୟ, ମରୁଡ଼ି, ମୂଲ୍ୟବୃଦ୍ଧି ଭଳି ଅତ୍ୟନ୍ତ ଅସାଧାରଣ ପରିସ୍ଥିତିରେ ମହଜୁଦ ସୀମା ନିର୍ଦ୍ଧାରଣ କରାଯିବ। ସ୍ଥାପିତ କ୍ଷମତା ଆଧାରରେ କୌଣସି ପ୍ରକ୍ରିୟାକରଣକାରୀ କିମ୍ବା ମୂଲ୍ୟ ଶୃଙ୍ଖଳ ଅଂଶଗ୍ରହଣକାରୀଙ୍କ ପାଇଁ ଏବଂ ରପ୍ତାନି ଚାହିଦା ଆଧାରରେ କୌଣସି ରପ୍ତାନିକାରୀଙ୍କ ପାଇଁ କୌଣସି ମହଜୁଦ ସୀମା ନିର୍ଦ୍ଧାରଣ କରାଯିବ ନାହିଁ। କୃଷକମାନଙ୍କୁ ବିପଣନ ବିକଳ୍ପ ଯୋଗାଇବ କୃଷି ବିପଣନ ସଂସ୍କାର ଏଥିପାଇଁ ଆସିବ କେନ୍ଦ୍ରୀୟ ଆଇନ- ଉପଯୁକ୍ତ ମୂଲ୍ୟର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି ପାଇଁ ଯଥେଷ୍ଟ ବିକଳ୍ପ ଯୋଗାଇ ଦିଆଯିବ ବାଧାମୁକ୍ତ ଆନ୍ତଃରାଜ୍ୟ ବାଣିଜ୍ୟ; କୃଷି ଉତ୍ପାଦର ଇ-ବ୍ୟବସାୟ ପାଇଁ ଏକ ବ୍ୟବସ୍ଥା କୃଷି ଉତ୍ପାଦ ମୂଲ୍ୟ ନିର୍ଦ୍ଧାରଣ ଏବଂ ଗୁଣବତ୍ତା ଆଶ୍ଵାସନା ସରକାର ଏକ ସୁବିଧାଜନକ ଆଇନଗତ ବ୍ୟବସ୍ଥା ଚୁଡ଼ାନ୍ତ କରିବେ, ଯାହା କୃଷକମାନଙ୍କୁ ପ୍ରକ୍ରିୟାକରଣ ଉଦ୍ୟୋଗ, ଏଗ୍ରୀଗେଟର, ବଡ଼ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀ ଆଦିଙ୍କ ସହିତ ସମ୍ପର୍କ ସ୍ଥାପନ ଲାଗି ଚାଷୀଙ୍କୁ ସକ୍ଷମ କରିବ। ଏହି ବ୍ୟବସ୍ଥାରେ କୃଷକମାନଙ୍କ ପାଇଁ ବିପତ୍ତି ମୁକାବିଲା, ସୁନିଶ୍ଚିତ ରିଟର୍ଣ୍ଣ ଏବଂ ଗୁଣବତ୍ତା ନିର୍ଦ୍ଧାରଣ ଅଭିନ୍ନ ଅଂଶବିଶେଷ ହୋଇରହିବ। ଆଧାର - ପିଆଇବି