অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶ୍ରମିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଆତ୍ମନିର୍ଭର

ଶ୍ରମିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଆତ୍ମନିର୍ଭର

ପ୍ରମୁଖ ବୈଶିଷ୍ଟ୍ୟ

  • ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଯାଉଥିବା ଖାଦ୍ୟ ସଶ୍ୟର ସମସ୍ତ ଖର୍ଚ୍ଚ ବହନ କରିବେ ଭାରତ ସରକାର
  • ଅଗଷ୍ଟ 2020 ସୁଦ୍ଧା ଗୋଟିଏ ଦେଶ ଗୋଟିଏ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ ହେବେ 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ଦାଦନ ଶ୍ରମିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଆତ୍ମନିର୍ଭର

ସରକାର ଦାଦନ ଶ୍ରମିକ ଓ ଗରିବ ଲୋକଙ୍କ ପାଇଁ ଯଥେଷ୍ଟ ସଂବେଦନଶୀଳ ଓ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଦେଶରେ ଯେପରି କେହି ଭୋକିଲା ନରୁହନ୍ତି ସେଥିପାଇଁ ସର୍ବବିଧ ଉଦ୍ୟମ ଜାରି ରଖିଛି । ଆଜି ନୂଆଦିଲ୍ଲୀର କୃଷି ଭବନଠାରେ ଆୟୋଜିତ ଏକ ଭିଡିଓ କନଫରେନ୍ସ ସମ୍ମିଳନୀରେ ଗଣମାଧ୍ୟାମଙ୍କ ସହ ମତ ବିନିମୟ କାଳରେ ଏହା ପ୍ରକାଶ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ରାମ ବିଲାଶ ପାଶୱାନ ।  ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ 12 ତାରିଖ ଦିନ 20 ଲକ୍ଷ କୋଟି ଟଙ୍କାର ଏକ ସ୍ଵତନ୍ତ୍ର ଆର୍ଥିକ ଓ ବିସ୍ତୃତ ପ୍ୟାକେଜ ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନ ଭଳି ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହ ଗରିବ ଓ ଦାଦନ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କେତେକ ସ୍ୱଳ୍ପ ଓ ଦୀର୍ଘମିଆଦି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଗୁଡିକ ମଧ୍ୟରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ ହୋଇନଥିବା 8 କୋଟି ଦାଦନ ଶ୍ରମିକଙ୍କୁ ମାଗଣା ଖାଦ୍ୟ ଓ ଡାଲି ଜାତୀୟ ସଶ୍ୟ ବଣ୍ଟନ ଅନ୍ତର୍ଭୁକ୍ତ ।

ପଡି କାର୍ଡଗୁଡିକର ସରଳୀକରଣ ପାଇଁ ଗୋଟିଏ ଦେଶ ଗୋଟିଏ କାର୍ଡ ଯୋଜନାକୁ ଚୁଡାନ୍ତ ରୂପ ଦେବା ପାଇଁ ବିଭାଗ ପକ୍ଷରୁ ସମନ୍ଵିତ ସାଧାରଣ ବଣ୍ଟନ ପଦ୍ଧତି ପରିଚାଳନା ଯୋଜନା (ଆଇଏମପିଡିଏସ)  କରାଯାଇଛି  ।  ମେ’ ପହିଲା ସୁଦ୍ଧା 17 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗୋଟିଏ ଦେଶ ଗୋଟିଏ କାର୍ଡ ଯୋଜନାରେ ସାମିଲ ହୋଇଗଲେଣି । ଆଉ 3ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜୁନ ସୁଦ୍ଧା ଏବଂ ଅଗଷ୍ଟ ସୁଦ୍ଧା 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ ହୋଇଯିବେ । ମାର୍ଚ୍ଚ 2021 ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଯୋଜନାରେ ସାମିଲ ହେବା ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ଦାଦନ ଶ୍ରମିକମାନେ ଏହି ଯୋଜନାରେ ବିଶେଷ ଉପକୃତ ହେବେ, କାରଣ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ସାମିଲ ହିତାଧିକାରୀମାନଙ୍କୁ ସେମାନଙ୍କ ପଡି କାର୍ଡ ଜରିଆରେ ସୁଲଭ ମୂଲ୍ୟ ଦୋକାନକୁ ଯିବାକୁ ପଡିବ ନାହିଁ କି ବାୟୋମେଟ୍ରିକ ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଆଧାର - "ପିଆଇବି"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate