ପ୍ରମୁଖ ବୈଶିଷ୍ଟ୍ୟ ଏହି ସୂଚନା ବ୍ୟବସ୍ଥା ଏକ ସେଣ୍ଟ୍ରାଲ ଅନଲାଇନ ରିପୋଜିଟରୀ ରାଜ୍ୟ-ରାଜ୍ୟ ମଧ୍ୟରେ ଗତାଗତ ପାଇଁ ଏହି ବ୍ୟବସ୍ଥା ଶ୍ରକିମଙ୍କୁ ବିଶେଷ ସାହାଯ୍ୟ କରିବ ଏନଏମଆଇଏସ ବ୍ୟବହାର କରି ପ୍ରବାସୀ ଶ୍ରମିକଙ୍କ ଚାଲିଚଳଣ ଓ ଆତଯାତ ସମ୍ପର୍କରେ ତଥ୍ୟ ସଂଗ୍ରହ ପୂର୍ବକ ଏକ୍ଷେତ୍ରରେ ଅନ୍ୟ ରାଜ୍ୟ ମଧ୍ୟରେ ଅଧିକ ସମନ୍ଵୟ ରକ୍ଷା ପାଇଁ ପ୍ରାଦେଶିକ ସରକାରଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ ପ୍ରବାସୀ ଶ୍ରମିକଙ୍କ ପାଇଁ ଏନଡିଏମଏ ପ୍ରସ୍ତୁତ କଲା ଜାତୀୟ ପ୍ରବାସନ ସୂଚନା ବ୍ୟବସ୍ଥା ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧାରେ ନିଜ ନିଜର ଘରକୁ ପଠାଇବା ପାଇଁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ବସ ଓ ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି । ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥିତି ଓ ସେମାନଙ୍କ ଗତିବିଧି ସମ୍ପର୍କରେ ବିଭିନ୍ନ ରାଜ୍ୟରୁ ତଥ୍ୟ ସଂଗ୍ରହ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଏକ ଅନଲାଇନ ଡ୍ୟାସବୋର୍ଡ ପ୍ରସ୍ତୁତ କରିଛି । ଏହାର ନାମ ରଖାଯାଇଛି ନେସନାଲ ମାଇଗ୍ରାଣ୍ଟ ଇନଫରମେସନ ସିଷ୍ଟମ (ଏନଏମଆଇଏସ) ବା ଜାତୀୟ ପ୍ରବାସୀ ସୂଚନା ବ୍ୟବସ୍ଥା । ଏହି ଅନଲାଇନ ପୋର୍ଟାଲ ପ୍ରବାସୀ ଶ୍ରମିକଙ୍କର ଏକ କେନ୍ଦ୍ରୀୟ ତଥ୍ୟ ଭଣ୍ଡାର (ସେଣ୍ଟ୍ରାଲ ରିପୋଜିଟରୀ) ପ୍ରସ୍ତୁତ କରିବ । ଏହି ତଥ୍ୟାବଳୀ ପ୍ରବାସୀ ଶ୍ରମିକଙ୍କ ଗମନାଗମନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ତ୍ଵରିତ ଆନ୍ତଃରାଜ୍ୟ ଯୋଗାଯୋଗ ଓ ସମନ୍ଵୟରେ ବିଶେଷ ସହାୟକ ହେବ । ଏହା ମଧ୍ୟ ସମ୍ପୃକ୍ତ ଶ୍ରମିକମାନଙ୍କ ଗମନାଗମନ ତଥା ଗୃହ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବ । ଏହି ବ୍ୟବସ୍ଥା ମଧ୍ୟ ‘କଣ୍ଟାକ୍ଟ ଟ୍ରେସିଙ୍ଗ’ରେ ସହାୟକ ହେବ, ଯାହା କୋଭିଡ-19 ଭଳି ସ୍ଥିତିରେ ବିଶେଷ କାମ ଦେବ । ପ୍ରବାସୀ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟାବଳୀ ଯାହା ଏହି ସୂଚନା ବ୍ୟବସ୍ଥାରେ ଅପଲୋଡ ହେବ ତାହାର ଚୁଡାନ୍ତ ହୋଇଛି । ଏଥିରେ ସମ୍ପୃକ୍ତ ଶ୍ରମିକଙ୍କ ନାମ, ବୟସ, ମୋବାଇଲ ନମ୍ବର, କେଉଁଠୁ କେଉଁଠିକି ଯାତ୍ରା କରୁଛନ୍ତି ସେସଂକ୍ରାନ୍ତ ତଥ୍ୟ, ନିଜ ଜିଲ୍ଲାର ନାମ ଓ ରହୁଥିବା ଜିଲ୍ଲାର ନାମ ଏବଂ ଯାତ୍ରା ତାରିଖ ଆଦି ଉଲ୍ଲେଖ ରହିବ । ରାଜ୍ୟ ସରକାରମାନେ ଇତିମଧ୍ୟରେ ଏସବୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଲେଣି । ଏନଏମଆଇଏସକୁ ବ୍ୟବହାର କରି ପ୍ରବାସୀ ଶ୍ରମିକଙ୍କ ଆତଯାତ ସମ୍ପର୍କରେ ଅନ୍ୟ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରୁ କେତେ ଲୋକ ବାହାରକୁ ଯାଉଛନ୍ତି, ସେମାନେ କେଉଁଠୁ କେଉଁ ରାଜ୍ୟକୁ ଯାତ୍ରା କରୁଛନ୍ତି, ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିଲେଣି କି ନାହିଁ, ଏସବୁ ବିଷୟରେ ସହଜରେ ଜାଣିପାରିବେ । ସମ୍ପୃକ୍ତ ଶ୍ରମିକଙ୍କ ମୋବାଇଲ ନମ୍ବରକୁ କୋଭିଡ-19 ସମୟରେ କଣ୍ଟାକ୍ଟ ଟ୍ରେସିଙ୍ଗ ଓ ସେମାନଙ୍କ ଗତିବିଧି ନିର୍ଦ୍ଧାରଣରେ ବ୍ୟବହାର କରିହେବ । ଆଧାର - "ପିଆଇବି"