‘ଗହମ ବ୍ୟାଙ୍କ’ ଯୋଜନା

ଯେତେବେଳେ ନିଜର ଜନଧନ ଯୋଜନା ଆରମ୍ଭ କଲେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଗ୍ରାମାଂଚଳରେ ରହୁଥିବା ସମସ୍ତ ଲୋକଙ୍କର ବ୍ୟାଙ୍କ ଖାତା ଖୋଲୁ ଓ ସମସ୍ତେ ବ୍ୟାଙ୍କରେ ପଇସା ରଖନ୍ତୁ । କାରଣ ସରଳ ଗାଁ ଲୋକେ ବ୍ୟାଙ୍କ ବିଷୟରେ ଅଧିକ ଜାଣିନଥାନ୍ତି । ତେଣୁ ବ୍ୟାଙ୍କରେ ପଇସା ରଖିଲେ, ନିଜର ଜରୁରୀ ସମୟରେ ସେମାନେ ଏହାକୁ କାମରେ ଲଗାଇପାରିବେ । ଏହା ଯୋଜନା ଅନ୍ତର୍ଗତ କୋଟି କୋଟି ଲୋକ ନିଜର ବ୍ୟାଙ୍କ ଖାତା ଖୋଲିଲେ ଓ ପଇସା ମଧ୍ୟ ଜମା କଲେ ।

ଏଠାରେ ଆପଣଙ୍କୁ ଆମେ କହିବାକୁ ଯାଉଛୁ ଉତ୍ତରପ୍ରଦେଶ କାନପୁର ଅଂଚଳର କିଛି ମହିଳାଙ୍କ କଥା । ଯେଉଁମାନେ ଏକ ନୂଆ ଭାବନାକୁ ରୂପାୟନ ଦେଲେ ଓ ମହିଳାମାନଙ୍କୁ ଆତ୍ମନିର୍ଭର କଲେ । ଭିଖମପୁର ଗାଁର ଏହି ମହିଳାମାନେ ଏମିତି ଏକ ବ୍ୟାଙ୍କ ପ୍ରତିଷ୍ଠା କଲେ, ଯେ କେହି ଶୁଣିଲେ ଚକିତ ହେବ । କାରଣ ଏମିତି ଏକ ବ୍ୟାଙ୍କ୍ ଆଗରୁ କେଉଁଠି ନଥିଲା । କିମ୍ବା ଏହି ବ୍ୟାଙ୍କ୍ ରେ ଟଙ୍କା ନେଣଦେଣ ହେଉନାହିଁ । ଏହା ହେଉଛି ଗହମ ବ୍ୟାଙ୍କ୍ ! ହଁ, ଆପଣଙ୍କୁ ଅଡୁଆ ଲାଗିପାରେ । ଏହି ବ୍ୟାଙ୍କରେ ଗାଁର ସବୁ ମହିଳା ନିଜ ନିଜ ଗହମ ଜମା କରନ୍ତି । ଏହି ଗହମକୁ ଠିକ୍ ଭାବରେ ରଖିବା କାମ ଗହମ ବ୍ୟାଙ୍କ୍ କରେ । ଏହି ବ୍ୟାଙ୍କ୍ ଗାଁର ଅଭାବୀ ଲୋକଙ୍କୁ ଗହମ କରଜରେ ଦେଇଥାଏ । କିନ୍ତୁ ଏହି କରଜରେ କୌଣସି ସୁଧ ନ ଥାଏ । ନିଜ ପାଖରେ ଗହମ ଉପଲବ୍ଧ ହେବା ପରେ କରଜ ନେଇଥିବା ମହିଳା ସମାନ ପରିମାଣର ଗହମ ଆଣି ଏହି ବ୍ୟାଙ୍କରେ ଜମା କରାଏ ।

ଶସ୍ୟ ବ୍ୟାଙ୍କ ଆରମ୍ଭ କରିଥିବା ରଶ୍ମୀ କହନ୍ତି,“ତିନି ବର୍ଷ ପୂର୍ବେ ଆମ ଗାଁରେ ମରୁଡି ପଡିଥିଲା । ଯେଉଁଥିରେ ଅନେକ ପରିବାର ଖାଇବାକୁ ନ ପାଇ ବହୁ ହଇରାଣ ହୋଇଥିଲେ । ସେତିକିବେଳେ ଆମେ କିଛି ମହିଳାମାନେ ମିଶି ଗହମ ବ୍ୟାଙ୍କ୍ ଆରମ୍ଭ କଲୁ । ପ୍ରଥମେ ସମସ୍ତେ ଗହମ ଜମା କଲେ । ଏହାର ନାମ ଦିଆଯାଇଥିଲା ‘ପୂଜା ଗ୍ରେନ୍ ବ୍ୟାଙ୍କ’ । ଏହି ବ୍ୟାଙ୍କ ଅଭାବୀ ମହିଳାମାନଙ୍କୁ ଗହମ କରଜ ଦେଲା । ଫସଲ ହେବା ପରେ ସେମାନେ ଗହମ ଫେରାଇ ଦେଇଥିଲେ । ଏହା ପରେ ଆମ ବ୍ୟାଙ୍କ୍ ଏମିତି ସଫଳ ହୋଇଥିଲା ଯେ ଆଜି ୨୦ଟି ଗାଁରେ ଏହା ଚାଲିଛି ।”

ବ୍ୟାଙ୍କର ବିଶେଷତ୍ୱ

ଏହି ବ୍ୟାଙ୍କ୍ ର ବିଶେଷତ୍ୱ ହେଉଛି ଗହମ କରଜ ନେଉଥିବା ସବୁ ମହିଳା ଠିକ୍ ସମୟରେ ଗହମ ଫେରାନ୍ତି । କାରଣ ସେମାନେ ଅନୁଭବ କରିଛନ୍ତି ଯେ ଏହି ଗହମ ପୁଣି ଆଉ କାହାର ଆବଶ୍ୟକତା ମେଂଟାଇବ । ଆଉ ସବୁଠୁ ବଡ କଥା ହେଉଛି, ଏହି ମହିଳାମାନେ ଏଥିପାଇଁ କୌଣସି ସରକାରୀ ସହାୟତା କିମ୍ବା କୌଣସି ବେପାରୀଙ୍କ ସହଯୋଗ ଆଣି ନଥାନ୍ତି କିମ୍ବା ଏହାକୁ ଜରୁରୀ ବୋଲି ମଧ୍ୟ ଭାବି ନାହାନ୍ତି । କାରଣ ସେମାନେ ନିଜ ଉଦ୍ୟମରେ ଏହାକୁ ସଫଳତାର ସହ ଚଳାଇପାରିଛନ୍ତି | ଏଭଳିକି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି ।

ଗାଁର ଜଣେ ମହିଳା ବିମଳା କହନ୍ତି, “ମୋର ପୁଅର ଜନ୍ମ ଦିନ ଥିଲା । ଘରେ ଗହମ ନଥିଲା । ମୁଁ ବ୍ୟାଙ୍କରୁ ଗହମ କରଜ ନେଲି । ଏଥିପାଇଁ ସୁଧ ଦେବାକୁ ପଡେ ନାହିଁ । କିନ୍ତୁ ଯେତେବେଳେ ଫସଲ ଅମଳ ହେଲା ମୁଁ ନେଇଥିବା ଗହମ ଠାରୁ କିଛି ଅଧିକ ଗହମ ବ୍ୟାଙ୍କକୁ ଫେରାଇଦେଲି ।”

ମହିଳାଙ୍କ ମହତ୍ତ୍ଵ ଉଦ୍ୟମ

ଏହି ମହିଳାଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ତାଳମେଳ ଠିକ୍ ରହୁଛି । ପରସ୍ପରକୁ ସାହାଯ୍ୟ କରିବାକୁ ସମସ୍ତେ ଚାହୁଁଛନ୍ତି । ସେଥିପାଇଁ କୌଣସି ବିବାଦ ଏମାନଙ୍କ ମଧ୍ୟରେ ନାହିଁ । ବ୍ୟାଙ୍କରୁ ଗହମ ନେଉଥିବା ମହିଳାମାନଙ୍କ ପାଇଁ ସୁଧ ବ୍ୟବସ୍ଥା ନଥିବାରୁ ସେମାନେ ଫେରାଇବା ବେଳେ ନିଜ ମନକୁ ମନ ଅଧିକ ଗହମ ଫେରାଉଛନ୍ତି । ଯାହା ବ୍ୟାଙ୍କ ପାଇଁ ଫାଇଦା ଆଣି ଦେଉଛି । ଆଉ ଏହାକୁ ପରିଚାଳନା କରୁଥିବା ମହିଳାମାନେ ଏଥିରୁ କିଛି ଉପାର୍ଜନ କରିପାରୁଛନ୍ତି । ତେବେ ଏହା ପଛରେ ଗୋଟିଏ ମହତ୍ତ୍ଵ ଉଦ୍ୟମ ହେଉଛି, ସମସ୍ତଙ୍କ ଘରେ ଚୁଲି ଜଳୁ, କେହି ଭୋକରେ ନ ରହୁ । ଗାଁ ମହିଳାମାନେ ଏହା ହୁଏତ ଅଜାଣତରେ କରୁଥାଇ ପାରନ୍ତି, ଯାହା ସରକାର କରୁଛି ବା କରିବା କଥା । ତେଣୁ ତ କୁହାଯାଇଛି, ମହିଳାମାନ କିଛି ଗୋଟେ କରିବାକୁ ଆଗଭର ହେଲା ମାତ୍ରେ ଏହାକୁ ସଫଳ କରିବା ନିଶ୍ଟୟ । ଆଉ ଏହାର ଉପଯୁକ୍ତ ଉଦାହରଣ ହେଉଛି ଗହମ ବ୍ୟାଙ୍କ ।

ଆଧାର - Akhand social worker, freelance journalist