অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା

ଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା

ଉପକ୍ରମ

ସମାଜର କେତେଜଣ ନିଆରା ମଣିଷଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଧିକା ସି.ଏସ୍, ଯାହାଙ୍କ ଦିନ ଆରମ୍ଭ ହୁଏ  ସମାଜସେବାରୁ । ଯନ୍ତ୍ରଣା ଜର୍ଜରିତ ଦରିଦ୍ର ଓ ଅସହାୟ ରୋଗୀଙ୍କୁ ନିଜ ଆମ୍ବୁଲାନ୍ସରେ ଅତି ଅଳ୍ପ ଅବା ମୂଲ୍ୟରେ ହସ୍ପିଟାଲ ନେବା ଆଣିବା ହେଉଛି ରାଧିକାଙ୍କର ମୁଖ୍ୟ କାମ । ଜୀବନରେ ବହୁ ଉତ୍ ଥାନ ପତନ ଦେଇ ଗତି କରିଥିବା ରାଧିକା ଆଜି ୧୦ଟି ଆମ୍ବୁଲାନ୍ସର ମାଲିକାଣୀ । ଘରୋଇ ଚାକରାଣୀଠୁ ନେଇ ହସ୍ପିଟାଲ, ନର୍ସିଂହୋମ୍ ରେ ଧାଈ କାମ କରିଛନ୍ତି ରାଧିକା ।

 

ରାଧିକାଙ୍କ କାହାଣୀ

ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ଆହୁରି ଯନ୍ତ୍ରଣାମୟ ହୋଇଯାଇଥିଲା । ସେତେବେଳେ ସେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ବେଶ୍ କେତେଥର ଉଦ୍ୟମ କରିଥିଲେ । ମାତ୍ର ବିଧିର ବିଧାନ ବୋଧହୁଏ ଭିନ୍ନ ଥିଲା । ଦିନେ ନିଜ ଜୀବନକୁ ଶେଷ କରିଦେବାକୁ ଚାହୁଁଥିବା ରାଧିକା ଆଜି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ତତ୍ପର । କର୍ଣ୍ଣାଟକର ମାଙ୍ଗାଲୋର୍ରେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ରାଧିକା । ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା । ଅନିଚ୍ଛା ସତ୍ତ୍ୱେ ଷଷ୍ଠ ଶ୍ରେଣୀ ପରେ ଆଉ ଆଗକୁ ପଢି ପାରିନଥିଲେ । ଘର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ତାଙ୍କୁ କେତେବେଳେ ଆୟା ତ ଆଉ କେତେବେଳେ ଘର ପାଖ ଆଙ୍ଗନବାଡିରେ ପାଚିକା, ଆୟା ତ ଆଉ କେତେବେଳେ ଘର ପାଖ ଆଙ୍ଗନବାଡିରେ ପାଚିକା, ପୁଣି କେତେବେଳେ ଘରୋଇ ଚାକରାଣୀ ଭାବେ କାମ କରିବାକୁ ପଡୁଥିଲା । ତେବେ କାମ କରିବାର ଏହିସବୁ ଅଭିଜ୍ଞତା ଖୁବ୍ ତିକ୍ତ ହୋଇପଡିବାରୁ ସେ କ୍ଷୋଭ ଓ ଦୁଃଖରେ ମାତ୍ର ୧୫ ବର୍ଷ ବୟସରେ ଘର ଛାଡିଦେଇଥିଲେ । ମାଙ୍ଗାଲୋରଠାରୁ ୬୦ କିମି ଦୂରରେ ପୁଟ୍ଟୁରନାମକ ସ୍ଥାନକୁ ଚାଲି ଯାଇଥିଲେ । ସେଠାରେ ଜଣେ ଡାକ୍ତରଙ୍କ ଘରେ ଚାକରାଣୀ ଭାବେ କାମ କରିଥିଲେ । କାମ ପ୍ରତି ତାଙ୍କ ନିଷ୍ଠା ଦେଖି ସେହି ଡାକ୍ତର ତାଙ୍କୁ ଏକ ହସ୍ପିଟାଲ୍ ରେ ଧାଈ ଭାବେ ରଖାଇ ଦେଇଥିଲେ । ସେହି ହସ୍ପିଟାଲଟି ବିଭିନ୍ନ କାରଣରୁ ବନ୍ଦ ହୋଇଯିବା ପରେ ରାଧିକା ମାଙ୍ଗାଲୋରସ୍ଥିତ ଆଉ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରିବାକୁ ଲାଗିଲେ । ସେହି ସମୟରେ ସେ ଉକ୍ତ ହସ୍ପିଟାଲର ଡ୍ରାଇଭର ସି ଏସ୍ ସୁରେଶଙ୍କୁ ବିବାହ କରିଥିଲେ ।

ବିବାହର ମାତ୍ର ଛଅ ବର୍ଷ ପରେ ଅଚାନକ ସୁରେଶଙ୍କର ମୃତ୍ୟୁ ହୋଇଥିଲା । ପୁଣି ଥରେ ଯନ୍ତ୍ରଣାମୟ ଜୀବନ ରାଧିକାଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ସେତେବେଳକୁ ରାଧିକା ଦୁଇ ପିଲାଙ୍କ ମା' ବି ହୋଇସାରିଥିଲେ । ଏହା ସହିତ ସେ ରଣଭାରରେ ମଧ୍ୟ ବୁଡିଥିଲେ । ଏମିତିକି ଦିନକୁ ଦୁଇ ଓଳି ଦୁଇ ମୁଠା ଆହାର ଯୋଗାଡ କରିବା ମଧ୍ୟ ତାଙ୍କ ପାଇଁ ଅସମ୍ଭବ ହୋଇପଡିଥିଲା ।

ଆମ୍ବୁଲାନ୍ସ ସେବା

ଏହି ସମୟରେ ତାଙ୍କୁ ସହାୟତାର ହାତ ବଢେଇଥିଲେ ସୁନୀଲ ନାମକ ଜଣେ ବ୍ୟକ୍ତି; ଯିଏ କି ରାଧିକାଙ୍କ ସ୍ଵାମୀ ସୁରେଶଙ୍କ ସୁପାରିଶ କ୍ରମେ ସେହି ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ସୁନୀଲ ହିଁ ରାଧିକାଙ୍କୁ ଆମ୍ବୁଲାସ ଚଲାଇବା ଶିଖାଇଥିଲେ।ଏହାପରେ ରାଧିକା ନିଜେ ଏକ ଆମ୍ବୁଲାନ୍ସ କିଣିଥିଲେ । ମାତ୍ର  ତାଙ୍କର ବ୍ୟବସାୟ ସେତେ ଜମିନଥିଲା । ଏହାର କିଛିଦିନ ପରେ ସ୍ଵାମୀଙ୍କ ବୀମା ଅର୍ଥରେ ସେ ପୁଣି ଏକ ଆମ୍ବୁଲାନ୍ସ କିଣିଥିଲେ । ଧୀରେ ଧୀରେ ତାଙ୍କ ବ୍ୟବସାୟର କଳେବର ବଢିବାରେ ଲାଗିଲା । ଏବେ ସେ ୧୦ଟି ଆମ୍ବୁଲାନ୍ସର ମାଲିକାଣୀ ।  ଘରୋଇ ନର୍ସିଂ ହୋମ୍ ଏବଂ ହସ୍ପିଟାଲରେ ସେ ତାଙ୍କର କେତୋଟି ଆମ୍ବୁଲାନ୍ସ ଭଡା ସୂତ୍ରରେ ଦେଇଥିବା ବେଳେ ଆଉ କେତୋଟିକୁ ସେ ଦରିଦ୍ର ଲୋକମାନଙ୍କ ପାଇଁ ରଖିଛନ୍ତି। ଲୋକଙ୍କ ଆବଶ୍ୟକତା ଅନୁସାରେ ସେ ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି । କିଲୋମିଟର ପିଛା ଅତି କମ୍ ଅର୍ଥ ଦାବି କରୁଥିବାରୁ ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଖରେ ରାଧିକାଙ୍କ ଆମ୍ବୁଲାନ୍ସର ଚାହିଦା ଅଧିକ । ଅନେକ ଥର ଏମିତି ବି ହୋଇଛି ଯେ ତାଙ୍କ ଆମ୍ବୁଲାନ୍ସରେ ଯାଇଥିବା କୌଣସି ରୋଗୀଙ୍କର ମୃତ୍ୟୁ ଘଟିଲେ ସେ ମୃତକଙ୍କ ଆତ୍ମୀୟଙ୍କ  ଠାରୁ ଟଙ୍କାଟିଏ ମଧ୍ୟ ନେଇନାହାନ୍ତି। ଅନେକ ସମୟରେ ଦରିଦ୍ର ଲୋକମାନଙ୍କ ପାଇଁ ରାଧିକା ହସ୍ପିଟାଲ ର ବିଲ୍ ମଧ୍ୟ ପୈଠ କରିଛନ୍ତି। ଗରିବ ଓ ଅସହାୟ ରୋଗୀଙ୍କ ଶୁଭକାମନାକୁ ପାଥେୟ କରି ରାଧିକା ଆଗେଇ ଚାଲିଛନ୍ତି।

ଆଧାର - ଦୈନିକ ପ୍ରମେୟ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate