অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ପୁଅଙ୍କ ସଫଳତା ଯାତ୍ରା

ଓଡ଼ିଶା ପୁଅଙ୍କ ସଫଳତା ଯାତ୍ରା

ଉପକ୍ରମ

ବଲିଉଡ୍ ରେ ଚମକିଛନ୍ତି ଆଉଜଣେ ଓଡ଼ିଶା । ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ବଲିଉଡ୍ ଅଭିନେତାଙ୍କୁ ପ୍ରଶିକ୍ଷଣ ଦେଇ ଆସିଛନ୍ତି ଲୋକଲୋଚନକୁ ।

 

 

ବିକ୍ରମର ଯାତ୍ରା

ଦିନେ ଅନାଥ ଆଶ୍ରମରେ ରହି ଭବିଷ୍ୟତର ସ୍ଵପ୍ନ ଦେଖୁଥିବା ପିଲାଟିଏ ଆଜି ଅନ୍ୟମାନଙ୍କ ପାଇଁ ପାଲଟିଛି ଆଦର୍ଶ । ସେ ହେଲେ ଓଡ଼ିଶାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅନ୍ତାରି ଗ୍ରାମର ବିକ୍ରମ ସ୍ଵାଇଁ । ବିକ୍ରମ ବଲିଉଡ୍ ଅଭିନେତା ତଥା ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫଙ୍କୁ ଜିମ୍ନାଷ୍ଟିକ ଟ୍ରେନିଂ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । କେବଳ ସେତିକି ନୁହେଁ, ଅଭିନେତା ସୂରଜ ପାଞ୍ଚୋଲିଙ୍କର ଟ୍ରେନରଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ବିକ୍ରମ ।

ପିଲାବେଳୁ ମା’ ଛେଉଣ୍ଡ ହେବା ପରେ ବିକ୍ରମ ଅନାଥ ଆଶ୍ରମରେ ଆଶ୍ରୟରେ ଆଶ୍ରୟ ନେଇଥିଲେ । ବାପା ଥିଲେ ବି ଛୋଟଭାଇ ସହ ତାଙ୍କୁ ଏକ ଆଶ୍ରମକୁ ପଠାଇ ଦିଆଯାଇଥିଲା । ତେଣୁ ୩ବର୍ଷୀୟ ଛୋଟ ଭାଇର ଲାଳନ ପାଳନ ଦାୟିତ୍ଵ ମଧ୍ୟ ବିକ୍ରମଙ୍କ ଉପରେ ପଡିଥିଲା । ଭାଇ ପାଇଆନ କ୍ଷୀର ଏବଂ ଖାଦ୍ୟ କିଣିବାକୁ ମାତ୍ର ୯ବର୍ଷ ବୟସରେ ସେ ନିକଟ ଏକ ପାର୍କରେ ୪୦୦ଟଙ୍କାରେ କାମ କରୁଥିଲେ । ସେଠାରେ କିଛିବର୍ଷ କାମ କରିବା ପରେ ଅଧିକ ରୋଜଗାର ଆଶାରେ ସେ ସୁରଟ ଯାଇ ଏକ ସୂତାକଳରେ କାମ କରିଥିଲେ ।

ଯେଉଁଠାରେ ତାଙ୍କୁ ମାସିକ ମାତ୍ର ୧୩୦୦ଟଙ୍କା ମିଳୁଥିଲା । ସେଥିରୁ ଅଧା ଅର୍ଥରେ କଷ୍ଟେମଷ୍ଟେ ଚଳିଯାଇ ବଳକା ଅର୍ଥକୁ ଗାଁରେ ରହୁଥିବା ଭାଇ ପାଇଁ ପଠାଉଥିଲେ । ସେଠାରେ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ବମ୍ବେ ଯାଇ କାମ ଖୋଜିଥିଲେ । ପାଖରେ ଟଙ୍କାଟିଏ ବି ନ ଥିଲା । ଶେଷରେ ଏକ ସର୍ଭିସିଂ ସେଣ୍ଟରରେ କାର୍ ସଫା କରି ଗୁଜରାଣ ମେଣ୍ଟାଇବାକୁ ପଡିଥିଲା । ହଠାତ୍ ଦିନେ ଜୁହୁ ବିଚ୍ ରେ ବୁଲିବା ସମୟରେ ଜିମ୍ନାଷ୍ଟିକ୍ ଶିଖୁଥିବା କିଛି ପିଲାଙ୍କ ଉପରେ ତାଙ୍କର ନିଜର ପଡିଥିଲା । ଧୀରେ ଧୀରେ ତାଙ୍କ ସହ ମିଶି ଜିମ୍ନାଷ୍ଟିକ ଶିଖିବା ଆରମ୍ଭ କରିବା ପରେ ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇଥିଲା, ଯାହାକି ତାଙ୍କ ଜୀବନର ମୋଡକୁ ବଦଳାଇ ଦେଇଥିଲା । ଏ ନେଇ ବିକ୍ରମ କୁହନ୍ତି, ଦିନେ ଟାଇଗର ଶ୍ରଫ ଏକ ଫିଲ୍ମରେ ଶୁଟିଂ ପାଇଁ ଜୁହୁ ବିଚ୍ ଆସିଥିବା ବେଳେ ମୋ ଜିମ୍ନାଷ୍ଟିକ୍ ତାଙ୍କୁ ପସନ୍ଦ ଆସିଥିଲା । କିଛି ସେସନ ମୋ ସହ ଅଭ୍ୟାସ କରିବା ପରେ ସେ ମୋତେ ତାଙ୍କ ଟ୍ରେନର ହେବାକୁ କହିଥିଲେ । ହିନ୍ଦୀ କି ଇଂଲିଶ ଜାଣି ନ ଥିବାରୁ ତାଙ୍କ ସହ କଥାବାର୍ତ୍ତା ହେବାରେ ପ୍ରଥମେ ଅସୁବିଧା ହେଉଥିଲା। ଟାଇଗର ମୋତେ ଏକ ଫୋନ୍ ଏବଂ ସିମ୍କାର୍ଡ ଦେବା ସହ ସେଥିରେ ମେସେଜିଂ ଏବଂ ଇଣ୍ଟରନେଟ୍ ବ୍ରାଉଜିଂ ଶିଖାଇ ଦେଇଥିଲେ।

ସଫଳ ବିକ୍ରମ

ପିଲାବେଳୁ ନାଚ ପାଇଁ ବିକ୍ରମଙ୍କର ଦୁର୍ବଳତା ରହିଥିଲା । ବମ୍ବେ ଆସି ଟାଇଗରଙ୍କ ସହ ମିଶିବା ପରେ ଏହି ଦୁର୍ବଳତା ନିଶାରେ ପରିଣତ ହୋଇଥିଲା । ଏବେ ସେ ନିଜେ ଡ୍ୟାନ୍ସ ଶିଖି ଟାଇଗର ଏବଂ ସୁରଜ ପାଞ୍ଚୋଲିଙ୍କୁ ମଧ୍ୟ ଶିଖାଉଛନ୍ତି । ଟାଇଗରଙ୍କ ସହ ଦେଶ ବିଦେଶ ବୁଲି କାମ କରୁଛନ୍ତି । କେବଳ ଟାଇଗର କି ସୁରଜ ନୁହନ୍ତି, ସୁନାଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ, ସାୟେଷା ସେହଗଲ ଏବଂ ଶ୍ରଦ୍ଧା କପୁରଙ୍କ ଭଳି ଷ୍ଟାର୍କିଡ୍ ଙ୍କ ପାଇଁ କାମ କରୁଛନ୍ତି ବିକ୍ରମ । ଏ ନେଇ ବିକ୍ରମ କୁହନ୍ତି, ‘ମୋ ସାନଭାଇ ଭଲ ପାଠପଢି ଏବେ ଏମ୍ବିଏ କରୁଛି । ଏଠାରୁ ଯାହା ରୋଜଗାର କରୁଛି ସେଥିରେ ବହୁତ ଝୁସି ଅଛି । ଗାଁରେ ଘର କରିବା ସହ ଜମି କିଣିଛି । ଯେଉଁ ଅନାଥ ଆଶ୍ରମରେ ରହୁଥିଲି ସେଠାକୁ ମଧ୍ୟ ପ୍ରତିମାସରେ ରହୁଥିଲି ସେଠାକୁ ମଧ୍ୟ ପ୍ରତିମାସରେ କିଛି ଟଙ୍କା ଦେଉଛି । ଗାଁର ପ୍ରଥମ ବ୍ୟକ୍ତିଭାବେ ମୁଁ ବିଦେଶକୁ ଯିବାର ସୁଯୋଗ ପାଇଥିବାରୁ ମୋ ସାଙ୍ଗମାନେ ବହୁତ ଖୁସି ।‘ ଅନାଥ ଆଶ୍ରମରୁ ଏବେ ବଲିଉଡ୍ ରେ ପହଞ୍ଚିଥିବା ଏହି ଯୁବକ ଏବେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।

ଆଧାର – ଦୈନିକ ଧରିତ୍ରୀ

୫ ମେ ୨୦୧୬

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate