অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗରିବଙ୍କୁ ବଂଚାଇବା ପାଇଁ ୧୦ ବର୍ଷୀୟ ବାଳକଙ୍କ ଉଦ୍ୟମ ଏବେ 'HIVE’ ନାମରେ କୋଲକାତାରେ ବେଶ ଚର୍ଚ୍ଚିତ

ଗରିବଙ୍କୁ ବଂଚାଇବା ପାଇଁ ୧୦ ବର୍ଷୀୟ ବାଳକଙ୍କ ଉଦ୍ୟମ ଏବେ 'HIVE’ ନାମରେ କୋଲକାତାରେ ବେଶ ଚର୍ଚ୍ଚିତ

ଉପକ୍ରମ

୧୦ ବର୍ଷ ବୟସ ପାଖାପାଖି ହେବ ଦୁଇ ଜଣ ବାଳକ ପାର୍କରେ ଖେଳୁଥିଲେ। ସେମାନେ ଦେଖିଲେ ଯେ ଏକ ଗରିବ ପିଲା ଯାହାର ବୟସ ସେମାନଙ୍କ ବୟସ ପାଖାପାଖି ହେବ ଅତି ଦୟନୀୟ ଅବସ୍ଥାରେ ଥିଲା। ସେହି ଦୁଇବାଳକ ଗରିବ ଶିଶୁ ଟିକୁ ସହାୟତା କରିବାକୁ ନିଷ୍ପତି ନେଲେ। ସେମାନେ ନିଜ ପାଖରେ ଥିବା ପଇସାକୁ ଏକାଠି କରି ସେହି ଶିଶୁଟିକୁ ପାଖରେ ଥିବା ଏକ ଚାଦୋ କାନକୁ ନେଇ ତାକୁ ଖାଇବାକୁ ଦେଲେ।

ସେହି ଦୁଇ ବାଳକଙ୍କ ମଧ୍ୟରୁ ଜଣେ ହେଉଛି ନିତାଇ ଦାସ  ମୁଖାର୍ଜୀ। ଏହି ଛୋଟି ଆଘଟଣାଟି ଏକ ଏନଜିଓ ସୃଷ୍ଟି କରିବାର ମୂଳ ଦୁଆପକାଇ ଥିଲା । ସେହି ଏନଜିଓ ଏବେ କୋଲକାତା ରେ ପ୍ରାୟସ ବୁଉଦ୍ଧାର କାର୍ଯ୍ୟ କରୁଛି କହିଲେ ଭୁଲ ହେବ ନାହିଁ।

ହାଇଭ ଇଣ୍ଡିଆ

HIVE India (HIVE initially stood for HIV + Emergency ) ହେଉଛି ସ୍ୱର୍ଗତ ଡକ୍ଟର ରାକେଶ ଅଗ୍ରୱାଲ୍ ଓ ନିତାଇଦାସଙ୍କ ମାନସ ସନ୍ତାନ। ଏବେ ଏଥିରେ ୧୫ ସ୍ଥାୟୀ ସଦସ୍ୟ ରହିଛନ୍ତି ଓ କୋଲକାତାର ୨୧୬ ବର୍ଗକିଲୋମିଟରରେ ଥିବା ୭୯ ଟିପୁଲିସଷ୍ଟେସନ ରହିଛି। ଏହା ବ୍ୟତୀତ ରାଜ୍ୟ ଜୁଭେନାଇ ଲ୍ପୁଲିସୟୁନିଟ୍, ସହର ଓ ରାଜ୍ୟ ପୁଲିସ୍, ସରକାରୀ ସଂଗଠନ ଯଥା ବିପର୍ଯ୍ୟୟ ପରିଚାଳନା ଗ୍ରୁପ୍, ମହିଳା ଅଭିଯୋଗସେଲ୍, କୋଲକାତା ଶିଶୁକଲ୍ୟାଣ କମିଟି, ପାଖାପାଖି ଜିଲ୍ଲା, ପଶ୍ଚିମବଙ୍ଗର ଜରୁରୀକାଳୀନ ସେବା ଓ ଅଗ୍ନୀଷମ ସେବାଜଡ଼ିତ ରହିଛନ୍ତି।

ହାଇଭ୍ ୨୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।ଏହା ପୂର୍ବରୁ ନିତାଇ ଦାସ ତାହାକୁ ଖୁବ ଛୋଟଆ କାରରେ ଚଳାଉ ଥିଲେ।

ମୋର ବାପା ଥିଲେ ଜଣେ ସମାଜସେବୀ। ତେଣୁ ସମାଜ ସେବା ପାଇଁ ସେ ହେଉଛନ୍ତି ମୋ ପ୍ରଥମ ପରିଚୟ ଓ ପ୍ରେରଣା । ସ୍ୱାମୀ ବିବେକାନନ୍ଦ ଓ ସୁବାଷଚନ୍ଦ୍ର ବୋଷଙ୍କ ଜୀବନୀରୁ ମଧ୍ୟ ମୋତେ ପ୍ରେରଣା ମିଳିଛି। ସ୍ୱାମୀ ବିବେକାନନ୍ଦଙ୍କ ସେ ହିବାକ୍ୟ “ଉଠ, ଜାଗ୍ରତହୁଅ ଓ ଅଟକ ନାହିଁ, ଯେପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ନ ପହଂଚିଛ" ତାହା ମୋତେ ବେଶ ପ୍ରଭାବିତ କରିଥିଲା। ଯଦି ଓ ମୁଁ ସ୍ନାତକ ପଢ଼ିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସମାଜସେବା ସହଜଡ଼ି ତନଥିଲି ତେବେବି ମୁଁ ଛୋଟ କାଟି ଆବଦାନ୍ୟତା କାର୍ଯ୍ୟ କରୁ ଥିଲି। ମୁଁ ୧୯୮୯-୯୦ ରେ ଏକ ସାମାଜିକ ସଂଗଠନ ଆରମ୍ଭ କଲି। ସେତେବେଳେ କେବଳ ଏକ ପୁରୁଣା ଆମ୍ବୁଲାନ୍ସ ଥିଲା ଯାହାକୁ ରାସ୍ତାରେ ପଡ଼ିଥିବା ଶବ ଉଠାଇବା ପାଇଁ ବ୍ୟବହାର କରୁଥିଲି। ସେହି ସମୟରେ ମୁଁ ସିନି (ଚାଇଲଡଇନ୍ନିଡ୍ଇଣ୍ଡିଆ) ର ପ୍ରତିଷ୍ଠାତା ଡକ୍ଟର ସମୀର ଚୌଧୁରୀଙ୍କ ସଂଷ୍ପର୍ଷ ରେ ଆସିଲି। ସେ ମୋତେ ବହୁତ ଉତ୍ସାହିତ କରିଥିଲେ। ମୁଁ ତାଙ୍କ ବେସ  ମେଂଟରେ ଏକ କ୍ଲିନିକ୍ ଆରମ୍ଭ କଲି ଓ ସିନିଠାରୁ ସହାୟତା ପାଇଲି। ସିନିଠାରୁ ସହାୟତା ମିଳିବା ବନ୍ଦ ହୋଇଯିବା ପରେ ଆମ ସଂଗଠନ ପ୍ରାୟ ଦେଢ଼ ବର୍ଷ ସୁପ୍ତ ହୋଇଗଲା । କାର୍ଯ୍ୟ କଳାପଠପ୍ହୋଇ ଗଲା। ୧୯୯୯ ରେ ମୁଁ ହାଇଭ୍ଗଠନ କରିବାକୁ ନିଷ୍ପତି ନେଲି। ହାଇଭ ରେ ଆମର ଗୋଟିଏ ଲକ୍ଷ୍ୟ ହେଉଛି ଯେତେ ଲୋକଙ୍କୁ ହୋଇପାରିବ ଉଦ୍ଧାର କରିବା। ଆମେ ସବୁଥିରେ ହାତପୁରାଇ ରଖିଛୁ। ଆମେ ଏକ ଜରୁରିକାଳୀନ ୟୁନିଟ୍ହିସାବରେ କାମ ଆରମ୍ଭ କରିଥିଲୁ।ଏହା ପରେ ଅନେକ ବାଟଚାଲି ଆସିଛୁ।

ପରିବାରକୁ ଉଦ୍ଧାର କରିବା: ରେଳଷ୍ଟେସନ ନିକଟରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଆମେ ମେଡିକାଲ୍କାର୍ଯ୍ୟକ୍ରମ ଚାଲୁ ରଖି ୫୦୦ ପରିବାର କୁଉଦ୍ଧାର କରିଥିଲୁ। ସ୍କୁଲ ମଧ୍ୟ ଆରମ୍ଭ କରିଥିଲୁ। ଆମେ ଆଖପାଖ ୧୦ଟି ଅଂଚଳ ରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲୁ।

ଶିଶୁସୁରକ୍ଷା:

ଆମେ ଶିଶୁସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ। ଆମେ ପୁଲି ସସହିତ କୌଣସି ବିଧିବଦ୍ଧ ବୁଝାମଣା କରିନାହୁଁ। କିନ୍ତୁ ଆମେ ମିଳିତଭାବେ ସମସ୍ୟା ଥିବା ଅଂଚଳରେ କାର୍ଯ୍ୟ କରୁଛୁ। ଆମେ ମଧ୍ୟ ରାତ୍ରୀରେ ରାସ୍ତା କଡ଼ରେ ଏକ ଛୋଟ ଝିଅ କାନ୍ଦୁ ଥିବା ଦେଖି ତାହାକୁ ଉଦ୍ଧାର କରିଥିଲୁ। ଏହା ପରଠାରୁ ସେହି ରାସ୍ତାରେ ନିୟମିତ ପାଟ୍ରୋଲିଂ କରାଯାଉଛି। ବିଶେଷ କରି ଯେଉଁଠାରେ ଅନେକ ଜୀବନ ବଂଚାଇବାର ସୁଯୋଗ ରହିଛି ସେଠାରେ ଆମେ କାମକରୁଛୁ। ଶିଶୁକଲ୍ୟାଣ କମିଟି ସହ ମିଶି ଆମେ କାମକରୁଛୁ।

ମହିଳା ଓ ଶିଶୁଚାଲାଣ ରୋକିବା: ସଚେତନତା ଓ ସୁରକ୍ଷା ସୃଷ୍ଟି କରିବାଦିଗରେ ଆମେ ଅନେ କଉଦ୍ୟ ମକରିଛୁ। ଏହା ଜରିଆରେ ଆମେ ଅନେକ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିପାରିଛୁ।

ଏମର୍ଜେନ୍ସି ୟୁନିଟ୍:

ଏହା ଆମର ମୌଳିକ କାର୍ଯ୍ୟକ୍ରମ। ବିପର୍ଯ୍ୟୟ ସମୟରେ ଆମେ ୨୪ଘଂଟା ସହାୟତା ଯୋଗାଇ ଦେଉଛୁ। ଆମର ସେବା ଓ ଦକ୍ଷତା ବଢ଼ାଇ ବା ପାଇଁ ବିଭିନ୍ନ ଏଜେନ୍ସିସହମିଶି କାର୍ଯ୍ୟ କରୁଛୁ। ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ଉପେକ୍ଷିତ ଓ ବିପଦ ରେ ପଡ଼ିଥିବା ଲୋକଙ୍କୁଆମେ ସାହାଯ୍ୟକରୁ।

ପୁଲିସ ସହାୟତାରେ ମାନସିକ ରୋଗୀଙ୍କୁ ସହାୟତା କରିବା:

କୋଲକାତା ପୁଲିସର ବ୍ୟବହାର ପାଇଁ ଆମେ ମହିଳାଙ୍କ ପାଇଁଏକ ରାତ୍ରୀ ଉଦ୍ଧାରକେନ୍ଦ୍ର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ।

 

ଆମେ ଆୟରଲ୍ୟାଣ୍ଡର ହୋପ୍ଫାଉଣ୍ଡେସନରୁ ପ୍ରମୁଖ ପାଣ୍ଠି ହାସଲ କରୁଛୁ।ଏହା ବ୍ୟତୀତ କର୍ପୋରେ ଟ୍ସଂସ୍ଥା ମାନଙ୍କଠାରୁ CSR ସହାୟତା ଭାବେ ଅର୍ଥମିଳୁଛି। ଅନେକ ନାଗରିକ ସେମାନଙ୍କ ସମୟ ଓ ଅର୍ଥ ଏହି ମହତ କାର୍ଯ୍ୟ ପାଇଁ ଦାନ କରୁଛନ୍ତି।

ଅନେକ ଚ୍ୟାଲେଞ୍ଜ ରହିଛି। ଏହି କାମରେ ସବୁଠୁ କାଠିକର ପାଠ ହେଉଛି ଲୋକ ମାନଙ୍କ ବିଶ୍ୱାସ ଜିତିବା। ହାତରେ ବହୁତ କମ ସମ୍ବଳଥାଇ ଏତେ ବଡ଼ ଅଂଚଳ ରେ କାମକରିବା ଓ ସରକାରୀ ଏଜେନ୍ସିଙ୍କ ସହଯୋଗ ରେ କାମ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ।

ଆମସହିତ କାମ କର ବୋଲି ପୁଲିସକୁ ବୁଝାଇବା ପାଇଁ ୨-୩ ବର୍ଷ ଲାଗିଗଲା। ସେମାନେ ଆମର ଉଦ୍ୟମକୁ ନେଇ ଆଦୌଭରସା କରିପାରୁ ନଥିଲେ। କିନ୍ତୁ ନିୟମିତ ଉଦ୍ୟମ ପରେ ସେମାନେ ବିଶ୍ୱାସ କଲେ ଯେ ଆମପାଖରେ ସେହିସବୁ ସମାଧାନ ରହିଛି ଯାହା ହଜାରହଜାର ଲୋକଙ୍କ ଜୀବନ ରକ୍ଷା କରିପାରିବ। ଏବେ ଆମେ ପୁଲିସ ସହିତ ମିଳିତ ଆକ୍ସନପ୍ଲାନ୍ପ୍ରସ୍ତୁତ କରୁଛୁ।

ସରକାରୀ  ହସପିଟାଲ୍ସହକାମ କରିବାରେ ଆମର ବହୁତ କଠିନ ଅଭିଜ୍ଞତା ରହିଛି। ଆମେ ଆଣୁଥିବା ଅନେକ ଲୋକଙ୍କୁ ସେମାନେ ଆଡମି ସନ୍ଦେବାକୁ ମନାକରିଦିଅନ୍ତି। ଆମକୁ ଡାକ୍ତରଙ୍କୁ ବୁଝାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼େ। ହସପିଟାଲର ବିଶ୍ୱାସ ଜିତିବା ପାଇଁ ଆମେ ଅନେକ ପରିଶ୍ରମ କରିଛୁ। ମେଡିସନ୍ଯୋଗାଡ଼ କରିବାଠାରୁ ଆରମ୍ଭକରି ଡାକ୍ତରଙ୍କୁ ମଧ୍ୟ ବିଶ୍ୱାସ ଦେବାକୁ ପଡ଼େ ଯେ ସେମାନେ ନିଜ ବୃତ୍ତିକୁ ନେଇ ଯେଭଳି ଯତ୍ନ ବାନ ଆମେ ମଧ୍ୟ ସେଭଳି ଗୁରୁତ୍ତ୍ଵର ସହକାମ କରୁଛୁ। ଦିନେ ମୁଁ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗୋଟିଏ ରୋଗୀକୁ ଧରି ଅପେକ୍ଷା କରିଥିଲି କାରଣ କେହି ଡାକ୍ତର ତାଙ୍କୁ ଦେଖିବାକୁ ଆଗ୍ରହ ଦେଖାଇ ନଥିଲେ। ହେଲେ ମୁଁ ମଧ୍ୟ ନଛାଡେ ବନ୍ଧା। ହସପିଟାଲରେ ସେହିପରି ବସି ରହିଲି। ଶେଷରେ ଜଣେ ଡାକ୍ତର ଆସି କହିଲେ ତୁମେ ପାସ କରିଛ, ଆଣତୁ ମରୋଗୀଙ୍କୁ ଦେଖିବା।

ଆମେ ଯେଉଁ ଲୋକମାନଙ୍କୁ ଉଦ୍ଧାରକରୁ ତାହାଙ୍କୁ ନିଖୋଜ ଭାବେ ପଂଜିକୃତ କରାଯାଏ। କିଛି ଲୋକ ଅପହରଣର ଶିକାର ହୋଇଥାନ୍ତି। କିଏ ଘରୁପଳାଇ ଆସିଥାଏ। ଆଉ କିଏ ବାଟ ଭୁଲି ଯାଇଥାଏ। କିଏ ବୟସାଧିକ ଯୋଗୁଁ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥାଏ। ରାଜ୍ୟ ପୁଲିସର Missing PersonSquard ସହ ମିଶି ଆମେ କାମକରୁ। ଯେଉଁ ଲୋକମାନଙ୍କୁ ଉଦ୍ଧାର କରାଯାଏ ସେ ମାନଙ୍କ ତଥ୍ୟ ଦେବାକୁ ପଡ଼େ।

ପାଂଚ ବର୍ଷ ତଳେ ଦୁର୍ଗା ପୂଜା ବେଳେ ଏକ ବାଳିକା କୁଉଦ୍ଧାର  କରିଥିଲୁ ଯାହାକୁ ଅପହରଣ କରାଯାଇଥିଲା। ସେ ସେଠାରୁ ଖସିଆସିଥିଲା। ଯେହେତୁ ଦୁର୍ଗାପୁଜା ଯୋଗୁଁ ପୁଲିସ ସେମାନେ ସେ କାର୍ଯ୍ୟରେ ଅଧିକ ବ୍ୟସ୍ତ ଥିଲେ ତେଣୁ ଏହି ଶିଶୁଟିକୁତା’ର ପରିବାର ପାଖକୁ ପଠାଇବା ବେଶ କଷ୍ଟକର ହୋଇଥିଲା। ଏଭଳି ଘଟଣାକୁ ରୋକିବା ପାଇଁ ପୁଲିସ ସହିତ ମିଶି ଆମେ ନିଖୋଜ ମହିଳା ଓ ଶିଶୁସୁରକ୍ଷା Flying Squard ଗଠନକରିଛୁ। ଏହା ବିଭିନ୍ନ ସ୍ଥାନରେ ରହିକାମ କରୁଛି। ଏହି ୟୁନିଟରେ ପୁଲିସ ଅଧିକାରୀ, ସ୍ୱେଚ୍ଛା ସେବୀ ରହିଛନ୍ତି ଯେଉଁମାନଙ୍କ ପାଖରେ ଫାଷ୍ଟଏଡ୍ବାକ୍ସ, କମ୍ବଳ, ଖେଳନା ଆଦି ରହିଛି। ଗତ ବର୍ଷ ଦୁର୍ଗାପୁଜାରେ ଆମେ ୮-୯ଟି ସ୍କ୍ୱାଡ୍ସହ୧-୨ଟି ଅତିରି କ୍ତସ୍କ୍ୱାଡ୍ନିୟୋଜିତ କରିଥିଲୁ।

ପ୍ରଥମ କଥା ହେଲା ସମସ୍ତଙ୍କୁ ସମ୍ମାନ ଦେବା ଅପରିହାର୍ଯ୍ୟ।

୧-ଏହି କ୍ଷେତ୍ରରେ ମିଶିଯିବାକୁ ହେବ। ନିଜକୁ ବ୍ୟକ୍ତିଗତ ଭାବେ ସାମିଲ କରିବାକୁ ପଡ଼ିବ।

୨-ଲୋକଙ୍କ ହୃଦୟରେ ସ୍ଥାନ ପାଇବା ଏକ କଷ୍ଟ। ତୁମ କଥାକୁ ଲୋକେ ଶୁଣି ବାପାଇଁ ଓ ବିଶ୍ୱାସ କରିବା ପାଇଁ ଅନେକ ଧୈର୍ଯ୍ୟ ଓ ଦୃଢ଼ମ ନୋବଳ ଦରକାର।

୩-ସାମାଜିକ ଅନ୍ତରପୂରଣ କରିବା ପାଇଁ ବିଭିନ୍ନ ସଂଗଠନ ଓ ଲୋକଙ୍କ ସହମିଶି କାମ କରିବାକୁ ପଡ଼ିବ। ସବୁ କାମ ଯେଭଳି ନାଗରିକଙ୍କ ଭଲ ପାଇଁ ହୋଇଛି ତାହା ନିଶ୍ଚିତ କରିବାକୁ ପଡ଼ିବ।

୪-ପ୍ରକଳ୍ପଭଲ। କିନ୍ତୁ ପ୍ରକଳ୍ପ ଯଦି ମିସନରେ ପରିଣତ ହୁଏ ତେବେ ଆହୁରି ଭଲହେବ।

Ruchika panigrahi (freelancer journalist)



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate