ସଚେତନତା ସୃଷ୍ଟି

ଏକ ପୁରୁଣା ଟ୍ରକ ବ୍ୟବହାର ବହନୀୟ ଜଳ ସଂରକ୍ଷଣ ପାତ୍ର ଭାବେ ବ୍ୟବହୃତ ହୋଇପାରୁଥିବା ଡିଜେଲ୍ ଜେରି କେନଙ୍କୁ ସାଥିରେ ନେଇ ଡାକ୍ତର ପ୍ରୀତି ଆଦିଲ୍ ଚକ୍ରବର୍ତୀ ଓ ତାଙ୍କ ଇଂଜିନିୟର ଭାଇ ପ୍ରବୀଣ ଆଦିଲ୍ ନିୟମିତ ଭାବେ ଯାତ୍ରା କରିଥାନ୍ତି । ବଡ଼ ସହରରେ କାହିଁକି ଛତିଶଗଡ଼ରେ ମଧ୍ୟ ଏହା ଏକ ସୌଖିନ ମୋଟର କାର୍ ନୁହେଁ, କିନ୍ତୁ ଏହା ଗ୍ରାମୀଣ ଛତିଶଗଡ଼ରେ ମୁଖଗହ୍ୱର ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଏକ କାର୍ଯ୍ୟକାରୀ ୟୁନିଟ୍। ଯେଉଁ ସମୟରେ ଏହି ଦୁଇ ଭାଇଭଉଣୀ ନିଜର ଭ୍ରାମ୍ୟମାଣ ଦନ୍ତ ଲ୍ୟାବକୁ ନେଇ ବାହାରକୁ ଯାଆନ୍ତି, ସେମାନେ ଅନେକ ଅସାଧାରଣ ରୋଗୀଙ୍କ ପାଖରେ ପହଂଚିଥାନ୍ତି । ବେଳେବେଳେ ସେମାନଙ୍କୁ ଯାଯାବର ବା ମଦାରିଙ୍କ ସହିତ ତୁଳନା କରାଯାଏ ଯେଉଁମାନେ ଉଦେ୍ଧଷ୍ୟବିହୀନ ଭାବେ ମାଙ୍କଡ଼ମାନଙ୍କ ସହ ବୁଲିଥାନ୍ତି । ଗ୍ରାମବାସୀମାନେ ପ୍ରଶ୍ନ ପଚାରିଥାନ୍ତି ଅନ୍ୟ ମଦାରି(ଯେଉଁମାନେ ମାଙ୍କଡ଼ଙ୍କୁ ଗାଁଦାଣ୍ଡରେ ନଚାଇ ଅର୍ଥ ଉପାର୍ଜନ କରନ୍ତି) ଦନ୍ତ ବାହାରକରିବାକୁ ୨୦ଟଙ୍କା ନେଉଥିବା ବେଳେ ସେମାନେ କାହିଁକି ଅଧିକ ଅର୍ଥ ନେଇଥାନ୍ତି । କିନ୍ତୁ ଯେଉଁମାନେ ସେମାନଙ୍କ ନିକଟରେ ଥରେ ଚିକିତ୍ସିତ ହୋଇଥାନ୍ତି ସେମାନେ ପୁଣି ଫେରିଆସି ଧନ୍ୟବାଦ ସହ କିଛି ଖାଦ୍ୟଦ୍ରବ୍ୟ ମଧ୍ୟ ଦେଇଥାନ୍ତି ।

ପରିସଂଖ୍ୟାନ

ବର୍ତ୍ତମାନର ଏକ ପରିସଂଖ୍ୟାନ ଅନୁସାରେ, ଦେଶର କେବଳ ୧.୫% ଦନ୍ତରୋଗ ବିଶେଷଜ୍ଞମାନେ ଗ୍ରାମୀଣ ଇଲାକାରେ କାମ କରିଥାନ୍ତି ଅର୍ଥାତ୍, ବଳକା ୯୮.୫% ଡାକ୍ତର ଦେଶର କେବଳ ୧ ପ୍ରତିଶତ ଲୋକଙ୍କ ଚିକିତ୍ସା କରିଥାନ୍ତି । ସରକାର ମୁଖଗହ୍ୱର/ଦନ୍ତ ଚିକିତ୍ସାକୁ ଗ୍ରାମାଞ୍ଚଳକୁ ପରିବ୍ୟାପ୍ତ କରିବାକୁ ବିଭିନ୍ନ ସ୍ୱାସ୍ଥ୍ୟ ମେଳାମାନ ଆୟୋଜନ କରିଥାନ୍ତି, କିନ୍ତୁ ଏହି ସ୍ୱାସ୍ଥ୍ୟ ମେଳା/କ୍ୟାମ୍ପଗୁଡ଼ିକ ଆଶାନୁରୂପ ଫଳ ଦେଇନଥାନ୍ତି । ଏନେଇ ପ୍ରବୀଣ କହନ୍ତି, “ସରକାରୀ କ୍ୟାମ୍ପରେ ଘଟଣାସ୍ଥଳରେ ଚିକିତ୍ସା କରାଯାଏ ନାହିଁ । ଯେତେବେଳେ ରୋଗୀମାନେ ଦୀର୍ଘ ରାସ୍ତା ଅତିକ୍ରମ କରି ସରକାରୀ ହସ୍ପିଟାଲରେ ପହଂଚିଥାନ୍ତି ସେମାନେ ଲକ୍ଷ୍ୟ କରନ୍ତି ଯେ ସେଠାରେ ଆଉ ଏକ ନୂଆ ଡାକ୍ତର ଅଛନ୍ତି, ଏଣୁ ସେମାନେ ପରବର୍ତ୍ତୀ ଚିକିତ୍ସା ପାଇଁ ପଛଘୁଞ୍ଚା ଦେଇଥାନ୍ତି ।” ଚିକିତ୍ସା ସୁବିଧା, ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଔଷଧ ସାଧାରଣତଃ ସହଜରେ ମିଳିନଥାଏ ଏବଂ ରୋଗୀମାନେ ଏଥିରେ ହତାଶା ଓ ଅସନ୍ତୁଷ୍ଟ ହୋଇଥାନ୍ତି ।

ଏହା ହେଉଛି ଏକ ପ୍ରମୁଖ କାରଣ ଯାହାପାଇଁ ଭାଇଭଉଣୀ ଦ୍ୱୟଙ୍କ କ୍ଲିନିକ୍ ଇତିଦିର୍ଖା ଏକ ବିକଳ୍ପ ଭାବେ ପ୍ରତିପାଦିତ କରିବାକୁ ସଂଘର୍ଷ କରୁଛି । ଅନେକ ରୋଗୀ ପ୍ରଥମେ ଆସିବାକୁ ଅମଙ୍ଗ ହେଉଥିଲେ କିନ୍ତୁ ଦୀର୍ଘ ଦୁଇବର୍ଷ ଏଭଳି ଗାଁଗହଳିରେ ବୁଲିବା ପରେ, ପ୍ରୀତି ଓ ପ୍ରବୀଣ କହନ୍ତି ଯେ ସେମାନଙ୍କର କ୍ଲିନିକ୍ ୩୦୦୦ରୋଗୀଙ୍କୁ ଚିକିତ୍ସାରେ ଶତପ୍ରତିଶତ ସନ୍ତୁଷ୍ଟ କରିପାରିଛି । ଦୁଇ ଭାଇଭଉଣୀ ସମାନ ଆନୁବଂଶିକ ଗୁଣାସୂତ୍ର ପାଇଛନ୍ତି କିନ୍ତୁ ଉଭୟଙ୍କ ବୃତିଗତ କ୍ଷେତ୍ର ଭିନ୍ନ ରହିଛି । ପ୍ରୀତି, ୨୦୦୮ରେ ରାଜନନ୍ଦଗାଓଁର CDCRIରେ ନିଜର ବିଡିଏସ୍(ଦନ୍ତରୋଗ) ଶିକ୍ଷା ସମାପ୍ତ କରିଥିଲେ । ଏହା ସହ ସେ ହେଉଛନ୍ତି ଭିଲାଇର ସ୍ୱତନ୍ତ୍ର ଭାବେ ଦନ୍ତରୋଗ ଚିକିତ୍ସା କରୁଥିବା ମହିଳା ଡାକ୍ତର । ସେ ବିବାହ କରିବା ପୂର୍ବରୁ ଏହି ଚିକିତ୍ସା ସେବା ଆରମ୍ଭ କରିଥିଲେ । ପ୍ରବୀଣ ଆଇଆଇଟି ରୁ ଜଣେ ବୈଦ୍ୟୁତିକ ଇଂଜିନିୟରିଂ ବିଷୟରେ ବୈଷୟିକ ଶିକ୍ଷାରେ ସ୍ନାତକ ଅଟନ୍ତି । ସେ ନିଜର ବୃତିଗତ ଜୀବନ ଭାରତ ଓ ସିଙ୍ଗାପୁରର ବିଭିନ୍ନ କର୍ପୋରେଟ୍ କଂପାନୀରେ ଆରମ୍ଭ କରିଥିଲେ । ଏହା ପରେ ମହୀଶୂରର ଏନର୍ଜି କଞ୍ଜୁପ୍ସନ ମ୍ୟାନେଜମେଣ୍ଟରେ ଯୋଗ ଦେଲେ, କିନ୍ତୁ ଏଥିରେ ସେ ବିଶେଷ ପ୍ରଗତି କରିପାରିନଥିଲେ ଓ ଶେଷରେ ଏକ ପରାମର୍ଶଦାତା ଭାବେ କାମ ଆରମ୍ଭ କଲେ ।

ଭାଇଭଉଣୀ ଦ୍ୱୟ ନିଜର ରାଜ୍ୟ ଛତିଶଗଡ଼ ପାଇଁ କିଛି କରିବାକୁ ଚାହୁଁଥିଲେ । ସେମାନଙ୍କ ପରିବାର ଗ୍ରାମାଂଚଳରୁ ଆସିଥିବାରୁ ସେମାନେ ବର୍ତମାନ ମଧ୍ୟ ଗାଁ ସହ ସଂପର୍କ ଅତୁଟ ରହିଛି । ପ୍ରବୀଣ କହନ୍ତି, “ଛୋଟ ପିଲାବେଳୁ, ଆମେ ଅନୁନ୍ନତ ମୁଖଗହ୍ୱର ପରିଚ୍ଛନ୍ନତା, ଅତ୍ୟଧିକ ତମାଖୁ ସେବନ, ଗ୍ରାମାଂଚଳରେ ଡାକ୍ତରଙ୍କ ଅଭାବ ଆଦି ସମସ୍ୟା ଦେଖିଆସିଛୁ । ଆମର କେତେକ ସଂପର୍କୀୟ ତମାଖୁ ସେବନ ଦ୍ୱାରା ନିୟମିତ ଉଚ୍ଚରକ୍ତଚାପର ଶୀକାର ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି ।”

ସେ କହନ୍ତି, “ଗ୍ରାମୀଣ ଭାରତ ହେଉଛି ବାସ୍ତବରେ ବିଶ୍ୱର ମୁଖଗହ୍ୱର କ୍ୟାନସରର ରାଜଧାନୀ ।” ଏହି ସମସ୍ୟାକୁ କିଭଳି ଭାବେ ମୁକାବିଲା କରିହେବ ସେ ନେଇ ପ୍ରବୀଣ କହନ୍ତି, “ସହରତଳି ଇଲାକାରେ ଏକ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ କରିବା ହେଉଛି ପ୍ରଥମ କାର୍ଯ୍ୟ । ଆମେ ଗ୍ରାମାଂଚଳରେ କ୍ୟାମ୍ପ/ସ୍ୱାସ୍ଥ୍ୟମେଳାର ଆୟୋଜନ କରିବା ସପକ୍ଷରେ ନଥିଲୁ କାରଣ ଆମପାଇଁ ପ୍ରଥମେ ରୋଗୀଙ୍କ ବିଶ୍ୱାସଭାଜନ ହେବା ଜରୁରୀ ଥିଲା । ଏଣୁ ଆମେ ସଠିକ୍ ନିଦାନ, ଆଦର୍ଶ ସେବା ଓ ସୁଲଭ ଚିକିତ୍ସା ଆଦି ଦ୍ୱାରା ଆମର ବୃତ୍ତିଗତ ଗୁଣକୁ ପ୍ରମାଣିତ କଲୁ ।”

ଗ୍ରାମାଂଚଳରେ କାର୍ଯ୍ୟ

ଏହା ପରେ ଦୁହେଁ ଏବଂ ତାଙ୍କ ଟିମ୍ ଗ୍ରାମାଂଚଳରେ କ୍ୟାମ୍ପ୍ର ଆୟୋଜନ କରିଥିଲେ । ପ୍ରବୀଣ କହନ୍ତି, “ଆମର ସର୍ବଦା ଚିକିତ୍ସା ଅପେକ୍ଷା ପ୍ରତିରୋଧ କରିବା ଉପରେ ଗୁରୁତ୍ୱ ଦେଇଥାଉ ।” ଇତିଦିର୍ଖାରେ ସେମାନଙ୍କର ଅଧିକାଂଶ ସମୟ ରୋଗୀଙ୍କୁ ଦନ୍ତରୋଗକୁ କିଭଳି ଜଟିଳତାରୁ ଦୂରେଇ ହେବ ସେନେଇ ସଚେତନ କରାଇବାରେ ବିତିଥାଏ ।

ପ୍ରବୀଣ ଏନେଇ କହନ୍ତି, “ଗ୍ରାମାଂଚଳର ରୋଗୀମାନେ କ୍ୟାମ୍ପ୍ କାର୍ଡ ଆମ ପାଖରୁ ନେଇଥାନ୍ତି, ଏଥିରେ ଚିକିତ୍ସାର ପ୍ରକାର ଓ ଦେୟ ସଂପର୍କରେ ତଥ୍ୟ ରହିଥାଏ । ସେମାନଙ୍କ ନିକଟରେ ଘଟଣାସ୍ଥଳରେ ଚିକିତ୍ସିତ ହେବା କିମ୍ବା ତିନି ମାସ ମଧ୍ୟରେ କ୍ଲିନିକ୍ ଆସି ଚିକିତ୍ସା ଗ୍ରହଣ କରିବାର ବିକଳ୍ପ ରହିଥାଏ । କ୍ୟାମ୍ପକୁ ଆସୁଥିବା ରୋଗୀଙ୍କ ପାଇଁ ସିଧାସଳଖ କ୍ଲିନିକ୍ ଆସୁଥିବା ରୋଗୀଙ୍କ ଅପେକ୍ଷା ଚିକିତ୍ସା ଖର୍ଚ୍ଚ କମ୍ ରଖାଯାଇଥାଏ ।”

ରୋଗୀଙ୍କ ସହ ସିଧାସଳଖ ସାକ୍ଷାତ କରିବା ପଛରେ ବିଭିନ୍ନ କାରଣ ରହିଛି । ପ୍ରଥମତଃ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ମୁଖଗହ୍ୱର ସମସ୍ୟା ରହିଥିବା ସଂପର୍କରେ ଅସଚେତନ । ପ୍ରବୀଣ କହନ୍ତି, “ ସେମାନେ ଚିକିତ୍ସା ପାଇଁ ଆସନ୍ତି ଯେତେବେଳେ ସେମାନଙ୍କ ବ୍ୟଥା ଅସହନୀୟ ହୋଇଥାଏ ।” ଇତିଦିର୍ଖାର ରୋଗୀମାନେ ଅଧିକାଂଶ ଦିନ ମଜୁରିଆ ଓ ସେମାନେ ଦିନଟିଏ ପାଇଁ ଛୁଟିରେ ରହିପାରିବେନାହିଁ ।

ଇତିଦିର୍ଖା ଏଣୁ ସମ୍ଭବ ଅନୁସାରେ ଚିକିତ୍ସା ଖର୍ଚ୍ଚକୁ କମାଇଛି । ସେବାକୁ ଉନ୍ନତ କରିବା ପାଇଁ ଟିମ୍ ରୋଗୀଙ୍କୁ ଔଷଧ ଦେବା ଆରମ୍ଭ କରିଛି । ଏହାଦ୍ୱାରା ଗ୍ରାମବାସୀଙ୍କୁ ଦୀର୍ଘ ରାସ୍ତା ଅତିକ୍ରମ କରି ଡାକ୍ତରଖାନା ଯିବାକୁ ପଡ଼ୁନାହିଁ । ପ୍ରବୀଣ କହନ୍ତି, “ଆମେ ମୁଖଗହ୍ୱର ରୋଗ ପାଇଁ ଔଷଧ/ ସାମଗ୍ରୀ ପ୍ରସ୍ତୁତ କରୁଥିବା ପ୍ରତିଷ୍ଠାନ ସହ ସଂପର୍କ ଗଢ଼ିବା ଦିଗରେ ଅଗ୍ରଗତି କରୁଛୁ, କାରଣ ଏହାଦ୍ୱାରା ଚିକିତ୍ସା ଖର୍ଚ୍ଚ ଅନେକ ପରିମାଣରେ ହ୍ରାସ ପାଇବ । ଆମ ନିକଟରେ ବର୍ତମାନ କେତେକ କଂପାନୀ ଅଛନ୍ତି ଯେଉଁମାନେ ରିହାତି ଦରରେ ଔଷଧ ଦେଉଛନ୍ତି, କିନ୍ତୁ ଆମେ ଆହୁରି ଅଧିକ କଂପାନୀଙ୍କ ସହ ଯୋଡ଼ିବାକୁ ଚାହୁଁଛୁ ।”

ଭାଇ-ଭଉଣୀ ଦ୍ୱୟ ଏନେଇ ଅଣ୍ଟା ଭିଡ଼ିସାରିଛନ୍ତି ଓ ସେମାନେ ଏହା ଜାରି ରଖିବେ ଯଦିଓ ଅନେକ ଭିସି କଂପାନୀ ସେମାନଙ୍କ ଇତିଦିର୍ଖାରେ ପୁଂଜିନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସାମାଜିକ ଲକ୍ଷ୍ୟ

ସାମାଜିକ ଲକ୍ଷ୍ୟ ଏବଂ ବ୍ୟବସାୟ ଉଭୟ ଭଲ ଭାବେ ବିକଶିତ ହୋଇପାରିବେ ଯଦି ପରସ୍ପର ସହାୟକ ହେବେ ଏହି ଲକ୍ଷ୍ୟରେ ଇତିଦିର୍ଖା ନିଜର ସେବାକୁ ଉନ୍ନତ କରିବାକୁ ଚେଷ୍ଟିତ । ପ୍ରବୀଣ କହନ୍ତି, “ଆମେ ଆମର ସହରତଳି ଇଲାକାରେ ଏକ ସ୍ୱତନ୍ତ୍ର ହସ୍ପିଟାଲ୍ ସ୍ଥାପନ କରିବା, କିମ୍ବା ଏକ ଉତ୍ତମ ହସ୍ପିଟାଲ୍ ସହ ଭାଗିଦାରୀ ସହ କାମ କରିବାକୁ ଇଚ୍ଛୁକ, ଯଦ୍ୱାରା ଆମର ସ୍ୱାସ୍ଥ୍ୟ ସେବା ପରିବ୍ୟାପ୍ତ ଓ ଦନ୍ତରୋଗ ଚିକିତ୍ସା ସୁଲଭ ହୋଇପାରିବ ।”

ସେ ଆହୁରି ମଧ୍ୟ କହନ୍ତି, “ଆମେ ପ୍ରତ୍ୟେକ ଗ୍ରାମରେ ଏକ ପ୍ରତିନିଧି ନିଯୁକ୍ତ କରିବାକୁ ଚାହୁଁଛୁ ଯେଉଁମାନଙ୍କ ନିକଟରେ ଗ୍ରାମବାସୀମାନେ ନିଜର ଦନ୍ତରୋଗ ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଏହା ପରେ ଆମେ ସଠିକ୍ ତାରିଖ ଓ ସ୍ଥାନର ଚୟନ କରି ରୋଗୀଙ୍କୁ , ବିଶେଷତଃ ବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ କ୍ୟାମ୍ପର ଆୟୋଜନ କରିବୁ ।” ଇତିର୍ଦିଖା, ଏହି ଚିକିତ୍ସା ସେବା ସହ ଗ୍ରାମାଂଚଳରେ ମଧ୍ୟମ ଧରଣର ବ୍ୟବସାୟ ପାଇଁ ଟେଲରିଂ ସେବା ପ୍ରଦାନ କରୁଛି ଯଦ୍ୱାରା ଆୟର ଅତିରିକ୍ତ ପନ୍ଥା ସୃଷ୍ଟି ହୋଇପାରିବ ।

ଏକ ପୁରୁଣା ଟ୍ରକରେ ପାଣି ରଖିବା ପାଇଁ ଏକ ଡିଜେଲ୍ ଜେରି କ୍ୟାନ୍ ସହ ଉତ୍ତମ ଭାବେ ସଜ୍ଜିତ ଦନ୍ତ ଚିକିତ୍ସା ପାଇଁ ଅନେକ ଉପକରଣ ଏହାକୁ ଏକ ସୁନ୍ଦର ଓ ଶକ୍ତିଶାଳୀ ଚିତ୍ର ପ୍ରଦାନ କରିଥାଏ । ଇତିର୍ଦିଖା ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଯେପରି, ଖରାପ ରାସ୍ତା, ଅଧିକ ଖର୍ଚ୍ଚ, ଆବଶ୍ୟକ ଉପକରଣର ଅଭାବ ଓ ଗ୍ରାମବାସୀଙ୍କ ସହ ଅନିୟମିତ ସଂପର୍କ । ତଥାପି, ଟିମ୍ ସଦସ୍ୟଙ୍କ ଧୈର୍ଯ୍ୟ ଓ ଦକ୍ଷତା ଏହି ସମସ୍ୟାଗୁଡ଼ିକ ପ୍ରତିବନ୍ଧକ ନୁହେଁ, ବିକାଶ ପାଇଁ ଏକ ଦିଗ୍ଦର୍ଶନ ଭାବେ କାମ କରୁଛି ।

ଆଧାର

Ruchika panigrahi (freelancer  journalist)