ହାତରେ ଚାଲୁଥିବା ପଙ୍ଖା ଆମ ଦେଶରେ ବିଜୁଳି କଟିଯିବା ଏବେ ମଧ୍ୟ ଏକ ବଡ଼ ସମସ୍ୟା ଓ ଜନତାଙ୍କ ପାଇଁ ସବୁଦିନିଆ କଥା। ଛୋଟ ବ୍ୟବସାୟୀ ମାନେ ଏଇ ସମସ୍ୟା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହେଇଥାନ୍ତି। ବଡ଼ ବ୍ୟବସାୟୀ ମାନଙ୍କ ଭଳି ସେମାନେ ଜେନେରେଟର କି ଇନଭର୍ଟର ଲଗାଇବାର କ୍ଷମତା ରଖନ୍ତି ନାହିଁ। ଦିନେଶଙ୍କ ଯାତ୍ରା ଆମେ ସମସ୍ତେ କେବେ ନା କେବେ ଆମର ପୂର୍ବ ପିଢି ମାନେ ସହିଥିବା ନାନା କଷ୍ଟ ଓ କରିଥିବା ଅନେକସଂଘର୍ଷର ପ୍ରତିବଦଳରେ କିଛି ନା କିଛି କରିବାକୁ ଇଛା କରିଥାଉ। ଏମିତି କିଛି କରିବାକୁ ଇଛା ହୁଏ ଯାହା ଦ୍ଵାରା ଆମେ ଧନ୍ୟବାଦ କହିପାରିବୁ। ଚେନ୍ନାଇର ଏହି ଯୁବକ ଜଣକ କିନ୍ତୁ ଏ ବିଷୟରେ ଭାବିବା ଠାରୁ ଆଗକୁ ଆସି କିଛି ଏମିତି କରି ଦେଖାଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଏକ ନିଦର୍ଶନ। ତାଙ୍କ ଜେଜେବାପା ତନ୍ତରେ କାମ କରନ୍ତି। ସେ କିଛିଦିନ ତଳେ ଫେସବୁକରେ ନିଜ ଜେଜେବାପା କାମ କରୁଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଦିନେଶ ଜି ପେସାରେ ହେଲେ ଇଲେକଟ୍ରିକାଲ ଡିଜାଇନର ଇଞ୍ଜିନିୟର। ତାଙ୍କ ପିଲାବେଳେ ସେ ତାଙ୍କ ଜେଜେବାପାଙ୍କୁ ତନ୍ତରେ କଠିନ ପରିଶ୍ରମ କରିବାର ଦେଖୁଥିଲେ। ଚେନ୍ନାଇର ବିଜୁଳି କାଟ ସମୟରେ ତାଙ୍କ ଜେଜେବାପା କିଭଳି ଭାବେ ହଇରାଣ ହେଉଥିଲେ ତାହା ସେ କେବେ ଭୁଲିନଥିଲେ। ଜେଜେବାପାଙ୍କ ଆରାମ ପାଇଁ କିଛି ଗୋଟେ କରିବାର ଇଛା ସବୁବେଳେ ତାଙ୍କ ମନରେ ରହିଥିଲା। ତେଣୁ ସେ ସେହି ତନ୍ତରେ ଏକ ଏଭଳି ଫ୍ୟାନ ତିଆରି କରି ଲଗାଇଛନ୍ତି ଯାହା ହାତରେ ଚାଲେ। ଏଥିପାଇଁ ବିଦ୍ୟୁତର ଆବଶ୍ୟକତା ନାହିଁ। କାମ କରିବା ସମୟରେ ଜେଜେବାପାଙ୍କୁ କିପରି ଗରମ ନ ଲାଗିବ ସେ ନେଇ ତାଙ୍କର ଏହି ଉଦ୍ଭାବନ। ଆଧାର, ୟୋର ଷ୍ଟୋରୀ