অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାରାଲିଶିସର କଷ୍ଟ ଆଉ ସଂଘର୍ଷ ପରେ ଆଜି ସେ ସଫଳ, ଆଉ ଅନ୍ୟ ମାନଙ୍କ ପାଇଁ ପ୍ରେରଣା

ମାଲଥି କେ ହୋଲ୍ଲା ସଂଘର୍ଷ କାହାଣୀ

ହୁଇଲ ଚେୟାରରେ ବସୁଥିବା ମାଳଥିରୁ ପଦ୍ମଶ୍ରୀ ଡାଃ ମାଲଥି କେ ହୋଲ୍ଲା, ୪୦୦ ରୁ ଅଧିକ ମେଡାଲ ସହ ଅର୍ଜୁନ ପୁରସ୍କାର ବିଜେତା ହେବାର ଗୌରବ କୌଣସି ଚମତ୍କାର ଠାରୁ କମ ନୁହେଁ ।

ପୋଲିଓ ଆକ୍ରାନ୍ତ ହେବ ପରେ ସେ ମାତ୍ର ଏକ ଅସହାୟ ଶିଶୁ ଥିଲେ । ତେବେ ପରେ କ୍ରମାଗତ ଜ୍ଵରରେ ପଡିବ ଦ୍ଵାରା ସେ ବେକ ତଳୁ ପାରାଲିଶିସରେ ଆକ୍ରାନ୍ତ ହେଲେ । ତେବେ ୨ ବର୍ଷର ବିଦ୍ୟୁତ ଆଘାତ ପଦ୍ଧତି ଦ୍ଵାରା ଦିଆ ଯାଉଥିବା ଚିକିତ୍ସା ଦ୍ଵାରା ସେ କିଛିଟା ଭଲ ହୋଇପାରିଥିଲେ । ମାତ୍ର ଶରୀରର ଉପର ଭାଗ କେବଳ କିଛି ମାତ୍ରାରେ କାମ କରିଥିଲା । ହେଲେ ଜୀବନର ପରବର୍ତ୍ତୀ ୧୫ ବର୍ଷ ଅନେକ ଅସ୍ତ୍ରୋପଚାର ପରେ ଅସ୍ତ୍ରୋପଚାର ଏବଂ ପରିବାର ତଥା ଅନ୍ୟମାନେ ଆଶା ହରାଇ ଦେଇଥିଲେ ମଧ୍ୟ ସେ ନିଜ ସଂଗ୍ରାମ ଆଉ ସଂଘର୍ଷ ଜାରି ରଖିଥିଲେ।

ହୁଇଲ ଚେୟାରରେ ବସୁଥିବା ମାଳଥିରୁ ପଦ୍ମଶ୍ରୀ ଡାଃ ମାଲଥି କେ ହୋଲ୍ଲା, ୪୦୦ ରୁ ଅଧିକ ମେଡାଲ ସହ ଅର୍ଜୁନ ପୁରସ୍କାର ବିଜେତା ହେବାର ଗୌରବ କୌଣସି ଚମତ୍କାର ଠାରୁ କମ ନୁହେଁ । ଆଜି ସେ ବାଙ୍ଗାଲୋର ଠାରେ ମାତୃ ଫାଉଣ୍ଡେଶନ ନାମକ ଏକ ସଂସ୍ଥା ମାଧ୍ୟମରେ ଗରିବ ଗ୍ରାମାଞ୍ଚଳ ଭିନ୍ନକ୍ଷମ ପିଲା ମାନଙ୍କ ପାଇଁ ଏକ ଆଶ୍ରୟଗୃହ କରିଛନ୍ତି ।

ତାଙ୍କ ପାଇଁ ଖେଳ ଥିଲା ମହୋଷୌଧି

ମାଳଥିଙ୍କ ପିତା ମାତା କୃଷ୍ଣମୁର୍ଥୀ ଓ ପଦ୍ମାବତୀ ୧୯୫୯ ମସିହାରେ କେବଳ ଦେଖିବା ଛଡା ବେଶୀ କିଛି କରିପାରିନଥିଲେ ଯେତେବେଳେ ତାଙ୍କ ଏକ ବର୍ଷର ପିଲା ପୋଲିଓ ସହ ସଂଗ୍ରାମ କରୁଥାଏ । ଅନ୍ୟ ୪ ଜଣ ସନ୍ତାନଙ୍କ ମଧ୍ୟରେ ମାଲଥି କନିଷ୍ଠ ଥିଲେ । ଆଉ ଗୁଜୁରାଣ ମେଣ୍ଟାଇବା ପାଇ କୃଷ୍ଣମୁର୍ଥୀ ଏକ ଛୋଟ ହୋଟେଲ କରି ଲୋକଙ୍କୁ ଖାଇବା ବିକୁଥିଲେ ।

ପ୍ରାରମ୍ଭିକ ୨ ବର୍ଷ ମାଲଥି ବିଦ୍ୟୁତ ଆଘାତ ପଦ୍ଧତି ଦ୍ଵାରା ଦିଆ ଯାଉଥିବା ଚିକିତ୍ସାରେ ଚିକିତ୍ସିତ ହେଉଥିଲେ । ତାହା ଦ୍ଵାରା ତାଙ୍କର ଅଣ୍ଟାରୁ ଉପରକୁ କାମ କରିବା ଆରମ୍ଭ କରିଥିବା ବେଳେ ଅଣ୍ଟା ତଳକୁ ସେ ପୂର୍ବବଳି ଅକ୍ଷମ ଥିଲେ । ତେବେ ମାଲଥିଙ୍କ ପରିବାର ପରେ ତାଙ୍କୁ ଈଶ୍ଵରୀ ପ୍ରସାଦ ଦୁତ୍ତାତ୍ରେୟ ଅସ୍ଥିସ୍ଥଲ୍ୟ କେନ୍ଦ୍ର ଚେନ୍ନାଇରେ ଭର୍ତି କରାଇଥିଲେ । ସେଠାରେ ସେ ୧୫ ବର୍ଷ ରହିଥିଲେ ଏବଂ ତାହା ମଧ୍ୟରେ ଅନେକ ଅସ୍ତ୍ରୋପଚାର ଓ ବ୍ୟାୟାମ ମାଧ୍ୟମରେ ଚିକିତ୍ସିତ ହୋଇଥିଲେ । ନିଜକୁ ଶାରୀରିକ ଆଉ ମାନସିକ ଭାବରେ ଦୃଢ କରିବା ମଧ୍ୟ ସେ ଜାରି ରଖିଥିଲେ ଏଇ ୧୫ ବର୍ଷ ମଧ୍ୟ ରେ । ଇତି ମଧ୍ୟରେ ସେ ଖେଳିବା ପ୍ରତି ନିଜ ରୁଚି ବଢିଥିବା କଥା ସ୍ଵୀକାର କରନ୍ତି। ନିଜ କଷ୍ଟକୁ ଭୁଲିବାରେ ତାଙ୍କୁ ଖେଳ ସହାୟକ ହେଲା ବୋଲି ସେ କୁହନ୍ତି ।

ତେବେ ସେଇ ୧୫ ବର୍ଷ ମଧ୍ୟରେ ସେ ଅନେକ ସଙ୍ଘର୍ଷରତ ଲୋକଙ୍କୁ ଦେଖିଛନ୍ତି । ଅନେକ ଭିନ୍ନକ୍ଷମ ଲୋକଙ୍କୁ ଜୀବନ ସଂଗ୍ରାମରେ ଯୁଦ୍ଧରତ ଦେଖିଛନ୍ତି ସେ । ଅନେକ ପିଲା ଗରିବ ପରିବାରରୁ ଆସିଥିବା ଏବଂ କେନ୍ଦ୍ରରେ ଛାଡିବା ପରେ ବାପା ମା ଆଉ କେବେ ଫେରି ନଥିବା ସେ ନିଜ ଆଖି ରେ ଦେଖିଛନ୍ତି । ଶାରୀରିକ କଷ୍ଟ ଓ ମାନସିକ ଯନ୍ତ୍ରଣା ମଧ୍ୟରେ ରହି ବଞ୍ଚିବା ଶିଖିଯାଇଥିଲେ ସେ କେନ୍ଦ୍ର ଠାରେ । ତେବେ ପରେ ସେ ଯେବେ ଘରକୁ ଫେରିଲେ ସେତେବେଳେ ତାଙ୍କୁ ଅନେକ ସଂଘର୍ଷ ଅପେକ୍ଷା କରି ରହିଥିଲା । ପାଣି ବିହୀନ ମାଛ ପରି ସେ ଛଟପଟ ହେଉଥିଲେ କିନ୍ତୁ ନିରୂପାୟ ହୋଇଯାଇଥିଲେ । ଭିନ୍ନକ୍ଷମଙ୍କ ପ୍ରତି ସମାଜ ର ରହିଥିବା ଦୃଷ୍ଟିଭଙ୍ଗୀ ସହ ତାଙ୍କୁ ପୁଣି ଥରେ ମୁକାବିଲା କରିବାକୁ ପଡିଥିଲା ।

ସେ କୁହନ୍ତି, ଭିନ୍ନକ୍ଷମ ହବାର ସବୁଠାରୁ ଦୁଖ ଦାୟକ ହେଉଛି ଅନ୍ୟମାନଙ୍କ ଆଗରେ ନିଜକୁ ପ୍ରମାଣିତ କରାଇବା ସମୟରେ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡେ । ତେବେ ଏପରି ପରିସ୍ଥିତିରେ ଖେଳ ମୋତେ ଅଧିକରୁ ଅଧିକ ଦୃଢମନା କରିଥିଲା।

ସ୍ଵର୍ଣ୍ଣ ପଦକର ସଂଭାର

ବାଙ୍ଗାଲୋର ଠାରେ ମହାରାଣୀ କଲେଜରେ ପଢିଲା ବେଳେ ସେ କ୍ରୀଡା ଶିକ୍ଷା ବା ତାଲିମ ନେବା ଆରମ୍ଭ କରିଦେଇଥିଲେ । ୧୧୭୫-୧୧୮୧ ମଧ୍ୟ ରେ କ୍ରମାଗତ ଭାବେ ନ୍ୟାସନାଲ ସୋସାଇଟୀ ଫର ଇକ୍ୱାଲ ଅପରଚୁନିଟିଜ ଫର ହାଣ୍ଡିକ୍ୟାପଡ, ବମ୍ବେ ଦ୍ଵାରା ଆୟୋଜିତ ଜାତୀୟ ଭିନ୍ନକ୍ଷମ କ୍ରୀଡାରେ ସେ ପଦକ ମାନ ଜିତିବାକୁ ଲାଗିଲେ । ଏହା ପରେ ସେ ୧୯୮୧ରେ ଦ୍ରୁଷ୍ଟି ଗୋଚର ହେଲେ ଏବଂ ସିଣ୍ଡିକେଟ ବ୍ୟାଙ୍କରେ ଏକ ଚାକିରି ପାଇଥିଲେ । ପରେ ସେ ବ୍ୟାଙ୍କ ତରଫରୁ ପ୍ରତିନିଧିତ୍ଵ କରି ଶଟ ପୂଟ, ଡିସକସ, ଜାଭଲୀନ, ବାଧା ଦୌଡ, ହୁଇଲ ଚେୟାର ଦୌଡ ପରି ବିଭାଗ ରେ ପଦକ ପରେ ପଦକ ଜିତିବାରେ ଲାଗିଲେ ।

୧୯୮୮ରେ ମାଲଥି ପ୍ରଥମ କରି ସିଓଲ ଠାରେ ଅନ୍ତର୍ଜାତିକ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ । ବିଦେଶୀ ପ୍ରତିଯୋଗୀ ମାନେ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସହ ଆସିଥିଲେ ଏବଂ ଏହା ତାଙ୍କ ଖେଳରେ ମଧ୍ୟ ପ୍ରଭାବ ପକାଉଥିଲା। ପରେ ସେ ଏହି ପ୍ରଶିକ୍ଷକ ମାନଙ୍କ କ୍ୟାସେଟ କିଣି ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ଗୋଟିଏ ବର୍ଷ ମଧ୍ୟ ରେ ଆନ୍ତର୍ଜାତୀୟ ସ୍ତରରେ ସ୍ଵର୍ଣ ଜିଣିବା ଆରମ୍ଭ କରିଦେଇଥିଲେ । ୧୯୮୯ ୱାର୍ଲ୍ଡ ମାଷ୍ଟରସ ଗେମ ଡେନମାର୍କରେ ସେ ୨୦୦ ମିଟର, ଶଟ ପୂଟ, ଡିସକସ ଓ ଯଭଳିନ ରେ ସ୍ଵର୍ଣ ପଦକ ବିଜେତା ହୋଇଥିଲେ ।

୧୯୯୬ ରେ ସେ ଅର୍ଜୁନ ପୁରସ୍କାର ଓ ୨୦୦୧ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହା ବାଦ ସେ ଏକଲବ୍ୟ ପୁରସ୍କାର, ରାଜ୍ୟୋତ୍ସବ ସମ୍ମାନ ପରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜି ୫୬ ବର୍ଷ ବୟସରେ ମଧ୍ୟ ସେ ଭାରତର ଦ୍ରୁତତମ ହୁଇଲ ଚେୟାର ଧାବିକା । ଆଜି ଯାଏ ସେ ୩୮୯ ସ୍ଵର୍ଣ ପଦକ , ୨୭ ରୌପ୍ୟ , ୫ କାଂସ୍ୟ ପଦକ ଜିତିଛନ୍ତି ନିଜ ଜୀବନକାଳ ମଧ୍ୟରେ । ତେବେ ଏହି ସବୁ ସେ ଭଡା ରେ ନେଇଥିବା ହୁଇଲ ଚେୟାର ରେ ଜିତିଛନ୍ତି ।

ଭିନ୍ନକ୍ଷମଙ୍କ ପାଇ ପ୍ରଚେଷ୍ଟା

ଏବେ ମୁଁ ସଫଳ ଓ ଲୋକପ୍ରିୟ ଏବଂ ଏକ ସମ୍ମାନର ସହ ଜୀବନ ବିତଉଛି । ତେବେ ଆଜି ମଧ୍ୟ ଅନେକ ଏପରି ଅଛନ୍ତି ଯଦି ସୁଯୋଗ ମିଳିଥାନ୍ତା ସେମାନେ ବି ବିଶ୍ଵ ରେ କିଛି କରିକି ଦେଖାଇ ପାରିଥାନ୍ତେ । ଏପରି ଚିନ୍ତା ତାଙ୍କୁ ଭିନ୍ନକ୍ଷମଙ୍କ ପାଇ କିଛି କରିବାକୁ ପ୍ରୋତ୍ସାହନ ଯୋଗାଇ ଥିଲା । ୨୦୧୨ ମସିହାରେ ସେ ଭିନ୍ନକ୍ଷମ ଛୋଟ ପିଲା ଙ୍କ ପାଇଁ ମାତୃ ଫାଉନ୍ଡେଶନ ଆରମ୍ଭ କରିଥିଲେ । ତାଙ୍କ ଭଳି ଆଉ ଜଣେ ଖେଳାଳି କ୍ରୀଷ୍ଣା ରେଡ୍ଡୀ, କ୍ରିକେଟ ଖେଳାଳି ଭେଙ୍କଟେସ ପ୍ରସାଦ, ଅଶ୍ଵିନୀ ନାଚପା, ଏମକେ ଶ୍ରୀଧର ଭଳି ବନ୍ଧୁମାନେ ସହାୟତା ପ୍ରଦାନ କରିଥିଲେ ।

ପ୍ରଥମେ ପିଲା ମାନଙ୍କୁ ପାଠ ପଢାଇବାର ଯୋଜନା ଥିଲା । ପରେ ଗ୍ରାମାଞ୍ଚଳର ପୋଲିଓ ଆକ୍ରାନ୍ତ ପିଲା ମାନଙ୍କୁ ଥଇଥାନ କରିବା ତଥା ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦାନ କରିବାରେ ମନୋନିବେଶ କଲେ । ୨ଜଣ ପିଲାଙ୍କ ଠାରୁ ଆରମ୍ଭ ହୋଇଥିବା ତାଙ୍କ ସଂସ୍ଥାରେ ଏବେ ୨୦ ଜଣ ପିଲା ଅଛନ୍ତି । ଏହି ପିଲା ମାନେ ଚାକିରି ପାଇବା ପର୍ଯ୍ୟନ୍ତ ତାଙ୍କ ସହ ରହିବେ ବୋଲି ସେ କୁହନ୍ତି ।

ଏବେ ସେ ସିଣ୍ଡିକେଟ ବ୍ୟାଙ୍କରେ ଜଣେ ମ୍ୟାନେଜର । ୨୦୦୯ ରେ ତାଙ୍କ ଜୀବନୀ A Different Spirit ଉନ୍ମୋଚିତ ହୋଇଥିଲା । ଏହା ଏବେ ଅନେକଙ୍କୁ ଉତ୍ସାହିତ କରୁଛି ।

ଏପରି ମାତୃ ଫାଉନ୍ଡେଶନକୁ ଚଳାଇବା ମଧ୍ୟ ସହଜ ନୁହେଁ ବୋଲି ସେ କୁହନ୍ତି । ମରଥଳି ଠାରେ ସେ ଏକ ଛୋଟ ଘରୁ ସେ ଏହାକୁ ପରିଚାଳନା କରୁଛନ୍ତି । ୨ ଜଣ କର୍ମଚାରୀ ଏଠାରେ ଅହରହ ସବୁ କାମ କରୁଥିବା ବେଳେ କିଛି ଦୟାଳୁ ଡାକ୍ତର ପିଲାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି । ତାଙ୍କ କେନ୍ଦ୍ରରେ କିଛି ପିଲା ମାନେ ମାନସିକ ରୋଗରେ ଆକ୍ରାନ୍ତ ଏବଂ ତାଙ୍କୁ ସେ ଲାଗି ହସ୍ପିଟାଲ ଖର୍ଚ୍ଚ ବହନ କରିବାକୁ ପଡୁଛି ବୋଲି ସେ କୁହନ୍ତି ।

ଆଧାର - Ananta Prasad writer



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate