অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳ ମହିଳା ରଞ୍ଜିତା ଓ ରିତୁ

ଆଶା ସଞ୍ଚାରିଲେ ଆଦିବାସୀ ଝିଅ ରଞ୍ଜିତା ଇଞ୍ଜିନିୟର ହେବାର ସ୍ଵପ୍ନ

ଜୁଆଙ୍ଗ ଜନଜାତିରେ ପୁଅମାନେ ପାଠ ପଢ଼ିବାର ନାଁ ଧରୁନଥିବା ବେଳେ ଜଙ୍ଗଲରେ ରହୁଥିବା ଜୁଆଙ୍ଗ, ଝିଅ ରଞ୍ଜିତା ଇଞ୍ଜିନିୟର ହେବା ସ୍ଵପ୍ଳକୁ ସାକାର କରିବାର ଉଦ୍ୟମ ଗାଁ'ର ଅନ୍ୟମାନଙ୍କୁ ପାଠ ପଢ଼ିବା ଲାଗି ଉତ୍ସାହିଁତ କରିବା ସହ ନିଜ ସମ୍ପ୍ରଦାୟ ପାଇଁ ପ୍ରେରଣା ଓ ଆଶାର କିରଣ ଆଣିଛି। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଅନୁନ୍ନତ ତେଲକୋଇ ବ୍ଳକ୍ ରେ ରହିଁଛି ନମକାନି ଗାଁ । ପାହାଡ଼ ଓ ଜଙ୍ଗଲ ଘେରା ଏଇ ଗାଁ'ରେ ରହୁଛନ୍ତି । ୨୭ଟି ଜୁଆଙ୍ଗ ପରିବାର । ଜଙ୍ଗଲ ଉପରେ ନିର୍ଭରଶୀଳ ଜୁଆଙ୍ଗମାନେ ପାଠପଢ଼ା ପ୍ରତି ଦୃଷ୍ଟି ଦିଅନ୍ତିନି । କେହିଁ କେହିଁ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଅଙ୍ଗନବାଡ଼ିରେ ନାମ ଲେଖାଇଥାନ୍ତି । ତେବେ ସେମାନଙ୍କ ମଧ୍ୟରେ ରଞ୍ଜିତା ଜୁଆଙ୍ଗ ଏକ ବ୍ୟତିକ୍ରମା ବର୍ତମାନ ଓଡ଼ିଶା ସ୍କୁଲ ଅଫ୍ ମାଇନି” ଇଞ୍ଜିନିୟରିଂ (ଓ ଏସ୍ଏମ୍ବଇ) ରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ପଢୁଥିବା ରଞ୍ଜିତା ଏ ବର୍ଷ ପଢ଼ା ସରିଲେ ଜଣେ ଇଞ୍ଜିନିୟରର ମାନ୍ୟତା ପାଇବେ । ତେବେ ନିଜ ଈପ୍ସିତ ସ୍ଵପ୍ଳକୁ ସାକାର କରିବା ପାଇଁ ରଞ୍ଜିତାଙ୍କ ପଥ ଢେର କଣ୍ଟକିତ ଥିଲା । ବାପା ଗୋପାଳ ଜୁଆଙ୍ଗ ଅନ୍ୟମାନଙ୍କ ପରି ଜଙ୍ଗଲରେ ଛେଳିମେଣ୍ଟା ଜଗିବା ସହିତ କାଠପତ୍ର ସଂଗ୍ରହ କରନ୍ତି । ପ୍ରଚଳିତ ଜୁଆଙ୍ଗ ସାମାଜିକ ଧାରାରେ ରଞ୍ଜିତାଙ୍କ ପାଠପଢ଼ାରେ ଆରମ୍ଭରୁ ଲାଗିଥିଲା ପ୍ରଶ୍ନବାଚୀ। ତେଣୁ ସେ ମଧ୍ୟ ବାପାମାଆଙ୍କ ଜଙ୍ଗଲରୁ ବନଜାତ ଦ୍ରବ୍ୟ, ଜାଳକାଠ ସଂଗ୍ରହ ଆଦି କାମରେ ସହଯୋଗ କରୁଥିଲେ । ପରେ ସେ ତାଙ୍କ ବାପାଙ୍କୁ କୌଣସି ପ୍ରକାରେ ବୁଝାଇ ପାଠ ପଢ଼ିବା ପାଇଁ ଆଗକୁ ବଢ଼ିଥିଲେ । ଭିଶୋଇଙ୍କ ସହଜୋଯଗଜୋର ଗୋନାସିକା ଆବାସିକ ସରସ୍ଵତୀ ଶିଶୁ ମନ୍ଦିରରେ ବିଦ୍ୟାରମ୍ଭ କରିଥିଲେ । ବାସ୍ ଏଇଠୁ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ଆରମ୍ଭରୁ ଇଞ୍ଜିନିୟର ହେବାର ସ୍ଵପ୍ନ ଦେଖିଥିଲେ ରଞ୍ଜିତା । ଆବାସିକ ବିଦ୍ୟାଳୟରେ ରହିଁ ପାଠ ପଢୁଥିଲେ ବି ଘରକୁ ଆସିଲେ ବାପାମାଆଙ୍କୁ ଘର କାମରେ ସାହାଯ୍ୟ କରିବା ସହିତ ଜଙ୍ଗଲରୁ କାଠ ଆଣିବାରେ ସହଯୋଗ କରିଥାନ୍ତି । ବିଦ୍ୟାଳୟ ପାଠ ସରିବା ପରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ରଞ୍ଜିତାଙ୍କର ପ୍ରବଳ ଆଗ୍ରହ ସମସ୍ତ ବାଧାବିଘ୍ନ, ପ୍ରତିବନ୍ଧକକୁ ପଛରେ ପକାଇ ଦେଇଥିଲା । ଶେଷରେ ଓଏସ୍ଏମ୍ବଇରେ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଇତିମଧ୍ୟରେ ସେ ସଫଳତାର ସହ ୫ଟି ସେମିଷ୍ଟର ସାରିଲେଣି । ସ୍ଵପ୍ନ ପୂରଣ ପାଇଁ ଆଉ ଗୋଟିଏ ମାତ୍ର ସେମିଷ୍ଟର ବାକି । ଜୁଆଙ୍ଗ ଜନଜାତିର ପ୍ରଥମ ଇଞ୍ଜିନିୟର ଭାବେ ସେ ଆଦିବାସୀଙ୍କ ପାଇଁ ନୂତନ ରାହା ଦେଖାଇବେ ।

ସଫଳ ମହିଳା ସରପଞ୍ଚ

କେତେକଙ୍କ ମତରେ, ବୟସର ଅଭିଜ୍ଞତା ବଳରେ ହିଁ ଜଣେ ବ୍ୟକ୍ତି ଉଚିତ ପଦକ୍ଷେପ ନେଇଥାଏ, ମାତ୍ର ସମସ୍ତ କ୍ଷେତ୍ରରେ ଏହା  ଗ୍ରହଣୀୟ ନୁହେଁ । ଅନେକ କ୍ଷେତ୍ରରେ ଯୁବପ୍ରତିଭାମାନେ ମଧ୍ୟ ସଫଳ ତଥା ଗ୍ରହଣୀୟ କାର୍ଯ୍ୟ କରୁଥିବାର ଦେଖାଯାଉଛି । ଏହାର ନିଛକ ଉଦାହରଣ ହେଉଛନ୍ତି । ୨୧ ବର୍ଷାୟା ରିତୁ ପାଞ୍ଚଳ । ଉତ୍ତେଜିନରୁ ୬୫ କିମି ଦୂର ଏକ ଗ୍ରାମ ହେଉଛି ଭିଡ଼ାବଦ । ସେହି ଗ୍ରାମର ସରପଞ୍ଚ ହେଉଛନ୍ତି ରିତୁ । ଉତ୍ତମ ଚିନ୍ତାଧାରା କାରଣରୁ ସେ ଯେଉଁ କାମରେ ହାତ ଦିଅନ୍ତି, ସେଥିରେ ମନମୂନ, ଚୈତନ୍ୟ ଲଗାଇ ଅକ୍ଲାନ୍ତ ପରିଶ୍ରମ କରନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି । ମାତ୍ର ଦେଢ଼ବର୍ଷ ମଧ୍ୟରେ ଏହିଁ ଗ୍ରାମର ସମ୍ପୁର୍ଣ୍ଣ ରୂପ ପରିବର୍ତ୍ତନ କରିଦେବାରେ ସମର୍ଥ ହୋଇଛନ୍ତି । ରିତୁ ଏବେ ସେଠାକାର ବିକ୍ରମ ମହାବିଦ୍ୟାଳୟରେ ଏମ୍‌ବିଏ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି । ଆଗାମୀ ଦିନରେ ଗ୍ରାମର ସର୍ବାଙ୍ଗୀର୍ଣ୍ଣ ଉନ୍ନତି କରିବାକୁ ସେ କଠିନରୁ କଠିନ ପରିଶ୍ରମ କରିବେ ବୋଲି କହିଁଛନ୍ତି ।

ଯୁବତୀ ରିତ୍ର ସରପଞ୍ଚ ହେବା ପରେ ପ୍ରଥମେ ଗ୍ରାମର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ସମସ୍ତ ମହିଳାଙ୍କୁ ଏକତ୍ର କରି ସ୍ଵଚ୍ଛତାର ଉପଯୋଗିତା ବିଷୟରେ ଅବଗତ କରାଇଲେ । ସମୟକ୍ରମେ ସ୍ଥାନୀୟ ମହିଳାମାନେ ଏହା ବୁଝି ନିଜ ଘର ଆଖପାଖ ପରିଷ୍କାର କଲେ । ସେହି ଜିଲାର ଭିଡ଼ାବହ ପ୍ରଥମ ଆଦର୍ଶ ଗ୍ରାମ ଭାବେ ସୁଖ୍ୟାତି ଅର୍ଜନ କରିଛି । ଯେଉଁଠାରେ କୌଣସି ବ୍ୟକ୍ତି ଆଉ ଖୋଲା ପଡ଼ିଆରେ ଶୈଚ କରୁନାହାନ୍ତି । କିଛି ବର୍ଷ ତଳେ ଗ୍ରାମକୁ ଯିବା ନିମନ୍ତେ ସଡ଼କ ମଧ୍ୟ ନ ଥିଲା । ମାତ୍ର ଦେଢ଼ ବର୍ଷରେ  ରିତୁ ବିଭିନ୍ନ ଯୋଜନାକୁ ଗ୍ରାମରେ କାର୍ଯ୍ୟକାରୀ କରାଇବା ସହ ଗ୍ରାମବାସୀଙ୍କ ସହାୟତାରେ ପିରୁ ସଡ଼କ ନିର୍ମାଣ କରାଇପାରିଛନ୍ତି । ପାଣିର ସମସ୍ୟା ଆଉ କୌଣସି ଘରେ ନାହିଁ । ସବୁଠୁ ବଡ଼ କଥା ହେଲା ଗ୍ରାମରେ ଯେଉଁ ପରିବାରରେ କନ୍ୟାସନ୍ତାନଟିଏ ଭୂମିଷ୍ଟ ହେଉଛି, ସେହି ପରିବାର ନିମନ୍ତେ ଗ୍ରାମ ସରପଞ୍ଚଙ୍କ ତରଫରୁ ଉତ୍ସବ ଆୟୋଜିତ ହେଉଛି । ଲୋକଙ୍କ ମନୋଭାବ ଅନେକାଂଶରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି ରିତୁ।

ଗାଏଁ ଝିଅ ରିତୁ । ଜଣେ ମେଧାବୀ ଛାତ୍ରୀ । ପିଲାବେଳେ ସେ ଲକ୍ଷ୍ୟ ରଖିଥିଲେ ଯେ ଉଚ୍ଚଶିକ୍ଷା ଲାଭ କରି ବିଦେଶରେ ଚାକିରି କରିବେ । ହେଲେ ଯୁକ୍ତ ଦୁଇ ଅଧୟନ କଲାବେଳକୁ ତାଙ୍କ ମନୋଭାବରେ ପରିବର୍ତ୍ତନ ହେଲା । ନିଜ ଦେଶରେ ଏତେ ପ୍ରଶ୍ମୀର ସୁଯୋଗ ଥାଉଥାଉ ସେ ବିଦେଶ ଯିବାକୁ ଆଉ ମନ ବଳାଇଲେ ନାହିଁ । ପିତାମାତାଙ୍କୁ ନିଜ ଲକ୍ଷ୍ୟ ସମ୍ପର୍କରେ ଜଣାଇଲେ । ପିତା ଝିଅର ଏଭଳି ନିଷ୍ପତ୍ତିକୁ ସ୍ଵାଗତ ଜଣାଇବା ସହ ଗ୍ରାମର ସରପଞ୍ଚ ହେବା ଉଚିତ ହେବ ବୋଲି ପ୍ରଥମେ ମାର୍ଗ ଦେଖାଇଥିଲେ । କେଇଟା ବର୍ଷରେ, ରିତୁ ଭିଡ଼ାବଦ ଗ୍ରାମକୁ ଅନେକାଂଶରେ ପରିବର୍ତ୍ତନ କରିଛନ୍ତି । ଆଉ ମାସ କେଇଟାରେ ଏହିଁ ଗ୍ରାମରେ ମାଗଣା ୱାଇ ଫାଇ ସୁବିଧା ମିଳିବା ସହ ରାସ୍ତାରେ ଏଲ.ଇଡି ବତୀ ଲଗାଇବାର ଯୋଜନା ରଖିଛନ୍ତି । ରିତୁଙ୍କ ଏହିଁ ସଫଳତା ସମ୍ପର୍କରେ ଏବେ ଗଣମାଧ୍ୟମ ସହ ବିଭିନ୍ନ ସୋସିଆଲ ସାଇଟରେ ଚର୍ଚ୍ଚା ଚାଲିଛି।

ପଶୁପକ୍ଷୀ ସେବା ଯାହାଙ୍କ ଜୀବନର ବ୍ରତ

ପୋକ ସାଲୁବାଲୁ ପଶୁପକ୍ଷୀଙ୍କୁ ଦେଖିଲେ ଯେକେହି ନିକଟକୁ ଘଉଡାଇ ଦେଉଥାନ୍ତି । କେହି ତାଙ୍କର ଯନ୍ତ୍ରଣାକୁ ଥରୁଟିଏ ମାନବିକତା ଦୃଷ୍ଟିରୁ ଦେଖନ୍ତି ନାହିଁ । କେମିତି ସେ ପଶୁଟି ପାଖରୁ ହଟିବ ସେନେଇ ବାଡ଼େଇବା ପର୍ଯ୍ୟନ୍ତ ପଛାନ୍ତି ନାହିଁ । ତେବେ ସମସ୍ତେ ଏକା ନୁହନ୍ତି ।  ଏମିତି କିଛି ହୃଦୟବାନ୍ ଅଛନ୍ତି ଯିଏ ପୋକ ସାଲୁବାଲୁ ପଶୁଙ୍କୁ ଦେଖିଲେ ସେବା କରିବାକୁ ଆଗେଇ ଆସନ୍ତି । ସେ ହେଉଛନ୍ତି ପୂରବୀ ପାତ୍ର ।

ରାଜଧାନୀରେ ରହୁଥିବା ଦୁର୍ଗାପ୍ରସାଦ ପାତ୍ରଙ୍କ କନ୍ୟା ପୂରବୀ ୨୦୧୧ରେ ହାଇଦ୍ରାବାଦସ୍ଥିତ ଓସମାନିଆ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା ଛାଡ଼ି ପଶୁସେବାରେ ନିଜକୁ ନିୟୋଜିତ କରିଛନ୍ତି ।  ପଶୁ ସେବାକୁ ଜୀବନର ବ୍ରତ ବୋଲି ଭାବି ନେଇ ସେଠାରୁ ଓଡ଼ିଶା ଆସି କୃପାଜଳ ଇଞ୍ଜିନିୟରିଂ କଲେଜରେ ବର୍ଷେ ପର୍ଯ୍ୟନ୍ତ ଅଧ୍ୟାପନା ସହିତ ପଶୁସେବା କରୁଥିଲେ ।  ମାତ୍ର ପଶୁସେବାରେ  ଅଧ୍ୟାପନା ବାଧକ ସାଜିବାକୁ ଏବେ ସେ ସମ୍ପୂର୍ଣ୍ଣ ଭାବେ ପଶୁସେବାରେ  ନିଜକୁ ସମର୍ପିତ କରିଛନ୍ତି । ପିଲାଟି ବେଳୁ ପଶୁପକ୍ଷୀଙ୍କ ସେବା ପାଇଁ ମନରେ ଆଗ୍ରହ ଆସିଥିଲା ।  ଏବେ ଏହାକୁ ବାସ୍ତବ ରୂପ ଦେଇ ବେଶ ଆତ୍ମସନ୍ତୋଷ ପାଉଥିବା ପୂରବୀ କହିଛନ୍ତି । ସୂଚନାଭବନ ସାମ୍ନାରେ ଏକ କୁକୁରର ଘା’ ସଫା କରୁଥିବାବେଳେ ସେ କହିଥିଲେ ଯେ ପଶୁମାନେ ହେଲେ ଅକୁହା । ତାଙ୍କର କ୍ଷତ ଓ ଯନ୍ତ୍ରଣା ସମ୍ପର୍କରେ ସେମାନେ କହିପାରନ୍ତି ନାହିଁ ।

ସେହି ଅକୁହାଙ୍କ ଦୁଃଖକୁ ବୁଝିପାରି ତାଙ୍କର ସେବା କରିବାରେ ମତେ ଆନନ୍ଦ ମିଳିଥାଏ । ୨୦୧୩ରେ ନୂଆଦିଲ୍ଲୀରେ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟରତ ଥିବାବେଳେ ସେଠାରେ ମୟୂର, ପେଚା, ବୁଲ୍ବୁଲ୍ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ସେବା କରି ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗକୁ ହସ୍ତାନ୍ତର କରିଛି । ଏବେ ଓଡିଶାର ପଶୁପକ୍ଷୀଙ୍କୁ ଏହି ସେବା କରିବାକୁ ପଣ କରିଛି । ଯେତେବେଳେ କୌଣସି ବ୍ୟକ୍ତି ପଶୁ ଓ ପକ୍ଷୀଙ୍କୁ ଶିକାର କରୁଥିବା ଓ ଆଘାତ ଦେଉଥିବା ମୁଁ ଦେଖେ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ପଶୁପକ୍ଷୀ ଆଇନକୁ କଡ଼ାକଡ଼ି ପାଳନ ପାଇଁ ସଚେତନତା ସୃଷ୍ଟି କରିଥାଏ । ଆଗାମୀ ଦିନରେ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗଢି ତା’ରି  ମାଧ୍ୟମରେ ଜୀବନସାରା ସେବା କରିବା ଲକ୍ଷ୍ୟ ରଖିଛି ବୋଲି ପୂରବୀ କହିଛନ୍ତି ।

ଆଧାର - ତପନ ମହାରଣା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate