ଡ୍ରୋନ ପ୍ରୋଜେକ୍ଟରେ ଚୁକ୍ତିନାମା ସ୍ଵାକ୍ଷର ଯୁଧ୍ୟଭୂମିରେ ଲ୍ୟାଣ୍ଡମାଇନ ଠାବ ପାଇଁ ବିଶେଷ ଭାବେ ଡିଜାଇନ ହେଇଥିବା ଲେଜର ଡ୍ରୋନ ନିର୍ମାଣ ପାଇଁ ଗୁଜରାଟ ସରକାର ପାଞ୍ଚକୋଟି ଟଙ୍କାର ଏମଓୟୁ ସ୍ଵାକ୍ଷର କରିଛନ୍ତି। କୌଣସି କମ୍ପାନୀ କିମ୍ବା ବଡ଼ ବୈଜ୍ଞାନିକଙ୍କ ସହ ନୁହେଁ ବରଂ ଦଶମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷୀୟ ବାଳକଙ୍କ ସଙ୍ଗେ। ଏହି ଡ୍ରୋନକୁ ନିର୍ମାଣ କରିଥିବା ୧୪ ବର୍ଷୀୟ ହର୍ଷବର୍ଦ୍ଧନ ଜାଲାଙ୍କ ସହ ଗୁଜରାଟ କାଉନସିଲ ଅନ ସାଇନ୍ସ ଆଣ୍ଡ ଟେକନୋଲଜି ସହ ଏହି ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି। ଅହମଦାବାଦ, ଗୁଜରାଟରେ ଅନୁଷ୍ଠିତ ହେଇଥିବା ‘ଭାଇବ୍ରାଣ୍ଟ ଗୁଜରାଟ ସମିଟ ୨୦୧୭’ ରେ ଏହି ଚୁକ୍ତିନାମା ସ୍ଵାକ୍ଷର ହେଇଛି। ହର୍ଷବର୍ଦ୍ଧନ କିପରି ଜ୍ଞାନ ଓ କୌଶଳ ବ୍ୟବହାର କରି ଡ୍ରୋନ ତିଆରି କଲେ ଗୁଜରାଟର ବାସିନ୍ଦା ହର୍ଷବର୍ଦ୍ଧନ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି। ଟିଭିରେ ଆସୁଥିବା ଖବର ଗୁଡ଼ିକୁ ଦେଖିବା ପରେ ତାଙ୍କ ମନରେ ଡ୍ରୋନ ତିଆରି କରିବାର ବିଚାର ଆସିଥିଲା ବୋଲି ସେ କୁହନ୍ତି। ହର୍ଷବର୍ଦ୍ଧନ କହିଛନ୍ତି ଯେ ନିଜେ ଡ୍ରୋନ ତିଆରି କରିବାରେ ସେ ଯେଉଁ କୌଶଳ ବ୍ୟବହାର କରିଛନ୍ତି ତାହା ସଂପୂର୍ଣ୍ଣ ରୂପେ ତାଙ୍କ ନିଜର କୌଶଳ। ହର୍ଷବର୍ଦ୍ଧନଙ୍କର ପିତା ଜଣେ ଆକାଉଣ୍ଟାଣ୍ଟ ଅଟନ୍ତି ଏବଂ ବର୍ତ୍ତମାନ ନିଜର କମ୍ପାନୀ ଏରୋବାଟିକ୍ସ-୭ ଆରମ୍ଭ କରିଛନ୍ତି। ଏହିପରି ଆହୁରି ଅନେକ ଗ୍ୟାଜେଟ ନିର୍ମାଣ କରିବାର ଲକ୍ଷ୍ୟ ନେଇ ଏହି କମ୍ପାନୀ ଆରମ୍ଭ ହେଇଛି। ହର୍ଷବର୍ଦ୍ଧନ ଏଯାବତ ୩ଟି ଡ୍ରୋନ ତିଆରି କରିଛନ୍ତି। ପ୍ରଥମ ଦୁଇଟି ନିର୍ମାଣ କରିବା ପାଇଁ ତାଙ୍କ ବାପା ତାଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା ବେଳେ ତୃତୀୟ ଡ୍ରୋନର ନିର୍ମାଣ ପାଇଁ ତାଙ୍କୁ ଗୁଜରାଟ ସରକାର ୩ଲକ୍ଷ ଟଙ୍କାର ସହାୟତା ଦେଇଥିଲେ। ଏହି ଡ୍ରୋନରେ ଇନଫ୍ରାରେଡ, ଆରଜିବି ସେନ୍ସର, ଥର୍ମାଲ ମିଟର ଓ ୨୧ ମେଗାପିକ୍ସେଲର କ୍ୟାମେରା ଲାଗିଛି ବୋଲି ହର୍ଷବର୍ଦ୍ଧନ ଜଣାଇଛନ୍ତି। ପୃଥିବୀପୃଷ୍ଠରୁ ୨ଫୁଟ ଉପରକୁ ଉଡିବା ସମୟରେ ଏହା ୮ଫୁଟର ପରିଧି ମଧ୍ୟରେ ରହିଥିବା ଲ୍ୟାଣ୍ଡମାଇନକୁ ଠାବ କରିପାରିବ। ଏହା ସହ ଲ୍ୟାଣ୍ଡମାଇନରେ ବିସ୍ଫୋରଣ ଘଟାଇବା ପାଇଁ ଏହା ୫୦ ଗ୍ରାମର ଏକ ବୋମା ମଧ୍ୟ ସାଙ୍ଗରେ ବୋହି ନେଇପାରିବ। ଆଧାର ୟୌର ଷ୍ଟୋରୀ