କିଙ୍ଗଫିସର ଏବଂ ଇଣ୍ଡିଗୋ ଭଳି ବିମାନରେ ମାର୍ଜିତ ଢ଼ଙ୍ଗରେ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଜଣେ ବିମାନ ପରିଚାଳିକା ଏକ ସାମାଜିକ ଉଦ୍ୟୋଗ ସ୍ଥାପନ କରି ମହିଳାମାନଙ୍କୁ ଘରୋଇ କାମରେ ସାହାଯ୍ୟ ଏବଂ ଯତ୍ନ ନେବା ପାଇଁ କାମ ପାଇଁ ଚାକିରୀ ଦେବାକୁ ଆଗେଇ ଆସିବାର ମାନେ କଣ ହୋଇପାରେ । ସାଧାରଣ ମଣିଷର ମାନସିକତା ନେଇ ବହୁ ସମୟରେ ଆମେ ସାଧାରଣ ଜୀବନରେ କିଛିଟା ପରିବର୍ତ୍ତନ ପାଇଁ ଏପରି ବଡ଼ ପଦକ୍ଷେପ ସହ ଯୋଡ଼ି ହୋଇଯାଉ। ଯଦିଓ ରଥୀଙ୍କ କ୍ଷେତ୍ରରେ ଏପରି ହୋଇନଥିଲା। “ସେପରି କିଛି ନିର୍ଣ୍ଣୟ ନଥିଲା। ମୁଁ ଯେତେବେଳେ ବିଳାସବ୍ୟସନ ଭିତରେ ଜୀବନଯାପନ କରୁଥିଲି ଏପରିକି କେହି ମୋ ପାଇଁ କାରର ଡୋର ଖୋଲି ଦେଉଥିଲା, ତାରକା ହୋଟେଲରେ ରହଣୀ ବା ନିଜ ପସନ୍ଦ ମୁତାବକ ଖାଇବାର ସୁଯୋଗ ମିଳୁଥିଲା ସେତେବେଳେ ଏପରି କିଛି ଥିଲେ ସେମାନଙ୍କୁ ଖାଇବାକୁ ବି ମିଳୁନଥିଲା” ବୋଲି ରଥୀ କୁହନ୍ତି।
ଅନ୍ୟମାନଙ୍କ ପାଇଁ କିଛି କରିବାକୁ ରଥୀଙ୍କ ଆଗ୍ରହ- ଯେଉଁମାନେ ଅଭାବଗ୍ରସ୍ତ ଥାଇ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇଥାନ୍ତି ତାଙ୍କ କଥା ଭାବି ଅନାଥାଶ୍ରମକୁ ସେ ଖ୍ରୀଷ୍ଟମାସ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ଗୁଡ଼ିକରେ ଯାଇ ଖାଦ୍ୟ ଏବଂ ପୋଷାକ ଯୋଗାଇବା ସହ କେତେକ ସ୍ଥଳେ ଅର୍ଥ ସାହାଯ୍ୟ କରିବା ବା ସେମାନଙ୍କ ସହ ଯାଇ କିଛି ସମୟ ବିତାଇବା- ଏପରି କରିବାକୁ ସେ କେବେ ଚିନ୍ତ କରିନଥିଲେ। ଦିନେ ସେ ଏପରି ଜଣେ ମହିଳାଙ୍କ ଭେଟିଲେ ଯିଏ ଘର କାମରେ ସାହାଯ୍ୟ କରିବାକୁ ଚାକିରୀ ଖୋଜୁଥିଲେ। ଏହି ପରିକଳ୍ପନା ତାଙ୍କୁ କାମ ଖୋଜୁଥିବା ମହିଳାମାନଙ୍କୁ କାମ ଯୋଗାଇ ସେମାନଙ୍କ ଜୀବନଧାରଣର ମାନକୁ ସଜାଡ଼ିବା ପାଇଁ ସହାୟତା ଦେବାର ବାଟ ଦେଖାଇଥିଲା। ସେ ଯେତେବେଳେ ତାଙ୍କର ଚିନ୍ତାକୁ ସ୍ଵାମୀ ପ୍ରତୀକଙ୍କ ଆଗରେ ରଖିଲେ, ପ୍ରତୀକ ତାକୁ ମନଯୋଗ ଦେଇ ସହାୟତା ଦେଲେ। ଏପରି ଭାବରେ ତାଙ୍କର ଚିନ୍ତା ଆଗକୁ ମାଡ଼ି HouseMaidForYouର ଆରମ୍ଭ ହୋଇଥିଲା।
“ଆମପାଖରେ କାମ ଖୋଜୁଥିବା ଏବଂ ସାହାଯ୍ୟ ପାଇଁ ଲୋକ ଖୋଜୁଥିବା ପ୍ରାର୍ଥୀଙ୍କ ଏକ ତାଲିକା ରହିଛି ଯେଉଁମାନେ ଆମ ସହିତ ପଞ୍ଜୀକୃତ ହୋଇଛନ୍ତି, ଆମେ ସେମାନଙ୍କୁ ସଠିକ ସହାୟକ ଯୋଗାଇ ଦେଇଥାଉ। ରଥୀ ଏବଂ ତାଙ୍କର ଦଳ ଏହାପରେ ତାଲିକାରୁ ସଠିକ ପ୍ରାର୍ଥୀଙ୍କୁ ବାଛିଥାନ୍ତି। ଦଳ ସହିତ କିଛି ପର୍ଯ୍ୟାୟର ସାକ୍ଷାତକାର ପରେ ରଥୀ ଏକ ଚୁଡାନ୍ତ ସାକ୍ଷାତକାର ନେଇଥାନ୍ତି ଏବଂ ଏହା ପରେ ନିର୍ଣ୍ଣୟ ନିଆଯଆଇଥାଏ। ପ୍ରାର୍ଥୀଙ୍କର ଏକ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୁଏ ଏବଂ ପୁରୁଣା ଏବଂ ନୂଆ ଘରଗୁଡ଼ିକର ପ୍ରମାଣ ପରୀକ୍ଷା ଦଳ ଦ୍ବାରା ଯାଞ୍ଚ ହୋଇଥାଏ। ଥରେ ଏମାନେ ଆମ ସହ ଯୋଡ଼ି ହୋଇଗଲେ ଏମାନେ ଆମର ନିୟମିତ ଦରମା ପାଉଥିବା କର୍ମୀଚାରୀଙ୍କ ତାଲିକାରେ ଆସନ୍ତି ଏବଂ ଆମେ ତାଙ୍କ ପ୍ରତିଶୃତି ଦେଉ ଯେ ଆମେ ସେମାନଙ୍କ ପାଇଁ ବ୍ୟାଙ୍କରେ ଖୋଲିଥିବା ଜମାଖାତାରେ ନିର୍ଦ୍ଦିଷ୍ଟ ସମୟରେ ତାଙ୍କର ଦରମାକୁ ଡିପୋଜିଟ କରିଦିଆଯାଏ। ପ୍ରାର୍ଥୀମାନଙ୍କୁ ସ୍ଵାସ୍ଥ୍ୟବୀମାର ସୁବିଧା ସହ ଭବିଷ୍ୟନିଧି ପାଣ୍ଠିର ସୁବିଧା ବି ଯୋଗାଇ ଦିଆଯାଇଥାଏ। ନିୟମ ଅନୁସାରେ ସେମାନେ ବର୍ଷରେ 12ଦିନର ଛୁଟି ପାଇବା ସହ ରବିବାରକୁ ସାପ୍ତାହିକ ଛୁଟି ଭାବରେ ପାଇଥାନ୍ତି” ବୋଲି ରଥୀ କୁହନ୍ତି।
ପ୍ରତ୍ୟେକ ଦିନ ଗୋଟିଏ ଆହ୍ଵାନ ବୋଲି ରଥୀଙ୍କ ମତ- ମହିଳାମାନଙ୍କୁ କାମ କରିବା ପାଇଁ ପ୍ରଭାବିତ କରିବା ଯୁଦ୍ଧର ଅର୍ଦ୍ଧେକ ବିଜୟ, ଅନ୍ୟ ଅଧାରେ ସେମାନଙ୍କୁ ପେସାଦାର ଭାବରେ କାମ କରିବା ପାଇଁ ପ୍ରଶିକ୍ଷଣ ଦେବା ଆଦି ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷିତ ହୋଇନଥିବାରୁ ତାଙ୍କୁ ପେସାଦାର ଭାବରେ କାମ କରିବାର ଗୁରୁତ୍ବକୁ ବୁଝାଇବା ପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ। ବହୁ ସମୟରେ ଏହି ମହିଳାମାନେ କେବଳ ଟଙ୍କା ଚାହିଁଥାନ୍ତି, ସେମାନଙ୍କୁ ମିଳୁଥିବା ସୁବିଧା ନୁହେଁ। ଏହି ଶ୍ରେଣୀର ମହିଳାମାନଙ୍କୁ କାମ କରିବା ଏବଂ ବିଧିବଦ୍ଧ ପେସାଦାର ଭାବରେ କାମ କରିବା ପାଇଁ ପ୍ରଭାବିତ କରିବା ବହୁ କଷ୍ଟକର ବ୍ୟାପାର। “ଉଦାହରଣ ଭାବରେ ସେମାନେ କାମ କରିବାକୁ ସକାଲ 9ଟା ବା ସାଢ଼େ 9ଟାରେ ପହଞ୍ଚିବା ଭିତରେ କୌଣସି ଫରକ ଦେଖିପାରନ୍ତି ନାହିଁ। ମୁଁ ବହୁ କଷ୍ଟସହକାରେ ସେମାନଙ୍କୁ ମନୋନୀତ କରେ ଏବଂ ବହୁତ ଯତ୍ନର ସହ ପ୍ରଶିକ୍ଷିତ କରିଥାଏ। ସେମାନେ ଯାହା କାମ କରୁଛନ୍ତି, ସେଥିରେ ସେମାନେ ଶ୍ରେଷ୍ଠ ହେବା ପାଇଁ ପ୍ରଶିକ୍ଷଣ ଦେବାପାଇଁ ମୁଁ ତାଙ୍କ ସହ ଦିନଗୁଡ଼ିକ ବିତାଇଥାଏ। ଧରନ୍ତୁ, କୌଣସି ବୟସ୍କ ଲୋକର ସେବା ପାଇଁ ଆମକୁ କାହାର ଦରକାର ହୁଏ, ସେ କ୍ଷେତ୍ରରେ ବୟସ୍କ ଲୋକର ସେବା କରିବାର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଆମେ ଖୋଜିଥାଉ।”
ରଥୀ ଦୌଡ଼ିବା ଚାଲୁ ରଖିଛନ୍ତି। ସେ ଏନଜିଓରେ କର୍ମଶାଳା ଆୟୋଜିତ କରନ୍ତି, ପ୍ରାର୍ଥୀମାନଙ୍କ ସାକ୍ଷାତକାର ନିଅନ୍ତି, ସେମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି, ବହୁ ଗ୍ରାହକଙ୍କ ସହ କଥା ଚୁଡ଼ାନ୍ତ କରନ୍ତି ଏବଂ ସେମାନଙ୍କ ସହ କର୍ମଶାଳା ବି କରନ୍ତି। “ରାସ୍ତାରେ ପୁରୁଣା ଛିଣ୍ଡା ମଇଳା ଉଠାଉଥିବା, ବାସହୀନ ମହିଳାଙ୍କୁ କାମ କରିବାର ପନ୍ଥା ଦେଇ ସେମାନଙ୍କୁ ରୋଜଗାର ଦେବାକୁ ଚେଷ୍ଟା କରନ୍ତି ” ବୋଲି ତାଙ୍କ ସ୍ଵାମୀ ପ୍ରତୀକ କୁହନ୍ତି।
31 ଜୁଲାଇ2015 ରେ HouseMaidForYou ନିଜର ଦୁଇ ବର୍ଷ ପୂର୍ତ୍ତି ପାଳନ କରିଛି- ବହୁ ଘାତ ପ୍ରତିଘାତ ଦେଇ ଆମେ ଅନେକ ମହିଳାଙ୍କୁ ପେସାଦାର ଭାବରେ କାମ କରିବାକୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିଛୁ। ଯଦିଓ କିଛି ଛୁଟିରେ ରୁହନ୍ତି ଏବଂ ଆଉ କିଛି ଏହା ଛାଡ଼ିଛନ୍ତି କିନ୍ତୁ ଦିନ ଶେଷରେ ମୁଁ ଏମାନଙ୍କୁ ରୋଜଗାର ଦେବାରେ ସହାୟକ ହୋଇଛି ଭାବି ଖୁସି ଅନୁଭବ କରେ। ଏମିତିବି ହୋଇଛି ଯେତେବେଳେ ଏଠାରେ ଚାକିରୀ କରିଥିବା ମହିଳା ଦଶହଜାର ବା ତା'ଠାରୁ ଅଧିକ ରୋଜଗାର ପାଇଥାଏ ଏବଂ ତାଙ୍କର ଦରମା ବ୍ୟାଙ୍କରେ ଜମା ହୁଏ, ମୁଁ ମୋ ପୁରୁଣା ଦିନକୁ ମନେପକାଏ ଯେତେବେଳେ ମୋର ଦରମା ପାଖାପାଖି ସେତିକି ଥିଲା। ଏହା ମୋତେ ବହୁତ ଖୁଶି ଦିଏ।
ଯାହାବି ସେ କରୁଛନ୍ତି ସେଥିରେ ସେ ସନ୍ତୁଷ୍ଟ କିନ୍ତୁ ଏହା ଆରମ୍ଭ ମାତ୍ର। ତାଙ୍କୁ ଆଗକୁ ଆହୁରି ବହୁତ କିଛି କରିବାର ଅଛି। ଆଗାମୀ ବୃହତ ଯୋଜନା ମଧ୍ୟରେ ଏକ ସଂପୁର୍ଣ୍ଣ ଅନଲାଇନ ପୋର୍ଟାଲ ଖୋଲିବାର ଯୋଜନା ରହିଛି ଏବଂ ଏହା କିପରି ଆର୍ଥିକ ଲାଭାନ୍ଵୀତ ହୋଇପାରିବ ତାକୁ ଦେଖିବାର ରହିଛି।
ସେ ଏହି ଉଦ୍ୟୋଗ ଆରମ୍ଭ କରିବା ସମୟରେ ବହୁ ସାଙ୍ଗସାଥୀ ତାଙ୍କ ନିର୍ଣ୍ଣୟକୁ ନେଇ ପ୍ରଶ୍ନ ଉଠାଇବା ସହ ସହଯୋଗ ବି କରିନଥିଲେ ବୋଲି ରଥୀ କୁହନ୍ତି। ସେତେବେଳେ ମୁଁ ବହୁତ କମ୍ କଥା କହୁଥିଲି ବୋଲି ସେ କୁହନ୍ତି। ଆଜି ଯେତେବେଳେ ଲୋକମାନେ ମୋତେ ବୁଝିପାରିଛନ୍ତି ଏବଂ ସେମାନଙ୍କର କିଛି ସାହାଯ୍ୟ ଦରକାର କି ବୋଲି ପ୍ରଶ୍ନ କରନ୍ତି ମୁଁ ଯାହା ପାଇପାରିଛି ତାକୁ ନେଇ ଗର୍ବ ଅନୁଭବ କରେ।
ମୋ ପରିବାର ମୋ ସାମର୍ଥ୍ୟର ପ୍ରାଥମିକ ଉତ୍ସ- ଯେକୌଣସି ପରିସ୍ଥିତିରେ ବି ସେମାନେ ସବୁବେଳେ ମୋ ପାଖରେ ଛିଡ଼ା ହୋଇରହିଛନ୍ତି। ପ୍ରତୀକ ସବୁବେଳେ ମୋ ପାଖେପାଖେ ରହିଆସିଛନ୍ତି। ସପ୍ତାହାନ୍ତକୁ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିରହିଥାଏ। ଅନ୍ୟ ଦିନମାନଙ୍କରେ କାର୍ଯ୍ୟବ୍ୟସ୍ତତା ପାଇଁ ଆମେ ପରସ୍ପରକୁ ଦେଖିବାକୁ ବି ସମୟ ପାଇପାରିନଥାଉ। କିନ୍ତୁ ସେ ଏହାକୁ ବୁଝିପାରନ୍ତି। ବ୍ୟସ୍ତବହୁଳ ଜୀବନରୁ ସମୟ ପାଇଲେ ଆମେ ଗଭୀର ରାତି ଯାଏ ସିନେମା ଦେଖିଥାଉ। ଏମିତି ବି ହତାଶାରେ ମୋତେ ଦିନ ବିତାଇବାକୁ ପଡ଼େ ଯେତେବେଳେ କାମରେ କୌଣସି ପ୍ରତିବନ୍ଧକ ଆସିଥାଏ। ଏଥିପାଇଁ ଆମତରଫରୁ ବହୁତ କିଛି ଉତ୍ସର୍ଗ କରିବାକୁ ପଡ଼େ। କିନ୍ତୁ ଏହା ନକରିବା ବ୍ୟତୀତ ଆମ ପାଖରେ ଆଉ କୌଣସି ଉପାୟ ନଥାଏ। “ ଏସବୁ ତାଙ୍କର ଗଭୀର ଚିନ୍ତାଧାର ଏବଂ କଠିନ ପରିଶ୍ରମର ଫଳ। ସେ ସବୁକିଛିକୁ ସମ୍ଭାଳିନିଅନ୍ତି। ଏବଂ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟ, ଏସବୁକୁ ନେଇ ସେ ଖୁବ ଖୁସି। ଦଶବର୍ଷ ତଳେ ଆମପାଖରେ ଘରୋଇ କାମରେ ସାହାଯ୍ୟ ବା ଯତ୍ନ ନେବା ପାଇଁ ବା ଆୟାର ପରିକଳ୍ପନା ହିଁ ନଥିଲା। ତେବେ ବି ଏବେ ମଧ୍ୟ ଏଥିରେ ପେସାଦାର ମନୋବୃତ୍ତି ଏବଂ ସାମାଜିକ ଦାୟିତ୍ଵବୋଧର ଅଭାବକୁ ଦୂର କରିବା ପାଇଁ ପଥପ୍ରଦର୍ଶକର ଆବଶ୍ୟକତା ରହିଛି ” ବୋଲି ଗର୍ବର ସହ ସ୍ଵାମୀ ପ୍ରତୀକ କୁହନ୍ତି।
ତାଙ୍କ ମତରେ, “ଆମେ ପରିବର୍ତ୍ତନର ଏକ ମାଧ୍ୟମ ମାତ୍ର ଅଧିକ କିଛି ନୋହୁଁ । ଯେତେବେଳେ ଲୋକମାନେ ସେମାନଙ୍କର ସାମାଜିକ ଦାୟିତ୍ଵବୋଧକୁ ବୁଝି ପାରିବେ ଏବଂ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ଦେବାରେ ସକ୍ଷମ ହେବେ ତେବେ ସମାଜରେ ପରିବର୍ତ୍ତନ ଆସିପାରିବ। ଆମେ ପାଖରେ ଏପରି କିଛି ଲୋକଙ୍କ ତାଲିକା ରହିଛି ଯେଉଁମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସେବା ଚାହିଁଥାନ୍ତି କିନ୍ତୁ ଏଥିପାଇଁ ସେମାନେ ଅର୍ଥ ପ୍ରଦାନ କରିବାକୁ ରାଜିନୁହନ୍ତି।”
ଏପରି ବି କିଛି ଉଦାହରଣ ରହିଛି ଯାହା ହୃଦୟକୁ ଛୁଇଁଯାଏ। “ଏକ ବୃହତ କର୍ପୋରେଟ ସଂସ୍ଥାରେ କାମ କରୁଥିବା ଜଣେ ମହିଲା ନିଜର ପିଲାର ଯତ୍ନ ନେବା ପାଇଁ ସାହାଯ୍ୟକାରୀ କାହାକୁ ନପାଇବାରୁ ସେ ଚାକିରୀରୁ ଇସ୍ତଫା ଦେଇଥିଲେ। ଆମ ସଂସ୍ଥାର ଉପଭୋକ୍ତା ଥିବା ଜଣେ ମ୍ୟାନେଜର ଆମ ସଂସ୍ଥା ବିଷୟରେ ତାଙ୍କ ପଡ଼ୋଶୀଙ୍କ ଠାରୁ ଶୁଣିଥିଲେ। ସେ ଆମ ସହିତ ସଂପର୍କରେ ରହିବା ପରେ ତାଙ୍କୁ ଆଉ ଇସ୍ତଫା ଦେବାକୁ ପଡ଼ିନଥିଲା। ଆମେ ଯୋଗାଇଥିବା ଧାଈ ଏବେବି ସେ ପରିବାରର ପିଲାର ଲାଳନପାଳନ କରୁଛି” ବୋଲି ଗର୍ବର ସହିତ ବିବରଣୀ ଦେଇ ରଥୀ କୁହନ୍ତି।
ଅନେକ ଗୁଡ଼ିଏ ଘଟଣାକୁ ମନେପକାଇ ରଥୀ କୁହନ୍ତି, “ଏମାନଙ୍କ ମଧ୍ୟରୁ ବହୁ ମହିଳା ଅଧିକ ଅର୍ଥ ରୋଜଗାର ଆଶାରେ ଗୋଟିଏ ଗୋଟିଏ ଆପାର୍ଟମେଣ୍ଟର ବହୁଗୁଡ଼ିଏ ଘରେ କାମ କରିଥାନ୍ତି। ତେବେ ଏହି ପ୍ରକ୍ରିୟା ସବୁବେଳେ କାମ କରିନଥାଏ। ଆମେ ସେମାନଙ୍କୁ ସମାନ ଦରମାରେ ଅତି ବେଶୀରେ ଦୁଇଟି ଘରେ କାମ କରିବାକୁ କହିଥାଉ। କେତେକ କ୍ଷେତ୍ରରେ ସେମାନେ ଆମ କଥାକୁ ପାଳନ କରିଥାନ୍ତି। ଏହା ଆମର ବିଜୟ।”
ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତ- ଉଭୟ ରଥୀ ଏବଂ ପ୍ରତୀକ ନିଜର ସ୍ମରଣୀୟ ମୁହୁର୍ତ୍ତକୁ ମନେପକାଇ କୁହନ୍ତି, ଥରେ ଯେତେବେଳେ ଏକ ବଡ଼ ଖୁଚୁରା ବଜାରରେ କାମ କରୁଥିବା ମହିଳା ତାଙ୍କ ସଂସ୍ଥା ସହ କାମ କରିବାକୁ ନିବେଦନ କରିଥିଲେ ଏବଂ ପରେ ଜଣଙ୍କ ଘରେ ଘରୋଇ ସହାୟିକା ଭାବରେ କାମ ପାଇଥିଲେ। “ସେ ମହିଳା ଏକ ସ୍କୁଟି କିଣିବାକୁ ସବୁବେଳେ ଚାହୁଁଥିଲେ। ବ୍ୟାଙ୍କ ସହ କଥା ହେଇ ଆମେ ତାଙ୍କୁ ଏକ ଲୋନ ମିଳିବା ନିଶ୍ଚିତ କଲୁ, ଆମେ ସ୍କୁଟି ବୁକ୍ କଲୁ ଏବଂ ତାଙ୍କୁ ଏ ସ୍କୁଟି ଦେଇପାରିଲୁ। ସ୍କୁଟି ପାଇ ତାଙ୍କ ହସହସ ମୁହଁ ଦେଖି ଆମେ ବହୁତ ଖୁସି ହୋଇଥିଲୁ। ତାଙ୍କୁ ସ୍କୁଟି ଚଲାଇ କାମକୁ ଯାଉଥିବା ଦେଖି ତାଙ୍କର ମାଲିକାଣୀମାନେ ଆଶ୍ଚର୍ଯ୍ୟ ହେବା ସହ ଖୁସି ଅନୁଭବ କରୁଥିଲେ। ଏହା ପ୍ରତିଦିନର ଦୃଶ୍ୟ ନୁହେଁ, ତେଣୁ ଏଭଳି କିଛି ଦେଖିଲେ ତାହା ଖୁସି ଲାଗିଥାଏ” ବୋଲି ସେମାନେ କୁହନ୍ତି।
ଆଧାର
Ruchika ranigrahi
Last Modified : 2/11/2020