ପେନସନ କଣ ? ମୁଁ କାହିଁକି ଏହା ଆବଶ୍ୟକ କରୁଛି ? ଯେତେବେଳେ ଲୋକଙ୍କର କୌଣସି ଆୟର ପନ୍ଥା ନଥାଏ , ସେତେବେଳେ ପେନସନ ମାସିକ ରୋଜଗାର ଯୋଗାଇ ଥାଏ । ପେନସନର ଆବଶ୍ୟକତା :- ବୟସର ବୃଦ୍ଧି ସହିତ ସମ୍ଭାବିତ ରୋଜଗାର କ୍ଷମତା କମିଗଲେ । କ୍ଷୁଦ୍ର ପରିବାରର ବୃଦ୍ଧି – ରୋଜଗାରକ୍ଷମ ବ୍ୟକ୍ତି ପରିବାରଠୁ ଅଲଗା ହେଲେ । ଜୀବନଧାରଣର ଖର୍ଚ୍ଚ ବୃଦ୍ଧି । ଆୟୁରେ ସୀମା ବୃଦ୍ଧି । ନିଶ୍ଚିତ ମାସିକ ଆୟ , ବୃଦ୍ଧାବସ୍ଥାରେ ମଥାଟେକି ବଞ୍ଚିବାର ନିଶ୍ଚିତ କରାଏ । ଅଟଳ ପେନସନ ଯୋଜନା କଣ ? ଅଟଳ ପେନସନ ଯୋଜନା ଏକ ପେନସନ ଯୋଜନା ଯାହା ଭାରତୀୟ ନାଗରିକ ହୋଇଥିବା ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉଦ୍ଧିଷ୍ଟ । ଏହି ଯୋଜନା ମାଧ୍ୟମରେ ଉପଭୋକ୍ତାଙ୍କର ଜମାକରିଥିବା ରାଶି ଉପରେ ନିର୍ଭର କରି ୧୦୦୦,୨୦୦୦,୩୦୦୦,୪୦୦୦,ଓ ୫୦୦୦ ଟଙ୍କାର ନିଶ୍ଚିତ ସର୍ବନିମ୍ନ ପେନସନ ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିକୁ ପ୍ରଦାନ କରାଯାଇଥାଏ । ଅଟଳ ପେନସନ ଯୋଜନାରେ କିଏ ସାମିଲ ହୋଇପାରିବେ ? ଯେ କୌଣସି ଭାରତୀୟ ନାଗରିକ ଏପିୱାଇରେ ଯୋଗ ଦେଇପାରିବେ । ତାଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଦରକାର । କ) ଯୋଗଦାନକାରୀ ଙ୍କ ବୟସ ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ । ଖ) ତାଙ୍କର ଏକ ସଞ୍ଚୟ ବ୍ୟାଙ୍କ ଖାତା ଥିବା ଆବଶ୍ୟକ / ସଞ୍ଚୟ ବ୍ୟାଙ୍କ ଖାତା ଖୋଲିବା ଦରକାର । ଗ) ସମ୍ଭାବ୍ୟ ଆବେଦନକାରୀଙ୍କର ଏକ ମୋବାଇଲ ଫୋନ ଥିବା ଆବଶ୍ୟକ ଏବଂ ଏହି ନମ୍ବର ବ୍ୟାଙ୍କରେ ତାଙ୍କ ବ୍ୟାଙ୍କ ଖାତା ଦରଜ ହୋଇଥିବା ଜରୁରୀ । ୧ ଜୁନ ୨୦୧୫ ରୁ ୩୧ ଡିସେମ୍ବର ୨୦୧୫ ମଧ୍ୟରେ ଯୋଜନାରେ ଯୋଗ ଦେଉଥିବା ସଭ୍ୟମାନଙ୍କ ପାଇଁ ସରକାରୀ ସହ – ଅନୁଦାନ ପାଞ୍ଚବର୍ଷ ଅର୍ଥାତ ୨୦୧୫ -୧୬ ରୁ ୨୦୧୯ -୨୦ ପର୍ଯ୍ୟନ୍ତ ଉପଲ୍ଲବ୍ଧ । କିନ୍ତୁ ଏଥି ନିମନ୍ତେ ଉପଭୋକ୍ତା ଅନ୍ୟ କୌଣସି ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇନଥିବେ କି ଆୟକର ଦାତା ହୋଇନଥିବେ , ଅନ୍ୟ କେଉଁ ସାମାଜିକ ନିରାପତ୍ତା ଯୋଜନାର ଉପଭୋକ୍ତା ଏପିୱାଇ ଅଧିନରେ ସରକାରୀ ସହ – ଅନୁଦାନ ପାଇବାକୁ ଯୋଗ୍ୟ ନୁହନ୍ତି ? ବୈଧାନିକ ସାମାଜିକ ନିରାପତ୍ତା ଯୋଜନାରେ ସୁରକ୍ଷିତ ଉପଭୋକ୍ତା ସରକାରୀ ସହ – ଅନୁଦାନ ପାଇବାକୁ ଯୋଗ୍ୟ ନୁହନ୍ତି । ଉଦାହରଣ ସ୍ୱରୂପ ନିମ୍ନଲିଖିତ ପ୍ରଣୀତ ଆଇନ ଅନୁଯାୟୀ ସାମାଜିକ ନିରପତ୍ତା ସୁରକ୍ଷା ପାଉଥିବା ବ୍ୟକ୍ତିମାନେ ସରକାରୀ ସହ ଅନୁଦାନ ପାଇବାକୁ ଯୋଗ୍ୟ ନୁହଁନ୍ତି । କର୍ମଚାରୀ ଭବିଷ୍ୟତନିଧି କୋଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୫୨ । କୋଇଲା ଖଣି ଭବିଷ୍ୟତନିଧି କୋଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୪୮ ଆସାମ ଚା ବଗିଚା ଭବିଷ୍ୟତନିଧି କୋଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୫୫ ନାବିକମାନଙ୍କର ଭବିଷ୍ୟନିଧି କୋଷ ଆଇନ ୧୯୬୬ ଜମ୍ମୁ କାଶ୍ମୀର କର୍ମଚାରୀ ଭବିଷ୍ୟତନିଧି ଓ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୬୧ ଅନ୍ୟ କୌଣସି ସାମାଜିକ ନିରାପତ୍ତା ଯୋଜନା । ଏପିୱାଇ ଅଧୀନରେ କେତେ ପେନସନ ମିଳିବ ? ଟ ୧୦୦୦,୨୦୦୦,୩୦୦୦,୪୦୦୦,ଓ ୫୦୦୦ ନିଶ୍ଚିତ ସର୍ବନିମ୍ନ ପେନସନ ୬୦ ବର୍ଷରେ ମିଳିବ । ଏହା ସଭ୍ୟମାନଙ୍କର ନିଜ ଜମା ଉପରେ ନିର୍ଭର କରେ । ଏପିୱାଇରେ ଜମା ଦେଇଥିବା ଅର୍ଥ କେମିତି ନିବେଶ କରାଯାଏ ? ଏପିୱାଇରେ ଜମା ଦେଇଥିବା ଅର୍ଥ , ବିତ୍ତ ବିଭାଗ , ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନିବେଶ କରାଯାଏ । ଏପିୱାଇ ଯୋଜନା ପିଏଫଆରଡିଏ /ସରକାରଙ୍କ ଦ୍ଵାରା ପରିଚାଳିତ । ଏପିୱାଇ ଖାତା ଖୋଲିବାର ପ୍ରଣାଳୀ କଣ ? କ) ଯୋଉଁଠି ସଞ୍ଚୟ ବ୍ୟାଙ୍କ ଖାତା ଅଛି ସେହି ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତି । ଖ) ଏପିୱାଇ ରେଜିଷ୍ଟ୍ରେସନ ଫର୍ମ ଭରନ୍ତୁ । ଗ) ଆଧାର / ମୋବାଇଲ ନମ୍ବର ଦିଅନ୍ତୁ । ଘ) ସଞ୍ଚୟ ଖାତାରେ ଯଥେଷ୍ଟ ବାଲାନ୍ସ ରଖନ୍ତୁ ଯାହା ଦ୍ଵାରା ସେ ଖାତାରୁ ଏପିୱାଇ ଖାତାକୁ ମାସିକ ଜମାରେ କୌଣସି ଅସୁବିଧା ନ ହୁଏ । ଏହି ଯୋଜନାରେ ଯୋଗ ଦେବା ପାଇଁ ଆଧାର ନମ୍ବର କଣ ଜରୁରୀ ? ଏପିୱାଇ ଆକାଉଣ୍ଟ ଖୋଲିବାର ଆଧାର ନମ୍ବର ଦେବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଖାତା ଖୋଲିଲାବେଳେ କେୱାଇସି ଦସ୍ତାବିଜରେ ଆଧାର ନମ୍ବର ପ୍ରଥମିକତା ପାଇଥାଏ । ଏହି ଉପରୋକ୍ତ ପରିଚୟ , ସ୍ଵାମୀ /ସ୍ତ୍ରୀଙ୍କ ନାମ ମନୋନୀତ ବ୍ୟକ୍ତି ଚିହ୍ନଟ କରିବାକୁ ସହଜ ହୁଏ ଯାହା ଦ୍ଵାରା ଦୀର୍ଘ ସୂତ୍ରୀ ପେନସନ ଏବଂ ଅର୍ଥ ପ୍ରାପ୍ତିରେ ବିବାଦକୁ ଏଡାଇ ଦିଆଯାଇପାରେ । ସଞ୍ଚୟ ବ୍ୟାଙ୍କ ଖାତା ନଥାଇ ଏପିୱାଇ ଏକାଉଣ୍ଟ ଖୋଲି ହେବକି ? ନାଁ ! ଏପିୱାଇରେ ଯୋଗାଦାନ ପାଇଁ ସଞ୍ଚୟ ଖାତା ବାଧ୍ୟତାମୂଳକ । କେଉଁ ପ୍ରଣାଳୀରେ ଏପିୱାଇ ଖାତାକୁ ଅର୍ଥ ପ୍ରେରଣ କରାଯାଏ ? ସଭ୍ୟମାନଙ୍କର ସଞ୍ଚୟ ବ୍ୟାଙ୍କ ଖାତାରୁ ସ୍ଵତଃ ଉଠାଣ ସୁବିଧା ବଳରେ ଅର୍ଥ ପ୍ରେରଣା କରାଯାଇଥାଏ । ଯଦି ଦେୟ ତାରିଖରେ ସଞ୍ଚୟ ବ୍ୟାଙ୍କ ଖାତାରେ , ଅର୍ଥ ପ୍ରେରଣ ପାଇଁ ଯଥେଷ୍ଟ ଜମା ନଥାଏ ତା ହେଲେ କଣ ହେବ ? ଅର୍ଥ ପ୍ରେରଣ ପାଇଁ ସଞ୍ଚୟ ଖାତାରେ ଦେୟ ତାରିଖରେ ଯଥେଷ୍ଟ ଅର୍ଥ ନ ରଖିଲେ ତାହାକୁ ଖିଲାପି ବୋଲି ବିବେଚନା କରାଯିବ । ବ୍ୟାଙ୍କମାନେ ଡେରିରେ ଅର୍ଥ ଜମା ପାଇଁ ଅତିରିକ୍ତ ରାଶି ସଂଗ୍ରହ କରିବା ଆବଶ୍ୟକ । ଏହି ରାଶି ଏକ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ନିମ୍ନ ମତେ ଆଦାୟ କରିବା ଦରକାର । କ) ମାସିକ ୧ ଟଙ୍କା ୧୦୦ ଟଙ୍କାର ମାସିକ ଜମା ପାଇଁ । ଖ) ମାସିକ ୨ ଟଙ୍କା ରୁ ୫୦୦ ଟଙ୍କାର ମାସିକ ଜମା ପାଇଁ ॰ । ଗ) ମାସିକ ୫ ଟଙ୍କା ୫୦୧ ରୁ ୧୦୦୦ ଟଙ୍କାର ମାସିକ ଜମା ପାଇଁ । ଘ) ମାସିକ ୧୦ ଟଙ୍କା ୧୦୦୧ ଟଙ୍କା ଓ ତାହାଠୁ ଅଧିକ ମାସିକ ଜମାପାଇଁ । ଯଦି ଅର୍ଥ ଜମା ବନ୍ଦ ହୋଇଯାଏ ତା ହେଲେ ନିମ୍ନମତେ କାର୍ଯ୍ୟାନୁଷ୍ଠାନ ହେବ । ୬ ମାସ ପରେ ଏକାଉଣ୍ଟକୁ ଫ୍ରିଜ କରି ଦିଆଯିବ । ୧୨ ମାସ ପରେ ଏକାଉଣ୍ଟ ନିଷ୍କ୍ରିୟ କରି ଦିଆଯିବ । ୨୪ ମାସ ପରେ ଏକାଉଣ୍ଟ ବନ୍ଦ କରି ଦିଆଯିବ । ଗ୍ରାହକ ମାନେ ଧ୍ୟାନ ରଖିବା ଉଚିତ ଯେ ବ୍ୟାଙ୍କ ଖାତାରେ ଯଥେଷ୍ଟ ଟଙ୍କା ଜମା ରଖିବା ଦରକାର ଯାହା ଦ୍ଵାରା ସ୍ଵତଃ ଉଠାଣ ସମ୍ଭବ ହେବ । ସ୍ଥାୟୀ ସୁଧରାଶି / ଜୋରିମାନା ପେନସନ ଖାତାର ଜମାର ଏକ ଅଂଶ ହୋଇ ରହିବ । ଯୋଜନାରେ ଯୋଗ ଦେବା ବେଳକୁ ମନୋନୟନ ପତ୍ର ଦେବା ଦରକାର କି ? ନିଶ୍ଚୟ !ଏପିୱାଇ ଏକାଉଣ୍ଟରେ ମନୋନୀତ ବ୍ୟକ୍ତିଙ୍କର ବିସ୍ତୁତ ବିବରଣୀ ଦେବା ବାଧ୍ୟତାମୂଳକ । ସ୍ଵାମୀ /ସ୍ତ୍ରୀଙ୍କର ବିସ୍ତୁତ ବିବରଣୀ ଦେବା ବାଧ୍ୟତାମୂଳକ / ଆଧାର ବିବରଣୀ ମଧ୍ୟ ଦେବା ଆବଶ୍ୟକ । ଜଣେ କେତୋଟି ଏପିୱାଇ ଏକାଉଣ୍ଟ ଖୋଲିପାରିବ ? ଜଣେ ବ୍ୟକ୍ତି କେବଳ ଗୋଟିଏ ଏପିୱାଇ ଏକାଉଣ୍ଟ ଖୋଲି ପାରିବ ଏବଂ ତାହା ଅନନ୍ୟ ହୋଇଥିବ । ଅଧିକ ବା କମ ପେନସନ ରାଶି ପାଇଁ ମାସିକ ଜମା ରାଶି କମ ବେସୀ କରିବାର ଅଧବକାର ଅଛି କି ? ପେନସନ ଆକାଉଣ୍ଟ ଟଙ୍କା ଜମା ଦେବାର ଅବଧି ମଧ୍ୟରେ ଜମାକରି ପେନସନ ରାଶିକୁ କମ ବେସୀ କରିପାରିବେ ଯଦ୍ଵାରା ମାସିକ ଜମାରାଶି କ ବେସୀ ହୋପରିବ । କିନ୍ତୁ ଏହି କାର୍ଯ୍ୟ କେବଳ ଏପ୍ରିଲ ମାସରେ ଥରଟିଏ କରି ପାରିବେ । ଏପିୱାଇରୁ ଓହରି ଯିବାର ପ୍ରଣାଳୀ କଣ ? କ) ୬୦ ବର୍ଷ ବୟସ ପୁରିଗଲେ ଏହି ବୟସରେ ପେନସନ ଫଣ୍ଡର ଜମା ଫେନସାନ ପ୍ରଦାନ ପାଇଁ ସ୍ଥିର ହେବ ଏବଂ ସଭ୍ୟଙ୍କୁ ପେନସନ ମିଳିବ । ଖ) ଜମାକାରୀଙ୍କର କୌଣସି କାରଣରୁ ମୃତ୍ୟୁ ହେଲେ , ଯଦି ଜମାକାରୀଙ୍କର ମୃତ୍ୟୁ ହୁଏ , ତା ହେଲେ ତାଙ୍କର ସ୍ତ୍ରୀ / ସ୍ଵାମୀଙ୍କୁ ପେନସନ ମିଳିବ ଏବଂ ଯଦି ଦୁଇଜଣଯାକ ମୃତ୍ୟୁ ବରଣ କରନ୍ତି , ମୂଳ ପେନସନ ଫଣ୍ଡର ଜମା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଫେରାଇ ଦିଆଯିବ । ଗ) ୬୦ ବର୍ଷ ଆଗରୁ ଓହରି ଯିବା କେବଳ ଅସାଧାରଣ ପରିସ୍ଥିତିରେ ୬୦ ବର୍ଷ ବୟସ ଆଗରୁ ଯୋଜନାରୁ ଓହରି ଯାଇ ହେବ ଯେମିତିକି ଉପଭୋକ୍ତାଙ୍କର ମୃତ୍ୟୁ ବା ମାରାତ୍ମକରୋଗ । ଜମାର ସ୍ଥିତି କେମିତି ଜାଣି ହେବ ଜମାର ସ୍ଥିତି ସଭ୍ୟଙ୍କର ପଞ୍ଜିକୃତ ମୋବାଇଲ ନମ୍ବରରେ ଏସ ଏମ ଏସ ଜରିଆରେ ସମୟ ସମୟରେ ଜଣେଇ ଦିଆଯିବ । ତା ଛଡା ଜମାକାରୀଙ୍କୁ ଆକାଉଣ୍ଟର ବିବରଣୀ କପି ଦିଆଯିବ । ନେଣଦେଣର ଲିଖିତ ବିବରଣୀର ଦିଆଯିବକି ? ହଁ !ଏପିୱାଇ ଆକାଉଣ୍ଟର ସମୟ ସମୟର ନେଣଦେଣ ବିବରଣୀ ଜଣାଇ ଦିଆଯିବ । ୨୦. ଯଦି ଘର/ସହର ବଦଳି ଯାଏ ତା ହେଲେ ଏପିୱାଇ ଆକାଉଣ୍ଟରେ କେମିତି ଜମା କରିହେବ ? ସ୍ଵତଃ ଉଠାନ ପଦ୍ଧତିରେ ବ୍ୟାଙ୍କ ଖାତା ଜରିଆରେ ବିନା ବାଧାରେ ଜମା ରାଶି ପଠାଇ ହେବ । ୨୧. ସ୍ଵାବଲମ୍ବନ ଯୋଜନାର ସଭ୍ୟମାନଙ୍କର କଣ ହେବ ? ୧୮ ରୁ ୪୦ ବର୍ଷ ବୟସ୍କ ସମସ୍ତ ସ୍ଵାବଲମ୍ବନ ଯୋଜନାର ପାଞ୍ଜିକୃତ ସଭ୍ୟଙ୍କୁ ଏପିୱାଇକୁ ସ୍ଥାନାନ୍ତର କରାଯିବ । ସେ ଚାହିଁଲେ ଏଥିରୁ ଓହରି ଯାଇପାରନ୍ତି । କିନ୍ତୁ ସରକାରଙ୍କ ପାଞ୍ଚବର୍ଷର ଆର୍ଥିକ ବିନିଯୋଗର ସୁବିଧା ସ୍ଵାବଲମ୍ବନରେ ମିଳିଥିବା ସମୟକୁ ବାଦ ଦେଇ ମିଳିବ । ଅର୍ଥାତ ଯଦି ସ୍ଵାବଲମ୍ବନ ଯୋଜନାରେ ଉପଭୋକ୍ତା ଏକ ବର୍ଷ ପାଇଁ ସରକାରୀ ଅନୁଦାନ ପାଇଛନ୍ତି ତା ହେଲେ ସେହି ଅନୁଦାନ ଏପିଵାଇ ଯୋଜନାରେ ଚାରିବର୍ଷ ପାଇଁ ପାଇପାରିବ । ବାର୍ତ୍ତମାନର ସ୍ଵାବଲମ୍ବନ ଉପଭୋକ୍ତା ଯଦି ଏପିୱାଇ ଯୋଜନାରୁ ଓହରି ଯିବାକୁ ଚାହାନ୍ତି – ତା ହେଲେ ତାଙ୍କୁ ୨୦୧୬-୧୭ ଯାଏ ସରକାଋ ସହ ଅନୁଦାନ ପାଇବାକୁ ଯୋଗ୍ୟ ହେବେ । ସେ କ୍ଷେତ୍ରରେ ତାଙ୍କର ସ୍ଵାବଲମ୍ବନ ଖାତା ବାହାର ହେବା ବୟସ ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍ୟ ୪୦ ବର୍ଷରୁ ଅଧିକ ବୟସ୍କ ଜମାକାରୀ , ଯେଉଁମାନେ ଖାତା ଚାଲୁ ରଖିବାକୁ ଚାହୁଁ ନାହାନ୍ତି , ମୋଟାମୋଟି ଅର୍ଥ ନେଇ ଯୋଜନାରୁ ବାହାରି ଯାଇ ପାରିବେ । ଅନ୍ୟ ୪୦ ବର୍ଷରୁ ଅଧିକ ବୟସ୍କ ଜମାକାରୀ , ଯୋଜନାରେ ରହିବାର ସମ୍ମତି ଦେଇ ପାରନ୍ତି ଏବଂ ତା ପରେ ପେନସନ ପାଇବାରେ ଯୋଗ୍ୟ ରହିବେ । ପ୍ରଚଳିତ ସ୍ଵାବଲମ୍ବନ ଯୋଜନା ସ୍ଵତଃପ୍ରୋତଃ ଭାବରେ ଏପିୱାଇକୁ ସ୍ଥାନାନ୍ତର ହୋଇପାରିବ । ଆଧାର :ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ