ଯୋଜନାର ହିତାଧିକାରୀ ୧୯୯୬ ମସିହାରେ ବିପିଏଲ୍ ତାଲିକା ସ୍ଥାନରେ ସନ ୨୦୦୨ ମସିହାରେ ବିପିଏଲ ସର୍ଭେକୁ ହିତାଧିକାରୀ ବାଛିବା ସମୟରେ ବ୍ୟବହାର କରାଯିବ । ୨୦୦୨ ମସିହା ବିପିଏଲ ସର୍ଭେରୁ ପଞ୍ଚାୟତୱାରି ତାଲିକା ୱେବ୍ ସାଇଟ୍ ରେ ରହିଛି । ହିତାଧିକାରୀଙ୍କୁ ଅଗ୍ରାଧିକାର ମୁକ୍ତ ଗୋଷ୍ଠି ଶ୍ରମିକ ତଫସିଲଭୁକ୍ତ ଜାତି / ଉପଜାତିର ପରିବାର (ଜାତିଆଣ ଅବିଚାରର ଶିକାର ହୋଇଥିବା , ବିଧବା କିମ୍ବା ଅବିବାହିତ ମହିଳାଙ୍କ ନେତୃତ୍ଵରେ ପରିଚାଳିତ ପରିବାର, ନଈବଢି,ନିଆଁ,ଭୂମିକମ୍ପ,ବାତ୍ୟା ଓ ସେହିଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ପରିବାର ଏବଂ ଅନ୍ୟାନ୍ୟ ତଫସଲ ଭୁକ୍ତ ଜାତି /ଉପଜାତିର ପରିବାର ) ଗୃହ ନିର୍ମାଣ ପାହାଡିଆ /ଅସୁବିଧାଜନକ ଅଞ୍ଚଳରେ ଗୃହ ନିର୍ମାଣ ପାଇଁ ୩୮ ହଜାର ୫୦୦ ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥାଏ। ହିତାଧିକାରୀଙ୍କୁ ଅର୍ଥ ପଇଠ ଘର ତିଆରି କାମର ଅଗ୍ରଗତିକୁ ବିଚାର କରି ହିତାଧିକାରୀମାନଙ୍କୁ ଅର୍ଥ ପଇଠ କରାଯାଇଥାଏ । ମଞ୍ଜୁର କରାଯାଇଥିବା ସଂପୂର୍ଣ ପଇସାକୁ ଏକକାଳୀନ ଭାବେ କଦାପି ହିତାଧିକାରୀଙ୍କୁ ପଇଠ କରାଯାଇପାରିବ ନାହିଁ । ଘର ତିଆରି ପାଇଁ କାର୍ଯ୍ୟ ଦେଶ ସହିତ ପ୍ରଥମ କିନ୍ତୁ ,ପ୍ଲିନ୍ଥ ପର୍ଯ୍ୟନ୍ତ ଶେଷହେଲେ ଦ୍ଵିତୀୟ କିସ୍ତି ଓ ଛାତ ତିଆରି ସଂପୂର୍ଣ୍ଣ ହେଲେ ତୃତୀୟ କିସ୍ତି ପଇଠ କରାଯିବ । ଗ୍ରାମ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ଵଚ୍ଛତା କାର୍ଯ୍ୟକାରିତାର ପ୍ରତ୍ୟେକସ୍ତରରେ ଲୋକମାନଙ୍କ ଜାଣିବା ପାଇଁ ନିମ୍ନ ବିଷୟଗୁଡିକୁ ପ୍ରସ୍ତୁତ କରି ରଖାଯିବା ଉଚିତ୍ । ଗ୍ରାମସ୍ତର ଦାରିଦ୍ର୍ୟ ସୀମାରେଖା ତଳେ ବସଭାବ କରୁଥିବା ପରିବାରଗୁଡିକର ତାଲିକା ଇନ୍ଦିରା ଆବାସ ଯୋଜନା ଅଧୀନରେ ପୂର୍ବବର୍ଷ ଏବଂ ଚଳିତ ବର୍ଷ ପାଇଁ ବଛାଯାଇଥିବା ହିତାଧିକାରୀ ଓ ସେମାନଙ୍କ ବିବରଣୀ ଯଥା ତଫସିଲଭୁକ୍ତ ଜାତି / ଉପଜାତି ,ମହିଳା ଏବଂ ଅକ୍ଷମ । ଏହି ଯୋଜନରେ ଅଧୀନରେ ଗ୍ରାମକୁ ମିଳିଥିବା ବ୍ୟୟ ବରାଦ । ଇନ୍ଦିରା ଆବାସ ଯୋଜନର ନୀତି ନିର୍ଦ୍ଦେଶାବଳୀ / ହିତାଧିକାରୀ ବୟନର ପଦ୍ଧତି । ଯୋଜନା ଅଧିନରେ ତିଆରି ହୋଇଥିବା ଘର ସମୁଖରେ ସୂଚନାବୋର୍ଡ ଲଗାଯିବା ବ୍ୟବସ୍ଥା । ବ୍ଲକସ୍ତର ବ୍ଲକସ୍ତରରେ ନିଆଯାଇଥିବା ଘର ତିଆରି କାମର ସଂପୂର୍ଣ ବିବରଣୀ, ଖର୍ଚ୍ଚ ପରିମାଣ, ପାଣ୍ଠି କେଉଁଠୁ ଆସିଲା ଏବଂ ଏହାର କାର୍ଯ୍ୟକାରୀ ସଂସ୍ଥା ଆଦି । ଯୋଜନା ଅଧିନରେ ବିଭିନ୍ନ ଗ୍ରାମକୁ ଦିଆଯାଇଥିବା ପାଣ୍ଠିର ବିବରଣୀ । ବ୍ୟୟବରାଦ/କେତେକ ପାଣ୍ଠି ମିଳିଛି ଓ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କୀୟ ବିବରଣୀ । ଜିଲ୍ଲାସ୍ତର ଯୋଜନା ଅଧିନରେ ବ୍ଲକୱାରି ଓ ଗ୍ରାମୱାରି ଦିଆଯାଇଥିବା ପାଣ୍ଠି ବିବରଣୀ । ଯୋଜନା ଅଧିନରେ ବ୍ଲକ /ଗ୍ରାମକୁ ଦିଆଯାଇଥିବା ପାଣ୍ଠିର ବଣ୍ଟନ କିଭଳି ଓ କେଉଁ ପଦ୍ଧତି ଅନୁସରଣ କରି ଦିଆଯାଇଥାଏ ତାର ବିବରଣୀ । ସରପଞ୍ଚଙ୍କ ଭୂମିକା ସରପଞ୍ଚ ନିଜ ପଞ୍ଚାୟତର ମୁଖିଆଭାବରେ, ପଞ୍ଚାୟତ ବିଭିନ୍ନ ଗାଁରେ ତିଆରି କରାଯାଇଥିବା ଇନ୍ଦିରାଆବାସ ଘର ଗୁଡିକର ଅଗ୍ରଗତିକୁ ତଦାରଖ କରିପାରିବେ ଏବଂ ଏ ସଂକ୍ରାନ୍ତରେ ନିଜର ମତାମତ ଦେଇ ସଂପୃକ୍ତ ବିଡିଓଙ୍କ ନିକଟକୁ ଏକ ଲିଖିତ ରିପୋର୍ଟ ପଠାଇ ପାରିବେ । ଏହି କାର୍ଯ୍ୟକ୍ରମର ଅଗ୍ରଗତି ଓ ଦେଖାଯାଉଥିବା ସମସ୍ୟାଗୁଡିକ ସଂପର୍କରେ ପଞ୍ଚାୟତ ବୈଠକରେ ଅନ୍ୟ ବାର୍ଡମେମ୍ବରମାନଙ୍କ ସହ ଆଲୋଚନା କରିପାରିବେ ଏବଂ ପଞ୍ଚାୟତର ବୈଠକ ଓ ବିବରଣୀରେ ସେ ବିଷୟ ଉଲ୍ଲେଖ କରି ବିଡିଓଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଇନ୍ଦିରାଆବାସ ଯୋଜନାର ହିତାଧିକାରୀମାନଙ୍କ ସମସ୍ୟା ସମାଧାନ ପାଇଁ, ନିଜ ପଞ୍ଚାୟତର ସମିତି ସଭ୍ୟଙ୍କ ସହିତ ମିଶି ଏ ବିଷୟରେ ପଞ୍ଚାୟତ ସମିତିର ବୈଠକରେ ଉଠାଇ ପାରିବେ । କର୍ତ୍ତୃପକ୍ଷଙ୍କ ଆଗରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ, ନିଜ ପଞ୍ଚାୟତ ଇନ୍ଦିରା ଆବାସ ହିତାଧିକାରୀମାନଙ୍କୁ ନେଇ ଏକ ଅଣ ଆନୁଷ୍ଠାନିକ ଦଳ ଗଠନ କରିପାରିବ । ଠିକ୍ ସମୟରେ ଗୃହ ତିଆରି କାମ ଯେଭଳି ସଂପୂର୍ଣ ହୋଇପାରିବ ଏବଂ ହିତାଧିକାରୀମାନେ ଯେଭଳି ଠିକ୍ ଭାବରେ ସେମାନଙ୍କର କିସ୍ତି ପ୍ରାପ୍ୟ ପାଇପାରିବେ ସେ ବିଷୟରେ ଶୀଘ୍ର କରିବା ପାଇଁ, ଗାଁକୁ ପରିଦର୍ଶନ ଆସୁଥିବା ବିଡିଓଙ୍କ ଉପରେ ଚାପ ପକାଇ ପାରିବେ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ