ଉପକ୍ରମ ଏହି ଯୋଜନା ଫ୍ରେବୃଆରୀ ୨୦୦୯ ମସିହାଠାରୁ କେନ୍ଦ୍ରସରକାର ଓ ରାଜ୍ୟ ସରକାର ୫୦:୫୦ ଆର୍ଥିକ ସହାୟତାରେ କାର୍ଯ୍ୟକାରୀ କରାଯାଉଅଛି । ହିତାଧିକାରୀଙ୍କପାଇଁ ସୁଯୋଗ ବିଧବା ହିତାଧିକାରୀଙ୍କ ବୟସ ୪୦ ରୁ ୬୪ ମଧ୍ୟରେ ହୋଇଥିବ । ଦରଖାସ୍ତକାରୀ ପ୍ରଚଳିତ ଦାରିଦ୍ର ସୀମାରେଖା ତଳେ ଥିବା ହିତାଧିକାରୀ ତାଲିକା ଅନ୍ତର୍ଭୃକ୍ତ ହୋଇଥିବେ । (ବିପିଏଲ ତାଲିକା ୧୯୯୭ ) ସହାୟତା ପରିମାଣ ମଞ୍ଜୁର ହୋଇଥିବା ସମସ୍ତ ହିତାଧିକାରୀ ମାସକୁ ଭତ୍ତା ପାଇବେ । ଏହା ହିତାଧିକାରୀଙ୍କ ପାସ୍ ବହି ଜରିଆରେ ପ୍ରଦାନ କରାଯିବ । ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ସଂପୃକ୍ତ ଗ୍ରାମ ପଞ୍ଚାୟତ /ପୌରପାଳିକା ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ସକ୍ରୀୟ ଅଂଶ ଗ୍ରହଣ କରିବେ । ଯୋଜନାର ବହିଭୁତ ସର୍ତ୍ତାବଳୀ ହିତାଧିକାରୀ ଯଦି ପୁନଃ ବିବାହ କରନ୍ତି କିମ୍ବା ତାଙ୍କର ଦାରିଦ୍ର୍ୟତା ଦୂର ହୋଇ ଆର୍ଥିକ ସ୍ଵଚ୍ଛଳତା ଲାଭ କଲେ ସେପରି ସ୍ଥଳେ ତାଙ୍କର ଭତ୍ତା ବନ୍ଦ କରାଯିବ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ