ଆସବାବ, ପତ୍ରରେ ମାଲିକାନା ସତ୍ତ୍ଵ ସମ୍ପତ୍ତି ଉପରେ ମାଲିକାନା, ଅନୁପ୍ରବେଶ ଓ ନିୟନ୍ତ୍ରଣ ନାରୀ ସଶକ୍ତିକଋଣ ପାଇଁ ଅପରିହାର୍ଯ୍ୟ ଅଟେ । ମୂଲ୍ୟବୋଧ ଏବଂ ସାମାଜିକ ନିରାପତ୍ତା ଦୃଷ୍ଟିରୁ ସମସ୍ତ ପ୍ରକାର ସମ୍ପତ୍ତି ମଧ୍ୟରେ ଜମିକୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଏ । ସରକାରଙ୍କଠାରୁ ସିଧାସଳଖ ହସ୍ତାନ୍ତର, ବଜାରରୁ କ୍ରୟ କିମ୍ବା ଠିକାରେ ନେବା ଏବଂ ଉତ୍ତରାଧିକାର ମାଧ୍ୟମରେ ମହିଳାମାନେ ଜମିର ମାଲିକ ହୋଇପାରିବେ । ଓଡ଼ିଶାରେ ସରକାରୀ ଯୋଜନା ଅଧିନରେ ଜମିହୀନମାନଙ୍କୁ ଚାଷଜମୀ, ଜମିବଣ୍ଟନରେ ଯୁଗ୍ମ ସତ୍ତ୍ଵାଧିକାର ଏବଂ ଗୃହନିର୍ମାଣର ସହାୟତା ଯୋଗାଇ ଦେବାର ସୁଦୃଢ଼ ବ୍ୟବସ୍ଥା ରହିଛି । ପ୍ରାୟ ଅଧିକାଂଶ ଜମି ଏବଂ ଗୃହନିର୍ମାଣ ଯୋଜନାରେ ଗୋଟିଏ ମହିଳାର ପରିଚୟ ଘର / ପରିବାର ସଂଜ୍ଞାରେ ଅସ୍ପଷ୍ଟ ଭାବେ ରହିଛି । ଏକାକୀ ମହିଳା ଓ ଅନ୍ୟ ବିପଦସଂକୁଳ ମହିଳାମାନଙ୍କୁ ଜମି ଏବଂ ଗୃହନିର୍ମାଣରେ ସହାୟତା ପହଞ୍ଚାଇ ଦେବା କଷ୍ଟସାଧ୍ୟ ଅଟେ । ନୀତି ନିର୍ଦ୍ଦେଶନାମା ପ୍ରଶାସନିକ ଓ ଆଇନଗତ ଉପାୟ ମାଧ୍ୟମ ରେ ମହିଳା ଓ ମହିଳା ଗୋଷ୍ଠୀମାନଙ୍କୁ ସମ୍ପତ୍ତି, ଜମି ଏବଂ ଗୃହ ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ କରାଯିବ । କର୍ମପନ୍ଥା ମହିଳା ମାନଙ୍କ ନାମରେ କିଣାଯାଇଥିବା ଜମି ଓ ଗୃହ ଏବଂ ମହିଳା ମାନଙ୍କ ସପକ୍ଷରେ କାର୍ଯ୍ୟକାରୀ କରାଯାଇଥିବା କୌଣସି ସ୍ଥାବର ସମ୍ପତ୍ତିର ଉପହାର ଇସ୍ତାହାରର ପଞ୍ଜୀକରଣ ବାବଦକୁ ଟିକଟ ପାଉଣା ହ୍ରାସ କରାଯିବ । ପ୍ରଚଳିତ ସରକାରୀ ଆଇନ, ନୀତି ଏବଂ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୂମି ତଥା ବାସଗୃହହୀନ ଏବଂ ସ୍ଥାନାନ୍ତରିତ ପରିବାର ମାନଙ୍କ ନାମରେ ହେଉଥିବା ସମସ୍ତ ଘରବାଡି ଓ ଚାଷଜମିର ଆବଣ୍ଟନକୁ ସ୍ତ୍ରୀ/ମହିଳାମାନଙ୍କ ନାମରେ ଲିପିବଦ୍ଧ କରାଯିବ । ମହିଳା ମାନଙ୍କର ସମ୍ପତ୍ତିରେ ଉତ୍ତରାଧିକାର ଏବଂ ବିଶେଷ କରି ଏହି ଅଧିକାର କୁ ଜମି ପଞ୍ଜୀକରଣରେ ପ୍ରତିଫଳନ କୁ ସୁନିଶ୍ଚିତ କରାଯିବ । ଓଡ଼ିଶା ପ୍ରଶାସନ ସେବା ଓ ଓଡ଼ିଶା ରାଜସ୍ଵ ସେବା ପାହ୍ୟର ପ୍ରବେଶିକା ସ୍ତରର ପ୍ରଶିକ୍ଷଣ ପାଠ୍ୟ ଖସଡାରେ ମହିଳା ମାନଙ୍କର ଜମି ଉପରେ ଅଧିକାର, ସେ କ୍ଷେତ୍ରରେ ଥିବା ଆଇନ୍ ତଥା ଆଇନଗତ ନିଷ୍ପତ୍ତି ସବୁକୁ ଅନ୍ତର୍ଭୁକ୍ତ କରାଯିବ । ଜମି ସମ୍ବନ୍ଧରେ ସାକ୍ଷରତା ତଥା ମହିଳା ମାନଙ୍କର ସମ୍ପତ୍ତି ଅଧିକାର ବିଷୟରେ ବିଭିନ୍ନ ଅଂଶୀଦାରମାନଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନିଆଯିବ । ଉପଯୁକ୍ତ ସଂଜ୍ଞା ମାଧ୍ୟମ ରେ ବାସଗୃହ ଓ ଜମିରେ ମାଲିକାନା ସତ୍ତ୍ଵ କାର୍ଯ୍ୟକ୍ରମ ଅଧିକରେ ସମସ୍ତ ବିପଦ ସଙ୍କୁଳ ମହିଳା ତଥା ଏକାକୀ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବ । ଗ୍ରାମାଞ୍ଚଳରେ ବାସ କରୁଥିବା କୌଣସି ଘର କିମ୍ବା ଘରବାଡି ଜମି ନଥିବା, ସ୍ୱଳ୍ପ ରୋଜଗାର ଦଳ ଅନ୍ତର୍ଗତ ମହିଳା ଯେଉଁମାନେ (୧) ବିଧବା, ଅବିବାହିତା, ପତି ପରିତ୍ୟକ୍ତା କିମ୍ବା ଆଇନ୍ ଦ୍ଵାରା ବା କୌଣସି ପରମ୍ପରା ପ୍ରଚଳନ ଦ୍ଵାରା ସ୍ଵାମୀ ଠାରୁ ଅଲଗା ରହୁଥିବା ମହିଳା: ୪୫ ବର୍ଷ ବା ଅଧିକ ବୟସର ମହିଳା କିମ୍ବା (୨) ୩୦ ବର୍ଷରୁ ଅଧିକ ବୟସର ଓ ୪୦ ପ୍ରତିଶତ ଅକ୍ଷମ ହୋଇଥିବା ମହିଳାମାନଙ୍କୁ ୦.୦୪ ଡେସିମିଲର ଘରବାଡି ଜମି ଆବଣ୍ଟନ କରାଯିବ । ଉତ୍ପାଦନ କାର୍ଯ୍ୟ ପାଇଁ ନିମ୍ନତମ ଦରରେ ମହିଳା ଦଳ ସପକ୍ଷରେ ଠିକାରେ ଜମି ଯୋଗାଇ ଦିଆଯିବ । ଚାଷ ଓ ଉଦ୍ୟାନ କରିବା ପାଇଁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକୁ ଅସ୍ଥାୟୀ ଠିକା ହିସାବରେ ଜମି ଯୋଗାଇ ଦିଆଯିବ । ଆସବାବ, ପତ୍ରରେ ମାଲିକାନା ସତ୍ତ୍ଵର ସୁଯୋଗକୁ ବଢ଼ାଇବା ନିମନ୍ତେ ମହିଳା ଓ ମହିଳା ଗୋଷ୍ଠୀ ଗୁଡିକୁ ଋଣରାଶିର ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଅର୍ଥ ଯୋଗାଣକାରୀ ଅନୁଷ୍ଠାନ ଗୁଡିକ ସହିତ ଯୋଗାଯୋଗ କରାଯିବ । ଆଧାର – ଓଡିଶା ସରକାର