অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି, ୨୦୧୪ (ଉଦବର୍ତ୍ତନ, ସ୍ଵାସ୍ଥ୍ୟ ଏବଂ ପୃଷ୍ଟି )

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି, ୨୦୧୪ (ଉଦବର୍ତ୍ତନ, ସ୍ଵାସ୍ଥ୍ୟ ଏବଂ ପୃଷ୍ଟି )

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି, ୨୦୧୪ (ଉଦବର୍ତ୍ତନ, ସ୍ଵାସ୍ଥ୍ୟ ଏବଂ ପୃଷ୍ଟି )ରାଜ୍ୟର ଉନ୍ନତି ଓ ବିକାଶ ପାଇଁ ବାଳିକା ଓ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଓ କୁଶଳତା ଅପରିହାର୍ଯ୍ୟ ଅଟେ । ମିଳୁଥିବା ସେବାରେ ମହିଳା ମାନଙ୍କର ସିମୀତ ଅନୁପ୍ରବେଶ ଓ ଉପଯୋଗୀତା, ଜୀବନର ସମସ୍ତ ଅବସ୍ଥାରେ ଯଥା ଉଦବର୍ତ୍ତନ, ସ୍ୱାସ୍ଥ୍ୟ ଓ ପୁଷ୍ଟିରେ ଥିବା ସାମାଜିକ ଲିଙ୍ଗ ଭିତ୍ତିକ ପ୍ରଭେଦ ଓ ପାତର ଅନ୍ତରକୁ ଦର୍ଶାଇଥାଏ । ଅପରିପକ୍ଵ ବୟସରେ ବିବାହ ଓ ଗର୍ଭଧାଋଣ ଉଭୟ ମା' ଓ ଶିଶୁର ଜୀବନ ଓ ସ୍ୱାସ୍ଥ୍ୟ ଉପରେ ଆଶଙ୍କା ସୃଷ୍ଟି କରିଥାଏ । ପ୍ରତିକୂଳ ଶିଶୁ ଲିଙ୍ଗଭିତ୍ତିକ ହାର ଦୁର୍ବଳ ସାମାଜିକ ସ୍ୱାସ୍ଥ୍ୟକୁ ସୂଚିତ କରିବା ସଙ୍ଗେ ସଙ୍ଗେ ବିକାଶ ହାସଲ କରିବାରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାଗୁଡିକର ଉପଲବ୍ଧି, ବ୍ୟବହାର ଯୋଗ୍ୟତା, ସୁଗମ ପ୍ରାପ୍ତି ଓ ଗ୍ରହଣୀୟତାରେ ଆଞ୍ଚଳିକ ଓ ସାମାଜିକ ପ୍ରଭେଦ ହେବାରୁ ସ୍ୱାସ୍ଥ୍ୟ ଗତ ଫଳାଫଳରେ ମଧ୍ୟ ପ୍ରଭେଦ ଦେଖାଯାଏ । ରାଜ୍ୟରେ ପ୍ରଜନନର ଧାରା, ଦେଶାନ୍ତର ଓ ସର୍ବାଧିକ ବୟସ ସୀମାରେ ମଧ୍ୟ ମୌଳିକ ପରିବର୍ତ୍ତନ ଦେଖାଦେଇଛି । ଫଳତଃ ଧିରେ ଧିରେ ମହିଳାମାନଙ୍କର ସର୍ବାଧିକ ବୟସ ସୀମା ବଢ଼ିବ ଓ ତଦ୍ଵାରା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ସେମାନେ ଅଧିକ ନିର୍ଭରଶୀଳ ହେବେ ।

ମାତ୍ରାଧିକ ମାତୃମୃତ୍ୟୁ ରୋକିବା ପାଇଁ, ଦକ୍ଷ ଧାଈ ମାନଙ୍କର ଉପଲବ୍ଧତା; ଆପଦକାଳୀନ ଗର୍ଭ ବିଜ୍ଞାନଗତ ଯତ୍ନର ସୁନିଶ୍ଚିତତା, ଆନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହନ, କଷ୍ଟକର ଅଞ୍ଚଳ ଗୁଡିକରେ କାମ କରୁଥିବା ସେବା ପ୍ରଦାନକାରୀ ମାନଙ୍କ ପାଇଁ ଉତ୍ସାହ ମୂଳକ ଧନରାଶି ଯୋଗାଣ ଏବଂ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଭଳି ଅନେକ ପ୍ରଗତିଶୀଳ ପଦକ୍ଷେପମାନ ରାଜ୍ୟ ହାତକୁ ନେଇଛି । ଚୁକ୍ତି ଭିତ୍ତିକ ଧନରାଶି ହସ୍ତାନ୍ତିକଋଣ ହେଉଥିବା ‘ମମତା’ ଯୋଜନା ଦ୍ଵାରା ସ୍ୱାସ୍ଥ୍ୟ ସେବା ଗୁଡିକର ଉପଯୋଗିତା ଏବଂ ମାତୃ ସ୍ଵାସ୍ଥ୍ୟ ଦିଗରେ ବ୍ୟବହାର ପରିବର୍ତ୍ତନ ରେ ସକରାତ୍ମକ ପ୍ରଭାବ ପଡ଼ିଛି ।

ସେ ଯାହା ହେଉନା କାହିଁକି ଲିଙ୍ଗ ଏବଂ ସାମାଜିକ, ସାଂସ୍କୃତିକ ନୀତି ନିୟମ ସବୁ ସ୍ଵାସ୍ଥ୍ୟଗତ ଯତ୍ନ ପ୍ରାପ୍ତିରେ ବିଶେଷ କରି ଯୌନ ସଂକ୍ରମଣ ବ୍ୟାଧି ଓ ପ୍ରଜନନ ନଳୀରେ ରୋଗ ତଥା ଏଚ୍.ଆଇ.ଭି ପରିଚାଳନାରେ ପ୍ରତିବନ୍ଧ ସୃଷ୍ଟି କରିଥାଏ । ସଂଖ୍ୟାଧିକ ମୃତ୍ୟୁ ଓ ବ୍ୟାଧି ସୃଷ୍ଟି କରୁଥିବା ଗ୍ରୀବା ଓ ସ୍ତନ ପରି ପ୍ରଜନନ ଅଙ୍ଗରେ କର୍କଟ ରୋଗ ଗୁଡିକ ଲିଖିତ ଆକାରରେ ପଞ୍ଜୀକରଣ କରିବା ଓ ଏହାର ସମାଧାନ କରିବା ପାଇଁ ଏବେ ମଧ୍ୟ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ।

ନୀତି ନିର୍ଦ୍ଦେଶନାମା

ଜୀବନର ସମସ୍ତ ଅବସ୍ଥାରେ ବାଳିକା ଓ ମହିଳା ମାନଙ୍କର ଉଦବର୍ତ୍ତନ, ସ୍ୱାସ୍ଥ୍ୟ ଓ ପୁଷ୍ଟିର ନିରାପତ୍ତାକୁ ସୁନିଶ୍ଚିତ କରାଯିବ । ବାଳିକା ଓ ମହିଳାମାନଙ୍କ କୁଶଳତା ବିରୁଦ୍ଧରେ ପକ୍ଷପାତ କରୁଥିବା ସାମାଜିକ ନୀତି ନିୟମ ଗୁଡିକୁ ସମ୍ବୋଧନ କରିବା ପାଇଁ ଏକ ସକ୍ଷମକାରୀ ପରିବେଶ ସୃଷ୍ଟି କରାଯିବ ।

କର୍ମ ପନ୍ଥା

  1. ନିଦ୍ଧିଷ୍ଟ ବିଷୟ ଭିତ୍ତିକ କର୍ମ ଯୋଜନା ମାଧ୍ୟମ ରେ ପ୍ରତିକୂଳ ଶିଶୁ ଲିଙ୍ଗାନୁପାତର ସମାଧାନ କରାଯିବ । ଶିଶୁ କନ୍ୟାର ମୂଲ୍ୟବୋଧ କୁ ଉତ୍ସାହିତ କରିବା ପାଇଁ ଗୋଷ୍ଠୀ ସଚେତନତା ଅଭିଯାନକୁ ଶକ୍ତ କରାଯିବ ଏବଂ ପ୍ରାକ୍ ଗର୍ଭଧାଋଣ ଓ ପ୍ରାକ୍ ପ୍ରସବ ନିଦାନ କୌଶଳ ଅଧିନିୟମର କାର୍ଯ୍ୟକାରିଣୀକୁ ସୁଦୃଢ଼ କରାଯିବ ।
  2. ଶିଶୁ ଓ ୫ ବର୍ଷ ବୟସରୁ କମ୍ ବୟସର ପିଲାମାନଙ୍କର ମୃତ୍ୟୁହାରରେ ଥିବା ସାମାଜିକ ଲିଙ୍ଗଗତ ପ୍ରଭେଦ ଉପରେ ଗୁରୁତ୍ଵ ଦିଆଯିବ । ୫ ବର୍ଷରୁ କମ୍ ବୟସର ଶିଶୁକନ୍ୟା ମାନଙ୍କର ମୃତ୍ୟୁର ଯାଞ୍ଚକୁ ନିୟମଗତ ଓ ବାଧ୍ୟତାମୂଳକ କରାଯିବ ।
  3. ଯଥେଷ୍ଟ ପରିମାଣ ଓ ଉତ୍ତମ ମାନର ଖାଦ୍ୟରେ ଅନୁପ୍ରବେଶକୁ ସୁନିଶ୍ଚିତ କରି ବାଳିକା ଓ ମହିଳା ମାନଙ୍କର ପୌଷ୍ଟିକ ସୁରକ୍ଷାକୁ ବଢାଯିବ ଏବଂ ରକ୍ତହୀନତା ହ୍ରାସ ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯିବ । ଖାଦ୍ୟ ଗ୍ରହଣରେ ଥିବା ଲିଙ୍ଗ ଭିତ୍ତିକ ପ୍ରଭେଦ ବିରୁଦ୍ଧରେ ଜନ ଶିକ୍ଷା ଓ ସଚେତନ ଅଭିଯାନ ଆରମ୍ଭ କରାଯିବ ।
  4. ବିଭିନ୍ନ ସୁବିଧା ଏବଂ ଗୋଷ୍ଠୀ ଭିତ୍ତିକ ହସ୍ତକ୍ଷେପ ବିଶେଷ କରି ଯୌନଗତ, ପ୍ରଜନନ ସ୍ଵାସ୍ଥ୍ୟ ବିଷୟ ବସ୍ତୁ, ତଥା ଅପରିପକ୍ଵ ବୟସରେ ବିବାହ ଓ ଗର୍ଭଧାଋଣ ସମସ୍ୟା ଗୁଡିକର ସମାଧାନ କରି କିଶୋରୀ ବାଳିକା ମାନଙ୍କର ସ୍ଵାସ୍ଥ୍ୟର ଉନ୍ନତି କରାଯିବ ।
  5. ‘ମମତା' ଯୋଜନାରେ ଶିଶୁକନ୍ୟାର ଜନ୍ମ ପାଇଁ ସ୍ଵତନ୍ତ୍ର ଧନରାଶି ଦିଆଯିବାର ବ୍ୟବସ୍ଥା କରାଯିବ, ଏବଂ ନିର୍ଦ୍ଦିଷ୍ଟ ବିପଦ ସମ୍ଭାବ୍ୟରେ ଥିବା ପ୍ରାଚୀନ ଜନଜାତି ଗୋଷ୍ଠୀ ଗୁଡିକ ଉପରୁ ଦୁଇଟି ଜୀବନ୍ତ ଜନ୍ମର ସର୍ଭକୁ ପାଞ୍ଚ ବର୍ଷ ପାଇଁ ଉଠାଇ ଦିଆଯିବ ।
  6. ନିରାପଦ ପ୍ରସବ ପାଇଁ, ବିଶେଷ କରି ଅଧିକ ବିପଦ ସଙ୍କୁଳ ଅଞ୍ଚଳ ଗୁଡିକରେ ଏକ ଉପଯୁକ୍ତ ପରିସ୍ଥିତି ସୃଷ୍ଟି କରି ମାତୃ ମୃତ୍ୟୁର ସମାଧାନ କରାଯିବ । ମାତୃ ମୃତ୍ୟୁର ଯାଞ୍ଚକୁ ନିୟମଗତ ଓ ବାଧ୍ୟତାମୂଳକ କରାଯିବ ।
  7. ନିରାପଦ ଗର୍ଭପାତ ଓ ପରିବାର ଯୋଜନା ସେବା ଗୁଡିକ ପାଇଁ ଅନୁପ୍ରବେଶ, ସୂଚନା ଏବଂ ପସନ୍ଦ ସବୁର ଉନ୍ନତି କରାଯିବ ।
  8. ଯୌନ ସଂକ୍ରମଣ ରୋଗର ନିରାକରଣ ଓ ଚିକିତ୍ସା ପାଇଁ ସୂଚନା ଓ ସେବା ଯୋଗାଇ ଦିଆଯିବ, ଏଚ୍.ଆଇ.ଭି ଦ୍ଵାରା ପୀଡିତ ବାଳିକା ଓ ମହିଳା ମାନଙ୍କ ଉପରେ ଥିବା କଳଙ୍କ ଓ ପକ୍ଷପାତିତାର ସମାଧାନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ।
  9. ଅନୈତିକ ଡାକ୍ତରୀ ପ୍ରଥା ତଥା ଲିଙ୍ଗ ନିରୂପଣ, ଅଯୌକ୍ତିକ ଚିକିତ୍ସା ଏବଂ ଅସ୍ତ୍ରୋପଚାର ପ୍ରଣାଳୀ ଯେମିତିକି ପ୍ରାକ୍ ସୂଚନା ବିହିନ ଅସ୍ତ୍ରୋପଚାର, ପ୍ରସବ ଜନିତ ଗର୍ଭାଶୟ ନିଷ୍କାସନ ଏବଂ ସହାୟକାରୀ ପ୍ରଜନନ କୌଶଳ ଗୁଡିକର ଅପବ୍ୟବହାର ଓ ମହିଳାମାନଙ୍କୁ ଶୋଷଣ କରିବାର ସମ୍ଭାବନା ଥିବା ଗବେଷଣା ତଥା ଔଷଧର ପରକ୍ଷିକଋଣକୁ ନିୟନ୍ତ୍ରଣ କରାଯିବ ।
  10. ଗ୍ରୀବା ଓ ସ୍ତନ ପରି ସଂବେଦନଶୀଳ ଅଙ୍ଗରେ କର୍କଟ ରୋଗର ନିବାରଣ ଓ ଚିକିତ୍ସା ଏବଂ ଏସବୁ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉପାୟ ଗୁଡିକୁ ସ୍ଥାପନ ଓ ସମ୍ପ୍ରସାଋଣ କରାଯିବ । ପଞ୍ଚାୟତ ସ୍ତରରେ ସଚେତନତା ଅଭିଯାନ ଓ ଚିହ୍ନଟିକଋଣ ଏବଂ ଯୁକ୍ତିଯୁକ୍ତ ସ୍ଵାସ୍ଥ୍ୟ ସୁବିଧାକୁ ଯୋଗାଯୋଗ ପାଇଁ କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନିଆଯିବ ।
  11. ବୟୋବୃଦ୍ଧ ମହିଳାମାନଙ୍କର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟଗତ ଆବଶ୍ୟକତା ଗୁଡିକୁ ଅଗ୍ରାଧିକଋଣ କରାଯିବ ।
  12. ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ମହିଳା ମାନଙ୍କ ପାଇଁ ମୌଳିକ ସୁଖ ସୁବିଧା ଯଥା ପିଇବା ପାଣି, ପୃଥକ ଶୌଚାଳୟ, ନିରାପତ୍ତା, ସୁରକ୍ଷା ଓ ଗୋପନୀୟତା ଯୋଗାଇ ଦିଆଯିବ ।
  13. ଗ୍ରାମୀଣ ଓ ସହର ଜନବସତିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପହଞ୍ଚି ପାରିବା ପାଇଁ ଲକ୍ଷ୍ୟ ରଖି ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ଅନୁପ୍ରବେଶକୁ ଅଗ୍ରାଧିକାର ଦିଆଯିବ ।

ଆଧାର – ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate