অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ନିରାପତ୍ତା, ସୁରକ୍ଷା ଏବଂ ରକ୍ଷଣ)

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ନିରାପତ୍ତା, ସୁରକ୍ଷା ଏବଂ ରକ୍ଷଣ)

ନିରାପତ୍ତା, ସୁରକ୍ଷା ଏବଂ ରକ୍ଷଣ

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ନିରାପତ୍ତା, ସୁରକ୍ଷା ଏବଂ ରକ୍ଷଣ)ବାଳିକା ଓ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଲିଙ୍ଗଭିତ୍ତିକ ହିଂସା, ସମାଜର ପକ୍ଷପାତି ଓ ପ୍ରତିକୂଳ ନିୟମ, ମନୋଭାବ ଓ ପ୍ରଥା ମଧ୍ୟରେ ପ୍ରତିଷ୍ଠିତ ହୋଇ ରହିଛି । ମହିଳାମାନେ ସାରା ଜୀବନ: ଜନ୍ମ ପୂର୍ବରୁ ଉଚ୍ଛେଦରୁ ଆରମ୍ଭ କରି କମ୍ ବୟସରେ ବିବାହ ଓ ଗର୍ଭଧାରଣା, ଯୌନ ଉତ୍ପତନ, ଘରୋଇ ହିଂସା, ବଳପୂର୍ବକ ବେଶ୍ୟାବୃତ୍ତି, ଚାଲାଣ, ଯୌତୁକ ଜନିତ ଯନ୍ତ୍ରଣା, ବୈବାହିକ ଯଥା ଅନ୍ୟ ପ୍ରକାରର ଧର୍ଷଣ, ଯତ୍ନ ପାଇବାରେ ବାଋଣ ଏବଂ ବୟସ୍କ ମହିଳା ମାନଙ୍କୁ ଅବହେଳା ଓ ଅପମାନ ଦେବା ପରି ହିଂସାର ଶୀକାର ହୋଇଥାନ୍ତି । ସଂଘର୍ଷ ସମୟରେ ଉତ୍କଟ ଶିଳ୍ପ ଉଦ୍ୟୋଗ କାଋଣରୁ ବିସ୍ଥାପନ ସୃଷ୍ଟି ହେଉଥିବା ଅଞ୍ଚଳ ମାନଙ୍କରେ ମଧ୍ୟ ବାଳିକା ଓ ମହିଳାମାନେ ପକ୍ଷପାତିତା ଓ ହିଂସାର ସମ୍ମୁଖୀନ ହୋଇଥା'ନ୍ତି ।

ଏପରି ବର୍ବୋରଚିତ ହିଂସାକାଣ୍ଡ ଗୁଡିକର ବର୍ଦ୍ଧିତ ପରିପ୍ରକାଶ ସାମୁହିକ ଚେତନାକୁ ଦୋହରାଇ ଦେଉଛି । ହସ୍ତଚାଳନା ଏବଂ ଯୌନ ଉତ୍ପୀଡନ ପରି କେତେକ ହିଂସାକୁ ଅସମ୍ବେଦନଶୀଳତା କାଋଣରୁ ଅନେକ ସମୟରେ ନ୍ୟାୟୋଚିତ ବୋଲି ସାବ୍ୟସ୍ତ ଓ ସହନ କରାଯାଉଛି ଯାହା ଦ୍ଵାରା ସର୍ବସାଧାଋଣ ଓ ନିଜସ୍ଵ ସ୍ଥାନ ବାଳିକା ଓ ମହିଳା ମାନଙ୍କ ପାଇଁ ବିପଦ ଜନକ ହୋଇପଡିଛି । ଏହା ଏକ ଲଜ୍ଜା ଜନକ କଥା ଯେ, ଏପରି ହିଂସା ଘଟଣାର ବେଶୀ ଭାଗ ଘର, ଶିକ୍ଷାନୁଷ୍ଠାନ, ଆଶ୍ରୟ ଗୃହ ଏବଂ ଏହିପରି ଅନ୍ୟସ୍ନାନ ମାନଙ୍କରେ ଘଟୁଥିବାର ଖବର ମିଳୁଛି ।

ବିଭିନ୍ନ ସ୍ତରରେ ହସ୍ତକ୍ଷେପ ଦ୍ଵାରା ବାଳିକା ଓ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାର ସମସ୍ୟା ଗୁଡିକର ସମାଧାନକୁ ରାଜ୍ୟ ଅଗ୍ରାଧୀକାର ଦେଉଛି । ମହିଳା ଓ ବାଳିକା ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଳବତ୍ତର କରିବା ପାଇଁ, ମହିଳା ଓ ଶିଶୁବିକାଶ ବିଭାଗ ଓ ଘରୋଇ ବିଭାଗର ମିଳିତ ପଦକ୍ଷେପ ସ୍ୱରୂପ ପ୍ରତ୍ୟେକ ଥାନା ମାନଙ୍କରେ ‘ମହିଳା ଓ ଶିଶୁ ଡେସ୍ତ୍ର' ଖୋଲାଯାଇଛି । ସମସ୍ତ ଜିଲ୍ଲା ମାନଙ୍କରେ ସମନ୍ଵିତ ମାନବ ସ୍ପଳାଣ ବିରୋଧି ବିଭାଗ ସ୍ଥାପନ କରାଯାଉଛି । 'ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା" ମଧ୍ୟ ପର୍ଯ୍ୟାପ୍ତ ଭାବେ କାର୍ଯ୍ୟକାରୀ କରାଯାଉଛି । ଆହୁରି ମଧ୍ୟ ୨୦୧୨ ମସିହାରେ "ଓଡ଼ିଶା ପିଡିତା କ୍ଷତିପୂଋଣ ଯୋଜନା" ଘୋଷଣା କରାଯାଇଛି, ଯେଉଁଥିରେ ଯୌନଗତ ଆକ୍ରମଣ, ଧର୍ଷଣ ପିଡିତା, ଏବଂ ଏସିଡ୍ ଦ୍ଵାରା ପିଡିତାମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ''ଓଡ଼ିଶା ଡାହାଣୀ ଶିକାର ପ୍ରତିରୋଧ ବିଲ୍ - ୨୦୧୩" ମଧ୍ୟ ମହିଳା ବିରୋଧୀ ହିଂସାର ସମାଧାନ କରିବା ଦିଗରେ ଆଉ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଟେ ।

ଏତଦ ବ୍ୟତୀତ ଅନେକ ଗୁଡିଏ ଧାରା ଓ ଆଇନ୍ ଅଧିକରେ ବିଭିନ୍ନ ପ୍ରକାର ପ୍ରତିକାର କୌଶଳ ସ୍ଥାପନ କରାଯାଇଛି ଏବଂ ବାଳିକା ଓ ମହିଳା ମାନଙ୍କର ସୁରକ୍ଷା ଓ ନିରାପତ୍ତା ଦିଗରେ କାମ କରୁଥିବା ଅନୁଷ୍ଠାନ ଗୁଡିକ ପାଇଁ ଲିଙ୍ଗ ଭିତ୍ତିକ ସଚେତନ ପ୍ରଶିକ୍ଷଣମାନ ପ୍ରସ୍ତୁତ କରାଯାଇଛି । ଯାହା ହେଲେବି ବିଭିନ୍ନ ଭାଗୀଦାରୀ ମାନଙ୍କ ଦ୍ଵାରା ସାମୁହିକ ଓ ସମ୍ମିଳିତ ଭାବେ ବହୁମୁଖୀ ଓ ବହୁ ସାଧନକାରୀ ଉଦ୍ୟମର ଆବଶ୍ୟକତା ରହିଛି ଯାହା ଦ୍ଵାରା ମହିଳାମାନେ ଏକ ନିରାପଦ, ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରିପାରିବେ ।

ନୀତି ନିର୍ଦ୍ଦେଶନାମା

  1. ଅନୁଶାସନରେ ବାଳିକା ଓ ମହିଳା ମାନଙ୍କର ନିରାପତ୍ତା, ନିର୍ଭୟତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଲିଙ୍ଗଭିତ୍ତିକ ସମ୍ବେଦନଶୀଳ କୌଶଳ ଓ କର୍ମପନ୍ଥା କୁ ପ୍ରୋତ୍ସାହିତ କରାଯିବ ।
  2. ସମନ୍ଵିତ ବ୍ୟବସ୍ଥାକୁ ଶକ୍ତିଶାଳୀ ଓ ସ୍ଥାପନ କରି ବାଳିକା ଓ ମହିଳା ବିରୋଧି ପକ୍ଷପାତିତା ଓ ହିଂସାକୁ ସମାଧାନ କରୁଥିବା ଆଇନ୍ କାନୁନକୁ ଫଳପ୍ରଦ ଭାବେ କାର୍ଯ୍ୟ କାରିଣୀ କରାଯିବ ।
  3. ବାଳିକା ଓ ମହିଳା ବିରୋଧି ହିଂସାକୁ ସମାଧାନ କରିବା ପାଇଁ ସନ୍ତୁଳିତ ପ୍ରତିକ୍ରିୟା ଉପାୟ ଅବସ୍ଥାପିତ କରାଯିବ ।

କର୍ମପନ୍ଥା

  1. ବାଳିକା ମାନଙ୍କ ବିରୁଦ୍ଧରେ ଯୌନ ହିଂସାର ମୁକାବିଲା ପାଇଁ ଶିଶୁ ସୁରକ୍ଷାକୁ ଶକ୍ତିଶାଳୀ କରାଯିବ ।
  2. ଶିକ୍ଷାନୁଷ୍ଠାନ ଭିତରେ ଓ ବାହାରେ ଥିବା ବାଳିକା ମାନଙ୍କ ପାଇଁ ଆତ୍ମରକ୍ଷାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯିବ । ଭିନ୍ନକ୍ଷମ ବାଳିକା ମାନଙ୍କ ପାଇଁ ମଧ୍ୟ ଏପରି ପ୍ରଶିକ୍ଷଣ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ ।
  3. ବାଳିକା ଓ ମହିଳା ସମ୍ବନ୍ଧୀୟ ଯୌନ ଅପରାଧର ସମ୍ବେଦନପୂର୍ଣ୍ଣ ପରିଚାଳନା ପାଇଁ ଯଥେଷ୍ଟ ପରିମାଣର ତଦନ୍ତକାରୀ, ଓକିଲ ଓ ବିଚାରପତି ମାନଙ୍କୁ ମୁତୟନ କରାଯିବ ଓ ପ୍ରଶିକ୍ଷଣ ଦିଆଯିବ ।
  4. ବାଳିକା ଓ ମହିଳା ବିରୋଧି ହିଂସା ସମ୍ବନ୍ଧୀୟ ଅନୁସନ୍ଧାନ ଗୁଡିକୁ ଦିଗଦର୍ଶନ ଦେବା, ନିରୀକ୍ଷଣ କରିବା ଓ ସାହାଯ୍ୟ / ସହାୟତା କରିବା ପାଇଁ ପୋଲିସ୍ ବିଭାଗରେ ଏକ ନିର୍ଦ୍ଦିଷ୍ଟ ଉପ ବିଭାଗ ସ୍ଥାପନ କରାଯିବ । ଯାନ୍ତ୍ରିକ (ସାଇବର) ଯୌନ ଅପରାଧରେ ତଦନ୍ତ ଓ ମୁକାବିଲା କରିବା ପାଇଁ ସ୍ଵତନ୍ତ୍ର ବିଭାଗ ସ୍ଥାପନ କରାଯିବ ।
  5. ବାଳିକା ଓ ମହିଳା ବିରୋଧ ଅପରାଧ ତଥା ଘରୋଇ ହିଂସା ଗୁଡିକ ବିଷୟରେ ତ୍ରାନ୍ବିତ ତଦନ୍ତ ଏବଂ ବିସ୍ପର ବିଭାଗୀୟ ପରୀକ୍ଷାର ପରିସମାପ୍ତି ପାଇଁ ସମୟସୀମା ଧାର୍ଯ୍ୟ କରାଯିବ ।
  6. ଯୌନ ଅପରାଧର ତ୍ୱରାନ୍ୱିତ ବିଟର ବିଭାଗୀୟ ତଦନ୍ତ ପାଇଁ ସ୍ଵତନ୍ତ୍ର ବିଚାରାଳୟ ସ୍ଥାପନ କରାଯିବ ।
  7. ଯୌନ ଅପରାଧ ସମ୍ବନ୍ଧରେ ସମସ୍ତ ବିଟର ବିଭାଗୀୟ ପ୍ରଶ୍ନ ଉତ୍ତର ପ୍ରକ୍ରିୟା ରୁଦ୍ଧ କୋଠରୀରେ କରିବା ବ୍ୟବସ୍ଥା କୁ ସୁନିଶ୍ଚିତ କରାଯିବ ।
  8. ହିଂସା ପ୍ରପୀଡିତ କିମ୍ବା ହିଂସାରୁ ବଞ୍ଚିଯାଉଥିବା ବାଳିକା ଓ ମହିଳା ମାନଙ୍କର ଆବଶ୍ୟକତା, ଯତ୍ନ ଓ ସହାୟତା ଯୋଗାଇ ଦେବାପାଇଁ ପ୍ରତ୍ୟେକ ଜିଲ୍ଲା ମାନଙ୍କରେ, ସମନ୍ଵିତ ସେବା କେନ୍ଦ୍ର ସ୍ଥାପନ କରାଯିବ ।
  9. ବାଳିକା ଓ ମହିଳା ବିରୋଧ ହିଂସା ମୁକାବିଲା ପାଇଁ ଗୋଟିଏ ଆଦର୍ଶ ମାନଯୁକ୍ତ ପ୍ରତିକ୍ରିୟା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ଵାସ୍ଥ୍ୟ ଓ ପୋଲିସ୍ ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ଗୁଡିକ ମଧ୍ୟରେ ଗୋଟିଏ କର୍ମୀଦଳ ଗଠନ କରିବା ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଓ ଦକ୍ଷତା ଗଠନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
  10. ବାଳିକା ଓ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଦୂରଭାଷା ଦ୍ଵାରା ସେବା, ଆଇନ୍ ସହାୟତା, ପରାମର୍ଶ, ଆଶ୍ରୟ ଗୃହ ଓ ଏହିପରି ଅନ୍ୟାନ୍ୟ ସେବା ଗୁଡିକ ସ୍ଥାପନ କରାଯିବ I ବାଳିକା ଓ ମହିଳା ମାନଙ୍କ ଦ୍ଵାରା ହେଉଥିବା ଅଭିଯୋଗ ପ୍ରତି ଫଳପ୍ରଦ ପ୍ରତିକ୍ରିୟା ଉଦ୍ଦେଶ୍ୟରେ ଅନୁଷ୍ଠାନ ଗୁଡିକ ପାଇଁ ସଠିକ୍ ମାନଯୁକ୍ତ କାର୍ଯ୍ୟକାରୀ ପ୍ରଣାଳୀ ନିର୍ଣ୍ଣୟ କରାଯିବ ।
  11. କର୍ମକ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ଯୌନ ଉତ୍ପୀଡନ (ନିବାରଣ , ନିରାକରଣ ଓ ପ୍ରତିକାର) ଆଇନ ୨୦୧୩ ଅଧ୍ୟାନରେ ଯୌନ ଉତ୍ପୀଡନଗତ ଆକ୍ରମଣ ବିରୋଧ ଅଭିଯୋଗ କମିଟିର ଗଠନ ଓ ଫଳପ୍ରଦ ଭୂମିକା ଦ୍ଵାରା କର୍ମକ୍ଷେତ୍ରରେ ମହିଳା ମାନଙ୍କର ନିରାପତ୍ତା ଓ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ।
  12. ପରାମର୍ଶ, ନିରାପଦ ଆବାସିକ ସ୍ଥାନ, ଥଇଥାନ ଏବଂ ପୁନଃ ସମ୍ମେଳନକୁ ନେଇ ବାଳିକା ଓ ମହିଳା ମାନଙ୍କ ପାଇଁ ଏକ ଉତ୍ତରଜୀବି ସୁରକ୍ଷା ଯୋଜନାର ନକସା ପ୍ରସ୍ତୁତ କରାଯିବ ଓ କାର୍ଯ୍ୟକାରୀ କରାଯିବ ।
  13. ବାଳିକା ଓ ମହିଳା ମାନଙ୍କର ନିରାପଦ ଯାତାୟତ ପାଇଁ ଜନସାଧାଋଣ ପରିବହନ ସ୍ଥଳ ଗୁଡିକର ସାମାଜିକ ଲିଙ୍ଗଗତ ମୂଲ୍ୟ ନିର୍ଦ୍ଧାଋଣ ସର୍ଭେକ୍ଷଣ ଓ ଯାଞ୍ଚ ଉପରେ ଆଧାର କରି ଯଥେଷ୍ଟ ଭାବରେ ନିରାପଦ ପନ୍ଥା ମାନ ସାମିଲ କରାଯିବ ।
  14. ସାଧାଋଣ ପରିବହନ ବ୍ୟବସ୍ଥା, ରାଜପଥ ଏବଂ ଜନସାଧାଋଣ ସ୍ଥାନ ମାନଙ୍କରେ ପ୍ରତିବନ୍ଧ ବିହିନ ମହିଳା ଶୌଚାଳୟ / ବିଶ୍ରାମାଗାର ଓ ସ୍ତନ୍ୟପାନ କରାଇବା ସ୍ଥାନ ଭଳି ମୌଳିକ ସୁବିଧା ଏବଂ ବିଭିନ୍ନ ନିରାପଦ ଉପାୟ ଗୁଡିକର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯିବ ।
  15. ସହର ଓ ମ୍ୟୁନିସିପାଲିଟି ଯୋଜନାରେ ଏପରି ବ୍ୟବସ୍ଥା ସାମିଲ କରାଯିବ ଯାହା ସର୍ବସାଧାଋଣ ସ୍ଥାନ ମାନଙ୍କରେ ବାଳିକା ଓ ମହିଳା ମାନଙ୍କର ନିରାପତ୍ତା ଦିଗରେ ନିଆଯାଇଥିବା ପ୍ରଚେଷ୍ଟାର ପରିପୁରକ ଭାବେ କାର୍ଯ୍ୟ କରିବ ।
  16. ବାଳିକା ଓ ମହିଳା ମାନଙ୍କର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଦାୟିତ୍ଵପୂର୍ଣ୍ଣ ଖବର ଦେବା ପାଇଁ ଗଣମାଧ୍ୟମ ସହିତ ଭାଗୀଦାରୀ ସମ୍ପର୍କି ସ୍ଥାପନ କରାଯିବ ।
  17. ରକ୍ଷା, ନିରାପତ୍ତା, ନିର୍ଲିକତା ଓ ବିପଦ ସଙ୍କୁଳ କ୍ଷେତ୍ରରେ ଦାୟିତ୍ଵ ସମ୍ପର୍ଣ୍ଣ କାର୍ଯ୍ୟ କରୁଥିବା ମହିଳାମାନଙ୍କ ପାଇଁ କର୍ମକ୍ଷେତ୍ରକୁ ନିରାପଦ କରାଯିବ ।
  18. ସମସ୍ତ ବିବାହ ଗୁଡିକୁ ପଞ୍ଜୀକରଣ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ସୃଷ୍ଟି କରାଯିବ ।
  19. ବାଳିକା ଓ ମହିଳା ବିରୋଧ ହିଂସା ଓ ଚାଲାଣ ହେଉଥିବାର ଘଟଣାକୁ ଚିହ୍ନଟ କରିବା, ଅନୁଧାନ କରିବା ଓ ନିରୀକ୍ଷଣ କରିବା ପାଇଁ ମହିଳା ସ୍ଵୟଂ ସହାୟିକା ଦଳ ଅନୁରୂପ ଆଇନ୍ କର୍ମୀ ଭାବେ ନିଯୋଜିତ କରାଯିବ ଓ ଗୋଷ୍ଠୀ ସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯିବ ।
  20. ବାଳିକା ଓ ମହିଳାମାନଙ୍କର ସ୍ପଲାଣ ସମ୍ପର୍କିତ ସମସ୍ୟା ଗୁଡିକୁ ଚିହ୍ନଟ ଓ ସମାଧାନ କରିବା ପାଇଁ ସୁଦୃଢ଼ ବ୍ୟବସ୍ଥା କରାଯିବ ।
  21. ବିପର୍ଯ୍ୟୟଗ୍ରସ୍ତ ବାଳିକା ଓ ମହିଳା ମାନଙ୍କର ନିରାପରା ଓ ସୁରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ । ବିପର୍ଯ୍ୟୟ ବିପକ୍ଷରେ ପ୍ରସ୍ତୁତି ପ୍ରକ୍ରିୟାରେ ବାଳିକା ଓ ମହିଳାମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବ ।
  22. ଗ୍ରାମ ଓ ସହରରେ ଥିବା ବୟସ୍କ ମହିଳା ମାନଙ୍କର ଯତ୍ନ ଓ ନିରାପତ୍ତାକୁ ଉନ୍ନତି କରିବା ପାଇଁ ଉପାୟ ମାନ ଆରମ୍ଭ କରାଯିବ ।

ଆଧାର – ଓଡିଶା ସରକାର

Last Modified : 5/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate