অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଇନ,୨୦୧୩

ଉପକ୍ରମ

ଜାତିସଂଘର ତଥ୍ୟ ଅନୁସାରେ ସାରା ପୃଥିବୀରେ ପ୍ରତି ତିନି ଜଣରେ ଜଣେ ମହିଳା ନିଜ ଜୀବନକାଳ ଭିତରେ କୌଣସି ପ୍ରକାର ହିଂସାର ସମ୍ମୁଖୀନ ହୋଇଥାନ୍ତି । ସାରା ବିଶ୍ଵରେ ବିଭିନ୍ନ ସ୍ତରରେ ଆଲୋଚନା ଓ ପର୍ଜ୍ଯାଲୋଚନାରୁ ଜଣାଯାଇଛି ଯେ ମହିଳାମାନେ ସାମ୍ନା କରୁଥିବା ହିଂସା / ନିର୍ଯାତନା ହେଉଛି ସମାଜରେ ପ୍ରଚଳିତ ଲିଙ୍ଗଗତ ବିଭେଦର ପରିପ୍ରକାଶ । ମହିଳାଟିଏ ଘରଭିତରେ, ସାଧାରଣ ସ୍ଥାନମାନଙ୍କରେ ତଥା କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେବା ଫଳରେ ସେମାନଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ସହିତ ସାମାଜିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଏହି ପରିପ୍ରେକ୍ଷୀରେ ମହିଳାମାନେ କର୍ମକ୍ଷେତ୍ରରେ ସାମ୍ନା କରୁଥିବା ନିର୍ଯାତନା ଏପରି ଏକ ଗମ୍ଭୀର ସମସ୍ୟା, ଯାହା ବିଶେଷ ଭାବରେ ଆଲୋଚନାର ଆପେକ୍ଷା ରଖେ । ସଂପ୍ରତି କର୍ମକ୍ଷେତ୍ରରେ ଯୌନ ନିର୍ଯାତନାକୁ ରୋକିବା ପାଇଁ ଭାରତ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି, ଯାହାର ନାମ ହେଉଛି କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନୋର୍ଯାତନା (ସୁରକ୍ଷା, ନିଷେଧ ଓ ନିରାକରଣ) ଆଇନ - ୨୦୧୩ । ଏହି ଆଇନରେ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଯୋଗୁଁ ମହିଳାମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡିକ ଯଥା ସମାନତା ଅଧିକାର, ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ଅଧିକାର ତଥା ନିରାପଦକର୍ମସ୍ଥଳୀ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ସ୍ଵୀକୃତି ଦିଆଯାଇଛି । ଏହା ସହିତ ଏହି ଆଇନରେ କର୍ମସ୍ଥାଳୀରେ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବାର ବିଭିନ୍ନ ବ୍ୟବସ୍ଥା ଅଛି ।

ଉକ୍ତ ଆଇନରେ କର୍ମକ୍ଷେତ୍ର ଓ ଯୌନ ନିର୍ଯାତନାର ସଂଜ୍ଞା ବ୍ୟାପକ ଭାବରେ ପ୍ରଦାନ କରାଯିବା ସହ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ ରହିଛି । ଏହା ନିମ୍ନବର୍ତ୍ତୀ ପରିଚ୍ଛେଦରେ ଆଲୋଚନା କରାଯାଇଛି ।

କର୍ମକ୍ଷେତ୍ର  ଓ ଯୌନ ନିର୍ଯାତନା କାହାକୁ କହିବା ?

କର୍ମକ୍ଷେତ୍ର କାହାକୁ କହିବା ?

  • ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ରାଷ୍ଟ୍ରାୟତ ଉଦ୍ୟୋଗ ।
  • ଡାକ୍ତରଖାନା କିମ୍ବା ନର୍ସିଂ ହୋମ ।
  • ଶିକ୍ଷାନୁଷ୍ଠାନ (ସରକାରୀ ଓ ବେସରକାରୀ ) ।
  • ଅନସଙ୍ଗଠିତ କ୍ଷେତ୍ର ।
  • ଖେଳ ଇନଷ୍ଟିଚ୍ୟୁଟ, ଷ୍ଟାଡିୟମରେ ଥିବା ହଷ୍ଟେଲ, ଆବାସିକ ତାଲିମ କେନ୍ଦ୍ର ଓ ଅଣଆବାସିକ ତାଲିମ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ।

ଯୌନ ନିର୍ଯାତନା କାହାକୁ କହିବା  ?

  • ଶରୀରକୁ ଇଚ୍ଛା ବିରୁଦ୍ଧରେ ସ୍ପର୍ଶ କରିବା ବା ସ୍ପର୍ଶ କରିବା ପାଇଁ ଉଦ୍ୟମ କରିବା ।
  • ଯୌନଗତ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ।
  • ଯୌନସମ୍ପୃକ୍ତ ଟିପ୍ପଣୀ ବା ଅଶାଳୀନ ମନ୍ତବ୍ୟ ଦେବା ।
  • ଅଶ୍ଳୀଳ ଫଟୋ ଦେଖାଇବା ।
  • ଯେକୌଣସି ଶାରୀରିକ, ମୌଖିକ ଏବଂ ସାଙ୍କେତିକ ଆଚରଣ, ଯେଉଁଥିରେ ଯୌନଗତ ଅଭ୍ୟାସ ଥିବ ଏବଂ ଅପରପକ୍ଷ ଅପଦସ୍ତ ହେବାର ସମ୍ଭାବନା ଥିବା ।

କର୍ମକ୍ଷେତ୍ରରେ  ଯୌନ ନିର୍ଯାତନା  ପାଇଁ ଆଇନରେ ଥିବା ବ୍ୟବସ୍ଥା

କର୍ମକ୍ଷେତ୍ରରେ  ଯୌନ ନିର୍ଯାତନା ଅଭିଯୋଗ କରିବା ପାଇଁ ଆଇନରେ ଥିବା ବ୍ୟବସ୍ଥା :

  • ଆଇନ ଅନୁସାରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଅଣସଂଗଠିତ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବାପାଇଁ ଇଣ୍ଟରନାଲ କମ୍ପଲେନସ କମିଟି (ଆଭ୍ୟନ୍ତରୀଣ ଅଭିଯୋଗ କମିଟି ) ଗଠନ କରିବା ବାଧ୍ୟତା ମୂଳକ ଅଟେ ।
  • ଅଣସଂଗଠିତ କ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷା ଦେବାପାଇଁ ଲୋକାଲ କମ୍ପ୍ଲେନସ କମିଟି ( ସ୍ଥାନୀୟ ଅଭିଯୋଗ କମିଟି ) ଗଠନ କରିବା ବାଧ୍ୟତାମୂଳକ ଅଟେ ।

ଆଭ୍ୟନ୍ତରିଣ ଅଭିଯୋଗ କମିଟି (ଆଇ. ସି. ସି.) ଗଠନପ୍ରଣାଳୀ

  • ପ୍ରତ୍ୟେକ ନିଯୁକ୍ତିଦାତା ନିଜର କର୍ମସ୍ଥଳୀରେ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଗଠନ କରିବେ ।
  • ଉକ୍ତ କମିଟିରେ ଶତକଡା ୫୦ ଭାଗ ମହିଳା ସଭ୍ୟ ରହିବା ବାଧ୍ୟତାମୂଳକ ।
  • ଉକ୍ତ ଅଫିସର ଜଣେ ବରିଷ୍ଠ, ଅଭିଜ୍ଞତା ଥିବା ମହିଳାଙ୍କୁ ଅଭିଯୋଗ କମିଟିର ଅଧ୍ୟକ୍ଷା ଭାବେ ମନୋନୀତ କରାଯିବ । ଯଦି ସେହି ଅନୁଷ୍ଠାନରେ କେହି ବରିଷ୍ଠ ମହିଳା ନଥିବେ, ତେବେ ଅନ୍ୟ ଭିବାଗ ବା ଅନ୍ୟ ଅନୁଷ୍ଠାନର ମହିଳାଙ୍କୁ ମନୋନୀତ କରିପାରିବେ ।
  • ଏତଦ ବ୍ୟତୀତ ବେସରକାରୀ ଅନୁଷ୍ଠାନରୁ କିମ୍ବା ମହିଳା ସମସ୍ୟା ଉପରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଜଣେ ସଭ୍ୟାଙ୍କୁ ମନୋନୀତ କରିବେ ।
  • ଅଫିସରେ କାର୍ଯ୍ୟ କରୁଥିବା ଦୁଇଜଣ କାର୍ଯ୍ୟକର୍ତ୍ତା ସଭ୍ୟ ଯାହାଙ୍କର ସାମାଜିକ କାର୍ଯ୍ୟ ସମ୍ପର୍କୀୟ ଅଭିଜ୍ଞତା ଥିବ କିମ୍ବା ଆଇନ ସମ୍ପର୍କୀୟ ଧାରଣା ଥିବ, ସେମାନେ ମଧ୍ୟ ସଭ୍ୟ ରହିବେ ।
  • କମିଟିର ଅଧ୍ୟକ୍ଷା ଓ ଅନ୍ୟାନ୍ୟ ସଭ୍ୟମାନଙ୍କର କମିଟିରେ ଯୋଗଦାନ ଦେବାଠାରୁ ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ହେବ ।
  • ବେସରକାରୀ ଅନୁଷ୍ଠାନରୁ ପ୍ରତିନିଧିତ୍ଵ କରୁଥିବା ସଭ୍ୟଙ୍କୁ ସଭାର ବିବରଣୀ ଲିପିବଦ୍ଧ କରିବା ପାଇଁ ଅଫିସର ନିୟମ ଅନୁଯାୟୀ ତାଙ୍କୁ ତାଙ୍କ ପ୍ରାପ୍ୟ ଦେବାର ବ୍ୟବସ୍ଥା କରିବେ ।
  • ଉକ୍ତ କମିଟିର ଅଧ୍ୟକ୍ଷା କିମ୍ବା କୌଣସି ସଦସ୍ୟଙ୍କ ନାମରେ ପୂର୍ବରୁ କୌଣସି ଫୌଜଦାରୀ ମାମଲା ଥିଲେ କିମ୍ବା ସେ କୌଣସି ମାମଲାରେ ଦଣ୍ଡିତ ହୋଇଥିଲେ ତାଙ୍କୁ ବହିସ୍କାର କରି ନୂଆ ସଦସ୍ୟ ମନୋନୀତ କରିବେ ।

ସ୍ଥାନୀୟ ଅଭିଯୋଗ କମିଟି (ଏଲ. ସି. ସି.)ର ଗଠନ ପ୍ରଣାଳୀ

ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ତରଫରୁ ସ୍ଥାନୀୟ ଅଭିଯୋଗ କମିଟି ବା ଲୋକାଳ କମ୍ପଲେନ୍ସ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶନାମା ରହିଛି ।

  • ଯେଉଁ ସଙ୍ଗଠନରେ ଇନଟରନାଲ କମ୍ପଲେନ୍ସ କମିଟି ଗଠନ ହୋଇନାହିଁ କିମ୍ବା ୧୦ ଜଣରୁ କମ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ସେଭଳି କ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କୀୟ ଅଭିଯୋଗ ସ୍ଥାନୀୟ ଅଭିଯୋଗ କମିଟିରେ କରିପାରିବେ ।
  • ଜିଲ୍ଲା ଅଫିସର, ଜଣଙ୍କୁ ନୋଡାଲ ଅଫିସର ଭାବେ ବ୍ଲକ, ତହସିଲ, ୱାର୍ଡ କିମ୍ବା ମୁନିସପାଲଟି ସ୍ତରରେ ନିଯୁକ୍ତି କରିବେ ଏବଂ ସେମାନେ ଅଭିଯୋଗ ପାଇବା ମାତ୍ରେ ୭ ଦିନ ମଧ୍ୟରେ ସ୍ଥାନୀୟ ଅଭିଯୋଗ କମିଟିଙ୍କୁ ପଠେଇବେ ।
  • ଜିଲ୍ଲା ଅଫିସରଙ୍କର ପରାମର୍ଶ ଅନୁଯାଇ କମିଟିରେ ଜଣେ ଅଭିଜ୍ଞତାଥିବା ମହିଳାଙ୍କୁ ଯିଏ ସାମାଜିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବେ ସେ କମିଟିର ଅଧ୍ୟକ୍ଷା ଭାବେ ମନୋନତା କରିବେ ।
  • ବ୍ଲକ, ତହସିଲ କିମ୍ବା ମୁନିସପାଲିଟିରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ମଧ୍ୟ ସଭ୍ୟଭାବେ ମନୋନୀତ କରାଯିବ ।
  • ଅନ୍ୟ ଦୁଇଜଣ ସଭ୍ୟ ରହିବେ । ତାଙ୍କ ମଧ୍ୟରୁ ଜଣେ ନିଶ୍ଚିତ ଭାବେ ମହିଳା ହୋଇଥିବେ ଏବଂ ସେ ଯେକୌଣସି ବେସରକାରୀ ସଂଗଠନ ସହିତ ଜଡିତ କିମ୍ବା ମହିଳା ସମସ୍ୟା ସହିତ ଜଡିତ ଥିବେ ବିମ୍ବ ଅଭିଜ୍ଞତା ଥିବା । ଅନ୍ୟ ଜଣେ ସଭ୍ୟଙ୍କର ମଧ୍ୟ ଆଇନ ସମ୍ପର୍କିତ ଜ୍ଞାନଥିବା ଆବଶ୍ୟକ ସ୍ଥଳେ ମନୋନୀତ ସଭ୍ୟମାନଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତି ଓ ଜନଜାତି କିମ୍ବା ପଛୁଆ ବର୍ଗ, ସଂଖ୍ୟାଲଘୁ ବର୍ଗର ମହିଳା ହୋଇଥିବେ ।
  • ମହିଳା ଓ  ଶିଶୁ କଲ୍ୟାଣ ବିଭାଗର ଜଣେ ଅଫିସର ଏକ୍ସ ଅଫିସିଓ  ସଭ୍ୟ ଭାବେ ନିଯୁକ୍ତି ପାଇବେ ।
  • ଅଧ୍ୟକ୍ଷା ଏବଂ ଅନ୍ୟ ସଭ୍ୟମାନାଙ୍କରା କାର୍ଯ୍ୟକାଳ ସର୍ବାଧିକ ତିନିବର୍ଷ ହେବ ।
  • ଅଧ୍ୟକ୍ଷା ଏବଂ ଅନ୍ୟ ସଭ୍ୟମାନେ ଯାହା ପ୍ରାପ୍ୟ ପାଇବାର ସୁବିଧା ରହିଛି ତାହା ପାଇବେ ।
  • କୌଣସି କ୍ଷେତ୍ରରେ ପୂର୍ବରୁ ଫୌଜଦାରୀ ମାମଲା ଥିବା ବା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଅଧ୍ୟକ୍ଷା କିମ୍ବା ସଭ୍ୟ ହୋଇପାରିବେ ନାହିଁ ।

ଯଦି ଆପଣ ନିଜେ ବା ଅନ୍ୟ ଯେକୌଣସି ବ୍ୟକ୍ତି ଯୌନ ନିର୍ଯାତନାର ଶିକାର ହେଉଥାନ୍ତି ତେବେ:

  • ଆପଣଙ୍କ ନିଯୁକ୍ତିଦାତା ବା ଉପରିସ୍ଥ କର୍ମଚାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରନ୍ତୁ । ଯଦି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନଥିଲେ ସ୍ଥାନୀୟ ଅଭିଯୋଗ କମିଟିକୁ ଲିଖିତ ଅଭିଯୋଗ କରନ୍ତୁ ।
  • ବନ୍ଧୁ ଓ ସହକର୍ମୀମାନଙ୍କ ଠାରୁ ସମର୍ଥନ ଓ ସହଯୋଗ ମଗନ୍ତୁ ।
  • ସମସ୍ୟାଟିକୁ  ଉପେକ୍ଷା କରନ୍ତୁ ।
  • ଅଭ୍ୟନ୍ତରୀଣ ଅଭିଯୋଗ କମିଟି କିମ୍ବା ସ୍ଥାନୀୟ ଅଭିଯୋଗ କମିଟିରେ ଅଭିଯୋଗ କରିବା ପରେ କମିଟି ତାର ତଦନ୍ତ କରେ । ସ୍ଥଳ ବିଶେଷରେ ଏହି କମିଟି ଅଭିଯୋଗଟିକୁ ପୋଲିସ କୁ ମଧ୍ୟ ପ୍ରେରଣା କରିପାରିବେ । ନହେଲେ  ପିଡିତା ମହିଳା ନିଜ ତରଫରୁ ମଧ୍ୟ ପୋଲିସରେ ଅଭିଯୋଗ ଦାଖଲ କରି ପାରିବେ।

ଅଭିଯୋଗ ଦାଖଲ ପ୍ରଣାଳୀ

  • ଅଭ୍ୟନ୍ତରୀଣ ଅଭିଯୋଗ କମିଟି ।
  • ସ୍ଥାନୀୟ ଅଭିଯୋଗ କମିଟି ।
  • ସ୍ଥାନୀୟ ପୋଲିସଷ୍ଟେସନରେ ଏଫ. ଆଇ. ଆର କରିପାରିବେ । ଏଥିପାଇଁ ସି. ଆର. ପି. ସି ର ଧାରା ୧୫୪ ଲାଗୁ ହବ ।
  • ପୋଲିସ  ଯଦି ଏଫ. ଆଇ. ଆର ନକରନ୍ତି ତେବେ ସିଧା ସଳଖ ହାଇ କୋର୍ଟରେ ରିଟ  ପିଟିସନ ଦାଖଲ କରି ପୋଲିସକୁ ଏଫ. ଆଇ. ଆର ପଞ୍ଜୀକୃତ କରିବା ପାଇଁ କହି ପାରିବେ ।
  • ଯଦି ଥାନା ଅଧିକାରୀ ଏଫ. ଆଇ. ଆର ଗ୍ରହଣ ନକରନ୍ତି ଏ.ସି.ପି. ଙ୍କୁ ଭେଟି ଏଫ. ଆଇ. ଆର କରି ପାରିବେ ।
  • ଏଠି ପାଇଁ ଭାରତ ସମ୍ବିଧାନର ଧାରା ୨୨୬ ଲାଗୁ ହବ । ସିଧା ସଳଖ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଭେଟି ଏଫ. ଆଇ. ଆର ପଞ୍ଜୀକୃତ କରାଇ ପାରିବେ । ଏଠି ପାଇଁ ସି ଆର ପି ସି ରେ ଧାରା ୧୫୬ (୩) ଲାଗୁ ହବ ।

ଅଭିଯୋଗର ତଦନ୍ତ ପ୍ରକ୍ରିୟା ସରିନଥିବା ବେଳେ ମଧ୍ୟ ପୀଡ଼ିତା ମହିଳାଙ୍କ ଲିଖିତ ଆବେଦନକୁ ଭିତ୍ତି କରି ସେ ନିମ୍ନୋକ୍ତ ଅଧିକାର ପାଇପାରିବେ :

  • ପୀଡ଼ିତା  ମହିଳା ବା ଅଭିଯୁକ୍ତଙ୍କୁ ଅନ୍ୟକୌଣସି କର୍ମସ୍ଥଳୀକୁ ବଦଳି ।
  • ପୀଡ଼ିତା ମହିଳାଙ୍କୁ ସବେତନ ୩ ମାସ ପାଇଁ ଛୁଟି ।
  • ଅନ୍ୟ ଯେକୌଣସି ସହାୟତା ଯାହା ସ୍ଥିର ହୋଇଥିବ ପାଇପାରିବ ।
  • ଅଭିଯୋଗ ପ୍ରମାଣିତ ହେଲେ ଅଭ୍ୟନ୍ତରୀଣ ଅଭିଯୋଗକମିଟି କିମ୍ବା ସ୍ଥାନୀୟ ଅଭିଯୋଗ କମିଟି ପୀଡ଼ିତା ମହିଳାଙ୍କୁ କ୍ଷୟତି ପୂରଣ ଦେବା ପାଇଁ ଅବିଯୁକ୍ତଙ୍କୁ ନିର୍ଦେଶ ଦେବେ ।
  • ଅଭିଯୋଗ ଭୁଲ ପ୍ରମାଣିତ ହେଲେ ଅଭିଯୋଗକାରିଣୀ ମହିଳାଙ୍କୁ ମଧ୍ୟ ଦଣ୍ଡିତ କରିବାର ବ୍ୟବସ୍ଥା ଅଛି ।

ଆଧାର - ଇନଷ୍ଟିଚ୍ୟୁଟ ଫର ସୋସିଆଲ ଡେଭଲପମେଣ୍ଟ

Last Modified : 3/31/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate