ଉପକ୍ରମ ଜାତିସଂଘର ତଥ୍ୟ ଅନୁସାରେ ସାରା ପୃଥିବୀରେ ପ୍ରତି ତିନି ଜଣରେ ଜଣେ ମହିଳା ନିଜ ଜୀବନକାଳ ଭିତରେ କୌଣସି ପ୍ରକାର ହିଂସାର ସମ୍ମୁଖୀନ ହୋଇଥାନ୍ତି । ସାରା ବିଶ୍ଵରେ ବିଭିନ୍ନ ସ୍ତରରେ ଆଲୋଚନା ଓ ପର୍ଜ୍ଯାଲୋଚନାରୁ ଜଣାଯାଇଛି ଯେ ମହିଳାମାନେ ସାମ୍ନା କରୁଥିବା ହିଂସା / ନିର୍ଯାତନା ହେଉଛି ସମାଜରେ ପ୍ରଚଳିତ ଲିଙ୍ଗଗତ ବିଭେଦର ପରିପ୍ରକାଶ । ମହିଳାଟିଏ ଘରଭିତରେ, ସାଧାରଣ ସ୍ଥାନମାନଙ୍କରେ ତଥା କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେବା ଫଳରେ ସେମାନଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ସହିତ ସାମାଜିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଏହି ପରିପ୍ରେକ୍ଷୀରେ ମହିଳାମାନେ କର୍ମକ୍ଷେତ୍ରରେ ସାମ୍ନା କରୁଥିବା ନିର୍ଯାତନା ଏପରି ଏକ ଗମ୍ଭୀର ସମସ୍ୟା, ଯାହା ବିଶେଷ ଭାବରେ ଆଲୋଚନାର ଆପେକ୍ଷା ରଖେ । ସଂପ୍ରତି କର୍ମକ୍ଷେତ୍ରରେ ଯୌନ ନିର୍ଯାତନାକୁ ରୋକିବା ପାଇଁ ଭାରତ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି, ଯାହାର ନାମ ହେଉଛି କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନୋର୍ଯାତନା (ସୁରକ୍ଷା, ନିଷେଧ ଓ ନିରାକରଣ) ଆଇନ - ୨୦୧୩ । ଏହି ଆଇନରେ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଯୋଗୁଁ ମହିଳାମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡିକ ଯଥା ସମାନତା ଅଧିକାର, ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ଅଧିକାର ତଥା ନିରାପଦକର୍ମସ୍ଥଳୀ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ସ୍ଵୀକୃତି ଦିଆଯାଇଛି । ଏହା ସହିତ ଏହି ଆଇନରେ କର୍ମସ୍ଥାଳୀରେ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବାର ବିଭିନ୍ନ ବ୍ୟବସ୍ଥା ଅଛି । ଉକ୍ତ ଆଇନରେ କର୍ମକ୍ଷେତ୍ର ଓ ଯୌନ ନିର୍ଯାତନାର ସଂଜ୍ଞା ବ୍ୟାପକ ଭାବରେ ପ୍ରଦାନ କରାଯିବା ସହ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ ରହିଛି । ଏହା ନିମ୍ନବର୍ତ୍ତୀ ପରିଚ୍ଛେଦରେ ଆଲୋଚନା କରାଯାଇଛି । କର୍ମକ୍ଷେତ୍ର ଓ ଯୌନ ନିର୍ଯାତନା କାହାକୁ କହିବା ? କର୍ମକ୍ଷେତ୍ର କାହାକୁ କହିବା ? ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ରାଷ୍ଟ୍ରାୟତ ଉଦ୍ୟୋଗ । ଡାକ୍ତରଖାନା କିମ୍ବା ନର୍ସିଂ ହୋମ । ଶିକ୍ଷାନୁଷ୍ଠାନ (ସରକାରୀ ଓ ବେସରକାରୀ ) । ଅନସଙ୍ଗଠିତ କ୍ଷେତ୍ର । ଖେଳ ଇନଷ୍ଟିଚ୍ୟୁଟ, ଷ୍ଟାଡିୟମରେ ଥିବା ହଷ୍ଟେଲ, ଆବାସିକ ତାଲିମ କେନ୍ଦ୍ର ଓ ଅଣଆବାସିକ ତାଲିମ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ । ଯୌନ ନିର୍ଯାତନା କାହାକୁ କହିବା ? ଶରୀରକୁ ଇଚ୍ଛା ବିରୁଦ୍ଧରେ ସ୍ପର୍ଶ କରିବା ବା ସ୍ପର୍ଶ କରିବା ପାଇଁ ଉଦ୍ୟମ କରିବା । ଯୌନଗତ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା । ଯୌନସମ୍ପୃକ୍ତ ଟିପ୍ପଣୀ ବା ଅଶାଳୀନ ମନ୍ତବ୍ୟ ଦେବା । ଅଶ୍ଳୀଳ ଫଟୋ ଦେଖାଇବା । ଯେକୌଣସି ଶାରୀରିକ, ମୌଖିକ ଏବଂ ସାଙ୍କେତିକ ଆଚରଣ, ଯେଉଁଥିରେ ଯୌନଗତ ଅଭ୍ୟାସ ଥିବ ଏବଂ ଅପରପକ୍ଷ ଅପଦସ୍ତ ହେବାର ସମ୍ଭାବନା ଥିବା । କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ପାଇଁ ଆଇନରେ ଥିବା ବ୍ୟବସ୍ଥା କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗ କରିବା ପାଇଁ ଆଇନରେ ଥିବା ବ୍ୟବସ୍ଥା : ଆଇନ ଅନୁସାରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଅଣସଂଗଠିତ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବାପାଇଁ ଇଣ୍ଟରନାଲ କମ୍ପଲେନସ କମିଟି (ଆଭ୍ୟନ୍ତରୀଣ ଅଭିଯୋଗ କମିଟି ) ଗଠନ କରିବା ବାଧ୍ୟତା ମୂଳକ ଅଟେ । ଅଣସଂଗଠିତ କ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷା ଦେବାପାଇଁ ଲୋକାଲ କମ୍ପ୍ଲେନସ କମିଟି ( ସ୍ଥାନୀୟ ଅଭିଯୋଗ କମିଟି ) ଗଠନ କରିବା ବାଧ୍ୟତାମୂଳକ ଅଟେ । ଆଭ୍ୟନ୍ତରିଣ ଅଭିଯୋଗ କମିଟି (ଆଇ. ସି. ସି.) ଗଠନପ୍ରଣାଳୀ ପ୍ରତ୍ୟେକ ନିଯୁକ୍ତିଦାତା ନିଜର କର୍ମସ୍ଥଳୀରେ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଗଠନ କରିବେ । ଉକ୍ତ କମିଟିରେ ଶତକଡା ୫୦ ଭାଗ ମହିଳା ସଭ୍ୟ ରହିବା ବାଧ୍ୟତାମୂଳକ । ଉକ୍ତ ଅଫିସର ଜଣେ ବରିଷ୍ଠ, ଅଭିଜ୍ଞତା ଥିବା ମହିଳାଙ୍କୁ ଅଭିଯୋଗ କମିଟିର ଅଧ୍ୟକ୍ଷା ଭାବେ ମନୋନୀତ କରାଯିବ । ଯଦି ସେହି ଅନୁଷ୍ଠାନରେ କେହି ବରିଷ୍ଠ ମହିଳା ନଥିବେ, ତେବେ ଅନ୍ୟ ଭିବାଗ ବା ଅନ୍ୟ ଅନୁଷ୍ଠାନର ମହିଳାଙ୍କୁ ମନୋନୀତ କରିପାରିବେ । ଏତଦ ବ୍ୟତୀତ ବେସରକାରୀ ଅନୁଷ୍ଠାନରୁ କିମ୍ବା ମହିଳା ସମସ୍ୟା ଉପରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଜଣେ ସଭ୍ୟାଙ୍କୁ ମନୋନୀତ କରିବେ । ଅଫିସରେ କାର୍ଯ୍ୟ କରୁଥିବା ଦୁଇଜଣ କାର୍ଯ୍ୟକର୍ତ୍ତା ସଭ୍ୟ ଯାହାଙ୍କର ସାମାଜିକ କାର୍ଯ୍ୟ ସମ୍ପର୍କୀୟ ଅଭିଜ୍ଞତା ଥିବ କିମ୍ବା ଆଇନ ସମ୍ପର୍କୀୟ ଧାରଣା ଥିବ, ସେମାନେ ମଧ୍ୟ ସଭ୍ୟ ରହିବେ । କମିଟିର ଅଧ୍ୟକ୍ଷା ଓ ଅନ୍ୟାନ୍ୟ ସଭ୍ୟମାନଙ୍କର କମିଟିରେ ଯୋଗଦାନ ଦେବାଠାରୁ ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ହେବ । ବେସରକାରୀ ଅନୁଷ୍ଠାନରୁ ପ୍ରତିନିଧିତ୍ଵ କରୁଥିବା ସଭ୍ୟଙ୍କୁ ସଭାର ବିବରଣୀ ଲିପିବଦ୍ଧ କରିବା ପାଇଁ ଅଫିସର ନିୟମ ଅନୁଯାୟୀ ତାଙ୍କୁ ତାଙ୍କ ପ୍ରାପ୍ୟ ଦେବାର ବ୍ୟବସ୍ଥା କରିବେ । ଉକ୍ତ କମିଟିର ଅଧ୍ୟକ୍ଷା କିମ୍ବା କୌଣସି ସଦସ୍ୟଙ୍କ ନାମରେ ପୂର୍ବରୁ କୌଣସି ଫୌଜଦାରୀ ମାମଲା ଥିଲେ କିମ୍ବା ସେ କୌଣସି ମାମଲାରେ ଦଣ୍ଡିତ ହୋଇଥିଲେ ତାଙ୍କୁ ବହିସ୍କାର କରି ନୂଆ ସଦସ୍ୟ ମନୋନୀତ କରିବେ । ସ୍ଥାନୀୟ ଅଭିଯୋଗ କମିଟି (ଏଲ. ସି. ସି.)ର ଗଠନ ପ୍ରଣାଳୀ ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ତରଫରୁ ସ୍ଥାନୀୟ ଅଭିଯୋଗ କମିଟି ବା ଲୋକାଳ କମ୍ପଲେନ୍ସ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶନାମା ରହିଛି । ଯେଉଁ ସଙ୍ଗଠନରେ ଇନଟରନାଲ କମ୍ପଲେନ୍ସ କମିଟି ଗଠନ ହୋଇନାହିଁ କିମ୍ବା ୧୦ ଜଣରୁ କମ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ସେଭଳି କ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କୀୟ ଅଭିଯୋଗ ସ୍ଥାନୀୟ ଅଭିଯୋଗ କମିଟିରେ କରିପାରିବେ । ଜିଲ୍ଲା ଅଫିସର, ଜଣଙ୍କୁ ନୋଡାଲ ଅଫିସର ଭାବେ ବ୍ଲକ, ତହସିଲ, ୱାର୍ଡ କିମ୍ବା ମୁନିସପାଲଟି ସ୍ତରରେ ନିଯୁକ୍ତି କରିବେ ଏବଂ ସେମାନେ ଅଭିଯୋଗ ପାଇବା ମାତ୍ରେ ୭ ଦିନ ମଧ୍ୟରେ ସ୍ଥାନୀୟ ଅଭିଯୋଗ କମିଟିଙ୍କୁ ପଠେଇବେ । ଜିଲ୍ଲା ଅଫିସରଙ୍କର ପରାମର୍ଶ ଅନୁଯାଇ କମିଟିରେ ଜଣେ ଅଭିଜ୍ଞତାଥିବା ମହିଳାଙ୍କୁ ଯିଏ ସାମାଜିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବେ ସେ କମିଟିର ଅଧ୍ୟକ୍ଷା ଭାବେ ମନୋନତା କରିବେ । ବ୍ଲକ, ତହସିଲ କିମ୍ବା ମୁନିସପାଲିଟିରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ମଧ୍ୟ ସଭ୍ୟଭାବେ ମନୋନୀତ କରାଯିବ । ଅନ୍ୟ ଦୁଇଜଣ ସଭ୍ୟ ରହିବେ । ତାଙ୍କ ମଧ୍ୟରୁ ଜଣେ ନିଶ୍ଚିତ ଭାବେ ମହିଳା ହୋଇଥିବେ ଏବଂ ସେ ଯେକୌଣସି ବେସରକାରୀ ସଂଗଠନ ସହିତ ଜଡିତ କିମ୍ବା ମହିଳା ସମସ୍ୟା ସହିତ ଜଡିତ ଥିବେ ବିମ୍ବ ଅଭିଜ୍ଞତା ଥିବା । ଅନ୍ୟ ଜଣେ ସଭ୍ୟଙ୍କର ମଧ୍ୟ ଆଇନ ସମ୍ପର୍କିତ ଜ୍ଞାନଥିବା ଆବଶ୍ୟକ ସ୍ଥଳେ ମନୋନୀତ ସଭ୍ୟମାନଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତି ଓ ଜନଜାତି କିମ୍ବା ପଛୁଆ ବର୍ଗ, ସଂଖ୍ୟାଲଘୁ ବର୍ଗର ମହିଳା ହୋଇଥିବେ । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଅଫିସର ଏକ୍ସ ଅଫିସିଓ ସଭ୍ୟ ଭାବେ ନିଯୁକ୍ତି ପାଇବେ । ଅଧ୍ୟକ୍ଷା ଏବଂ ଅନ୍ୟ ସଭ୍ୟମାନାଙ୍କରା କାର୍ଯ୍ୟକାଳ ସର୍ବାଧିକ ତିନିବର୍ଷ ହେବ । ଅଧ୍ୟକ୍ଷା ଏବଂ ଅନ୍ୟ ସଭ୍ୟମାନେ ଯାହା ପ୍ରାପ୍ୟ ପାଇବାର ସୁବିଧା ରହିଛି ତାହା ପାଇବେ । କୌଣସି କ୍ଷେତ୍ରରେ ପୂର୍ବରୁ ଫୌଜଦାରୀ ମାମଲା ଥିବା ବା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଅଧ୍ୟକ୍ଷା କିମ୍ବା ସଭ୍ୟ ହୋଇପାରିବେ ନାହିଁ । ଯଦି ଆପଣ ନିଜେ ବା ଅନ୍ୟ ଯେକୌଣସି ବ୍ୟକ୍ତି ଯୌନ ନିର୍ଯାତନାର ଶିକାର ହେଉଥାନ୍ତି ତେବେ: ଆପଣଙ୍କ ନିଯୁକ୍ତିଦାତା ବା ଉପରିସ୍ଥ କର୍ମଚାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରନ୍ତୁ । ଯଦି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନଥିଲେ ସ୍ଥାନୀୟ ଅଭିଯୋଗ କମିଟିକୁ ଲିଖିତ ଅଭିଯୋଗ କରନ୍ତୁ । ବନ୍ଧୁ ଓ ସହକର୍ମୀମାନଙ୍କ ଠାରୁ ସମର୍ଥନ ଓ ସହଯୋଗ ମଗନ୍ତୁ । ସମସ୍ୟାଟିକୁ ଉପେକ୍ଷା କରନ୍ତୁ । ଅଭ୍ୟନ୍ତରୀଣ ଅଭିଯୋଗ କମିଟି କିମ୍ବା ସ୍ଥାନୀୟ ଅଭିଯୋଗ କମିଟିରେ ଅଭିଯୋଗ କରିବା ପରେ କମିଟି ତାର ତଦନ୍ତ କରେ । ସ୍ଥଳ ବିଶେଷରେ ଏହି କମିଟି ଅଭିଯୋଗଟିକୁ ପୋଲିସ କୁ ମଧ୍ୟ ପ୍ରେରଣା କରିପାରିବେ । ନହେଲେ ପିଡିତା ମହିଳା ନିଜ ତରଫରୁ ମଧ୍ୟ ପୋଲିସରେ ଅଭିଯୋଗ ଦାଖଲ କରି ପାରିବେ। ଅଭିଯୋଗ ଦାଖଲ ପ୍ରଣାଳୀ ଅଭ୍ୟନ୍ତରୀଣ ଅଭିଯୋଗ କମିଟି । ସ୍ଥାନୀୟ ଅଭିଯୋଗ କମିଟି । ସ୍ଥାନୀୟ ପୋଲିସଷ୍ଟେସନରେ ଏଫ. ଆଇ. ଆର କରିପାରିବେ । ଏଥିପାଇଁ ସି. ଆର. ପି. ସି ର ଧାରା ୧୫୪ ଲାଗୁ ହବ । ପୋଲିସ ଯଦି ଏଫ. ଆଇ. ଆର ନକରନ୍ତି ତେବେ ସିଧା ସଳଖ ହାଇ କୋର୍ଟରେ ରିଟ ପିଟିସନ ଦାଖଲ କରି ପୋଲିସକୁ ଏଫ. ଆଇ. ଆର ପଞ୍ଜୀକୃତ କରିବା ପାଇଁ କହି ପାରିବେ । ଯଦି ଥାନା ଅଧିକାରୀ ଏଫ. ଆଇ. ଆର ଗ୍ରହଣ ନକରନ୍ତି ଏ.ସି.ପି. ଙ୍କୁ ଭେଟି ଏଫ. ଆଇ. ଆର କରି ପାରିବେ । ଏଠି ପାଇଁ ଭାରତ ସମ୍ବିଧାନର ଧାରା ୨୨୬ ଲାଗୁ ହବ । ସିଧା ସଳଖ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଭେଟି ଏଫ. ଆଇ. ଆର ପଞ୍ଜୀକୃତ କରାଇ ପାରିବେ । ଏଠି ପାଇଁ ସି ଆର ପି ସି ରେ ଧାରା ୧୫୬ (୩) ଲାଗୁ ହବ । ଅଭିଯୋଗର ତଦନ୍ତ ପ୍ରକ୍ରିୟା ସରିନଥିବା ବେଳେ ମଧ୍ୟ ପୀଡ଼ିତା ମହିଳାଙ୍କ ଲିଖିତ ଆବେଦନକୁ ଭିତ୍ତି କରି ସେ ନିମ୍ନୋକ୍ତ ଅଧିକାର ପାଇପାରିବେ : ପୀଡ଼ିତା ମହିଳା ବା ଅଭିଯୁକ୍ତଙ୍କୁ ଅନ୍ୟକୌଣସି କର୍ମସ୍ଥଳୀକୁ ବଦଳି । ପୀଡ଼ିତା ମହିଳାଙ୍କୁ ସବେତନ ୩ ମାସ ପାଇଁ ଛୁଟି । ଅନ୍ୟ ଯେକୌଣସି ସହାୟତା ଯାହା ସ୍ଥିର ହୋଇଥିବ ପାଇପାରିବ । ଅଭିଯୋଗ ପ୍ରମାଣିତ ହେଲେ ଅଭ୍ୟନ୍ତରୀଣ ଅଭିଯୋଗକମିଟି କିମ୍ବା ସ୍ଥାନୀୟ ଅଭିଯୋଗ କମିଟି ପୀଡ଼ିତା ମହିଳାଙ୍କୁ କ୍ଷୟତି ପୂରଣ ଦେବା ପାଇଁ ଅବିଯୁକ୍ତଙ୍କୁ ନିର୍ଦେଶ ଦେବେ । ଅଭିଯୋଗ ଭୁଲ ପ୍ରମାଣିତ ହେଲେ ଅଭିଯୋଗକାରିଣୀ ମହିଳାଙ୍କୁ ମଧ୍ୟ ଦଣ୍ଡିତ କରିବାର ବ୍ୟବସ୍ଥା ଅଛି । ଆଧାର - ଇନଷ୍ଟିଚ୍ୟୁଟ ଫର ସୋସିଆଲ ଡେଭଲପମେଣ୍ଟ