ଯୋଜନା ଉଦ୍ଦେଶ୍ୟ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୃକ୍ତ । କିଶୋରୀମାନଙ୍କ ଅଭିବୃଦ୍ଧି,ସ୍ୱାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା,ସାକ୍ଷରତା ଓ ଗାଣିତିକ ଦକ୍ଷତା,ବୈଷୟିକ ଦକ୍ଷତା ଇତ୍ୟାଦିରେ ଏହି କାର୍ଯ୍ୟକ୍ରମ ରୂପାୟିତ ହୋଇଥାଏ । ଅଙ୍ଗନୱାଡି କେନ୍ଦ୍ରରେ ବାଳିକା ମଣ୍ଡଳ ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯାଏ । ହିତାଧିକାରୀଙ୍କ ପାଇଁ ସୂଚନା ହିତାଧିକାରୀଙ୍କ ଯୋଗ୍ୟତା -୧୧ ରୁ ୧୮ ବର୍ଷ ବୟସରେ କିଶୋରୀମାନେ ଆବେଦନ ପ୍ରଣାଳୀ -ଆବଶ୍ୟକ ନାହିଁ । ଚିହ୍ନଟ ପ୍ରକ୍ରିୟା - ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ହିତାଧିକାରୀ ଚିହ୍ନଟ କରାଯାଇଥାଏ । ସାହାଯ୍ୟକାରୀ ଅଧିକାରୀ – ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ । ସାହାଯ୍ୟର ପରିମାଣ- କିଶୋରୀମାନଙ୍କୁ ବୃତ୍ତିଗତ ତାଲିମ ମାଧ୍ୟମରେ ଦକ୍ଷତା ବୃଦ୍ଧି,ଲୌହ ଓ କୃମିନାଶକ ବଟିକା ମାଗଣାରେ ପ୍ରଦାନ କରାଯାଇଥାଏ । ବିଶେଷ ସୂଚନା ଜିଲ୍ଲା ପରିଷଦର ସଭାପତି ଏବଂ ସଭ୍ୟମାନେ ଏହି ଯୋଜନାରେ ସମନ୍ଵୟ ରଖି କାର୍ଯ୍ୟ କରିବା ଆବଶ୍ୟକ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଅନ୍ୟାନ୍ୟ ସ୍ଵସ୍ଥା ଅଧିକାରୀ ଏହି ଯୋଜନାର ତଦାରଖ କରିବା ଆବଶ୍ୟକ । ପଞ୍ଚାୟତ ଚେୟାରମ୍ୟାନ୍ ଏହି ଯୋଜନାରେ କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ ଏହି ଯୋଜନା ବିଷୟରେ ସଚେତନ ସୃଷ୍ଟି କରିବା ଅପରିହାର୍ଯ୍ୟ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ