ଯୋଜନାର ଉଦ୍ଦେଶ୍ୟ ଏହି ଯୋଜନାର ନାମ ଜାତୀୟ ପରିବାର ମଙ୍ଗଳ ଯୋଜନା ଅଟେ । ଏହାକୁ ଇଂରାଜୀରେ ଏନ୍.ଏଫ୍.ବି.ଏସ୍ (ନ୍ୟାସନାଲ ଫ୍ୟାମିଲି ବେନିଫିଟ୍ ସ୍କିମ୍ ) ବୋଲି ମଧ୍ୟ କୁହାଯାଇଥାଏ । ଏହା ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ୧୯୯୫ ମସିହା ଅଗଷ୍ଟ ମାସ ୧୫ ତାରିଖ ଠାରୁ ଏହି ଯୋଜନା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ କାର୍ଯ୍ୟକାରୀ ହୋଇ ଆସୁଅଛି । ହିତାଧିକାରୀଙ୍କ ଯୋଗ୍ୟତା ଆବେଦନକାରୀ ବି.ପି.ଏଲ୍. ପରିବାରର ହୋଇଥିବା ଆବଶ୍ୟକ । ଏହି ଯୋଜନାରେ ସେହି ପରିବାରଗୁଡିକୁ ଲାଭ ପାଇପାରିବେ, ଯାହାମୁଖ୍ୟ ରୋଜଗାର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବ ଏବଂ ମୃତ୍ୟୁ ସମୟରେ ତାଙ୍କୁ ୧୮ ରୁ ୬୫ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଆବେଦନ ଓ ଚିହ୍ନଟ ଆବେଦନ ପ୍ରଣାଳୀ ସାଧା କାଗଜରେ ପଞ୍ଚାୟତକୁ ଆବେଦନ କରାଯିବ । ଚିହ୍ନଟ ପ୍ରକ୍ରିୟା ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ । ସହାୟତାର ପରିମାଣ ଜାତୀୟ ପରିବାର ମଙ୍ଗଳ ଯୋଜନାରେ , ଯେଉଁ ବି.ପି.ଏଲ. ପରିବାରଗୁଡିକର ମୁଖ୍ୟ ରୋଜଗାରକ୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ, ସେହି ପରିବାରଗୁଡିକୁ ସରକାରଙ୍କ ତରଫରୁ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ସାହାଯ୍ୟକାରୀ ଓ ଅଭିଯୋଗ ସାହାଯ୍ୟକାରୀ ଅଧିକାରୀ ସରପଞ୍ଚ ଓ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଅଭିଯୋଗ ଦାଖଲ ମଣ୍ଡଳ ଉନ୍ନୟନ ଅଧିକାରୀ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ