অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୁଲାଇରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ରାଜ୍ୟରେ ଆଗାମୀ ଜୁଲାଇ  ମାସରୁ ପ୍ରଥମ ପର୍ଯ୍ୟାୟ 'ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ' ଯୋଜନା ଆରମ୍ଭ ହେବ । ଏହା ବ୍ରହ୍ମପୁରରୁ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି । ଏଥିରେ ଏକ ହଜାର ବରିଷ୍ଠ ନାଗରିକ ସାମିଲ ହେବେ ଏବଂ  ସେମାନେ ଦକ୍ଷିଣ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ଲାଭ କରିବେ ।

ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ତୀର୍ଥ ଭ୍ରମଣରେ ଯିବାକୁ ସରକାର ଯୋଜନା କରିଛନ୍ତି । ଭୁବନେଶ୍ଵର,  ବ୍ରହ୍ମପୁର ଓ ସମ୍ବଲପୁର ତୀର୍ଥଯାତ୍ରାର ଆରମ୍ଭ ସ୍ଥଳୀ ହେବ । ତୀର୍ଥଯାତ୍ରୀ ଭୁବନେଶ୍ଵରରୁ ବନାରସ ଓ ଆହ୍ଲାବାଦ ଏବଂ ସମ୍ବଲପୁରରୁ ହରିଦ୍ଵାର ଓ ଋଷିକେଶ ଯାଇପାରିବେ ।

ଚଳିତବର୍ଷ ୩ହଜାର, ଆସନ୍ତା ବର୍ଷ ୬ହଜାର ଓ ୨୦୧୮ -୧୯ରେ ୯ ହଜାର ବରିଷ୍ଠ ନାଗରିକ ଏହି ସୁବିଧା ପାଇବେ । ବିପିଏଲ ବର୍ଗର ବରିଷ୍ଠ  ନାଗରିକଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣାରେ ବ୍ୟବସ୍ଥା କରାଯାଇଥିବାବେଳେ ଏପିଏଲ ବର୍ଗର ଲୋକମାନେ ୫୦% ରିହାତିରେ ତୀର୍ଥଯାତ୍ରା କରିବେ । ଏହାବ୍ୟତୀତ ଉପଯୁକ୍ତ ତାଲିମ ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରରେ ଅଧିନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସରକାର ଧ୍ୟାନ ଦେବେ । ଆସନ୍ତା ଅଗଷ୍ଟ ମାସରେ ରାଜ୍ୟର ନୂତନ ପର୍ଯ୍ୟଟନ ନାତି -୨୦୧୬ ଘୋଷଣା କରାଯିବ ।

ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ

ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ସମ୍ପର୍କରେ ଜଣାଯାଇଛି ଯେ ୨୦୧୪ରେ ୭୧,୪୨୬ ଜଣ ବିଦେଶୀ ଓ ୧କୋଟି ୭ଲକ୍ଷ ୯୦ହଜାର ୬୨୨ ଜଣ ଦେଶ ଭିତରର ପର୍ଯ୍ୟଟକ ଆସିଥିବା ବେଳେ ୨୦୧୫ରେ ୬୬ହଜାର ୯୭୧ଜଣ ବିଦେଶୀ ଏବଂ ୧କୋଟି ୧୭ ଲକ୍ଷ ୮୬ହଜାର ୧୧୭ ଜଣ ଦେଶ ଭିତରର ପର୍ଯ୍ୟଟକ  ଆସିଛନ୍ତି । ଚଳିତ ବର୍ଷ ୮୦ହଜାର ବିଦେଶୀ ପର୍ଯ୍ୟଟକ ଆସିବା ଅନୁମାନ କରାଯାଉଛି ।

ଦେଶ ଭିତରର ପର୍ଯ୍ୟଟକଙ୍କ ସଂଖ୍ୟା ୧୫% ବୃଦ୍ଧି ପାଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହି ସଂଖ୍ୟାରେ ୨୦% ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି । ପର୍ଯ୍ୟଟକଙ୍କୁ ଓଡିଶାକୁ ଆକୃଷ୍ଟ କରିବା ପାଇଁ ଆପଦଗ୍ରସ୍ତ ଆଦିମ ଜନଜାତି ଅଞ୍ଚଳ ପରିଦର୍ଶନ ନିୟମକୁ କୋହଳ କରାଯାଇଛି ।

ନୂଆ ହୋଟେଲ ଓ ପର୍ଯ୍ୟଟନ ପ୍ରକଳ୍ପ  ପାଇଁ ଭୂମି ବ୍ୟାଙ୍କ ଗଠନ, ବୈଦ୍ଧ ପର୍ଯ୍ୟଟନ କ୍ଷେତ୍ର ଉପରେ ପ୍ରାଧାନ୍ୟ, ଦକ୍ଷିଣ ଏସିଆର ବିଭିନ୍ନ ଦେଶ ସହ ବିମାନ ଯୋଗାଯୋଗ ବୃଦ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ବୈଠକରେ ଗୁରୁତ୍ଵ ପ୍ରଦାନ କରାଯାଇଛି ।ଓଡିଶା ଭର୍ଚୁଆଲ ଏକାଡେମୀ ପ୍ରତିଷ୍ଠା ଓ ପାଠାଗାର ନିୟମାବଳୀ ।

ଆଧାର - ଦୈନିକ ସମାଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate