ନାଗରିକ ଅଧିକାର ସୁରକ୍ଷା, ୧୯୭୭ ଏସ୍.ଓ.-୩୦୦୬ :୧୫ ସେପ୍ଟେମ୍ବର ୧୯୭୭- ନାଗରିକ ଅଧିକାର ସୁରକ୍ଷା, ୧୯୫୫ (୧୯୫୫ ର ୨୬) ର ସେକ୍ସନ ୧୫-ବି. ଦ୍ଵାରା ଅର୍ପିତ କ୍ଷମତାକୁ କରିବା ପାଇଁ କେନ୍ଦ୍ର ସରକାର ନିମ୍ନୋକ୍ତ ନିୟମ ଗୁଡିକ ପ୍ରଣୟନ କରିଛନ୍ତି । ସଂକ୍ଷିପ୍ତ ଶିରୋନାମା ଓ ପ୍ରାରମ୍ଭ ଏହି ନିୟମଗୁଡିକ ନାଗରିକ ଅଧିକାର ସୁରକ୍ଷା ନିୟମ – ୧୯୭୭ କୁହାଯାଇପାରେ । ସରକାରୀ ଗେଜେଟ୍ ରେ ଯେଉଁ ତାରିଖରେ ପ୍ରକାଶିତ ହେବ ସେହି ତାରିଖ ଠାରୁ ଏହା ବଲବତ୍ତର ବା କାର୍ଯ୍ୟକାରୀ ହେଲା ବୋଲି ଧରିନିଆଯିବ । ସଂଜ୍ଞା ଏହି ନିୟମରେ, ଯେ ପର୍ଯ୍ୟନ୍ତ ପ୍ରାସଙ୍ଗିକ ପରିଭାଷା ଦରକାର ନହୋଇଛି – ଅଧିନିୟମ ଅର୍ଥ ନାଗରିକ ସୁରକ୍ଷା ଅଧିନିୟମ ୧୯୫୫ । ସେକ୍ସନ ଅର୍ଥ ଅଧିନିୟମ ଗୋଟିଏ ସେକ୍ସନ । ଅସମାନତା ସବ ସେକ୍ସନ(1) ସେକ୍ସନ ୧୦-ଏ.ର ସବ୍ ସେକ୍ସନ୍ (୧) ଅନୁଯାୟୀ ତଦନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସବ୍ ଡିଜିଭିନାଲ୍ ମାଜିଷ୍ଟ୍ରେଟ୍ ଙ୍କ ପଦବୀରୁ କମ୍ ହୋଇନଥିବା ଜାଣେ ପଦାଧିକାରୀଙ୍କୁ ନିଯୁକ୍ତି କରିପାରିବେ । ସବ୍-ରୁଲ୍ (୧) ରେ ନିଯୁକ୍ତି ପାଉଥିବା ଅଫିସର ଏହି ରୁଲ ପରେ ନିୟମ ଅନୁସାରେ ସେ ତଦନ୍ତକାରୀ ଅଫିସର ରୂପେ ପରିଗଣିତ ହେବେ । ତଦନ୍ତର ସମୟ, ତାରିଖ, ସ୍ଥାନ ଉଦ୍ଦେଶ୍ୟ ସହ ଏକ ସର୍ବସାଧାରଣ ବିଜ୍ଞପ୍ତି ଜାରି କରିବେ । ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନଙ୍କୁ ଡାକି ସେମାନଙ୍କ ପାଖରୁ ତଦନ୍ତ ପାଇଁ ତଥ୍ୟ ସଂଗ୍ରହ କରିବେ ଓ ଅନ୍ୟାନ୍ୟ ଆବଶ୍ୟକୀୟ ନଥିପତ୍ର କିଛି ଥିଲେ ଦେବାପାଇଁ ବିଜ୍ଞପ୍ତି ଜାରି କରିବେ । ସବ୍-ରୁଲ୍ (୨) ଅନୁଯାୟୀ ହୋଇଥିବା ବିଜ୍ଞପ୍ତିଟି ସ୍ଥାନୀୟ ବା ସେ ଅଞ୍ଚଳର ଭାଷାରେ ପ୍ରକାଶ ପାଇବ ଏବଂ ଏହା ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ଅଫିସର ନୋଟିସ୍ ବୋର୍ଡ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ୍ ନୋଟିସ୍ ବୋର୍ଡ, ଗ୍ରାମ ପଞ୍ଚାୟତ କିମ୍ବା ମ୍ୟୁନିସ୍ପାଲଟି କମିଟିର ନୋଟିସ୍ ବୋର୍ଡ କିମ୍ବା ତଦନ୍ତକାରୀ ଅଫିସରଙ୍କ ବିବେଚନାକୁ ଆସିଥିବା ଯେକୌଣସି ସ୍ଥାନରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅତିକମ୍ ରେ ସେ ଅଞ୍ଚଳରେ ପ୍ରକାଶ ପାଉଥିବା ଏକ ଦୈନିକ ଖବର କାଗଜରେ ସେହି ବିଜ୍ଞାପନକୁ ପ୍ରକାଶ କରାଯିବ ଏବଂ ତଦନ୍ତକାରୀ ଅଫିସର ଢୋଲ ନାଗରା ବଜାଇ ନା ସେହିପରି ଅନ୍ୟକିଛି ଉପାୟରେ ସ୍ଥାନୀୟ ଲୋକଙ୍କୁ ତଦନ୍ତର ବିଷୟବସ୍ତୁ ଜଣାଇଦେବେ । ଦଣ୍ଡ ପ୍ରକ୍ରିୟା ସଂହିତା (CCP), ୧୯୭୪ ର ୨୧ ଅନୁଚ୍ଛେଦ ଅନୁସାରେ ତଦନ୍ତକାରୀ ଅଫିସର ତଦନ୍ତ ସମୟରେ ସାକ୍ଷ୍ୟ ପ୍ରମାଣର ସାରାଂଶ ଲିପିବଦ୍ଧ କରିବେ । ରାଜ୍ୟ ସରକାର ତଦନ୍ତକାରୀ ଅଫିସର ନିଯୁକ୍ତି କରିବା ସମୟରେ ବିବରଣୀ ଫର୍ଦ୍ଦ ଦାଖଲ କରିବାର ଯେଉଁ ସମୟସୀମା ଧାର୍ଯ୍ୟ କରିଥିବେ ବା ସେହି ସମୟ ସୀମାର ଛଅ ସପ୍ତାହ ମଧ୍ୟରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରି ରାଜ୍ୟ ସରକାରଙ୍କୁ ବିବରଣୀ ପ୍ରଦାନ କରିବେ । ରାଜ୍ୟ ସରକାର ତଦନ୍ତ ପ୍ରକ୍ରିୟାର ଗୁରୁତ୍ଵ ଉପଲବ୍ଧି କରି ବିବରଣୀ ପ୍ରଦାନ କରିବାରେ ସମୟସୀମା ବଢାଇପାରନ୍ତି କିନ୍ତୁ ଏହା ଦୁଇମାସରୁ ଅଧିକ ହେବନାହିଁ । ସେକ୍ସନ ୧୦-ଏ ର ସବ୍- ସେକ୍ସନ୍ (୩) ଅନୁଯାୟୀ ଆବେଦନ କରିବାର ଅବଧି ଯଦି କୌଣସି ବ୍ୟକ୍ତିଙ୍କୁ ସେକ୍ସନ୍ ୧୦-ଏ.ର ସବ୍- ସେକ୍ସନ୍ (୧) ଅନୁଯାୟୀ ସାମୂହିକ ଜୋରିମାନା ଲାଗୁ କରାଯାଇଥାଏ ଏବଂ ସେ ଏଥିରେ କ୍ଷୁବ୍ଧ କିମ୍ବା ବ୍ୟଥିତ ହୋଇଥାନ୍ତି, ତେବବେ ସବ୍- ସେକ୍ସନ୍ (୨) ଅନୁଯାୟୀ ଘୋଷଣାପତ୍ର ଜାରି ହେବାର ୩୦ ଦିନ ମଧ୍ୟରେ ରାଜ୍ୟ ସରକାର ସ୍ଥିରୀକୃତ ପ୍ରାଧିକାରୀଙ୍କ ନିକଟରେ ସେ ଏକ ପିଟିସନ୍ ଦାଏର୍ କରିପାରିବେ। ରାଜ୍ୟ ସରକାର କିମ୍ବା କ୍ଷମତାପ୍ରାପ୍ତ ଅଧିକାରୀ ଯାହାଙ୍କ ପାଖରେ ପିଟିସନ୍ ଦାୟର ହୋଇଥିବ, ଆବେଦନ ପାଇବା ମାତ୍ରେ ଯେତେଦୂର ସମ୍ବବ ଯଥାଶୀଘ୍ର ମାମଲାଟିକୁ ସମାଧାନ କରିବାକୁ ପଦକ୍ଷେପ ନେବେ । ରାଜ୍ୟ ସରକାରଙ୍କ ଦ୍ଵାରା ରିପୋର୍ଟ ପ୍ରତ୍ୟେକ ରାଜ୍ୟ ସରକାର ସେକ୍ସନ୍ ୧୫- ଏ.ର ସବ୍- ସେକ୍ସନ୍ (୪) ର ନିୟମ ଅନୁଯାୟୀ ସଂସଦର ଉଭୟ ଗୃହରେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୧୫ ତାରିଖ ପୂର୍ବରୁ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିବେ । ଏହି ରିପୋର୍ଟରେ ପୂର୍ବ ବର୍ଷର ସବ୍- ସେକ୍ସନ୍ (୧) ଏବଂ(୨) ଅନୁଯାୟୀ ନିଆଯାଇଥିବା ପଦକ୍ଷେପମାନ ଏବଂ ଆବଶ୍ୟକସ୍ଥଳେ କେନ୍ଦ୍ର ସରକାର କରୁଥିବା ସୂଚନାଗୁଡିକ ସ୍ଥାନ ପାଇବ । ଆଧାର - ସମାଜକଲ୍ୟାଣ ବ୍ୟୁରୋ