অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିର୍ମାଣ ଶ୍ରମିକ ପେନସନ୍ ଯୋଜନା

ନିର୍ମାଣ ଶ୍ରମିକ ପେନସନ୍ ଯୋଜନା

ପେନସନ୍ ଯୋଜନା

ନିର୍ମାଣ ଶ୍ରମିକ ପେନସନ୍ ଯୋଜନାର ଶୁଭାରମ୍ଭ  ହୋଇଛି । ଫଳରେ ୬୦ବର୍ଷରୁ ଊର୍ଦ୍ଧ୍ଵ ନିର୍ମାଣ ଶ୍ରମିକଙ୍କୁ ମାସିକ ୩ଶହ ଟଙ୍କା ପେନସନ୍ ଓ ୮୦ ବର୍ଷରୁ ଊର୍ଦ୍ଧ୍ଵ  ଶ୍ରମିକଙ୍କୁ ମାସିକ ୫ଶହ ଟଙ୍କା ପେନସନ୍ ଓ ୮୦ବର୍ଷରୁ ଊର୍ଦ୍ଧ୍ଵ ଶ୍ରମିକଙ୍କୁ ମାସିକ ୫ଶହ ଟଙ୍କା ସହୟତା ରାଶି ପ୍ରଦାନ କରାଯିବ ।

ହିତାଧିକାରୀଙ୍କ ପାଇଁ ସୁଯୋଗ

ଏହି ସୁବିଧା ପାଇବା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ସର୍ବନିମ୍ନ ୫ବର୍ଷର ପଞ୍ଜୀକୃତ ହେବା ନିୟମକୁ ସରକାର ଉଠାଇ ଦେଇଛନ୍ତି । ଏହାସହ ବିଧବା ଓ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ମଧ୍ୟ ପେନସନ୍ ପ୍ରଦାନ କରାଯିବ । ନିର୍ମାଣ ଶ୍ରମିକ ପେନସନ୍ ଯୋଜନାରେ ପର୍ଯ୍ୟାୟକ୍ରମେ ୨୫ଲକ୍ଷ ହିତାଧିକାରୀ ଲାଭବାନ ହୋଇପାରିବେ ।

ଚଳିତବର୍ଷଠାରୁ ଗାଁରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ପକ୍କା ଘର ଯୋଜନା ଆରମ୍ଭ ହେବ । ଏହି ଯୋଜନାରେ ଥିବା ସହାୟତା ରାଶିକୁ ୧ଲକ୍ଷ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ସାମିଲ କରାଯିବ । ସେହିପରି ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ଦକ୍ଷତା ବିକାଶଠାରୁ ଆରମ୍ଭ କରି ଶିକ୍ଷା, ବିବାହ, ମେଧାବୃତ୍ତି, ମହିଳାଙ୍କ ପାଇଁ ମାତୃତ୍ଵ ସହାୟତା ଆଦି କାର୍ଯ୍ୟ ରହିଛି । ମାତୃତ୍ଵ  ସହାୟତା ରାଶିର ପରିମାଣ ୮ହଜାରରୁ ୧୦ଟଙ୍କା ଓ ଗୁରୁତ୍ଵର ଅସୁସ୍ଥତା କ୍ଷେତ୍ରରେ ସହାୟତା ରାଶି ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଭିନ୍ନ ଯୋଜନାରେ ୪ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୭୨ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

ଓଡ଼ିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ପାଇଁ ରାଜ୍ୟ ସମସ୍ତ ସଦର ମହକୁମାରେ ଏକ ଶ୍ରମ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ୍ ରେ ଆରଏଲଆଇ ନିଯୁକ୍ତି ପାଇଁ ନିଷ୍ପତ୍ତି  ନିଆଯାଇଛି । କିଛିଦିନ ମଧ୍ୟରେ ୫୧ଜଣ ଆରଏଲଆଇ ବା ରୁରାଲ ଲେବର ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟରେ ସାମାଜିକ ସୁରକ୍ଷା ଏକ ବଡ ଅଧ୍ୟାୟରେ ପରିଣତ ହୋଇଛି । ଆଗାମୀ ଦିନରେ ୧କୋଟି ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡିଶାର ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ରାଜ୍ୟ ବୋର୍ଡ ଅଧୀନରେ ପଞ୍ଜୀକୃତ୍ତ ହେବାର ସୁଯୋଗ ମିଳୁଛି ।

ରାଜ୍ୟରେ ଏବେ ସାଢେ ୪ଲକ୍ଷ ନିର୍ମାଣ ଶ୍ରମିକ ବିଭିନ୍ନ ସୁବିଧା ସୁଯୋଗ ପାଉଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ମଧ୍ୟ ସରକାର ସୁବିଧା ସୁଯୋଗ ଦେବା ପାଇଁ ଆଗେଇ ଆସିଛନ୍ତି ।

ଏହି ଅବସରରେ ହିତାଧିକାରୀଙ୍କୁ ପେନସନ୍ ଓ ପକ୍କା ଘର ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

ଆଧାର – ଦୈନିକ ସମ୍ବାଦ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate