অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୂଆ ପର୍ଯ୍ୟଟନ ନୀତି

ପର୍ଯ୍ୟଟନ ନୀତି

ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ରାଜ୍ୟକୁ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଚଳିତ ପର୍ଯ୍ୟଟନ ନୀତିରେ ସଂଶୋଧନ କରିବେ । ସଂଶୋଧନ ପରେ ନୂତନ ପର୍ଯ୍ୟଟନ ନୀତି ଖୁବ୍ ଶୀଘ୍ର ପ୍ରଣୟନ କରାଯିବ । ଏହା ସହ ଆସନ୍ତା ଜୁଲାଇ ୨୫ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (ବିଏନ୍ଟିୱାଇୱାଇ) ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ୧୦୦୦ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ବୈଠକରେ ନିଷ୍ପତ୍ତି ହୋଇଛି ।

ନୂତନ ପର୍ଯ୍ୟଟନ ନୀତିରେ ହୋଟେଲ, ପର୍ଯ୍ୟଟନ ଭିତ୍ତିଭୂମି ବିକାଶ  ନିମନ୍ତେ ଜମି ଆବଣ୍ଟନ, ପୁଞ୍ଜି, ନିବେଶରେ ରିହାତି, ସୁଧ କ୍ଷେତ୍ରରେ ରିହାତି, ଭାଟ୍ ଭରଣା, ପ୍ରବେଶକର ଫେରସ୍ତ, ପରିବେଶ ସୁରକ୍ଷା ଭିତ୍ତିଭୂମି ରିହାତି ଆଦି ଦିଆଯିବାକୁ ବ୍ୟବସ୍ଥା କରାଯିବ । ପୁଣି ଆଗ୍ରହୀ ଉଦ୍ୟୋଗୀଙ୍କୁ ହୋଟେଲ  ଆଦି ନିର୍ମାଣ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ମାଧ୍ୟମରେ ଜମି ଯୋଗାଇ ଦିଆଯିବ ।

ପର୍ଯ୍ୟଟନସ୍ଥଳର ବିକାଶ

ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନକୁ ଏଥିନିମନ୍ତେ ୨୦ଟି ପର୍ଯ୍ୟଟନସ୍ଥଳ ଚିହ୍ନିତ ହୋଇଛି  ଏବଂ ଆଗାମୀ ୫ ବର୍ଷରେ ଏହି ସ୍ଥଳଗୁଡିକରେ ୧୦୦ କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଭିତ୍ତିଭୂମି ବିକାଶ କରାଯିବ । ୨୦୧୨-୧୩ ବର୍ଷରେ ରାଜ୍ୟରେ ପରିବେଶ ପର୍ଯ୍ୟଟନସ୍ଥଳକୁ ୨.୭୬ ପର୍ଯ୍ୟଟନକଙ୍କ ଆଗମନ ହୋଇଥିବାବେଳେ ୨୦୧୩-୧୪ରେ ଏହି  ସଂଖ୍ୟା ବୃଦ୍ଧି ପାଇ ୩.୧୩ ଲକ୍ଷ ଓ  ୨୦୧୪ -୧୫ ବର୍ଷରେ ଏହା ୩.୪୮ ଲକ୍ଷରେ ପହଞ୍ଚିଛି । ଡାଙ୍ଗମାଳ, ଗୁପ୍ତି, ଦାରିଂବାଡି, କାଞ୍ଜିଆପାଣି, ଚିଲିକା, ତାଳସାରୀ ବେଳାଭୂମି ପର୍ଯ୍ୟଟକଙ୍କପାଇଁ ବିଶେଷ ଆଗ୍ରହ ସୃଷ୍ଟି କରିଛି ।

ଆଦିମ ଜନଜାତି ବସବାସ କରୁଥିବା ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ଉପରେ ଲାଗୁ କଟକଣା ଗୃହ ବିଭାଗ କୋହଳ କରିବା ପରେ ଏହି ଅଞ୍ଚଳ ନିମନ୍ତେ ପର୍ଯ୍ୟଟକଙ୍କ ଆଗମନ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବିଶ୍ଵ ପର୍ଯ୍ୟଟନ ବଜାରରେ ଓଡ଼ିଶାରେ ଅଂଶ ବୃଦ୍ଧି କରିବା ଏବଂ ଅଧିକରୁ ଅଧିକ ପର୍ଯ୍ୟଟନ ଅନୁକୂଳ ନୂତନ ନୀତି ପ୍ରଣୟନ କରିବା ପାଇଁ ମୁଖ୍ୟ ସଚିବ ବୈଠକରେ ପରାମର୍ଶ ଦେଇଛନ୍ତି । ଏହା ସହ ପରିବେଶ କ୍ଷେତ୍ରରେ ନିବେଶ ନିମନ୍ତେ ଆଗ୍ରହୀ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ନୂତନ ନୀତିରେ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ପରିବେଶ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସ୍ଥାନୀୟ ଜନସାଧାରଣଙ୍କୁ ଅଂଶୀଦାର କରି ଏହି ଶିଳ୍ପ ପ୍ରତି ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ  ସଚିବ ପରାମର୍ଶ ଦେବା ସହ ୩ ମାସ ମଧ୍ୟରେ ପର୍ଯ୍ୟଟନ ନିମନ୍ତେ ଜମି ବ୍ୟାଙ୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଧାର – ଦୈନିକ ସମାଜ

Last Modified : 1/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate