অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଁ କଲ୍ୟାଣ ସମିତି

ଯୋଜନାର ଉଦ୍ଦେଶ୍ୟ

ଗ୍ରାମ ସ୍ତରରେ ବିକାଶ ମୂଳକ ଯୋଜନାକୁ ସରଳ ଓ ଫଳପ୍ରଦ ପରିଚାଳନା କରିବା ଗାଁ କଲ୍ୟାଣ ସମିତିର ମୁଖ୍ୟ ଉଦ୍ଦେଶ୍ୟ ।

ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ୍ ( ଏନ୍ ଆରଏଚଏସ ) ଅଧିକରେ, ପ୍ରତି ଗାଁ ସ୍ତରରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଗଠନ କରିବାର ବ୍ୟବସ୍ଥା ରହିଛି । ଓଡିଶାରେ ଏହା ଗାଁ କଲ୍ୟାଣ ସମିତି ନାମରେ ପରିଚିତ ।

ଗଠନ ପ୍ରଣାଳୀ

ଗାଁ କଲ୍ୟାଣ ସମିତି ରାଜସ୍ଵ ଗ୍ରାମ ସ୍ତରରେ ଗଠନ କରାଯିବା ଉଚିତ । ଏହା ସାମାଜିକ ସଂଗଠନ କରାଯିବା ଉଚିତ ।ଏହା ସାମାଜିକ ସଂଗଠନ ପଞ୍ଜିକରଣ ଆଇନ୍ ୧୮୬୦ ଅନ୍ତର୍ଗତ ପଞ୍ଜିକୃତ ହେବା ଆବଶ୍ୟକ ।

ସମିତିରେ ନିମ୍ନ ସଦସ୍ୟମାନେ ରହିବେ ।

  1. ଅଙ୍ଗନୱାଡି କର୍ମୀ –ସଂଯୋଜକ
  2. ଗ୍ରାମର ଆଶା କର୍ମୀ
  3. ସେହି ଅଞ୍ଚଳର ଏସ.ଇ.ଏମ୍ (ଆର.ଡବ୍ଲ୍ୟୁ .ଏସ୍.ଏସ୍. ଅନ୍ତର୍ଗତ)
  4. ଗ୍ରାମରେ ସର୍ବାଧିକ ସଞ୍ଚୟ ଥିବା ତିନିଗୋଟି ମହିଳା ସ୍ଵୟଂ ସହାୟକ ଦଳର ସଭାପତି ଅଥବା ସଂପାଦକ ।
  5. ଗ୍ରାମରେ ଯଦି ଜଳଛାୟା ପ୍ରକଳ୍ପ ଚାଲୁଥିବା, ତେବେ ଗ୍ରାମ୍ୟ ଜଳଛାୟା ବିକାଶ ପ୍ରକଳ୍ପର ସଭାପତି ।
  6. ଯଦି ଉପରୋକ୍ତ ସଦସ୍ୟମାନଙ୍କ ସଦସ୍ୟମାନଙ୍କ ମଧ୍ୟରେ କେହି ହରିଜନ ଆଦିବାସୀ ହୋଇନଥିବେ, ତେବେ ଉଭୟ ଗୋଷ୍ଠୀରୁ ଜଣେ ଲେଖାଏଁ ସଦସ୍ୟ ଅଧ୍ୟକ୍ଷ ଦ୍ଵାରା ବଛାଯିବେ ।
  7. ଗ୍ରାମରେ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନ, ଯୁବକ ସଂଘ ଇତ୍ୟାଦିର ପ୍ରତିନିଧି ।

କାର୍ଯ୍ୟର ରୂପରେଖ

ଗ୍ରାମ ସ୍ତରରେ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକର ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମ ସମନ୍ଵୟ ରଖିବା । ଗ୍ରାମସ୍ତରରେ ମାତୃ ସ୍ୱାସ୍ଥ୍ୟ,ଶିଶୁ ସ୍ୱାସ୍ଥ୍ୟ,ପରିବାର ସେବା, କିଶୋରୀ ବାଳିକାମାନଙ୍କ ସମ୍ବନ୍ଧରେ ସଚେତନତା ସୃଷ୍ଟିକରିବା ।

ଆଞ୍ଚଳିକ ସ୍ତରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡିକର ସମାଧାନ ପାଇଁ କାର୍ଯ୍ୟ କରିବା । ଉପରୋକ୍ତ କାର୍ଯ୍ୟଗୁଡିକ କରିବା ପାଇଁ ଗାଁ କଲ୍ୟାଣ ସମିତି ବିଭିନ୍ନ ସ୍ରୋତରୁ ଆର୍ଥିକ ସାହାଯ୍ୟ ପାଇପାରିବେ । ଗାଁ କଲ୍ୟାଣ ସମିତିର କାର୍ଯ୍ୟ ହେବ ଯେ ସେମାନଙ୍କୁ ପ୍ରବତ୍ତ ହୋଇଥିବା କାର୍ଯ୍ୟ ସମୂହ ମଧ୍ୟର ଆବଶ୍ୟକୀୟ କାର୍ଯ୍ୟଗୁଡିକର ଚିହ୍ନଟ କରି ସେଗୁଡିକୁ କାର୍ଯ୍ୟକାରୀ କରିବା ।

ସହଯୋଗ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗାଁ କଲ୍ୟାଣ ସମିତିକୁ  ଟଙ୍କା ଦିଆଯାଏ । ଏହି ଅର୍ଥରେ ଗାଁ କଲ୍ୟାଣ ସମିତି ସ୍ୱାସ୍ଥ୍ୟ ସଚେତନତା ଓ ସହଯୋଗର କାର୍ଯ୍ୟ କରିଥାନ୍ତି।

ଆଧାର- ସେଣ୍ଟର ଫର ରୁରାଲ ଡେଭଲପମେଣ୍ଟ

Last Modified : 4/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate