ପୂର୍ବରୁ ସମସ୍ତ ଯୋଜନା ଉପରୁ ତଳ ଆଡକୁ ଆସୁଥିଲା । ଅର୍ଥାତ ସରକାରୀ ଅଫିସମାନଙ୍କରେ ଯୋଜନା ପସ୍ତୁତ ହୋଇଥିଲା ଓ ତାହା ଗାଁରେ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ୭୩ତମ ସମ୍ବିଧାନ ସଂଶୋଧନ ପରେ ସମଗ୍ର ଭାରତ ବର୍ଷରେ ଗ୍ରାମସଭାକୁ ସାମ୍ବିଧାନିକ ସ୍ଵୀକୃତି ମିଳିଲା । ନିଜ ଯୋଜନା ନିଜେ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ ହେଲା । ଆମ ରାଜ୍ୟ ଓଡିଶା ଏ ଦିଗରେ ଗୋଟିଏ ପାଦ ଆଗକୁ ଯାଇ ପଲ୍ଲିସଭା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିବାର ନିୟମ ପ୍ରଣୟନ କରିଛନ୍ତି । ଗୋଟିଏ ରାଜସ୍ଵ ମୌଜା ପାଇଁ ଗୋଟିଏ ପଲ୍ଲିସଭା ବସିବ । ଯଦି ଗୋଟିଏ ରାଜସ୍ୱ ମୌଜା ବା ଗାଁରେ ଗୋଟିଏରୁ ଅଧିକ ୱାର୍ଡ ଥିବ ତେବେ ମଧ୍ୟ ସେହିମୌଜା ପାଇଁ ଗୋଟିଏ ପଲ୍ଲୀସଭା ବସିବ । ଗାଁରେ ବାସ କରୁଥିବା ପ୍ରତ୍ୟେକ ସାବାଳକ (ଉଭୟ ପୁରୁଷ ଓ ମହିଳା) ଏହି ପଲ୍ଲୀସଭାରେ ଯୋଗ ଦେଇ ତାଙ୍କ ପଲ୍ଲୀର ସମସ୍ତ ଯୋଜନା ବିଷୟରେ ଆଲୋଚନା କରିବେ ଏବଂ ନୂଆ ନୂଆ ପ୍ରସ୍ତାବ ମାନ ଗ୍ରାମସଭାକୁ ସୁପାରିଶ କରିବେ । ପଲ୍ଲିସଭାର ସଂଜ୍ଞା ଗ୍ରାମ ପଞ୍ଚାୟତ ଆଇନ୍-୧୯୬୪ ର ଧାରା ୬ ଅନୁସାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ନେଇ ଏକ ପଲ୍ଲିସଭା ଗଠନ କରାଯାଏ । ଯେଉଁ କ୍ଷେତ୍ରରେ ଗୋଟିଏ ୱାର୍ଡ ମଧ୍ୟରେ ଏକରୁ ଅଧିକ ରାଜସ୍ୱ ଗ୍ରାମର ସୀମା ରହିଥାଏ ସେ କ୍ଷେତ୍ରରେ ସେହି ସବୁ ଗ୍ରାମକୁ ନେଇ ଗୋଟିଏ ପଲ୍ଲିସଭା ହୁଏ । ଏହାର ଅର୍ଥ ହେଲା ଗୋଟିଆ ପଲ୍ଲୀସଭାରେ ଏକରୁ ଅଧିକ ୱାର୍ଡ ଓ ଗ୍ରାମ ମଧ୍ୟ ରହିପାରେ । ଏହାର ସଦସ୍ୟ ପଲ୍ଲିସଭା ଆଞ୍ଚଳ ଭିତରେ ରହୁଥିବା ସବୁ ଭୋଟ ଡାଟା ପଲ୍ଲୀସଭାର ସଦସ୍ୟ । ତେଣୁ ପଲ୍ଲୀସଭାର ବୈଠକରେ ଯୋଗଦେବା ପାଇଁ କୌଣସି ବ୍ୟକ୍ତି ବିଶେଷଙ୍କୁ ଚିଠି ଦେଇ ଡକାଯାଏ ନାହିଁ । ନୋଟିସ୍, ଡେଙ୍ଗୁରା ଓ ଆବଶ୍ୟକସ୍ଥଳେ ମାଇକ୍ ପ୍ରସ୍ତୁତି ଜରିଆରେ ପଲ୍ଲୀସଭାର ସ୍ଥାନ ଓ ସମୟ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯାଇଥାଏ । ଗୋଟିଏ ପରିବାରରୁ ଭୋଟ ଦେଉଥିବା ସ୍ଵାମୀ, ସ୍ତ୍ରୀ, ପୁଅ ଓ ଝିଅ ସମସ୍ତେ ପଲ୍ଲୀସଭାରେ ଯୋଗ ଦେଇ ପାରିବେ । ପଲ୍ଲିସଭା ବୈଠକରେ ମୋଟ ସଦସ୍ୟ ସଂଖ୍ୟାର ଶତକଡା ୧୦ ଭାଗ ଯେପରି ଯୋଗଦାନ କରିବେ ସେ ବିଷୟରେ ପଲ୍ଲୀସଭାର ସଭାପତି ଯତ୍ନବାନ ହେବେ । ସମୟ ଆଇନ ଅନୁଯାଇ ପ୍ରତ୍ୟେକ ବର୍ଷ ଫ୍ରେବୃୟାରି ମାସରେ ଏହାର ବାର୍ଷିକ ବୈଠକ ହୁଏ । ଏହାଛଡା ହିତାଧିକାରୀ ବାଛିବା, ପଲ୍ଲିସଭା ଅଞ୍ଛଳରେ କାର୍ଯ୍ୟକାରିହେବାକୁ ଥିବା ପ୍ରକଳ୍ପ ସ୍ଥିର କରିବା, ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଏହାର ଦାୟିତ୍ଵ ଠିକାଦାରଙ୍କ ବଦଳରେ ଜଣେ ଗ୍ରାମବାସୀଙ୍କୁ ଦେବା ପାଇଁ ଗ୍ରାମ୍ୟ ନେତା ବାଛିବା ଆଦି କାର୍ଯ୍ୟ ପାଇଁ ପଲ୍ଲୀସଭାର ସ୍ଵତନ୍ତ୍ର ବୈଠକ ମଧ୍ୟ ଡକାଯାଇ ପାରିବ । ସଭାପତି ପଲ୍ଲୀସଭା ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବା ୱାର୍ଡ ମେମ୍ବର ଥାଆନ୍ତି ତେବେ ଗ୍ରାମ୍ୟ ପଞ୍ଚାୟତ ଦ୍ଵାରା ସ୍ଥିର କରାଯାଇଥିବା ତାଲିକା ଅନୁସାରେ ୱାର୍ଡ ମେମ୍ବରମାନେ କ୍ରମ ଅନୁସାରେ ପଲ୍ଲିସଭା ବୈକରେ ସଭାପତିତ୍ଵ କରିଥାନ୍ତି । ୱାର୍ଡ ମେମ୍ବରମାନଙ୍କ ଅନୁପସ୍ଥିତିରେ, ଉପସ୍ଥିତ ସଦସ୍ୟମାନେ ନିଜ ମଧ୍ୟରୁ ଜଣକୁ ସଭାପତି ଭାବେ ବାଛି ପାରିବେ । କୌଣସି ପରିସ୍ଥିତିରେ ମଧ୍ୟ ସରକାରୀ କର୍ମଚାରୀ ପଲ୍ଲୀସଭା ବୈଠକରେ ସଭାପତିତ୍ଵ କରିପାରିବେ ନାହିଁ । ପଲ୍ଲୀସଭାର ବିବରଣୀ ପଲ୍ଲିସଭା ବୈଠକରେ ବିବରଣୀ ପଞ୍ଚାୟତ ସଂପାଦକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲିପିବଦ୍ଧ କରିବେ । ଯଦି ପଞ୍ଚାୟତ ସମ୍ପାଦକ ଅନୁପସ୍ଥିତ ଥାଆନ୍ତି ତେବେ ସଭାପତିଙ୍କ ଅନୁମୋଦନକ୍ରମେ ଗ୍ରାମର ଜଣେ ସାବାଳକ ଏହି କାର୍ଯ୍ୟ ତୁଲାଇ ପାରିବେ । ବୈଠକ ଶେଷରେ ପଲ୍ଲୀସଭାରେ ଆଲୋଚାନା ବିଷୟ ପଲ୍ଲୀସଭାର ବାର୍ଷିକ ବୈଠକ ପ୍ରତି ବର୍ଷର ଫ୍ରେବୃୟାରି ମାସରେ ବସିବ । ଏଥିରେ ଆଗାମୀ ବର୍ଷର ଯୋଜନା ସ୍ଥିର କରାଯିବ । ଗ୍ରାମ ପଞ୍ଚାୟତ ପଠାଇଥିବା ଆୟ ଏବଂ ବ୍ୟୟର ଆକଳନ ନିମନ୍ତେ ପଲ୍ଲୀସଭାରୁ ମଧ୍ୟ ସୁପାରିଶ କରାଯିବ । ପ୍ରକଳ୍ପ ବା ନୂଆ ପ୍ରୋଜେକ୍ଟ ଆରମ୍ଭ ହେବା ପୂର୍ବରୁ ଶ୍ରମିକ ନେତା ଚୟନ କାମ ପଲ୍ଲୀସଭା କରିବ ଦାରିଦ୍ର ଦୂରୀକରଣ ଯୋଜନା ନିମନ୍ତେ ଯେଉଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ, ତାହାକୁ କ୍ରମ ଅନୁସାରେ ଲେଖି ଗ୍ରାମସଭାର ଅନୁମୋଦନପାଇନ ପାଇଁ ପଠାଯିବ । ସ୍ଵତନ୍ତ୍ର ପଲ୍ଲୀସଭାରେ ଯେଉଁ ବିଷୟକୁ ନେଇ ପଲ୍ଲିସଭା ଡକାଯାଇଥିବ, ସେ ବିଷୟରେ ହିଁ ଆଲୋଚନା ହେବ । ପଲ୍ଲୀସଭାର କୋରମ – ଧାରା ୬ ଉପଧାରା ୫(କ) ଅନୁସାରେ ପଲ୍ଲୀସଭାରେ ମୋଟ ସଭ୍ୟ ସଂଖ୍ୟାର ଏକ ଦଶାଂସ ସଭ୍ୟ ଉପସ୍ଥିତ ରହିବା ପାଇଁ ପ୍ରଚାର ପ୍ରସାର ମାଧ୍ୟମରେ ଚେଷ୍ଟା କରାକିବ । ଯଦି କୋରମ ଅଭାବରୁ ବୈଠକ ସ୍ଥଗିତ ରହେ ତାହା ଅନ୍ୟ ଏକ ଦିନକୁ ଘୁଞ୍ଚାଇଦିଆଯିବ ଏବଂ ପରବର୍ତ୍ତୀ ବୈଠକ ପାଇଁ ଫୋରମ ଦରକାର ହେବ ନାହିଁ । ଏଥିପାଇଁ ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ମନେରଖିବା ଦରକାର ଯେ,ତାଙ୍କ ପଲ୍ଲୀସଭାର ମୋଟ ସଭ୍ୟ ସଂଖ୍ୟା କେତେ,ସେହି ଅନୁସାରେ ସେମାନେ କୋରମ ହେବା ନ ହେବା ଜାଣିପାରିବେ । କୋରମ ଅଭାବରୁ ବୈଠକ ସ୍ଥଗିତ ଜଖାଯାଇ ଘୁଞ୍ଚାଇ ଦିଆଗଲେ,ପୁନର୍ବାର ନିୟମ ୨୩ ଅନୁସାରେ ପୂର୍ଣ ୧୫ ଦିନିଆ ନୋଟିସ ଦିଆଯିବ । ପଲ୍ଲିସଭାର ନୋଟିସ୍ ନିୟମ ୨୩ ଆନୁସାରେ ପଲ୍ଲିସଭା ପାଇଁ ପୂର୍ଣ୍ଣ ୧୫ ଦିନିଆ ନୋଟିସ ଦିଆଯିବ । ଏହି ନୋଟିସ ପଲ୍ଲିସଭା ଅଞ୍ଚଳରେ ଡେଙ୍ଗୁରା ମାଧ୍ୟମରେ ସର୍ବସାଧାରଣଙ୍କୁ ଜଣାଇଦିଆଯିବ । ଏହା ବ୍ୟତୀତ ନୋଟିସର ନକଲ ପଲ୍ଲିସଭା ଅଞ୍ଚଳରେ ଥିବା ସମସତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଯୁବକ ସଂଘ ଗୃହ, ମହିଳା ସମିତି ଗୃହ, ସ୍ଵେଚ୍ଛାସେବି ଅନୁଷ୍ଠାନ ଏବଂ ବଜାର ଛକମାନଙ୍କରେ ସର୍ବସାଧାରଣ ଗୋଚରାର୍ଥେ ଲଟକା ଦିଆଯିବ । ମହିଳାଙ୍କ ଭାଗୀଦାରୀତା ପଲ୍ଲୀସଭାରେ ଉଭୟ ପୁରୁଷ ଏବଂ ମହିଳା ଯୋଗ ଦେଇ ନିଜ ପାଇଁ ନିଜେ ଯୋଜନା ପ୍ରସ୍ତୁତ କରିବା ଲାଗି ଆଲୋଚନା କରିବେ । ଉପସ୍ଥିତ ସମୁଦାୟ ସଭ୍ୟଙ୍କ ମଧ୍ୟରୁ ଯେପରି ଏକ ଦଶାଂସ ମହିଳା ଉପସ୍ଥିତ ରହିବେ ତାହାକୁ ସୁନିଶ୍ଚିତ କରିବାକୁ ପଡିବ । ପଲ୍ଲିସଭା ସମ୍ବନ୍ଧିତ କେତେକ ସୂଚନା ଧାରା ୬ ଉପଧାରା ୨ ଅନୁସାରେ ପଲ୍ଲିସଭା ଅଞ୍ଚଳର ସମସ୍ତ ଭୋଟରମାନଙ୍କୁ ପଲ୍ଲୀସଭାର ସଭ୍ୟ ବୋଲି ଗ୍ରହଣ କରାଯିବ । ଧାରା ୬ ଉପଧାରା ୩ ଅନୁସାରେ ପ୍ରତିବର୍ଷ ଫ୍ରେବୃୟାରି ମାସରେ ପଲ୍ଲିସଭା ଅନୁଷ୍ଠିତ ହୁଏ । ପଲ୍ଲୀସଭାରେ ୱାର୍ଡସଭ୍ୟ/ସଭ୍ୟା ସଭାପତିତ୍ଵ କରନ୍ତି । ଯେଉଁ ପଲ୍ଲୀସଭାରେ ଏକରୁ ଅଧିକ ୱାର୍ଡ ଥାଏ, ସେ କ୍ଷେତ୍ରରେ କେଉଁ ୱାର୍ଡ ସଭ୍ୟ ପଲ୍ଲୀସଭାରେ ସଭାପତିତ୍ଵ କରିବେ ତାହା ଗ୍ରାମପଞ୍ଚାୟତ ବୈଠକରେ କ୍ରମାନ୍ଵୟରେ ସ୍ଥିର କରାଯାଇଥିବ । ପଲ୍ଲିସଭା ବୈଠକ ଦିନ ଯଦି ସେହି ପଲ୍ଲିସଭା ଅଞ୍ଚଳର ସମସ୍ତ ୱାର୍ଡସଭ୍ୟ ଅନୁପସ୍ଥିତ ଥିବେ, ଉପସ୍ଥିତ ପଲ୍ଲିସଭା ସଭ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ବଛାଯାଇ ସଭାପତି କରାଯିବ । କେତେକ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରତ୍ୟେକ ରାଜସ୍ୱ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଭୋଟରଙ୍କୁ ପଲ୍ଲୀସଭାର ସଭ୍ୟ କୁହାଯାଏ । ଯଦି କୌଣସି ୱାର୍ଡରେ ୨ ଗୋଟି ରାଜସ୍ୱ ଗ୍ରାମ ଥାଏ ତେବେ ଦୁଇଗୋଟି ରାଜସ୍ୱ ଗ୍ରାମକୁ ଗୋଟିଏ ପଲ୍ଲୀସଭା ବୋଲି ସ୍ଥିର କରାଯାଏ । ପଲ୍ଲିସଭା ମାଧ୍ୟମରେ ଲୋକମାନେ ନିଜ ଗ୍ରାମପାଇଁ ଆବଶ୍ୟକ ତଥା ଉଚିତ ମନେ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବଦ୍ଧରେ ଗ୍ରାମ ସଭାର ସୁପାରିସ ଅନୁସାରେ ଗ୍ରାମ ପଞ୍ଚାୟତକୁ ଜଣାଇଥାଆନ୍ତି । ନିଜ ଆଞ୍ଚଳର ସମସ୍ୟାକୁ ଆଖି ଆଗରେ ରଖୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପଲ୍ଲିସଭା ମାଧ୍ୟମରେ ପ୍ରସ୍ତାବ ଗ୍ରହଣ କରାଯାଇଥାଏ । ପଲ୍ଲିସଭା ବୈଠକ ପାଇଁ ଗ୍ରାମପଞ୍ଚାୟତ ବୈଠକରେ ସ୍ଥାନ,ତାରିଖ ଓ ସମୟ ସ୍ଥିର କରାଯାଏ । ପଲ୍ଲିସଭା ଡାକିବା ପାଇଁ ଗ୍ରାମ ପଞ୍ଚାୟତ ବ୍ୟବସ୍ଥା କରେ । ପଲ୍ଲୀସଭାର ବାର୍ଷିକ ବୈଠକ ପ୍ରତି ବର୍ଷ ଫ୍ରେବୃୟାରି ମାସରେ ଅନୁଷ୍ଠିତ ହୁଏ । ପଲ୍ଲିସଭା ବୈଠକ ପାଇଁ ପୂର୍ଣ୍ଣ ୧୫ ଦିନିଆ ନୋଟିସ୍ ଦିଆଯାଏ । ସ୍ଥଳେ ଗ୍ରାମ ପଞ୍ଚାୟତ କିମ୍ବା ପଲ୍ଲିସଭା ସଭ୍ୟ ସଂଖ୍ୟାର ଏକ ପଞ୍ଚମାଂଶ କିମ୍ବା ସରପଞ୍ଚ ଚାହିଦା ଅନୁସାରେ ପଲ୍ଲିସଭା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥାଏ । ପଲ୍ଲୀସଭାର ସଭ୍ୟମାନେ ଚାହିଁଲେ ୩୦ ଦିନ ପୂର୍ବରୁ ସ୍ଵତନ୍ତ୍ର ବୈଠକ ପାଇଁ ସରପଞ୍ଚଙ୍କୁ ଅନୁରୋଧ କରିବା ଦରକାର ଏବଂ ସେମାନେ ସ୍ଥାନ, ସମୟ ଓ ତାରିଖ ଦର୍ଶାଇବେ । ସଭ୍ୟ ମାନଙ୍କ ଅନୁରୋଧ କ୍ରମେ, ଯଦି ଗ୍ରାମପଞ୍ଚାୟତ ପଲ୍ଲିସଭା ବୈଠକ ୩୦ ଦିନ ମଧ୍ୟରେ ଡାକି ପାରିବେ ନାହିଁ, ସଭ୍ୟମାନେ ତାଙ୍କର ପୂର୍ବପ୍ରସ୍ତାବ ଅନୁସାରେ ବୈଠକ ଅନୁଷ୍ଠିତ କରିପାରିବେ । ପଲ୍ଲୀସଭା ପାଇଁ ନୋଟିସ୍, ପଲ୍ଲିସଭା ଅଞ୍ଚଳର ପ୍ରତ୍ୟେକ ଶିକ୍ଷାଅନୁଷ୍ଠାନ, ସର୍ବସାଦାରଣ ଯାତାୟତ ସ୍ଥାନ, ହାଟ,ବଜାର, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗୁଡିକରେ ଲଟକାଇବା ସହିତ ଡେଙ୍ଗୁରା ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଯିବ । ପଲ୍ଲିସଭା ଅଞ୍ଛାଳର ୱାର୍ଡସଭ୍ୟ, ପଲ୍ଲୀସଭାରେ ସଭାପତିତ୍ଵ କରିବେ । କୌଣସି ପଲ୍ଲିସଭା ଅଞ୍ଚଳରେ ଯଦି ଏକରୁ ଅଧିକ ସଭ୍ୟ ଥାଆନ୍ତି ତେବେ ପୂର୍ବରୁ ଗ୍ରାମପଞ୍ଚାୟତ ବୈଠକର ନିଷ୍ପତି ଅନୁସାରେ ଜଣେ ୱାର୍ଡସଭ୍ୟ ସଭାପତିତ୍ଵ କରିବେ । କୌଣସି କାରଣରୁ ପଲ୍ଲୀସଭା ଦିନ ୱାର୍ଡ ସଭ୍ୟ ଅନୁପସ୍ଥିତ ରହିଲେ ଉପସ୍ଥିତ ପଲ୍ଲୀସଭା ସଭ୍ୟ ମାନେ ସେମାନଙ୍କ ମଧ୍ୟରୁ ଜଣକୁ ସଭାପତି ପାଇଁ ସ୍ଥିର କରିବେ । ପଲ୍ଲୀସଭାର ମୋଟ ସଭ୍ୟ ସଂଖ୍ୟାର ଏକ ଦଶାଂସ ସଭ୍ୟ ଉପସ୍ଥିତ ହେଲେ ବୈଠକ ଆରମ୍ଭ କରାଯିବ କାରଣ ଏକ ସଂଖ୍ୟା କୁ କୋରମ ବୋଲି ଆଇନ କୁହାଯାଇଛି । କୋରମ ଅଭାବ ହେଲେ ବୈଠକ ସେହିଦିନ ସ୍ଥଗିତ ରଖାଯାଇ ଅନ୍ୟ ଦିନ ପାଇଁ ନିଷ୍ପତି ନିଆଯାଏ ଏବଂ ଏଥିପାଇଁ ପୁନର୍ବାର ପୂର୍ଣ୍ଣ ୧୫ଦିନିଆ ନୋଟିସ୍ ଦିଆଯାଏ । ପଲ୍ଲୀସଭାରେ ଉପସ୍ଥିତ ସଭ୍ୟସଂଖ୍ୟାର ଏକଦଶାଂସ ମହିଳା ସଭ୍ୟ ଉପସ୍ଥିତ ରହିବା ପାଇଁ ଚେଷ୍ଟିତ ହେବେ । ଗ୍ରାମପଞ୍ଚାୟତ ସମ୍ପାଦକ /କାର୍ଯ୍ୟର୍ନିର୍ବାହୀ ଅଧିକାରୀ, ବୈଠକ ପ୍ରସ୍ତାବ ଗୁଡିକ ନିର୍ଦ୍ଧିଷ୍ଟ ବହିରେ ଓଡିଆରେ ଲେଖିବେ । କୌଣସି ସମୟରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କିମ୍ବା ଉଚ୍ଚକର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ ଅନୁସାରେ ପଲ୍ଲୀସଭା ବୈଠକ ଅନୁଷ୍ଠିତ ହୋଇପାରିବ । ପଲ୍ଲୀସଭାର ବିବରଣୀ ଗୁଡିକ ଗ୍ରାମ ସଭାରେ ଆଲୋଚନା କରିବା ପାଇଁ ଉପସ୍ଥାପନା କରାଯିବା । ଯଦି କୌଣସି ସଭ୍ୟ ବୈଠକ ବିବରଣୀ ଗୁଡିକ ସଭାପତି ଙ୍କ ଦ୍ଵାରା ଠିକ୍ ଭାବେ ଲେଖାଯାଇନଥିବା ସମ୍ପର୍କ ରେ ଗ୍ରାମପଞ୍ଚାୟତକୁ ଦରଖାସ୍ତ ମାଧ୍ୟମରେ ଜାଣନ୍ତୁ , ଗ୍ରାମପଞ୍ଚାୟତ ବୈଠକରେ ଏହାକୁ ବିଚାରକୁ ନେଇ ପୁନର୍ବାର ପଲ୍ଲୀସଭା ଅନୁଷ୍ଠିତ କରିପାରିବେ । ଆଧାର - ସେଣ୍ଟର ଫର ରୁରାଲ ଡେଭଲପମେଣ୍ଟ, ଭୁବନେଶ୍ଵର