অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ପ୍ରୟlସ । କିଛି ବଛା ବଛା ଗାଁରେ ପ୍ରାସଙ୍ଗିକ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ମିଶାଇ ସମନ୍ୱିତ ବିକାଶ କରି ବଂଚିତ ବର୍ଗର ସଶକ୍ତିକରଣ ହେଉଛି ଏହାର ଲକ୍ଷ୍ୟ । ୫୦ ପ୍ରତିଶତରୁ ଊର୍ଦ୍ଧ୍ଵ ଏସସି ଏସଟି ଜନସଂଖ୍ୟl ବିଶିଷ୍ଟ ଗାଁରେ ସମନ୍ୱିତ ବିକାଶ ପାଇଁ ଏହି ପ୍ରକଳ୍ପ ମାର୍ଚ୍ଚ ୨୦୧୦ରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା ।

ଆଦର୍ଶ ଗ୍ରାମ ପାଇଁ ଭିଜନ

ଆଦର୍ଶ ଗ୍ରାମ ହେଉଛି ଏପରି ଗ୍ରାମ ଯେଉଁଥିରେ ସବୁ ବର୍ଗର ଲୋକ ମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ ପରିମାଣରେ ଫିଜିକାଲ ଓ ସଂସ୍ଥାଗତ ଭିତ୍ତିଭୂମି ରହିଛି ଓ ସେମାନେ ସୌହାର୍ଦ ଭାବରେ ରହିଥାନ୍ତି ଓ ପରିବେଶ ଦୃଷ୍ଟିରୁ ମଧ୍ୟ ଗାଁଟି ପ୍ରଗତିଶୀଳ ରହିଥିବ । ଏହି ଗାଁ ଗୁଡିକରେ ମର୍ଯ୍ୟାଦାର ସହିତ ବଂଚିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ପ୍ରଦାନ କରିବା ସହ ଏଭଳି ପରିବେଶ ତିଆରି କରିବା ଦରକାର ଯାହା ଦ୍ଵାରା ସମସ୍ତ ନାଗରିକ ମାନେ ସେମାନଙ୍କର ସାମର୍ଥର ସର୍ବାଧିକ ବ୍ୟବହାର କରି ପାରିବେ । ଏହି ଗ୍ରାମ ଗୁଡିକ ନିମ୍ନ ଲିଖିତ ମାନକ ପୂରଣ କରୁଥିବା ଆବଶ୍ୟକ :

ଫିଜିକାଲ ଭିତ୍ତିଭୂମି

  • ନିକଟରେ ଥିବା ମୁଖ୍ୟ ରାସ୍ତାକୁ ସବୁ ଦିନିଆ ରାସ୍ତା ଜରିଆରେ ସଂଯୋଗ ହୋଇଥିବ ଯେପରିକି ବହୁ ଛୋଟ ଗାଁ କ୍ଷେତ୍ରରେ ପ୍ରତ୍ୟେକ ଛୋଟ ଗାଁ ପରସ୍ପର ସହିତ ସବୁଦିନିଆ ରାସ୍ତା ସହ ସଂଯୋଗ ହୋଇଥିବ ।
  • ଦୀର୍ଘ ସ୍ଥାୟୀ ଭାବେ ସମସ୍ତଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଥିବ ।
  • ପ୍ରତ୍ୟେକ ଘରେ ବିଜୁଳି ଥିବ ।
  • ଗାଁରେ ରାସ୍ତା ଥିବ, ଠିକ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ଥିବ ।
  • ଗାଁରେ ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଯୋଗ ସୁବିଧା ବ୍ୟବସ୍ଥା ଥିବ ଯେପରିକି ପୋଷ୍ଟ ଅଫିସ, ଟେଲିଫୋନ ଏବଂ ଯଦି ସମ୍ଭବ ଇଣ୍ଟରନେଟ ଏବଂ ଭାରତ ନିର୍ମାଣ ସାଧାରଣ ସେବା କେନ୍ଦ୍ର ଥିବ ( ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ଵାରା ଏହାର ସ୍ଥାପନା କରାଯାଇଥାଏ) ।
  • ଗାଁରେ କିମ୍ବା ଗାଁ ନିକଟରେ ପର୍ଯ୍ୟାପ୍ତ ବ୍ୟାଙ୍କ ସୁବିଧା ନିୟମିତ ( ବ୍ରିକ ଓ ମୋର୍ଟାର) ଶାଖା ଜରିଆରେ ଏବଂ ବିଜନେସ କରେସ୍ପୋଣ୍ଡେଣ୍ଟ ବିଜନେସ ଫେସିଲିଟେଟର ମଡେଲରେ ।
  • ପ୍ରତ୍ୟେକ ନାଗରିକ ମାନଙ୍କର ଆବାସିକ ସୁବିଧା ଥିବ, କେହି ଗୃହ ହୀନ ହୋଇ ନ ଥିବେ ।

ପରିମଳ ଓ ପରିବେଶ

  • ଗାଁରେ ଉଚ୍ଚ ଡିଗ୍ରୀ ବିଶିଷ୍ଟ ପରିମଳ ବ୍ୟବସ୍ଥା ଥିବ, ଶୁଖିଲା ପାଇଖେନା ନ ଥିବ, ଖୋଲାରେ କେହି ଝାଡା ଯାଉ ନ ଥିବେ, ଗାଁରେ ସାନିଟାରୀ ଟଏଲେଟ, ଡ୍ରେନ ଓ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ସଠିକ ବ୍ୟବସ୍ଥା ଥିବ । ଗାଁ ଟି ନିର୍ମଳ ଗ୍ରାମ ପୁରସ୍କାରର ମାନକୁ ପୂରା କରୁଥିବ ।
  • ଗାଁ ତାର ପରିବେଶର ଦେଖାଶୁଣା, ଗଛ ଲଗାଇ ଓ ବିଭିନ୍ନ ଜଳାଶୟର ରକ୍ଷଣା ବେକ୍ଷଣ କରି ନବୀକରଣ ଯୋଗ୍ୟଶକ୍ତି ସ୍ରୋତ ଯେପରିକି ବାଇଓ ଗ୍ୟାସ, ସୌର ଶକ୍ତିକୁ ବ୍ୟବହାର କରି ।
  • ଧୁଆଁ ବିହୀନ ଚୁଲୀ ବ୍ୟବହାର କରିବା ମାଧ୍ୟମରେ କରିବ ।

ସାମାଜିକ ଭିତ୍ତିଭୂମୀ, ମାନବ ବିକାଶ ଏବଂ ସାମାଜିକ ସଦଭାବ

  • ଗାଁରେ ଅଙ୍ଗନୱାଡି କେନ୍ଦ୍ର ଓ ସଠିକ ସ୍ତର ପର୍ଯ୍ୟନ୍ତ ସ୍କୁଲ ଥିବ ।
  • ଗାଁରେ ଅଙ୍ଗନୱାଡି, ସ୍କୁଲ, ସ୍ଵାସ୍ଥ୍ୟ କେନ୍ଦ୍ର ପଞ୍ଚାୟତ, କମ୍ୟୁନିଟି ହଲ ପାଇଁ ଆକର୍ଷଣୀୟ କୋଠା ଥିବ । ଖେଳ ଅନ୍ୟ ଶାରୀରିକ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ସୁବିଧା ଥିବ ।
  • ଗାଁର ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଅଙ୍ଗନୱାଡିରେ ପଞ୍ଜୀକୃତ ହୋଇଥିବେ ଓ ନିୟମିତ ଭାବେ ଆସୁଥିବେ । ସେହିଭଳି ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ବିଦ୍ୟlଳୟରେ ନାମ ଲେଖାଇବା ସହ ନିୟମିତ ଭାବେ ସ୍କୁଲ ଆସୁଥିବେ ।
  • ସମସ୍ତ ବୟସ୍କ ବ୍ୟକ୍ତି ମାନେ ଅତି କମରେ ସାକ୍ଷର ଭାବେ କାମ କରି ପାରୁଥିବେ, ପାଠପଢା ଜାରୀ ରଖିବା ସୁବିଧା ପାଇଁ ପାରୁଥିବେ ।
  • ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ରିପ୍ରଡକ୍ଟିଭ ଚାଇଲ୍ଡ ହେଲ୍ଥ ସୁବିଧା ସମସ୍ତେ ପାଉଥିବେ ଏଥିରେ ମା ମାନଙ୍କ ପାଇଁ ପୂର୍ବରୁ ଗର୍ଭଧାରଣ ଓ ଗର୍ଭଧାରଣ ପରର ସୁବିଧା ଥିବ ।
  • ଶତ ପ୍ରତିଶତ ଡାକ୍ତରଖାନାରେ ପିଲା ଜନ୍ମ, ପିଲା ମାନଙ୍କର ପୂର୍ଣ୍ଣ ଇମୁନାଇଜେସନ ଇତ୍ୟାଦି ସୁବିଧା ।
  • ଗାଁରେ ଏକ କମ୍ୟୁନିଟି ହିସାବରେ ପିଲା ବିଶେଷ ଭାବେ ଝିଅ ପିଲା ମାନଙ୍କର, ବୟସ୍କ ନାଗରିକ ମାନଙ୍କର ତଥା ଭିନ୍ନକ୍ଷମ ଲୋକ ମାନଙ୍କର ବିଶେଷ ଦେଖାଶୁଣା କରୁଥିବ ।
  • ଗାଁରେ ସାର୍ବଜନିକ ଭାବେ ମଦ କିମ୍ବା ଅନ୍ୟ ଏପରି ଜିନିଷର ବ୍ୟବହାର ହେଉ ନଥିବ, ଏଗୁଡିକର ସାଧାରଣ ବ୍ୟବହାରକୁ ହତୋତ୍ସାହିତ କରାଯିବ ।
  • ଗାଁରେ ସକ୍ରିୟ ଗ୍ରାମସଭା, ଗ୍ରାମ ପଞ୍ଚାୟତ, ମହିଳା ସ୍ଵରୋଜଗାରୀ ସ୍ଵୟଂ ସହାୟତା ସମୁହ, ଯୁବ କ୍ଲବ ଏବଂ ମହିଳା ମଣ୍ଡଳ ଥିବ।
  • ଜାତି ଆଧାରରେ କାହା ସହିତ ଭେଦଭାବ କରାଯାଉ ନ ଥିବ, ଅସ୍ପୃଶ୍ୟତାର ସମ୍ପୂର୍ଣ୍ଣ ନଥିବ, ଦୁର୍ବଳ ବର୍ଗର ଲୋକଙ୍କ ମନରେ ସୁରକ୍ଷାର ଭାବନା ଥିବ ।
  • ଗାଁର ନାଗରିକ ମାନେ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ଥିବେ ସେହିପରି ସେମାନେ ନିଜର ମୌଳିକ କର୍ତ୍ତବ୍ୟ କରିବା ନେଇ ମଧ୍ୟ ସଚେତନ ଥିବେ ।

ଜୀବନ ଜୀବିକା

  • ଗାଁର ସମସ୍ତ ଯୁବକ ଓ ପ୍ରାପ୍ତ ବୟସ୍କ ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ରୋଜଗାର ଏବଂ ଜୀବନ ଜୀବିକାର ମାଧ୍ୟମ ଥିବ ସେମାନଙ୍କର କୌଶଳ ବୃଦ୍ଧି ସମ୍ପର୍କରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଥିବ, ଯାହା ଫଳରେ ସେମାନଙ୍କ ମଧ୍ୟରୁ ଯେତେ ଅଧିକ ଲୋକ କୌଶଳ ରୋଜଗାରରେ ଥିବେ ।
  • ଗାଁର ସମସ୍ତ ଆର୍ଥିକ ଗତିବିଧିରେ ବିଶେଷ ଭାବରେ କୃଷି, ପଶୁପାଳନ, ମତ୍ସଚାଷ ଆଦିରେ ନୂଆ ଟେକ୍ନଲୋଜି ଆଧାରରେ ପ୍ରଗତିଶୀଳ ଓ ଦକ୍ଷତା ବିଶିଷ୍ଟ ପ୍ରାକ୍ଟିସ ଆପଣାଯାଏ ।
  • ଗାଁର କୃଷି ଓ ଅନ୍ୟ ଉତ୍ପାଦ ଉପରେ ଆକର୍ଷକ ମୂଲ୍ୟ ପାଉଥିବେ ।

ଉଦ୍ଦେଶ୍ୟ

ବଛାଯାଇଥିବା ଗାଁ ଗୁଡିକର ସମନ୍ୱିତ ବିକାଶ କରି ଏଗୁଡିକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସୁନିଶ୍ଚିତ କରାଯିବ, ଯାହା ଦ୍ଵାରା,

  1. ସେମାନଙ୍କର ସମାଜିକ ଆର୍ଥିକ ବିକାଶ ପାଇଁ ତଥା ଆଦର୍ଶ ଗ୍ରାମର ଭିଜନରେ ଉଲ୍ଲେଖ ଥିବା ମାନକକୁ ଅଧିକରୁ ଅଧିକ ମାତ୍ରାରେ ପୂରଣ କରିବା ପାଇଁ ସେମାନଙ୍କ ନିକଟରେ ଆବଶ୍ୟକ ଶାରୀରିକ ଓ ସାମାଜିକ ଭିତ୍ତିଭୂମି ଥିବ ।
  2. ଏସସି ଏବଂ ଅଣ ଏସସି ଜନସଂଖ୍ୟl ମଧ୍ୟରେ ସାଧାରଣ ସାମାଜିକ ଆର୍ଥିକ ସୂଚକାଙ୍କ ( ସାକ୍ଷରତା ହାର, ପ୍ରାଥମିକ ଶିକ୍ଷା ପୂର୍ଣ୍ଣ କରିବା, ଆଇଏମଆର ବା ଏମଏମଆର, ଉତ୍ପାଦକର ଆସେଟ ଗୁଡିକର ମାଲିକାନା ଆଦି) ବୈଷମ୍ୟ ନ ଥିବ । ଏହି ସୂଚକାଙ୍କ ଗୁଡିକ ଅତି କମରେ ରାଷ୍ଟ୍ରୀୟ ହାର ପର୍ଯ୍ୟନ୍ତ ଆଣିବାକୁ ପଡିବ ଏବଂ
    • ସମସ୍ତ ବିପିଏଲ ପରିବାର ବିଶେଷ ଭାବେ ଏସସି ଜନସଂଖ୍ୟl ର ଖାଦ୍ୟ ଓ ଜୀବନ ଜୀବିକାର ସୁରକ୍ଷା ଥିବ ।
    • ସମସ୍ତ ପିଲା ମାନେ ଅତି କମରେ ଆଠ ବର୍ଷ ପାଠ ପଢିଥିବେ ।
    • ପୁଷ୍ଟିହୀନତା ବିଶେଷ ଭାବେ ପିଲା ଓ ମହିଳା ମାନଙ୍କ ମଧ୍ୟରେ ନ ଥିବ ।
    • ଅସ୍ପୃଶ୍ୟତା, ଭେଦଭାବ, ଏସସି ମାନଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ନ ଥିବ, ସେହିପରି ଅନ୍ୟ ସାମାଜିକ ବ୍ୟlଧି ଯେପରିକି ମହିଳା କିମ୍ବା ଝିଅ ପିଲାଙ୍କ ପ୍ରତି ଭେଦଭାବ, ମଦ୍ୟପାନ, ଡ୍ରଗ୍ସ ସେବନ ଆଦି ନ ଥିବ । ସମାଜର ସମସ୍ତ ବର୍ଗର ଲୋକ ମାନେ ମର୍ଯ୍ୟାଦାର ଓ ସମାନତାର ସହିତ ଏବଂ ସଦଭାବର ସହିତ ବଂଚି ପାରୁଥିବେ ।

କଭର କରାଯାଇଥିବା ଅଞ୍ଚଳ

ବର୍ତ୍ତମାନ ଏହି ଯୋଜନା ଦେଶର ପାଞ୍ଚଟି ରାଜ୍ୟ ରେ ଯେପରିକି ଆସାମ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁରେ ଲାଗୁ ହୋଇଛି ।

କାର୍ଯ୍ୟକାରିତା

ଏହି ଯୋଜନାଟି ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ଵାରା କାର୍ଯ୍ୟକାରୀ କରାଯାଉଛି । ବିଶେଷ ଭାବେ ଧ୍ୟlନ ଦେବା ସୁନିଶ୍ଚିତ କରିବା ପାଇଁ ଆଖପାଖର ଦୁଇ ତିନୋଟି ଜିଲ୍ଲା ଚୟନ କରାଯିବ ଏବଂ ପଛୁଆ ଜିଲ୍ଲାକୁ ଅଗ୍ରାଧିକାର ଦିଆଯିବ ଗାଁର ବିକାଶ ନିମ୍ନ ଲିଖିତ ଜିନିଷ ଜରିଆରେ ହେବ :

  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ଯୋଜନା ଗୁଡିକର କନଭର୍ଜେଣ୍ଟ କ୍ରିୟlନ୍ଵୟନ
  • ଉପରୋକ୍ତ ଯୋଜନା ଦ୍ଵାରା ଯେଉଁ କାମ ଗୁଡିକ କଭର ହୋଇ ପାରୁ ନାହିଁ, ସେଗୁଡିକ ଗ୍ୟାପ ଫିଲିଙ୍ଗ ଫଣ୍ଡ ଦ୍ଵାରା କରାଯିବ । ଏଥି ପାଇଁ ପ୍ରତ୍ୟେକ ଗାଁକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା  ଦିଆଯାଏ, ଯାହାକୁ ସଂଶୋଧନ କରାଯାଇ ୨୦ ଲକ୍ଷ ଟଙ୍କା ପ୍ରତି ଗାଁ କରାଯାଇଛି ଓ ଏହା ସେପ୍ଟେମ୍ବର ୨୦୧୧ରୁ ଲାଗୁ ହୋଇଛି ରାଜ୍ୟ ସରକାର ମଧ୍ୟ ଅନୁରୂପ ମ୍ୟାଚିଂ ଯୋଗଦାନ ଆଶା କରାଯାଉଛି ।

ପାଇଁଲଟ ପର୍ଯ୍ୟାୟରେ ଅଭିଜ୍ଞତାକୁ ଆଖି ଆଗରେ ରଖି ଏହି ଯୋଜନାକୁ ବଡ ମାତ୍ରାରେ କାର୍ଯ୍ୟକାରୀ କରିବାକୁ ବିଚାର କରାଯିବ ।

ଅଧିକ ସୂଚନା ପାଇଁ ଏଠାରେ କ୍ଲିକ କରନ୍ତୁ, କ୍ଲିକ କରନ୍ତୁ

ଆଧାର - "ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ"

Last Modified : 8/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate