ଆୟଠାରୁ ବ୍ୟୟ କମ ହେଲେ ବଳକା ଅର୍ଥକୁ ସାଇତି ରଖାଯାଏ । ଏହାକୁ ସଞ୍ଚୟ କୁହାଯାଏ ।
ପ୍ରଥମେ ନିୟମିତ ସଞ୍ଚୟାକରିବା ଦରକାର, ଏହା ଖର୍ଚ୍ଚର ଭରଣା କରିବା ସହିତ ପିଲାଙ୍କ ପାଠପଢା, ବିବାହ,ଚାଷ ପାଇଁ ବିହନ କିଣିବା,ନବଜାତ ଶିଶୁର ଯତ୍ନ ,ଅସୁସ୍ଥତା,ଦୁର୍ଘଟଣା,ମୃତ୍ୟୁ ,ପ୍ରାକୃତିକ ବିପର୍ଜ୍ୟୟ,ବାର୍ଦ୍ଧକ୍ୟ ଜନିତ ସମସ୍ୟାବେଳେ କାମରେ ଆସିବ । ଯେକୌଣସି ଜରୁରୀ କାମବେଳେ ବ୍ୟାଙ୍କ ସଞ୍ଚୟ କାମରେ ଆସିଥାଏ ।ସାଧାରଣତଃ ଆମେ ସଂଚିତ ଅର୍ଥକୁ ଘରେ ରଖିଥାଉ । ମାତ୍ର ଏହାର ନିରାପତ୍ତା ନେଇ ଆମେ ସବୁବେଳେ ଚିନ୍ତିତ । କେତେବେଳେ ଏହା ଚୋରି ହୋଇଯାଇଥାଏ କିମ୍ବା ଏହି ଅର୍ଥକୁ ଅଯଥା ଖର୍ଚ୍ଚ କରିଦେବାକୁ ମନ ବଳେ । ଆମେ ଘରେ ଟଙ୍କାକୁ ଗଚ୍ଛିତ ରଖିଲେ ତାହାର ଅଭିବୃଦ୍ଧି ହୋଇନଥାଏ । ଏଣୁ ଟଙ୍କାକୁ ଗଚ୍ଛିତ ରଖିଲେ ,ତାହାର ଅଭିବୃଦ୍ଧି ହୋଇନଥାଏ । ଏଣୁ ଟଙ୍କାକୁ ବ୍ୟାଙ୍କରେ , ତାହାର ଅଭିବୃଦ୍ଧି ହୋଇନଥାଏ । ଏଣୁ ଟଙ୍କାକୁ ବ୍ୟାଙ୍କରେ ସଞ୍ଚୟ କରାଯିବା ଆବଶ୍ୟକ । ତେବେ ରାଷ୍ଟ୍ରାୟତ ଓ ଅନ୍ୟାନ୍ୟ ସ୍ଵିକୃତିପ୍ରାପ୍ତ ବ୍ୟାଙ୍କ ଅଥବା ଡାକଘରେ ଜମାଖାତା ଖୋଲି ସଞ୍ଚୟ କରାଯାଇପାରିବ ।ବ୍ୟାଙ୍କରେ ଟଙ୍କା ରଖିଲେ ତାହା ସୁରକ୍ଷିତ ଓ ନିରାପଦ ରହିଥାଏ ।
ଜଣେ ବ୍ୟକ୍ତି ଜମାଖାତା,ରେକରିଂ ଖାତା / ସ୍ଥାୟୀ ଜମା ଖାତା ଖୋଲିପାରିବେ । ଏହା ଦରକାରବେଳେ କିମ୍ବା ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ ଋଣ ଆକାରରେ ଟଙ୍କା ଦେଇଥାଏ । ଦରମା/ମଜୁରି ଅର୍ଥ ବ୍ୟାଙ୍କ ଜମାଖାତାରେ ଭରଣା କରାଯାଇଥାଏ । ସମସ୍ତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯଥା – ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା “ମନରେଗା” ବାବଦ ମଜୁରି,ପେନସନ ଆଦି ସିଧାସଳଖ ବ୍ୟାଙ୍କ ଜମା ଖାତାକୁ ଯାଇଥାଏ । ସୁବିଧା ଅନୁସାରେ ଏହି ଅର୍ଥକୁ ଜମା କରାଯାଇଥାଏ କିମ୍ବା ଉଠାଣ କରାଯାଇଥାଏ । ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କଠାରୁ ଜମାଖାତା ପାଇଁ କୌଣସି ଦେୟ ନିଆଯାଏ ନାହିଁ ,ବରଂ ଜମା ଅର୍ଥ ଉପରେ ସୁଧ ପ୍ରଦାନ କରାଯାଇଥାଏ ।
ପ୍ରତ୍ୟେକ୍ଷ ନଗଦ ହସ୍ତାନ୍ତର ସ୍କିମରେ ଜଣେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସରକାର ପ୍ରତି ନିର୍ଦ୍ଧାରିତ ଯୋଜନାର ସବସିଡ ଅର୍ଥ ପଠାଇଥାନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଆପଣ ବ୍ୟାଙ୍କ ଖାତା ଖୋଲିଲେ । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ବାବଦରେ ଦେଉଥିବା ସବସିଡ ସିଧା ହିତାଧିକାରୀଙ୍କ ଜମାଖାତାରେ ପଇଠ ହେବ । ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିବା କ୍ଷଣି ଏହି ସବସିଡ ଅର୍ଥ ଜମାଖାତାକୁ ଆସିଯିବ ।
ସୁଧ କ’ଣ
ବ୍ୟାଙ୍କ ଜମାଖାତାରେ ରହିଥିବା ଟଙ୍କା ଉପରେ ସୁଧ ମିଳିଥାଏ । ସେହିପରି ବ୍ୟାଙ୍କରୁ ଟଙ୍କା ଋଣ ନେଲେ ତା ଉପରେ ସୁଧ ଦେବାକୁ ପଡିଥାଏ । ସାହୁକାରମାନଙ୍କ ତୁଳନାରେ ସ୍ଵିକୃତିପ୍ରାପ୍ତ ବ୍ୟାଙ୍କ ଯଥେଷ୍ଟ କମ ସୁଧ ଆଦାୟ କରିଥାଏ ।
ବି.ଏସ.ବି.ଡି.ଏ ଜମାଖାତା କ’ଣ
ବି.ଏସ.ବି.ଡି.ଏ ଜମାଖାତାଟି ହେଲା , ବେଶିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ ଏକାଉଣ୍ଟ ଯାହାକି କେୱାଇସି ରେକର୍ଡ ଜରିଆରେ ଏବଂ ଶୂନ୍ୟ ଜମାରେ ଖୋଲା ଯାଇଥାଏ ।
ବି.ଏସ.ବି.ଡି.ଏ.ର ବିଷୟବସ୍ତୁ ।
କେୱାଇସିର ସାଧାରଣ ପଦ୍ଧତିରେ ବେଶିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ ଏକାଉଣ୍ଟ ବା ଜମାଖାତା ଖୋଲା ଯାଇଥାଏ । ବ୍ୟାଙ୍କ ପକ୍ଷରୁ ଏଥିପାଇଁ କୌଣସି ଦେୟ ନିଆଯାଇ ନଥାଏ । ମାସକରେ ଜମାକାରୀ କୌଣସି ଦେୟ ପରିଶୋଧ ବିନା ମାସକୁ ୪ଥର ଟଙ୍କା ଉଠାଇ ପାରିଥାଏ । କୌଣସି ଦେୟ ଆଦାୟ ନ କରି ଜମା ଖାତାଧିକାରୀଙ୍କୁ ପାସବୁକ ଓ ଏଟିଏମ କାର୍ଡ ପ୍ରଦାନ କରିଥାଏ । ଜମାଖାତା ଜରିଆରେ ଦୈନଦିନ ଅର୍ଥ ଜମା,ଅର୍ଥ ଉଠାଣ ଦୁରସ୍ଥାନରୁ ଟଙ୍କା ଜମା ପ୍ରେରଣ କରିବା ଆଦି ସାମାଜିକ ସୁବିଧା ଯୋଗାଇଥାଏ ।
ଜରୁରୀକାଳୀନ ପରିସ୍ଥିତିରେ ସଞ୍ଚୟ ଜମାଖାତା ଜରିଆରେ ଛୋଟକାଟିଆ ଓଭରଡ୍ରାଫ୍ଟ ବା ବ୍ୟାଙ୍କରୁ ତତ୍କାଳ ହାତ-ଉଦ୍ଧାର କରିପାରିବେ । ବ୍ୟାଙ୍କ ଏହି ଓଭରଡ୍ରାଫ୍ଟକୁ ଋଣ ଭାବେ ଗ୍ରହଣ କରି ସୁଧ ଆଦାୟ କରିଥାଏ । ଆୟ ଉପାର୍ଜନ ଆଧାରରେ ବ୍ୟାଙ୍କ ଯଥା -କେ.ସି.ସି ଏବଂ ଜେ.ସି.ସି ପାଇଁ ମଧ୍ୟ ଋଣ ପ୍ରଦାନ କରିଥାଏ ।
ଉତ୍ତରାଧିକାରୀ ପଦ୍ଧତି କ’ଣ
ଯଦି ଜଣେ ଜମାଧିକାରୀଙ୍କ ମୃତ୍ୟୁ ଘଟେ ସେ କ୍ଷେତ୍ରରେ,ଜମାକାରୀ ଯାହାଙ୍କୁ ଉତ୍ତରାଧିକାରୀ ନିର୍ଦ୍ଧାରିତ କରିଥାନ୍ତି । ସେ କ୍ଷେତ୍ରରେ ବ୍ୟାଙ୍କ ଖାତାରେ ଜମାଥିବା ଅର୍ଥକୁ ସେ ଉଠାଇ ପାରିବେ ତେଣୁ ବ୍ୟାଙ୍କ ଜମାଖାତାଧିକାରୀମାନେ ସର୍ବଦା ତାଙ୍କ ଉତ୍ତରାଧିକାରୀଙ୍କୁ ରଖିବା ଉଚିତ୍ ।
ନୋ ଇୟୋର କଷ୍ଟମର କ’ଣ
ଜମାଖାତା ଖୋଲିବା ପୂର୍ବରୁ ଜମାଧିକାରୀଙ୍କ ସମ୍ପର୍କରେ ସମ୍ପୁର୍ଣ୍ଣ ବିବରଣୀ ହାସଲ କରିବା ହେଉଛି କେୱାଇସିର ମୂଳ ଲକ୍ଷ୍ୟ ବା ନିୟମ । କେୱାଇସି ଫର୍ମ ଦାଖଲ କରିବା ବେଳେ ସେଥିରେ ଯଥାକ୍ରମେ : ଫଟୋ,ପରିଚୟ ପତ୍ର ବାସସ୍ଥାନର ସଠିକ ବିବରଣୀ ସହିତ ଜମାଖାତା ଖୋଲିବା ଫର୍ମ ପୂରଣ କରି ବ୍ୟାଙ୍କକୁ ଜମା ଦିଆଯାଇଥାଏ । ଆଧାର କାର୍ଡ ମାଧ୍ୟମରେ ମଧ୍ୟ ବ୍ୟାଙ୍କ ଜମାଖାତା ଖୋଲାଯାଇପାରିବ । ମନେରଖ ଜବ କାର୍ଡ କିମ୍ବା ନିଜସ୍ଵ ପ୍ରମାଣପତ୍ର ପ୍ରଦାନ ଜରିଆରେ ଜଣେ ଜମାଖାତା ଖୋଲି ପାରିବେ ଏବଂ ଏ କ୍ଷେତ୍ରରେ କେୱାଇସି ବ୍ୟବସ୍ଥାରେ କୋହଳ କରାଯାଇଥାଏ । ତେବେ ଏ କ୍ଷେତ୍ରରେ କ୍ଷୁଦ୍ର ଅର୍ଥ ପରିଚାଳନା ଓ ନିର୍ଦ୍ଧାରିତ ବିଷୟ ବିଚାରକୁ ନିଆଯାଇଥାଏ ।
ଋଣ କ’ଣ
ଆୟ ଓ ଆବଶ୍ୟକତା ପୂରଣ ପାଇଁ ରୁଣ ଦରକାର ପଡିଥାଏ । ଯେତେବେଳେ ଆୟଠାରୁ ବ୍ୟୟ ଅଧିକ ହୁଏ ଏବଂ କୌଣସି ସଞ୍ଚୟ ନଥାଏ, ସେତେବେଳେ ଅର୍ଥର ଅଭାବ ପଡିଥାଏ । ତାହାକୁ ଋଣ ଜରିଆରେ ଭରଣା କରାଯାଇଥାଏ ।
ଋଣ ପରିଚାଳନା ଯୋଜନା କ’ଣ
ଯେଉଁମାନେ ଉପଯୁକ୍ତ ଋଣ ପରିଶୋଧ ପରିସରଭୁକ୍ତ ହୋଇଥିବେ,ଏବଂ ସେମାନେ ଆର୍ଥିକ ଦୂରବସ୍ଥା ମଧ୍ୟରେ ଗତି କରୁଥିବେ ସେମାନଙ୍କୁ ଏହି ଯୋଜନାରେ ଋଣ ପ୍ରଦାନ କରାଯାଇଥାଏ । ଏକ୍ଷେତ୍ରରେ ଋଣଗ୍ରହୀତା ଯେଭଳି ଋଣଦ୍ଵାରା ଭାରାକ୍ରାନ୍ତ ନହୁଏ ସେଥିପାଇଁ ବ୍ୟାଙ୍କ ପରାମର୍ଶଦାତା ବା ବ୍ୟାଙ୍କ ମିତ୍ରମାନେ ସହାୟତା କରିଥାନ୍ତି ।
ଅର୍ଥ ପରିଚାଳନା କରିବେ କିପରି
ଆର୍ଥିକ ପରିଚାଳନା ପାଇଁ ସଠିକ୍ ଯୋଜନା ପ୍ରସ୍ତୁତ କଲେ ଦକ୍ଷତାର ସହିତ ଅର୍ଥର ବିନିଯୋଗ ହୋଇପାରିବ । ଏକ ସପ୍ତାହ କିମ୍ବା ଏକମାସ ପାଇଁ ସମୟ ଧାର୍ଯ୍ୟ ହୋଇଥିବ । ସେହି ସମୟ ମଧ୍ୟରେ ଆର୍ଥିକ ଯୋଜନା ପରିଚାଳନା ପାଇଁ ଆର୍ଥିକ ହିସାବ ଖାତା ପରିଚାଳନା କରିବାକୁ ପଡିବ ।
ଆର୍ଥିକ ପରିଚାଳନା ଯୋଜନା କ’ଣ
ବ୍ୟକ୍ତିବିଶେଷ ତାଙ୍କ ଆର୍ଥିକ ସ୍ଥିତିକୁ ଦକ୍ଷତାର ସହିତ ଓ ଯୋଜନାବଦ୍ଧ ଭାବେ ପରିଚାଳନା କରିବାକୁ ପଡିବ । ଯାହାଦ୍ୱାରା କି ବିନିଯୋଗ,ସମ୍ପତ୍ତିର ମଞ୍ଜୁରୀ,ଅନିଷ୍ଟରୁ ମୁକ୍ତି,ଅବସର ପରିଚାଳନା କ୍ଷେତ୍ରରେ ସ୍ୱଳ୍ପ ମିଆଦୀ ଓ ଦୀର୍ଘମିଆଦୀ ଯୋଜନା ଆଦି ଗ୍ରହଣ କରିବାକୁ ପଡିବ ।
ଏହା ଗ୍ରାହକଙ୍କୁ କିଭଳି ସାହାଯ୍ୟ କରିଥାଏ ।
ଆର୍ଥିକ ପରିଚାଳନା ସହିତ,ଆର୍ଥିକ ପରିଚାଳନା ପାର୍ଥକ୍ୟର ବାଟ ଦେଖାଇବା,ଲିକ୍ୟୁଡିଟି ସୁପାରିଶ ,ଅନିଷ୍ଟରୁ ସୁରକ୍ଷା ଆଦି ସହିତ ଆର୍ଥିକ ସୁବିଧା ହାସଲ କରାଯାଇପାରିବ ।
ବ୍ୟାଙ୍କ ପକ୍ଷରୁ କି ପ୍ରକାର ଋଣ ପ୍ରଦାନ କରାଯାଇଥାଏ
କୃଷି,ଆନୁସଙ୍ଗିକ କାର୍ଯ୍ୟ, ବ୍ୟବସାୟ, ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ୟୁନିଟ ସ୍ଥାପନ,ବ୍ୟକ୍ତିଗତ ଋଣ,ଗୃହଋଣ,ଶିକ୍ଷାଋଣ, ବ୍ୟବସାୟିକ ଋଣ ଆଦି ଅନ୍ୟତମ । ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ ପକ୍ଷରୁ ସ୍ୱଳ୍ପ ମିଆଦି ,ଦୀର୍ଘ ମିଆଦି,ଓଭର ଡ୍ରାଫ୍ଟ,କାର୍ଯ୍ୟକାରୀ ପୁଞ୍ଜୀ ବାବଦରେ ଋଣ ପ୍ରଦାନ କରାଯାଇଥାଏ ।
ବ୍ୟାଙ୍କ ଜମାକାରୀଙ୍କ ଅର୍ଥକୁ ଋଣ ଆକାରରେ ପ୍ରଦାନ କରିଥାଏ । ଯଦି ଋଣ ପରିଶୋଧ ନ ହୁଏ ,ତାହାହେଲେ ଜମାକାରୀଙ୍କ ଅର୍ଥ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଫେରାଇ ହେବନାହିଁ । ଅନ୍ୟପକ୍ଷରେ ଋଣଗ୍ରହୀତାଙ୍କୁ ନୂତନ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କର କ୍ଷମତା ବାହାରେ ହୋଇଯିବ । ବ୍ୟାଙ୍କ ଋଣକୁ ଯଦି ଋଣଗ୍ରହୀତା ଠିକ ସମୟରେ ପରିଶୋଧ ନ କରନ୍ତି , ତେବେ ବ୍ୟାଙ୍କ ଗ୍ୟାରେଣ୍ଟରଙ୍କ ପକ୍ଷରୁ ଦିଆଯାଇଥିବା ସିକ୍ୟୁରିଟି ଅର୍ଥକୁ ଜବତ କରିବା ସହିତ ଋଣ ପରିମାଣ ଅର୍ଥ ଆଦାୟ ପାଇଁ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥାଏ । ଏ ବାବଦରେ ଋଣ ଓ ତା ଉପରେ ନିର୍ଦ୍ଧାରିତ ସୁଧ ମଧ୍ୟ ଆଦାୟ କରାଯାଏ ।
ଏସ.ଏଲ.ବି.ସି.କ’ଣ
ଏସ.ଏଲ.ବି.ସି ଅର୍ଥ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ଯାହାକି ସରକାର ଓ ବ୍ୟାଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହିତ ବ୍ୟାଙ୍କ ସେବା ଓ କାର୍ଯ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିଥାଏ । କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ଵିକୃତିପ୍ରାପ୍ତ ବ୍ୟାଙ୍କ ସଂଯୋଜକ ଭାବେ କାର୍ଯ୍ୟ କରିଥାଏ ।
ଅଗ୍ରଣୀ ବ୍ୟାଙ୍କ କ’ଣ
ଦେଶର ପ୍ରତ୍ୟେକ ଜିଲ୍ଲାପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଏକ ବ୍ୟବସାୟିକ ବ୍ୟାଙ୍କକୁ ସେହି ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କଭାବେ କାର୍ଯ୍ୟ କରିବା ଦାୟିତ୍ଵ ପ୍ରଦାନ କରାଯାଇଥାଏ ।
ପ୍ରତ୍ୟେକ ବ୍ୟାଙ୍କର ଅଭିଯୋଗ ଶୁଣାଣୀ ଅଧିକାରୀ ରହିଥାନ୍ତି । ଏ ସମ୍ପର୍କରେ ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଓ ୱେବସାଇଟ ଜରିଆରେ ଗ୍ରାହକମାନଙ୍କ ଆପତ୍ତି-ଅଭିଯୋଗର ସବିଶେଷ ବିବରଣୀ ଲିଖିତ ହୋଇଥାଏ । ଯଦି କୌଣସି ଅଭିଯୋଗ ଥାଏ ତେବେ ଗ୍ରାହକ ସେହି ବ୍ୟାଙ୍କର ଅଭିଯୋଗ ଶୁଣାଣୀ ଅଧିକାରୀଙ୍କଠାରେ ତାହା ଉପସ୍ଥାପନ କରିପାରିବେ । ମାତ୍ର ଯଦି ତାଙ୍କ ଅଭିଯୋଗ ଶୁଣାଣୀ ସମ୍ପର୍କରେ ସନ୍ତୁଷ୍ଟ ଣ ହେବେ , ତେବେ ସେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ୟାଙ୍କିଙ୍ଗ ଆମ୍ବୁଡସମ୍ୟାନ ବା ବ୍ୟାଙ୍କ ଲୋକପାଳଙ୍କ ନିକଟରେ ଅଭିଯୋଗ କରିପାରିବେ ।
ଆର୍ଥିକ ଅନ୍ତର୍ଭୂକ୍ତି କରଣ କାହିଁକି
ବ୍ୟାଙ୍କ ସେବା କ୍ଷେତ୍ରନେଇ ଅଧିକାଂଶ ଲୋକ ଅବଗତ ନୁହନ୍ତି । ଗତ ୨୦୦୫-୦୬ରୁ ବ୍ୟାଙ୍କ ସହିତ ଲୋକଙ୍କ ଆର୍ଥିକ ସମ୍ପୃକ୍ତ ବିଷୟରେ ଅବଗତ କରାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।
ଯେଉଁମାନେ ବ୍ୟାଙ୍କ ସେବା ପରିସରଭୁକ୍ତ ହୋଇପାରି ନାହାନ୍ତି,ସେମାନଙ୍କୁ ସାମିଲ କରିବା ଲାଗି ପଦକ୍ଷେପ ନିଆଯାଉଛି । ପ୍ରତ୍ୟେକ ବ୍ୟକ୍ତି ନିଜର ଆର୍ଥିକ ବିକାଶ ଲାଗି ବିଭିନ୍ନ ସ୍କିମ ଜରିଆରେ ଗୃହଉପକରଣ ଓ ବ୍ୟବସାୟ ଆଦି ପାଇଁ ଋଣ ନେଇଥାନ୍ତି । ଏଣୁ ବ୍ୟାଙ୍କ ଜମାଖାତା ମାଧ୍ୟମରେ ଏଭଳି ସେବା ହାସଲ କରିବା ହେଲା ଆର୍ଥିକ ଅନ୍ତର୍ଭୂକ୍ତିକରଣ ।
ଆର୍ଥିକ ସମ୍ପୃକ୍ତି କ’ଣ
ସମାଜର ଦୁର୍ବଳ ଶ୍ରେଣୀ ଓ ସ୍ୱଳ୍ପ ଆୟକାରୀ ଗୋଷ୍ଠୀ ତଥା ସଂସ୍ଥାକୁ ସେମାନଙ୍କ ଯୋଗ୍ୟତାକୁ ଆଧାର କରି ଆର୍ଥିକ ସମ୍ପୃକ୍ତିକରଣ ଜରିଆରେ ମୁଖ୍ୟ ସ୍ରୋତକୁ ଆଣିବା ଲାଗି ପଦକ୍ଷେପ ନିଆଯାଇଥାଏ ।
ଆର୍ଥିକ ସମ୍ପୃକ୍ତିକରଣ କ୍ଷେତ୍ରରେ ଚାଲେଞ୍ଜ କ’ଣ
ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଓ ଟେଲି ଯୋଗାଯୋଗର ଅଭାବ
ଆର୍ଥିକ ସମ୍ପୃକ୍ତିର ଜାତୀୟ ମିଶନ ବା ସଂପୂର୍ଣ୍ଣ ବିତୀୟ ସମାବେଶ କ’ଣ
ସମାଜର ଦୁର୍ବଳ ଏବଂ ସ୍ୱଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସମୟୋପଯୋଗୀ ଆର୍ଥିକ ସେବା ପ୍ରଦାନ ସହିତ ପର୍ଯ୍ୟାୟଭିତ୍ତିକ ଋଣ ଯୋଗାଇ ଦେବା ପାଇଁ ଆର୍ଥିକ ସମ୍ପୃକ୍ତି ଜାତୀୟ ମିଶନ ବା ସଂପୂର୍ଣ୍ଣ ବିତୀୟ ସମାବେଶର ପ୍ରତିବଦ୍ଧତା ।
ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ପ୍ରସ୍ତାବିତ ଯୋଜନା କିଭଳି କାର୍ଯ୍ୟକାରୀ ହୋଇଥାଏ ।
ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ପ୍ରସ୍ତାବିତ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ବାଦ ପଡିଯାଇଥିବା ଘରୋଇ ବ୍ୟକ୍ତି ବିଶେଷଙ୍କୁ ୧୫ଅଗଷ୍ଟ ୨୦୧୪ ରୁ ୧୪ ଅଗଷ୍ଟ ୨୦୧୫ ମଧ୍ୟରେ ବ୍ୟାଙ୍କ ସେବା ନେଟୱାର୍କ ମଧ୍ୟକୁ ଅଣାଯିବ ।
ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବିତ ଏନ.ଏମ.ଏଫ.ଆଇ ବା ଏସ.ଭି ଏସ କ’ଣ
ଦ୍ଵିତୀୟ ପର୍ଯ୍ୟାୟ ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ପ୍ରସ୍ତାବ କ’ଣ
ଦ୍ଵିତୀୟ ପର୍ଯ୍ୟାୟ ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ନିମ୍ନଲିଖିତ ପ୍ରସ୍ତାବଭୁକ୍ତ ଅଟେ
ଏସ.ଓ ଏସ କ’ଣ
ଅଗ୍ରଣୀ ବ୍ୟାଙ୍କ ଗୁଡିକର ଶାଖା ଜରିଆରେ ସେମାନଙ୍କୁ କାର୍ଯ୍ୟ ନିର୍ବାହ ପାଇଁ ଯେଉଁ ଦାୟିତ୍ଵ ପ୍ରଦାନ କରାଯାଉଛି ,ତାହାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଉପସେନା ଅଞ୍ଚଳ ଭୁକ୍ତ କରିବା । ୧୦୦୦ ରୁ ୧୫୦୦ ଲୋକ ବସବାସ କରୁଥିବା ଗ୍ରାମକୁ ଏକକ ଗ୍ରାମଭାବେ ଗ୍ରହଣ କରି ବ୍ୟାଙ୍କ ସୁବିଧା ପ୍ରଦାନ କରିବା ।
ବ୍ୟାଙ୍କ ଜମାଖାତା ଖୋଲିବା ପାଇଁ କ’ଣ ବ୍ୟବସ୍ଥା ରହିବ
ସଞ୍ଚୟ ଜମାଖାତାଧାରୀ ଶୁନ ଦେୟରେ ଖାତା ଖୋଲିପାରିବେ ଏବଂ ସେମାନଙ୍କୁ ଏଟିଏମ/ଡେବିଟ କାର୍ଡ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଏହି ଡେବିଟ କାର୍ଡର ନାମ ହେଲା ରୂପେକାର୍ଡ ।
ଗ୍ରାମାଞ୍ଚଳବାସୀଙ୍କୁ ମୂଳ ବ୍ୟାଙ୍କ ଖାତା ଖୋଲିବା ପାଇଁ କ’ଣ ଦରକାର ପଡିବ
କେ.ୱାଇ.ସି ଆଧାରରେ ବାଦପଡିଥିବା ପ୍ରତ୍ୟେକ ଗ୍ରାମବାସୀ ଜମାଖାତା ଖୋଲିପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
ହଁ’ଏହି ସବୁ ଜମାକାରୀ ମାନଙ୍କୁ ପର୍ଯ୍ୟାୟକ୍ରମେ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନିଜ ନିଜର ନେଣଦେଣର ଦକ୍ଷତାକୁ ୬ମାସ ଅନୁଧ୍ୟାନ ପରେ ଓଭରଡ୍ରାଫ୍ଟର ସୁବିଧା ମିଳିବ । ନେସନାଲ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ର ଅନୁମୋଦନରେ ଏହି ଓଭରଡ୍ରାଫ୍ଟ କାର୍ଯ୍ୟକାରୀହେବ ।
ଜମାଖାତା ଖୋଲିବା କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେବ ।
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଜଣେ ଗରିବ,ସ୍ୱଳ୍ପ ଆୟକାରୀ ଗୋଷ୍ଠୀର ବ୍ୟକ୍ତି ଅଥବା ବିପିଏଲ ପରିବାରର ମୁଖ୍ୟ ବ୍ୟାଙ୍କ ଜମାଖାତା ଖୋଲିପାରିବେ । ସ୍ଵତନ୍ତ୍ର ଶିବିରରେ ହେଉ ଅଥବା ନିକଟସ୍ଥ ବ୍ୟାଙ୍କକୁ ଯାଇ ଆଗ୍ରହୀ ବ୍ୟକ୍ତି ସଞ୍ଚୟ ଜମାଖାତା ଖୋଲିପାରିବେ । ଅଥବା ଆଗ୍ରହୀ ପରିବାର ବ୍ୟାଙ୍କ ମିତ୍ରମାନଙ୍କର ମଧ୍ୟ ସହଯୋଗ ନେଇପାରିବେ ।
ଜମାଖାତା ଖୋଲିବା ବେଳେ ବ୍ୟାଙ୍କ ପକ୍ଷରୁ କି ପ୍ରକାର ସୂଚନା ଦିଆଯାଏ ।
ଜମାଖାତା ଖୋଲିବା ବେଳେ ସେମାନଙ୍କୁ ଜମାଖାତା,କ୍ରେଡିଟ କାର୍ଡ ସୁବିଧା ଏ.ଟି.ଏମ ବ୍ୟବହାର ଆଦି ସମ୍ପର୍କରେ ତଥା ଓଭରଡ୍ରାଫ୍ଟ ଅର୍ଥ କିଭଳି ପରିଶୋଧ କରାଯିବ,ସେ ସମ୍ପର୍କରେ ସଚେତନ କରାଯାଇଥାଏ ।
ମାଇକ୍ରୋ ବୀମା ପଲିସ କ’ଣ
ସମାଜର ଆର୍ଥିକ ପଛୁଆ ବରଗକୁ ମାଇକ୍ରୋ ବା ଲଘୁ ବୀମା ପଲିସିଭୁକ୍ତ କରାଯିବ । ୫୦ ହଜାର ବା ତାଠାରୁ କମ ଟଙ୍କାର ଜୀବନବୀମା ବା ସାଧାରଣ ବୀମା ପରିସରଭୁକ୍ତ ହେବ ।
କେଉଁମାନଙ୍କୁ ଏହି ମାଇକ୍ରୋ ବୀମାଭୁକ୍ତ କରାଯିବ
ଜୀବନବୀମା କିମ୍ବା ସାଧାରଣ ବୀମା କମ୍ପାନୀ ମାନେ ଏହି ମାଇକ୍ରୋ ବୀମା ସୁବିଧା ଯୋଗାଇବେ । ଏଥିପାଇଁ ସ୍ଵୀକୃତିପ୍ରାପ୍ତ ଓ ତାଲିମପ୍ରାପ୍ତ ବୀମା ଏଜେଣ୍ଟମାନେ କାର୍ଯ୍ୟ କରିପାରିବେ ।
ଏନ.ପି.ଏସ-ସ୍ୱାବଲମ୍ବନ କ’ଣ
ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ, ଯେଉଁମାନେକି ସହଭାଗୀ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବେ ସେମାନଙ୍କ ପାଇଁ ୨୬.୦୯.୨୦୧୪ ରୁ କାର୍ଯ୍ୟକାରୀ ହେଉଥିବା ବାର୍ଦ୍ଧକ୍ୟ ପେନସନ ଯୋଜନା ଅନ୍ତର୍ଭୁକ୍ତ କରାଯିବ ।
କେଉଁମାନଙ୍କୁ ଏନ.ପି.ଏସ- ସ୍ଵାବଲମ୍ବନ ଅନ୍ତର୍ଭୁକ୍ତ କରାଯିବ
ନିମ୍ନଲିଖିତ ସର୍ତମତେ,ଯିଏ ଭାରତୀୟ ନାଗରିକ ହୋଇଥିବେ ଏବଂ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବେ, ସେମାନଙ୍କୁ ଏନପିଏସ - ସ୍ଵାବଲମ୍ବନ ଖାତା ଖୋଲିବାର ସୁଯୋଗ ମିଳିବ ।
ବାର୍ଷିକ ୧୦୦୦ ରୁ ୫୦୦୦ ଟଙ୍କା ୫ ବର୍ଷ ଯାଏ ଜମା କରିଥିବା ପ୍ରତ୍ୟେକ ଜାତୀୟ ପେନସନ ଯୋଜନା ଜମାକାରୀଙ୍କ ପାଇଁ ପ୍ରତିବର୍ଷ ଏକ ହଜାର କରି ଟଙ୍କା ସ୍ଵାବଲମ୍ବନ ଯୋଜନାରେ ଜମା ଦେବେ ।
ବ୍ୟାବସାୟିକ ଯୋଗାଯୋଗ/ବ୍ୟାବସାୟିକ ସୁବିଧା
ବ୍ୟାବସାୟିକ ପ୍ରତିନିଧି ଗୁଡିକ କ’ଣ
ବ୍ୟାଙ୍କ ଶାଖା/ଏ.ଟି.ଏମ ବାହାର ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ବ୍ୟବସ୍ଥା ସଂପର୍କରେ ବ୍ୟାବସାୟିକ ଯୋଗାଯୋଗ ସଂପର୍କରେ ଅବଗତ କରାଇବା ପାଇଁ ଛୋଟ ଏଜେଣ୍ଟ ବ୍ୟାଙ୍କ ଗୁଡିକ ପକ୍ଷରୁ ନିୟୋଜିତ କରାଯାଇଥାଏ । ବିଶେଷ କରି ସ୍ୱଳ୍ପ ବ୍ୟୟରେ ବ୍ୟାବସାୟିକ ପ୍ରତିନିଧି ବା ବ୍ୟାଙ୍କ ମିତ୍ରମାନେ ବ୍ୟାଙ୍କ କାର୍ଯ୍ୟ ପରିସରର ସଂପ୍ରସାରଣ କାର୍ଯ୍ୟ ସମନ୍ଵିତ ବ୍ୟାବସାୟିକ ପନ୍ଥା ଅବଲମ୍ବନ କରି ବ୍ୟାପକ ଆର୍ଥିକ ପରିବେଶ ସୃଷ୍ଟି କରିଥାନ୍ତି ।
ବି.ସି.ର କାର୍ଯ୍ୟକ୍ରମ କ’ଣ
ଋଣଗ୍ରହିତମାନଙ୍କୁ ଚିହ୍ନଟ କରିବା,କ୍ଷୁଦ୍ର ଜମା ସଂଗ୍ରହ କରି ବ୍ୟାଙ୍କରେ ଜମା ଦେବା,କ୍ଷୁଦ୍ର ମୂଳ ଋଣ ପ୍ରଦାନ ଓ ଆଦାୟ,ସୁଧ ଆଦାୟ,କ୍ଷୁଦ୍ରବୀମା ବିକ୍ରୟ,ମ୍ୟୁଚୁଆଲ ଫଣ୍ଡ,ପେନସନ ଯୋଜନା ଏବଂ କ୍ଷୁଦ୍ର ଅର୍ଥଗ୍ରହଣ ଓ ପ୍ରଦାନ,ଅନ୍ୟାନ୍ୟ ଦେୟ ପ୍ରଦାନ,ସଞ୍ଚୟ ସଂପର୍କରେ ସଚେତନା ସୃଷ୍ଟି,ଅର୍ଥର ସଠିକ ବିନିଯୋଗ ଆଦି ସଂପର୍କରେ ଶିକ୍ଷିତ ଓ ସଚେତନ କରିବା ଦାୟିତ୍ଵକୁ ବ୍ୟାଙ୍କମାନେ ନିଜର ବ୍ୟାବସାୟିକ ପ୍ରତିନିଧି ବା ବ୍ୟାଙ୍କ ମିତ୍ରମାନଙ୍କ ଉପରେ ନ୍ୟସ୍ତ କରିଥାନ୍ତି ।
ବ୍ୟାଙ୍କମିତ୍ର ବା ବ୍ୟାବସାୟିକ ପ୍ରତିନିଧି ମାଧ୍ୟମରେ କି ପ୍ରକାର ସୁବିଧା ପ୍ରଦାନ କରାଯାଏ ।
ନିମ୍ନଲିଖିତ ଉତ୍ପାଦ ଗୁଡିକ ବ୍ୟାବସାୟିକ ପ୍ରତିନିଧିମାନଙ୍କ ଜରିଆରେ ପ୍ରଦତ୍ତ ହୋଇଥାଏ –
କେଉଁମାନେ ବ୍ୟାବସାୟିକ ପ୍ରତିନିଧି କାର୍ଯ୍ୟ କରିପାରିବେ
ପ୍ରଥମତଃ ବେସରକାରୀ ସଂଗଠନ,ସମିତି,ଟ୍ରଷ୍ଟ ଆଇନ,ସମବାୟ ସମିତି ଅନ୍ତର୍ଭୁକ୍ତ ସ୍ଵିକୃତ, ସେକସନ ୨୫ ଅନ୍ତର୍ଗତ ସ୍ଵିକୃତ ବ୍ୟକ୍ତିମାନେ ବ୍ୟାବସାୟିକ ପ୍ରତିନିଧି ଭାବେ କାର୍ଯ୍ୟକରିବେ । ଏହାଛଡା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ,ଅବସରପ୍ରାପ୍ତ ଶିକ୍ଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ପୂର୍ବତନ ସୈନିକ, କିରାନୀ, ମେଡିକାଲ, କଣ୍ଟ୍ରୋଲ ଦୋକାନ, ବ୍ୟକ୍ତିଗତ ପବ୍ଲିକ କଲ ଅଫିସ ଅପରେଟର, କେନ୍ଦ୍ର ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ/ବୀମା କମ୍ପାନୀ/ପେଟ୍ରୋଲ ପମ୍ପ ମାଲିକ, ସଂଗଠିତ ଭାବେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଯେଉଁମାନଙ୍କ ବ୍ୟାଙ୍କ ସହିତ ସମ୍ପର୍କ ରହିଥିବ ଏବଂ ସାଧାରଣ ସେବା କେନ୍ଦ୍ର ର ବ୍ୟକ୍ତି ବିଶେଷ ମଧ୍ୟ ବ୍ୟବସାୟିକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ ।
ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଗୁଡିକ ବ୍ୟାବସାୟିକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ କି
ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଗୁଡିକୁ ବ୍ୟାଙ୍କର ବ୍ୟାବସାୟିକ ପ୍ରତିନିଧି ଭାବେ ନିଯୁକ୍ତି ମିଳିପାରିବ ନାହିଁ ।
[ଏଣୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ଖୋଲନ୍ତୁ ଏବଂ ନିଜ ଗ୍ରାମର ଅନ୍ୟମାନଙ୍କୁ ବୁଝାନ୍ତୁ । ବ୍ୟାଙ୍କ ଜମାଖାତା ଖୋଲନ୍ତୁ ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ସାମିଲ ହୁଅନ୍ତୁ । ବ୍ୟାଙ୍କ ସେବାର ସୁବିଧା ନିଅନ୍ତୁ ନିଜକୁ ଆର୍ଥିକ ଦୃଷ୍ଟିରୁ ସସକ୍ତ କରନ୍ତୁ ଏବଂ ରାଷ୍ଟ୍ରଗଠନ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ]
ଆଧାର:ଭାରତ ସରକାର
Last Modified : 2/4/2020