ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କଣ ? ଆର୍ଥିକ ଅନ୍ତର୍ଭୂକ୍ତି ପାଇଁ ଏହା ଏକ ଜାତୀୟ ଅଭିଯାନ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ସହଜଲବ୍ଧ ଉପାୟରେ ସବୁ ପ୍ରକାରର ଆର୍ଥିକ ସେବା ଯଥା ବ୍ୟାଙ୍କିଙ୍ଗ , ସଞ୍ଚୟ, ଜମାଖାତା , ଅର୍ଥପ୍ରେରଣ , ଋଣ , ବୀମା ଓ ପେନସନ ଆଦି ଯୋଗାଇ ଦେବାକୁ ସୁନିଶ୍ଚିତ କରାଯାଇଛି । ପ୍ରଧାନମାନତରୀ ଜନଧନ ଯୋଜନାରେ କିଏ ସଞ୍ଚୟ ଖାତା ଖୋଲି ପାରିବେ ? କୌଣସି ବ୍ୟାଙ୍କରେ ଖାତା ନଥିବା ଯେକୌଣସି ଭାରତୀୟ ନାଗରିକ । ଏହି ଯୋଜନାରେ ମିଳିତ ସଞ୍ଚୟ ଖାତା ଖୋଲି ହେବ ? ହଁ ! ଏହି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମିଳିତ ସଞ୍ଚୟ ଖାତା ଖୋଲିହେବ । କିନ୍ତୁ ଏହାର ପରିଚାଳନା “ ଯେ କେହି ବା ବଞ୍ଚିଥିବା “ ଭିତ୍ତିରେ କରିହେବ । ଏହି ଯୋଜନାରେ କୋଉଠି ଆକାଉଣ୍ଟ (ସଞ୍ଚୟ ଖାତା ) ଖୋଲି ହେବ ? ଏହି ଯୋଜନାରେ ଯେକୌଣସି ବ୍ୟାଙ୍କ ଶାଖା ବା ବ୍ୟାଙ୍କଙ୍ଗ ସହଯୋଗୀ (ବ୍ୟାଙ୍କ ମିତ୍ର ଙ୍କ ପାଖରେ ସଞ୍ଚୟ ଖାତା ଖୋଲିହେବ । ବି.ଏସ.ବି.ଡି.ଏ ଆକାଉଣ୍ଟ କଣ ? ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କର ବ୍ୟାଖ୍ୟା ଅନୁଯାୟୀ ବି.ଏସ.ବି.ଡି.ଏ ଆକାଉଣ୍ଟ ବା ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତାରେ ନିମ୍ନ ସୁବିଧାମାନ ଉପଲବ୍ଧ । ସର୍ବନିମ୍ନ ଜମାରାସୀର ଆବଶ୍ୟକତା ନାହିଁ । ଏ.ଟି.ଏମ ବୈଦ୍ୟୁତିକ ମାଧ୍ୟମ ସମେତ ବ୍ୟାଙ୍କ ଶାଖା ମାନଙ୍କରେ ଅର୍ଥ ଜମା ଓ ଉଠାଣ , ଚେକ ଜମା ଇତ୍ୟାଦି ସୁବିଧା ମାନ ଏଥିରେ ଉପଲ୍ଲବ୍ଧ । ମାସକୁ ସର୍ବାଧିକ ଚାରିଥର ସଞ୍ଚୟଖାତାରୁ ଅର୍ଥ ଉଠାଣ କରି ହେବ । କିନ୍ତୁ ଜମା କରିବାରେ କୌଣସି ବାଧା ନାହିଁ । ଏ.ଟି.ଏମ କାର୍ଡ କିମ୍ବା ଏ.ଟି.ଏମ ଯୁକ୍ତ ଡେବିଟ କାର୍ଡର ସୁବିଧା । ଏସମସ୍ତ ସେବା ବିନା ଅତିରିକ୍ତ ଖର୍ଚ୍ଚ ଉପଲ୍ଲବ୍ଧ । ବି.ଏସ.ବି.ଡି.ଏ ଖାତା ଖୋଲିବାକୁ ବୟସ , ରୋଜଗାର , ଜମାରାଶି ଇତ୍ୟାଦିର କୌଣସି ପ୍ରତିବନ୍ଧ ଅଛି କି ? - ନାଁ ! ଦଶ ବର୍ଷରୁ ଉର୍ଦ୍ଧ୍ଵ ଯେ କୌଣସି ବ୍ୟକ୍ତି ଯେ କୌଣସି ବ୍ୟାଙ୍କରେ ବି.ଏସ.ବି.ଡି.ଏ ଖାତା ଖୋଲି ପାରିବେ । ରୂପେ ଡେବିଟ କାର୍ଡ କଣ ? ନେସିନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଦ୍ଵାରା ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡେବିଟ କାର୍ଡକୁ ରୂପେ ଡେବିଟ କାର୍ଡ କହନ୍ତି । ଏହି କାର୍ଡ ଦ୍ଵାରା ଦେଶର ସବୁ ଏ .ଟି.ଏମ ରୁ ଅର୍ଥ ଉଠାଣ କରି ହେବ । ଏହା ବ୍ୟତୀତ ପି.ଓ.ଏସ ମେସିନ ଥିବା ଦୋକାନକୁ ଏହି କାର୍ଡ ମାଧ୍ୟମରେ ବିନା ନଗଦ ଟଙ୍କା ପଇଠରେ କିଣା ବିକା କରି ହେବ । ଏତତବ୍ୟତୀତ ଅନ୍ୟ କଣ ସ୍ଵତନ୍ତ୍ର ଫାଇଦା ମିଳିବ ? ରୂପେ ଡେବିଟ କାର୍ଡଧାଡ଼ିଙ୍କୁ ବିନା ଖର୍ଚ୍ଚରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମାର ଓ ତିରିଶ ହଜାର ଟଙ୍କାର ଜୀବନ ବୀମାର ସୁବିଧା ମିଳିଥାଏ । ନିରକ୍ଷରମାନେ କଣ ରୂପେ ଡେବିଟ କାର୍ଡ ପାଇ ପାରିବେ ? ନିଶ୍ଚୟ ! ତେବେ ନିରକ୍ଷରମାନଙ୍କୁ ଏହି କାର୍ଡ ପ୍ରଦାନ କରିବା ଆଗରୁ ବ୍ୟାଙ୍କ ଶାଖା ପରିଚାଳକ ତାଙ୍କୁ ସମ୍ଭାବିତ ବିପଦ ସମ୍ପର୍କରେ ଅବଗତ କରାଇବେ । ରୂପେ ଡେବିଟ କାର୍ଡକୁ କେମିତି ଚାଲୁ ରଖାଯାଇ ପାରିବ ? ଦୁର୍ଘଟଣା ବୀମାର ଫାଇଦା ନେବାପାଇଁ ଏହି କାର୍ଡ ମାଧ୍ୟମରେ ଅନ୍ତଃ ୪୫ ଦିନ ଭିତରେ ଥରେ କାରବାର କରିବା ଦରକାର । ଯଦି ଜଣଙ୍କର ଦୁଇ ବା ତତୋଧିକ ରୂପେ ଡେବିଟ କାର୍ଡ ଥାଏ ବା ଏକାଉଣ୍ଟ ଥାଏ ,ତାହେଲେ ଦୁର୍ଘଟଣା ବୀମାର ସୁବିଧା ସବୁ କାର୍ଡ /ସବୁ ସଞ୍ଚୟ ଖାତା ପାଇଁ ମିଳିବ କି ? ନାଁ ! ଦୁର୍ଘଟଣା ବୀମା କେବଳ ଗୋଟିଏ ଖାତା ପାଇଁ ଜଣକୁ ମିଳିବ । ଯଦି ଜଣଙ୍କର ଆଗରୁ ବ୍ୟାଙ୍କ ଖାତା ଅଛି ? ଦୁର୍ଘଟଣା ବୀମା / ଜୀବନ ବୀମା ସୁବିଧା ପାଇଁ ତାକୁ କଣ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଜନାରେ ଆଉ ଏକ ଖାତା ଖୋଲିବାକୁ ପଡିବ ? ଏହାର ଆବଶ୍ୟକତା ନାହିଁ । ସେହି ପୁରୁଣା ସଞ୍ଚୟ ଖାତା ପାଇଁ ରୂପେ ଡେବିଟ କାର୍ଡ ପ୍ରାପ୍ତ ହେଲେ ଏ ସମସ୍ତ ସୁବିଧା ମିଳିପାରିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲିଥିବା ସଞ୍ଚୟ ଖାତାରେ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ସାମୟିକ ଋଣ (ଓଭରଡ୍ରାଫ ) ମିଳିବାର ନିୟମ କଣ ? ଗୋଟିଏ ପରିବାରର ଜଣେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲିଥିବା ସଞ୍ଚୟ ଖାତାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସାମୟିକ ଋଣ ଓ ଓଭରଡ୍ରାଫ ପାଇପାରିବେ । କିନ୍ତୁ ଏହି ଖାତାରେ ଛଅ ମାସ ଧରି ସନ୍ତୋଷଜନକ କାରବାର ହୋଇଥିବା ଦରକାର । ଆଧାର ନମ୍ବର ମଧ୍ୟ ଦରକାର । ଯଦି ଆଧାର ନମ୍ବର ନାହିଁ ତାହେଲେ ବ୍ୟାଙ୍କ ଆବଶ୍ୟକୀୟ ପଚରାଉଚୁରା କରି ଖାତାଧିକାରୀଙ୍କୁ ଘୋଷଣା ନାମ ଦେବାକୁ କହିବେ । ପରିବାର ଏକାଧିକ ସଞ୍ଚୟ ଖାତାରେ ଏହି ଓଭରଡ୍ରାଫ ମିଳିପାରିବ କି ? ନାଁ ! ପ୍ରତି ପରିବାରର ଜଣକୁ (ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ ) ଏହି ସୁବିଧା ମିଳିପାରିବ । ଦୁର୍ଘଟଣା ବୀମା କଣ ? ଏହାର ପ୍ରିମିୟମ କିଏ ଦେବ ? ଦୁର୍ଘଟଣା ଜନିତ କ୍ଷତି ଯଥା ଗୋଟିଏ ଉଭୟ ଅଙ୍ଗ ହାନୀ ବା ଜୀବନ ହାନୀ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିବ । ଏନ.ସି.ପି.ଆଇ ଏହାର ପ୍ରିମିୟମ ପ୍ରଦାନ କରିବ । ଯଦି ଉଭୟ ସ୍ଵାମୀ ସ୍ତ୍ରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସଞ୍ଚୟ ଖାତାଧାରୀନ୍କୁମିଳିବ . । କିନ୍ତୁ ୫୦୦୦ ଟଙ୍କାର ଓଭରଡ୍ରାଫ କେବଳ ପରିବାରର ଜଣକୁ ମିଳିବ । ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସଞ୍ଚୟ ଖାତା ଖୋଲିବାକୁ କଣ କଣ ଦସ୍ତାବିଜ ଦରକାର ? (କ) ଯଦି ଆଧାର କାର୍ଡ ଥାଏ ତାହା ହେଲେ ଅନ୍ୟ କୌଣସି ଦସ୍ତାବିଜ ଦରକାର ନାହିଁ । ଯଦି ଆଧାର କାର୍ଡର ଠିକଣା ବଦଳାଇବାକୁ ଅଛି ତାହାଲେ ନିଜେ ଗୋଟିଏ ଘୋଷଣା ପତ୍ର ଦେଲେ ଯଥେଷ୍ଟ । (ଖ) ନିଜର ପରିଚୟ ପତ୍ର ( ଯେ କୌଣସି ଗୋଟିଏ ) ଭୋଟର ପରିଚୟ ପତ୍ର । ଡ୍ରାଇଭିଙ୍ଗ ଲାଇସେନ୍ସ । ପ୍ୟାନ କାର୍ଡ । ପାସ ପୋର୍ଟ । ନରେଗା ପ୍ରମାଣ ପତ୍ର । (୨) ବାସସ୍ଥାନର ପ୍ରମାଣ ପତ୍ର - ଯଦି ଉପରୋକ୍ତ ମଧ୍ୟରୁ କୌଣସିଟିରେ ଆପଣଙ୍କ ଠିକଣା ଥାଏ , ତାହା ହେଲେ ଏହା ପରିଚୟ ପତ୍ର ଓ ବାସଗୃହର ପ୍ରମାଣ ପତ୍ର ହିସାବରେ ନିଆଯିବ । ନଚେତ ରେଷଣ କାର୍ଡ , ଟେଲିଫୋନ ବିଲ , ଇଲେକ୍ଟ୍ରି ବିଲ ଇତ୍ୟାଦି ଯେଉଁତିରେ ଆପଣଙ୍କର ଠିକଣା ଲେଖାଥିବ ତାହା ଗ୍ରହଣୀୟ । ଯଦି ଏ ସବୁ କିଛି ନାହିଁ , ତାହାହେଲେ ନିଜ ଠିକଣା ଓ ଫଟୋ ଥିବା ରାଜ୍ୟ ବା କେନ୍ଦ୍ର ସରକାର ବା ରାଷ୍ଟ୍ରାୟତ୍ତ କମ୍ପାନୀ ପ୍ରଦତ୍ତ ପରିଚୟ ପତ୍ର ମଧ୍ୟ ଗ୍ରହଣୀୟ । ଅଥବା କୌଣସି ଗେଜେଟେଡ ଅଫିସରର ଦ୍ଵାରା ସ୍ଵାକ୍ଷରିତ ପରିଚୟ ପତ୍ର ଓ ବାସସ୍ଥାନର ପ୍ରମାଣ ପତ୍ର ମଧ୍ୟ ଗ୍ରହଣୀୟ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମିଳିଥିବା ସଞ୍ଚୟ ଖାତାରେ ଚେକ ବହି ମିଳିପାରିବ କି ? ଆବଶ୍ୟକୀୟ ବ୍ୟାଙ୍କ ସର୍ତ୍ତ (ସର୍ବନିମ୍ନ ଜମାରାସୀ ସମ୍ପର୍କରେ ) ପୂରଣ କରି ଚେକ ବହି ନେଇ ପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖାତା ଖୋଲିଲେ କଣ କଣ ସ୍ଵତନ୍ତ୍ର / ପ୍ରତ୍ୟକ୍ଷ ସୁବିଧା ମିଳିବ ? ସ୍ଵତନ୍ତ୍ର ସୁବିଧାମାନ ହେଲା - (କ) ଜମା ଉପରେ ସୁଧ । (ଖ) ଜମା ଉପରେ ସୁଧ । (ଗ)ସର୍ବନିମ୍ନ ଜମା ଆବଶ୍ୟକ ନାହିଁ । କିନ୍ତୁ ରୂପେ ଏଟିଏମ କାର୍ଡ ବ୍ୟବହାର ପାଇଁ କିଛି ଜମା ରାଶି ଖାତାରେ ରହିବା ବାଞ୍ଛନୀୟ । (ଘ) ତିରିଶ ହଜାର ଟଙ୍କାର ଜୀବନ ବୀମା । (ଙ) ସୁବିଧାରେ ଭାରତ ଭିତରେ ଅର୍ଥ ପ୍ରେରଣ । (ଚ) ସରକାରୀ ହିତାଧିକାରୀ ମାନଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରେରଣ । (ଛ) ଛଅ ମାସ ସନ୍ତୋଷ ଜଣକ କାରବାର କଲେ ପାଞ୍ଚ ହଜାର ପର୍ଯ୍ୟନ୍ତ ସାମୟିକ ଋଣ (ଓଭରଡ୍ରାଫ) ର ସୁବିଧା । (ଜ) ପେନସନ ଓ ଅନ୍ୟାନ୍ୟ ବୀମାର ସୁବିଧା । ମୋ ପାଖରେ ସଞ୍ଚୟ ଖାତା ଖୋଲିବାକୁ କୌଣସି ବୈଧ ସରକାରୀ ଦଲିଲ ନାହିଁ । ତଥାପି ମୁଁ ଖାତା ଖୋଲି ପାରିବି କି ? ଭାରତୀୟ ରିଜର୍ଭ ବ୍ୟାଙ୍କ ୨୬ ଅଗଷ୍ଟ ୨୦୧୪ ରେ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ : କିଛି ବୈଧ ସରକାରୀ ପ୍ରମାଣପତ୍ର ନଥାଏ , ନିଜ ଦ୍ଵାରା ପ୍ରତି ସ୍ଵାକ୍ଷରିତ ଫଟୋ ଓ ସ୍ଵାକ୍ଷର ଦେଇ “ କ୍ଷୁଦ୍ର ଜମା ଖାତା “ ଖୋଲିହେବ । ଏହି “ କ୍ଷୁଦ୍ର ଜମା ଖାତା “ ରେ ବର୍ଷକୁ ଜମା ଏକ ଲକ୍ଷରୁ ଅଧିକ ହୋଇନଥିବ । ମାସକୁ ଉଠାନ ଦଶ ହଜାରରୁ କମ ଥିବ । ବଳକା ଜମା ପଚାଶ ହଜାର ଟଙ୍କାରୁ ଅଧିକ ହୋଇନଥିବ । ଏହି ଖାତା ଏକ ବର୍ଷ ଯାଏ କାଏମ ରହିବ । ଏହା ପରେ ମଧ୍ୟ ଯଦି ସଞ୍ଚଯ ଖାତାଧାରୀ ବୈଧ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିବେ ତା ହେଲେ ପୁଣି ଏକ ବର୍ଷ ପାଇଁ ଏହା କାଏମ ରହିବ । ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନା ଖୋଲିଥିବା ସଞ୍ଚୟ ଖାତାର ଜମା ଉପରେ କେତେ ସୁଧ ମିଳିବ ? ଅଧିକାଂଶ ବ୍ୟାଙ୍କରେ ସଞ୍ଚୟ ଖାତାରେ ବର୍ଷକୁ ୪ ପ୍ରତିଶତ ସୁଧ ମିଳେ । ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନାରେ ଓଭରଡ୍ରାଫ ବା ସାମୟିକ ଋଣରେ କେତେ ସୁଧ ଦେବାକୁ ପଡିବ । ବ୍ୟାଙ୍କର ମୌଲିକ ସୁଧ +ଦୁଇ ପ୍ରତିଶତ । ୨୩. ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନାରେ ସଞ୍ଚୟ ଖାତା ଖୋଲିବାକୁ କୌଣସି ଫି (ଶୁଳ୍କ ) ଦେବାକୁ ପଡିବ କି ? ନାଁ । ଏହା ସଂପୂର୍ଣ୍ଣ ନିଃଶୁକ୍ଳ । ଅଠର ବର୍ଷରୁ କମ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ଖାତା ଖୋଲି ପାରିବେ କି ? ଜଣେ ଦଶ ବର୍ଷରୁ ଉର୍ଦ୍ଧ୍ଵ ନାବାଳକ ନିଜର ସଞ୍ଚୟ ଖାତା କୌଣସି ବ୍ୟାଙ୍କରେ ଖୋଲି ପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲୁଥିବା ସଞ୍ଚୟ ଖାତା ଅନ୍ୟ ସହର ବା ରାଜ୍ୟକୁ ବଦଳି କରାଗଲା ପାରିବ କି ? ଯେହେତୁ ଏହି ଯୋଜନାରେ ଖାତା ଖୋଳୁଥିବା ବ୍ୟାଙ୍କ ସିବିଏସ (କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ) ଦ୍ଵାରା କାର୍ଯ୍ୟ କରନ୍ତି ତେଣୁ ଏହି ଖାତା ସବୁ ତାଙ୍କର ଯେ କୌଣସି ଶାଖାକୁ ସ୍ଥାନାନ୍ତରିତ ହୋଇପାରିବ । ଯାହାର ଭିସା କାର୍ଡ ଅଛି ତାଙ୍କୁ କଣ ରୂପେ ଡେବିଟ କାର୍ଯ୍ୟ ମଧ୍ୟ ମିଳିବ ? ରୂପେ ଡେବିଟ କାର୍ଡ ପାଇବାକୁ ହେଲେ ଭିସା କାର୍ଡକୁ ଫେରସ୍ତ ଦେବାକୁ ପଡିବ । ଯଦି ବର୍ତ୍ତମାନ ଠିକଣା ପ୍ରମାଣ ପତ୍ର ମିଳୁନାହିଁ । ତାହେଲେ କଣ କରିବା ? ବାରମ୍ବାର ସ୍ଥାନାନ୍ତରିତ ଶ୍ରମିକ ମାନଙ୍କର ଠିକଣା ସବୁବେଳେ ବଦଳୁ ଥାଏ । ତେଣୁ ସେ କ୍ଷେତ୍ରରେ ସ୍ଵ- ଘୋଷଣା ପତ୍ରକୁ ଗ୍ରହଣ କରାଯାଇପାରିବ । ବ୍ୟକ୍ତିଗତ ଦୁର୍ଘଟଣା ବୀମାର କିଛି ବୟସ ସୀମା ଅଛି କି ? ଅଠର ବର୍ଷରୁ ସତୁରୀ ବର୍ଷ ବ୍ୟକ୍ତିମାନେ ଏହି ବୀମାର ଅନ୍ତର୍ଭୁକ୍ତ ହୋଇପାରିବେ । ଏହାଠାରୁ କମ ବେଶୀ ବୟସର ଲୋକଙ୍କୁ ପାଇଁ ଏହା ଉପଲ୍ଲବ୍ଧ ନୁହେଁ । ରୂପେ ଡେବିଟ କାର୍ଡ ପ୍ରଦାନ କରିବାର ୪୫ ଦିନ ମଧ୍ୟରେ ଯଦି ଦୁର୍ଘଟଣା ହୁଏ ଏବଂ ସେ ଖାତାରେ କିଛି କାରବାର ହୋଇ ନଥାଏ ତା ହେଲେ ଖାତାଧାଡ଼ି ବୀମା ରାଶି ପାଇବେ ତ ? ହଁ ! ଏ କ୍ଷେତ୍ରରେ ନିୟମ କୋହଳ କରାଯାଇଅଛି । କିନ୍ତୁ ଏହି କାର୍ଡ ମାଧ୍ୟମରେ ମାସକୁ ଅନ୍ତତଃ ଥରେ କାରବାର କରିବା ବାଞ୍ଛନୀୟ । ଦୁର୍ଘଟଣାର କେତେ ଦିନ ମଧ୍ୟରେ ବୀମା ଦାବୀ ଉପସ୍ଥାପନା ଦରକାର ? ଏଥିପାଇଁ ନିମ୍ନଲିଖିତ କାଗଜଦି ଦେବାକୁ ପଡିବ । ଦୁର୍ଘଟଣାର ୬୦ ଦିନ ମଧ୍ୟରେ ବୀମା ରାସୀ ଦାବୀ ଉପସ୍ଥାପନା କରିବାକୁ ପଡିବ । ଏଥିପାଇଁ ନିମ୍ନଲିଖିତ କାଗଜାଦି ଦେବାକୁ ପଡିବ । ସଂପୂର୍ଣ୍ଣ ଭାବରେ ପୂରଣ ହୋଇଥିବା ଦାବୀ ଫର୍ମ । ପୋଲିସ ଏଫ ଆଇ ଆର ର କପି । ଶବ ବ୍ୟବଚ୍ଛେଦର ରିପୋର୍ଟ (ଆବଶ୍ୟକ ସ୍ଥଳେ ) ବା ସରକାରୀ ମେଡିକାଲ ରିପୋର୍ଟ । ମୃତ୍ୟୁ କାରଣ ପ୍ରମାଣ ପତ୍ର (ଆବଶ୍ୟକ ସ୍ଥଳେ ) ମୃତ୍ୟୁ ପ୍ରମାଣ ପତ୍ର (ଆବଶ୍ୟକ ସ୍ଥଳେ ) ଭିସ୍କେରା ରିପୋର୍ଟ (ଆବଶ୍ୟକ ସ୍ଥଳେ ) ପାସପୋର୍ଟ /ପ୍ୟାନକାର୍ଡ /ଆଧାରକାର୍ଡ ଏବଂ ବାସସ୍ଥାନର ପ୍ରମାଣ ପତ୍ର । ଆଧାର :ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ