অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

  1. ଏହି ଯୋଜନା ବୈଶିଷ୍ଟ୍ୟ କଣ  ?
  2. ଏହି ଯୋଜନାର ଉପକାରିତା କଣ ଏବଂ କେତେ ପ୍ରିମିୟମ ଦେୟ  ?
  3. ପ୍ରିମିୟମ କେମିତି ଦିଆଯାଇପାରିବ  ?
  4. ଏହି ଯୋଜନା କାହା ଦ୍ଵାରା ପ୍ରଦାନ ଓ ପରିଚାଳିତ ହେବ  ?
  5. କେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ  ?
  6. ତାଲିକାଭୁକ୍ତ ହେବାର ଅବଧି ଓ ପ୍ରଣାଳୀ କଣ ?
  7. ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ରଥମ ବର୍ଷରେ ଯୋଜନାରେ ସାମିଲ ହୋଇଥାଆନ୍ତି ପରବର୍ତ୍ତୀ ବର୍ଷମାନଙ୍କରେ ସାମିଲ ହୋଇ ପାରିବେ ନାହିଁ   ?
  8. ଜଣେ ବ୍ୟକ୍ତି ଯଦି ଏହି ଯୋଜନାରୁ ବାହାରି ଯାଇଛନ୍ତି  ସେ କଣ ପୁନଃ ପ୍ରବେଶ କରିପାରିବେ  ?
  9. ଯୋଜନାରେ ମାଷ୍ଟର ପଲିଶି ହୋଲଡର କିଏ ହେବେ  ?
  10. କେତେବେଳେ ସଭ୍ୟଙ୍କର ଜୀବନ ବୀମା ରଦ୍ଦ / ସମାପ୍ତ ହେବ
  11. ବୀମା କମ୍ପାନୀ ଓ ବ୍ୟାଙ୍କର ଭୂମିକା କଣ ?
  12. ପ୍ରିମିୟମ କେଉଁ ଭାବେ ବଣ୍ଟନ ହେବ  ?
  13. ଏହି ବୀମା କାଭର କଣ  , ଅନ୍ୟ କୌଣସି ଯୋଜନାରେ ନେଇଥିବା ବୀମା କଭରର ଅତିରିକ୍ତ ?

ଏହି ଯୋଜନା ବୈଶିଷ୍ଟ୍ୟ କଣ  ?

ଏହି ଯୋଜନା ଯେ କୌଣସି କାରଣରୁ ମୃତ୍ୟୁ ପାଇଁ ବୀମା ସୁରକ୍ଷା ଦେଇଥାଏ ଯାହାର ଅବଧି ଏକ ବର୍ଷ ଏବଂ ଏହା ବର୍ଷକୁ ବର୍ଷ ନବୀକରଣ କରାଯାଇପାରେ   ।

ଏହି ଯୋଜନାର ଉପକାରିତା କଣ ଏବଂ କେତେ ପ୍ରିମିୟମ ଦେୟ  ?

ଯୋଜନାରେ ଯୋଗଦାନକାରୀଙ୍କର ମୃତ୍ୟୁ ଅନ୍ତେ  , ତାଙ୍କର ମନୋନୀତ ବ୍ୟକ୍ତିକୁ ଦୁଇ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ   । ପ୍ରିମିୟମ ହାର ପ୍ରତ୍ୟେକ ଯୋଗଦାନକାରୀଙ୍କ ପାଇଁ ବର୍ଷକୁ ୩୩୦ ଟଙ୍କା   ।

ପ୍ରିମିୟମ କେମିତି ଦିଆଯାଇପାରିବ  ?

ଜମାଖାତାଧାରୀଙ୍କ ବୀମାରେ ଯୋଗଦାନ ସମୟରେ ଦେଇଥିବା ସ୍ଵୀକୃତି ଅନୁଯାୟୀ  “ ସ୍ଵତଃ ଉଠାଣ “ ପଦ୍ଧତିରେ ଗୋଟିଏ କିସ୍ତିରେ ପ୍ରିମିୟମ କାଟି ନିଆଯିବ   ।

ସଭ୍ୟମାନେ ଚାହିଁଲେ ଗୋଟିଏ ଥର ସ୍ଵତଃ – ଉଠାଣର ସ୍ଵୀକୃତି ଦେଇ ଯୋଜନା ଚାଲୁଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପ୍ରିମିୟମ କଟାଯାୟୀ ପାରିବ   ।  କିନ୍ତୁ ପ୍ରିମିୟମ ରାସୀର ପୁନଃ ଆକଳନ , ଯୋଜନାରୁ ପ୍ରାପ୍ତ ଅନୁଭୂତିରୁ କରାଯାଇପାରେ   ।

ଏହି ଯୋଜନା କାହା ଦ୍ଵାରା ପ୍ରଦାନ ଓ ପରିଚାଳିତ ହେବ  ?

ଏହି ଯୋଜନା ଭାରତୀୟ ଜୀବନବୀମା ନିଗମ ଏବଂ ଅନ୍ୟ ଜୀବନ ବୀମା କମ୍ପାନୀ (ଯେଉଁମାନେ ସମାନ ସର୍ତ୍ତରେ ଯୋଗଦାନକାରୀ ବ୍ୟାଙ୍କଙ୍କୁ ସହଯୋଗ ପ୍ରଦାନ କରିବାକୁ ରାଜି ହେବେ  )  ପ୍ରଦାନ ଓ ପରିଚାଳନା କରିବେ   ।  ଏହି ଯୋଜନାରେ ଯୋଗଦାନକାରୀ ବ୍ୟାଙ୍କମାନେ ତାଙ୍କର ପସନ୍ଦ ମୁତାବକ ବୀମା କମ୍ପାନୀକୁ  ,  ତାଙ୍କ ଗ୍ରାହକମାନଙ୍କ ପାଇଁ ଏ ଯୋଜନା ପରିଚାଳନା କରିବାକୁ ନିଯୋଜିତ କରିପାରିବେ   ।

କେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ  ?

ଯୋଜନାରେ ଯୋଗଦେଇଥିବା ବ୍ୟାଙ୍କ ସମୂହଙ୍କ ଠାରୁ ୧୮ ବର୍ଷରୁ ୫୦ ବର୍ଷ ବୟସ୍କ , ସଞ୍ଚୟ ବ୍ୟାଙ୍କଖାତା ଖୋଲିଥିବା ବ୍ୟକ୍ତି ଏହି ଯୋଜନାରେ ଜେଜି ଦେଇ ପାରିବେ   ।  ଯଦି ଜେନ ବ୍ୟକ୍ତିଙ୍କର ଏକାଧିକ ସଂଖ୍ୟକ /ଏକାଧିକ ବ୍ୟାଙ୍କରେ ସଞ୍ଚୟ ଖାତା ଥାଏ   ,  ସେ କେବଳ ଗୋଟିଏ ସଞ୍ଚୟ ଖାତା ଜରିଆରେ ଏହି ଯୋଜନାରେ ସାମିଲ ହୋଇପାରିବେ   ।

ତାଲିକାଭୁକ୍ତ ହେବାର ଅବଧି ଓ ପ୍ରଣାଳୀ କଣ ?

ପ୍ରଥମେ ଚାଲୁ କରାଯାଇଥିବା ବୀମା ସୁରକ୍ଷା ଅବଧି ୧ ଜୁନ ୨୦୧୫ ଠାରୁ ୩୧ ମେ ୨୦୧୬ ଅଟେ   ।  ଗ୍ରାହକମାନେ ୩୧ ମେ ୨୦୧୫ ସୁଦ୍ଧା ତାଲିକାଭୁକ୍ତ ଓ “ ସ୍ଵତଃ ଉଠାନ “ ସମ୍ମତି ପ୍ରଦାନ କରିଥିବା ଆବଶ୍ୟକ   ।  ଯାହାର ସମୟସୀମା ୩୧ ଅଗଷ୍ଟ ୨୦୧୫ ପର୍ଯ୍ୟନ୍ତ ବଢାଇ ଦିଆଯାଇପରେ   ।  ଏହି ତାଲିକା ପରେ ମଧ୍ୟ ପଞ୍ଜିକରଣ କରାଯାଇପାରିବ   ,  ଯଦି ପୂର୍ଣ୍ଣ ବାର୍ଷିକ ପ୍ରିମିୟମ ଓ ଉତ୍ତମ ସ୍ୱାସ୍ଥ୍ୟର ସ୍ଵ - ପ୍ରମାଣ ପତ୍ର ଦାଖଲ କରାଯାଏ   ।

ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ରଥମ ବର୍ଷରେ ଯୋଜନାରେ ସାମିଲ ହୋଇଥାଆନ୍ତି ପରବର୍ତ୍ତୀ ବର୍ଷମାନଙ୍କରେ ସାମିଲ ହୋଇ ପାରିବେ ନାହିଁ   ?

ହଁ , ସ୍ଵତଃ – ଉଠାଣ ଜରିଆରେ ପ୍ରିମିୟମ ଦେଇ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସ୍ଵ ପ୍ରମାଣପତ୍ର ଦେଇ ଜଣେ ଯୋଗ୍ୟ ବ୍ୟକ୍ତି ଯୋଜନାରେ ସାମିଲ ହୋଇପାରିବେ      ।  ଏପରି ଭାବରେ ନୂତନ ଯୋଗ୍ୟ ବ୍ୟକ୍ତି ମଧ୍ୟ ଭବିଷ୍ୟତରେ ଏହି ଯୋଜନାରେ ଭାଗିଦାର ହୋଇ ପାରିବେ

ଜଣେ ବ୍ୟକ୍ତି ଯଦି ଏହି ଯୋଜନାରୁ ବାହାରି ଯାଇଛନ୍ତି  ସେ କଣ ପୁନଃ ପ୍ରବେଶ କରିପାରିବେ  ?

ଜଣେ ବ୍ୟକ୍ତି ଯିଏ ଯୋଜନାରୁ କୌଣସି ସମୟରେ ବାହାରି ଯାଇଛନ୍ତି , ଭବିଷ୍ୟତ ବର୍ଷରେ ବାର୍ଷିକ ପ୍ରିମିୟମ ଦେଇ ଓ ଉତ୍ତମ ସ୍ୱାସ୍ଥ୍ୟର ସ୍ଵ - ଘୋଷଣା ପତ୍ର ଦେଇ ଯୋଜନାରେ ସାମିଲ ହୋଇପାରିବେ   ।

ଯୋଜନାରେ ମାଷ୍ଟର ପଲିଶି ହୋଲଡର କିଏ ହେବେ  ?

ଯୋଗଦାନକାରୀ ବ୍ୟାଙ୍କ , ମାଷ୍ଟର ପଲିଶି ହୋଲଡର ହେବେ   ।  ଗୋଟିଏ ସରଳ ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ପରିଚାଳନାକାରୀ ଓ ବୀମା ଦାବି ଆକଳନ ପ୍ରଦାନ ବ୍ୟବସ୍ଥା ,  ଯୋଗଦାନକାରୀ ବ୍ୟାଙ୍କର ପରାମର୍ଶରେ ବୀମା କମ୍ପାନୀ ଏଲ ଆଇ ସି ଦ୍ଵାରା ପ୍ରଣିତ ହେବ

କେତେବେଳେ ସଭ୍ୟଙ୍କର ଜୀବନ ବୀମା ରଦ୍ଦ / ସମାପ୍ତ ହେବ

ସଭ୍ୟମାନଙ୍କ ଜୀବନ ଉପରେ ଥିବା ବୀମା ସୁରକ୍ଷାର ଅପସାରଣ /  ସୀମିତକରଣ, ନିମ୍ନଲିଖିତ ଯେକୌଣସି ଘଟନା ଘଟିଲେ  ହେବ    ।

  • ୫୫ ବର୍ଷ ପୁରିଗଲେ ( ଜନ୍ମ ତାରିଖର ନିକଟତର ବୟସ ) ଯଦି ସେହି ଦିନ ପର୍ଯ୍ୟନ୍ତ ବାର୍ଷିକ ନବୀକରଣ ହୋଇଥାଏ  । କିନ୍ତୁ ଏହି ଯୋଜନାରେ ୫୦ ବର୍ଷ ପରେ ସାମିଲ ହୋଇ ପାରିବେ ନାହିଁ   ।
  • ବ୍ୟାଙ୍କରେ ଥିବା ସଞ୍ଚୟ ଖାତାକୁ ବନ୍ଦ କାଲେ କିମ୍ବା ଖାତା ରେ ପ୍ରିମିୟମ ଦେବା ପାଇଁ ଆବଶ୍ୟକୀୟ ରାସୀ ନଥିଲେ   ।
  • ଯଦି ଜଣେ ସଦସ୍ୟ ଭୁଲବଶତଃ ଏକାଧିକ ଏକାଉଣ୍ଟ ମାଧ୍ୟମରେ ବୀମାଭୁକ୍ତ ହୋଇଥାଆନ୍ତି ଏବଂ ବୀମା କମ୍ପାନୀ ବା ଏଲଆଇସି ପ୍ରିମିୟମ ଗ୍ରହଣ କରି ଥାଆନ୍ତି   ,  ବୀମା ସୁରକ୍ଷା ଦୁଇ ଲକ୍ଷ ଟଙ୍କା ମାତ୍ର   ,  ମିଳିବ ଓ ବାକି ପ୍ରିମିୟମ ବ୍ୟାଜ୍ୟାପ୍ତ ହୋଇଯିବ   ।

ବୀମା କମ୍ପାନୀ ଓ ବ୍ୟାଙ୍କର ଭୂମିକା କଣ ?

(କ)  ଯୋଜନାଟି ଭାରତୀୟ ଜୀବନ ବୀମା ନିଗମ ବା ଅନ୍ୟ କୌଣସି ବୀମା କମ୍ପାନୀ (ଯିଏ ବ୍ୟାଙ୍କ ସହିତ ଭାଗୀଦାରୀରେ ସମସ୍ତ ସୁବିଧା ଦେବାକୁ ଇଚ୍ଛୁକ  ), ପରିଚାଳାନା କରିବେ   ।

(ଖ) ଦେୟ ତାରିଖ ଆଗରୁ /ଆବଶ୍ୟକୀୟ ଗୋଟିଏ କିସ୍ତିରେ ବାର୍ଷିକ ପ୍ରିମିୟମ ଆଦାୟ କରି ଜୀବନବୀମା କମ୍ପାନୀକୁ ପ୍ରେରଣ କରିବା ବ୍ୟାଙ୍କର ଦାୟିତ୍ଵ   ।  ଏଠି ନିମିତ୍ତ ସେମାନେ ଖାତାଧାରିଙ୍କ ଠାରୁ ସ୍ଵତଃ ଉଠାଣର ସମ୍ମତି ଆଗକୁ ନେଇଥିବା ଆବଶ୍ୟକ   ।

(ଗ) ସଭ୍ୟ ହେବା  ପାଇଁ ଆବେଦନ ପତ୍ର /ସ୍ଵତଃ – ଉଠାଣର ସମ୍ମତି ପତ୍ର /ସମ୍ମତି ଓ ଘୋଷଣା ପତ୍ର ବ୍ୟାଙ୍କ ସଂଗ୍ରହ କରିବ ଏବଂ ବ୍ୟାଙ୍କରେ ରଖିବ   ।  ବୀମା ରାଶି ଦାବୀ ସମୟରେ   ,  ଏ ସମସ୍ତ ଦାଖଲ ପାଇଁ ବୀମା କମ୍ପାନୀ  ।  ଏଲଆଇସିଙ୍କର ଯେକୌଣସି ସମୟରେ ଏ ସମସ୍ତ କାଗଜ ପତ୍ର ମାଗିବାର ଅଧିକାର ଅଛି   ।  ।

ପ୍ରିମିୟମ କେଉଁ ଭାବେ ବଣ୍ଟନ ହେବ  ?

(କ) ପ୍ରତ୍ୟେକ ସଭ୍ୟ ପାଇଁ ବାର୍ଷିକ ୨୮୮ ଟଙ୍କା ବୀମା କମ୍ପାନୀ / ଏଲଆଇସି ପାଇବେ   ।

(ଖ) ବ୍ୟାଙ୍କ ମିତ୍ର / ଏଜେଣ୍ଟ ଆଦିଙ୍କ ଖର୍ଚ୍ଚର ଭରଣା ପାଇଁ ପ୍ରତ୍ୟେକ ସଭ୍ୟ ପାଇଁ ବାର୍ଷିକ ୩୦ ଟଙ୍କା   ।

(ଗ) ଭାଗୀଦାରୀ ବ୍ୟାଙ୍କ ପ୍ରଶାସନିକ ଖର୍ଚ୍ଚ , ବାର୍ଷିକ ସଭ୍ୟ ପିଛା ୧୧ ଟଙ୍କା   ।

ଏହି ବୀମା କାଭର କଣ  , ଅନ୍ୟ କୌଣସି ଯୋଜନାରେ ନେଇଥିବା ବୀମା କଭରର ଅତିରିକ୍ତ ?

ହିଁ !

ଆଧାର :ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ

Last Modified : 9/4/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate