ଯୋଜନାର ବିସ୍ତୃତ ବିବରଣୀ ଏହି ଯୋଜନା ଯେ କୌଣସି କାରଣରୁ ମୃତ୍ୟୁଜନିତ ଜୀବନ ବୀମା ସୁରକ୍ଷା ପ୍ରଦାନ କରିଥାଏ ଯାହାର ଅବଧି ଏକ ବର୍ଷ ଏବଂ ଏହାକୁ ପ୍ରତିବର୍ଷ ନବୀକରଣ କରାଯାଇପାରେ । ଏହି ଯୋଜନା ଭାରତୀୟ ବୀମା ନିଗମ ଦ୍ଵାରା ପ୍ରବର୍ତ୍ତନ ଓ ପରିଚାଳିତ ହେବ ତଥା ଅନ୍ୟାନ୍ୟ ସ୍ଵୀକୃତ ପ୍ରାପ୍ତ ଜୀବନ ବୀମା କମ୍ପାନୀ ମଧ୍ୟ ସମାନ ସର୍ତ୍ତରେ ଏହାକୁ ପ୍ରବର୍ତ୍ତନ କରିପାରିବେ । ସୁରକ୍ଷା ବିସ୍ତାରର ପରିସର : ୧୮ ବର୍ଷରୁ ୫୦ ବର୍ଷ ମଧ୍ୟରେ ଭାଗୀଦାରୀ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିଥିବା ବ୍ୟକ୍ତିମାନେ କେବଳ ଗୋଟିଏ ପଲିସି ଏହି ଯୋଜନାରେ ଯୋଗଦାନ କରିପାରିବେ । ତାଲିକା ଭୁକ୍ତ ହେବାର ସମୟକାଳ : ପ୍ରାରମ୍ଭରେ ୧ ଜୁନ୍ ୨୦୧୫ ରୁ ୩୧ ମେ ୨୦୧୬ ସମୟକାଳର ଅବଧି ପାଇଁ ଗ୍ରାହକମାନଙ୍କୁ ୩୧ ମେ ୨୦୧୫ ମଧ୍ୟରେ ତାଲିକାଭୁକ୍ତ ହେବାକୁ ଓ ସ୍ଵତଃ ଉଠାଣର (ଅଟୋ ଡେବିଟ୍ )ସମ୍ମତି ଦେବାକୁ ପଡିବ । ୧ ଜୁନ୍ ୨୦୧୬ ଠାରୁ ୩୧ ମେ ୨୦୧୭ ପାଇଁ ଏହା ନବୀକରଣ କରିବାକୁ ପଡିବ । ତାଲିକାଭୁକ୍ତ ହେବାର ଶୈଳୀ : ଏହି ବୀମା ସୁରକ୍ଷାର ଅବଧି ୧ ଜୁନ୍ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷ ୩୧ ମେ ପର୍ଯ୍ୟନ୍ତ ହେବ । ଏଥିପାଇଁ ପ୍ରଥମ ବର୍ଷକୁ ଛାଡି ଦେଲେ ପ୍ରତ୍ୟେକ ବର୍ଷ ୩୧ ମେ ଆଗରୁ ଯୋଗଦାନ ଫର୍ମ ସହିତ ଯୋଜନା ସାମିଲ ହେବା ପାଇଁ ନିଜ ସଞ୍ଚୟ ଖାତାରୁ ବ୍ୟାଙ୍କ ସ୍ଵତଃ ପ୍ରିମିୟମ କାଟିଦେବା ପାଇଁ ନିର୍ଦ୍ଦେଶ ଦେବାକୁ ପଡିବ । ଉପକାରିତା ପଲିସିଧାରୀଙ୍କ ଯେ କୌଣସି କାରଣରୁ ମୃତ୍ୟୁରେ ଦୁଇଲକ୍ଷ ଟଙ୍କା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ମିଳିବ । ପ୍ରିମିୟମ୍ : ପ୍ରତ୍ୟେକ ସଭ୍ୟଙ୍କ ପାଇଁ ବର୍ଷକୁ ୩୩୦ ଟଙ୍କା ପ୍ରିମିୟମ୍ ଦେବାକୁ ପଡିବ । ଏହି ଟଙ୍କା ସ୍ଵତଃ ଉଠାଣ ସୁବିଧା ମାଧ୍ୟମରେ ଗୋଟିଏ କିସ୍ତିରେ ୩୧ ତାରିଖ ଆଗରୁ ଦେଇଥିବା ସମ୍ମତି ପତ୍ର ବଳରେ ସଭ୍ୟଙ୍କ ସଞ୍ଚୟ ଖାତାରୁ କାଟି ଦିଆଯିବ । ୩୧ ମେ ପରେ ଏହି ଯୋଜନାରେ ସାମିଲ ହେବା ପାଇଁ ପୂର୍ଣ୍ଣ ବାର୍ଷିକ ପ୍ରିମିୟମ୍ ସହିତ ଉତ୍ତର ସ୍ୱାସ୍ଥ୍ୟର ସ୍ଵ -ପ୍ରମାଣ ପତ୍ର ଦେବାକୁ ପଡିବ । ଯୋଗ୍ୟତାର ମାପକାଠି : ୧୮ ବର୍ଷ (ପୂର୍ଣ୍ଣ) ରୁ ୫୦ ବର୍ଷ (ନିକଟତମ ଜନ୍ମ ତାରିଖ ) ବୟସ୍କ ବ୍ୟାଙ୍କର ସଞ୍ଚୟ ବ୍ୟାଙ୍କ ଖାତାଧାରା ଯିଏ ଏହି ଯୋଜନାରେ ଯୋଗଦେବା ପାଇଁ ସମ୍ମତି ଓ ପ୍ରିମିୟମର ସ୍ଵତଃ ଉଠାଣ ପାଇଁ ବ୍ୟାଙ୍କକୁ ଅଧିକାର ଦେଇଥିବେ ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ମାଷ୍ଟର ପଲିସିଧାରକ : ଯୋଗଦାନକାରୀ ବ୍ୟାଙ୍କ ହିଁ ମାଷ୍ଟର ପଲିସିଧାରକ ହେବେ । ଏକ ସରଳ ଏବଂ ସଭ୍ୟଙ୍କୁ ସୁହାଉଥିବା ଭଳି ବୀମା ପରିଚାଳନା ଓ ଦାବୀର ନିଷ୍ପତ୍ତି ବ୍ୟବସ୍ଥା, ବ୍ୟାଙ୍କର ସହଯୋଗରେ, ଏଲ୍.ଆଇ.ସି/ ଅନ୍ୟ ବୀମା କମ୍ପାନୀମାନେ ପ୍ରସ୍ତୁତ କରିବେ । ବୀମା ସୁରକ୍ଷାର ଅବସାନ ସଭ୍ୟମାନଙ୍କର ଜୀବନ ଉପରୁ ବୀମା ସୁରକ୍ଷା ନିମ୍ନ ଯେ କୌଣସି କାରଣରୁ ବାତିଲ କରାଯାଇପାରିବ । ୫୫ ବର୍ଷ (ଜନ୍ମ ତାରିଖର ନିକଟତର) ପୂରଣ ହୋଇଗଲେ, ଯଦି ସେହି ଦିନ ପର୍ଯ୍ୟନ୍ତ ବାର୍ଷିକ ନବୀକରଣ ହୋଇଥାଏ । (କିନ୍ତୁ ୫୦ ବର୍ଷ ବୟସ ପରେ ଏହି ଯୋଜନାରେ ପ୍ରବେଶ କରିପାରିବେ ନାହିଁ ) । ବ୍ୟାଙ୍କରେ ଥିବା ସଞ୍ଚୟ ଖାତା ବନ୍ଦ କରିଦେଲେ ବା ସେଥିରେ ପ୍ରିମିୟମ୍ ପାଇଁ ଆବଶ୍ୟକୀୟ ବାଲାନ୍ସ ନଥିଲେ । ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ତରଫରୁ ନିମ୍ନଲିଖିତ ନୀତିଗୁଡ଼ିକ ପ୍ରଧାନ ମନ୍ତ୍ରୀ ଜ୍ୟୋତି ବୀମା ଯୋଜନା ପ୍ରଣୟନ କ୍ଷେତ୍ରରେ ୧ ଜୁନ୍ ୨୦୧୬ ଠାରୁ ଲାଗୁ କରାହୋଇଛି । ନୂତନ ତାଲିକା ଭୁକ୍ତ ହେବା ପାଇଁ ହିତାଧିକାରୀ ସୁସ୍ଥ ବୋଲି ଘୋଷଣାନାମା ସ୍ଵାକ୍ଷର କରିବେ । ପଞ୍ଜୀକରଣ ହେବା ଦିନ ଠାରୁ ୪୫ ଦିନ ମଧ୍ୟରେ ହିତାଧିକାରୀଙ୍କର ମୃତ୍ୟୁ ହେଲେ କୌଣସି ବୀମା ରାଶି ମିଳିବ ନାହିଁ । କିନ୍ତୁ ଉପରୋକ୍ତ ସମୟସୀମା ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ବୀମା ରାଶି ପ୍ରଦାନ କରାଯିବ । ଫର୍ମ ଆଧାର -nabard