ଓଡିଶାରେ ଏପରି ଦୁର୍ଗମ ଜିଲ୍ଲା ଅଛି ଯେଉଁଠିକି ଗମନାଗମନ ପାଇଁ କୌଣସି ସୁବିଧା ନାହିଁ।ସେମାନେ ନିଜ ନିଜ ଗାଁରୁ ସହରକୁ କୌଣସି କାମ ପାଇଁ ଆସିବାକୁ ହଇରାଣ ହୁଅନ୍ତି । ଏହି ସବୁ ଅଞ୍ଚଳରେ ବାସ କରୁଥିବା ଲୋକମାନେ ପଛୁଆ ଶ୍ରେଣୀ ର ତେଣୁ ସେମାନେ ଗମନାଗମନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହୁଅନ୍ତି । ଯୋଜନା ର ନାମ – ବିଜୁ ଗାଁ ଗାଡି ଯୋଜନା ଯୋଜନା ଆରମ୍ଭ –ଫେବୃୟାରି ୨୦୧୪ ଯୋଜନା ର ଲକ୍ଷ୍ୟ- ଓଡିଶାର ଦୁର୍ଗମ ଅଞ୍ଚଳ କୁ ଗମନାଗମନ ସୁବିଧା ଯୋଗାଇବା । ଯୋଜନା କାର୍ଯ୍ୟକାରିତା – ରାଜ୍ୟର ସମସ୍ତ ଅଞ୍ଚଳ । ଲକ୍ଷ୍ୟ ଗମନା ଗମନ ସୁବିଧା ନଥିବା ଓଡିଶା ର ଦୁର୍ଗମ ଗାଁ ଗୁଡିକୁ ବସ ସେବା ଯୋଗାଇ ଦେବା ଏବଂ ରାସ୍ତା ତିଆରି କରିବା ଏହି ଯୋଜନାର ଲକ୍ଷ୍ୟ । ବିଜୁ ଗାଁ ଗାଡି ଯୋଜନା ରେ ଓଡିଶାର ଅନେକ ଗାଁ କୁ ରାସ୍ତା ହେବା ସହ ଦରକାରୀ ଗମନ ସୁବିଧା ଯୋଗାଇ ଦିଆଯାଇଛି । ଏହି ଯୋଜନା ୧୨ ଟି ଜିଲ୍ଲା ଯେଉଁଠାରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏହି ୧୨ ଟି ଜିଲ୍ଲାର ୧୧୮ ବ୍ଲକକୁ ଚିହ୍ନଟ କରାଯାଇ ଗମନା ଗମନ ସୁବିଧା ଯୋଗାଇ ଦିଆଯିବ । ଚିହ୍ନଟିକରଣ ହୋଇଥିବା ୧୨ ଟି ଜିଲ୍ଲା ହେଉଛି, କୋରାପୁଟ, ନବରଂଗପୁର, ମାଲକନାଗିରୀ, ରାୟଗଡା, କଳାହାଣ୍ଡି, ଫୁଲବାଣୀ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ଵର । ଏହି ଯୋଜନା ରେ ୧୧୮୦ ବସ ର ରାସ୍ତା ଓଡିଶାରେ ଚିହ୍ନଟ କରାଯାଇଛି। ଏହି ରାସ୍ତା ରେ ବସ ନିୟମିତ ବ୍ୟବଧାନ ରେ ନିୟମିତ ଭାବରେ ବସ ଚଳାଚଳ କରିବ। ପରବର୍ତ୍ତୀ ଅବସ୍ଥାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯେଉଁଗୁଡିକ ମାଓ ପ୍ରବଣ ସେଠାରେ ବସ ଚଳଚଳ କରାଯିବ।ସୁନ୍ଦରଗଡ ରେ ୨୮ ଟି ଏପରି ରାସ୍ତାରେ ୩୦ ବସ ଚଳଚଳ କରିବ । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରୋଡଟ୍ୟୀକ୍ସ,ପରମିଟ ଫି କରାଯାଇଛି । ଏହାଛଡା ଯଦି କିଏ ଚାହିଁବେ ତେବେ ଋଣରେ ଗାଡି କରି ଏହି ରାସ୍ତାରେ ଚଳା ଚଳ କରାଇ ପାରିବେ । ସେ ଆଣିଥିବା ଋଣ ଉପରେ ୫% ଛାଡ ପାଇବେ । ଏହି ଯୋଜନା ରେ ସଡକ ସୁରକ୍ଷା ଏବଂ ଡ୍ରାଇଭିଂ ଲାଇସେନସ ପରି ବାର୍ତ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଯୋଜନାର ସୁବିଧା ଏହି ଯୋଜନାରେ ଲୋକମାନେ ଅନେକ ଉପକାର ପାଉଛନ୍ତି । ଦୁର୍ଗମ ଅଞ୍ଚଳରେ ଯେ k କେବଳ ରାସ୍ତାଘାଟ ଉନ୍ନତି କରଣ ହେଲା ତା ନୁହେଁ ବରଂ ଅର୍ଥନୈତିକ ବିକାଶ ଘଟିଲା । ବସ ଏବଂ ରାସ୍ତା ର ସୁବିଧା ହେବାରୁ ଛାତ୍ରମାନେ ସ୍କୁଲ ,ଏବଂ ଅନ୍ୟାନ୍ୟ ବ୍ୟକ୍ତି ସେମାନଙ୍କ କାର୍ଯ୍ୟକୁ ସୁରୁଖୁରୁରେ ଯାଇପାରିଲେ । ବସ ଚାଲିବା ଯୋଗୁଁ ଅଧିକାଡ୍ରାଇଭର,କଣ୍ଡକ୍ଟର ର ଆବଶ୍ୟକତା ପଡିଲା,ଯାହା ଦ୍ଵାରା ନିଯୁକ୍ତି ସୁବିଧା ସୃଷ୍ଟି ହେଲା । ବ୍ୟବସାୟୀ ଓ ମହିଳାମାନେ ସେମାନଙ୍କ ଉତ୍ପାଦନ ବିକ୍ରି ପାଇଁ ସହରକୁ ଯାଇପାରିଲେ । ଏହି ଯୋଜନା ଦ୍ଵାରା ୮୦ ଲକ୍ଷ୍ୟ ଲୋକ ଦୁର୍ଗମ ଅଞ୍ଚଳ ରେ ସୁବିଧା ପାଇଲେ । ଆଧାର – ଡିପାର୍ଟମେଣ୍ଟ ଅଫ କମର୍ଷ ଆଣ୍ଡ ଟ୍ରାନ୍ସଫୋର୍ଟ