অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଳୁତ ଶ୍ରମ ସମ୍ପର୍କିତ ବିଭିନ୍ନ ବିଧିବିଧାନ

ବାଳୁତ ଶ୍ରମ ସମ୍ପର୍କିତ ବିଭିନ୍ନ ବିଧିବିଧାନ

ଇତିହାସ

ଆମ ଦେଶରେ ଶିଶୁଶ୍ରମ ଉପରେ ବର୍ତ୍ତମାନ ଥିବା ବିଧିବିଧାନ ପଛରେ ଏକ ସୁଦୀର୍ଘ ଓ ପିଛିଳ ଇତିହାସ ଅଛି   । ଶିଶୁଶ୍ରମକୁ ସମୁଦାୟ ଶ୍ରମଶକ୍ତିର ଅଂଶବିଶେଷ ଭାବେ ବିବେଚନା କରିବାର ପ୍ରକ୍ରିୟା ଆମ ଦେଶରେ ଆରମ୍ଭ ହୋଇଥିଲା  ୧୮୮୨ ରେ ବ୍ରିଟିଶ ରାଜୁତି କାଳରେ ଏବଂ ଏହାର ଏକ ମୁଖ୍ୟ ବିଷୟ ଥିଲା-ଶ୍ରମକ୍ଷେତ୍ରରେ ପ୍ରବେଶ କରିବାର ନ୍ୟୁନତମ ବୟସ କଣ ହେବ  (ଦ୍ରଷ୍ଟବ୍ୟ – ପରିଶିଷ୍ଟ-୧)  ।  ପ୍ରଥମେ ପ୍ରଣୀତ ହୋଇଥିଲା କାରଖାନାସମୂହ ଆଇନ ୧୮୮୧, ଯେଉଁଥିରେ ସାତବର୍ଷ ପୂରିଥିବା ଜଣେ ପିଲା ଶ୍ରମରେ ନିଯୁକ୍ତ ହୋଇପାରିବ ଓ ତାକୁ ଗୋଟିଏ ଦିନରେ ସର୍ବାଧିକ ନ ଘଣ୍ଟା ଖଟେଇବା ବୋଲି ସେହି ଆଇନରେ ବ୍ୟବସ୍ଥା କରାଯାଇଥିଲା, ପୁଣି,  ଗୋଟିଏ ଦିନରେ ଜଣେ ପିଲା ଦୁଇଟି କାରଖାନାରେ କାମ କରିବା ଉପରେ ସେହି ଆଇନ ବାରଣ ଲାଗୁ କରିଥିଲା  ।  ୧୮୯୨ରେ କାରଖାନାସମୂହ ଆଇନର ସଂଶୋଧନ କରାଯାଇ ଜଣେ ପିଲା କାରଖାନାରେ କାମ କରିବା ପାଇଁ ନ୍ୟୁନତମ ବୟସକୁ  ୭ ରୁ  ୯ ବର୍ଷ ବୃଦ୍ଧି କରାଗଲା   । ପୌଣ୍ୟ  ୧୯୯୧ ରେ କାରଖାନା ସମୂହ ଆଇନର ସଂଶୋଧନ କରାଯାଇ ପିଲାମାନଙ୍କୁ  “ ବିପଜ୍ଜନାକ ଶ୍ରମ “ ରେ ନିଯୁକ୍ତିକୁ ନିଷେଧ କରାଗଲା ଏବଂ ଜଣେ ଶିଶୁଶ୍ରମିକକୁ କାରଖାନାରେ ଭର୍ତ୍ତି କରିଆବା ପୂର୍ବରୁ ଜଣେ ସର୍ଜନ ଦ୍ଵାରା ଯୋଗ୍ୟତାସ  ସାର୍ଟିଫିକେଟ ଦେବାର ବ୍ୟବସ୍ଥା କରାଗଲା , ଯାହାକି ଟିକେ ଭିନ୍ନ ରୂପରେ ଏବେ ବି ପ୍ରଚଳିତ ଅଛି  ।

୧୯୦୧ ରେ ଖଣି ସମୂହ ଆଇନ ୧୨ ବର୍ଷକୁ କମ ପିଲାକୁ ଖଣିରେ ନିଯୁକ୍ତ କରିବା ଉପ ରେ ପ୍ରତିବନ୍ଧକ ଲଗାଇଲା ଏବଂ କେବଳ ୨୦ ଫୁଟଋୟ କମ ଗଭୀରତା ଥିବା ଉନ୍ମୋକ୍ତ ଖଣିରେ ଶିଶୁଶ୍ରମିକମାନେ କାମ କରିପାରିବେ ବୋଲି ବ୍ୟବସ୍ଥା ରହିଲା   । ୧୯୨୨ ରେ ଅନ୍ତର୍ଜାତିକ ଶ୍ରମ ସଂଗଠନ  ର କନଭେନସନ ସଂଖ୍ୟା – ୫ ବଳରେ କାରଖାନାସମୂହଯ ଆଇନରେ ନ୍ୟୁନତମ ବୟସ ୧୫ କୁ ବୃଦ୍ଧି କରାଗଲା ଏବଂ ଜଣେ ଶିଶୁଶ୍ରମିକ ମୋଟ ୬ ଘଣ୍ଟା କାର୍ଯ୍ୟ କରିବ ଏବଂ ସାଢେ ଚାରିଘଣ୍ଟା ପରେ ଅଧଘଣ୍ଟା ପାଇଁ ବିଶ୍ରାମ ନେବ ବୋଲି ବ୍ୟବସ୍ଥା ହେଲା    ।

ଇଂରେଜ ଶାସନ କାଳରେ ଆଉ ଏକ ଆଇନ ଲାଗୁ ହୋଇଥିଲା , ଯାହାକି ଏବେବି ବଳବତ୍ତର ରହିଛି  ।  ତାହା ହେଲା ଟ୍ରେଡ ୟୁନିୟନ ଆଇନ ୧୯୨୬   ।  ଏହି ଆଇନ ଅନୁଯାୟୀ ପନ୍ଦର ବର୍ଷ ପୂରଣ କରି ନ ଥିବା ଜଣେ ବ୍ୟକ୍ତି ଟ୍ରେଡ ୟୁନିୟନର ସଭ୍ୟ ହୋଇପାରିବେନି ଏବଂ  ୧୮ ବର୍ଷ ପୂରଣ କରି ନ ଥିବା ଜଣେ ବ୍ୟକ୍ତି ଟ୍ରେଡ ୟୁନିୟନର କର୍ମକର୍ତ୍ତା ହୋଇପାରିବ ନାହିଁ  ।  ସମ୍ବିଧାନ ଓ ଅନ୍ୟାନ୍ୟ ଆଇନ ସହିତ ଏହି ଆଇନର ସୁସ୍ପଷ୍ଠ ବିରୋଧାଭାସ ରହିଛି   । ସମ୍ବିଧାନର ଧରାଜ  -୨୪ ଅନୁଯାୟୀ ଛ ରୁ ଚଉଦ ବର୍ଷର ବାଳୁତମାନେ ଅଣବିପଜ୍ଜନକ ଶ୍ରମରେ ନିଯୁକ୍ତ ହୋଇପାରନ୍ତି ଏବଂ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ  ୧୯୮୬ ଅନୁଯାୟୀ  ୧୪ ବର୍ଷ ପର୍ଯ୍ୟନ୍ତ ବାଳୁତମାନେ ଅଣବିପଜ୍ଜନକ  ଶ୍ରମରେ ତଥା ୧୪ ରୁ  ୧୮ ବର୍ଷ ପର୍ଯ୍ୟନ୍ତ ବାଳୁତମାନେ ଉଭୟ ବିପଜ୍ଜନକ ଓ ଅଣବିପଜ୍ଜନକ ଶ୍ରମରେ ନିଯୁକ୍ତ ହୋଇପାରନ୍ତି ବୋଲି ବ୍ୟବସ୍ଥା ଅଛି  । ସେପରି ସ୍ଥଳେ ସେମାନଙ୍କୁ ଯଦି ଅନ୍ୟ ସାବାଳକ ଶ୍ରମିକଙ୍କୁ ମିଳୁଥିବା ଟ୍ରେଡ ୟୁନିୟନ ଅଧିକାର ନମିଳେ ତେବେ ସେମାନେ ସାବାଳକ ଶ୍ରମିକଙ୍କ ସହ ସମାନ ମଞ୍ଜୁରୀ ପାଇବେ କି   ?

୧୯୨୯ ରେ ରୟାଲ ଶ୍ରମ କମିଶନ ତରଫରୁ ଏହାର ଅଧକ୍ଷ ଜନ ହେନରି ହୁଇଟଲେ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ , ଭାରତରେ ଶିଶୁମାନେ ଦରିବୁଣା, ବିଡିବଳିବା , ଲୁଗାତିଆରି , ଡିଆସିଲି ପ୍ରସ୍ତୁତି ଏବଂ ବୃକ୍ଷରୋପଣ ଇତ୍ୟାଦି ଶିଳ୍ପସଂସ୍ଥାରେ ବହୁ ସଂଖ୍ୟାରେ କାମ କରୁଛନ୍ତି   । ଏହାପରେ ଅନେକ ଆଇନ ତିଆରି ହେଲା ଇଣ୍ଡିଆନ ପୋର୍ଟସ୍ ଆଇନ ୧୯୩୧ ବନ୍ଦରଗୁଡିକରେ ପଣ୍ୟ ବୋହିବା କାମରେ ନିଯୁକ୍ତ ଶିଶୁଶ୍ରମିକଙ୍କ ନ୍ୟୁନତମ ବୟସ  ୧୨ ଧାର୍ଯ୍ୟ କଳା  । “ ଚାହା ଜିଲ୍ଲା ସମୂହ ଦାଦନ ଶ୍ରମିକ ଆଇଆନ  ୧୯୩୨  “ ନ୍ୟୁନତମ ବୟସ  ୧୬ ଧାର୍ଯ୍ୟ କରିବା ସହିତ ଏକ କଟକଣା ଜାରିକଳା ଯେ ,୧୬ ବର୍ଷଠାରୁ କମ ବୟସର ପିଲାସେମାନଙ୍କ ପିତାମାତାଙ୍କୁ ଛାଡି ଏକଲା ବାହାରକୁ ଯାଇପାରିବେ ନାହିଁ   ।  ୧୯୩୪ ର କାରଖାନାସମୂହ ଆଇନ  ୧୨ ବର୍ଷରୁ କମ ପିଲାଙ୍କୁ ନିଯୁକ୍ତ କରିବା ଉପରେ ବାରଣ ଲାଗଇଲା ଏବଂ  ୧୨ ବର୍ଷରୁ  ୧୫ ବର୍ଷ ପିଲାଙ୍କ ପାଇଁ ସର୍ବାଧିକ ଦଇନିକ୍ଜ ଶ୍ରମ ୫ ଘଣ୍ଟାରେ ସୀମିତ ରଖିଲା  ।  ୧୯୩୫ ର ଖଣିସମୂହ ଆଇନ ,ନ୍ୟୁନତମ ବୟସକୁ  ୧୫ କୁ ବୃଦ୍ଧି କଳା  ଏବଂ  ୧୫ ରୁ  ୧୭ ବର୍ଷ ଶିଶୁଶ୍ରମିକପାଇଁ ଯୋଗ୍ୟତା ସାର୍ଟିଫିକେଟ ସର୍ତ୍ତ ରଖିଲା  ।

୧୯୩୩ ରେ ଗୃହିତ ହୋଇଥିବା ଶିଶୁ (ବନ୍ଧକ ଶ୍ରମ) ଆଇନ,୧୯୩୩ ଜରିଆରେ ଭାରତରେ ଥିବା ବ୍ୟାପକ ବନ୍ଧକ – ଶ୍ରମ ସମସ୍ୟାର ପ୍ରଥମ ସରକାରୀ   ସ୍ବୀକୃତି ମିଳିଲା  ।  ଏହି ଆଇନର ଉଦ୍ଦେଶ୍ୟ ସଂବନ୍ଧରେ କୁହାଯାଇଥିଲା “ ଶିଶୁଶ୍ରମକୁ ବନ୍ଧକ ରଖିବା ପାଇଁ ଚୁକ୍ତି କରାଯିବ ଏବଂ ବନ୍ଧକ ରଖାଯାଇଥିବା ଶିଶୁଙ୍କୁ ଖଟାଇବାକୁ ନିଷିଦ୍ଧ କରିବା ବର୍ତ୍ତମାନ ଜରୁରୀ ହୋଇପଡିଛି  ।  ଏହି ଆଇନରେ ପନ୍ଦର ବର୍ଷ ପୂରି ନଥିବା ଜଣେ ବାଳୁତକୁ ଶିଶୁ କୁହାଯାଇଥିଲା  । ଶିଶୁଶ୍ରମକୁ ବନ୍ଧକ ରଖିବା ପାଇଁ ଚୁକ୍ତି କରୁଥିବା ପିଲାର ପିତାମାତା ଅଥବା ବନ୍ଧକ ନେଉଥିବା ବ୍ୟକ୍ତି ବିରୁଦ୍ଧରେ  ୫୦ ଟଙ୍କାରୁ  ୨୦୦ ଟଙ୍କାର ଜୋରିମାନା ବ୍ୟବସ୍ଥା  କରାଯାଇଥିଲା  ।  ଏହି ଆଇନ ଏବେ ବି କାଏମ ରହିଛି , ଯଦିଓ ଏହାର କାର୍ଯ୍ୟକରିଥା ମୋଟେ ନାହିଁ କହିଲେ ଚଳେ  ।

ଏହା ପରେ ଶିଶୁଶ୍ରମ ଉପରେ ଏକ ସାମଗ୍ରିକ ବିଧାନ ଭାବେ ଶିଶୁ  ନିୟୋଜନ ଆଇନ  ୧୯୩୮ ପ୍ରଣୀତ ହୋଇଥିଲା  । ଏହି ଆଇନ ପ୍ରଣୟନ ପଛରେ  ୧୯୩୭ ରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତିକ ଶ୍ରମ ସମ୍ମିଳନୀର  ୨୩ ତମ ଅଧିବେଶନର ପ୍ରେରଣା ବିଶେଷ ଭାବେ କାମ କରିଥିଲା , କାରଣ ଏହି ସମ୍ମିଳନୀରେ ଭାରତ ଉପରେ ଗୃହିତ ଏକ ସ୍ଵତନ୍ତ୍ର ପ୍ରସ୍ତାବରେ କୁହାଯାଇଥିଲା ଯେ , କେତେକ ନିର୍ଦ୍ଧିଷ୍ଟ ଧରଣର ଶ୍ରମରେ  ୧୩ ବର୍ଷରୁ କମ ପିଲାଙ୍କୁ ନିୟୋଜନ କରିବା ନିଷିଦ୍ଧ କରାଯାଉ   । ବସ୍ତୁତଃ ୧୯୩୮ ଆଇନରେ କେତେକ ନିର୍ଦ୍ଧିଷ୍ଟ ଶିଳ୍ପରେ ନ୍ୟୁନତମ ବୟସ  ୧୫ ରଖାଯାଇଥିବାବେଳେ ବନ୍ଦରମାନଙ୍କରେ ପଣ୍ୟବୋହିବା ଶ୍ରମପାଇଁ  ୧୪ ଧାର୍ଯ୍ୟ ହୋଇଥିଲା   ।  ଏହି ଆଇନ ଶିଶୁଶ୍ରମ  (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ବଳରେ ପ୍ରତ୍ୟାହୃତ ହୋଇଛି  ।

ଶିଶୁ ନିୟୋଜନ ଆଇନ  ୧୯୩୮ ଲାଗୁଥିବା ସ୍ଵତ୍ତ୍ୱେ ସରକାରଙ୍କ ଦ୍ଵାରା ଗଠିତ ଶ୍ରମ ଅନୁସନ୍ଧାନ କମିଟି (୧୯୪୪-୪୬) ଲକ୍ଷ୍ୟ କରିଥିଲା , ଦେଶର ବିଭିନ୍ନ ପ୍ରାନ୍ତରେ ବିଡି ତିଆରି , ଦରି ବୁଣା , କାଚପ୍ରସ୍ତୁତି,ଡିଆସିଲି ତିଆରି , ସିମେଣ୍ଟ ପ୍ରସ୍ତୁତି, କପଡା ବୁଣା ଚା, କଫି ଓ ରବର ଉତ୍ପାଦନ ଏବଂ ବୃକ୍ଷରୋପଣ ଭଳି ବହୁ ଛୋଟବଡ ଉଦ୍ୟୋଗରେ ଶିଶୁଶ୍ରମର ବହୁଳ ବ୍ୟବହାର କରାଯାଉଛି   । ପରିବାର ଜରିଆରେ ଶିଶୁଶ୍ରମ ସଂଗ୍ରହ କରାଯାଉଥିବାର ପ୍ରଥା ଏହା ପଛରେ ଏକ ବଡ କାରଣ ବୋଲି କମିଟି ଦର୍ଶାଇଥିଲେ   ।

ଏହାପରେ ପ୍ରଣୀତ ହେଲା କାରଖାନାସମୂହ ଆଇନ ୧୯୪୮, ଯେଉଁତିରେ  ୧୪ ବର୍ଷରୁ କମ ପିଲାଙ୍କୁ କାରଖାନାରେ ନିଯୋଜନକୁ ନିଷିଦ୍ଧ କରାଗଲା , ଏବଂ ଚଉଦରୁ ପନ୍ଦର ବର୍ଷର ପିଲା କାମ କରିବାକୁ ଚାହିଁଲେ ତାହା ସପକ୍ଷରେ ଯୋଗ୍ୟତାରେ ସାର୍ଟିଫିକେଟ ଦାଖଲ କରାଯିବ ବୋଲି ବ୍ୟବସ୍ଥା କରାଗଲା   । ଏଥିରେ ପୁଣି ବ୍ୟବସ୍ଥା ରହିଲା , ଜଣେ ୧୪ ରୁ  ୧୮ ବର୍ଷ ବାଳୁତକୁ ରୀତିସମୟ ବିନା କେବଳ ଦିନବେଳା ସାଢେ  ଚାରି ଘଣ୍ଟାପାଇଁ କାରଖାନାରେ କାମ କାରବାର ଅନୁମତି ଦିଆଯାଇପରେ ଏହା ପରେ ପରେ ଏବଂ ସମ୍ବିଧାନ ପ୍ରଣୀତ ହେବା ପରେ ପରେ ଆହୁରି ଅନେକ ଆଇନ ପ୍ରଣୀତ ହୋଇଛି , ଯାହାକି ଶ୍ରମରେ ପ୍ରବେଶପାଇଁ ଶିଶୁର ନ୍ୟୁନତମ ବୟସ ବୃଦ୍ଧି କରିବା ତଥା ଶ୍ରମର ସର୍ତ୍ତାବଳୀକୁ ଶିଶୁ ଅନୁକୂଳ କରିବା ଦିଗରେ ପ୍ରଚେଷ୍ଟା  କରିଛି ।  ସେହିସବୁ ଆଇନ ଭିତରୁ କେତେକ ପ୍ରମୁଖ ଆଇନ ବିଷୟରେ ନିମ୍ନରେ ସଂକ୍ଷିପ୍ତ ସୂଚନା ଦିଆଯାଇଛି   ।

ସମ୍ବିଧାନିକ ବ୍ୟବସ୍ଥା

ଜାନୁୟାରୀ  ୧୯୫୦ ରେ ସମ୍ବିଧାନ ଘୋଷଣା ହେଲା ଏବଂ ଏହାର ମୌଳିକ ଅଧିକାର ଭାଗରେ ଧାରା-୨୩ ରେ ବନ୍ଧକ –ଶ୍ରମ ସମେତ ଯେ କୌଣସି ବାଧ୍ୟତାମୂଳକ ଶ୍ରମକୁ ନିଷିଦ୍ଧ କରାଗଲା ଏବଂ ଧାରା -୨୪ ରେ ଚଉଦ ବର୍ଷ ପର୍ଯ୍ୟନ୍ତ ବାଳୁତଙ୍କୁ ଖଣି,କାରଖାନା,ଓ ଅନ୍ୟାନ୍ୟ ବିପଜ୍ଜନକ ଶ୍ରମରେ ନିଯୋଜନକୁ ନିଷିଦ୍ଧ କରାଗଲା  । କିନ୍ତୁ ରାଷ୍ଟ୍ରର ନୀତି ପ୍ରଣୟନ ପାଇଁ ମାର୍ଗଦର୍ଶୀ ସମୟ ସମୂହ ଭାବରେ ଧାରା – ୪୫ ରେ ସମ୍ବିଧାନ ଘୋଷଣାର  ୧୦ ବର୍ଷ ଭୀତରେ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ସ୍ଥାନିତ ହେଲା  । ଏହାଛଡା ଏହି ଅଧ୍ୟାୟରେ ଧାରା – ୩୯ ର ଉପଧାରା  (ଇ)ଏବଂ (ଏଫ) ରେ ବାଳୁତଙ୍କ କୋମଳ ବୟସକୁ ଶୋଷଣ କରାଯିବନି ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟ, ସ୍ଵାଧୀନତା ଓ ମର୍ଯ୍ୟାଦାର ପରିବେଶ ଭିତରେ ବିକାଶ କରିବାକୁ ରାଷ୍ଟ୍ର କ୍ଷେତ୍ର ପ୍ରସ୍ତୁତ କରିବ ବୋଲି ପ୍ରତିସ୍ତୁତି ଦିଆଗଲା   ।  ପରବର୍ତ୍ତୀ ଅବସ୍ଥାରେ  ୨୦୦୨ ର ସମ୍ବିଧାନ ସଂଶୋଧନ ବଳରେ ଧାରା- ୪୫ ରେ ଥିବା ବ୍ୟବସ୍ଥା ପରିବର୍ତ୍ତେ କେବଳ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ସଅଳ ଯତ୍ନ ଓ ଶିକ୍ଷା ପ୍ରଦାନ କରାଯିବ ବୋଲି ବ୍ୟବସ୍ଥା ରହିଲା ଏବଂ ଧାରା – ୨୧ ଏ ବୋଲି ଏକ ନୂଆ ଧାରା ମୌଳିକ ଅଧିକାର ଭାବରେ ସୃଷ୍ଟି କରାଗଲା,  ଯାହାର ଶୀର୍ଷକ ହେଲା  “ ଶିକ୍ଷାର ଅଧିକାର ଏଥିରେ କୁହାଗଲା ଯେ  “ ଛ” ରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ରାଷ୍ଟ୍ର ନିଜେ ବିହିତ କରିବାକୁ ଥିବା ରୀତିରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବ   ।  ଏହାଛଡା  ୨୦୦୨ ସମ୍ବିଧାନ ସଂଶୋଧନ ବଳରେ ମୌଳିକ ଦାୟିତ୍ଵବଳି ଭାଗରେ ନାଗରିକର ଏକ ନୂଆ ମୌଳିକ ଦାୟିତ୍ଵ ଭର୍ତ୍ତି କରାଗଲା – ସମସ୍ତ ପିତାମାତା ବା ଅଭିଭାବକ ନିଜର “ ଛରୁ ଚଉଦ ବର୍ଷ ପର୍ଯ୍ୟନ୍ତ ପ୍ରତି ପିଲାକୁ ଶିକ୍ଷାହାସଲର ସୁଯୋଗ ଦେବ   ।  ଏସବୁ ସତ୍ତ୍ୱେ ଦେଖାଗଲା ଶିଶୁଶ୍ରମ ସମସ୍ୟା ହଟିପରିଣୀ କିମ୍ବା ସମସ୍ତ ସ୍କୁଲକୁ ଯାଉନାହାନ୍ତି   । ଏହାର ଅନ୍ୟତମ କାରଣ ହୋଇପାରେ ସାମ୍ବିଧାନିକ ବ୍ୟବସ୍ଥାବଳି ଭିତରେ ଥିବା ବିରୋଧାଭାସ ଧାରା - ୨୪ ଅନୁଯାୟୀ " ଛ" ରୁ ଚଉଦବର୍ଷର ଶିଶୁଙ୍କୁ କେବଳ ବିପଜ୍ଜନକଶ୍ରମରେ ନିଯୋଜନ କରାଯିବ ନାହିଁ ବୋଲି କୁହାଯାଇଛି  , କିନ୍ତୁ ଅଣବିପଜ୍ଜନକ ଶ୍ରମରେ ନିଯୋଜନକୁ ବାରଣ କରାଯାଇ ନାହିଁ   । ଯଦି ଏହି ଶିଶୁମାନେ ଅଣବିପଜ୍ଜନକ ଧରଣର ବିଭିନ୍ନ ଶ୍ରମରେ ନିଯୁକ୍ତ ରୁହନ୍ତି , ସେମାନେ ଧାରା  ୨୧ ଏ ଅନୁଯାଯାଇ ଶିକ୍ଷାର ଅଧିକାର ହାସଲ କରିବେ କେମିତି ? ଏ ବିଷୟ ସମ୍ବିଧାନ ସମ୍ପର୍କିତ ଅଧ୍ୟାୟରେ ସବିଶେଷ ଆଲୋଚନା କରାଯାଇଛି   ।

ବୃକ୍ଷରୋପଣ ଶ୍ରମିକ ଆଇନ ୧୯୫୧ :-

୧୨ ବର୍ଷର କମ ଶିଶୁଙ୍କୁ ବୃକ୍ଷରୋପଣ ଶ୍ରମରେ ନିଯୁକ୍ତ କରିବାକୁ ଏହି ଆଇନ ନିଷିଦ୍ଧ କରିଛି  ।  ୧୨ ରୁ  ୧୮ ବର୍ଷର ବାଳୁତମାନଙ୍କୁ ନିଯୁକ୍ତ କରିବାକୁ ହେଲେ ସେମାନନଙ୍କ ପାଇଁ ଯୋଗ୍ୟତା ସାର୍ଟିଫିକେଟ ଯୋଗାଡ କରିବାକୁ ପଡିବ   ।  ଏହି ଆଇନ ଅଧୀନରେ ରୀତିରେ ପିଲାମାନଙ୍କୁ ନିଯୋଜନ କରିବା ନିଷିଦ୍ଧ ହୋଇଛି  ।

ଖଣି ସମୂହ ଆଇନ  ୧୯୫୨  :

ଏହି ଆଇନ ୧୫ ବର୍ଷ ଅତିକ୍ରମ କରି ନ ଥିବା ପ୍ରତି ବାଳୁତକୁ ଖଣିକାର୍ଯ୍ୟରେ ନିଯୋଜନକୁ ବାରଣ କରିଛି  । ପୁଣି , ଏହି ଅଣ୍ଡରଗ୍ରାଉଣ୍ଡ ଖଣିକାର୍ଯ୍ୟରେ ବାଳୁତଙ୍କୁ ନିଯୁକ୍ତ କରିବା ପାଇଁ କେତୋଟି ସର୍ତ୍ତ ରଖିଛି   ।

  • ସମ୍ପୃକ୍ତ ବାଳୁତ  ୧୬ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ   ।
  • ଜଣେ ସର୍ଜନଙ୍କ ଠାରୁ ଶାରୀରିକ ଯୋଗ୍ୟତାର ସାର୍ଟିଫିକେଟ ମିଳିବା ପରେ ଜଣେ ବାଳୁତଙ୍କୁ ଖଣିକାର୍ଯ୍ୟରେ ନିୟୋଜିତ ହେବାପାଇଁ ଅନୁମତି ଦିଆଯାଇପରେ   ।
  • ଜଣେ ଶିକ୍ଷାନବୀଶଙ୍କୁ ଉପଯୁକ୍ତ ତତ୍ତ୍ବାବଧାନ ଅଧୀନରେ ରଖି ଖଣିକାର୍ଯ୍ୟରେ ନିଯୁକ୍ତ କରାଯାଇପାରେ   ।

ଅନୈତିକ କାରବାର  (ପ୍ରତିଷେଧକ ) ଆଇନ  ୧୯୫୬।

ଏହି ଆଇନ ବ୍ୟବଶାୟିକ ଯୌନ ଶୋଷଣ ଉଦ୍ଦେଶ୍ୟରେ ଶିଶୁ ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ଚାଲାଣ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରିଛି   । ବ୍ୟକ୍ତିମାନଙ୍କୁ ଚାଲାଣ ଏବଂ ବ୍ୟକ୍ତିମାନଙ୍କୁ ବେଶ୍ୟାବୃତ୍ତିରେ ନିଯୋଜନ କରି ସେମାନଙ୍କୁ ଶୋଷଣର ଅବସାନ ପାଇଁ ଅନ୍ତର୍ଜାତିକ କନଭେନସାନ , ନିୟୁ ୟର୍କ ୯ ମେ  ୧୯୫୦ ରେ ସ୍ବାକ୍ଷରିତ ହୋଇଥିଲା   ଏବଂ ଭାରତ ଅନ୍ୟତମ ସ୍ଵାକ୍ଷରକାରୀ ରାଷ୍ଟ୍ର ଥିଲା   ।  ଏହି କନଭେନସାନ , ପ୍ରତି ଅଙ୍ଗୀକାର ପ୍ରଦର୍ଶନ କରି ଭାରତ ଉକ୍ତ  ୧୯୫୬ ଆଇନ ପ୍ରଣୟନ କରିଥିଲା   ।  ଏହି ଆଇନ ଦୁଇଥର , ଠାରେ  ୧୯୭୮ ଏବଂ ତା ପରେ  ୧୯୮୬ ରେ ସଂଶୋଧନ ହୋଇସାରିଲାଣି   ।  ଏହି ଆଇନରେ ଶିଶୁ ଓ ନାବାଳକ ର ଅଲଗା ଅଲଗା ସଂଜ୍ଞା ଦିଆଯାଇଛି  । ଶିଶୁ କହିଲେ , ଜଣେ ବ୍ୟକ୍ତି ଯେ କି  ୧୬ ବର୍ଷ ଅତିକ୍ରମ କରି ନାହିଁ  ,  ଏବଂ ନାବାଳୁତ କହିଲେ ସେହି ବ୍ୟକ୍ତି ଯେ କି  ୧୬ ବର୍ଷ ଅତିକ୍ରମ କରିଛି କିନ୍ତୁ  ୧୮ ବର୍ଷ ଅତିକ୍ରମ କରିନାହିଁ   ।  ଜଣେ ଶିଶୁ ବା ନାବାଳୁତ ବିରୋଧରେ ଏକ ଅପରାଧ ଘାତିଳେ ସେଥିପାଇଁ ଅଧିକ ଦଣ୍ଡବିଧାନ କରାହୋଇଛି   । କିନ୍ତୁ ମୋଟ ଉପରେ ହି ଆଇନ ମାନବ ଚାଲାଣ ଏବଂ ଯୌନ ଶୋଷଣ ବିରୋଧରେ ବିଶେଷ ଫଳପ୍ରଦ ନ ହେବାରୁ ଏହାର ବ୍ୟାପକ ସଂଶୋଧନ ପାଇଁ ଏକ ବିଲ  ୨୦୦୬ ମସିହାରେ ଲୋକସଭାରେ ପେଶ ହୋଇଥିଲା ଏବଂ ଏହାଉପରେ ସବିଶେଷ ବିଚାରବିମର୍ଶ ପାଇଁ ଏହାକୁ ବିଭାଗୀୟ ଷ୍ଟାଡିଙ୍ଗ କମିଟି କରାଯାଇଛି  । କିନ୍ତୁ ସେବେଠାରୁ ଏହା ଉପରେ ଅନ୍ୟ କୌଣସି ସୁଦୃଶ୍ୟ କାର୍ଯ୍ୟାନୁଷ୍ଠାନ ଗୃହିତ ହୋଇନାହିଁ   ।  ଏଠାରେ ଉଲ୍ଲେଖନୀୟ , ଘୃଣ୍ୟତମ ବାଳୁତଶ୍ରମର ନିଷେଧ ଏବଂ ନିରାକରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ଆଇଏଲଓ କନଭେନସାନ  (ସଂଖ୍ୟା  ୧୮୨),୧୯୯୯ ରେ ଯେଉଁସବୁ କାର୍ଯ୍ୟକୁ ଘୃଣ୍ୟତମ ବୋଲି ବର୍ଣ୍ଣନା କରାଯାଇଛି  , ତାହା ମଧ୍ୟରେ ବ୍ୟାବଶାୟିକ ଉଦ୍ଦେଶ୍ୟରେ ଯୌନଶୋଷଣ ଅନ୍ତର୍ଭୁକ୍ତ   । ବିଡମ୍ବନା ବିଷୟ,  ଭରତ ଏହି କନଭେନସାନକୁ ସ୍ଵାକ୍ଷର କରିଥିଲେ ହେଁ ଅଙ୍ଗୀକାର କରିନାହିଁ   । ଯାହା ହେଉ , ମାନବ ଚାଲାଣ ଓ ବେଶ୍ୟାବୃତ୍ତି ଉପରେ ପ୍ରସ୍ତାବିତ ବିଲ ସହିତ ଉପରୋକ୍ତ ଅନ୍ତର୍ଜାତିକ କନଭେନସାନ ପରିପ୍ରେକ୍ଷୀରେ ଜାତୀୟ ସ୍ତରରେ ଜନ ବିତର୍କ ହେବା ଆବଶ୍ୟକ   ।

ବାଣିଜ୍ୟକ  ଜାହାଜ ଚଳାଚଳ ଆଇନ ୧୯୫୮ :

କେବଳ କେତେକ ବିଶେଷ ସ୍ଥିତିକୁ ବାଦ ଦେଇ ୧୫ ବର୍ଷରୁ କମ ବାଳୁତମାନଙ୍କୁ ଜାହାଜରେ କୌଣସି କାର୍ଯ୍ୟ ପାଇଁ ନିଯୁକ୍ତ କରାଯାଇପାରିବ ନାହିଁ   ।

ମୋଟରଯାନ ପରିବହନ ଶ୍ରମିକ ଆଇନ ୧୯୬୧ :

୧୫ ବର୍ଷରୁ କମ ବାଳୁତଙ୍କୁ କୌଣସି ମୋଟରଯାନ ପରିବହନ ଶ୍ରମରେ ନିଯୁକ୍ତ କରାଯିବା ନିଷିଦ୍ଧ ହୋଇଛି  ।

ଶିକ୍ଷାନବୀଶ ଆଇନ ୧୯୬୧:

ଏହି ଆଇନ ଇତି ମଧ୍ୟରେ ବହୁଥର ସଂଶୋଧନ ହୋଇସାରିଛି   ।  ଏହାର ଧାରା  - ୩ (ଶିକ୍ଷାନିବିଶ ଭାବେ ନିଯୋଜନ ହେବାର ଯୋଗ୍ୟତା) ରେ କୁହାଯାଇଛି  ଯେ ଜଣେ ବ୍ୟକ୍ତି ୧୪ ବର୍ଷ ଅତିକ୍ରମ କରିଥିଲେ ତଥା ବିହିତ ହୋଇଥିବା ଶିକ୍ଷାଗତ ଏବଂ ଶାରୀରିକ ଯୋଗ୍ୟତାର ମାନଦଣ୍ଡ ପୂରଣ କରିଥିଲେ ସେ ଶିକ୍ଷାନବୀଶ ଭାବେ ନିଯୋଜିତ ହୋଇପାରିବେ   । ପୁଣି ଏହାର ଧାରା  ଧାରା - ୪(୧) ରେ କୁହାଯାଇଛି ଯେ , ଯଦି ଶିକ୍ଷାନବିଶ ଜଣକ ନାବାଳକ ହୋଇଥାନ୍ତି , ତେବେ ତାଙ୍କ ତରଫରୁ ତାଙ୍କର ଅଭିଭାବକ ସମ୍ପୃକ୍ତ ନିଯୁକ୍ତିକର୍ତ୍ତାଙ୍କ ସହ ଶିକ୍ଷାନବୀଶ ସଂକ୍ରାନ୍ତ ଚୁକ୍ତିରେ ସ୍ଵାକ୍ଷର କରିବେ   । ଗତ  ୭ ଅଗଷ୍ଟ  ୨୦୧୪ ରେ ଲୋକସଭାରେ ଏହି ଆଇନ ଉପରେ ଏକ ସଂଶୋଧନ ବିଲ ଆଗତ ହୋଇ ବିଭାଗୀୟ ଷ୍ଟାଡିଙ୍ଗ କମିଟିଙ୍କ ବିଚାରବିମର୍ଷ ପାଇଁ ପଠାହୋଇଛି   ।  ଏହି ବିଲ ଆଇନରେ ବିଭିନ୍ନ ସଂଶୋଧନ ସହିତ ଧାରା - ୩ ରେ ଏକ ସଂଶୋଧନ ଆଣି ସ୍ପଷ୍ଟ କରିଦେବାକୁ ଚାହେଁ , ଚଉଦ ବର୍ଷକୁ କମ ଶିଶୁ ଶିକ୍ଷାନବୀଶ ହୋଇପାରିବ ନାହିଁ   , ଏବଂ  ୧୮ ବର୍ଷକୁ କମ ବଲଉତକେତେକ ବିଜ୍ଜନାକ ଶ୍ରମକ୍ଷେତ୍ରରେ ଶିକ୍ଷାନବିଶ ଭାବେ ପ୍ରବେଶ କରିପାରିବେ ନାହିଁ   ।

ବିଡି ଓ ସିଗାର ଶ୍ରମିକ (ନିଯୁକ୍ତି ସର୍ତ୍ତାବଳୀ) ଆଇନ  ୧୯୬୬ :

ମୋଟ  ୪୪ଟି ଧାରା ବିଶିଷ୍ଟ ଏହି ଆଇଆନ ଧାରା- ୨(ବି) ରେ ୧୪ ବର୍ଷ ପୂରିନ ଥିବା ବ୍ୟକ୍ତିଙ୍କୁ " ବାଳୁତ" ର ସଂଜ୍ଞା ଦିଆଯାଇଛି   ।  ଧାରା - ୨ (ଏ) ରେ ୧୮ ବର୍ଷ ପୂରିଥିବା ଜଣେ ବ୍ୟକ୍ତିଙ୍କୁ  " ସାବାଳକ" ର ସଂଜ୍ଞା ଦିଆଯାଇଛି   । କିନ୍ତୁ  ୧୪ ବର୍ଷ ପୂରିଥିବା ଅଥଚ ୧୮ ବର୍ଷପୂରିନ ଥିବା ଜଣେ ବ୍ୟକ୍ତିଙ୍କୁ  " ନାବାଳକ ବ୍ୟକ୍ତି" ର ସଂଜ୍ଞା ଦିଆଯାଇଛି   ।  ଏହି ଆଇନର ଧାରା - ୨୪ (ବାଳୁତଙ୍କୁ ଶ୍ରମରେ ନିଯୋଜନ ଉପରେ ନିଷେଧ) ରେ କୁହାଯାଇଛି  ଯେ , କୌଣସି ଶିଳ୍ପ ପରିସରର ଜଣେ ବାଳୁତଙ୍କୁ ଶ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ  ।  ଧାରା - ୨୫ (କାର୍ଯ୍ୟଦିବସ କେତେକ ନିର୍ଘଣ୍ଟ ରେ ମହିଳା ଓ ନାବାଳକଙ୍କୁ ଶ୍ରମରେ ନିଯୋଜନ ଉପରେ ନିଷେଧ) ରେ କୁହାଯାଇଛି ଯେ , ସକାଳ  ୬ ତା ରୁ ସନ୍ଧ୍ୟା ୭ ତା ସମୟ ଅବଧି ଛଡା ଅନ୍ୟ କୌଣସି ସମୟରେ ମହିଳା ବା ନାବାଳକ ବ୍ୟକ୍ତିଙ୍କୁ କୌଣସି ଶିଳ୍ପ ପରିସରରେ ନିଯୋଜନ କରାଯିବ ନାହିଁ  । ଧାରା ଅ- ୨ (ଆଇ) ରେ ଶିଳ୍ପ ପରିସର ର ସଂଜ୍ଞାୟନ କରାଯାଇ କୁହାଯାଇଛି ଯେ , ଗୋଟିଏ ଘରୋଇ ବାସଗୃହକୁ ଛାଡି ଏହା ଅନ୍ୟ କୌଣସି ସ୍ଥାନ ବା ପରିସର ଯେଉଁଠି ବିଜୁଳି ସାହାଯ୍ୟରେ ବା ବିନା ବିଜୁଳିରେ ବିଡି ବା ସିଗାର ପ୍ରସ୍ତୁତ ହୋଇଥାଏ   ।  ଧାରା  ୩୦ ଅନୁଯାଯାଇ ଯଦି ଜଣେ ଶ୍ରମିକର ବୟସ ଶ୍ରମ କରିବା ପାଇଁ ବିହିତ ହୋଇଥିବା ବୟସରୁ କମ ବୋଲି କୋର୍ଟ ନିଜର ଆପାତ ବିଚାରରେ ମନେ କରନ୍ତି   , ତେବେ ତାହାକୁ ଅପ୍ରମାଣ କରିବାର ଭାର ସମ୍ପୃକ୍ତ ଦୋଷୀ (ନିଯୁକ୍ତିକର୍ତ୍ତା)ଙ୍କ ଉପରେ ନ୍ୟସ୍ତ ରହିବ   ।  ଏଥିରେ ପୁଣି କୁହାଯାଇଛି , ଯେଉଁସ୍ଥଳେ ଜଣେ ଶ୍ରମିକର ବୟସକୁ ନେଇ ବିବାଦ ଉପୁଜିବ , ସେପରି ସ୍ଥଳେ ସହକାରୀ ସିଭିଲ ସର୍ଜନଠାରୁ ଅଧସ୍ତନ ପାହ୍ୟା ହୋଇନଥିବା ଜଣେ ମେଡିକାଲ ଅଫିସରଙ୍କ ଦ୍ଵାରା ପରୀକ୍ଷା ଓ ତା ପରେ ତାଙ୍କର ଲିଖିତ ବିବୃତ୍ତିକୁ ସମ୍ପୃକ୍ତ ଶ୍ରମିକର ବୟସର ପ୍ରମାଣ ଭାବେ ଗ୍ରହଣ କରାଯିବ   ।  ଆଇନର ଧାରା  ୪୪ କେବଳ ରାଜ୍ୟ ସରକାରଙ୍କୁ ହିଁ ନିୟମାବଳି ପ୍ରଣୟନ କରିବା ପାଇଁ କ୍ଷମତା ଦେଇଛି , ଯଦିଓ ଧାରା- ୪୨ ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶାବଳି ଜାରିକରିବା ପାଇଁ କ୍ଷମତା ନ୍ୟସ୍ତ କରାଯାଇଛି  । କିନ୍ତୁ ଏହି ଆଇନରେ ଏକ ବ୍ୟତିକ୍ରମ ସୂଚିତ ହୋଇଛି   , ତାହା ହେଉଛି , ଯଦି ଜଣେ ଆତ୍ମ- ନିଯୁକ୍ତ ବ୍ୟକ୍ତି ନିଜ ଘରେ ବିଡି ଓ ସିଗାର ଇତ୍ୟାଦିର ପ୍ରସ୍ତୁତି କାର୍ଯ୍ୟରେ ଶିଶୁଶ୍ରମ ନିଯୋଜିତ କରେ ତେବେ ଆଇନ ଚକ୍ଷୁରେ ଧର୍ତ୍ତବ୍ୟ ହେବ ନାହିଁ  ।  ଏହାଛଡା ଏହି ଆଇନର ଆଉ ଏକ ଗଳାବାଟ ହେଉଛି , ଉପଠିକା ବ୍ୟବସ୍ଥା , ଅର୍ଥାତ ଗୋଟିଏ ଶିଳ୍ପ ସଂସ୍ଥା ବାହାର ଲୋକମାନଙ୍କୁ ଲକ୍ଷ୍ୟଭିତ୍ତିକ କାମ ଦେଇପାରନ୍ତି ଏବଂ ସେହି ଉପଠିକାଡାରମାନେ ଯେଉଁ ପରିବାରଗୁଡିକୁ ସେହି କାର୍ଯ୍ୟ ନ୍ୟସ୍ତ କରିବେ ସେହି ପରିବାରର ଶିଶୁଶ୍ରମ ସମ୍ପୃକ୍ତ ଶ୍ରମରେ ନିଯୁକ୍ତ ହେବା ସ୍ଵାଭାବିକ  ।

ବନ୍ଧକ - ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ ୧୯୭୬ :

ଭାରତର ଏହା ଏକ ସୁପ୍ରାଚୀନ ପ୍ରଥା,  ଯାହା ଫଳରେ ଜଣେ ଦରିଦ୍ର ବ୍ୟକ୍ତି ନିଜର ଜରୁରୀ ଆବଶ୍ୟକତା ମେଣ୍ଟାଇବାପାଇଁ କେତେକ ସାହୁକାର ଶ୍ରେଣୀର ବ୍ୟକ୍ତିଙ୍କ ଠାରୁ ଋଣ ନେଇଥାନ୍ତି ଏବଂ ଋଣ ସୁଝିନ ପାରିଲେ ନିଜେ ବା ନିଜର ପିଲାକୁ ସେହି ଋଣଦାତାଙ୍କ ପାଖରେ ବନ୍ଧକ ଶ୍ରମିକ ଭାବେ ରଖିବା ପାଇଁ ଚୁକ୍ତି କରିଥାନ୍ତି   । ଋଣ ସୁଝି ନ ପାରିଲେ ସମ୍ପୃକ୍ତ ଋଣଗ୍ରହିତ ନିଜେ ବା ନିଜର ପିଲା ଯେତେବେଳେ ବନ୍ଧକ ଶ୍ରମିକ ଭାବେ କାମ କରନ୍ତି ସେତେବେଳେ ତାଙ୍କୁ କିଛି ପରିଶ୍ରମିକ ମିଳିନଥାଏ   ଅଥବା ଅତି ସ୍ୱଳ୍ପ ପରିଶ୍ରମିକ ମିଳିଥାଏ   । ବନ୍ଧକ ଶ୍ରମିକ ଭାବେ ଖଟୁଥିବା ଶିଶୁ କେବଳ ଯେ ପଠାପଢାରୁ ବଞ୍ଚିତ ହୋଇଥାଏ ତାହା ନୁହେଁ , ବରଂ ତାର ଅପୃଷ୍ଟି ଓ ସ୍ୱାସ୍ଥ୍ୟହାନି ଘଟିବା ସହିତ ସେ ବିଭିନ୍ନ ପ୍ରକାର ଦୁର୍ବ୍ୟହାର , ନିର୍ଯ୍ୟାତନା ଓ ଶୋଷଣର ଶିକାର ହୋଇଥାଏ   । ଏହାପ୍ରକାର ଏକ ଘୃଣ୍ୟ ପ୍ରଥାର ବିଲୋପ ପାଇଁ ବନ୍ଧକ ଶ୍ରମପଠା  (ଉଚ୍ଛେଦ) ଆଇନ  ୧୯୭୬ ଲାଗୁ ହୋଇଛି   ।  ଏହି ଆଇନ ବଳରେ ବନ୍ଧକ ଶ୍ରମିକଙ୍କୁ ଋଣ ଇତ୍ୟାଦି ଜଞ୍ଜାଳରୁ ମୁକ୍ତ କରାଯାଇଛି    । ବନ୍ଧକ ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁକ୍ତିଦେବା ଏବଂ ସେମାନଙ୍କର ଥଇଥାନର ବ୍ୟବସ୍ଥା କରିବା ଏହି ଆଇନର ପ୍ରମୁଖ ଉଦ୍ଦେଶ୍ୟ   ।  ପାରମ୍ପରିକ ବନ୍ଧକ -ଶ୍ରମ ପ୍ରଥା ଆପାତତଃ ହ୍ରାସ ପାଇଛି , କିନ୍ତୁ ଏହା ବିଭିନ୍ନ ପ୍ରକାର ଛଦ୍ମବେଶରେ ବଜାୟ ରହିଛି   ।

ଏହି ଗୁରୁତ୍ଵପୂର୍ଣ୍ଣ ଆଇନର ମୁଖ୍ୟାଶ ଏଠାରେ ସୂଚନାଯୋଗ୍ୟ  । ପ୍ରଥମତଃ ଏହି ଆଇନ ବନ୍ଧକ ଶ୍ରମକୁ ଉଚ୍ଛେଦ କରିଛି ଏବଂ ଏହା ସହିତ ସମସ୍ତ ବନ୍ଧକ ଶ୍ରମିକଙ୍କୁ ସେମାନଙ୍କର ଋଣଭାରରୁ ମୁକ୍ତ କରିଛି   । ଦ୍ଵିତୀୟତଃ ଜଣେ ବନ୍ଧକ ଶ୍ରମିକ ଭବିଷ୍ୟତରେ କୌଣସି ବନ୍ଧକ ଋଣ କଲେ , ତାହା ସେ ପରିଶୋଧ କରିବ ନାହିଁ ବୋଲି ଆଇନ କହିଛି  ।ତୃତୀୟତଃ ଏଭଳି କୌଣସି ବନ୍ଧକ ଋଣର ପରିଶୋଧ ପାଇଁ କୌଣସି ଦେବାନୀ ଅଦାଲତରେ କେଶ ରୁଜୁ ହୋଇପାରିବ ନାହିଁ   ।  ଚତୁର୍ଥତଃ ଏହି ଆଇନ ଲାଗୁ ହେବା ପୂର୍ବରୁ ବନ୍ଧକ ଋଣ ସହିତ ସମ୍ପୃକ୍ତ ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ବନ୍ଧା ପଡିଥିଲେ ତାହା ଆପେ ଆପେ ମୁକ୍ତ ହୋଇଜୀବ ଏବଂ ତାହା ବନ୍ଧକ ଶ୍ରମିକଙ୍କୁ ଫେରସ୍ତ ଦିଆଯିବ   ।  ଏହି ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଓ ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଧିଷ୍ଟ ଦାୟିତ୍ଵ ଓ କ୍ଷମତା ଅରପଣ କରାଯାଇଛି   । ଆଇନର ଧାରା ୧୩ ଅନୁଯାୟୀ ଆଇନର ବ୍ୟବସ୍ଥାବଳିକୁ କର୍ଜୟକାରୀ କରିବା ପାଇଁ ଜିଲ୍ଲା ଓ ସବଡିଭିଜନାଲସ୍ତରରେ ଭିଜିଲାନ୍ସ କମିଟିମାନ ଗଠନ କରାଯିବା ବିଧେୟ   ।  ବନ୍ଧକ ଶ୍ରମ ପ୍ରଥା  (ଉଚ୍ଛେଦ) ନିୟମାବଳି ଅଧୀନରେ ରେଜିଷ୍ଟରମାନ ରକ୍ଷଣାବେକ୍ଷଣ କରାଯିବ   । ଯେଉଁତିରେ ମୁକ୍ତିଲାଭ କରିଥିବା ସମସ୍ତ ବନ୍ଧକ ଶ୍ରମିକନାମ ଓ ଠିକଣା ସେମାନଙ୍କର ମୁକ୍ତି , ବୃତ୍ତି ଓ ରୋଜଗାର ଏବଂ ସେମାନଙ୍କୁ ମିଳିଥିବା ସୁବିଧାଗୁଡିକ ସଂବନ୍ଧରେ ସୂଚନା ଲିପିବଦ୍ଧ ରହିବ   । କୌଣସି ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କୁ ବନ୍ଧକ ଶ୍ରମ କରିବାକୁ ବାଧ୍ୟ କାଲେ ଅଥବା ବନ୍ଧକ ଋଣ ଦେଲେ ତାଙ୍କ ବିରୋଧରେ ସର୍ବାଧିକ ୩ ବର୍ଷ ଜେଲ ଏବଂ  ୨ ଯାହାର ଟଙ୍କା ଜୋରିମାନା ଲାଗୁ ହେବ   ।  ଏହି ଆଇନ ଅଧିନସ୍ଥ ଗୋଟିଏ ଅପରାଧର ସରାସରି ଫଇସଲା ହେବ ଏବଂ ପ୍ରତି ଅପରାଧ ଧର୍ତ୍ତବ୍ୟ ଅଥଚ ଜାମିନଯୋଗ୍ୟ ବିବେଚିତ ହେବ  ।

ଶିଶୁଶ୍ରମ (ନିଷେଧ ଓ ମିୟନ୍ତ୍ରଣ) ଆଇନ ୧୯୮୬ ଏବଂ ସଂଶୋଧନ ବିଲ ୨୦୧୨:

ଜାତୀୟ ସ୍ତରରେ ବ୍ୟାପକ ବିଚାରବିମର୍ଷ ପରେ ଶିଶୁଶ୍ରମ  (ନିଷେଧ ଓ ନିୟନ୍ତ୍ରଣ ) ଆଇନ  ୧୯୮୬ ପ୍ରଣିତ ହୋଇଥିଲା   ।ଏହାର ପ୍ରଣୟନ ପଛରେ ଜାତୀୟ ଶ୍ରମ କମିଶନ (୧୯୬୬-୬୯) , ଶିଶୁଶ୍ରମ ଉପରେ ଗୁରୁ ଦ ସ୍ଵାମୀ କମିଟି (୧୯୭୯) ଏବଂ ସନତ ମେହେଟା କମିଟି (୧୯୮୪) ଙ୍କ ବିଶ୍ଳେଷଣ ଓ ସୁପାରିସ ପ୍ରମୁଖ ଭୂମିକା  ନେଇଥିଲା   ।  ଏହି ଆଇନ  ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବିପଜ୍ଜନକ ଶ୍ରମରେ ନିଯୋଜନକୁ ନିଷିଦ୍ଧ କରିଛି  ।  ନିଷିଦ୍ଧ ହୋଇଥିବା  ୧୮ ଟି ପେଷା ଓ  ୬୮ ଟି ଶ୍ରମପ୍ରକ୍ରିୟା ଆଇନ ସହ ସଂଲଗ୍ନ ଅନୁସୂଚିରେ ସ୍ଥାନିତ ହୋଇଥିବା ଦୁଇଟି ତାଲିକାରେ ସୂଚିତ ହୋଇଛି  ।  ଅଣବିପଜ୍ଜନକ ଶ୍ରମରେ  ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଗୋଟିଏ ଦିନରେ ସର୍ବାଧିକ  ୬ ଘଣ୍ଟାପାଇଁ ନିଯୋଜନ କରିହେବ ବୋଲି ଆଇନର ଧାରା  ୬ ସ୍ପଷ୍ଟ କରିଛି ଏବଂ ଏହିସବୁ ଶ୍ରମରେ ଶିଶୁଙ୍କ ନିଯୁକ୍ତିକୁ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଆଇନର ଭାଗ- ୩ର ବ୍ୟବସ୍ଥାବଳି ସ୍ଥାନିତ ହୋଇଛି   ।  ଏହି ଆଇନ ଅନୁଯାୟୀ  ୧୪ ଅତିକ୍ରମ କରିଥିବା ଅଥଚ ୧୮ ବର୍ଷ ଅତିକ୍ରମ କରିନଥିବା ବାଳୁତଙ୍କୁ ଉଭୟ ବିପଜ୍ଜନକ ଓ ଅଣବିପଜ୍ଜନକ ଶ୍ରମରେ ନିୟୋଜନ କରିବା ଉପରେ କୌଣସି କଟକଣା ବା ନିୟନ୍ତ୍ରଣ ନାହିଁ । କିନ୍ତୁ ଏହି ଆଇନ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଶ୍ରମରେ ନିଯୋଜନ ପାଇଁ ଅନୁମତି ଦେଉନଥିବାରୁ ଏହି ସମ୍ବିଧାନର ଭାଗ-୨୧ ଏ (ଶିକ୍ଷାର ଅଧିକାର) ଏବଂ ଶିକ୍ଷା ଅଧିକାର ଆଇନ ୨୦୦୯ କୁ ଉଲ୍ଲଂଘନ କରୁଛି  ।  ସେ କାରଣରୁ କେନ୍ଦ୍ର ସରକାର ଶିଶୁଶ୍ରମ  (ନିଷେଧ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୨ ଲୋକସଭାରେ ଆଗତ କରିସାରିଛି   , ଯାହାର ଉଦ୍ଦେଶ୍ୟ ହେଉଛି ,୧୪ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ କୌଣସି ଶ୍ରମରେ ନିଯୋଜିତ ହେବାକୁ ଅନୁମତି ନ ଦେବା ଏବଂ  ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ କେବଳ ଅଣବିପଜ୍ଜନକ ଶ୍ରମରେ ନିଯୋଜିତ ହେବାକୁ ଅନୁମତି ଦିଆଯିବ ଏବଂ ସେମାନଙ୍କର ନିଯୁକ୍ତିକୁ ତଦାରଖ ଓ ନିୟନ୍ତ୍ରଣ କରାଯିବ  ।  ଏହା ସତ୍ତ୍ୱେ ବିଲରେ ଏକ ବିବଦମାନ ବ୍ୟବସ୍ଥା ଅଛି - ଯେଉଁ ସ୍ଥଳେ ସମ୍ପୃକ୍ତ ପିଲାର ପରିବାରକୁ ସହାୟତା କରିବାକାଉ ଯାଇ ପିଲାଟି କୌଣସି ଶ୍ରମରେ ନିଯୁକ୍ତି ହେବ , ତାହା ଆଇନ ବିରୁଦ୍ଧ ବୋଲି ମନେ କରାଯିବନି  ।  ଏହି ବିଲ ଉପରେ ସଂସଦୀୟ ଷ୍ଟାଡିଙ୍ଗ କମିଟି ନିଜର ରିପୋର୍ଟ ଦାଖଲ କରିସାରିଛନ୍ତି ଏ ଏବେକାର କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ସର୍ବସାଧାରଣଙ୍କ ଠାରୁ ମତାମତ ଲୋଡିସାରିଛନ୍ତି   ।

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୦୦:

ଏହି ଆଇନ ମିଳିତ ଜାତିସଂଘ ବାଳୁତ ଅଧିକାର କନଭେନସନ ୧୯୮୯ ଅନୁଯାୟୀ  " ଶିଶୁ" ର ସଂଜ୍ଞା କୁ  ୧୮ ବର୍ଷ ପୂରଣ କରି ନଥିବା ଜଣେ ବାଳୁତ ବୋଲି କହିଛି   ।  ଏହି ଆଇନର ଧାରା  -୨ ର ଉପଧାରା  (ଡି) ରେ ଶ୍ରମିକ ବାଳୁତ କୁ ଯତ୍ନ ଓ ସୁରକ୍ଷା ଲୋଡିଥିବା ବାଳୁତ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି  , ଯାହାଫଳରେ ଏ ପ୍ରକାର ବାଳୁତ ପ୍ରତି ଉକ୍ତ ଆଇନର ଅଧ୍ୟାୟ - ୩ରେ ବର୍ଣ୍ଣିତ ଉଦ୍ଧାର ଓ ଥଇଥାନ ବ୍ୟବସ୍ଥାବଳୀ ପ୍ରଯୁଜ୍ୟ ହେବ  ।  କିନ୍ତୁ ଏହି ଆଇନର ଧାରା -୨୬ ରେ ଜଣେ କିଶୋର ବା ଶିଶୁ ଶ୍ରମିକକୁ କେବଳ ଶୋଷଣ କରିବା ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି   ।  ଜଣେ ବାଳୁତକୁ ବିପଜ୍ଜନକ ଶ୍ରମରେ ନିଯୁକ୍ତ କରିବା , ତାକୁ ବନ୍ଧକ ଅକ୍ଷୀବ , ତାର ମଜୁରିକୁ ହଡପ କରିବା ଏବଂ ନିଜ ସ୍ଵାର୍ଥରେ ଲଗାଇବା ଅପରାଧ ପାଇଁ ସର୍ବାଧିକ  ୩ ବର୍ଷ ଜେଲ ସହିତ ଜୋରିମାନା ଦଣ୍ଡ ରହିଛି   ।

ବାଳୁତ ଅଧିକାର ସୁରକ୍ଷା କମିଶନ ସମୂହ ଆଇନ ୨୦୦୫:-

ଏହି ଆଇନ ୨୦ ଜାନୁଆରୀ ୨୦୦୬ ରେ ଲାଗୁ ହୋଇଛି । ଏହାର ପ୍ରାକ- କଥନରେ ଭାରତରେ ତିନୋଟି ଗୁରୁତ୍ଵପୂର୍ଣ୍ଣ ଅନ୍ତର୍ଜାତିକ ଶିଶୁ ଅଧିକାର ଦଲିଲର କାର୍ଯ୍ୟକାରିତା ଉପରେ ଜୋର ଦିଆଯାଇଛି,ଯଥା ମିଳିତ ଜାତିସଂଘ ଶିଶୁ ଅଧିକାର କନଭେନସନ ୧୯୮୯ , ଶିଶୁମାନଙ୍କ ଉପରେ ମେ ୨୦୦୨ ରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ସଭାର ସ୍ଵତନ୍ତ୍ର ଅଧିବେଶନରେ ଗୃହୀତ ହୋଇଥିବା ଦଲିଲ " ଶିଶୁ ପାଇଁ ଉପଯୁକ୍ତ ବିଶ୍ଵ"  ଏବଂ ୨୦୦୩ ରେ ମିଳିତ ଜାତିସଂଘ ଦ୍ଵାରା ଗୃହୀତ ହୋଇଥିବା ବାଳୁତ ଅଧିକାର ସନନ୍ଦ । ଏହା ଜଣାଶୁଣା କଥା ଯେ " ଏହିସବୁ ଅନ୍ତର୍ଜାତିକ ଦଲିଲ ଅନୁଯାୟୀ ୧୮ ବର୍ଷରୁ କମ ବ୍ୟକ୍ତିଙ୍କୁ ବାଳୁତ ବା ଶିଶୁ  କୁହାଯିବ ଏବଂ  ପ୍ରତି ଶିଶୁ ଶ୍ରମକ୍ଷେତ୍ରକୁ ନଯାଇ ସ୍କୁଲକୁ  ଯିବ ବୋଲି ଘୋଷଣା କରାଯାଇଛି । ୨୦୦୫ ଅନୁଯାୟୀ ସାରା ଦେଶରେ ଉଭୟ ଜାତୀୟ  ସ୍ତରରେ ଏବଂ ରାଜ୍ୟମାନଙ୍କରେ ବାଳୁତ ଅଧିକାର ସୁରକ୍ଷା କମିଶନମାନ ଗଠିତ ଓ କାର୍ଯ୍ୟକ୍ଷମ ହୋଇଛି । ବେଆଇନ ଶିଶୁଶ୍ରମ ସମେତ ଯେକୌଣସି ବାଳୁତ ଅଧିକାର ଉଲ୍ଲଂଘନ ପ୍ରତିକାର  ଉଦ୍ଦେଶ୍ୟରେ ଅନୁସନ୍ଧାନ କରାଇବା , ଅଦାଲତିୟ  କାର୍ଯ୍ୟବିଧି ଆରମ୍ଭ କରିବା ତଥା ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାପାଇଁ ଏହିସବୁ କମିଶନମାନଙ୍କର ପ୍ରଭୂତ କ୍ଷମତା ରହିଛି  । ବର୍ତ୍ତମାନ ସମୀକ୍ଷା କରିବାର ବେଳ ଆସିଛି   ।  ଏହି କମିଶନମାନେ କେତେଦୂର ଶିଶୁଶ୍ରମ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି  ।

ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବାଳୁତ ଅଧିକାର ଆଇନ  ୨୦୦୯ :-

ଏଥିରେ ବାଳୁତ ବା ଶିଶୁର ସଂଜ୍ଞା ହେଉଛି ୬ ବର୍ଷରୁ  ୧୪ ବର୍ଷ ପୂରଣ କରିନଥିବା ଜଣେ ବ୍ୟକ୍ତି   ।  ଏହି ଆଇନ ଅନୁଯାୟୀ ପ୍ରତି ଘରୋଇ ସ୍କୁଲରେ ଶତକଡା ୨୫ ଭାଗ ସ୍ଥାନ ଭିନ୍ନକ୍ଷମଙ୍କ ସମେତ ବିଭିନ୍ନ ଦୁସ୍ଥ ଗୋଷ୍ଠୀର ପରିବାରର ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବାର ବ୍ୟବସ୍ଥା ରହିଛି   ।  ଇତି ମଧ୍ୟରେ ପ୍ରାୟ ଛଅ ବର୍ଷ ବିତିଯାଇଥିଲେ ହେଁ ଏହାର ସୁଫଳ ମିଳିବା ବାକି ଅଛି   ।  ଏହି ଆଇନ ସମ୍ବିଧାନର ମୌଳିକ ଅଧିକାର ଧାରା - ୨୧ ଏ (ଶିକ୍ଷାର ଅଧିକାର) ଅନୁଯାୟୀ ପ୍ରଣୀତ ହୋଇଥିଲେ ହେଁ ଏହାର ଆଉ ଏକ ଧାରା ସହିତ ବିରୋଧାଭାସ ରହିଛି ।  ସେହି ଧାରାଟି ହେଉଛି ଧାରା-୨୪ (କାରଖାନା ଇତ୍ୟାଦିରେ  ଶିଶୁମାନଙ୍କ ନିୟୋଜନକୁ ନିଷେଧ) , ଯେଉଁଠି କୁହାଯାଇଛି ଚଉଦବର୍ଷରୁ କମ ବାଳୁତଙ୍କୁ ବିପଜ୍ଜନକ ଶ୍ରମରେ ନିୟୋଜନ କରାଯିବ ନାହିଁ, ଯାହାର ପରୋକ୍ଷ ଅର୍ଥ ହେଉଛି ସେହି ପିଲାମାନଙ୍କୁ ଅଣବିପଜ୍ଜନକ ଶ୍ରମରେ ନିୟୋଜନ କରିବା ଆଇନ ବିରୁଦ୍ଧ ନୁହେଁ  ।

ଯୌନ ଅପରାଧରୁ ବାଳୁତଙ୍କୁ ସୁରକ୍ଷା ଆଇନ  ୨୦୧୨

୨୦ ଜୁନ ୨୦୧୨ ରେ ବିଜ୍ଞପ୍ତି ହୋଇଥିବା ଏହି ଆଇନର ଧାରା ୨(୧)(ଡି)ରେ ୧୮ ବର୍ଷ ଟପି ନଥିବା ଜଣେ ବ୍ୟକ୍ତିକୁ ବାଳୁତ ବୋଲି ସଂଜ୍ଞାୟନ କରାଯାଇଛି   ।  ଏହାର ଧାରା  ୧୪ ଅନୁଯାୟୀ ଜଣେ ବାଳୁତକୁ କୌଣସି ଅଶାଳୀନ ଉଦ୍ଦେଶ୍ୟରେ ଅର୍ଥାତ  ନିଜର ଯୌନଲାଳସାରେ ପରିପୂର୍ତ୍ତିପାଇଁ ବ୍ୟବହାର କରିବା , ଅର୍ଥାତ ମୁଦ୍ରଣ , ଇଲେକଟ୍ରେନିକ ବା କମ୍ପ୍ୟୁଟର ମାଧ୍ୟମରେ ତାରଛବି ପ୍ରସ୍ତୁତ କରିବାଓ ପ୍ରସାର କରିବା ହେଉଛି ଏକ ଅପରାଧ ଯେଉଁଥିପାଇଁ ସମ୍ପୃକ୍ତ ଅପରାଧଙ୍କୁ ସ୍ଥଳବିଶେଷରେ ଅନ୍ୟୁନ ୫ ବର୍ଷର ଜେଲ ଓ ଜୋରିମାନାଠାରୁ ଆରମ୍ଭ କରି ଅନ୍ୟୁନ ଆଜୀବନ ସଶ୍ରମ ଜେଲଦଣ୍ଡ ଓ ଜରିମାନାର ଦଣ୍ଡବ୍ୟବସ୍ଥା ରହିଛି   । ଧାରା  ୧୫ ଅନୁଯାୟୀ ସମ୍ପୃକ୍ତ ଅପରାଧ ଯଦି ବ୍ୟାବସାୟିକ ଉଦ୍ଦେଶ୍ୟରେ ଜଣେ ବାଳୁତର ଛବିକୁ କୌଣସି ପ୍ରକାରେ ଷ୍ଟୋର କରିଥାନ୍ତେ , ତେବେ ତାକୁ ସର୍ବାଧିକ ୩ ବର୍ଷର ଅଶ୍ରମ ବା ସଶ୍ରମ ଜେଲଦଣ୍ଡ ବା ଜୋରିମାନା ଅଥବା ଉଭୟ ଦଣ୍ଡ ଲାଗୁ ହୋଇପାରେ  ।

ନିର୍ଭୟା ଆଇନ ୨୦୧୩:-

୧୬ ଡିସେମ୍ବର ୨୦୧୨ ଦିଲ୍ଲୀରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଚଳନ୍ତା  ବସ ଭିତରେ ଗଣ ବଳାତ୍କାର କରାଯିବା ଘଟନା ପରେ ସାରାଦେଶରେ ବ୍ୟାପକ ଓ ଲଗାତର ଜଣପ୍ରତିବାଦ ଘଟିବାର ପ୍ରତିକ୍ରିୟାରେ ଫୌଜଦାରି କାର୍ଯ୍ୟବିଧି ସଂହିତା ସଂଶୋଧନ ଆଇନ  ୨୦୧୩ ବା ନିର୍ଭୟା ଆଇନ  ୨୦୧୩ ତା ଏପ୍ରିଲ ୨୦୧୩ ରେ ଜାରି କରାଯାଇଥିଲା   ।  ଏହି ଆଇନ ବଳରେ ଦେଶର ପ୍ରମୁଖ ଅପରାଧ ସମ୍ପର୍କିତ ସଂହିତାଗୁଡିକୁ ସଂଶୋଧନ କରାଯାଇଆ ଦଣ୍ଡବ୍ୟବସ୍ଥାକୁ ଅଧିକ କଠୋର  କରାଯାଇଛି  । ଭାରତୀୟ ଅପରାଧ ସଂହିତା ୧୮୬୦ ରେ ଦଫା ୩୭୦ (ଜଣେ ବ୍ୟକ୍ତିକୁ କ୍ରୀତଦାସ ଭାବେ କିଣାବିକା କରିବା ) ଜାଗାରେ ନୂତନ ଦୁଇଟି ଦଫା  ୩୭୦ (ମାନବ ଚାଲାଣ) ଏବଂ  ୩୭୦ ଏ (ଚାଲାଣ ହୋଇଥିବା ବ୍ୟକ୍ତି କୁ  ଶୋଷଣ ପ୍ରତିସ୍ଥାନିତ ହୋଇଛି   ।  ନୂତନ ଦଫା  ୩୭୦ ଅଧୀନରେ ୭ ଟି ଉପଦଫା ରହିଛି ଏବଂ ନୂତନ ଦଫା  ୩୭୦ ଏ ଅଧୀନରେ ୨ ଟୀ ଉପଦଫା ସ୍ଥାନିତ ହୋଇଛି   ।  ଉପସଫା  ୩୭୦ (୪) ଅନୁଯାୟୀ ଜଣେ ବାଳୁତକୁ ଚାଲାଣପାଇଁ ଅନ୍ୟୁନ ୧୦ ବର୍ଷରୁ ସର୍ବାଧିକ ଆଜୀବନ ଜେଲ ସହିତ ଜୋରିମାନା , ଉପସଫା  ୩୭୦(୫) ଅନୁଯାୟୀ ଏକାଧିକ ନାବାଳୁତଙ୍କୁ ଚାଲାଣ ପାଇଁ ଅନ୍ୟୁନ ୧୪ ବର୍ଷରୁ ସର୍ବାଧିକ ଆଜୀବନ ଜେଲ ସହିତ ଜୋରିମାନା,୩୭୦ (୭) ଅନୁଯାୟୀ ଜଣେ ସର୍ବସାଧାରଣ କର୍ମଚାରୀ ବା ପୋଲିସ ଚାଲାଣ ଅପରାଧ ରେ ଏକାଧିକ ଥର ଜଡିତ ହେଲେ ଆମରଣ ବା ଅବଶିଷ୍ଟ ଜୀବନର ଅବସାନ ପର୍ଯ୍ୟନ୍ତ ଜେଲ ଏବଂ ଦଫା  ୩୭୦ (୭) ଅନୁଯାୟୀ ଜଣେ ସର୍ବସାଧାରଣ କର୍ମଚାରୀ ବା ପୋଲିସ ଚାଲାଣ ଅପ୍ରାଧରେ ଜଡିତ ହେଲେ ଆମରଣ ବା ଅବଶିଷ୍ଟ ଜୀବନର ଅବସାନ ପର୍ଯ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି   ।  ପୁଣି  ଦ ୩୭୦ ଏ (୧) ଅନୁଯାୟୀ ଜଣେ ବାଳୁତ ଶୋଷଣ ହୋଇଛି ବୋଲି ଜାଣି ଜଣେ ବ୍ୟକ୍ତି ତାକୁ କୌଣସି ପ୍ରକାର ଯୌନ ଶୋଷଣ ରେ ନିଯୋଜିତ କାଲେ ଏହି ଅପରାଧପାଇଁ ଦଣ୍ଡବ୍ୟବସ୍ଥା ହେଉଛି ଅନ୍ୟୁନ ୫ ବର୍ଷରୁ  ୭ ବର୍ଷ ପର୍ଯ୍ୟନ୍ତ ଜେଲ ସହିତ ଜୋରିମାନା   ।  ଏଠାରେ ଉଲ୍ଲେଖଞି ଦ ୩୭୦ (୧) ରେ ଚାଲାଣର ଏକ ସର୍ବବ୍ୟାପକ ଓ ଲିଙ୍ଗ ନିରପେକ୍ଷ ସଂଜ୍ଞା ଦିଆଯାଇ କୁହାଯାଇଛି ଯେ , ଯଦି କୌଣସି ବ୍ୟକ୍ତି ଶୋଷଣ କରିବା ଉଦ୍ଦେଶ୍ୟରେ ୬ ଟି ଉପାୟରେ , ଯଥା ଧମକ, ବଳପ୍ରୟୋଗ , ଅପହରଣ , କପଟତା ବା ପ୍ରତାରଣା , ନିଜ କ୍ଷମତାର ଅପବ୍ୟବହାର ବା ପ୍ରଲୋଭନ ଦ୍ଵାରା ଏକ ବା ଏକାଧିକ ବ୍ୟକ୍ତିଙ୍କୁ ଯୋଗାଡ କରନ୍ତି , ପରିବହନ କରନ୍ତି ଆଶ୍ରୟ ଦିଅନ୍ତି , ସ୍ଥାନାନ୍ତର କରନ୍ତି ଅଥବା ହାସଲ କରନ୍ତି , ପରିବହନ କରନ୍ତି,  ତେବେ ତାହା ଚାଲାଣ ଅପରାଧ ରୂପେ ବିବେଚିତ ହେବ । ଏଥିରେ ସ୍ଥାନିତ ୧ ମ ସ୍ପଷ୍ଟୀକାରଣ ଅନୁସାରେ ଶୋଷଣ ଶବ୍ଦ ଭିତରେ ଅନ୍ତର୍ଭୁକ୍ତ ହେବ ଯେ କୌଣସି ପ୍ରକରର ଦୈନିକ ବା ଯୌନଗତ ଶୋଷଣ , ଦାସତ୍ଵ ସଦୃଶ ନିର୍ଯ୍ୟାତିତ ବ୍ୟକ୍ତିର ସମ୍ମତି ଥିଲା କି ନାହିଁ ପ୍ରଶ୍ନ ସମ୍ପୃକ୍ତ ଚାଲାଣ ଅପରାଧ ନିର୍ଣ୍ଣୟ କ୍ଷେତ୍ରରେ ପ୍ରାସଙ୍ଗିକ ହେବ ନାହିଁ  ।

ଆଧାର- ଆଧାର- ହିନ୍ଦ ମଜଦୂର ସଭା , ଓଡିଶା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate