অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଳୁତଶ୍ରମର ବାସ୍ତବତା ବନାମ ବାଳୁତ ଶିକ୍ଷା ଅଧିକାର

ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବାଳୁତ ଅଧିକାର

ଏକଥା ଜଣାଶୁଣା , ବାଳୁତ ଶ୍ରମ ଓ ବାଳୁତ ନିରକ୍ଷରତା ଭିତରେ ସିଧାସଳଖ ସମ୍ପର୍କ ରହିଛି   ।  ଭାରତର ବିଧି କମିଶନଙ୍କଦ୍ଵାରା ନଭେମ୍ବର ୧୯୯୫ ରେ ଦାଖଲ କରାଯାଇଥିବା  ୧୬୫ ତମ ରିପୋର୍ଟ (ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବାଳୁତ ଅଧିକାର) ରେ ଏ ବିଷୟ ସବିଶେଷ ଆଲୋଚନା ହୋଇଛି , ଏବଂ ଏହାର ପ୍ରାସଙ୍ଗିକତା ଏବେ ବି ପୂର୍ବବିତ ଅକ୍ଷୁର୍ଣ୍ଣ ରହିଛି  । ସୂଚନା ଯୋଗ୍ୟ ଯେ ,୧୯୫୦ ରେ ଘୋଷିତ ଭାରତର ସମ୍ବିଧାନର ଭାଗ-୪ (ରାଷ୍ଟ୍ରର ନିୟମ ପ୍ରଣୟନ ପାଇଁ ମାର୍ଗଦର୍ଶୀ ନୀତିସମୂହ) ଏବଂ ଭାଗ-୩ (ମୌଳିକ ଅଧିକାର ସମୂହ) ରେ ବିଭିନ୍ନ ଧାରାରେ ବାଳୁତ ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଇଥିଲେ ହେଁ , ଏହା କାହିଁକି ଆଖିଦୃଶିଆ ଅଗ୍ରଗତି ହାସଲ କରିପାରିନାହିଁ ଏବଂ କିପରି ଉପଲବ୍ଧ ହୋଇପାରିବ,ସେ ବିଷୟ ରେ ଏହି ରିପୋର୍ଟ ସବିଶେଷ ବିଚାରବିମର୍ଶ କରିବା ସହିତ “ ବାଳୁତମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ବିଲ  ୧୯୯୮ ର ଚିଠା ପ୍ରଣୟନ କରି ଏହାକୁ ଆଇନରେ ପରିଣତି କରିବା ପାଇଁ ସୁପାରିସ କରିଥିଲେ  ।  ଏହି ରିପୋର୍ଟର ଦ୍ଵିତୀୟ ଅଧ୍ୟାୟରେ” ଆମ ଦେଶରେ ବାଳୁତମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ପଛରେ କାରଣମାନ  “ ଆଲୋଚିତ ହୋଇଛି ଏବଂ ସେଥିରେ ଦର୍ଶାଯାଇଛି ଯେ , ବାଳୁତ ଶ୍ରମ ହିଁ ହେଉଛି ଏହାର ପ୍ରମୁଖ କାରଣ , ସେହି ଆଲୋଚନାର ସାରାଂଶ ଏଠାରେ ଦୋହରାଇବା ସମୀଚୀନ   ।

ବାଳୁତ ଶ୍ରମ ହେଉଛି ଏକ ସାମାଜିକ- ଆର୍ଥିକ ସମସ୍ୟା

ଏକଥା ସତ, ବାଳୁତ ଶ୍ରମ ହେଉଛି ଏକ ସାମାଜିକ- ଆର୍ଥିକ ସମସ୍ୟା  । ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ପରିଲିଖିତ ହେଉଥିବା ନିରକ୍ଷରତା, ଅଜ୍ଞତା, ସ୍ୱଳ୍ପ ମଜୁରି , ବେକାରି , ଜୀବନ ନିର୍ବାହର ନିକୃଷ୍ଟ ମାନଦଣ୍ଡ , ଦାରିଦ୍ର୍ୟ , ସମାଜରେ ବ୍ୟାପି ରହିଥିବା ଗଭୀର ଅନ୍ଧବିଶ୍ଵାସ ଏବଂ ଉତ୍କଟ ଅନଗ୍ରସରତା – ଏସବୁର ମିଳିତ ପରିଣତି ହେଉଛି ବାଳୁତ ଶ୍ରମ ।  କିନ୍ତୁ ବାଳୁତ ଶ୍ରମର ପ୍ରତ୍ୟକ୍ଷ ପରିଣତି ହେଉଛି – ଜଣେ ବାଳୁତ ସ୍କୁଲଶିକ୍ଷାରୁ ବଞ୍ଚିତ ହୋଇଥିଲା   ।

ଆମ ଦେଶରେ କାହିଁକି ଏତେ ବ୍ୟାପକ ବାଳୁତ ଶ୍ରମ ଦେଖାଯାଇଥାଏ, ତହିଁର ଐତିହାସିକ ପୃଷ୍ଠଭୂମି ଆଲୋଚନା କରିବାକୁ ଯାଇ କମିଶନ ଦର୍ଶାଇଛନ୍ତି ଯେ,  ପିଲାମାନେ କାମ ନ କରି , ସ୍କୁଲକୁ ଯିବେ ,  ଏପରି ଧାରଣା ଅପେକ୍ଷାକୃତ ଭାବେ ନୂଆ   ।  ଅତୀତରେ ଶହଶହ ବର୍ଷ ଧରି ପ୍ରାୟ ସମସ୍ତ ଦେଶରେ ପିଲାମାନେ ନିଜର ବାପାମାଆଙ୍କଶହ ମିଶି ବିଲବାଡି ଏବଂ ପଶୁପାଳନ , କାଳସଂଗ୍ରହ ଅଥବା ଜଳ ବା ଖାଦ୍ୟ ସଂଗ୍ରହ ଭଳି କାର୍ଯ୍ୟରେ ନିଯୋଜିତ ହେଉଥିଲେ   ।  ସେତେବେଳେ କେବଳ ସମ୍ଭ୍ରାନ୍ତ ଶ୍ରେଣୀର ପିଲାମାନେ ଶିକ୍ଷାଲାଭ କରିପାରୁଥିଲେ ଏବଂ ତଦ୍ଵାରା ନିଜର ପ୍ରାଧାନ୍ୟ ବଜାୟ ରଖୁଥିଲେ  । ସେହି ଯୁଗରେ ପ୍ରଚଳିତ ବାଳୁତ ଶ୍ରମ ଆଜିକାର ଶିଲ୍ପାୟନମୁଖ୍ୟ ସମାଜର ବାଳୁତ ଶ୍ରମଠାରୁ ମଧ୍ୟ ସଂପୂର୍ଣ୍ଣ ନିଆରାଥିଲା  । ସେତେବେଳେ ବିଶ୍ଵାସ କରାଯାଉଥିଲା ଯେ , ସମାଜ ପରିବାରଗୁଡିକକୁ ନେଇ ଗଠିତ ହୋଇଛି ଏବଂ ସେହି ପରିବାରର ରକ୍ଷଣାବେକ୍ଷଣ ପାଇଁ ପିଲାର ମଧ୍ୟ ଭୂମିକା ରହିଛି  । କିନ୍ତୁ ଶିଳ୍ପାୟନ ଯୁଗରେ ପିଲାମାନଙ୍କୁ ଖଣିଖାଦାନ ଓ କାରଖାନା ମାନଙ୍କରେ ଯନ୍ତ୍ରପାତି ଓ ରାସାୟନିକ ଦ୍ରବ୍ୟ ଇତ୍ୟାଦିର ସଂସ୍ପର୍ଶରେ ଆସି କାମ କରିବାକୁ ପଡିଲା  । ସେମାନଙ୍କୁ ସ୍ୱଳ୍ପ ମଜୁରିରେ ଅଧିକ ସମୟ ପାଇଁ ଖଟିବାକୁ ପଡିଲା ଏବଂ ବିଭିନ୍ନ ପ୍ରକାର ଶୋଷଣ ମଧ୍ୟ କରାଗଲା  । ଏହାଫଳରେ ସେମାନଙ୍କର ସ୍ୱାସ୍ଥ୍ୟ ଓ ଅବସ୍ଥା ବିପନ୍ନ ହୋଇପଡିଲା ସେମାନେ ମଧ୍ୟ କୁଟୀର ଶିଳ୍ପରେ ନିଯୋଜିତ ହେଲେ   ।

ଅନ୍ତର୍ଜାତିକ ସ୍ତରରେ ବାଳୁତ ଶିକ୍ଷାର ଇତିବୃତ୍ତି ଦର୍ଶାଇବାକୁ ଯାଇ କମିଶନ କହିଛନ୍ତି ,୧୨୮୪ ଖ୍ରୀସ୍ତାଦ୍ଦରେ ଭେନିସରେ ପ୍ରଣିତ ଏକ ଆଇନ ବଳରେ କାଚ- କାରଖାନାରେ କେତେକ ବିପଜ୍ଜନକ କାର୍ଯ୍ୟରେ ପିଲାମାନଙ୍କୁ ନିଯୁକ୍ତ କରିବା ଉପରେ ପ୍ରଥମେ ନିଷେଧାଜ୍ଞା ଜାରି କରାଯାଇଥିଲା ଏବଂ ୧୩୯୬ ରେ ସେଠିକାର ଶାସକବର୍ଗ ୧୩ ବର୍ଷରୁ କମ ପିଲାମାନଙ୍କୁ କେତେକ ନିର୍ଦ୍ଧିଷ୍ଟ ଶ୍ରମରେ ନିୟୋଜନକୁ ବାରଣ କରି ଆଇନ ପ୍ରଣୟନ କଲେ   ।  ମାଇରନ ୱେନର ତାଙ୍କର “ ଭାରତରେ ବଲଉତ ଓ ରାଷ୍ଟ୍ରର ସ୍ଥିତି ପୁସ୍ତକରେ ଦର୍ଶାଇଛନ୍ତି ଯେ , ଉକ୍ତ ନିଷେଧାଜ୍ଞା ପରେ ହିଁ ଶୈଶବ ବା ବାଲ୍ୟାବସ୍ଥା ଅବିଷ୍କୃତ ହୋଇଥିଲା  ।  ନୂତନ ଦ୍ରୁଷ୍ଟିଭଙ୍ଗୀ ଅନୁଯାୟୀ ପିଲାମାନଙ୍କୁ ଆୟକାରୀ ମଜୁରିଆ ଭାବେ ବିଚାର କରାଗଲାଣି , ବରଂ ଗୋଟିଏ ପାଟରେ ଆର୍ଥିକ ଦ୍ରୁଷ୍ଟିରୁ ସେମାନଙ୍କର ମୂଲ୍ୟ କଳନାତୀତ ବୋଲି ବିଚାର କରାଗଲା   ।  କିନ୍ତୁ ନୂତନ ଦ୍ରୁଷ୍ଟିଭଙ୍ଗୀ ସହଜରେ ଗ୍ରହଣୀୟ ହୋଇନପାରିଥିଲା   ।  ଏହାକୁ କେନ୍ଦ୍ର କରି ବ୍ୟାପକ ତର୍କବିତର୍କର ସୂତ୍ରପାତ ହୋଇଥିଲା  । ସମାଜର ସମ୍ଭାନ୍ତ ଗୋଷ୍ଠୀ ନିଜର ପିଲାମାନଙ୍କୁ ନୂତନ ଦ୍ରୁଷ୍ଟିଭଙ୍ଗୀ ଅନୁଯାୟୀ ଲାଳନ ପାଳନ କରୁଥିଲେ ହେଁ , ସମାଜର ସବୁ ପିଲାଙ୍କ ପ୍ରତି ଏହା ପୋଷଣ କରୁନଥିଲେ   ।  ଏହା ବିସ୍ମୟକର କେ ,  ଭଲଟାୟାରଙ୍କ ଭଳି ବିଶିଷ୍ଟ ସମାଜ- ସଂସ୍କାରର ମଧ୍ୟ ପିଲାମାନଙ୍କୁ ସେମାନଙ୍କର କୌଳିକ ଶିକ୍ଷା ବ୍ୟତୀତ ସାଧାରଣ ଶିକ୍ଷା ପ୍ରଦାନର ପକ୍ଷପାତୀ ନଥିଲେ   ।  ଇଂଲଣ୍ଡର ରକ୍ଷଣାଶୀଳ ଗୋଷ୍ଠୀ ମାନେ କରୁଥିଲେ , ଯେ ଶ୍ରମିକସରଣିର ପିଲାମାନଙ୍କୁ ସ୍କୁଲଶିକ୍ଷା ଦେବା ନିରର୍ଥକ , ବରଂ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ ଦିଆଯାଇପାରେ   ।

କେବଳ ଉନ୍ନବିଂଶ ଶତାଦ୍ଦୀରେ ରାଷ୍ଟ୍ର ବାଳୁତ ଶ୍ରମକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବା ଆରମ୍ଭ  କଲା ଏବଂ ପିଲାମାନଙ୍କୁ ନିଯୁକ୍ତିକର୍ତ୍ତା ତଥା ପିତାମାତାଙ୍କ ଯଥେଛାଚାରରୁ ସୁରକ୍ଷା ଦେବାର ଭୂମିକା ଗ୍ରହଣ କଲା   ।  ରାଷ୍ଟ୍ରର ଏହି ନୂତନ ମତିଗତି ପଛରେ ସ୍ଥିତି ସୃଷ୍ଟି ହେଲା   ,। ଯେଉଁଥିରେ ଗରିବ ବାପାମାଆଙ୍କୁ ମଧ୍ୟ ବାଧ୍ୟ କରାଗଲା ସେମାନଙ୍କର ପିଲାଙ୍କୁ ଶ୍ରମରେ ନିଯୁକ୍ତ ନ କରି ସ୍କୁଲକୁ ପଠାଇବା ପାଇଁ ଏହା ବିସ୍ମୟକର , ଯେ ଉନ୍ନବିଂଶ ଶତାଦ୍ଦୀର ଶେଷବେଳକୁ ଜାପାନ ହେଲା ପୃଥିବୀର ପ୍ରଥମ ଅଣ- ପଶ୍ଚାତ୍ୟ ଦେଶ ଯେ କି ମୌଳିକ ଶିକ୍ଷାକୁ ବାଧ୍ୟତାମୂଳକ କରିପାରିଥିଲା ଏହାପରେ ଦକ୍ଷିଣ କୋରିଆ ଏବଂ ତାଇୱ୍ଯାନ ମଧ୍ୟ ସେହି ପଥ ଅନୁସରଣ କଲେ ପିଲାମାନେ ଆୟର ଉତ୍ସ ହେବା ପରିବର୍ତ୍ତେ ସେମାନଙ୍କୁ ଦୁର୍ମୂଲ୍ୟ ସୁତ୍ତି ରୂପେ ବିବେଚନା କରିବାର ଦ୍ରୁଷ୍ଟିଭଙ୍ଗୀ ଆସ୍ତେ ଆସ୍ତେ ଦାନା ବାନ୍ଧିଲା   । ପିଲାମାନଙ୍କୁ ଶ୍ରମକ୍ଷେତ୍ରରୁ ଦୂରେଇ ଆଣି ସ୍କୁଲକୁ ପଠାଇବାର ପ୍ରବଣତା ବଢିଚାଲିଲା  । କିନ୍ତୁ ଏହି ବିଷୟ ମଧ୍ୟ ରାଜନୈତିକ ବିତର୍କର ଏକ ପ୍ରମୁଖ ପ୍ରସଙ୍ଗରେ ପରିଣତ ହେଲା   ।

ଭାରତ ଏବେ ବି ଏ ପ୍ରକାର ବିତର୍କ ଭିତରେ ଗତିକରୁଛି   ।  ବାଧ୍ୟତାମୂଳକ ଶିକ୍ଷା ବିରୋଧରେ ଏକ ପ୍ରମୁଖ ଯୁକ୍ତି ହେଉଛି,  ଯେହେତୁ ରାଷ୍ଟ୍ର ପରିବାରମାନଙ୍କର ଭରଣପୋଷଣର ଦାୟିତ୍ଵ ନେଇ ପାରୁନାହାନ୍ତି  , ତେଣୁ ଗରିବ ପରିବାରମାନେ ସେମାନଙ୍କ ପିଲାଙ୍କୁ ପରିବାରର ହିତ ପାଇଁ ଶ୍ରମକ୍ଷେତ୍ରକୁ ପଠାଇବାକୁ ବାଧ୍ୟ ହେଉଛନ୍ତି   ।  ଦ୍ଵିତୀୟ ଯୁକ୍ତି ହେଉଛି , ଯେଉଁ ପ୍ରକାର ଶିକ୍ଷା ପିଲାମାନଙ୍କୁ ମିଳିବ ତାହା ଦ୍ଵାରା ସେମାନେ ପରିବାରର ଗୁଜୁରାଣ  ମେଣ୍ଟାଇ ପାରିବେ ନାହିଁ   ।  ତୃତୀୟ ଯୁକ୍ତି ହେଉଛି , କମ ମଜୁରି ପାଇ କାମ କରୁଥିବା ପିଲାମାନଙ୍କୁ ଶ୍ରମକ୍ଷେତ୍ରରୁ ଉଠାଇନେଲେ , କେତେକ ଶିଳ୍ପ ବନ୍ଦ ହୋଇଯିବ  ।  ବାଳୁତ ଶ୍ରମକୁ ନିଷିଦ୍ଧ କରିବା ବିରୋଧରେ ଚତୁର୍ଥ  ଯୁକ୍ତି ହେଲା   , ପିତାମାତା ହିଁ ସେମାନଙ୍କ ପିଲାମାନଙ୍କର ଭଲମନ୍ଦ ବିଷୟରେ ନିଷ୍ପତ୍ତି ନେବା ପାଇଁ ହକଦାର ଏବଂ ରାଷ୍ଟ୍ର ଏ ବିଷୟରେ କୌଣସି ହସ୍ତକ୍ଷେପ କରିବା ବାଞ୍ଛନୀୟ ନୁହେଁ   ।

ଭାରତରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭାବନ୍ତି , ଶିଶୁଶ୍ରମ ବିନା ଆମେ ଚାଲିପାରିବା ନାହିଁ   ।  କିନ୍ତୁ ମୂଳ ପ୍ରଶ୍ନ ହେଉଛି , ଆମେ ଶିଶୁମାନଙ୍କୁ ଆଗାମୀ କାଲିର ନାଗରିକ ବୋଲି କହୁଥିବା ବେଳେ ସେମାନଙ୍କୁ ମଜୁରି ଖାତାଇବା ଏବଂ ଅପାଠୁଆ ରଖିବା କେତେଦୂର ଯଥାର୍ଥ   ? ଏହା ସୁସ୍ପଷ୍ଟ ଯେ , ଦେଶରୁ ସଂପୂର୍ଣ୍ଣ ଭାବେ ଦାରିଦ୍ର୍ୟ ଦୂରୀକାରଣ ହେବା ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ବାଧ୍ୟତାମୂଳକ ମୌଳିକ ଶଈକ୍ଷା ଅଟକିବା ବାଞ୍ଛନୀୟ ନୁହେଁ   ।  ଏହାକୁ ହାସଲ କରିବା ହେଉଛି ପ୍ରତି ଶିଶୁର ସାମ୍ବିଧାନିକ ଅଧିକାର ଏବଂ ହାସଲ କରାଇବେ ହେଉଛି ରାଷ୍ଟ୍ରର କର୍ତ୍ତବ୍ୟ   ।  କିନ୍ତୁ ଏହା ସତ୍ତ୍ୱେ ବିତର୍କ ଥାମୁନାହିଁ  । ଗୋଟିଏ ପାଟରେ ପରିବାର ପ୍ରୟୋଜନ , ମାକୁ ସାହାଯ୍ୟର ଆବଶ୍ୟକତା, ଶିଶୁଶ୍ରମ ଉପରେ ଶିଳ୍ପସଂସ୍ଥାଗୁଡିକର ନିର୍ଭରଶୀଳ , ବର୍ତ୍ତମାନର ଶିକ୍ଷା ଫଳରେ ପିଲାମାନଙ୍କ ଭିତରେ ଶ୍ରମ – ବିମୁଖତା ବୃଦ୍ଧି ତଥା ରାଷ୍ଟ୍ରର ସମ୍ବଳ ଅଭାବ ଭଳି ଶିଶୁଶ୍ରମ ସପକ୍ଷରେ ଯୁକ୍ତି ରଖାଯାଉଛି ଏବଂ ଅନ୍ୟପାଟରେ ଶିଶୁମାନ ପାଇଁ ଶିକ୍ଷାର ଆବଶ୍ୟକତା ତଥା ଶିଶୁମାନଙ୍କୁ ଭବିଷ୍ୟତରେ ସଚେତନ ନାଗରିକ ଭାବେ ଗଢିତୋଳିବାର ପ୍ରତିସୃତି ମଧ୍ୟ ଉପସ୍ଥାପିତ ହୋଇଚାଲିଛି   ।

ଆମ ଦେଶରେ ଏକ ବିଶାଳ ସଂଖ୍ୟକ ବାଳୁତ ଅସଂଗଠିତ କ୍ଷେତ୍ରରେ କୃଷି ଏବଂ କୃଷି- ସଂଯୁକ୍ତ ଶ୍ରମ ଯଥା ପଶୁପାଳନ , ମାଛଧରା ଓ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି  ।  ସହରାଞ୍ଚଳରେ ବେଶ ସଂଖ୍ୟକ ପିଲା ଘରମାନଙ୍କରେ ଚାକର/ଚାକରାଣୀ ହେବା , ରାସ୍ତାରୁ ବିର୍ଜ୍ଜିତ –ପଦାର୍ଥ ଗୋଟାଇବା, ଗୃହ ଓ ରାସ୍ତା ନିର୍ମାଣରେ ମଜୁରି ଖଟିବା , ଗ୍ୟାରେଜ ଓ ଢାବାରେ ତଥା ପଥରଖାଦାନରେ କାର୍ଯ୍ୟ କରିବା ଇତ୍ୟାଦି ଶ୍ରମରେ ନିଯୁକ୍ତ ହୋଇଥାନ୍ତି   ।  କିନ୍ତୁ ସମ୍ବିହଦାନର ଭାଗ-୩ (ମୌଳିକ ଅଧିକାର ସମୂହ) ର ଧାରା  ୨୪ ରେ କୁହାଯାଇଛି,୧୪ ବର୍ଷରୁ କମ କୌଣସି ବାଳୁତକୁ କାରଖାନା, ଖଣି କିମ୍ବା ଅନ୍ୟ କୌଣସି ବିପଜ୍ଜନକ ଶ୍ରମରେ ନିୟୋଜିତ କରାଯିବ ନାହିଁ   ।  ଉନିକ୍ରିଷ୍ଣନ ଜେ.ପି ବନାମ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର (୧୯୯୩) ରେ ସୁପ୍ରିମକୋର୍ଟ କହିଥିଲେ , ଏହାର ଅର୍ଥ ନୁହେଁ , ଅନ୍ୟ ପ୍ରକର ଶ୍ରମରେ ବାଳୁତଙ୍କୁ ନିୟୋଜିତ କରିହେବ   ।   ସମ୍ବିଧାନର ଭାଗ-୪ ର ବ୍ୟବସ୍ଥାବଳିକୁ ଦ୍ରୁଷ୍ଟିରେ ରଖି ଉପରୋକ୍ତ ଧାରାର ବ୍ୟାଖ୍ୟା କରିବାକୁ ପଡିବ   ।  ଭାଗ-୪ ଅଧିନସ୍ଥ ଧାରା  ୩୯(ଇ) ଏବଂ (ଏଫ) ଅନୁଯାୟୀ ବାଳୁତମାନଙ୍କ କୋମଲ ବୟସର ଅପଚୟକୁ ପ୍ରଶୟ ଦିଆଯିବ ନାହିଁ ଏବଂ ଆର୍ଥିକ ତାଡନା କାରଣରୁ ବାଧ୍ୟ ହୋଇ ନାଗରିକମାନେ ଯେମିତି ସେମାନଙ୍କର ବୟସ ବା ଶକ୍ତି ଦ୍ରୁଷ୍ଟିରୁ ଅନୁପଯୁକ୍ତ ବୃତ୍ତିରେ ନିୟୋଜିତ ହେବେ ନାହିଁ ତାହାକୁ ସୁନିଶ୍ଚିତ କରିବାକୁ ପଡିବ ତଥା ବାଳୁତମାନେ ଯେପରି ଏକ ସୁସ୍ଥ ରୀତିରେ ତଥା ମର୍ଯ୍ୟାଦା ଏବଂ ସ୍ଵାଧୀନତାର ପରିବେଶ ଭିତରେ ବିକାଶ ଲାଭ କରିବାର ସୁବିଧା – ସୁଯୋଗ ପାଇବେ ଏବଂ ସେମାନଙ୍କର ଶୈଶବ ଏବଂ ଯୁବାବସ୍ଥାକୁ ଶୋଷଣ ଓ ନୈତିକ ଏବଂ ବସ୍ତୁଗତ ଅନିଶ୍ଚୟତା କବଳରୁ ସୁରକ୍ଷିତ ରଖିବାକାଉ ପଡିବ  , ତାହାକୁ ମଧ୍ୟ ସୁନିଶ୍ଚିତ କରିବାକୁ ହେବ   । ଧାରା -୪୧ ଅନୁଯାୟୀ ରାଷ୍ଟ୍ର ନିଜର ସୀମିତ ଆର୍ଥିକ ସମ୍ବଳ ଏବଂ ଉନ୍ନୟନର ସ୍ତରକୁ ଦ୍ରୁଷ୍ଟିରେ ରଖି ଶିକ୍ଷାର ଅଧିକାରକୁ ସୁନିଶ୍ଚିତ କରିବ   ।  ଧାରା- ୪୭ ଅନୁଯାୟୀ ରାଷ୍ଟ୍ର ଜନଗାଁଙ୍କର ପୌଷ୍ଟିକ ସ୍ତର,ଜୀବନର ମାନଦଣ୍ଡ ତଥା ସାର୍ବଜନୀନ ସ୍ୱାସ୍ଥ୍ୟର ଉନ୍ନତି ଘଟାଇବ   ।

ଏଠାରେ ଉଲ୍ଲେଖଞି ଯେ, ପ୍ରଥମେ ସମ୍ବିଧାନର ଧାରା – ୪୫ ରେ କୁହଯାଇଥିଲା ଯେ , ସମ୍ବିଧାନ ଘୋଷଣାର ୧୦ ବର୍ଷରେ  ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦିଆଯିବ  ।  ଧାରା ୪୫ ରେ ସ୍ଥାନିତ ଏହି ମାର୍ଗଦର୍ଶୀ ନୀତିକୁ ସୁପ୍ରିମକୋର୍ଟ ୪ ଫେବୃଆରି ୧୯୯୩ ରେ ଉନିକ୍ରିଷ୍ଣନ କେଶର ରାୟରେ ମୌଳିକ ଅଧିକାରର ମାନ୍ୟତା ଦେଇଥିଲେ   । ସୁତରାଂ ସେବେଠାରୁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ପାଇଁ ବାଳୁତର ଅଧିକାରକୁ ବାସ୍ତବ ରୂପଦେବାକୁ ହେଲେ ସମସ୍ତ ପ୍ରକାର ଶିଶୁଶ୍ରମର ନିକରଣ ଘଟାଇବା ଜରୁରୀ ବୋଲି ଅନୁଭୂତ ହେଲା  ।

ଭାରତ ୧୧ ଡିସେମ୍ବର ୧୯୯୨ ରେ ମିଳିତ ଜାତିସଂଘର ବାଳୁତ ଅଧିକାର କନଭେନସାନ  ୧୯୮୯ କୁ ଅଙ୍ଗୀକାର କରିବା ଜରିଆରେ ଏହାର ଧାରା -୩୨ କୁ କାର୍ଯ୍ୟକାରୀ କରିବା ପାଇଁ ନିଜର ସଂକଳ୍ପବଦ୍ଧତା ପ୍ରକାଶ କରିସାରିଛି   ।  କନଭେନସାନର ଏହି ଧାରା -୩୨ କହୁଛି ଯେ , ଆର୍ଥିକ ଶୋଷଣ ଦାଉରୁ ସୁରକ୍ଷାପାଇଁ ତଥା ସେହିସବୁ ଶ୍ରମରେ ନିଯୋଜନରୁ ମୁକ୍ତ ରହିବା ପାଇଁ ପ୍ରତି ବାଳୁତର ଅଧିକାର ରହିଛି , ଯାହାକି ସମ୍ପୃକ୍ତ ବାଳୁତପାଇଁ ବିପଜ୍ଜନକ ହୋଇପାରେ ଅଥବା ତାର ଶିକ୍ଷାହାସଲକୁ ବାଧାଗ୍ରସ୍ତ କରିପାରେ ଅଥବା ତାର ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିପରେ ଅଥବା ତାର ମାନସିକ , ଆଧାତ୍ମିକ , ନୈତିକ ବା ସାମାଜିକ ଅଭିବୃଦ୍ଧିରେ ଅନ୍ତରାୟ ହୋଇପାରେ   ।

ମୋଟ ଉପରେ କହିଲେ , ବାଳୁତ ଶ୍ରମପାଇଁ ଦାୟୀ ବିଭିନ୍ନ କାରଣ ଭିତରୁ ପ୍ରମୁଖ କାରଣମାନ ହେଲା – ଦାରିଦ୍ର୍ୟ , ପରିବାରର ବୟସ୍କ , ବ୍ୟକ୍ତିମାନଙ୍କର ସ୍ୱଳ୍ପ ରୋଜଗାର କ୍ଷମତା,  ବେକାରି, ବଡ ପରିବାରର ଅଥଚ ସ୍ୱଳ୍ପ ଆୟ, ଶସ୍ତାରେ ସୁଲଭ୍ୟ ହେଉଥିବା ଶିଶୁଶ୍ରମ , ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ ତଥା ଶିକ୍ଷାର ମହତ୍ଵ ସଂବନ୍ଧରେ ପିତାମାତାଙ୍କ ଅଜ୍ଞାନତା ଏବଂ ସେମାନଙ୍କର ନିରକ୍ଷରତା   ।

ଆଧାର- ହିନ୍ଦ ମଜଦୂର ସଭା , ଓଡିଶା

aa

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate