অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁଶ୍ରମ ସଂକ୍ରାନ୍ତୀୟ ବିଭିନ୍ନ ଅନ୍ତର୍ଜାତିକ ଘୋଷଣାନାମା

ଶିଶୁଶ୍ରମ ସଂକ୍ରାନ୍ତୀୟ ବିଭିନ୍ନ ଅନ୍ତର୍ଜାତିକ ଘୋଷଣାନାମା

ଆଇ ଏଲ ଓ

ଶିଶୁଶ୍ରମ ସମସ୍ୟାର ନିରାକରଣ ଉପରେ ବିଶ୍ଵ ସ୍ତରରେ ଲଗାତର କ୍ରିୟାଶୀଳ ଥିବା ସଂଗଠନ ହେଉଛି ଆଇଏଲ ଓ ବା ଆନ୍ତର୍ଜାତିକ ଶ୍ରମ ସଂଗଠନ (ILO), ଯାହାକି ମିଳିତ ଜାତିସଂଘ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ପ୍ରତିଷ୍ଠା ଲାଭ କରି ସକ୍ରିୟ ରହି ଆସିଛି   । ପ୍ରଥମ ବିଶ୍ଵଯୁଦ୍ଧ ପରେ ଯୁଦ୍ଧ ବିଧ୍ଵଂସ ଅଞ୍ଚଳଗୁଡିକର ପୁନର୍ନିମାର୍ଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରିଥିବା ଅନ୍ୟ କେତେକ ଅନ୍ତର୍ଜାତିକ ସଂଗଠନ ଭିତରୁ ଆଇଏଲଓ ଅନ୍ୟତମ ଥିଲା   । ଏହା  ୧୯୧୯ ରେ ଜେନେଭାଠାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ସେବେଠାରୁ ଏହାର ମୁଖ୍ୟ କାର୍ଯ୍ୟଳୟ ଜେନେରାଲ ରେ ହିଁ ରହିଛି   ।  ୨ୟ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠା ଲାଭ କରିଥିବା ମିଳିତ ଜାତିସଂଘ ବ୍ୟବସ୍ଥାର ଏକ ବିଶେଷଜ୍ଞ ସଂସ୍ଥା ଭାବେ  ୧୯୪୬ ରେ ସାମିଲ ହେବାରେ ଆଇ ଏଲ ଓ ଥିଲା ପ୍ରଥମ ଆନ୍ତର୍ଜାତିକ ସଂଗଠନ   । ଭାରତ ସମେତ ପୃଥିବୀର  ୧୮୫ ଟି ରାଷ୍ଟ୍ର ବର୍ତ୍ତମାନ ଏହାର ସଦସ୍ୟ ଅଛନ୍ତି   ।  ଏଠାରେ ଉଲ୍ଲେଖନୀୟ ,। ଆଇ ଏଲ ଓ ପ୍ରତିଷ୍ଠା ହେବାଠାରୁ ଏ ପର୍ଯ୍ୟନ୍ତ ମୋଟ ୧୮୦ ଟି କନଭେନସାନ ଆୟୋଜନ କରିଛି   । ଯେଉଁଥିରୁ  ୨୦ ଟି ହେଉଛି ଶିଶୁଶ୍ରମ ସଂକ୍ରାନ୍ତୀୟ ଏବଂ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି , ବାଳୁତମାନଙ୍କର ଏକ ନ୍ୟୁନତମ ବୟସ ଧାର୍ଯ୍ୟ ହେବା ଉଚିତ  , ଏବଂ ସେହି ବୟସରୁ କମ ବାଳୁତମାନଙ୍କୁ ଶ୍ରମକ୍ଷେତ୍ରରେ ନିଯୋଜିତ କରାଯିବ ନାହିଁ ଏବଂ ସେମାନଙ୍କୁ ସ୍କୁଲକୁ ପଠାଯିବ   ।

ଶ୍ରମରେ ନିୟୋଜିତ ହେବା ପାଇଁ ବାଳୁତମାନଙ୍କର  ନ୍ୟୁନତମ ବୟସ କନ ହେବା ହେବା ଉଚିତ  - ଏ ବିଷୟରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ନିଜର ପ୍ରତିଷ୍ଠା ଦିନ ଠାରୁ ବିଚାରବିମର୍ଷ କରିଆସିଛି   ।  ଏହାର ଉଦ୍ଦେଶ୍ୟ ହେଉଛି ବାଳୁତ ଶ୍ରମକୁ ନିୟନ୍ତ୍ରଣ କରିବା  । ଆଇ ଏଲ ଓ ତରଫରୁ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଯଥା ଶିଳ୍ପ,କୃଷି,ସାମୁଦ୍ରିକ କାର୍ଯ୍ୟ,ଅଣୁ ଶିଳ୍ପରେ ନିଯୁକ୍ତି , ମାଛର ଚାଷ ଓ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଇତ୍ୟାଦିରେ ନାବାଳକମାନଙ୍କୁ ନିୟୋଜିତ ପାଇଁ ସର୍ବନିମ୍ନ ବୟସର ଭିନ୍ନ ଭିନ୍ନ ମାନଦଣ୍ଡ ନିର୍ଧାରଣ କରାଯାଇଥିଲା   । ଏହା ଦ୍ଵାରା   ୧୯୧୯ ରେ ଅନୁଷ୍ଠିତ ୧ ମ ଅନ୍ତର୍ଜାତିକ ଶ୍ରମ ସମ୍ମିଳନୀରେ ବାଳୁତ ଶ୍ରମ ଉପରେ  ୧ ମ ଅନ୍ତର୍ଜାତିକ ରାଜିନାମା ଗୃହିତ ହୋଇଥିଲା  , ଯାହାର ନାମ ଥିଲା ସର୍ବନିମ୍ନ ବୟସ (ଶିଳ୍ପ) କନଭେନସାନ  ୧୯୧୯ (ସଂଖ୍ୟା ୫)  । ଏହି କନଭେନସାନ ୧୪ ବର୍ଷ ରୁ  କମ ବାଳୁତ ଙ୍କୁ ଶିଳ୍ପସଂସ୍ଥାରେ ନିୟୋଜନକୁ ନିଷିଦ୍ଧ କରିଥିଲା   । ପୁଣି ଠିକ ସେହି ବର୍ଷ ତରୁଣମାନଙ୍କୁ ରାତ୍ରିକାଳୀନ ଶିଳ୍ପଶ୍ରମରେ “ ନିୟୋଜନ” ଉପରେ ଆଇ ଏଲଓ  ୬ଷ୍ଠ  କନଭେସାନ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ଏହି ପ୍ରକାର ଶ୍ରମ ଉପରେ ନିୟମମାନ ପ୍ରଣୟନ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା   । ଏହା ଛଡା , ଜାହାଜରେ ତ୍ରିମାର ଓ ଷ୍ଟୋକର ଭାବେ ନିୟୋଜିତ କରିବା ପାଇଁ ନ୍ୟୁନତମ ବୟସ ଜନଭେନସାନ ୧୯୨୧ (ସଂଖ୍ୟା -୧୫) , ସାମୁଦ୍ରିକ କାର୍ଯ୍ୟରେ ତରୁଣମାନଙ୍କୁ ନିୟୋଜିତ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କନଭେନସାନ,୧୯୨୧ (ସଂଖ୍ୟା ୧୬), ବାଧ୍ୟତାମୂଳକ ଶ୍ରମ କନଭେନସାନ ୧୯୩୦ (ସଂଖ୍ୟା -୨୯) ମଧ୍ୟ ଆଇଏଲଓ ଦ୍ଵାରା ଅନୁଷ୍ଠିତ ହୋଇଥିଲା  । ଏହା ଫଳରେ ବାଳୁତ ଶ୍ରମର ନିରାକରଣ ପାଇଁ ଆନ୍ତର୍ଜାତିକ ସ୍ତରରେ ଜନମତ ଓ ଅଙ୍ଗୀକାର ବୃଦ୍ଧି ପାଇ ଚାଲିଲା   ।  ଏହି ପ୍ରସଙ୍ଗ ଉପରେ ଏକ ସାମଗ୍ରିକ ସିଦ୍ଧାନ୍ତ ଗ୍ରହଣ ପାଇଁ ୧୯୭୩ ରେ ଆଇ ଏଲଓ  ତରଫରୁ ଅନୁଷ୍ଠିତ ହୋଇଥିଲା ସର୍ବନିମ୍ନ ବୟସ କନଭେନସାନ (ସଂଖ୍ୟା  ୧୩୮)  । ଶିଶୁଶ୍ରମର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଆଇଏଲଓ ର ଆଉ ଏକ ଗୁରୁତ୍ଵପୂର୍ଣ୍ଣ କନଭେନସ ହେଉଛି ଘୃଣ୍ୟତମ ବାଳୁତ ଶ୍ରମ କନଭେନସାନ ୧୯୯୯ (ସଂଖ୍ୟା ୧୮୨) ।  ଘୃଣ୍ୟତମ ବାଳୁତ ଶ୍ରମର ନିରାକରଣ ଦିଗରେ ରାଷ୍ଟ୍ରମାନଙ୍କୁ ସହାୟତା ପାଇଁ ଆଇଏଲ ଓ ନିମ୍ନୋକ୍ତ ଧରଣର କାର୍ଯ୍ୟକ୍ରମ ଗ୍ରହଣ କରିଥାଏ   ।

  • ଘୃଣ୍ୟତମ ବାଳୁତ ଶ୍ରମର ନିରାକରଣ ପାଇଁ ସମୟବଦ୍ଧ କାର୍ଯ୍ୟକ୍ରମସମୂହ
  • ବାଳୁତ ଶ୍ରମ ନିରାକରଣ ପାଇଁ ଅନ୍ତର୍ଜାତିକ କାର୍ଯ୍ୟକ୍ରମ
  • ବାଳୁତମାନଙ୍କୁ ବ୍ୟବସାୟିକ ଯୌନ ଶୋଷଣ ଉପରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ୍ମ

ଅନ୍ୟ ପକ୍ଷରେ  ୧୯୪୮ରେ ପ୍ରତିଷ୍ଠା ଲାଭ କରିଥିବା ମିଳିତ ଜାତିସଂଘ ତରଫରୁ ବିଭିନ୍ନ ବିଷୟରେ ଅନେକ କନଭେନସନ ଓ ରାଜିନାମା ଗୃହିତ ହୋଇଛି  , ଯେଉଁତିରେ ଘୃଣ୍ୟତମ ବାଳୁତ ଶ୍ରମ ସଂକ୍ରାନ୍ତରେ କେତେ ବ୍ୟବସ୍ଥା ସ୍ଥାନ ପାଇଛି   । ସେଗୁଡିକ ହେଲା  ୧୬ ଡିସେମ୍ବର ୧୯୬୬ ରେ ଗୃହିତ ଅନ୍ତର୍ଜାତିକ ଆର୍ଥିକ ସାମାଜିକ ଏବଂ ସାଂସ୍କୃତିକ ଅଧିକାର ସମୂହ ରାଜିନାମା (CESCR) ଯାହାକି ୩ ଜାନୁଆରୀ ୧୯୭୬ରେ ବଳବତ୍ତର ହେଲା;୭ ସେପ୍ଟେମ୍ବର ୧୯୫୬ରେ ଗୃହିତ ଦାସତ୍ଵ , ଦାସ ବ୍ୟବସାୟ ଏବଂ ଦାସତ୍ଵ ସଦୃଶ କାରବାରଗୁଡିକର ଉଚ୍ଛେଦ କନଭେନସନ , ଯାହାକି  ୩୦ ଏପ୍ରିଲ ୧୯୫୭ ରେ ବଳବତ୍ତର ହେଲା  ;୨ ଡିସେମ୍ବର ୧୯୪୯ ରେ ଗୃହିତ ବ୍ୟକ୍ତିମାନଙ୍କର ଅପଚାଲାଣ ଏବଂ ଅନ୍ୟମାନଙ୍କୁ ବେଶ୍ୟାବୃତ୍ତିରେ ନିୟୋଜନ ପୂର୍ବକ ଶୋଷଣର ଦମନ କନଭେନସନ , ଯାହାକି ୨୫ ଜୁଲାଇ ୧୯୫୧ ରେ ବଳବତ୍ତର ହେଲା   ।

ବାଳୁତ ଶ୍ରମ ଉପରେ  ୨୦୦୦ ମସିହା ଶେଷ ଭାଗରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଆଉ ତିନୋଟି ଚୁକ୍ତିନାମା ଗୃହିତ ହୋଇଛି , ଯଦିଓ ଏ ପର୍ଯ୍ୟନ୍ତ ବଳବତ୍ତର ହୋଇପାରିନାହିଁ    । ସେହି ଚୁକ୍ତିନାମାଗୁଡିକ ହେଲା

  1. ବହିର୍ଦେଶୀୟ ସଂଗଠନ ଅପରାଧ ବିରୁଦ୍ଧରେ କନଭେନସନ
  2. ବିଶେଷ କରି ମହିଳା ଓ ବାଳୁତଙ୍କ ସମେତ ବ୍ୟକ୍ତିମାନଙ୍କର ଅପଚାଲାଣର ପ୍ରତିଷେଧ , ଦମନ ଓ ଦଣ୍ଡବିଧାନ ପ୍ରୋଟୋକଲ
  3. ସ୍ଥଳ,ଜଳ ଓ ଆକାଶ ମାର୍ଗରେ ଦେଶାନ୍ତରିମାନଙ୍କର ସ୍ମଗ୍ଲିଂ ବିରୁଦ୍ଧରେ ପ୍ରୋଟେକଳ

ଏଠାରେ ଉଲ୍ଲେଖନୀୟ , ଭାରତ ଆଇଏଲଓ ବାଧ୍ୟତାମୂଳକ ଶ୍ରମ କନଭେନସନ,୧୯୩୦ (ସଂଖ୍ୟା ୨୯) ଆଇ.ଏଲ.ଓ ବାଧ୍ୟତାମୂଳକ ଶ୍ରମ ଉଚ୍ଛେଦ କନଭେନସନ ୧୯୫୭ (ସଂଖ୍ୟା ୧୦୫) ଏବଂ ମିଳିତ ଜାତିସଂଘ ବାଳୁତ ଅଧିକାର କନଭେନସନ,୧୯୮୯ କୁ ସ୍ଵାକ୍ଷର ଓ ଅଙ୍ଗୀକାର କରିଥିଲେ ହେଁ ଆଇ ଏଲ ଓ ଓ ଘୃଣ୍ୟତମ ବାଳୁତଶ୍ରମର ନିଷେଧ ଏବଂ ନିରାକରଣ କନଭେନସନ ୧୯୯୯ (ସଂଖ୍ୟା ୧୨୮) କୁ ସ୍ଵାକ୍ଷର କରିଥିଲେ ହେଁ ଅଙ୍ଗୀକାର କରିନାହିଁ   ।

ଶ୍ରମ ସଂକ୍ରାନ୍ତୀୟ କନଭେନସନ ଓ ଘୋଷଣାନାମା

ନିମ୍ନରେ ବଲଉତ ଶ୍ରମ ସଂକ୍ରାନ୍ତୀୟ କନଭେନସନ ଓ ଘୋଷଣାନାମା ଏବଂ ସ୍ଥଳ ବିଶେଷରେ ସେଥିରେ ଭାରତର ଭୂମିକା ସଂବନ୍ଧରେ ସଂକ୍ଷିପ୍ତ ସୂଚନା ଦିଆଯାଉଛି   ।

ଲିଗ ଅଫ ନେସନସ ଜେନେଭା ଘୋଷଣାନାମା,୧୯୨୪

୨୬ ସେପ୍ଟେମ୍ବର ୧୯୨୪ ରେ ଗୃହିତ ଉପରୋକ୍ତ ଘୋଷଣାନାମାର ପଞ୍ଚନୀତି ଭିତରେ ଏହା କୁହାଯାଇଥିଲା ଯେ , ବାଳୁତମାନଙ୍କର ଦୈହିକ ଏବଂ ଆଧ୍ୟାତ୍ମିକ ବିକାଶ ପାଇଁ ଆବଶ୍ୟକୀୟ ସାଧନ ଯୋଗାଡ କରିବାକାଉ ହେବ ଏବଂ ପ୍ରତି ବାଳୁତକୁ ଶିକ୍ଷା ପ୍ରଦାନ ସହିତ ଶୋଷଣ ଦାଉରୁ ରକ୍ଷା କରିବାକୁ ପଡିବ  ।

ବିଶ୍ଵ ମାନବ ଅଧିକାର ଘୋଷଣାନାମା,୧୯୪୮

ମିଳିତ ଜାତିସଂଘର ଏହି ଘୋଷଣାନାମାରେ ସ୍ଵୀକାର କରାଯାଇଥିଲା  , ଯେ ବାଳୁତମାନଙ୍କୁ ଜନସମୁଦାୟର ଏକ ସ୍ଵତନ୍ତ୍ର ଗୋଷ୍ଠୀ ରୂପେ ବିବେଚନା କରି ସେମାନଙ୍କ ପାଇଁ ସ୍ଵତନ୍ତ୍ର ଯତ୍ନ ଏବଂ ସହାୟତାର ବ୍ୟବସ୍ଥା କରିବାକୁ ପଡିବ   ।  ଏହାର ଧାରା  ୨୬ରେ ବଲଉତମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଯୋଗାଇ ଦେବା  ଆବଶ୍ୟକ  ବୋଲି କୁହାଯାଇଥିଲା ।

ବାଳୁତ ଅଧିକାରସମୂହ ଘୋଷଣାନାମା, ୧୯୫୯

୨୦ ନଭେମ୍ବର ୧୯୫୯ରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଦ୍ଵାରା ଏହି ଘୋଷଣାନାମା ପ୍ରକାଶ ପାଇଥିଲା   ।  ୧୯୨୪ ରେ ଗୃହିତ ଜେନେଭା ଘୋଷଣାନାମାର ବାର୍ତ୍ତାକୁ ଏହି ଘୋଷଣାନାମାରେ ସୂଚିତ ୧୦ ଟି ନୀତି ଦ୍ଵାରା ଅଧିକ ଶକ୍ତିଶାଳି କରାଯାଇଥିଲା  ।  ଏହି ଘୋଷଣାନାମାର ନବମ ନୀତିରେ କୁହାଯାଇଥିଲା  “ କୌଣସି ବାଳୁତକୁ ସେ ଉପଯୁକ୍ତ ବୟସରେ ପହଞ୍ଚିବା ପୂର୍ବରୁ ଶ୍ରମରେ ଭର୍ତ୍ତି କରାଯିବ ନାହିଁ, ଏପରି କୌଣସି ବୃତ୍ତି  ବା କର୍ମରେ ତାକୁ ନିଯୁକ୍ତ କରାଯିବ ନାହିଁ , ଯାହାକି ତା ସ୍ୱାସ୍ଥ୍ୟ ବା ଶିକ୍ଷାକୁ ବାଧାଗ୍ରସ୍ଥ କରିବ ଅଥବା ତା ଶାରୀରିକ ମାନସିକ,  ବା ନୈତିକ ବିକାଶରେ ଅନ୍ତରାୟ ହେବ “।

ଏହି ଘୋଷଣାନାମାର ସପ୍ତମ ନୀତିରେ କୁହାଯାଇଥିଲା  “ ଅନ୍ତତଃ ମୌଳିକ ପର୍ଯ୍ୟାୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ହାସଲ କରିବା ପାଇଁ ବାଳୁତର ଅଧିକାର ଅଛି   । ତାକୁ ଏଭଳି ଶିକ୍ଷା ଦିଆଯିବ , ଯାହା ଫଳରେ ତାର ସାଧାରଣ ସଂସ୍କୃତିବୋଧ ଉନ୍ନୀତ ହୋଇପାରିବ , ଏବଂ ତାକୁ ମିଳୁଥିବା ଶାସମାନ ସୁଯୋଗ ଭିତ୍ତିରେ ସେ ନିଜର ଦକ୍ଷତା , ବିଚାରଶକ୍ତି ତଥା ନୈତିକ ଓ ସାମାଜିକ ଦାୟିତ୍ଵବୋଧର ବିକାଶ ଘଟାଇପାରିବ ଏବଂ ସମାଜର ଏକ ମୂଲ୍ୟବାନ ନାଗରିକରେ ପରିଣତ ହୋଇପାରିବ “ ।

ନାଗରିକ ଓ ରାଜନୈତିକ ଅଧିକାରସମୂହ ଉପରେ ଅନ୍ତର୍ଜାତିକ ରାଜିନାମା ୧୯୬୬:-

ଏହି ରାଜିନାମାର ଇଂରାଜୀ ନାମ ହେଉଛି The international Covenant on Civil and Political Right (ICCPR)୧୯୬୬ ଯାହାକି ୧୬ ଡିସେମ୍ବର ୧୯୬୬ ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଗୃହିତହୋଇ ୨୩ ମାର୍ଚ୍ଚରେ ବଳବତ୍ତର ହୋଇଥିଲା   । ଏପ୍ରିଲ ୨୦୧୪ ସୁଦ୍ଧା ଏହାକୁ ଭାରତ ସମେତ ୧୬୮ ଟି ରାଷ୍ଟ୍ର ଏହାକୁ ଅଙ୍ଗୀକାର କରିଛନ୍ତି   । ଭାରତ ଏହାକୁ  ୧୦ ଏପ୍ରିଲ ୧୯୭୯ ରେ ଅଙ୍ଗୀକାର କରିଥିଲା   । ଏହାର ଧାରା  -୮ ରେ କୌଣସି ବ୍ୟକ୍ତିଙ୍କୁ କ୍ରୀତଦାସ କରାଯିବନି ଏବଂ କୌଣସି ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦାସତ୍ଵ କିମ୍ବା ବାଧ୍ୟତାମୂଳକ ଶ୍ରମ ଲଦି ଦିଆଯାଇପାରିବ ନାହିଁ, ବୋଲି ସ୍ପଷ୍ଟ କରିଦିଆଯାଇଛି  । ଏହାର ଧାରା -୮ରେ କୌଣସି ବ୍ୟକ୍ତିଙ୍କୁ କ୍ରୀତଦାସ କରାଯିବନି ଏବଂ କୌଣସି ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦାସତ୍ଵ କିମ୍ବା ବାଧ୍ୟତାମୂଳକ ଶ୍ରମ ଲଦି ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି  । ଏହାର ଧାରା  ୨୪ ରେ କୁହାଯାଇଛି , ଜାତି , ବର୍ଣ୍ଣ , ଲିଙ୍ଗ , ଭାଷା, ଧର୍ମ , ଜନ୍ମସ୍ଥାନ ଏବଂ ବୃତ୍ତି ନିର୍ବିଶେଷରେ ପ୍ରତି ଶିଶୁକୁ ତାର ପରିବାର , ସମାଜ ଏବଂ ରାଷ୍ଟ୍ର ଦ୍ଵାରା ସେହିସବୁ ସୁରକ୍ଷାମୂଳକ ବ୍ୟବସ୍ଥା ଯୋଗାଇ ଦିଆଯିବ , ଯାହାକି ଜଣେ ନାବାଳକକୁ ମିଳିବା ଆବଶ୍ୟକ   ।

ଆର୍ଥିକ , ସାମାଜିକ , ଏବଂ ସାଂସ୍କୃତିକ ଅଧିକାର ସମୂହ ଉପରେ ଅନ୍ତର୍ଜାତିକ ରାଜିନାମା ୧୯୬୬:-

ଏହି ରାଜିନାମାର ଇଂରାଜୀ ନାମ ହେଉଛି The international Covenant on Economic, Social and Cultural Rights (ICESCR)୧୯୬୬  ।  ଏହା ମଧ୍ୟ ଉପରୋକ୍ତ ରାଜିନାମା (ICCPR)  ସହିତ ୧୬ ଡିସେମ୍ବର ୧୯୬୬ ରେ ମିଳିତ  ଜାତିସଂଘ ସାଧାରଣ ସଭାରେ ଗୃହିତ ହୋଇଥିଲା,  କିନ୍ତୁ ଏକ ଭିନ୍ନ ତାରିଖରେ ତା ୩  ଜାନୁୟାରୀ ୧୯୭୬ ରେ ଭାରତ ଏହି ରାଜିନାମାକୁ ଅଙ୍ଗୀକାର କରିଥିଲା   ।  ଏହାର ଧାରା  -୧୦ ରେ କୁହାଯାଇଛି,ପୈତୃକ ପୃଷ୍ଠଭୂମି ବା ଅନ୍ୟ କୌଣସି କାରଣରୁ ବାଛବିଚାର କରାନଯାଇ ସମସ୍ତ ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ସୁରକ୍ଷା ଏବଂ ସହାୟତା ଯୋଗାଇ ଦିଆଯିବ  ।  ଆର୍ଥିକ ଏବଂ ସାମାଜିକ ଶୋଷଣରୁ ସେମାନଙ୍କୁ ସୁରକ୍ଷା ଦିଆଯିବା ବିଧେୟ   । ଯେଉଁସବୁ ଶ୍ରମରେ ଶିଶୁମାନଙ୍କୁ ନିଯୁକ୍ତ କରିବା ଫଳରେ ସେମାନଙ୍କର ନୈତିକତା ବ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ  ଅଥବା ସେମାନଙ୍କର ଜୀବନ ପ୍ରତି ବିପଜ୍ଜନକ ହୋଇପାରେ ଅଥବା ସେମାନଙ୍କର ବିକାଶକୁ ବାଧାଗ୍ରସ୍ଥ କରିପାରେ,  ସେସବୁକୁ ଆଇନ ବଳରେ ଦଣ୍ଡନୀୟ କରିବାକୁ ପଡିବ  ।  ଏହାଛଡା ରାଷ୍ଟ୍ରଗଣ ଏକ ବୟସ ସୀମା ନିର୍ଧାରଣ କରିବା ଉଚିତ , ଯାହାଠାରୁ କମ ବୟସର ପିଲାଙ୍କୁ ମଜୁରି ଶ୍ରମରେ ଭର୍ତ୍ତି କରିବା ନିଷିଦ୍ଧ ହେବ   ।

ଆଇ ଏଲ ଓ କନଭେନସନ ସଂଖ୍ୟା  ୧୩୮ (ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ) ୧୯୭୩ ;

ଏହି କନଭେନସନ ୨୬ ଜୁନ ୧୯୭୩ ରେ ଗୃହିତ ହୋଇ ୧୯ ଜୁନ ୧୯୭୬ ରେ ବଳବତ୍ତର ହୋଇଥିଲା   । ଏଥିରେ ଗୋଟିଏ ପ୍ରାକ – କଥନ ସହିତ  ୧୮ ଟି ଧାରା ସ୍ଥାନିତ ହୋଇଛି   । ଏହାର ପ୍ରାକ-କଥନରେ କୁହାଯାଇଛି ଯେ ଆଇଏଲଓ ପ୍ରତିଷ୍ଠା ହେବା ଠାରୁ ୧୯୧୯ ମସିହାର ଆରମ୍ଭ କରି  ୧୯୬୫ ଭିତରେ ବିଭିନ୍ନ ଶ୍ରମକ୍ଷେତ୍ର, ଯଥା ଶିଳ୍ପ, ସମୁଦ୍ର , କୃଷି , ଟ୍ରିମର ଏବଂ ଷ୍ଟୋକର,ଅଣଶିଳ୍ପ ନିଯୁକ୍ତି, ମତ୍ସ୍ୟ ଉତ୍ପାଦନ ଓ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟରେ ଶ୍ରମିକ ଭାବେ ଯୋଗ ଦେବାର ସର୍ବନିମ୍ନ ବୟସ ଭିନ୍ନ ଭିନ୍ନ ଭାବେ ବିହିତ ହୋଇଥିଲା   । କିନ୍ତୁ ସାରା ପୃଥିବୀରେ ସବୁ ଦେଶର ସବୁ ଶ୍ରମକ୍ଷେତ୍ର ପାଇଁ ଏକ ଅଭିନ୍ନ , ସମାନ ସର୍ବନିମ୍ନ ବୟସ ବିହିତ କରାଯିବାର ଆବଶ୍ୟକତା ଦେଖାଯିବାରୁ  ୧୯୭୩ ରେ ଉକ୍ତ କନଭେନସନ ଅନୁଷ୍ଠିତ ହୋଇଥିଲା   ।

ଏହି କନଭେନସନ ସବୁ ଦେଶ ପାଇଁ ସାଧାରଣ ଭାବେ ଶ୍ରମକ୍ଷେତ୍ରର ଭର୍ତ୍ତି ହେବା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ବୋଲି ଧାର୍ଯ୍ୟ କରିଛି  , କିନ୍ତୁ ପ୍ରତି ସଦସ୍ୟ ରାଷ୍ଟ୍ରଙ୍କର ସ୍ଵାଧୀନତା ରହିଛି ସେ ନିଜର ସ୍ଥିତିକୁ ଚାହିଁ ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବେ   । ଗୋଟିଏ ସଦସ୍ୟ ରାଷ୍ଟ୍ର ସାମୟିକ ଭାବେ  ୧୪ ବର୍ଷ ମଧ୍ୟ ଧାର୍ଯ୍ୟ କରି ପାରନ୍ତି   ।  ପୁଣି ୧୩ ରୁ ୧୫ ବର୍ଷ ପିଲାଙ୍କ ପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ବା ସ୍କୁଲଶିକ୍ଷାକୁ ବ୍ୟାହତ କରୁନଥିବା ହାଲୁକା କାର୍ଯ୍ୟ ଚଳନୀୟ ବଅଲି ଏହି କନଭେନସନ କହିଛି  । ଯେଉଁସବୁ କାର୍ଯ୍ୟ ଫଳରେ ସ୍ୱାସ୍ଥ୍ୟ , ନିରାପତ୍ତା ଓ ନୈତିକତା ବିପନ୍ନ ହୋଇଥାଏ  ସେଗୁଡିକ କେବଳ ୧୮ ବର୍ଷ ଅତିକ୍ରମ କରିଥିବା ଯୁବବ୍ୟକ୍ତି କରିପାରିବେ ବୋଲି କନଭେନସନ କହିଛି   ।

ଗୋଟିଏ ସଦସ୍ୟ ରାଷ୍ଟ୍ର ଏହି କନଭେନସନଙ୍କୁ ଅଙ୍ଗୀକାର କରିବା ଅର୍ଥ ଯେଉଁ ନ୍ୟୁନତମ ବୟସ ଅତିକ୍ରାନ୍ତ କଲେ ଜଣେ ବାଳୁତ କୌଣସି ଶ୍ରମରେ ନିଯୁକ୍ତ ହୋଇପାରିବ , ତାହାକୁ ନିର୍ଦ୍ଧାରିତ କରି ବୈଧାନିକ ମାନ୍ୟତା ପ୍ରଦାନ କରିବା ତଥା ସେହି ବୟସରୁ କମ ବାଳୁତମାନେ ଯେପରି କୌଣସି ଶ୍ରମରେ ନିଯୁକ୍ତ ନହୁଅନ୍ତି, ତାହାକୁ ସୁନିଶ୍ଚିତ କରିବା   । ଏପ୍ରିଲ ୨୦୧୪ ସୁଦ୍ଧା ମୋଟ ୧୬୭ ଟି ସଦସ୍ୟ ରାଷ୍ଟ୍ର ଏହି କନଭେନସନକୁ ଅଙ୍ଗୀକାର କରିସାରିଛନ୍ତି , କିନ୍ତୁ ଭାରତ ସରକାର ଏହାକୁ ଏଯାବତ ଅଙ୍ଗୀକାର କରିନାହାନ୍ତି  ।

ବାଳୁତ ଅଧିକାର ସମୂହ ଉପରେ କନଭେନସନ,୧୯୮୯:-

୨୦ ନଭେମ୍ବର ୧୯୮୯ ରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା   । ୨୦ ଟି ସଦସ୍ୟ ରାଷ୍ଟ୍ର ଏହାକୁ ଅଙ୍ଗୀକାର କଲାପରେ ଏହା  ୨ ସେପ୍ଟେମ୍ବର ୧୯୯୦ ରେ ବିଧିବଦ୍ଧ ଭାବେ ବଳବତ୍ତର ହୋଇଥିଲା   । ବାଳୁତ ଅଧିକାରସମୂହ ଉପରେ ଏହି କନଭେନସନର ପରିସର ଥିଲା ସର୍ବବ୍ୟାପକ   ।  ୧୯୫୯ ର ଜାତିସଂଘ ଘୋଷଣାନାମାର ବୈଧାନିକ ଗୁରୁତ୍ଵ ନ ଥିବା ସ୍ଥଳେ ୧୯୮୯ ର ଘୋଷଣା  ଏହାକୁ ଅଙ୍ଗୀକାର କରୁଥିବା ପ୍ରତି ସଦସ୍ୟ ରାଷ୍ଟ୍ର ଉପରେ ଏହାର ଅନୁଶୀଳନ ପାଇଁ ଉତ୍ତରଦାୟିତ୍ଵ ନ୍ୟସ୍ତ କରିଥିଲା   । ଏହି କନଭେନସନ ବଳରେ ପ୍ରତି ସଦସ୍ୟ ରାଷ୍ଟ୍ର ଅନ୍ତର୍ଜାତିକ ବାଳୁତ ଅଧିକାରସମୂହ କମିଟି ନିକଟରେ ନିଜର ଅଗ୍ରଗତି ସଂବନ୍ଧରେ ରିପୋର୍ଟ ଦାଖଲ କରିବେ ବୋଲି ଧାର୍ଯ୍ୟ ହୋଇଥିଲା   । ଏହି କନଭେନସନରେ  ୧୮ ବର୍ଷ ସମାପ୍ତ କରିନଥିବା ଜଣେ ବ୍ୟକ୍ତିକୁ ବଲଉତ ବୋଲି ସଂଜ୍ଞାୟିତ କରାଯାଇଥିଲା   । ଏହାର ଧାରା  -୩୨ ରେ କୁହାଯାଇଇଥିଲା ଯେ , ଆର୍ଥିକ ଶୋଷଣରୁ ସୁରକ୍ଷା ପାଇବା ସହିତ ସେହିସବୁ ଶ୍ରମରେ ନିୟୋଜନରୁ ମୁକ୍ତ ରହିବା ପାଇଁ ଜଣେ  ବାଳୁତର ଅଧିକାର ଅଛି  , ଯାହାକି ବାଳୁତର ଶିକ୍ଷା ହାସଲ ପ୍ରକ୍ରିୟାକୁ ବାଧାଗ୍ରସ୍ଥ କରିପାରେ ଅଥବା ବାଳୁତର ସ୍ୱାସ୍ଥ୍ୟ ବା ଶାରୀରିକ, ମାନସିକ, ଆଧ୍ୟାତ୍ମିକ , ନୈତିକ କିମ୍ବା ସାମାଜିକ ଅଭିବୃଦ୍ଧିକୁ ବ୍ୟାହତ କରିପାରେ   । ଏଥିରେ ପୁଣି କୁହାଯାଇଆଥିଲା , ପ୍ରତି ସଦସ୍ୟ ରାଷ୍ଟ୍ର ଜଣେ ବାଳୁତ କର୍ମନିଯୁକ୍ତିରେ ପ୍ରବେଶ କରିବାର ନ୍ୟୁନତମ ବୟସ ନିର୍ଦ୍ଧାରଣ କରିବେ  , ବାଳୁତ ଶ୍ରମ ପାଇଁ କାର୍ଯ୍ୟନିର୍ଘଣ୍ଟ ଏବଂ ସର୍ତ୍ତାବଳୀର ଉପଯୁକ୍ତ ନିୟନ୍ତ୍ରଣ କରିବେ ତଥା ଏହି ସବୁ ବ୍ୟବସ୍ଥାବଳିର ଉଲ୍ଲଂଘନ ପାଇଁ ଦଣ୍ଡବ୍ୟବସ୍ଥା ସ୍ଥାନିତ କରିବେ   । ଏହାର ଧାରା  ୨୮ ରେ ବାଳୁତର ଶିକ୍ଷା ଅଧିକାର ସ୍ଥାନିତ ହୋଇଛି   ।

ଏହି କନଭେନସର ଅନ୍ୟାନ୍ୟ ପ୍ରାସଙ୍ଗିକ ବ୍ୟବସ୍ଥାବଳୀ ଭିତରେ ଥିଲା ଧାରା ୩୩: ନିଶାକାରୀ ଡ୍ରଗଗୁଡିକର ପ୍ରସ୍ତୁତି ଓ ଚାଲାଣରେ ବାଳୁତମାନଙ୍କୁ ନିଯୋଜନ କରିବା ଉପରେ ବାରଣ ୩୪: ବାଳୁତମାନଙ୍କୁ ଯୌନଶୋଷଣରୁ ସୁରକ୍ଷା ; ଧାରା  ୩୫ ବାଳୁତମାନଙ୍କୁ ଅପହରଣ,ବିକ୍ରି ଏବଂ ଚାଲାଣ ,। ଧାରା ୩୬ ବାଳୁତର ଅହିତ ଘଟାଉଥିବା ଅନ୍ୟ ଯେକୌଣସି ପ୍ରକାର ଶୋଷଣ , ଧାରା  ୩୯ ଅପରାଧର ଶିକାର ହେଉଥିବା ବାଳୁତର ଶାରୀରିକ ଓ ମନସ୍ତାତ୍ଵିକ ଚିକିତ୍ସା ଏବଂ ସମାଜର ସହ ସଂଗତିକରଣ   ।

ଏହି କନଭେନସନ ପରେ ମିଳିତ ଜାତିସଂଘ ବାଳୁତ ଅଧିକାର କମିଟି ଗଠିତ ହୋଇଛି , ଯେଉଁଥିରେ ବିଭିନ୍ନ ପେଷାଦାରି ପୃଷ୍ଠଭୂମିରୁ ଆସିଥିବା  ୧୦ ଜଣ ବିଶେଷଜ୍ଞ ସଭ୍ୟ ଅଛନ୍ତି   ।  ପ୍ରତି ସଦସ୍ୟ ରାଷ୍ଟ୍ରଦ୍ଵାରା ପ୍ରତି ପାଞ୍ଚବର୍ଷରେ ଥରେ ଦାଖଲ ହେଉଥିବା ରିପୋର୍ଟକୁ ଏହି କମିଟି ଅନୁଧ୍ୟାନ କରିଥାଏ   ଏବଂ ଏକ ପ୍ରସଙ୍ଗସୂଚୀ ପ୍ରସ୍ତୁତ କରିଥାଏ ଏବଂ ତାହା ଭିତ୍ତିରେ ସମ୍ପୃକ୍ତ ସରକାରଙ୍କ ସହ ଆଲୋଚନା କରିଥାଏ  । ଏହା ପରେ କମିଟି ସମ୍ପୃକ୍ତ ସରକାରଙ୍କ ପକ୍ଷେ ଅନୁସରଣୀୟ କେତେକ ପଦକ୍ଷେପ ଉପରେ ଟିପ୍ପଣୀ ପ୍ରସ୍ତୁତ କରିଥାନ୍ତି   । ସେହି ଟିପ୍ପଣୀରେ କଦର୍ଯ୍ୟତମ ବାଳୁତ ଶ୍ରମ ସମେତ  ଅନ୍ୟ ଧରଣର ବାଳୁତ ଶ୍ରମର ସ୍ଥିତି ସଂବନ୍ଧରେ ଯଥେଷ୍ଟ ସୂଚନା ଥାଏ   ।

ଏହି କନଭେନସନ ସହିତ ସଂଶ୍ଳିଷ୍ଟ ଦୁଇଟି ବିଷୟରେ ଦୁଇଟି ଅତିରିକ୍ତ ପ୍ରୋଟୋକଲ ମଧ୍ୟ ମେ  ୨୦୦୦ ରେ ପ୍ରବର୍ତ୍ତିତ ହୋଇଛି  , ଯେଉଁଥିରେ କଦର୍ଯ୍ୟତମ ବାଳୁତ ଶ୍ରମ ସଂବନ୍ଧରେ ବ୍ୟବସ୍ଥାବଳୀ ସ୍ଥାନିତ ହୋଇଛି , (୧) ବାଳୁତମାନଙ୍କୁ ସଶସ୍ତ୍ର ସଂଘର୍ଷରେ ଜଡିତ କରିବା ଏବଂ (୨) ବାଳୁତ ବିକ୍ରି, ବାଳୁତ ବେଶ୍ୟାବୃତ୍ତି ଏବଂ ବାଳୁତଙ୍କୁ ଜଡିତ କରି କାମୋତ୍ତେଜକ ଛବି କାରବାର   ।  ଏହି ଦୁଇଟି ଅତିରିକ୍ତ ପ୍ରୋଟୋକଲ କଦର୍ଯ୍ୟତମ ବାଳୁତ ଶ୍ରମ ଉପରେ ଅନୁଷ୍ଠିତ କନଭେନସନ (୧୮୨) ସହ ପ୍ରତ୍ୟକ୍ଷ ଭାବେ ସମ୍ବନ୍ଧିତ ଏବଂ କେତେକ ଅଭିବ୍ୟକ୍ତିକୁ ସଂଜ୍ଞାୟିତ କରିବା ସହିତ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରମାନେ କେଉଁସବୁ ନିର୍ଦ୍ଧିଷ୍ଟ ପଦକ୍ଷେପ ନେବା ଉଚିତ ତାହାର ଆବତାରଣା କରିଛି  ।  ୧ ମ ଅତିରିକ୍ତ ପ୍ରୋଟକଲ  ୧୨ ଫେବୃଆରି ୨୦୦୨ ବଳବତ୍ତର ହୋଇଥିବା ସ୍ଥଳେ ୨ୟ ଟି  ୧୮ ଜାନୁୟାରୀ ୨୦୦୨ ରେ ବଳବତ୍ତର ହୋଇଛି   ।

କେବଳ ୨ ଟି ଦେଶକୁ ଛାଡି ବିଶ୍ଵର ଅନ୍ୟ ସମସ୍ତ ଦେଶ ଏହି କନଭେନସନକୁ ଅଙ୍ଗୀକାର କରିଛନ୍ତି   ।

୧୧ ଡିସେମ୍ବର ୧୯୯୨ ରେ ଭାରତ ସରକାର ୧୯୮୯ ଘୋଷଣା ନାମାକୁ ଅଙ୍ଗୀକାର କରିସାରିଛି  ।  ଏହାର ଅର୍ଥ , ଭାରତ ସରକାର ନିମ୍ନୋକ୍ତ ପଦକ୍ଷେପ ନେବାପାଇଁ ପ୍ରତିସୃତିବଦ୍ଧ  :-

  • ଜାତୀୟ ଏବଂ ରାଜ୍ୟସ୍ତରୀୟ ବିଧିବିଧାନର ସମୀକ୍ଷା କରାଇ ସେଗୁଡିକ କନଭେନସନର ବ୍ୟବସ୍ଥାବଳୀ ସହିତ ସଂଗତିଶୀଳ କରାଇବା   ।
  • କନଭେନସନର ବ୍ୟବସ୍ଥାବଳୀକୁ କାର୍ଯ୍ୟରୁ ଦେବା ପ୍ରକ୍ରିୟାକୁ ତଦାରଖ ପାଇଁ ଉପଯୁକ୍ତ ପଦ୍ଧତିକୁ ସ୍ଥାନିତ କରିବା   ।
  • କନଭେନସନ ସଂବନ୍ଧରେ ଜନ ସଚେତନତା ବୃଦ୍ଧି କରାଇବା ତଥା ଏହା ଉପରେ ଜନମତ ଲୋଡିବା   ।
  • ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟାରେ ସଚ୍ଚୋଟତାର ଏବଂ ସ୍ଵଚ୍ଛତା ଅବଲମ୍ବନ କରିବା   ।

ଅନ୍ତର୍ଜାତିକ  ବାଳୁତ ଶ୍ରମ ନିରାକରଣ କାର୍ଯ୍ୟକ୍ରମ (୧୯୯୨ ରୁ ଅୟମାରମ୍ଭ) :-

ବାଳୁତ ଶ୍ରମର ନିରାକରଣ ଡ଼ିଆଇଜିରେ ରାଷ୍ଟ୍ରମାନଙ୍କୁ ଶକ୍ତି ଦାନ ଉଦ୍ଦେଶ୍ୟରେ ଆଇଏଲଓ ଦ୍ଵାରା ଉପରୋକ୍ତ ଅନ୍ତର୍ଜାତିକ କାର୍ଯ୍ୟକ୍ରମ ଡିସେମ୍ବର ୧୯୯୧ ରେ ଆରମ୍ଭ ହୋଇଥିଲା   । ଏହା ବର୍ତ୍ତମାନ  ୮୮ ଟି ଦେଶରେ କ୍ରିୟାଶୀଳ ଅଛି   । ସମ୍ପୃକ୍ତ ଦେଶମାନଙ୍କରେ ବାଳୁତ ଶ୍ରମ ବିରୋଧରେ ବ୍ୟାପକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ସରକାରୀ କର୍ତ୍ତୃପକ୍ଷଗୁଡିକ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଓ ସଂଗଠନ ଯଥା ନିଯୁକ୍ତିକାରୀ ସଂଗଠନ, ଶ୍ରମିକ ସଂଗଠନ , ଘରୋଇ ବ୍ୟବସାୟୀଙ୍କ ସଂଗଠନ , ଗୋଷ୍ଠୀ ସଂଘଠନ , ଏନ ଜି ଓ , ମିଡିଆ, ବିଚାରପତି, ବିଶ୍ଵବିଦ୍ୟାଳୟ , ଧାର୍ମିକ ଅନୁଷ୍ଠାନ ତଥା ବାଳୁତ ଓ ସେମାନଙ୍କ ପରିବାରବର୍ଗଙ୍କୁ ଜଡିତ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥାଏ   । ଶ୍ରମକ୍ଷେତ୍ରରୁ ବାଳୁତମାନଙ୍କୁ କାଢି ଆଣି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ତଥା ସେମାନଙ୍କ ପରିବାରକୁ ତାଲିମ ଓ କର୍ମନିଯୁକ୍ତିର ସୁଯୋଗ ଯୋଗାଇଦେବା ଡ଼ିଆଇଜିରେ ଏହା କାର୍ଯ୍ୟ କରିଥାଏ   ।  କିନ୍ତୁ ଏହାର ଅଗ୍ରାଧିକାର ହେଉଛି ,୧୯୯୯ ରେ ଅନୁଷ୍ଠିତ ଆଇ ଏଲ ଓର  ୧୮୨ ତମ କଣଭେନସନରେ ଦର୍ଶିତ ହୋଇଥିବା ଘୃଣ୍ୟତମ ଧରଣର ଶିଶୁଶ୍ରମର ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା   ।

ଆଇ ଏଲ ଓ କନଭେନସନ ୧୮୨ ରେ ସୂଚିତ ହୋଇଥିବା ସମୟବଦ୍ଧ ଲକ୍ଷହାସଲ ଉପରେ ଗୁରୁତ୍ଵକୁ ଦ୍ରୁଷ୍ଟିରେ ରଖୀ ଆଇ.ପି ଇ ସି ଘୃଣ୍ୟତମ ବାଳୁତ ଶ୍ରମର ନିରାକରଣ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ କ୍ରିୟାଶୀଳ ଅଛନ୍ତି  ।  ଏହି ଉଦ୍ଦେଶ୍ୟରେ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରମାନଙ୍କ ଆଇ ପି ଇ ସି ସହାୟତା ଯୋଗାଇଥାଏ  ।  ଆଇ ପି ଇ ସି ନିଜର ପାଣ୍ଠିପାଇଁ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା , ସଦସ୍ୟ ରାଷ୍ଟ୍ରଗଣ,ଅନ୍ତର୍ଜାତିକ ଏନଜିଓ ତଥା ଘରୋଇ କମ୍ପାନୀମାନଙ୍କ ଠାରୁ ଅନୁଦାନ ଉପରେ ନିର୍ଭର କରିଥାଏ   ।

ଭାରତ ହେଉଛି ପ୍ରଥମ ରାଷ୍ଟ୍ର ଯେ କି ୧୯୯୨ ରୁ ଆଇପିଇସି କାର୍ଯ୍ୟକ୍ରମକୁ ଚାଲୁ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛି  । ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମ ବିଭାଗର ସହାୟତାରେ ଇଣ୍ଡସ କାର୍ଯ୍ୟକ୍ରମ ,। ଡି ଆଇ ଏଫ ଡି ସହାୟତାରେ ଆନ୍ଧ୍ର ଦେଶ କାର୍ଯ୍ୟକ୍ରମ ଏବଂ ଇଟାଲୀ ସରକାରଙ୍କ ସହାୟତାରେ କର୍ଣ୍ଣାଟକ କାର୍ଯ୍ୟକ୍ରମ ପରିଚାଳିତ ହୋଇସାରିଛି  ।  ସର୍ବଶିକ୍ଷା ଅଭିଯାନ ସହିତ ମିଳିତ ହୋଇ ଜାତୀୟ ଶିଶୁଶ୍ରମ ପ୍ରକଳ୍ପ (NCLP) ଅଧୀନରେ ଶିଶୁଶ୍ରମିକ ବିଦ୍ୟାଳୟମାନ ଖୋଲାଯାଇ ଶ୍ରମକ୍ଷେତ୍ରରୁ ଉଧାର କରାଯାଇଥିବା ବାଳୁତଶ୍ରମିକମାନଙ୍କୁ ସେଠାରେ ସର୍ବାଧିକ ୩ ବର୍ଷ ପାଇଁ ଭର୍ତ୍ତି କରାଯାଇଥାଏ ,ସେଠାରେ ସେମାନଙ୍କୁ ଏକ ତ୍ବରାନିତ୍ଵ ସେତୁ ପାଠ୍ୟକ୍ରମ , ବୃତ୍ତିମୂଳକ ତାଲିମ, ଷ୍ଟାଇପେଣ୍ଡ ମଧ୍ୟାହ୍ନ ଭୋଜନ ଏବଂ ସ୍ୱାସ୍ଥ୍ୟ ଯତ୍ନର ସୁବିଧାମାନ ଯୋଗାଇ ଦିଆଯାଇଥାଏ   ।  ଏହି ପ୍ରକଳ୍ପର କାର୍ଯ୍ୟକଳାପକୁ ଜାତୀୟ ସ୍ତରରେ ସାମଗ୍ରିକ ତତ୍ବାବଧାନ , ତଦାରଖ ଏବଂ ମୂଲ୍ୟାୟନ ପାଇଁ ଏକ କେନ୍ଦ୍ରୀୟ ତଦାରଖ କମିଟି ଗଠିତ ହୋଇଛି   । ରାଜ୍ୟ ସରକାରମାନେ ନିଜ ନିଜ କ୍ଷେତ୍ରରେ ରାଜ୍ୟସ୍ତରୀୟ ତଦାରଖ କମିଟି ଗଠନ କରିବା ପାଇଁ ପରାମର୍ଶ ଦିଆଯାଇଛି   ।

ବିଶ୍ଵ ସାମାଜିକ ବିକାଶ ଶିଖର ସମ୍ମିଳନୀରେ ଗୃହିତ ଘୋଷଣାନାମା ଏବଂ କାର୍ଯ୍ୟପନ୍ଥା,୧୯୯୫

କୋପେନହାଗେନରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ୪ ପ୍ରକାର ମୌଳିକ ଶ୍ରମ ଅଧିକାର ଭିତରୁ ବାଳୁତ ଶ୍ରମର ଉଚ୍ଛେଦ ଅନ୍ୟତମ ବୋଲି ଘୋଷଣାନାମାରେ ସ୍ଥାନ ପାଇଥିଲା  । ସମସ୍ତ ରାଷ୍ଟ୍ର ଏହି ଘୋଷଣାନାମାକୁ ସମ୍ମାନ ପ୍ରଦର୍ଶନ କରିବେ  ବୋଲି ଆହ୍ଵାନ ଦିଆଯାଇଥିଲା  ।

ମୌଳିକ ନୀତିସମୂହ ଏବଂ ଶ୍ରମ ଅଧିକାରସମୂହ ଉପରେ ଆଇ ଏଲ ଓ ଘୋଷଣାନାମା (୧୯୯୮) :-

ଏହି ଘୋଷଣାନାମାର ତତ୍ପର୍ଯ୍ୟ ହେଲା, ସଦସ୍ୟରାଷ୍ଟ୍ରମାନେ ଏହାକୁ ଅଙ୍ଗୀକାର କରନ୍ତୁ ବା ନକରନ୍ତୁ , ଘୋଷଣାନାମାରେ ସୂଚିତ ହୋଇଥିବା ନିମ୍ନୋକ୍ତ ୪ ଧରଣର ମୌଳିକ ନୀତି ଏବଂ ଅଧିକାରଗୁଡିକର ଉପଲବ୍ଧକୁ ପ୍ରୋତ୍ସାହନ ଦେବେ   । ସେଗୁଡିକ ହେଲା :-

  • ସଂଗଠନର ସ୍ଵାଧୀନତା ଏବଂ ସମୂହ ମୂଲଚାଲ ପାଇଁ ଅଧିକାର  ।
  • ବଳପୂର୍ବକ ବା ବାଧ୍ୟତାମୂଳକ ଶ୍ରମର ନିରାକରଣ  ।
  • ବାଳୁତ ଶ୍ରମର ଉଚ୍ଛେଦ  ।
  • ନିଯୁକ୍ତି ଏବଂ ବୃତ୍ତି କ୍ଷେତ୍ରରେ ବାଛବିଚାରର ନିରାକରଣ

ଯେଉଁସବୁ ସଦସ୍ୟ ରାଷ୍ଟ୍ରମାନେ ଆଇଏଲଓ  ର କୌଣସି କନଭେନସନକୁ ଅଙ୍ଗୀକାର କରିନଥିବେ ସେମାନେ ମଧ୍ୟ ଉପରୋକ୍ତ ନୀତି ଓ ଅଧିକାର ସମୂହ ଉପରେ ନିଜ ନିଜ ପରିସରରେ ବିଦ୍ୟମାନ ଥିବା ସ୍ଥିତି ଏବଂ ଉପଲବ୍ଧ ଅଗ୍ରଗତି ସମ୍ବନ୍ଧରେ ଆଇ ଏଲ ଓ କୁ ବାର୍ଷିକ ଅଗ୍ରଗତି ରିପୋର୍ଟ ପଠାଇବେ   । ଏହି ରିପୋର୍ଟରେ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରମାନେ ବିଭିନ୍ନ କନଭେନସନକୁ ଅଙ୍ଗୀକାର କରିବାରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସୂଚନା ଦେଇଥିବେ   । ଏହି ବାର୍ଷିକ ରିପୋର୍ଟଗୁଡିକ ନିରପେକ୍ଷ ବିଶେଷଜ୍ଞ ଉପଦେଷ୍ଟାମାନଙ୍କୁ ନେଇ ଗଠିତ ଏକ କମିଟିଦ୍ଵାରା ସମୀକ୍ଷା କରାଯିବ ଏବଂ ସମୀକ୍ଷାର ଫଳାଫଳକୁ ଆଇଏଲଓ ଗଭର୍ଣ୍ଣିବଡିକୁ ସୂଚିତ କରାଯିବ   । ଆଇ ଏଲ ଓ ତରଫରୁ ପ୍ରକାଶ ପାଉଥିବା ବିଶ୍ଵ ବିବରଣୀ  ବିବରଣୀରେ ଉପରୋକ୍ତ ରିପୋର୍ଟଗୁଡିକର ତଥ୍ୟାବଳିକୁ ଭିତ୍ତିକରି ସାରା ପୃଥିବୀରେ ଉପରୋକ୍ତ  ରିପୋର୍ଟଗୁଡିକର ତଥ୍ୟାବଳୀକୁ ଭିତ୍ତି କରି ସାରା ପୃଥିବୀରେ ଉପରୋକ୍ତ ନୀତି  ଓ ଅଧିକାରସମୂହର ଉପଲବ୍ଧ ଦିଗରେ ଅଗ୍ରଗତିର ଏକ ସାମଗ୍ରିକ ଦୃଶ୍ୟପଟ ଉପସ୍ଥାପନ କରାଯାଇଥାଏ   ।

ଘୃଣ୍ୟତମ ବାଳୁତଶ୍ରମର ନିଷେଧ ଏବଂ ନିରାକରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ଆଇଏଲ ଓ କନଭେନସନ (ସଂଖ୍ୟା ୧୮୨), ୧୯୯୯ :-

୧୭ ଜୁନ ୧୯୯୯ ରେ ଜେନେଭା ଠାରେ ସ୍ଵାକ୍ଷରିତ ହୋଇଥିବା ଏହି କନଭେନସନ ୧୯ ନଭେମ୍ବର ୨୦୦୦ ରୁ ବଳବତ୍ତର ହୋଇଥିଲା  । ଏହି କନଭେନସନକୁ ଆଇଏଲ ଓ ଦ୍ଵାରା ଅନୁଷ୍ଠିତ ୮ ଟି ମୌଳିକ କନଭେନସନ ଭିତରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ   ।  ବାଳୁତ ଅଧିକାରସମୂହ କନଭେନସନ ୧୯୮୯ ଭଳି  ୧୮ ବର୍ଷ ସମାପ୍ତ କରିନଥିବା ପ୍ରତି ବ୍ୟକ୍ତିକୁ ଏହି କନଭେନସନ ବାଳୁତ ବୋଲି ବିବେଚନା କରିଥାଏ   ।  ଏହି କନଭେନସନର ଏକ ପ୍ରାକ-କଥନ ସହିତ ମୋଟ  ୧୬ ଟି ଧାରା ରହିଛି   । ଏହାର ଧାରା  ୨୨ (କନଭେନସନକୁ ଅଙ୍ଗୀକାର ଉପରେ ବାର୍ଷିକ ରିପୋର୍ଟ) ରେ କୁହାଯାଇଛି ଯେ , ପ୍ରତି ସଦସ୍ୟ ରାଷ୍ଟ୍ର ଏହି ଅନ୍ତର୍ଜାତିକ କନଭେନସନର ଅନୁପାଳନ ଉପରେ ନିଜେ ହାସଲ କରୁଥିବା ଅଗ୍ରଗତି ସମ୍ବନ୍ଧରେ ଏକ ବାର୍ଷିକ ରିପୋର୍ଟ ଅନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟକୁ ପଠାଇବେ   ।

ଏହି କନଭେନସନ ଯେଉଁ ସମ୍ମିଳନୀରେ ଗୃହିତ ହୋଇଥିଲା, ତାହା ତରଫରୁ କୁହାଯାଇଥିଲା ଯେ “ ଏହି ସମ୍ମିଳନୀ ସବୁ ଦେଶର ରାଷ୍ଟ୍ରୀୟ ପାର୍ଲିଆମେଣ୍ଟ , ସରକାର ଏବଂ ଅନ୍ତର୍ଜାତିକ ଜନଗୋଷ୍ଠୀକୁ ଘୃଣ୍ୟତମ ବାଳୁତ ଶ୍ରମର ତୁରନ୍ତ ଅବସାନ ଉଦ୍ଦେଶ୍ୟରେ ସେମାନଙ୍କ ଦ୍ଵାରା ପ୍ରକାଶ ପାଇଥିବା ଅଙ୍ଗୀକାରକୁ ବାସ୍ତବ କାର୍ଯ୍ୟଧାରାରେ ପରିଣତ କରିବା ପାଇଁ ଆହ୍ଵାନ ଜଣାଉଛି   ।

୧୮ ବର୍ଷରୁ କମ ସମସ୍ତ ବାଳୁତଙ୍କୁ କେଉଁ ଧରଣର ଘୃଣ୍ୟତମ ଶ୍ରମରେ ନିଯୋଜିତ କରାଯିବ ନାହିଁ, ସେ ସମ୍ବନ୍ଧରେ କନଭେନସନ ନିମ୍ନମତେ ଅବତାରଣ କରିଛି  :-

  • ଦାସପ୍ରଥା ଏବଂ ଦାସତ୍ଵ ସଦୃଶ ପ୍ରଥା ଯଥା ବାଳୁତ ଚାଲାଣ ଏବଂ ବାଳୁତ ବିକ୍ରି , ଋଣ ଜନିତ ବନ୍ଧକ ଶ୍ରମ, ବେଠି ପ୍ରଥା ଓ ବାଧ୍ୟତାମୂଳକ ଶ୍ରମ, ତଥା ସାମରିକ କାର୍ଯ୍ୟକଳାପରେ ବାଳୁତମାନଙ୍କୁ ବ୍ୟବହାର   ।
  • ବାଳୁତମାନଙ୍କୁ ବିଭିନ୍ନ ଅବାଞ୍ଛିତ କାର୍ଯ୍ୟକଳାପରେ ଜଡିତ କରିବା ଯଥା ବେଶ୍ୟାବୃତ୍ତି ଓ ଅଶ୍ଳୀଳ ପ୍ରଦର୍ଶନପାଇଁ  ନିଯୋଜିତ କରିବା  ।
  • ବାଳୁତମାନଙ୍କୁ ନିଶାକାରୀ ସାମଗ୍ରୀଗୁଡିକର ଉତ୍ପାଦନ ଏବଂ ସରବରାହରେ ନିୟୋଜନ କରିବା  ।
  • ଯେଉଁସବୁ କାର୍ଯ୍ୟରେ ନିଯୋଜିତ ହେଲେ ବାଳୁତମାନଙ୍କର ସ୍ୱାସ୍ଥ୍ୟ,  ନିରାପତ୍ତା ଓ ନୈତିକତା ବିପନ୍ନ ହୋଇଥାଏ   ।

“” ଘୃଣ୍ୟତମ ବାଳୁତ ଶ୍ରମ “ ଭିତରେ ଉଭୟ “ ବିପଜ୍ଜନକ” ଯାହାକି ବିନ୍ଦୁ (ଡି) ରେ ବର୍ଣ୍ଣିତ ହୋଇଛି ଏବଂ ଅନ୍ୟ ଧରଣର କଦର୍ଯ୍ୟତମ ବାଳୁତ ଶ୍ରମ , ଯାହାକି ବିନ୍ଦୁ (ଏ) , (ବି) ଓ (ସି) ରେ ଦର୍ଷିତ ହୋଇଛି-  ପରିସରଭୁକ୍ତ  । ଏହି ଦୁଇ ଧରଣର ଘୃଣ୍ୟତମ ବାଳୁତ ଶ୍ରମ ଭିତରେ ଏକ ଫରକ ଅଛି  , ତାହା ହେଲା କାର୍ଯ୍ୟ ଶୈଳୀ ଓ କାର୍ଯ୍ୟର ପରିବେଶରେ ପରିବର୍ତ୍ତନ ଘଟାଇ କେତେକ ଶ୍ରମର ବିପଜ୍ଜନକ ଚରିତ୍ରକୁ ବଦଲାଯାଇପାରେ , କିନ୍ତୁ ଅନ୍ୟ ଧରଣର ଘୃଣ୍ୟତମ ଶ୍ରମଗୁଡିକ କୌଣସି ସ୍ଥିତିରେ ଗ୍ରହଣୀୟ ହୋଇପାରିବ ନାହିଁ   ।

ଏହି କନଭେନସନକୁ ଗୋଟିଏ ରାଷ୍ଟ୍ର ଅଙ୍ଗୀକାର (ରାଟିଫିକେସନ) କରିବା ଅର୍ଥ ଘୃଣ୍ୟତମ ବାଳୁତଶ୍ରମର ନିଷେଧ ଏବଂ ନିରାକରଣ  ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୋଟିଏ ରାଷ୍ଟ୍ର ନିଜର ପ୍ରତିଶୃତି ପ୍ରଦାନ କରିଛି  । ଏହି କନଭେନସନ କୁ ଅନୁପାଳନ କରିବାର ପ୍ରକ୍ରିୟାକୁ ତଦାରଖ କରିବା ଉଦ୍ଦେଶ୍ୟରେ ଆଇଏଲଓ ତରଫରୁ ବାଳୁତଶ୍ରମ ନିରାକରଣ  କାର୍ଯ୍ୟକ୍ରମ  (ଆଇପିଇସି) ଚାଲୁ କରାଯାଇଛି, ଯାହାକି ସମ୍ପୃକ୍ତ ଗୋଟିଏ ରାଷ୍ଟ୍ର ସମୟବଦ୍ଧ ରୀତିରେ କନଭେନସନର ବ୍ୟବସ୍ଥାବଳୀକୁ କାର୍ଯ୍ୟରୂପ ଦେବା ଉପରେ ଜୋର ଦେଇଥାଏ   ।

୨୦୧୪ ଶେଷ ସୁଦ୍ଧା ୧୮୫ ଟି ସଦସ୍ୟ ରାଷ୍ଟ୍ରଙ୍କ ଭିତରୁ  ୧୭୯ ଟି ରାଷ୍ଟ୍ର ଏହି କନଭେନସନ -୧୮୨ (୧୯୯୯) କୁ ଅଙ୍ଗୀକାର କରିଛନ୍ତି, ଯଦିଓ ଭାରତ ସମେତ ୬ ଟି ରାଷ୍ଟ୍ର ଏହାକୁ ଅଙ୍ଗୀକାର କରିନାହାନ୍ତି, ରାଷ୍ଟ୍ର ଗୁଡିକ ହେଲେ, କ୍ୟୁବା , ଏରିଟ୍ରିଆ , ମାର୍ଶାଲ, ଦ୍ଵିପପୁଞ୍ଜ , ପାଲାଉ ଏବଂ ତାଭାଲୁ   ।  ଆଇ ଏଲ ଓ ର ମୌଳିକ ନୀତିସମୂହ ଏବଂ ଶ୍ରମ ଅଧିକାର ସମୂହ ଉପରେ ଘୋଷଣାନାମା (୧୯୯୮) ଅନୁଯାୟୀ କନଭେନସନ ସଂଖ୍ୟା  ୧୮୨ ଏବଂ କନଭେନସନ ସଂଖ୍ୟା  ୧୩୮ ହେଉଛି ବାଳୁତ ଶ୍ରମ ଉପରେ ଦୁଇଟି ପ୍ରମୁଖ କନଭେନସନ ଆଗରୁ ସୂଚିତ ହୋଇଛି, ଭାରତ ସରକାର କନଭେନସନ – ୧୩୮ (୧୯୭୩) କୁ ମଧ୍ୟ ଅଙ୍ଗୀକାର କରିନାହାନ୍ତି   ।

ଘୃଣ୍ୟତମ ବାଳୁତ ଶ୍ରମ ଉପରେ ଆଇଏଲଓ ସୁପାରିସ (ସଂଖ୍ୟା ୧୯୦),  ୧୯୯୯

୧୭ ଜୁନ ୧୯୯୯ ଆଇଏଲ ଓ ଦ୍ଵାରା ଗୃହିତ ଘୃଣ୍ୟତମ ବାଳୁତ ଶ୍ରମ ଉପରେ ସୁପାରିସ (ସଂଖ୍ୟା  ୧୯୦) ଜାରି କରାଯାଇଥିଲା  ।  ଏଥିରେ ଏକ ପ୍ରାକ- କଥନ ସହିତ  ୧୬ ଟି ଧାରା ରହିଛି   ।  ଏହି ସୁପାରିସ ଭିତରେ ଅନ୍ୟ ବିଷୟମାନ ସହିତ ଅନ୍ତର୍ଭୁକ୍ତ ଥିଲା- ବାଳୁତଶ୍ରମ କ୍ଷେତ୍ରରେ ଯେଉଁସବୁ କାର୍ଯ୍ୟ ବା ପ୍ରକ୍ରିୟାକୁ ବିପଜ୍ଜନକ ମନେ କରାଯିବ  , ଏବଂ ଯାହାକୁ ସମ୍ପୃକ୍ତ ପ୍ରତ୍ୟେକ ରାଷ୍ଟ୍ର ନିଜର ବାଳୁତ ଶ୍ରମିକମାନଙ୍କ ପାଇଁ ବିପଜ୍ଜନକ ବୋଲି ଘୋଷଣା କରିବେ , ସେ ବିଷୟରେ ସୁପାରିସ ।

ଏହି ସୁପାରିସ ପାରା -୨ ରେ କୁହାଯାଇଛି  “ କନଭେନସନର ଧାରା ୬ ରେ ସୂଚିତ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପସମୂହର ନିର୍ଦ୍ଧାରଣ ଓ କ୍ରିୟାନ୍ଵୟନ ପାଇଁ ଏହାକୁ ଏକ ଜରୁରୀକାଳୀନ ପ୍ରସଙ୍ଗ ଭାବ ସମ୍ପୃକ୍ତ ସରକାରୀ ସଂସ୍ଥା ସମୂହ ଏବଂ ନିଯୁକ୍ତିକାରୀ ଏବଂ ଶ୍ରମିକ ସଂଗଠନସମୂହଙ୍କ ସହ ପରାମର୍ଶ ତଥା ଘୃଣ୍ୟତମ ବାଳୁତ ଶ୍ରମ ଦ୍ଵାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେଉଥିବା ବାଳୁତଗୋଷ୍ଠୀ ଓ ସେମାନଙ୍କର ପରିବାରବର୍ଗ ତଥା କନଭେନସନ ଏବଂ ଏହି ସୁପାରିସର ଲକ୍ଷସମୂହ ପ୍ରତି ଅଙ୍ଗୀକାର ବହନ କରୁଥିବା ସମସ୍ତ ଜନଗୋଷ୍ଠୀଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ଆବଶ୍ୟକ   ।  ଉପରୋକ୍ତ କାର୍ଯ୍ୟପନ୍ଥା ଲକ୍ଷ୍ୟମାନ ପୂରଣ କରିପାରୁଥିବା ଆବଶ୍ୟକ, ଯଥା

  1. ଘୃଣ୍ୟତମ ବାଳୁତ ଶ୍ରମକ୍ଷେତ୍ରଗୁଡିକୁ ଚିହ୍ନଟ କରି ସେଗୁଡିକୁ ନିନ୍ଦନୀୟ ବୋଲି ଘୋଷଣା କରିବା ;
  2. ଘୃଣ୍ୟତମ ବାଳୁତ ଶ୍ରମକ୍ଷେତ୍ରଦୁଇକରେ ବାଳୁତମାନଙ୍କର ନିୟୋଜନକୁ ବାରଣ କରିବା , ସମ୍ପୃକ୍ତ ବାଳୁତମାନଙ୍କୁ ସେହିସବୁ ଶ୍ରମକ୍ଷେତ୍ରରୁ ଅପସାରନ କରିଆଣିବା ଏବଂ ସେମାନଙ୍କୁ ସମ୍ଭାବ୍ୟ ପ୍ରତିହିଂସାମୂଳକ ପଦକ୍ଷେପରୁ ସୁରକ୍ଷା  ଦେବା ତଥା ସେମାନଙ୍କର ଶିକ୍ଷା, ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ପ୍ରୟୋଜନଗୁଡିକୁ ମେଣ୍ଟାଇପାରୁଥିବା ଥଇଥାନ ଓ ସାମାଜିକ ସଂଗତିକାରଣ ସମ୍ବନ୍ଧିତ ପଦକ୍ଷେପଗୁଡିକୁ ମେଣ୍ଟାଇପଡ଼ୁଥିବା ଥଇଥାନ ଓ ସାମାଜିକ ସଂଗତିକାରଣ ସଂବନ୍ଧୀତ ପଦକ୍ଷେପମାନ ଗ୍ରହଣ କରିବା  ।
  3. କମ ବୟସର ଶିଶୁ,  କନ୍ୟାଶିଶୁ , ଏବଂ ଗୋପନୀୟତା ଶ୍ରମକାର୍ଯ୍ୟରେ ନିଯୁକ୍ତ ହୋଇ ଏକ ନିଆରା ଧରଣର ବି ଦର ସମ୍ମୁଖୀନ ହେଉଥିବା ବାଳିକାଗଣ ଏବଂ ଅନ୍ୟାନ୍ୟ ଧରଣର ବିପଦସଙ୍କୁଳ ସ୍ଥିତିରେ ନିୟୋଜନ ହୋଇଥିବା ବାଳୁତମାନଙ୍କର ସ୍ଵତନ୍ତ୍ର ସମସ୍ୟାବଳି ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା   ।
  4. ଯେଉଁସବୁ ଜନଗୋଷ୍ଠୀରେ ବାଳୁତମାନେ ସ୍ଵତନ୍ତ୍ର ଧରଣର ବିପଦଗୁଡିକର ସମ୍ମୁଖୀନ ହୋଇଥାନ୍ତି, ସେମାନଙ୍କ ନିକଟରେ ପହଞ୍ଚିବା  ।
  5. ବାଳୁତଗଣ ତଥା ସେମାନଙ୍କର ପରିବାରବର୍ଗଙ୍କ ସମେତ ସମ୍ପୃକ୍ତ ଜନଗୋଷ୍ଠୀଙ୍କ ଭିତରେ ସଂଗଠନ ଓ ଜନମତ ସୃଷ୍ଟିକରିବା   ।
ଆଧାର- ହିନ୍ଦ ମଜଦୂର ସଭା , ଓଡିଶା


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate