অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ଜାତୀୟତାବାଦ

ଜାତୀୟତାବାଦ

ଜାତୀୟତାବାଦ ଏକ ମନସ୍ତାତ୍ତ୍ଵିକ ଭାବୋଚ୍ଛାସ  । ଗୋଟିଏ ରାଷ୍ଟ୍ରରେ ବସବାସ କରୁଥିବା ବ୍ୟକ୍ତିସମୂହ ଯେତେବେଳେ ସେମାନଙ୍କ ମଧ୍ୟରେ ଥିବା ଜାତି, ବର୍ଣ୍ଣ , ଧର୍ମ, ଭାଷା ଏବଂ ଆଞ୍ଚଳିକ ବିଭିନ୍ନତାକୁ ଭୁଲିଯାଇ ଦେଶାତ୍ମବୋଧରେ ଉଦବୁଦ୍ଧ ହୁଅନ୍ତି , ସେତେବେଳେ ଜାତୀୟତାବାଦ ଜନ୍ମନିଏ   । ସ୍ଵାଧୀନତା ଓ ଦେଶପ୍ରେମ ସହିତ ପ୍ରକୃତ ଜାତୀୟତାବାଦ ଜଡିତ  ।

ଜାତୀୟତାବାଦ କହିଲେ ଦେଶାତ୍ମବୋଧ , ଦେଶପ୍ରୀତି , ରାଷ୍ଟ୍ର ପ୍ରତି ଆନୁଗତ୍ୟ , ଦେଶପ୍ରାଣତା ତଥା ଦେଶ ପାଇଁ ଆତ୍ମୋତ୍ସର୍ଗ ବୁଝାଏ   । ଏହାର ସୃଷ୍ଟି ହୁଏ ଲୋକମାନଙ୍କର ଏକାତ୍ମବୋଧ  , ଏକଟା ତଥା ଦେଶାତ୍ମବୋଧକୁ ଜାତୀୟତାବାଦ ବା ରାଷ୍ଟ୍ରୀୟତାବଡ ଏକ ଉନ୍ନତ ମାନସିକତା ଏବଂ ଏକ ଉତ୍ତୁଙ୍ଗ ଭାବର ଆବେଗ   ।

ଜାତୀୟତାବାଦ ଏପରି ଏକ ମନସ୍ତିତ୍ତ୍ୱିକ ଭାବଧାରା ଯାହା ଉଚ୍ଚ-ନୀଚ , ଧନୀ –ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଦ୍ଵରେ ଦେଶାତ୍ମବୋଧ ବିଭିନ୍ନତା ମଧ୍ୟରେ ଏକତ୍ଵ ପ୍ରତିଷ୍ଠା କରେ   ।

ଜାତୀୟତାବାଦ ର ଉତ୍ସ ବିଭିନ୍ନ ପରିସ୍ଥିତିରେ ଓ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ । ସମାନ ପ୍ରକାରର ପରମ୍ଫରା ସଂସ୍କୃତି ଓ ଐତିହ୍ୟ ହେଉଛି ଜାତୀୟତାବାଦର ପ୍ରଧାନ ଉତ୍ସ   । ଏହା ଲୋକମାନଙ୍କ ମଧ୍ୟରେ ସମତ୍ଵର ମୂଳଦୁଆ ପକାଇଥାଏ   ।

ଦେଶ ପ୍ରତି ନିଃସର୍ତ୍ତ ଆନୁଗତ୍ୟ ,  ଦେଶପ୍ରାଣତା , ଦେଶପାଇଁ ଆତ୍ମୋତ୍ସର୍ଗ ଜାତୀୟତାବାଦର ଲକ୍ଷଣ   । ଜାତୀୟତାବାଦ ବିଭିନ୍ନ ପ୍ରାନ୍ତ, ବିଭିନ୍ନ ଭାଷାଭାଷି ଓ ଭିନ୍ନ ଭିନ୍ନ ଧର୍ମର ଲୋକମାନଙ୍କ ମଧ୍ୟରେ ଏକଟା ତଥା ଆତ୍ମୀୟତାର ସେତୁବନ୍ଧ ଭାବରେ କାର୍ଯ୍ୟ କରେ   । ସେହିପରି ଦେଶର ଅଖଣ୍ଡତା , ଅଗ୍ରଗତି ଓ ସୁରକ୍ଷା ନିର୍ଭର କରେ ଦୃଢ ଜାତୀୟତାବାଦ ଉପରେ   । ଯେଉଁ ଦେଶର ଲୋକମାନଙ୍କ ଦେଶପ୍ରୀତି ଯେତେ ସୁଦୃଢ , ସେ ଦେଶର ବିକାଶ ସେତେ କ୍ଷିପ୍ର  । ଗୋଟିଏ ଉଦାହରଣ ଦେଲେ ଠିକ ହେବ   । ଜାପାନ ଓ ଜର୍ମାନୀ ପରି ଦେଶମାନଙ୍କର ନାଗରିକମାନଙ୍କ ମଧ୍ୟରେ ଥିବା ସୁଦୃଢ ଜାତୀୟତାଭାବ ସେ ଦେଶକୁ ଅଧିକ ଉନ୍ନତ ଓ ବିକଶିତ କରିପାରିଛି   । ଜାପାନର ଅର୍ଥନୈତିକ ପ୍ରଗତିର ଏକମାତ୍ର କାରଣ ସମ୍ପର୍କରେ ଏହା କୁହାଯାଏ “ ପ୍ରତ୍ୟେକ ଜାପାନୀ ପ୍ରତିଜ୍ଞାବଦ୍ଧ ଯେ , ଜାପାନରେ ଯାହା ଉତ୍ପାଦିତ ହୋଇପାରିବ , ସେହିପରି କୌଣସି ବିଦେଶୀ ଉତ୍ପାଦିତ ଦ୍ରବ୍ୟ ଜାପାନ ଭୀତରକୁ ପଶି ପାରିବ ନାହିଁ   ।  “ ଏହି ପ୍ରକାରର ଦୃଢ ଜାତୀୟତା ମନୋଭାବ ଯେକୌଣସି ଜାତି ବା ଦେଶ ପ୍ରଗତି ଓ ବିକାଶର ଶୀର୍ଷସ୍ଥାନରେ ପହଞ୍ଚାଇ ଦେଇପାରିବ   ।

ଜାତୀୟତାବାଦର ସଂଜ୍ଞା ବ ଜାତୀୟତାବାଦ

ଜାତୀୟତାବାଦର ସଂଜ୍ଞା ନିରୂପଣ କରି ଆଲଫ୍ରେଡ ଗ୍ରାଜିଆ ଙ୍କ ପ୍ରଦତ୍ତ ଇଂରାଜୀ ଉକ୍ତିର ଓଡିଶା ଭାଷାନ୍ତର ଏହିପରି –“ ଜାତୀୟତାବାଦ ଏକତ୍ଵର ରାଜନୈତିକ ଏକଟାର ଏବଂ ଦେଶର ସ୍ଵାଧୀନତା ଏକ ଅନୁଭବ , ଯାହା ଜନସମଷ୍ଟିକୁ ଏକ ଜାତି ତଥା ଏକ ରାଷ୍ଟ୍ର ରେ ପରିଣତ କରିଥାଏ  ।

ଜାତୀୟତାବାଦର ଉପାଦାନ

ନିମ୍ନୋକ୍ତ ଉପାଦାନଗୁଡିକକୁ ନେଇ ଜାତୀୟତାବାଦ ବା ରାଷ୍ଟ୍ରୟତାବାଦର ଅଭ୍ୟୁଦୟ  । ସେ ଗୁଡିକ ହେଲା   ।

  1. ଭୌଗୋଳିକ ଅଖଣ୍ଡତା
  2. ଜନ୍ମ ବା ଜାତିଗତ ଐକ୍ୟ
  3. ଭାବଗତ ଏବଂ ସାଂସ୍କୃତିକ ଐକ୍ୟ
  4. ସାହିତ୍ୟ ତଥା ଭାଷାଗତ ଐକ୍ୟ
  5. ଧର୍ମଗତ ଐକ୍ୟ
  6. ଅର୍ଥନୈତିକ ବିକାଶ
  7. ଆନ୍ତର୍ଜାତିକ, କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗୀତା
  8. ଯୁଦ୍ଧର ଭୟ
  9. ଦେଶାତ୍ମକବୋଧ

10. ସ୍ୱାୟତ୍ତ ଶାସଞ୍ଜ ବା ସ୍ଵରାଜ । ,

ଭାରତୀୟ ଜାତୀୟତାବାଦର ବିକାଶ

ପୂର୍ବରୁ କୁହାଯାଇଛି ଯେ , ଏକତ୍ଵ ଭାବ ଜନିତ ମାନସିକ ଅବସ୍ଥାରୁ ଜାତୀୟତାବାଦର ସୃଷ୍ଟି । ସ୍ଵାଧୀନତା ଓ ଦେଶପ୍ରେମ ସହିତ ଜାତୀୟତାଭାବ ଆନ୍ତରିକ ଭାବେ ଜଡିତ   ।

ଭାରତୀୟ ଜାତୀୟତାବାଦର ସଂଜ୍ଞା

ଦୀର୍ଘ ଦୁଇଶହ ବର୍ଷରୁ ଊର୍ଦ୍ଧ୍ଵକାଳ ଭାରତ ଭୂଖଣ୍ଡ ବିଦେଶୀ ଶାସନାଧିନ ରହିବା ଫଳରେ ଅଷ୍ଟାଦଶ, ଊନବିଂଶ ଓ ବିଂଶ ଶତାଦ୍ଦୀରେ ଭାରତୀୟମାନଙ୍କ ମଧ୍ୟରେ ବିଦେଶୀ ଶାସନ ବିରୋଧରେ ଘୃଣା ଓ ବିତୃଷ୍ଣାର ଯେଉଁ ଐକାତ୍ମକ ଚେତନା ଜାଗ୍ରତ ହୋଇଥିଲା ଓ ବିଦେଶୀ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବାର ଯେଉଁ ସମଷ୍ଟିଗତ ଜନଜାଗୃତି ସୃଷ୍ଟି ହୋଇଥିଲା , ତାହାକୁ ମୋଟାମୋଟି ଭାବରେ ଭାରତୀୟ ଜାତୀୟତାବାଦ କୁହାଯାଏ   ।

ଏବେ ଆସିବା , ଭାରତରେ ଜାତୀୟତାବାଦର ବିକାଶ ପ୍ରସଙ୍ଗ  । ବ୍ରିଟିଶ ରାଜତ୍ଵ ସମୟରେ “ ଭାରତ ଯେ ଭାରତୀୟମାନଙ୍କର “ ଏ ଧାରଣା କେବଳ ମାତ୍ର କଳ୍ପନା ଥିଲା  । ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟର ବ୍ରିଟିଶ ଶାସନର ପରିସାମାପ୍ତି ପରେ ଭାର ଏକ ସାର୍ବଭୌମ ରାଷ୍ଟ୍ର ରୂପେ ପରିଗଣିତ ହେଲା   । ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନ   । ସେହି ଦିନଠାରୁ ଆମେ ସମସ୍ତେ ହେଲୁଏକ ସାର୍ବଭୌମ ରାଷ୍ଟ୍ରର ଅଧିବାସୀ ଓ ବିଶ୍ଵରେ ଆମେ ସମସ୍ତେ “ ଭାରତୀୟ “ ଭାବେ ପରିଚିତ ଓ ଗର୍ବିତ ହେଲୁ   ।

ଭାରତରେ ଜାତୀୟତାବାଦର ବିକାଶର କାରଣ

ଭାରତରେ ଜାତୀୟତାବାଦର ବିକାଶର କୌଣସି ଗୋଟିଏ ନିର୍ଦ୍ଧିଷ୍ଟ କାରଣ ନାହିଁ   । ଇଂରେଜ ଶାସନର କୁପ୍ରଭାବ ତଥା ଅନ୍ୟ କେତେକ ପରିପାର୍ଶ୍ଵକ ଅବସ୍ଥା ଯୋଗୁଁ ପରାଧିନ ଭାରତରେ ଏକ ନୂତନ ଜାତୀୟତାବାଦର ବିକାଶ  ସହଜସାଧ୍ୟ ପାରିଲା   ।

ଯେଉଁକାରଣ ଯୋଗୁଁ ଭାରତୀୟ ଜାତୀୟତାବାଦର ବିକାଶ ସମ୍ଭବ ପାରିଲା , ତାହା ନିମ୍ନରେ ଆଲୋଚିତ ହୋଇଅଛି   ।

(କ) ଭାରତର ଭୌଗୋଳିକ ଅଖଣ୍ଡତା

ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ବ୍ୟାପ୍ତ ବିଶାଳ ଭୂଖଣ୍ଡ “ ଭାରତବର୍ଷ “ ଉପରେ ପ୍ରତିଷ୍ଠିତ ଇଂରେଜ ଶାସନ ବିରୋଧରେ ସମଗ୍ର ଭାରତବାସୀଙ୍କର ସ୍ଵାଧୀନତା ସଂଗ୍ରାମ ଥିଲା ସେମାନଙ୍କର ରାଜନୈତିକ ଚେତନାର ଅଭ୍ୟୁଦୟର ପ୍ରତୀକ   । ଜାତି , ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ବ୍ରିଟିଶ ଶାସନାଧିନ ସମସ୍ତ ଭାରତୀୟତ ନିଜର ମାତୃଭୂମିର ଅଖଣ୍ଡତା ଓ ସ୍ଵାଧୀନତା ପାଇଁ ମୁକ୍ତି ଆନ୍ଦୋଳନରେ ବ୍ରତୀ ହେଲେ   ।

(ଖ) ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଓ ପ୍ରଶାସନିକ ଏକତା

ଇଂରେଜ ଶାସନର ଆରମ୍ଭରେ ଭାରତରେ ରାଜନୈତିକ ଏକତାର ଅଭାବ ଥିଲା   । ମରହଟ୍ଟା , ଶିଖ , ଜାଠ, ମୁସଲମାନମାନେ ପରସ୍ପରବିରୋଧୀ ଥିଲେ   ।  ଫଳରେ, ସେମାନଙ୍କର କଳହର ସୁଯୋଗ ନେଇ ଇଂରେଜମାନେ ସମଗ୍ର ଭାରତକୁ ନିଜର ଶାସନାଧିନ କରିପାରିଥିଲେ   । ବ୍ରିଟିଶ ଶାସନ ସମୟ ରେ ସମଗ୍ର ଦେଶ ପାଇଁ ଏକ ପ୍ରକାର ଶାସନ ପଦ୍ଧତି ଅନୁସରଣ କରାଗଲା ଓ ଦେଶର ସବୁ ଅଞ୍ଚଳରେ ଗୋଟିଏ ପ୍ରକାରର ଆଇନ ପ୍ରଚଳନ ହେଲା  । ସମସ୍ତ ଭାରତୀୟଙ୍କ ପାଇଁ ସମାନ ପ୍ରକାରର ପ୍ରଶାସନିକ ବ୍ୟବସ୍ଥା , ନ୍ୟାୟାଳୟ ବ୍ୟବସ୍ଥା , ମୁଦ୍ରା ପ୍ରଚଳନ ବ୍ୟବସ୍ଥାର ପ୍ରଚଳନ ଜନସାଧାରଣଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲେ   ।

(ଗ) ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା

ଶାସନକାର୍ଯ୍ୟ ଚଳାଚଳ ପାଇଁ ଇଂରେଜ ସରକାର ଭାରତରେ ରେଳପଥ ଓ ରାସ୍ତାଘାଟ ନିର୍ମାଣ କରିବା ସହିତ ଡାକ ଓ ଟେଲିଗ୍ରାଫ ବ୍ୟବସ୍ଥା ଆରମ୍ଭ କରାଇଥିଲେ   । ଏହା ଫଳରେ ଭାରତୀୟମାନଙ୍କର ସାମାଜିକ , ଶିକ୍ଷାଗତ , ବୌଦ୍ଧିକ , ଓ ରାଜନୈତିକ ଜୀବନରେ ଆଶାତୀତ ପରିବର୍ତ୍ତନ ଆସିଲା   । ଯାତାୟାତ ଓ ଯୋଗାଯୋଗ ସୁବିଧା ଯୋଗୁଁ ଜନସମ୍ପର୍କ ବୃଦ୍ଧିପାଇଲା ଓ ରାଜନୈତିକ ସଚେତନାତା ଅଧିକ ଉନ୍ନତ ହେଲା   , ଯାହାକି ସ୍ଵାଧୀନତା ଆନ୍ଦୋଳନ ପାଇଁ ସହାୟକ ହେଲା   ।

(ଘ) ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ

ରାଜା ରାମୋହନ ରାୟଊନବିଂଶ ଶତାଦ୍ଦୀରେ ଭାରତରେ ଇଂରାଜୀ ଭାଷା ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ଭାରତୀୟ ଜାତୀୟତା ଚିନ୍ତାଧାରାର ବିକାଶ ପାଇଁ ବିଶେଷ ସହାୟକ ହୋଇଥିଲା ଏବଂ ଭାରତୀୟମାନଙ୍କର ରାଜନୈତିକ ଚିନ୍ତାଧାରାକୁ ଏକ ନୂତନ ଦିଗଦର୍ଶନ ହୋଇଥିଲା   । ୧୮୩୫ ମସିହାରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ କରାଇଥିଲେ   ।  ତଦାନନ୍ତନ ଗଭର୍ଣ୍ଣର ଜେନେରାଲ ବା ବଡଲାଟ ଉଇଲିୟମ ବେଣ୍ଟିଙ୍କ ଓ ତାଙ୍କୁ ଏ ଦିଗରେ ସହଯୋଗର ହାତ ବଢାଇଥିଲେ ଲର୍ଡ ମ୍ୟାକେଲ ଓ ରାଜା ରାମମୋହନ ରାୟ   ।  ଫଳରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଭାରତରେ ହୋଇପାରିଥିଲା  । ସରକାରୀ ଚାକିରି ପାଇବା ପାଇଁ ଭାରତୀୟମାନେ ଇଂରାଜୀ ଭାଷାରେ ଲିଖିତ ପୁସ୍ତକମାନ ପଢିଲେ   । ଇଂରାଜୀ ବିଦ୍ୟାଳୟମାନ ସ୍ଥାପାନ ହେବା ସଙ୍ଗେ ସଙ୍ଗେ କଲିକତା ଓ ମାନ୍ଦ୍ରାଜଠାରେ ନୂତନ ବିଶ୍ଵବିଦ୍ୟାଳୟମାନ ସ୍ଥାପନ କରାଗଲା   । ଫଳରେ ଉଚ୍ଚ ଶିକ୍ଷାର ପ୍ରସାର ଘଟିଲା   ।

ପାଶ୍ଚାତରାଜନୀତି ବିଜ୍ଞାନୀ ଜନ ଷ୍ଟୁଆର୍ଟ ମିଲ ,  ହରବର୍ଟ ସ୍ପେନସର ଓ ଏଡିମଣ୍ଡ ବର୍କଙ୍କ ଲିଖିତ ପୁସ୍ତକମାନ ପାଠକରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ବିଶେଷଭାବେ ଉଦବୁଦ୍ଧ ହେଲେ   ।

ମାଜିନୀ ,  ଗାଡ଼ିବାଲିଡି , ରିଷୋ ଓ ମଣ୍ଟେସ୍କ୍ୟୁଙ୍କ ପରି ସ୍ଵାଧୀନଚେତା ଲେଖକମାନଙ୍କର  ବୈପ୍ଲବିକ ଚିନ୍ତାଧାରା ଭାରତୀୟମାନଙ୍କୁ ଦେଶର ସ୍ଵାଧୀନତା ପ୍ରାପ୍ତି ଲାଗି ପ୍ରୋତ୍ସା ଯୋଗାଇଲା   ।

ସେହିପରି ଆମେରିକାର ସ୍ଵାଧୀନତା ସଂଗ୍ରାମ , ଫରାସୀ ବିପ୍ଲବ ଓ ଇଟାଲୀ ଏବଂ ଜର୍ମାନୀର ଏକତ୍ରୀକରଣ ଆଦି ଘଟନାବଲୀ ଭାରତରେ ମୁକ୍ତି ସଂଗ୍ରାମକୁ ଅଧିକ ଜୋରଡାର କରିବା ପାଇଁ ଭାରତୀୟ ଶିକ୍ଷିତ ଯୁବ ଶକ୍ତିଙ୍କୁ ମାନସିକ ଇଚ୍ଛାଶକ୍ତି ଯୋଗାଇଲେ ଓ ଜାତୀୟ ଜାଗରଣ ସୃଷ୍ଟି ହେବା ପାଇଁ ସାହାୟକ ହେଲା   ।

(ଙ) ଇଂରେଜ ଶାସକଙ୍କ ଦ୍ଵାରା ଅର୍ଥନୈତିକ ଶୋଷଣ

ଇଂରାଜ ଶାସକମାନଙ୍କର ପୁଞ୍ଜିବାଦୀ ତଥା ସାମ୍ରାଜ୍ୟବାଦି ଅର୍ଥନୀତି ଭାରତରେ ପ୍ରଚଳିତ ହେବ ଫଳରେ ଭାରତୀୟ ପରମ୍ଫରା ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଗଲା   । ଇଂରେଜମାନଙ୍କର ଭାରତକୁ ବେପାର ବାଣିଜ୍ୟ ପାଇଁ ଆସିବାର ମୂଳ ଲକ୍ଷ୍ୟ ଥିଲା ଅଧିକ ଆର୍ଥିକ ଲାଭ ପାଇବା   । ସେମାନେ ଭାରତକୁ ଶସ୍ତା ମୂଲ୍ୟରେ କଞ୍ଚାମାଳ କିଣି , ସେ ସବୁକୁ ନିଜ ଦେଶକୁ ନେଇ , ସେଠାରେ ଉତ୍ପାଦିତ ଦ୍ରବ୍ୟକୁ ଭାରତକୁ ଆଣି ଏଠାରେ ଅଧିକ ଦାମରେ ବିକ୍ରିକଲେ   । ଫଳରେ ଭାରତୀୟ ଜଳ କାରଖାନାରେ ଉତ୍ପାଦିତ ବନ୍ଦ ରହିଲା   । କୁଟୀର ଶିଳ୍ପ ଗୁଡିକ କ୍ଷତି ସହିଲେ ଏବଂ ଭାରତୀୟ  ଶିଳ୍ପ ଓ ବାଣିଜ୍ୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଲା    । ଭାରତରୁ ବହୁ ପରିମାଣ ର କଞ୍ଚାମାନ ଇଂଲାଣ୍ଡକୁ ଚାଲିଯାଉଥିବା ଦେଖି “ ଦାଦାଭାଇ ନରୋଜୀ “ ଏହାକୁ ଆଖ୍ୟାଦେଲେ “ ବିତ୍ତର ବହିଃ ପ୍ରବାହ ତତ୍ଵ ‘ ପୁନଶ୍ଚ ଖଜଣା ହାର ବୃଦ୍ଧି ପାଇବା ଯୋଗୁଁ ଗରିବ ଚାଷୀ କ୍ଷତିଗ୍ରସ୍ତ ହେଲେ ଓ ଦାରିଦ୍ର୍ୟ ବୃଦ୍ଧି ପାଇଲା   ।

ଦାଦାଭାଇ ନରୋଜୀ ,  ରାଣାଡେ,  ଗୋଖଲେ ପ୍ରଭୁତି ଚିନ୍ତାନାୟକମାନେ ଇଂରେଜ ଶାସକମାନଙ୍କ ଦ୍ଵାରା ଭାରତୀୟମାନଙ୍କର ଅର୍ଥନୈତିକ ଶୋଷଣର କୁପ୍ରଭାବ ବିରୋଧରେ ପ୍ରତିବାଦ କଲେ   । ଜନସାଧାରଣଙ୍କର ଅସନ୍ତୋଷ ଓ କ୍ଷୋଭ ଭାରତରେ ଜାତୀୟତାବାଦର ବିକାଶର ବିଶେଷ ସହାୟକ ହେଲା   ।

(ଚ) ସାମାଜିକ ଓ ଧର୍ମଗତ ସଂସ୍କାରମୂଳକ ଆନ୍ଦୋଳନ

ଊନବିଂଶ ଶତାଦ୍ଦୀରେ ଭାରତରେ ଆରମ୍ଭ ହୋଇଥିବା ସାମାଜିକ ଓ ଧର୍ମଗତ ସଂସ୍କାରମୂଳକ ଆନ୍ଦୋଳନ ପରୋକ୍ଷରେ ଜାତୀୟ ଚେତନାର ପରିପ୍ରକାଶରେ ସହାୟକ ହୋଇଥିଲା  ।      ରାଜା ରାମମୋହନ ରାୟଙ୍କ “ ବ୍ରହ୍ମ ସମାଜ ‘ ଦୟାନିନ୍ଦ ସରସ୍ଵତୀଙ୍କ “ ଆର୍ଯ୍ୟ ସମାଜ “ ସ୍ଵାମୀ ବିବେକାନନ୍ଦଙ୍କ “ ରାମକୃଷ୍ଣ ମିଶନ “ ଆଦି ବିଭିନ୍ନ ଅନୁଷ୍ଠାନର ନେତୃତ୍ଵରେ ସାମାଜିକ ସଂସ୍କାର ଆନ୍ଦୋଳନ ର ସୂତ୍ରପାତ ଏବଂ ବିଭିନ୍ନ ଧର୍ମୀୟ କୁ-ସଂସ୍କାର ଓ ସାମାଜିକ ଅନ୍ଧବିଶ୍ଵାସ ଲୋପ ପାଇଲା । ସାମାଜିକ କ୍ଷେତ୍ରରେ ଜାତିପ୍ରଥା , ସତୀଦାହ ପ୍ରଥା  ,  ଅସ୍ପୃଶ୍ୟତାର ବିଲୋପ ହେବା ଫଳରେ ଏକ “ ନବଜାଗରଣ “ର ସୂତ୍ରପାଟ ହେଲା   । ପ୍ରକାନ୍ତରେ ଭାରତୀୟରେ ଜାତୀୟ ଚେତନା ପ୍ରସାର ଘଟିଲା   ।

(ଛ) ଜାତୀୟତାବାଦୀ ସାହିତ୍ୟର ସୃଷ୍ଟି

ଉଚ୍ଚ ଶିକ୍ଷିତ ଭାରତୀୟମାନଙ୍କ ଦ୍ଵାରା ରଚିତ ଜାତୀୟ ସାହିତ୍ୟରେ ଇଂରେଜ ଶାସକମାନଙ୍କର ଶୋଷଣ ଓ ଅତ୍ୟାଚାର ବିଷୟ ଆଲୋଚିତ ହେଲା  । ବହୁ ଭାରତୀୟ ଦେଶପ୍ରେମ  ସମ୍ବନ୍ଧରେ କାବ୍ୟ , କବିତା , ଉପନ୍ୟାସ ଓ ପ୍ରତିବନ୍ଧ ପୁସ୍ତକମାନ ରଚନା     କରିଥିଲେ  । ବଙ୍କିମ ଚନ୍ଦ୍ର ନିଜର ଉପନ୍ୟାସ “ ଆନନ୍ଦମଠ “ ରେ ଭାରତର ଜାତୀୟତା ଉପରେ ବିଶେଷ ଗୁରୁତ୍ଵ ହେଇଥିଲା   । ତାଙ୍କ ରଚିତ “ ବନ୍ଦେ ମାତରମ “ ସଙ୍ଗୀତ ଦ୍ଵାରା ଭାରତୀୟମାନଙ୍କର ଦେଶପ୍ରେମ ଜାଗ୍ରତ ହେଲା   । ଅନ୍ୟ ଯେଉଁ ଲେଖକବୃନ୍ଦ ସେମାନଙ୍କ ଲେଖାରେ ‘ ଦେଶଭକ୍ତି ଓ  ଦେଶପ୍ରେମକୁ “ ପ୍ରୋତ୍ସାହିତ କଲେ ସେମାନେ ହେଲେ ରବୀନ୍ଦ୍ରନାଥ ଠାକୁର , ସୁବ୍ରମଣ୍ୟମ  ଭାରତୀ ଓ ବିଷ୍ଣୁଶାସ୍ତ୍ରୀ   । ସେହିପରି ଇଂରାଜୀ ସାହିତ୍ୟର ବିଶେଷ ପ୍ରଭାବ ପଡିଲା   ।  ଫଳରେ ଆଞ୍ଚଳିକ ସାହିତ୍ୟର ମଧ୍ୟ ବିକାଶ ଘଟିଲା   ।

(ଜ) ଚେତନାଶୀଳ ମଧ୍ୟବିତ୍ତ ବୁଦ୍ଧିଜୀବୀଙ୍କର ଉତଥାନ

ବ୍ରିଟିଶ ଶାସନ ସମୟରୁ ମଧ୍ୟବିତ୍ତ ଶ୍ରେଣୀର ସୃଷ୍ଟି ହେଲା   । ପାଶ୍ଚାତ୍ୟ ଶିକ୍ଷା ଲାଭ କରିଥିବା ଏହି ଗୋଷ୍ଠୀ ଜାତୀୟତାବାଦ ଅଭିବୃଦ୍ଧିର ନେତୃତ୍ଵ ନେଇଥିଲା   । ଏହି ନବ-ସାମାଜିକ ଶ୍ରେଣୀ ଦେଶପ୍ରେମ ସୃଷ୍ଟି କରିବାରେ ମୁଖ୍ୟ ସହାୟକର ଭୂମିକା ଗ୍ରହଣ କରିଥିଲେ   ।

୧୮୭୭ ସୁଦ୍ଧା ଇଂରାଜୀ ଓ ଦେଶୀୟ ଭାଷାରେ ୬୨ଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲେ   ।

(ଝ) ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପୁନଃଜାଗରଣ

ଦୀର୍ଘକାଳବ୍ୟାପି ଇଂରେଜ ଶାସନାଧିନ ରହିବା ଫଳରେ ଭାରତୀୟମାନେ ଭାରତର ପୂର୍ବ ଐତିହ୍ୟ ପ୍ରତି ସଚେତନ ନଥିଲେ   । ସେମାନେ ଧୀରେ ଧୀରେ ହୀନମାନ୍ୟତାର ଶିକାର ହୋଇଗଲେ   । ଏହି ସମୟରେ କେତେକ ପାଶ୍ଚାତ୍ୟ ଐତିହାସିକ ଭାରତର ଗୌରବ ସଂସ୍କୃତି , ଐତିହ୍ୟ ଓ ପରମ୍ଫରାର ପୁନଃ ଜାଗରଣ ପାଇଁ ଉଦ୍ୟମ ଆରମ୍ଭ କଲେ   । ସେମାନ ଙ୍କ ମଧ୍ୟରେ ଥିଲେ ସାର ଉଇଲିୟମ ଜୋନସ ,  ମ୍ୟାକ୍ସମୁଲର ଆଦି ପାଶ୍ଚାତ୍ୟ ଦେଶର ପଣ୍ଡିତ ଓ ଗବେଷକବୃନ୍ଦ   । ସେମାନେ ସ୍ଵରଚିତ ପୁସ୍ତକରେ ଭାରତୀୟ ସଂସ୍କୃତି ସମ୍ପର୍କିତ ବହୁ ଉପାଦେଯ ତଥ୍ୟ ଆଲୋଚନା କଲେ   ,  ଏହି ଦିଗରେ ଭାରତୀୟ ଐତିହାସିକ ରାଜେନ୍ଦ୍ରଲାଲ ମିତ୍ର ଓ ଭଣ୍ଡାରକରଙ୍କର ନାମ ଉଲ୍ଲେଖ ଯୋଗ୍ୟ   । ୧୭୮୪ ମସିହାଠାରେ ଉଇଲିୟମ ଜୋନ୍ସ ପ୍ରତିଷ୍ଠା କଲେ ‘ ରୟାଲ ଏସିଆଟିଭ ସୋସଇଟି ଅଫ ବେଙ୍ଗଲ “ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଉରୋପୀୟ ପଣ୍ଡିତମାନଙ୍କ ଦ୍ଵାରା ଭାରତର ଗୌରବମୟ ଐତିହ୍ୟର ପୁନରୁଦ୍ଧାର କାର୍ଯ୍ୟ ଭାରତର ଜାତୀୟ ସ୍ତରରେ ଏକ ନବଜାଗରଣ ସୃଷ୍ଟି କଲା   ।

(ଟ) ଭାରତୀୟ ସମ୍ବାଦିକତା ଅଗ୍ରଗତି

ଇଂରେଜ ଶାସକମାନଙ୍କ ସମସ୍ତ କଟକଣା ସତ୍ତ୍ୱେ ଭାରତୀୟ ସମ୍ବାଦିକାତା ବିଶେଷ ଅଗ୍ରଗତି ହୋଇଥିଲା   ।  ୧୮୭୭ ମସିହା ସୁଦ୍ଧା ଇଂରାଜୀ ଓ ଦେଶୀୟ ଭାଷାରେ ୬୨ ଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା   । ସେମାନଙ୍କ ମଧ୍ୟରେ ଆଗଧାଡିର ସମ୍ବାଦପତ୍ର ଥିଲେ ‘ସମାଜ କୌମୁଦୀ , ଟାଇମସ ଅଫ ଇଣ୍ଡିଆ , ଅମୃତ ବଜାର ପତ୍ରିକା ଓ ଷ୍ଟେଟସମ୍ୟାନ  । ସମ୍ବାଦପତ୍ର ଓ ପତ୍ରିକା ମାଧ୍ୟମରେ ଭାରତୀୟମାନେ ନିଜର ଆପତ୍ତି ଓ ଅଭିଯୋଗ ଜଣାଇ ପାରୁଥିଲେ  ଓ ସମ୍ବାଦପତ୍ରଗୁଡିକରେ ଜନମତ ପ୍ରତିଫଳିତ ହେଉଥିଲା   । ବାସ୍ତବିକ ସମ୍ବାଦପତ୍ର ଗୁଡିକ ଥିଲେ ଭାରତୀୟ ଜାତୀୟତାବାଦର ପ୍ରତିଫଳନ ସଦୃଶ   ।

(ଠ) ଇଂରେଜମାନଙ୍କର ଜାତିଗତ ଅହଂକାର ଓ ବର୍ଣ୍ଣବୈଷମ୍ୟ ନୀତି

ଇଂରାଜମାନଙ୍କର ଜାତିଗତ ଅହଂକାର ଓ ବର୍ଣ୍ଣ ବୈଷମ୍ୟ ନୀତି ତଥା ଭାରତୀୟମାନଙ୍କ ପ୍ରତି ସେମାନଙ୍କର ଦୁର୍ବ୍ୟବହାର ଭାରତୀୟମାନଙ୍କ ଜାତୀୟତା ବିକାଶର ଅନ୍ୟ ଏକ କାରଣ ଥିଲା   । ଶିକ୍ଷିତ ଭାରତୀୟମାନଙ୍କୁ ଉଚ୍ଚ ସରକାରୀ ପଦବୀରେ ରଖାଯାଉନଥିଲା । ଭାରତୀୟମାନଙ୍କୁ ଆଇ.ସି.ଏସ ପରୀକ୍ଷା ଦେବାରୁ ବିଭିନ୍ନ ଆଳରେ ବଞ୍ଚିତ କରାଯାଉଥିଲେ । ପରୀକ୍ଷା ପାଇଁ ବୟସ ସୀମା ୨୧ ରୁ ୧୯ ବର୍ଷକୁ ଉଦ୍ଦେଶ୍ୟମୂଳକ ଭାବେ ହ୍ରାସ କରାଗଲା   । ଭାରତୀୟମାନଙ୍କୁ ଘୃଣା କରାଯାଉଥିଲେ ଓ ସେମାନଙ୍କୁ “ ଅତି କଦର୍ଯ୍ୟ ଓ ବର୍ବର “ ବୋଲି ବିବେଚିତ କରଯାଉଥିଲା   । ଇଂରେଜମାନେ ଭାରତୀୟମାନଙ୍କୁ କୁଲି ବୋଲି ଅପମାନିତ କରି ଶାରୀରିକ ନିର୍ଯ୍ୟାତନା ଦେଉଥିଲେ   । ଇଂରେଜମାନଙ୍କର “ ବର୍ଣ୍ଣ ବୈଷମ୍ୟ ନୀତି ଭାରତୀୟମାନଙ୍କ ମନରେ ଜାତୀୟ ଚେତନାର ଅଭିବୃଦ୍ଧି ରେ ସହାୟକ ହୋଇଥିଲେ  । ବଡଲାଟ ଲର୍ଡ କର୍ଜନଙ୍କ ପଦକ୍ଷେପମୂଳକ ତଥା ଆସୌଜନ୍ୟ ଦିନକୁ ଦିନ ବୃଦ୍ଧି ପାଇଅଳା , କହିବାକୁ ଗଲେ ଲର୍ଡ ଲିଟନ ଓ ଲର୍ଡ କର୍ଜନଙ୍କ କୁଶାସନ ଜାତୀୟ ଜାଗରଣ ବିକାଶଧାରା ପରୋକ୍ଷରେ ସାହାଯ୍ୟ କଳା   ।

ପ୍ରୋକ୍ତ କାରଣରୁ ଭାରତୀୟ ଜାତୀୟତାବାଦର ବିକାଶ ଦିଗରେ ବହୁଳଭାବରେ ସହାୟକ ହୋଇଥିଲା    । ଇଂରେଜ ଶାସନ ପ୍ରତି ଭାରତୀୟମାନେ ଧୀରେ ଧୀରେ ବିତସ୍ପୁହ ହେବା ସହିତ ଇଂରେଜ ଶାସନର ବିଲୋପ ପାଇଁ ପ୍ରତିଜ୍ଞାବଦ୍ଧ ହେଲେ  । ସେମାନେ ଉପଲ୍ଲବ୍ଧି କଲେ ଯେ ଇଂରେଜମାନଙ୍କ ଠାରୁ ନ୍ୟାୟ ଆସା କରିବା ବୃଥା   । ତେଣୁ ନ୍ୟାୟକୁ ବିରୋଧ କରିବା ପାଇଁ ଭାରତୀୟମାନେ ଆଗଭର ହେଲେ ଓ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ  । ଭାରତୀୟ ଜାତୀୟ ଚେତନା ବିକାଶ ଘଟିଲା   ।  ଏ ସବୁର ଫଳ ସ୍ୱରୂପ ଜନ୍ମ ନେଲା ‘ ଭାରତୀୟ ଜାତୀୟ କଂଗ୍ରେସ  , ୧୮୮୫ ମସିହାରେ ଓ ଏହାର ଜନ୍ମଦାତା ଥିଲେ ଆଲାନ ଅକ୍ଟୋଭିଆନ ହ୍ୟୁମ   । ହ୍ୟୁମଙ୍କର ଉଦ୍ଦେଶ୍ୟଥିଲା ଯେ ଅସନ୍ତୁଷ୍ଟ ଭାରତୀୟମାନଙ୍କୁ କୌଣସି ଏକ ବଡ ଧରଣର ବିଦ୍ରୋହ ଆରମ୍ଭ କରିବାକୁ ନିବୃତ୍ତ ରଖିବା ପାଇଁ ସେମାନଙ୍କ ପାଇଁ ଏକ ସଂଘ ଗଠନ କରିବାର ଆବଶ୍ୟକତା ରହିଛି ଓ ସେହି ସଂଘ ଜରିଆରେ ଭାରତୀୟମାନଙ୍କର ସମସ୍ତ ସମସ୍ୟା ଏବଂ ଅଭିଯୋଗଗୁଡିକ ସରକାରଙ୍କ ପାଖରେ ଉପସ୍ଥାପନ କରିହେବ   ।  ବ୍ରିଟିଶ ସରକାର ହ୍ୟୁମଙ୍କର ଯୁକ୍ତିକୁ ଗ୍ରହଣ କରିନେଲେ   ।

ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ ବସିଲା ବମ୍ବେ ସହରରେ ୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖ ଦିନ   । ଏଥିରେ ସର୍ବମୋଟ ୭୨ ଜନ ପ୍ରତିନିଧି ଯୋଗଦାନ କରିଥିଲେ   ।  ଏହି ଉଦଘାତନୀ ଅଧିବେଶନରେ ସଭାପତିତ୍ଵ କରିଥିଲେ କଲିକତାର ବିଶିଷ୍ଟ ଆଇନଜୀବୀ ଉମେଶ ଚନ୍ଦ୍ର ବାନାର୍ଜୀ   । ଜାତୀୟଚେତନାର ଅବିବୃଦ୍ଧି , ଦେଶାତ୍ମକବୋଧ ଭାବର ପ୍ରସାର ଓ ଜାତୀୟ ଏକତାର ବିକାଶ ଏହି ସଂଗଠନର ମୂଳ ଲକ୍ଷ୍ୟ ଥିଲା   । ୧୮୮୫ ମସିହା ପରଠାରୁ ଭାରତୀୟ କଂଗ୍ରେସ ଭାରତୀୟ ଜାତୀୟତା ଭାବଧାରାକୁ ଅଧିକ ବ୍ୟାପକ ଓ ସୁଦୃଢ କରିଥିଲେ ଏବଂ ସ୍ଵାଧୀନତା ସଂଗ୍ରାମକୁ ଅଧିକ ଜୋରଦାର କରିଥିଲେ   । ଫଳରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରାଧିନ ଭାରତ ସ୍ଵାଧୀନ ଲାଭ କଳା ଏବଂ ଏକ ସ୍ଵାଧୀନ ରାଷ୍ଟ୍ରରେ ପରିଗଣିତ ହେଲା  ।  ଏହା ସମ୍ଭବ ହୋଇ ପାରିଲା କେବଳ ଏକ ଶକ୍ତିଶାଳି ଜନ ଆନ୍ଦୋଳନ ଯୋଗୁଁ   , ଯାହାର ନେତୃତ୍ଵ ନେଇଥିଲେ ବହୁ ଉଚ୍ଚ ଶିକ୍ଷିତ ଭାରତୀୟ ଜନନେତା ଓ ରାଜନୀତିଜ୍ଞ   । ସେମାନଙ୍କ ମଧ୍ୟରେ ଚିରସ୍ମରନୀୟ ଥିଲେ ଲାଲା ଲାଜପତ ରାୟ, ବାଲ ଗଙ୍ଗାଧର ତିଳକ ,  ଗୋପାଳକୃଷ୍ଣ ଗୋଖଲେ , ମହାତ୍ମାଗାନ୍ଧୀ , ଶ୍ରୀ ଅରବିନ୍ଦ , ସର୍ଦ୍ଦାର ବଲ୍ଲବଭାଇ ପଟେଲ   , ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମୌଲାନ ଆବୁଲ କଲାମ ଆଜାଦ ଏବଂ ଅନ୍ୟମାନେ   ।

ଭାରତର ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ଜାତୀୟତାବାଦର ପ୍ରସାର ପାଇଁ ଉପରୋକ୍ତ ଜନନେତାମାନଙ୍କର ଦେଶ ପାଇଁ ତ୍ୟାଗ ଓ ଦେଶପ୍ରେମ ଭାବ ସର୍ବଦା ଉତ୍ତର ପିଢିଙ୍କ ପାଇଁ ଉଦ୍ଦୀପନାର ଉତ୍ସ ହୋଇ ରହିବ  ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate