অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପେନ୍ସନ ଯୋଜନା

ମଧୁବାବୁ ପେନ୍ସନ ଯୋଜନା

  1. ଯୋଜନାର ଉଦ୍ଦେଶ୍ୟ
  2. ମଧୁବାବୁ ପେନ୍ସନ୍ ଯୋଜନା,ଓଡିଶା ସରକାରଙ୍କର ଏକ ନୂଆ ଯୋଜନା । ଏହି  ୨୦୦୮ ମସିହା ଜାନୁଆରୀ ମାସ ପହିଲା ତାରିଖରୁ ଆରମ୍ଭ କରାଯାଇଛି । ପୂର୍ବରୁ ପ୍ରଚଳିତ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ପେନ୍ସନ୍ ଯୋଜନାର  ମିଶ୍ରଣରେ ଏହି ନୂତନ ଯୋଜନା ପ୍ରଣୟନ  କରାଯାଇଛି ।

    ତେଣୁ ପୂର୍ବରୁ ଯେଉଁମାନେ ବାର୍ଦ୍ଧକ୍ୟଭତ୍ତା ଯୋଜନା ଓ ଭିନ୍ନକ୍ଷମ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ ସେମାନେ ସମସ୍ତେ ଏବେ ମଧୁବାବୁ ପେନ୍ସନ୍ ଯୋଜନାରେ ହିଆତାଧିକାରୀ ରୂପେ ବିବେଚିତ ହେବେ ।

  3. ହିତାଧିକାରୀଙ୍କ ଯୋଗ୍ୟତା
    • ବୟସ ୬୦ ବର୍ଷ କିମ୍ବା ଅଧିକ ହୋଇଥିବ ।
    • ବୟସ ନିର୍ବିଶେଷରେ ଜଣେ ବିଧବା ହୋଇଥିବେ ।
    • ବୟସ ନିର୍ବିଶେଷରେ ଜଣେ ଭିନ୍ନକ୍ଷମ କୁଷ୍ଠରୋଗୀ ହୋଇଥିବେ ।
    • ବୟସ ପାଞ୍ଚବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବ,ଅଥଚ ଅନ୍ଧତ୍ଵ ଯୋଗୁଁ /ଶାରୀରିକ ଭିନ୍ନକ୍ଷମ ଯୋଗୁଁ /ମାନସିକ ଅନଗ୍ରସରତା ହେତୁ ଜଣେ ସାଧାରଣ ମଣିଷ ଭଳି ନିଜର ନିତ୍ୟନିୟମିତ କାର୍ଯ୍ୟ କରିବାକୁ ଅକ୍ଷମ ହେଉଥିବ ।
    • ଜଣେ ଏଚ୍.ଆଇ.ଭି(ଏଡ୍ସ୍) ସଂକ୍ରମିତ,ମୃତବ୍ୟକ୍ତିଙ୍କ ବିଧବା ପତ୍ନୀ (ବୟସ ଯେତେ ହେଉ ବା ଯେତେ ଆୟ କରୁଥାନ୍ତୁ ) ।
  4. ଆବେଦନ ପ୍ରଣାଳୀ
  5. ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ, ବ୍ଲକର ବିଡିଓ ଓ ମ୍ୟୁନିସ୍ ପାଲଟି ବା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଫିସରଙ୍କ ଠାରୁ ବିନା ମୂଲ୍ୟରେ ନିର୍ଦ୍ଧାରିତ ଦରଖାସ୍ତ ଫର୍ମ  ମିଳିପାରିବ । ଦରଖାସ୍ତ ପୂରଣ କରି ବିଡିଓ କିମ୍ବା ପେନ୍ସନ୍ ପ୍ରଦାନ କରୁଥିବା ଅଧିକାରୀଙ୍କ ପାଖରେ ଦେବାକୁ ପଡିବ । ପ୍ରତ୍ୟେକ ଦରଖାସ୍ତକାରିଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ସଂପୃକ୍ତ ଅଧିକାରୀ ରସିଦ୍ ଦେବେ । ଭିନ୍ କ୍ଷମ କିମ୍ବା ଏଡ୍ସ୍ ରୋଗୀଙ୍କ ଠାରୁ ଦରଖାସ୍ତ ଆବଶ୍ୟକ ନାହିଁ ।

  6. ସାହାଯ୍ୟର ପରିମାଣ
  7. ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ମଧୁବାବୁ ପେନ୍ସନ୍ ଜଣେ ହିତାଧିକାରୀ ମାସ ପେନ୍ସନ୍ ପାଇବେ । ତେବେ ସମୟ କ୍ରମେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପେନ୍ ସନ୍ ପରିମାଣ ମଧ୍ୟ ପରିବର୍ତ୍ତନ କର ଯାଇପାରେ । ପେନ୍ ସନ୍ ଧାରୀମାନଙ୍କୁ ପ୍ରତିମାସ ୧୫ ତାରିଖ ଯାହାକି ‘ଜନସେବା ଦିବସ’ ଭାବେ ନିର୍ଦ୍ଧାରିତ ,ସେହି ଦିନ ଗ୍ରାମପଞ୍ଚାୟତ କିମ୍ବା ପୌରପରିଷଦର ନିର୍ବାଚନ ପ୍ରତିନିଧିଙ୍କ ଉପସ୍ଥିତିରେ ପେନ୍ସନ୍ ଅର୍ଥ ବିତରଣ କରାଯିବ  ।

  8. ଚିହ୍ନଟ ପ୍ରକ୍ରିୟା
  9. ବି. ଡି.ଓ. ଦରଖାସ୍ତ ପାଇବାର ୧୫ ଦିନ ମଧ୍ୟରେ ନିଜେ ଯାଞ୍ଚ କରି ଅଗ୍ରାଧିକାରୀ ଭିତ୍ତିରେ ସୁପାରିଶ ସହ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଉପଜିଲ୍ଲାପାଳ ଦରଖାସ୍ତ ପାଇବାର ୧୫ ଦିନ ମଧ୍ୟରେ ସବ୍ ଡିଭିନାଲ୍ ସାମାଜିକ ଶିକ୍ଷା ସଂଗଠନଙ୍କ ମାଧ୍ୟମରେ ଦରଖାସ୍ତ ଗୁଡିକୁ ଯାଞ୍ଚ କରି ପେନ୍ସନ୍ ମଞ୍ଜୁର କରିବେ । ଯେଉଁ କ୍ଷେତ୍ରରେ ଆବେଦନପତ୍ର ନାମଞ୍ଜୁର ହେଲା, ସେ କ୍ଷେତ୍ରରେ କାହିଁକି ତାହା ନାମଞ୍ଜୁର ହେଲା ଉପଜିଲ୍ଲାପାଳ ତା’ର କାରଣ ଦର୍ଶାଇବେ କିମ୍ବା ଆଉ କିଛି ସ୍ପଷ୍ଟୀକରଣ ଆବଶ୍ୟକ ଥିଲେ ତାହା ମାଗି ପାରିବେ ।

ଜାତୀୟ ବାର୍ଦ୍ଧକ୍ୟ ଭର୍ତ୍ତା ଯୋଜନା

  1. ଯୋଜନାର ଉଦ୍ଦେଶ୍ୟ
  2. ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଅସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

  3. ହିତାଧିକାରୀଙ୍କ ଯୋଗ୍ୟତା
  4. ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ଥିବା ମାନଦଣ୍ଡଗୁଡିକୁ ଭାରତ ସରକାରଙ୍କର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ସେଗୁଡିକ ହେଲା :-

    • ଆବେଦକାରୀଙ୍କ ବୟସ (ଉଭୟ ପୁରୁଷ ଏବଂ ମହିଳା )୬୫ ବର୍ଷ କିମ୍ବା ଅଧିକ ହୋଇଥିବ।
    • ଆବେଦନକାରୀ ଜଣେ ଅସହାୟ ହୋଇଥିବେ ଅର୍ଥାତ୍ ତାଙ୍କର କୌଣସି ଆୟ ନଥିବ ଏବଂ ସେ କୌଣସି ପ୍ରକାରର ପାରିବାରିକ ସହାୟତା ପାଉ ନ ଥିବେ।
    • ବି.ପି.ଏଲ କାର୍ଡଧାରୀ ହୋଇଥିବେ ।
  5. ଆବେଦନ ପ୍ରଣାଳୀ
  6. ପଲ୍ଲୀସଭାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀ ନିଜର ନାମ ପ୍ରଦାନ କରିଥାନ୍ତି ।

  7. ଚିହ୍ନଟ ପ୍ରକ୍ରିୟା
  8. ପଞ୍ଚାୟତ ଦ୍ଵାରା ପଲ୍ଲୀସଭା ଓ ଗ୍ରାମସଭା ବୈଠକ ଆୟୋଜନ କରି ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ସମାପନ ହୋଇଥାଏ ।

  9. ସାହାଯ୍ୟର ପରିମାଣ
  10. ମାସିକ ଟଙ୍କା  ଦିଆଯାଏ ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate