ମଧୁବାବୁ ପେନ୍ସନ ଯୋଜନା ଯୋଜନାର ଉଦ୍ଦେଶ୍ୟ ମଧୁବାବୁ ପେନ୍ସନ୍ ଯୋଜନା,ଓଡିଶା ସରକାରଙ୍କର ଏକ ନୂଆ ଯୋଜନା । ଏହି ୨୦୦୮ ମସିହା ଜାନୁଆରୀ ମାସ ପହିଲା ତାରିଖରୁ ଆରମ୍ଭ କରାଯାଇଛି । ପୂର୍ବରୁ ପ୍ରଚଳିତ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ପେନ୍ସନ୍ ଯୋଜନାର ମିଶ୍ରଣରେ ଏହି ନୂତନ ଯୋଜନା ପ୍ରଣୟନ କରାଯାଇଛି । ତେଣୁ ପୂର୍ବରୁ ଯେଉଁମାନେ ବାର୍ଦ୍ଧକ୍ୟଭତ୍ତା ଯୋଜନା ଓ ଭିନ୍ନକ୍ଷମ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ ସେମାନେ ସମସ୍ତେ ଏବେ ମଧୁବାବୁ ପେନ୍ସନ୍ ଯୋଜନାରେ ହିଆତାଧିକାରୀ ରୂପେ ବିବେଚିତ ହେବେ । ହିତାଧିକାରୀଙ୍କ ଯୋଗ୍ୟତା ବୟସ ୬୦ ବର୍ଷ କିମ୍ବା ଅଧିକ ହୋଇଥିବ । ବୟସ ନିର୍ବିଶେଷରେ ଜଣେ ବିଧବା ହୋଇଥିବେ । ବୟସ ନିର୍ବିଶେଷରେ ଜଣେ ଭିନ୍ନକ୍ଷମ କୁଷ୍ଠରୋଗୀ ହୋଇଥିବେ । ବୟସ ପାଞ୍ଚବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବ,ଅଥଚ ଅନ୍ଧତ୍ଵ ଯୋଗୁଁ /ଶାରୀରିକ ଭିନ୍ନକ୍ଷମ ଯୋଗୁଁ /ମାନସିକ ଅନଗ୍ରସରତା ହେତୁ ଜଣେ ସାଧାରଣ ମଣିଷ ଭଳି ନିଜର ନିତ୍ୟନିୟମିତ କାର୍ଯ୍ୟ କରିବାକୁ ଅକ୍ଷମ ହେଉଥିବ । ଜଣେ ଏଚ୍.ଆଇ.ଭି(ଏଡ୍ସ୍) ସଂକ୍ରମିତ,ମୃତବ୍ୟକ୍ତିଙ୍କ ବିଧବା ପତ୍ନୀ (ବୟସ ଯେତେ ହେଉ ବା ଯେତେ ଆୟ କରୁଥାନ୍ତୁ ) । ଆବେଦନ ପ୍ରଣାଳୀ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ, ବ୍ଲକର ବିଡିଓ ଓ ମ୍ୟୁନିସ୍ ପାଲଟି ବା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଫିସରଙ୍କ ଠାରୁ ବିନା ମୂଲ୍ୟରେ ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ମିଳିପାରିବ । ଦରଖାସ୍ତ ପୂରଣ କରି ବିଡିଓ କିମ୍ବା ପେନ୍ସନ୍ ପ୍ରଦାନ କରୁଥିବା ଅଧିକାରୀଙ୍କ ପାଖରେ ଦେବାକୁ ପଡିବ । ପ୍ରତ୍ୟେକ ଦରଖାସ୍ତକାରିଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ସଂପୃକ୍ତ ଅଧିକାରୀ ରସିଦ୍ ଦେବେ । ଭିନ୍ କ୍ଷମ କିମ୍ବା ଏଡ୍ସ୍ ରୋଗୀଙ୍କ ଠାରୁ ଦରଖାସ୍ତ ଆବଶ୍ୟକ ନାହିଁ । ସାହାଯ୍ୟର ପରିମାଣ ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ମଧୁବାବୁ ପେନ୍ସନ୍ ଜଣେ ହିତାଧିକାରୀ ମାସ ପେନ୍ସନ୍ ପାଇବେ । ତେବେ ସମୟ କ୍ରମେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପେନ୍ ସନ୍ ପରିମାଣ ମଧ୍ୟ ପରିବର୍ତ୍ତନ କର ଯାଇପାରେ । ପେନ୍ ସନ୍ ଧାରୀମାନଙ୍କୁ ପ୍ରତିମାସ ୧୫ ତାରିଖ ଯାହାକି ‘ଜନସେବା ଦିବସ’ ଭାବେ ନିର୍ଦ୍ଧାରିତ ,ସେହି ଦିନ ଗ୍ରାମପଞ୍ଚାୟତ କିମ୍ବା ପୌରପରିଷଦର ନିର୍ବାଚନ ପ୍ରତିନିଧିଙ୍କ ଉପସ୍ଥିତିରେ ପେନ୍ସନ୍ ଅର୍ଥ ବିତରଣ କରାଯିବ । ଚିହ୍ନଟ ପ୍ରକ୍ରିୟା ବି. ଡି.ଓ. ଦରଖାସ୍ତ ପାଇବାର ୧୫ ଦିନ ମଧ୍ୟରେ ନିଜେ ଯାଞ୍ଚ କରି ଅଗ୍ରାଧିକାରୀ ଭିତ୍ତିରେ ସୁପାରିଶ ସହ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଉପଜିଲ୍ଲାପାଳ ଦରଖାସ୍ତ ପାଇବାର ୧୫ ଦିନ ମଧ୍ୟରେ ସବ୍ ଡିଭିନାଲ୍ ସାମାଜିକ ଶିକ୍ଷା ସଂଗଠନଙ୍କ ମାଧ୍ୟମରେ ଦରଖାସ୍ତ ଗୁଡିକୁ ଯାଞ୍ଚ କରି ପେନ୍ସନ୍ ମଞ୍ଜୁର କରିବେ । ଯେଉଁ କ୍ଷେତ୍ରରେ ଆବେଦନପତ୍ର ନାମଞ୍ଜୁର ହେଲା, ସେ କ୍ଷେତ୍ରରେ କାହିଁକି ତାହା ନାମଞ୍ଜୁର ହେଲା ଉପଜିଲ୍ଲାପାଳ ତା’ର କାରଣ ଦର୍ଶାଇବେ କିମ୍ବା ଆଉ କିଛି ସ୍ପଷ୍ଟୀକରଣ ଆବଶ୍ୟକ ଥିଲେ ତାହା ମାଗି ପାରିବେ । ଜାତୀୟ ବାର୍ଦ୍ଧକ୍ୟ ଭର୍ତ୍ତା ଯୋଜନା ଯୋଜନାର ଉଦ୍ଦେଶ୍ୟ ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଅସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ହିତାଧିକାରୀଙ୍କ ଯୋଗ୍ୟତା ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ଥିବା ମାନଦଣ୍ଡଗୁଡିକୁ ଭାରତ ସରକାରଙ୍କର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ସେଗୁଡିକ ହେଲା :- ଆବେଦକାରୀଙ୍କ ବୟସ (ଉଭୟ ପୁରୁଷ ଏବଂ ମହିଳା )୬୫ ବର୍ଷ କିମ୍ବା ଅଧିକ ହୋଇଥିବ। ଆବେଦନକାରୀ ଜଣେ ଅସହାୟ ହୋଇଥିବେ ଅର୍ଥାତ୍ ତାଙ୍କର କୌଣସି ଆୟ ନଥିବ ଏବଂ ସେ କୌଣସି ପ୍ରକାରର ପାରିବାରିକ ସହାୟତା ପାଉ ନ ଥିବେ। ବି.ପି.ଏଲ କାର୍ଡଧାରୀ ହୋଇଥିବେ । ଆବେଦନ ପ୍ରଣାଳୀ ପଲ୍ଲୀସଭାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀ ନିଜର ନାମ ପ୍ରଦାନ କରିଥାନ୍ତି । ଚିହ୍ନଟ ପ୍ରକ୍ରିୟା ପଞ୍ଚାୟତ ଦ୍ଵାରା ପଲ୍ଲୀସଭା ଓ ଗ୍ରାମସଭା ବୈଠକ ଆୟୋଜନ କରି ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ସମାପନ ହୋଇଥାଏ । ସାହାଯ୍ୟର ପରିମାଣ ମାସିକ ଟଙ୍କା ଦିଆଯାଏ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ