ସମ୍ବିଧାନ ୭୩ତମ ସଂଶୋଧନ ଜରିଆରେ ୧୯୯୧ ମସିହାରେ ପରିମଳ ବ୍ୟବସ୍ଥାକୁ ସମ୍ବିଧାନର ୧୧ତମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଇଛି । ସଂପୂର୍ଣ୍ଣ ପରିମଳ ଯୋଜନା ଜରିଆରେ ପରିମଳ ବ୍ୟବସ୍ଥାର କାର୍ଯ୍ୟ କାରିତାରେ ଗ୍ରାମପଞ୍ଚାୟତକୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦିଆଯାଇଛି । ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ସଂପୂର୍ଣ୍ଣ ପରିମଳ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ସେମାନେ ଲୋକଙ୍କୁ ପାଇଖେନା ତିଆରି ଓ ବ୍ୟବହାର ପାଇଁ ପ୍ରବର୍ତ୍ତାଇବେ ଓ ଅଳିଆର ନିରାପଦ ନିଷ୍କାସନ କରି ସ୍ଵଚ୍ଛ ପରିବେଶକୁ ବଜାଇ ରଖିବେ । ନିର୍ଦ୍ଧାରିତ ଅନୁଷ୍ଠାନ ଗୁଡିକ ନିଜସ୍ୱ ପାଣ୍ଠିରୁ ଅତିରିକ୍ତ ସମ୍ବଳ ଯୋଗାଇ ଦେବେ ।
ସଂପୂର୍ଣ୍ଣ ପରିମଳ ଅଭିଯାନ ଅଧିନରେ ନିର୍ମିତ ଗୋଷ୍ଠୀ ପାଇଖାନା , ପରିବେସ ସୁରକ୍ଷା ବ୍ୟବସ୍ଥା ଓ ଡ୍ରେନ ବ୍ୟବସ୍ଥାର ମାଲିକାନା ପଞ୍ଚାୟତ ହାତରେ ରହିବ । ପଞ୍ଚାୟତ ନିଜେ ମଧ୍ୟ ଉତ୍ପାଦନ କେନ୍ଦ୍ର /ଗ୍ରାମୀଣ ପରିମଳ ବଜାୟ ଖୋଲି ପାରିବ । ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ପରିମଳ ଅଭିଯାନରେ ଗୁରୁତ୍ଵ ଦିଆଯାଇଥାଏ ।
ସୂଚନା ,ଶିକ୍ଷାଓ ଯୋଗାଯୋଗ (ଆଇଆଇସି )ଉପରେ ଜୋର ଦେଇ ଓଡିଶାରେ ୧୯୯୯ ମସିହାରେ ଏପ୍ରିଲ ମସିହାରେ ସଂପୂର୍ଣ୍ଣ ପରିମଳ ଅଭିଯାନକୁ ଆରମ୍ଭ କରଯାଇଥିଲା । ଏ ବିଷୟ ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି କରିବାରେ ଲକ୍ଷ୍ୟ ନେଇ ରାଜମିସ୍ତ୍ରୀ, ପଞ୍ଚାୟତିରାଜ ସଂସ୍ଥାଗୁଡିକ ଏବଂ ସରକାରୀ କର୍ମକର୍ତ୍ତା ମାନଙ୍କ ପାଇଁ ବଡ ଧରଣର ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିବା ଏହି ଅଭିଯାନରେ ମୂଳ ଲକ୍ଷ୍ୟ ରଖାଯାଇଛି ।
ଆଧାର - ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ
Last Modified : 1/26/2020