অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସରକାରୀ ଯୋଜନା

ପଞ୍ଚାୟତ ପୁନର୍ଗଠନ

ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟା ଶେଷ ହୋଇଛି । ଏବେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ କୋହଳ  କରିବାକୁ ଯାଉଛନ୍ତି । ପୂର୍ବରୁ ଚଳି  ଆସୁଥିବା ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ର ସଂଶୋଧନ ହେବ । ସରପଞ୍ଚଙ୍କ ପାଇଁ ଥିବା କ୍ରମାଗତ  ଦୁଇଟି ନିର୍ବାଚନ ଅବଧି ସଂରକ୍ଷଣ ବ୍ୟବସ୍ଥାକୁ ହ୍ରାସ କରାଯିବ ।  ପ୍ରଚଳିତ ପଦ୍ଧତିକୁ ସଂଶୋଧନ ଆଣି ସରକାର ଗୋଟିଏ ଅବଧିରେ ପଞ୍ଚାୟତ ସଂରକ୍ଷଣକୁ ସୀମିତ ରଖିବା ନିଷ୍ପତ୍ତି ନେଇଛନ୍ତି । ଏଣିକି ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ସଂରକ୍ଷଣରେ ପରିବର୍ତ୍ତନ ହେବ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏଣିକି ସରପଞ୍ଚମାନଙ୍କର ସ୍ଥାନ ସଂରକ୍ଷଣ ଗୋଟିଏ ଅବଧି(୫ବର୍ଷ) ପାଇଁ ରହିବ ।

ରାଜ୍ୟ ସରକାର ଏ ନେଇ ଅଧ୍ୟାଦେଶ ଆଣିବେ ।  ସେଥିପାଇଁ ପଞ୍ଚାୟତ ଆଇନର ଧାରା ୧୦ର ଉପଧାରା ୬(ଏ)କୁ ସଂଶୋଧନ କରାଯିବ । ପୂର୍ବରୁ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧କୁ ସରକାର ସଂଶୋଧନ କରି ଜିଲ୍ଲା ପରିଷଦ, ଅଧ୍ୟକ୍ଷ, ପଞ୍ଚାୟତ ସମିତି ସଦସ୍ୟ ଏବଂ ୱାର୍ଡ ମେମ୍ବରଙ୍କପାଇଁ ଥିବା ସ୍ଥାନ ସଂରକ୍ଷଣକୁ ୨ଟି ଅବଧି ପରିବର୍ତ୍ତେ ଗୋଟିଏ ଅଧିବକୁ ହ୍ରାସ କରିଛନ୍ତି ।

ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ରୁଣ

ସରକାର ମଧ୍ୟମ ଓ କ୍ଷୁଦ୍ର ଆୟକାରୀଙ୍କ ମେଧାବୀ ପିଲାମାନଙ୍କ ସକାଶେ ୧ପ୍ରତିଶତ ସୁଧରେ ଶିକ୍ଷାଋଣ ଦେବା ବ୍ୟବସ୍ଥା କରିଛନ୍ତି । ଗରିବ ତଥା ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ପାଇଁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆରମ୍ଭ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ଉଚ୍ଚ ଶିକ୍ଷା ପାଇଁ ଯେ କୌଣସି ଜାତୀୟକରଣ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ଦିଆଯିବ । ତେବେ ବାର୍ଷିକ ୬ ଲକ୍ଷ ଟଙ୍କା ଆୟରୁ ଅଧିକ ହୋଇ ନଥିବା ପରିବାର ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।  ପାଠ ପଢିବା ସମୟରେ କୌଣସି ସୁଧ ଦେବାକୁ ପଡିବ ନାହିଁ । ଚାକିରି କରିବା ପରେ ୧ ପ୍ରତିଶତ ସୁଧ ହାରରେ ଶୁଝିବାକୁ ପଡିବ । ପୂର୍ବରୁ ଓଡ଼ିଶା ରାଜ୍ୟ ସୁଧ ରିହାତି ଯୋଜନାରେ ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୪ପ୍ରତିଶତ ଏବଂ ଛାତ୍ରୀମାନଙ୍କୁ ୬ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଉଥିଲା ।  ଯେଉଁ ମାତାପିତାଙ୍କର ବାର୍ଷିକ ଆୟ ୪ଲକ୍ଷ ୫୦ହଜାର ଟଙ୍କା ଥିଲା ସେମାନେ ଏହି ଋଣ ପାଇବାକୁ  ସକ୍ଷମ ହେଉଥିଲେ । ମେଧାବୀ ଛାତ୍ରୀଛାତ୍ରଙ୍କ ମାତାପିତାଙ୍କ ଚାପକୁ ହ୍ରାସ କରିବା ପାଇଁ ସରକାର କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆରମ୍ଭ କରିଛନ୍ତି ।

ହିତାଧିକାରୀଙ୍କ ପାଇଁ ସୂଚନା

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଭୁଲ୍ ତଥ୍ୟ ଦେଇ ରାଶନ କାର୍ଡ ହାତେଇଥିବା ନକଲି ହିତାଧିକାରୀଙ୍କୁ କାର୍ଡ ଫେରାଇବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ସମୟ ମଧ୍ୟରେ କାର୍ଡ ଫେରାଇଲେ ଖାଦ୍ୟସାମଗ୍ରୀର ବଜାର ଦର ଆଦାୟ କରାଯିବ ନାହିଁ ।

ଯେଉଁମାନେ ପୂର୍ବରୁ କାର୍ଡ ଫେରାଇ ଦେଇଛନ୍ତି ଓ ଖାଦ୍ୟ ସାମଗ୍ରୀ ମୂଲ୍ୟ ଦାଖଲ କରିଛନ୍ତି ସେମାନଙ୍କୁ ପଇଠ ଅର୍ଥ ଫେରାଇ ଦିଆଯିବ । ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ଫୌଜଦାରି ମକଦ୍ଦମାକୁ ମଧ୍ୟ ପ୍ରତ୍ୟାହାର କରିନିଆଯିବ । ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ୩ ବଖରା କୋଠାଘର ଗାଇଡ ଲାଇନକୁ ବାଦ ଦିଆଯିବ । ସେଥିପାଇଁ ଓଡ଼ିଶା ପିଡିଏସ(କଣ୍ଟ୍ରୋଲ)ଅର୍ଡର ୨୦୧୬ରେ ଆବଶ୍ୟକ ସଂଶୋଧନ କରାଯାଇଛି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ରାଜ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବାକୁ  ରାଜ୍ୟପାଳଙ୍କ ଅନୁମତି ନେଇ ସମ୍ବିଧାନର ଧାରା ୨୧୩ର ଉପଧାରା(୧) ଅନୁଯାୟୀ ଏହି ଅଧ୍ୟାଦେଶ ଜାରି କରାଯାଇଛି । ଏହି ଅଧ୍ୟାଦେଶକୁ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧ୍ୟାଦେଶ ୨୦୧୬ ଭାବେ ନାମିତ କରାଯାଇଛି । ୨୦୧୬ ମେ ୨୧ ତାରିଖରେ ଏହି ଅଧ୍ୟାଦେଶ ଓଡ଼ିଶା ଗେଜେଟରେ ପ୍ରକାଶ କରାଯାଇଛି । ଏହି ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate