অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଦ୍ଭୁତପୂର୍ବ ଗତି ଏବଂ ବ୍ୟାପକ ସ୍ତରରେ ଦେଶରେ ପରିବର୍ତ୍ତନ

ଅଦ୍ଭୁତପୂର୍ବ ଗତି ଏବଂ ବ୍ୟାପକ ସ୍ତରରେ ଦେଶରେ ପରିବର୍ତ୍ତନ

  1. ଗରିବମାନଙ୍କର ନିଜସ୍ଵ ଘରର ସ୍ଵପ୍ନକୁ ଦ୍ରୁତ ଗତିରେ ସାକାର କରିବା
  2. ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧୀନରେ ରେକର୍ଡ ଗତିରେ ଗ୍ରାମୀଣ ସଡକର ନିର୍ମାଣ କରାଯାଉଛି
  3. ସ୍ମାର୍ଟ ସିଟି ମିଶନ
  4. ଏକ୍ସପ୍ରେସ ଗତିରେ ରାଜପଥର ବିକାଶ
  5. ଅଦ୍ଭୁତପୂର୍ବ ଗତି, ବ୍ୟାପକତା ଏବଂ ସୁରକ୍ଷା ସହିତ ରେଳ ବିକାଶ
  6. ଉଚ୍ଚ ଉଡାଣ, ବିମାନ ଯାତ୍ରାରେ ପ୍ରଥମ
  7. ବୃହତ ସ୍ତରରେ ଜଳମାର୍ଗରେ ବୃଦ୍ଧି, ଫଳରେ ଅନେକ ପ୍ରକାରର ପରିବହନ ସୁନିଶ୍ଚିତ
  8. ସ୍ଵଚ୍ଛ ଭାରତ ମିଶନ ଦ୍ଵାରା ସ୍ଵଚ୍ଛତା ବିପ୍ଲବ ଆସିଲା
  9. କୋଟି – କୋଟି ଏଲଇଡି ବିତରଣ କରାଗଲା, ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କା ସଞ୍ଚୟ
  10. ଗାଁରେ ଅଦ୍ଭୁତପୂର୍ବ ଭାବେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି
  11. ଝିଅ ମାନଙ୍କର ଆର୍ଥିକ ଭବିଷ୍ୟତ ସୁରକ୍ଷିତ
  12. ଉଜ୍ଵଳା ଯୋଜନା ମାଧ୍ୟମରେ ପ୍ରତ୍ୟକ ଭାରତୀୟ ପରିବାର ପାଇଁ ଧୂଆଁ ମୁକ୍ତ ଜୀବନ ସୁନିଶ୍ଚିତ
  13. ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନରେ ସୁରକ୍ଷିତ ଗର୍ଭାବସ୍ଥାକୁ ଜନ ଆନ୍ଦୋଳନ
  14. ମୁଦ୍ରା ଉଦ୍ୟମୀ ବ୍ୟାପକ ସ୍ତରରେ ରୋଜଗାର ସୃଷ୍ଟି
  15. ଦିବ୍ୟାଙ୍ଗମାନଙ୍କ ପାଇଁ ଶିବିରଗୁଡିକ ସଂଖ୍ୟାରେ ଅତ୍ୟଧିକ ବୃଦ୍ଧି
  16. ଶହେ କୋଟି ଲୋକଙ୍କ ପାଖରେ ବିଜୁଳି ପହଞ୍ଚାଇବା
  17. କୃଷକଙ୍କ ଆୟ ଦୁଇ ଗୁଣ କରିବା, କୋଟି କୋଟି କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବା
  18. ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ
  19. ସରକାରଙ୍କ ଉପରେ ପ୍ରାୟ ଦୁଇ ଗୁଣା ବିଶ୍ଵାସ ହେଲା, କର ଅନୁପାଳନରେ ଉଲ୍ଲେଖନୀୟ ବୃଦ୍ଧି
  20. ବିଶ୍ଵର ସବୁଠାରୁ ବୃହତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ‘ଆୟୁଷ୍ମାନ ଭାରତ’
  21. ମିଶନ ଇନ୍ଦ୍ରଧନୁଷ, ପିଲାଙ୍କ ଦେଖାଶୁଣାରେ ଜନ ଆନ୍ଦୋଳନ
  22. ରାଷ୍ଟ୍ରର ପ୍ରତ୍ୟକ କୋଣରେ ଗରିବମାନଙ୍କ ପାଖରେ ଶସ୍ତା ଔଷଧ ପହଞ୍ଚାଇବା
  23. ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଖାତାରେ ଧନ ପହଞ୍ଚାଇବା ସୁନିଶ୍ଚିତ, କଳାବଜାରୀଙ୍କୁ ହଟାଇବା
  24. ମାତ୍ର 4 ବର୍ଷରେ ପ୍ରତ୍ୟକ ପରିବାରର ଏକ ବ୍ୟାଙ୍କ ଖାତା
  25. ସମଗ୍ର ବିଶ୍ଵର ଦେଶ ଭାରତରେ ନିବେଶ କରୁଛନ୍ତି
  26. ବ୍ୟବସାୟ କରିବାରେ ସୁଗମତାର ମାନ୍ୟତାରେ ସବୁଠାରୁ ଅଧିକ ବୃଦ୍ଧି
  27. ଅନ୍ତରକ୍ଷୀ ପ୍ରାଦ୍ୟୋଗିକୀରେ ଶତକ ଅର୍ଜନ

ଗରିବମାନଙ୍କର ନିଜସ୍ଵ ଘରର ସ୍ଵପ୍ନକୁ ଦ୍ରୁତ ଗତିରେ ସାକାର କରିବା

  • ବିଗତ 4 ବର୍ଷ ଗ୍ରାମୀଣ ଓ ସହରାଞ୍ଚଳରେ ପ୍ରାୟ ଏକ କୋଟି ଗୃହ ନିର୍ମାଣ କରାଯାଇଛି  ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧୀନରେ ରେକର୍ଡ ଗତିରେ ଗ୍ରାମୀଣ ସଡକର ନିର୍ମାଣ କରାଯାଉଛି

  • ଗ୍ରାମୀଣ ସଡକ ସମ୍ପର୍କ ବଢିଲା, 2014ରେ ଯେଉଁ 56% ଗାଁ ପର୍ଯ୍ୟନ୍ତ ଥିଲା ତାହା ବୃଦ୍ଧି ପାଇ 82% ଗାଁ ପର୍ଯ୍ୟନ୍ତ ହୋଇଗଲା  ।
  • 2013-14ରେ ପ୍ରତିଦିନ 69 କିଲୋମିଟର ହିସାବରେ ସଡକ ନିର୍ମାଣ ହେଉଥିଲା, ଯାହା 2017-18 ରେ ପ୍ରତିଦିନ 134 କିଲୋମିଟର ହୋଇଗଲା   ।

ସ୍ମାର୍ଟ ସିଟି ମିଶନ

  • 100ଟି ସହର ଏବଂ ଆଖପାଖ କ୍ଷେତ୍ର ଆଧାରିତ ବିକାଶ ମାଧ୍ୟମରେ ଜୀବନରେ ଗୁଣବତ୍ତା ସୁଧାର ପାଇଁ ମହତ୍ଵପୂର୍ଣ୍ଣ ଢାଞ୍ଚାଗତ ମୌଳିକ ସୁବିଧାଗୁଡିକ ସୁନିଶ୍ଚିତ କରିବା  ।

ଏକ୍ସପ୍ରେସ ଗତିରେ ରାଜପଥର ବିକାଶ

  • 2013-14ରେ ଜାତୀୟ ରାଜପଥ ନେଟୱାର୍କ 92851 କିଲୋମିଟର ଥିଲା, ଯାହା ବୃଦ୍ଧି ପାଇ 2017-18ରେ 1,20,543 କିଲୋମିଟର ହୋଇଗଲା  ।

ଅଦ୍ଭୁତପୂର୍ବ ଗତି, ବ୍ୟାପକତା ଏବଂ ସୁରକ୍ଷା ସହିତ ରେଳ ବିକାଶ

  • 2017-18ରେ ବଡ ରେଳ ଦୁର୍ଘଟଣା ଗୁଡିକ ସଂଖ୍ୟାରେ 62% ହ୍ରାସ ହୋଇଛି  ଏବଂ 73ଟି ଦୁର୍ଘଟଣା ହୋଇଛି ଯେତେବେଳେ କି 2013-14ରେ ଏହା 118 ଥିଲା  ।
  • 2013-14ରେ 2,926 କିଲୋମିଟର ଟ୍ରାକ୍ ଆଧୁନିକୀକରଣ ତୁଳନାରେ 2017-18ରେ ଏହା 50% ବୃଦ୍ଧି ପାଇ 4,405 କିଲୋମିଟର ହୋଇଛି  ।
  • 2009-14 ମଧ୍ୟରେ 5 ବର୍ଷ ଭିତରେ 7,600 କିଲୋମିଟର ବ୍ରଡ ଗଜ ଲାଇନ ତୁଳନାରେ 2014 ଅପ୍ରେଲରୁ 2018 ମାର୍ଚ୍ଚ ମଧ୍ୟରେ ଚାରି ବର୍ଷ ଭିତରେ 9,528 କିଲୋମିଟର ବ୍ରଡ ଗଜ ଲାଇନ ଆରମ୍ଭ କରାଯାଇଛି  ।

ଉଚ୍ଚ ଉଡାଣ, ବିମାନ ଯାତ୍ରାରେ ପ୍ରଥମ

  • ଦେଶରେ ପ୍ରଥମ ଥର ଅଧିକ ଲୋକ ଏସି ରେଳ ଗାଡି ତୁଳନାରେ ଉଡାଜାହାଜରେ ଯାତ୍ରା କରିଛନ୍ତି  ।
  • 2017ରେ ପ୍ରଥମ ଥର ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା 100 ମିଲିୟନରୁ ଅଧିକ ଥିଲା  ।
  • ସ୍ଵାଧୀନତା ପରେ 75 ବର୍ଷରେ ଆମ ଦେଶରେ 75ଟି ବିମାନବନ୍ଦର ପରିଚାଳିତ ହେଉଥିଲା, କିନ୍ତୁ 2016 ଡିସେମ୍ବରରେ ଉଡାଣ ଯୋଜନା ଅଧୀନରେ ଆହୁରି 25ଟି ବିମାନବନ୍ଦର ପରିଚାଳନା ଆରମ୍ଭ ହେଲା  ।

ବୃହତ ସ୍ତରରେ ଜଳମାର୍ଗରେ ବୃଦ୍ଧି, ଫଳରେ ଅନେକ ପ୍ରକାରର ପରିବହନ ସୁନିଶ୍ଚିତ

  • ବିଗତ 30 ବର୍ଷରେ କେବଳ 5 ରାଷ୍ଟ୍ରୀୟ ଜଳମାର୍ଗ ଥିଲା, କିନ୍ତୁ 2014ରେ 106 ଅତିରିକ୍ତ ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରସ୍ତୁତ କରାଗଲା  ।

ସ୍ଵଚ୍ଛ ଭାରତ ମିଶନ ଦ୍ଵାରା ସ୍ଵଚ୍ଛତା ବିପ୍ଲବ ଆସିଲା

  • ବିଗତ 4 ବର୍ଷରେ 7.25 କୋଟି ଗ୍ରାମୀଣ ଆବାସଗୁଡିକରେ ଶୌଚାଳୟ ତିଆରି କରାଗଲା ଯେତେବେଳେ କି 1947ରୁ ନେଇ 2014 ପର୍ଯ୍ୟନ୍ତ 6.5 କୋଟି ଗ୍ରାମୀଣ ଗୃହରେ ଶୌଚାଳୟ ତିଆରି କରାଯାଇଥିଲା  ।
  • ସ୍ଵଚ୍ଛତାର ପରିବ୍ୟାପ୍ତି 2014ରେ 38.70% ରୁ ବୃଦ୍ଧି ପାଇ 83.71% ହୋଇଗଲା  ।
  • 11.21 ଲକ୍ଷ ସରକାରୀ ସ୍କୁଲମାନଙ୍କରେ ସମସ୍ତ 13.77 କୋଟି ପିଲାମାନଙ୍କ ପାଇଁ ଏବେ ଶୌଚାଳୟ ସୁବିଧା ରହିଛି ।

କୋଟି – କୋଟି ଏଲଇଡି ବିତରଣ କରାଗଲା, ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କା ସଞ୍ଚୟ

  • ମାତ୍ର 4 ବର୍ଷରେ 29.83 କୋଟିରୁ ଅଧିକ ଏଲଇଡି ବଲ୍ବ ବିତରଣ କରାଗଲା, ଲୋକମାନଙ୍କ ପାଇଁ 15,497କୋଟି ଟଙ୍କା ପ୍ରତିବର୍ଷ ସଞ୍ଚୟ ହେଲା  ।

ଗାଁରେ ଅଦ୍ଭୁତପୂର୍ବ ଭାବେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି

  • 2014ରେ କେବଳ 83,000 ସାମାନ୍ୟ ସେବା କେନ୍ଦ୍ର (ସିଏସସି) ତୁଳନାରେ ଏବେ 2.92
    ଲକ୍ଷ ସିଏସସି ଅଛି  ।
  • 2014ରୁ 2018 ପର୍ଯ୍ୟନ୍ତ 1.15 ଲକ୍ଷ ଗ୍ରାମପଞ୍ଚାୟତରେ  ଉଚ୍ଚ ଗତି ଅପ୍ଟିକାଲ ଫାଇବରର
    ସୁବିଧା ପହଞ୍ଚିଛି, ଯେତେବେଳେ କି 2011 ରୁ 14 ପର୍ଯ୍ୟନ୍ତ କେବଳ 69 ଗ୍ରାମପଞ୍ଚାୟତରେ କେବଳ ଏହି ସୁବିଧା ଥିଲା  ।

ଝିଅ ମାନଙ୍କର ଆର୍ଥିକ ଭବିଷ୍ୟତ ସୁରକ୍ଷିତ

  • ବାଳିକାମାନଙ୍କ ପାଇଁ 1.26 କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି ଖାତା ଖୋଲା ଯାଇଛି, ଯେଉଁଥିରେ 19,183 କୋଟି ଟଙ୍କା ଜମା କରାଯାଇଛି  ।

ଉଜ୍ଵଳା ଯୋଜନା ମାଧ୍ୟମରେ ପ୍ରତ୍ୟକ ଭାରତୀୟ ପରିବାର ପାଇଁ ଧୂଆଁ ମୁକ୍ତ ଜୀବନ ସୁନିଶ୍ଚିତ

  • 3.8 କୋଟି ଗରିବ ମହିଳା ମାନଙ୍କୁ ନିଶୁଳ୍କ ଏଲପିଜି ସଂଯୋଗ ପ୍ରଦାନ କରାଗଲା, ଏହି ଲକ୍ଷ୍ୟକୁ ବୃଦ୍ଧି କରି 8 କୋଟି କରିବାର ଅଛି  ।

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନରେ ସୁରକ୍ଷିତ ଗର୍ଭାବସ୍ଥାକୁ ଜନ ଆନ୍ଦୋଳନ

  • 1.16 କୋଟିରୁ ଅଧିକ ସମୟ ପୂର୍ବରୁ ଯାଞ୍ଚ କରାଯାଇଛି  ।

ମୁଦ୍ରା ଉଦ୍ୟମୀ ବ୍ୟାପକ ସ୍ତରରେ ରୋଜଗାର ସୃଷ୍ଟି

  • 12 କୋଟିରୁ ଅଧିକ ଛୋଟ ଉଦ୍ୟମୀଙ୍କୁ ଅର୍ଥ ପ୍ରଦାନ କରାଯାଇଛି  ।

ଦିବ୍ୟାଙ୍ଗମାନଙ୍କ ପାଇଁ ଶିବିରଗୁଡିକ ସଂଖ୍ୟାରେ ଅତ୍ୟଧିକ ବୃଦ୍ଧି

ଦିବ୍ୟାଙ୍ଗମାନଙ୍କ ପାଇଁ ଶିବିରଗୁଡିକ ସଂଖ୍ୟାରେ ଅତ୍ୟଧିକ ବୃଦ୍ଧି, ଏହା ପୂର୍ବରୁ ତାଙ୍କର ଏଭଳି ଦେଖାଶୁଣା କେବେ କରାଯାଇ ନ ଥିଲା  ।

  • 2014ରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହାୟକ ଉପକରଣ ବିତରଣ କରିବା ପାଇଁ 600ରୁ ଅଧିକ ଶିବିର ଅନୁଷ୍ଠିତ ହୋଇଥିଲା, ଯେତେବେଳେ କି ର୍ହା ପୂର୍ବରୁ 20 ବର୍ଷ ପୂର୍ବେ ମାତ୍ର 55ଟି ଶିବିରର ଆୟୋଜନ କରଯାଇଥିଲା   ।

ଶହେ କୋଟି ଲୋକଙ୍କ ପାଖରେ ବିଜୁଳି ପହଞ୍ଚାଇବା

  • ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଅଧୀନରେ ପ୍ରତ୍ୟକ ଗାଁକୁ ବିଦ୍ୟୁତକରଣ  ।
  • ସୌଭାଗ୍ୟ ଜରିଆରେ 31 ଡିସେମ୍ବର 2018 ପର୍ଯ୍ୟନ୍ତ 4 କୋଟି ଅଣ – ବିଦ୍ୟୁତକୃତ ଘରେ ବିଦ୍ୟୁତକରଣ ସୁନିଶ୍ଚିତ କରିବା  ।

କୃଷକଙ୍କ ଆୟ ଦୁଇ ଗୁଣ କରିବା, କୋଟି କୋଟି କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବା

  • ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିରେ ବହୁତ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା  ।
  • ପୂର୍ବରୁ ୩୫% ବଦଳରେ ଏବେ ୧୦୦% ନିମ ଲେପିତ ସ୍ଵଦେଶୀ ୟୁରିଆ ।
  • 87.5 ଲକ୍ଷ କୃଷକ ଏବଂ ବିକ୍ରେତା ମାନଙ୍କର ପଞ୍ଜିକରଣ ଭଳି 417 ମଣ୍ଡି ମାଧ୍ୟମରେ ଇ-ନାମ ରେ 41,591 ହଜାର କୋଟି  ଟଙ୍କାର କୃଷି ଉତ୍ପାଦ କାରବାର   ।
  • 12.68 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ  ।
  • 2018-19 ପାଇଁ କୃଷି ଋଣ ଲକ୍ଷ୍ୟ 11 ଲକ୍ଷ କୋଟି ଟଙ୍କାର ରେକର୍ଡ ଉଚ୍ଚ ସ୍ତର ପର୍ଯ୍ୟନ୍ତ ପହଞ୍ଚିଛି  ।

ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ

  • ଆଗାମୀ 3 ବର୍ଷରେ ଏଭଳି 300 ରୁର୍ବାନ ବିକାଶ କ୍ଲଷ୍ଟର ତିଆରି ହେବ  ।

ସରକାରଙ୍କ ଉପରେ ପ୍ରାୟ ଦୁଇ ଗୁଣା ବିଶ୍ଵାସ ହେଲା, କର ଅନୁପାଳନରେ ଉଲ୍ଲେଖନୀୟ ବୃଦ୍ଧି

  • 2017-18 ଆର୍ଥିକ ବର୍ଷରେ 6.84 କୋଟି ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରାଯାଇଛି, ଯାହାକି ହେଉଛି 2013-14 ଆର୍ଥିକ ବର୍ଷ ତୁଳନାରେ 805% ଅଧିକ  ।

ବିଶ୍ଵର ସବୁଠାରୁ ବୃହତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ‘ଆୟୁଷ୍ମାନ ଭାରତ’

  • ଏହା ଅଧୀନରେ 10 କୋଟି ଗରିବ ପରିବାରକୁ (50 କୋଟି ହିତାଧିକାରୀଙ୍କୁ) ପ୍ରତିବର୍ଷ, ପ୍ରତି ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାପକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ  ।

ମିଶନ ଇନ୍ଦ୍ରଧନୁଷ, ପିଲାଙ୍କ ଦେଖାଶୁଣାରେ ଜନ ଆନ୍ଦୋଳନ

  • 528 ଟି ଜିଲ୍ଲାରେ 3.15 କୋଟି ପିଲାଙ୍କର ଟୀକାକରଣ କରାଯାଇଛି  ।

ରାଷ୍ଟ୍ରର ପ୍ରତ୍ୟକ କୋଣରେ ଗରିବମାନଙ୍କ ପାଖରେ ଶସ୍ତା ଔଷଧ ପହଞ୍ଚାଇବା

  • ଶସ୍ତା ଔଷଧଗୁଡିକ ପାଖାପାଖି 3000 ଜଣ ଔଷଧ କେନ୍ଦ୍ର ଜରିଆରେ ମିଳୁଛି, ପରିମାଣସ୍ୱରୂପ ପ୍ରାୟ 50% ସଞ୍ଚୟ ହୋଇଛି  ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଖାତାରେ ଧନ ପହଞ୍ଚାଇବା ସୁନିଶ୍ଚିତ, କଳାବଜାରୀଙ୍କୁ ହଟାଇବା

  • ବିଗତ 4 ବର୍ଷରେ 431 ଯୋଜନା ଗୁଡିକରେ ହିତାଧିକାରୀମାନଙ୍କୁ ସିଧା ବ୍ୟାଙ୍କ ଖାତା ଜରିଆରେ 3,65,996 କୋଟି ଟଙ୍କା ହସ୍ତାନ୍ତରିତ କରାଯାଇଛି  । 80,000 କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇଛି  ।

ମାତ୍ର 4 ବର୍ଷରେ ପ୍ରତ୍ୟକ ପରିବାରର ଏକ ବ୍ୟାଙ୍କ ଖାତା

  • 31,52 କୋଟି ଜନ ଧନ ଖାତା ଖୋଲା ଯାଇଛି, ପ୍ରାୟ ପ୍ରତ୍ୟକ ପରିବାରର ଏକ ବ୍ୟାଙ୍କ ଖାତା ଅଛି  ।
  • ଜନ ସୁରକ୍ଷା ଜରିଆରେ 4 ବର୍ଷରେ ସାମାଜିକ ସୁରକ୍ଷାକୁ ସମଗ୍ର ଦେଶରେ ସୁନିଶ୍ଚିତ କରିବା  ।
  • 19 କୋଟିରୁ ଅଧିକ ଲୋକଙ୍କୁ  ଜୀବନ ଏବଂ ଦୁର୍ଘଟଣା ବୀମା ଅଥବା ପେନସନ ସୁନିଶ୍ଚିତ କରାଯାଇଛି  ।
  • ଅସାଧାରଣ ଗତିରେ ଟିକସ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ କରାଯାଇଛି  ।
  • ଏକ କୋଟିରୁ ଅଧିକ କରଦାତା ଜିଏସଟି ଅଧୀନରେ ପଞ୍ଜିକୃତ  । ପୂର୍ବରୁ 65 ଲକ୍ଷ ପଞ୍ଜିକୃତ କରଦାତା ଥିଲେ  ।

ସମଗ୍ର ବିଶ୍ଵର ଦେଶ ଭାରତରେ ନିବେଶ କରୁଛନ୍ତି

  • ଏନଡିଏ ସରକାର ଗଠନ ପରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ଇକ୍ଵିଟି 47% ବଢି ଯାଇଛି  । 2013-14 ରେ 36.05 ବିଲିୟନ ଡଲାର ବୃଦ୍ଧି ପାଇ 2016-17 ରେ ଏହା 60.08 ବିଲିୟନ ଡଲାର ହୋଇଯାଇଛି  ।

ବ୍ୟବସାୟ କରିବାରେ ସୁଗମତାର ମାନ୍ୟତାରେ ସବୁଠାରୁ ଅଧିକ ବୃଦ୍ଧି

  • ବ୍ୟବସାୟ କରିବାରେ ସୁଗମତାର ମାନ୍ୟତାରେ ଭାରତର ମାନ୍ୟତା 42 ସ୍ଥାନରେ ବୃଦ୍ଧି ହୋଇଛି ଆଉ 2014ରେ 142 ତୁଳନାରେ 2018ରେ ଏହା ବୃଦ୍ଧି ପାଇ 100 ହୋଇଛି  ।

ଅନ୍ତରକ୍ଷୀ ପ୍ରାଦ୍ୟୋଗିକୀରେ ଶତକ ଅର୍ଜନ

ଭାରତ ପୁଣି ଥରେ ରେକର୍ଡ ସଂଖ୍ୟକ 104 ଉପଗ୍ରହର ସଫଳ ଉତକ୍ଷେପଣ କରିଛି  ।

ଅଦ୍ଭୁତପୂର୍ବ ଗତି ଏବଂ ବ୍ୟାପକ ସ୍ତରରେ ଦେଶରେ ପରିବର୍ତ୍ତନ ଆଣିବା

ଅଦ୍ଭୁତପୂର୍ବ ଗତି ଏବଂ ବ୍ୟାପକ ସ୍ତରରେ ଦେଶରେ ପରିବର୍ତ୍ତନ ଆଣିବା-005

ଆଧାର  : ଭାରତ  ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate