অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗରିବତମ ଲୋକ ପାଖରେ ବିକାଶର ଲାଭ ପହଞ୍ଚାଇବା, ସମସ୍ତଙ୍କ ପାଇଁ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ କରିବା

ଗରିବତମ ଲୋକ ପାଖରେ ବିକାଶର ଲାଭ ପହଞ୍ଚାଇବା, ସମସ୍ତଙ୍କ ପାଇଁ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ କରିବା

ଆର୍ଥିକ ସମାବେଶ ମାଧ୍ୟମରେ ନୂତନ ଆକାଂକ୍ଷା ସୃଷ୍ଟି

‘ଜନ ଧନ’ ଜରିଆରେ ବ୍ୟାଙ୍କିଙ୍ଗ ସୁବିଧାଗୁଡିକରୁ ବଞ୍ଚିତ ଗରିବ ଲୋକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ପୂରଣ କରିବା

  • 31.52 କୋଟି ଜନ ଧନ ଖାତା ଖୋଲା ଗଲା  ।
  • ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗରିବ ଏବଂ ବ୍ୟାଙ୍କିଙ୍ଗ ସୁବିଧାଗୁଡିକରୁ ବଞ୍ଚିତ ଲୋକଙ୍କଦ୍ଵାର ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ପ୍ରଣାଳୀକୁ ନିଆଯିବ   ।

ଜନ ସୁରକ୍ଷା ଜରିଆରେ ଗରିବମାନଙ୍କ ଜୀବନ ବୀମା କରିବା ଆବଶ୍ୟକ ସମୟରେ ଉପଯୋଗୀ ସାବ୍ୟସ୍ତ ହେବା  ।

  • ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ପ୍ରତି ଅବରଷା 12 ଟଙ୍କାର ପ୍ରିମିୟମରେ ବ୍ୟକ୍ତିଗତ ଦୁର୍ଘଟଣା ସାମିଲ କରାଯିବା ସହିତ 13.25 କୋଟି ଲୋକଙ୍କ ବୀମା କରାଯାଇଛି  ।
  • ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ପ୍ରତି ବର୍ଷ 330 ଟଙ୍କାର ପ୍ରିମିୟମରେ ଜୀବନ ବୀମା କରାଯିବା ଦ୍ଵାରା 5.22 କୋଟି ପରିବାର ଲାଭାନ୍ଵିତ ହୋଇଛନ୍ତି  ।
  • ଅଟଳ ପେନସନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି, ଏହାର ସଦସ୍ୟଙ୍କ ସଂଖ୍ୟା 1 କୋଟିରୁ ଅମଧ୍ୟ ଅଧିକ ହୋଇ ଯାଇଛି  ।
  • ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ଜରିଆରେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରାଯାଉଛି, ଏହା ଅଧୀନରେ ବରିଷ୍ଠ ନାଗରିକ ମାନଙ୍କୁ 10ବର୍ଷ ପର୍ଯ୍ୟନ୍ତ 8 ପ୍ରତିଶତର ସୁନିଶ୍ଚିତ ସୁଧ ପ୍ରଦାନ କରାଯାଉଛି  । ନିବୋ ସୀମା ଦୁଇ ଗୁଣା କରି 15 ଲକ୍ଷ ଟଙ୍କା କରି ଦିଆଯାଇଛି  ଆଉ ଏହି ଯୋଜନାର ସମୟ ସୀମା 2020 ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି  ।

ଜୀବନ ସ୍ତରରେ ଉନ୍ନତି କରିବା,

ଗରିବ ମାନଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ଡେଣା ଲଗାଇବା

ଏକ କୋଟି ଲୋକଙ୍କ ଆକାଂକ୍ଷାରେ ନୂତନ ଶକ୍ତି ଭରିଦେବା

  • ଦେଶର କୌଣସି ମଧ୍ୟ ଗାଁରେ ଏବେ ଆଉ ଅନ୍ଧାର ନାହିଁ  । ଡିଡିୟୁଜିୱାଇରେ ପ୍ରତ୍ୟକ ଗାଁରେ ବିଜୁଳି ପହଞ୍ଚାଇ ଦିଆଯାଇଛି  ।
  • ‘ସୌଭାଗ୍ୟ’ ପ୍ରତ୍ୟକ ଘରେ ବିଜୁଳି ପହଞ୍ଚାଉଛି, 4 କୋଟି ଅଣ ବିଦ୍ୟୁତୀକୃତ ଘରେ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ  ।

ଉଜ୍ଜ୍ଵଳା ଯୋଜନା ଜରିଆରେ କୋଟି କୋଟି ଗରିବ ପରିବାର ପାଇଁ ଧୂଆଁମୁକ୍ତ ଜୀବନ ସୁନିଶ୍ଚିତ କରିବା

  • 3.8 କୋଟି ଗରିବ ମହିଳାମାନଙ୍କୁ ଏଲପିଜି ସଂଯୋଗ ଦିଆଯାଇଛି  । ଲକ୍ଷ୍ୟ ବୃଦ୍ଧି କରାଯାଇଛି, ଏବେ 8 କୋଟି ମହିଳାମାନଙ୍କୁ ଏଲପିଜି ସଂଯୋଗ ଦିଆଯିବ  ।

ସ୍ଵଚ୍ଛ ଭାରତ ମିଶନ ଜରିଆରେ ଦେଶରେ ସ୍ଵଚ୍ଛତା ବିପ୍ଲବ ଆଣିବା  ।

  • 7.25 କୋଟିରୁ ମଧ୍ୟ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି. 3.6 ଲକ୍ଷରୁ ଅଧିକ ଗାଁ ଏବଂ 17ରୁ ଅଧିକ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଓଡ଼ିଏଫ (ଖୋଲା ମଳ ମୁକ୍ତ) ଘୋଷିତ କରାଯାଇଛି  ।
  • ସ୍ଵଚ୍ଛତାର ପରିବ୍ୟାପ୍ତି ବର୍ଷ 2014ରେ 38 ପ୍ରତିଶତରୁ ବୃଦ୍ଧି ପାଇଁ 83 ପ୍ରତିଶତ ସ୍ତରରେ ପହଞ୍ଚିଯାଇଛି  ।
  • ସାରା ଦେଶରେ ତ୍ଵରିତ ଗତିରେ ଶୌଚାଳୟ ନିର୍ମାଣ ହେବା ଦ୍ଵାରା ମହିଳାମାନଙ୍କର ସମ୍ମାନ ସୁନିଶ୍ଚିତ ହେଉଛି ଆଉ ଏହା ସହିତ ଖୋଲାରେ ଶୌଚ ସମସ୍ୟା,  ଯାହା ହେଉଛି ଅସୁରକ୍ଷିତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତି ମିଳୁଛି  ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଜରିଆରେ ପ୍ରତ୍ୟକ ଗାଁକୁ ଯୋଡିବା

  • 2014ରେ ଗ୍ରାମୀଣ ସଡକ ସଂଯୋଗୀକରଣ 56 ପ୍ରତିଶତରୁ ବୃଦ୍ଧି ପାଇ 82 ପ୍ରତିଶତ ସ୍ତର ପର୍ଯ୍ୟନ୍ତ ପହଞ୍ଚିଯାଇଛି  ।
  • ବିଗତ ଚାରି ବର୍ଷରେ ପ୍ରାୟ 1.69 କିଲୋମିଟର ଦୀର୍ଘ ଗ୍ରାମୀଣ ସଡକର ନିର୍ମାଣ କରାଯାଇଛି  ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ 2022 ସୁଦ୍ଧା ପ୍ରତ୍ୟକଙ୍କ ମୁଣ୍ଡ ଉପରେ ଏକ ଛାତ ସୁନିଶ୍ଚିତ କରିବା
  • ସହରାଞ୍ଚଳରେ 1.2 କୋଟିରୁ ଅଧିକ ସୁଲଭ ଘର ଏବଂ ଗ୍ରାମାଞ୍ଚଳରେ ଏକ କୋଟିରୁ ମଧ୍ୟ ଅଧିକ ଘର ନିର୍ମାଣ କରାଯିବ
  • 80 କୋଟିରୁ ମଧ୍ୟ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା
  • ମଇ 2014ରେ କେବଳ 11 ଟି ରାଜ୍ୟ ତୁଳନାରେ ଏବେ ସମସ୍ତ 36ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି  ।
  • ଶୋଷଣ ସମାପ୍ତ କରିବା, ସଶକ୍ତିକରଣ ସୁନିଶ୍ଚିତ କରିବା
  • ପ୍ରତ୍ୟକ୍ଷ ଲାଭ ପାଇବାରୁ ଏବେ ସିଧା ଖାତାକୁ ଅର୍ଥ ପଠାଇବା, ମଧ୍ୟସ୍ଥି ମାନଙ୍କ ଠାରୁ ମୁକ୍ତି  ।
  • ବିଗତ 4 ବର୍ଷରେ 431 ଯୋଜନା ଗୁଡିକ ଅଧୀନରେ 3,65,996 କୋଟି ଟଙ୍କାରୁ ମଧ୍ୟ ଅଧିକ ଅର୍ଥରାଶି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି  ।
  • ପହଲ – ଏହା ହେଉଛି ବିଶ୍ଵର ସର୍ବ ବୃହତ ନଗଦ ହସ୍ତାନ୍ତରଣ କାର୍ଯ୍ୟକ୍ରମ, ଯାହା ଅଧୀନରେ 20.14 କୋଟିରୁ ଅଧିକ ହିତାଧିକାରୀଙ୍କୁ 69,815 କୋଟିରୁ ଅଧିକ ଟଙ୍କାର ରାଶି ପ୍ରାପ୍ତ ହୋଇଛି  ।
  • ମନରେଗା ଜରିଆରେ ଗ୍ରାମୀଣ ବିକାଶ ପାଇଁ ଗ୍ରାମୀଣ ରୋଜଗାର
  • 85 ପ୍ରତିଶତ ମାମଲାରେ 15 ଦିନ ମଧ୍ୟରେ ହିଁ ସମ୍ବନ୍ଧିତ ଶ୍ରମିକଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉଛି, ଯେତେବେଳେ କି ବିଗତ ଦିନମାନଙ୍କରେ ଏହି ପ୍ରକାରର ଦେୟ ପ୍ରଦାନରେ ବହୁତ ଡେରି ହେଉଥିଲା  ।
  • ଏହା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ମହିଳାମାନଙ୍କର ଭାଗୀଦାରୀ ବୃଦ୍ଧି ପାଇ 2016-17ରେ 56 ପ୍ରତିଶତ ବୃଦ୍ଧି ପାଇ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି  ।
  • ଶ୍ରମ କଲ୍ୟାଣ ପାଇଁ ଶ୍ରମେବ ଜୟତ
  • ସର୍ବନିମ୍ନ ପାରିଶ୍ରମିକରେ 42 ପ୍ରତିଶତ ବୃଦ୍ଧି, 55 ଲକ୍ଷ ଶ୍ରମିକ ପ୍ରତ୍ୟକ୍ଷ ଭାବେ ଲାଭାନ୍ଵିତ ହେଲେ  ।
  • ସପ୍ତମ ବେତନ ଆୟୋଗ ଦ୍ଵାରା 50 ଲକ୍ଷ କର୍ମଚାରୀ ଏବଂ 35 ଲକ୍ଷ ପେନସନ ଭୋଗୀ ଲାଭାନ୍ଵିତ ହେଲେ  ।
  • ଅଧିକ ଲୋକଙ୍କୁ ରୋଜଗାର ଦେବା ଭଳି ବିଭିନ୍ନ କ୍ଷେତ୍ର ଯେପରିକି ବସ୍ତ୍ର, ଚମଡା ଏବଂ ଜୋତା ସରକାରଙ୍କ ଦ୍ଵାରା ତିନି ବର୍ଷ ପର୍ଯ୍ୟନ୍ତ ନୂତନ କର୍ମଚାରୀ ମାନଙ୍କ ପାଇଁ ଇପିଏଫରେ 12 ପ୍ରତିଶତ ଯୋଗଦାନ ଦେବା  ।
  • 1 ଜାନୁୟାରୀ 2016ରୁ ଗ୍ରାଚ୍ୟୁଟିର ଅଧିକତମ ସୀମା 10 ଲକ୍ଷ ଟଙ୍କାରୁ ବଢାଇ 20 ଲକ୍ଷ ଟଙ୍କା ଦିଆଯାଇଛି  । ଏହା ଘରୋଇ ଏବଂ ସାର୍ବଜନିକ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେଉଛି  ।
  • ପ୍ରଶିକ୍ଷୁ (ଆପ୍ରେଣ୍ଟିସ) ଙ୍କ ସଂଖ୍ୟାରେ ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଆପ୍ରେଣ୍ଟିସ  ଅଧିନିୟମ 1961ରେ ସଂଶୋଧନ କରାଗଲା  । ଷ୍ଟାଇପେଣ୍ଡ (ଭତା)କୁ ସର୍ବନିମ୍ନ ପାରିଶ୍ରମିକ ସହିତ ଯୋଡାଗଲା
  • ପାରିଶ୍ରମିକ ପ୍ରଦାନ ଅଧିନିୟମ, 2017 : ନିଯୁକ୍ତି ଦାତା ଏହା ଅଧୀନରେ କର୍ମଚାରୀମାନଙ୍କର ପାରିଶ୍ରମିକ ନଗଦ ଅର୍ଥରେ ପ୍ରଦାନ କରିବେ ଅଥବା ଚେକ୍ ଜରିଆରେ କରିବେ କିମ୍ବା କର୍ମଚାରୀ ମାନଙ୍କର ବ୍ୟାଙ୍କ ଖାତାରେ ଜମା କରିଦେବେ  ।
  • କର୍ମଚାରୀମାନଙ୍କୁ ସ୍ଥାୟୀ ପରିଚୟ ପ୍ରଦାନ କରିବା ପାଇଁ ଅନନ୍ୟ ଶ୍ରମିକ ପରିଚୟ ନମ୍ବର ଆବଣ୍ଟିତ କରାଯାଇଛି  ।

ମିଶନ ଅନ୍ତ୍ୟୋଦୟ

  • 2017-18 ବଜେଟରେ ଏହାର ଘୋଷଣା କରାଯାଇଛି  । ଏହାର ଲକ୍ଷ୍ୟ ହେଉଛି ମାନଦଣ୍ଡ ପରିଣାମ ଆଧାରରେ 50,000 ଗ୍ରାମ ପଞ୍ଚାୟତର 1 କୋଟି ପରିବାରର ଜୀବନର ବାସ୍ତବିକ ପରିବର୍ତ୍ତନ ଆଣିବା  ।

“ଉତ୍ତମ ମନୋବୃତ୍ତି ସହିତ ଉତ୍ତମ ପ୍ରଶାସନ ହେଉଛି ଆମ ସରକାରଙ୍କର ହଲମାର୍କ”

ଆଧାର  :ଭାରତ  ସରକାର

Last Modified : 1/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate